ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍ଡେଟ୍ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍ର ମଜାଦାର ତଥ୍ୟ ।
ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଜଗତସିଂହପୁର ଜ଼ିଲ୍ଲାର ରାହାମା ପ୍ରେସ କ୍ଲବ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କ୍ଲବ ସଭାପତି ମାନସ ରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା ଆୟୋଜନ କରାଯାଇଥିଲା। ରାହାମା କଲେଜ ଛକ ନିକଟରେ ଥିବା ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଅରିନ୍ଦମଙ୍କ ଅମର ଆତ୍ମାର ସଦଗତି କାମନା କରି ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ପ୍ରେସ କ୍ଲବର କର୍ମକର୍ତ୍ତା ଓ ସଦସ୍ୟମାନେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବଜାର ପରିକ୍ରମା କରିଥିଲେ। ସ୍ୱର୍ଗତ ଅରିନ୍ଦମ ଦାସ ଓ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ପ୍ରେସ କ୍ଲବ ସଦସ୍ୟ ।
ଲଗାତାର ଦୁଇ ସପ୍ତାହ ଧରି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନଖଣ୍ଡ ଅଞ୍ଚଳରେ ହାତୀ ଆତଙ୍କ । ହାତୀ ଘଉଡାଇବା ଓ ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଦୁଇ ଦିନ ପୂର୍ବେ ସିଡିମ୍ବା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟ ହୋଇଥିବା ବେଳେ ଏବେ ହାତୀପଲ ଜଙ୍ଗଲ ଛାଡି କୋଇଡା ବଜାର ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ବୁଲାବୁଲି କରୁଛନ୍ତି । ନିକଟରେ ଥିବା କନ୍ତରକୋଇଡ଼ା ଗ୍ରାମବାସୀ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି
ଓଡ଼ିଶାର ଗାଁରେ ଆନ୍ଧ୍ରର ଫଳକ । କୋଟିଆର କେତେକ ଗାଁରେ ଆନ୍ଧ୍ର ପ୍ରଦେଶ ତେଲୁଗୁ ଭାଷାରେ ନିଜର ଫଳକ ଲଗାଇଥିବା ଦେଖିବାକୁ ମିଳିଛି । ଓଡ଼ିଶା ପ୍ରଶାସନର ବାରମ୍ବାର ବାରଣ ସତ୍ତ୍ୱେ ଆନ୍ଧ୍ର ଅଧିକାରୀ କୋଟିଆ ଅଞ୍ଚଳରେ ପ୍ରବେଶ କରି ନିଜ କାର୍ଯ୍ୟକଳାପ ଚଳାଇଛନ୍ତି । ଫାଟୁସିନେରି ଓ ଅନ୍ୟାନ୍ୟ ଗାଁରେ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଓଡ଼ିଆରେ ନାମ ଫଳକ ଲଗାଯାଇଥିଲା । ଏବେ ଆନ୍ଧ୍ର ସରକାର ସେହି ସବୁ ଗାଁରେ ତେଲୁଗୁ ବୋର୍ଡ ଲଗାଉଛନ୍ତି । ବାତ୍ୟା ସମୟରେ ପଟ୍ଟାଙ୍ଗି ବ୍ଲକରେ ଲୋକଙ୍କୁ କିପରି ସୁରକ୍ଷିତ କରାଯାଇପାରିବ, ସେ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଥିବା ବେଳେ ଆନ୍ଧ୍ରର ଫଳକ ରାଜନୀତିକୁ ସ୍ଥାନୀୟଲୋକେ ବିରୋଧ କରିଛନ୍ତି ।
ତଳମୁହାଁ ହେଉଛି କରୋନା ଗ୍ରାଫ୍। ଧୀରେ ଧୀରେ ରାଜ୍ୟରୁ ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ଗତକାଲି ତୁଳନାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫୪୫ ଜଣ ପଜିଟିଭ। More
ଗତ ୨୬ ତାରିଖ ଦିନ ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଗୋଧସ ଜଳପ୍ରପାତରେ ଡେଇଁ ନିଖୋଜ ଯୁବକ ଯୁବତୀ ନିଖୋଜ ଥିଲେ। ଉଭୟେ ଏକ ବାଇକରୁ ଓହ୍ଲାଇ ଦୁଇ ଜଣ ଜଳ ପ୍ରପାତରେ ଡେଇଁ ପଡିଥିଲେ। ଜଳପ୍ରପାତ ନିକଟରୁ ବାଇକ୍, ପୋଷାକ, ସୁଇସାଇଡ୍ ନୋଟ୍ ମିଳିଥିଲା। More
ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୨୮ ତାରିଖ, ମଙ୍ଗଳବାର। ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି । More
ବାତ୍ୟା ଗୁଲାବ୍ କ୍ରମଶ ଦୁର୍ବଳ ହୋଇ ଓଡ଼ିଶା ଅତିକ୍ରିମ କରି ଛତିଶଗଡ଼ ମୁହାଁ ହୋଇଛି। ଏହା ପ୍ରଭାବରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। କୋରାପୁଟର ପଟାଙ୍ଗି ଅଞ୍ଚଳରେ ସର୍ବାଧିକ ୧୪୮ ମିଟର ବର୍ଷା ରେକର୍ଡ ହୋଇଛି। More
ଥାନା ଦ୍ୱାରା ଯେଉଁ ସବୁ ବିସ୍ଫୋରକ ଜବତ କରି ମାଲଖାନାରେ ରଖାଯାଇଥିଲା। ତା କୌଣସି କାରଣବଶତଃ ବିସ୍ଫୋରଣ ହୋଇଥିଲା। ଏ ନେଇ ଖବର ପାଇବା ପରେ ପୁରୀ ଏସ୍ପି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। More
ପୂର୍ବରୁ ସେ ଜଣେ ମେକାପ ଆଟିଷ୍ଟ ଭାବେ ବିଭିନ୍ନ ର୍କୋସ କରି ପରିଚିତ ଥିଲେ। ସେ ଇଣ୍ଟରନେଟରୁ ମଡେଲିଂ ବିଷୟରେ ଜାଣିବାକୁ ପାଇ ସେଥିପ୍ରତି ମନ ବଳାଇଥିଲେ। ଦିଲ୍ଲୀର ଏକ ହୋଟେଲରେ ଆୟୋଜିତ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ଭାଗ ନେଇଥିଲେ। More
ଚାନ୍ଦିପୁରରୁ ଆକାଶ ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ-ITRରୁ ଏହି ଅତ୍ୟାଧୁନିକ ମିଜାଇଲ୍ର ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ପରୀକ୍ଷଣ କରାଯାଇଛି । More
ମାୟାବିନୀର ଫୋନ୍ ହ୍ୟାକିଂ ଖେଳ । ITR ତଥ୍ୟ ହାସଲ ପାଇଁ ବିଦେଶରୁ ପଡୁଥିଲା ହନିଟ୍ରାପ୍ର ଫାଶ । ୫ ଅଭିଯୁକ୍ତଙ୍କୁ ରୂପଲାବଣ୍ୟରେ ବଶ କରି କଣ୍ଢେଇ ଭଳି ନଚାଉଥିବା ରହସ୍ୟମୟୀ, ମୋବାଇଲ୍ ହ୍ୟାକିଂରେ ବି ମାହିର ଥିବାର ପ୍ରମାଣ ପାଇଛି ତଦନ୍ତକାରୀ ଟିମ୍ । More
ସେରୋ ସର୍ଭେରେ ରାଜ୍ୟର ୧୨ ଜିଲ୍ଲାରୁ ୬ ହଜାର ସାମ୍ପଲ ସଂଗ୍ରହ କରାଯାଇଥିଲା। ଯେଉଁଥିରେ ୭୩ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟକର୍ମୀଙ୍କ ଶରୀରରେ ୯୩. ୫ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ସେହିପରି ୬ରୁ ୧୦ ବର୍ଷ ବୟସର ଶିଶୁଙ୍କ ମଧ୍ୟରେ ୭୦ ପ୍ରତିଶତ ଏବଂ ୧୧ରୁ ୧୮ ବର୍ଷର ପିଲାଙ୍କ ମଧ୍ୟରେ ସୃଷ୍ଟି ହୋଇଛି ୭୪ ପ୍ରତିଶତ ଆଣ୍ଟିବଡ଼ି। More
ବାତ୍ୟା ଗୁଲାବ ଗଲା । ହେଲେ ଦକ୍ଷିଣ ଓଡ଼ିଶାରେ ଦେଖାଇଛି ବର୍ଷା ଓ ପବନର କୋପ । ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ସବୁଠି ଗତକାଲିଠୁ ଲାଗି ରହିଛି ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ । More