• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 11 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 3 years ago

'ଦୁଷ୍ମନ୍ତଙ୍କ ମା'ଙ୍କୁ ଧମକ ଦେଉଛି ପୋଲିସ'

ଜଗତସିଂହପୁରରେ ଦୁଷ୍ମନ୍ତଙ୍କ ମାଆ ଦେଇଥିବା ରିପୋର୍ଟକୁ ସେଠାରେ ରେଜିଷ୍ଟର କରାଯାଇ ପଏଣ୍ଟ ଅଫ୍ ଜୁରିସଡିକସନ୍‌ରେ କଟକକୁ ଫରୱାର୍ଡ କରାଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି। ଆଗରୁ ଦୁଷ୍ମନ୍ତଙ୍କ ମାଆ ସିଧା ସିଧା ଚିକିତ୍ସାରେ ତ୍ରୁଟି ଓ ବ୍ୟବସ୍ଥାର ବିଚିତ୍ର ସ୍ଥିତି ଆଡ଼କୁ ଅଙ୍ଗୁଳି ଉଠାଇବା ସହ କାହା ସହ ତାଙ୍କ ପୁଅ ଭୁବନେଶ୍ୱରକୁ ଯାଇଥିଲା, ଏନେଇ ଥାନାରେ ଏତଲା ଦେଇଥିଲେ। More
  • Chandan Shishu
  • 3 years ago

ମା'ଙ୍କ ମୂର୍ତ୍ତି ଛୋଟ ଅର୍ଥ ଏହା ବିଘ୍ନ: ଭର୍ତ୍ତୃହରି

ମୂର୍ତ୍ତି ଉଚ୍ଚତା ବିବାଦ ସଂପର୍କରେ ଆଲୋଚନା ପାଇଁ କଟକ ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟି ଆବାହକତ୍ୱରେ ବସିଥିବା ବୈଠକ ବସିଥିଲା। ଏଇ ବୈଠକରେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଜୋର୍‌ଦାର ହୋହଲ୍ଲା ବି ହୋଇଥିଲା। ଶାନ୍ତି କମିଟି ବୈଠକରେ ମୂର୍ତ୍ତି ଉଚ୍ଚତା ସଂପର୍କରେ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ ମୂର୍ତ୍ତି ଛୋଟ ଅର୍ଥ ଏହା ଏକ ବିଘ୍ନ। More
  • Chandan Shishu
  • 3 years ago

ନୂଆଁଖାଇ ଅବସରରେ ଚାଷୀଙ୍କୁ 'କାଳିଆ' ଭେଟି

ଏହି ଅବସରରେ ଚାଷୀର ସମସ୍ୟାକୁ ଆଦୌ ଅଣଦେଖା କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି କାଳିଆ ଯୋଜନା ହେଉଛି ଚାଷୀର କଲ୍ୟାଣ ପାଇଁ ସମଗ୍ର ଦେଶରେ ସବୁଠୁ ଭଲ ଯୋଜନା। ଭୂମିହୀନ ଚାଷୀଙ୍କୁ ସହାୟତା ଦେବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ । ଲକ୍ଷଲକ୍ଷ ଛୋଟ ଚାଷୀ କାଳିଆ ଯୋଜନାରେ ସବୁଠୁ ଅଧିକ ଉପକାର ପାଉଛନ୍ତି । More
  • Chandan Shishu
  • 3 years ago

ପ୍ରବଳ ବର୍ଷିବ! ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବା ଅନୁମାନ କରାଯାଉଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ଏହା ପ୍ରଭାବରେ ଆସନ୍ତା ଦୁଇ ଦିନ ପାଇଁ ବର୍ଷା ପରିମାଣ ବଢ଼ିବାକୁ ଥିବାରୁ ଆସନ୍ତାକାଲି(ରବିବାର) ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। More
  • Chandan Shishu
  • 3 years ago

ଡବଲ୍ ଡୋଜ୍ ଟିକା ନେଲେ ୧୧ ଗୁଣା କମୁଛି ମୃତ୍ୟୁ ଆଶଙ୍କା: ରିପୋର୍ଟ

ପିଲାମାନଙ୍କର ଟିକାକରଣ ଏଯାଏଁ ଆରମ୍ଭ ହୋଇନି। ତେଣୁ ସେମାନଙ୍କ ପ୍ରତି ଅଧିକ ସଚେତନ ରହିବାକୁ ହେବ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଆଇଏଲ୍‌ଏସ୍‌ର ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡ଼ା। ସେ କହିଛନ୍ତି, ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ୬୦୦ ନମୁନାର ଜେନମ୍ ସିକ୍ୱେନ୍ସିଂ ହୋଇଥିଲା।ସେଥିରୁ ୮୦ ପ୍ରତିଶତ ଡେଲ୍ଟା ଭାରିଆଣ୍ଟ। More
  • Chandan Shishu
  • 3 years ago

'ପାର୍ବଣ କଟକଣାକୁ ପୁନର୍ବିଚାର କରନ୍ତୁ ମୁଖ୍ୟମନ୍ତ୍ରୀ'

ମୂର୍ତ୍ତି ଉଚ୍ଚତା ବିବାଦ ସଂପର୍କରେ ଆଲୋଚନା ପାଇଁ କଟକ ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟି ଆବାହକତ୍ୱରେ ବସିଥିବା ବୈଠକରେ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି ଉଠିଛି। ଓସିଏ କନ୍ଫରେନ୍ସ ହଲ୍‌ରେ ବିଭିନ୍ନ ପୂଜା କମିଟି ସଦସ୍ୟ ଓ ରାଜନେତାଙ୍କ ଉପସ୍ଥିତିରେ ବସିଥିବା ଏଇ ବୈଠକରେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଜୋର୍‌ଦାର ହୋହଲ୍ଲା ବି ହୋଇଛି।  More
  • Chandan Shishu
  • 3 years ago

ଗାଁ ଦାଣ୍ଡରେ ବାପାର ବେକକୁ ଚୋଟ ମାରିଲା ପୁଅ !

ବାପା ପଡ଼ିଯିବା ପରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପୁଅ। ପୁଅର ଏପରି ରୂପ ଦେଖି ପାଖକୁ ଯିବାକୁ ସମସ୍ତେ ଭୟ କରିଥିଲେ। ଶେଷରେ ଛଟପଟ ହୋଇ ବାପାର ଜୀବନ ଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। More
  • Chandan Shishu
  • 3 years ago

ନିର୍ଦ୍ଦୟୀ ମଣିଷ ! ଗର୍ଭବତୀଙ୍କୁ ପିଟି ପିଟି ମାରିଦେଲେ !

ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି ଗର୍ଭବତୀଙ୍କ ପେଟକୁ ଗୋଇଠା ବା ପିଟା ଯାଇଥାଇପାରେ। ଯେଉଁଥିପାଇଁ ମହିଳାଙ୍କ ଗର୍ଭରେ ଥିବା ପିଲା ଅଧା ପ୍ରସବ ଅବସ୍ଥାରେ ରହିଛି। ଆଉ ମହିଳାଙ୍କ ପ୍ରାଣବାୟୁ ଉଡିଯାଇଛି। ଆଜି ଅଧା ପ୍ରସବ ଅବସ୍ଥାରେ ହାତ ଓ ଗୋଡ଼ ବନ୍ଧା ମହିଳାଙ୍କ ମୃତଦେହଟି ଢେଙ୍କାନାଳ ଜିଲ୍ଲାରେ ଏକ ବ୍ରିଜ୍‌ ତଳୁ ଜବତ ହୋଇଛି। More
  • Prangyan Parimita
  • 3 years ago

ଏସସିବି ମେଡିକାଲରେ ପୁଣି ଚିକିତ୍ସା ଅବହେଳା ଅଭିଯୋଗ : ଗୁଳିକାଣ୍ଡ ଆହତଙ୍କୁ ଚିକିତ୍ସା ମିଳୁନଥିବା ଅଭିଯୋଗ

ଦୁଷ୍ମନ୍ତ ଦାସ ବିବାଦ ଥମି ନ ଥିବା ବେଳେ ପୁଣି ଆଉ ଏକ ଅଭିଯୋଗ ସାମନାକୁ ଆସିଛି । ଗତ ୮ ତାରିଖରେ କନ୍ଦରପୁର ଥାନା ଅଞ୍ଚଳରେ ଗୁଳିକାଣ୍ଡ ଘଟଣାରେ ଆହତ ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ କ୍ଷୀରୋଦ ଚନ୍ଦ୍ର ସାହୁ । More
  • Chandan Shishu
  • 3 years ago

ନୂଆଖାଇ ଜୁହାର ଭେଟ: ମଣିଷ ସଭ୍ୟତାର ଉଦ୍ଭାବନର ଉତ୍ସବ

ଗଡ଼ଜାତ ଶାସନ ସମୟରେ ନୂଆଖାଇ ପର୍ବର ପାଳନ ପଦ୍ଧତିରେ କିଛି ନୂତନ ନିୟମ କାନୁନ ଲାଗୁହେଇଛି। ସେଗୁଡ଼ିକ କେତେ ଯୁକ୍ତିଯୁକ୍ତ ତାହା ଅଞ୍ଚଳବାସୀ ବିଚାର କରିବେ। ଲେଖକଙ୍କ ଉଦ୍ଦେଶ୍ୟ ହେଲା ପଶ୍ଚିମାଞ୍ଚଳ ଆଦିବାସୀଙ୍କ ବିଶେଷ ଜ୍ଞାନରୁ ଜନ୍ମ ହୋଇଥିବା ନୂଆଖାଇ ଜୁହାର ଭେଟର ମହତ୍ଵକୁ ଅଞ୍ଚଳବାସୀଙ୍କ ହୃଦୟରେ ପୁନଃ ଉଦ୍‌ଘାଟନ କରିବା। More
  • Rajalaxmi Sahoo
  • 3 years ago

ଚୋରା ଚାଲାଣ ବେଳେ ଜବତ ହେଲା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ

ରାଜ୍ୟର ୨ଟି ସ୍ଥାନରୁ ପାଖାପାଖି ୯୦୦ କେଜିର ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ।ମୋହନାରୁ ଗଞ୍ଜାମ ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ୍‌ ଧରି ଥିବାବେଳେ କଟକ ମଙ୍ଗୁଳି ଛକରେ ଚଢ଼ାଉ କରି ଗଞ୍ଜେଇ ଜବତ ହୋଇଛି। More
  • Minati Mishra
  • 3 years ago

ଜମି କିସମ ବଦଳ କରି ଠକେଇ ଘଟଣାରେ ଆଉ ୩ ଗିରଫ

ଢେଙ୍କାନାଳ ସଦର ତହସିଲ ଅଞ୍ଚଳରେ ଜମି କିସମ ବଦଳ କରି ଠକେଇ ଘଟଣାରେ ପୋଲିସ ଆଉ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳ ତହସିଲ କାର୍ଯ୍ୟାଳୟର ୨ କର୍ମଚାରୀ । ଏମାନେ ହେଲେ ରେକର୍ଡ କିପର ଦୁଷ୍ମନ୍ତ ଦେହୁରୀ ଓ ସୌମ୍ୟରଂଜନ ପରିଡ଼ା । ଏହାସହ ଆବେଦନକାରୀ ଜଣେ ମହିଳାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି  । ଗତକାଲି ଏହି ମାମଲାରେ ତତ୍କାଳୀନ ଅତିରିକ୍ତ ତହସିଲଦାରଙ୍କ ସହ ୨ ଜଣଙ୍କୁ ଗିରଫ କରାଯାଇଥିଲା  । ଜଳାଶୟ ଜମିର କିସମ ପରିବର୍ତ୍ତନ କରି ବିକ୍ରି ମସୁଧା ନେଇ ଏତଲା ହୋଇଥିଲା  । ଏହି ମାମଲାର ଭିଜିଲାନ୍ସ ତଦନ୍ତ ହେବ ବୋଲି କହିଥିଲେ ଜିଲ୍ଲାପାଳ ।

  • Minati Mishra
  • 3 years ago

ବଜ୍ରାଘାତରେ ୧୧ ବଳଦ ମୃତ

ଜଙ୍ଗଲକୁ ଚରିବାକୁ ଯାଇଥିବାବେଳେ ବଜ୍ରାଘାତରେ ୧୧ ବଳଦ ମୃତ ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମଣ୍ଡାକିଆ ପଞ୍ଚାୟତର କରସାଡ଼ି ଜଙ୍ଗଲରେ । ବୁଡାମାହା ଗାଁର ଦାମୋଦର ପ୍ରଧାନ ଓ ଉତ୍ତମ ପ୍ରଧାନ ୬୦ରୁ ଅଧିକ ବଳଦ ନେଇ ନିକଟସ୍ଥ କରସାଡ଼ି ଜଙ୍ଗଲକୁ ଯାଇଥିଲେ । ଅଚାନକ ଘଡଘଡି ବିଜୁଳି ବର୍ଷା ସହ ବଜ୍ରାଘାତ ହେବା ଫଳରେ ଜଙ୍ଗଲରେ ଚରୁଥିବା ୧୧ ବଳଦଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଟିଥିଲା  ମୃତ ବଳଦଙ୍କ ମାଲିକଙ୍କୁ ତୁରନ୍ତ ସରକାରଙ୍କ ତରଫରୁ କ୍ଷତିପୂରଣ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

  • Minati Mishra
  • 3 years ago

ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛି କମିଶନରେଟ ପୋଲିସ

ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛି କମିଶନରେଟ ପୋଲିସ। ଜଗତସିଂହପୁର କୁଜଙ୍ଗ ଥାନାରେ ହୋଇଥିବା ମାମଲାକୁ କଟକ ସ୍ଥାନାନ୍ତର କରାଯାଇଛି  । ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ  । ଯେହେତୁ ମାମଲା କମିଶନରେଟ ପୋଲିସ ଅଧିନ ଅଞ୍ଚଳରେ ଘଟିଛି ତେଣୁ କଟକ ପୋଲିସ ସବୁ ଦିଗରୁ ମାମଲାର ତଦନ୍ତ କରିବ। ଏତଲାରେ ଅଭିଯୋଗ ଆଧାରରେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି। ଗତ ବୁଧବାର ଚିକିତ୍ସା ଅବହେଳା ଅଭିଯୋଗ ଆଣି କୁଜଙ୍ଗର ଦୁଷ୍ମନ୍ତ ଦାସ ବିଧାନସଭା ଆଗରେ ହାତ କାଟିବା ସହ ବିଷ ପିଇ ଦେଇଥିଲେ । ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା।

  • Minati Mishra
  • 3 years ago

ଟିକା ନେଲା ପରେ ଦେହରେ ସୃଷ୍ଟି ହେଉନି ଆଣ୍ଟିବଡି-ILS ନିର୍ଦ୍ଦେଶକ

କୋଭିଡକୁ ନେଇ ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ। କୋଭିଡ ମୁକାବିଲା କରିବା ପାଇଁ ଏକମାତ୍ର ଅସ୍ତ୍ର ହେଉଛି ଭାକ୍ସିନ। ହେଲେ ଟିକା ନେଲା ପରେ ଦେହରେ ଆଣ୍ଟିବଡି ସୃଷ୍ଟି ହେଉନି। More

  • Minati Mishra
  • 3 years ago

ନକଲି ଆଇଡି ଖୋଲି ଯୁବକଙ୍କଠାରୁ ଲୁଟୁଥିଲେ ଲକ୍ଷଲକ୍ଷ ଟଙ୍କା, ଧରାପଡ଼ିଲେ

ତାଙ୍କର ପରିଚୟ ବଦଳୁଥିଲା। କେତେବେଳେ ଡାକ୍ତର ତ କେତେବେଳେ ବିଉଟସିଆନ।  ତା ସହ ରୂପ ବି। ଏମିତି ନାଁ ଓ ଚେହେରା ବଦଳାଇ ପୁରୁଷଙ୍କୁ ଚୁନ ଲଗାଉଥିଲେ ଯୁବତୀ । ପ୍ରେମଜାଲରେ ଫସାଇ ଲୁଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା।  ଏବେ ପୋଲିସ ହାତରେ ଧରାପଡ଼ିଛନ୍ତି। More

  • Rajalaxmi Sahoo
  • 3 years ago

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇପାରେ ଲଘୁଚାପ କ୍ଷେତ୍ର

ପୂର୍ବକେନ୍ଦ୍ରୀୟ ଓ ଏହା ତତ୍‌ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେବାର ସମ୍ଭାବନା ରହିଛି। More

  • Pallipuspa Samal
  • 3 years ago

ଘରେ ବନାନ୍ତୁ ସୁଆଦିଆ 'ଦହି ମଟନ୍'

ଆଗରୁ ମଟନ୍‌ରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ଏକ ନୂଆ ଶୈଳୀରେ ମଟନର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଦହି ମଟନ୍’ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା । More

  • Minati Mishra
  • 3 years ago

ପର୍ବ ହେଉ କିନ୍ତୁ ଆଡମ୍ବର ନ ରହୁ

କେରଳରେ ଓଣମ ଓ ବକରିଦ୍ ପାଳନ ପାଇଁ ଅନୁମତି ମିଳିଥିଲା । ତାହାର ପରିଣାମ ଆଜି ଦେଖିବାକୁ ମିଳୁଛି ସେଠାରେ । କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଛି । ଏଣୁ ପର୍ବ ପାଳନ ହେଉ। ହେଲେ ବଡ଼ ଆଡ଼ମ୍ବରରେ ପାଳନ ନ କରାଗଲେ ଭଲ। ଯେତେ କମ୍ ଲୋକଙ୍କୁ ନେଇ ପର୍ବ ପାଳନ କରିହେବ, ତାହା କରିବା ଉଚିତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର କହିଛନ୍ତି। ଏଣୁ ପାର୍ବଣ ଋତୁ ପାଇଁ ଜାରି ହୋଇଥିବା କଟକଣା କଡ଼ାକଡ଼ି ଭାବେ ପାଳନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।
 

  • Minati Mishra
  • 3 years ago

ହାତୀ ଆକ୍ରମଣରେ ଜଣେ ମୃତ

କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବାଂଶପାଳ ଜୁଆଙ୍ଗ ସାହି ଠାରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଜୁଆଙ୍ଗ ସାହିର ମକରୁ ନାଏକ। ଗତକାଲି ଏକ ୩ ଟିକିଆ ହାତୀ ପାଲ ବାଂଶପାଳ ଜୁଆଙ୍ଗ ସାହିରେ ବ୍ୟାପକ ଉପଦ୍ର କରିଥିଲେ। ଆଜି ଭୋର ସମୟରେ ମକରୁ ଶୌଚ କରିବାକୁ ଘର ପଛକୁ ଯାଇଥିବା ସମୟରେ ହାତୀ ପଲ ତାଙ୍କୁ ଦଳି ଦେଇଥିବାରୁ ତାଙ୍କ ମୃତ୍ୟୁ ହୋଇଥିବା  ସୂଚନା ମିଳିଛି । ହାତୀପଲ ମକରୁଙ୍କୁ ଆକ୍ରମଣ କରିବା ପୂର୍ବରୁ ଅଙ୍ଗନବାଡି କେନ୍ଦ୍ର ଝରକା ଭାଙ୍ଗିବା ସହିତ ନିରାକାର ପେଣ୍ଠେଇ ନାମକ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ଚାଉଳ ଖାଇଦେଇଥିଲେ । ବହୁ ସମୟରେ ହାତୀପଲ ଏଠି ଉପଦ୍ର କରୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।ତେବେ ଘଟଣା ସ୍ଥଳରେ ବନ ବିଭଗ କର୍ମଚାରୀ ପହଁଚି ଅନୁଧ୍ୟାନ କରିଛନ୍ତି॥

  • Minati Mishra
  • 3 years ago

ନଦୀରେ ବୁଡିଗଲା ଡଙ୍ଗା, ଶିଶୁ ନିଖୋଜ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁଲୁତାଜୋର ତେଲନଦୀ ଫାସେଡ଼ ଘାଟରେ ଦେଶୀ ଡ଼ଙ୍ଗା ବୁଡି ଯିବାରୁ ଜଣେ ୩ ବର୍ଷର ଶିଶୁ ନିଖୋଜ ହୋଇଯାଇଛି । ତେବେ ଏଥିରେ ଥିବା ୧୫ ଜଣ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ଘଟଣା ସ୍ଥଳରେ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ଖୋଜିବା ଆରମ୍ଭ କରିଛନ୍ତି॥ ଫାସେଡ଼ ଅଞ୍ଚଳର ୧୫ ଜଣ ଓ ଜଣେ ୩ ବର୍ଷର ଶିଶୁ ବଲାଙ୍ଗିର ଜିଲ୍ଲା ଦେଓଗାଁକୁ ଫୁଟବଲ୍ ମ୍ୟାଚ ଦେଖିବାକୁ ଯାଇଥିଲେ। ସଂଧ୍ୟା ୭ଟା ୩୦ ବେଳେ ସେମାନେ ଖେଳ ଦେଖି ଡଙ୍ଗାରେ ଚେଲ୍ ନଦୀ ପାର୍ ହୋଇ ଆସୁଥିଲେ । ତେବେ ନଈ ମଝିରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା ତେବେ ଡଂଗାବୁଡିରୁ ସମସ୍ତ ୧୫ ଜଣ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବାବେଳେ ଶିଶୁଟିର ପତ୍ତା ମଳୁନି।
 

  • Minati Mishra
  • 3 years ago

୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩୦ କରୋନା ପଜିଟିଭ , ପିଲାଙ୍କ ସଂଖ୍ୟା ୧୧୬

700 ତଳକୁ ଖସିଲା କରୋନା ସଂକମଣ। ଅନୁଗୁଳର ବାହାରିଲେନି କେହି ଜଣେ ବି ଆକ୍ରାନ୍ତ। ସେହିପରି ୮ ରୋଗୀଙ୍କର ଆଜି ମୃତ୍ୟୁ ଘିଛି। More

  • Minati Mishra
  • 3 years ago

Daily Horoscope, 11 Sept 2021: ଜାଣନ୍ତୁ ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳରେ ? କେମିତି କଟିବ ଆଜିର ଦିନ ? ଜାଣନ୍ତୁ ଆଜିର ଦୈନିକ ରାଶିଫଳରୁ। More

  • Minati Mishra
  • 3 years ago

ରାଉରକେଲାରେ ଫୁଟିଲା ଗୁଳି, ଚାଲିଗଲା ଯୁବକଙ୍କ ଜୀବନ

ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନଶୃଙ୍ଖଳା ପରିସ୍ଥିତି। କଥାକଥାକେ ଫୁଟୁଛି ଗୁଳି।  ଦିନ ଦ୍ୱିପହରରେ ଏପରି ଘଟଣା ଘଟୁଥିଲେ ବି କିଛି କରିପାରୁନି ପୋଲିସ।  ଇସ୍ପାତ ସହର ରାଉରକେଲାରେ ‍ହୋଇଛି ଗୁଳିମାଡ। More

  • Rajalaxmi Sahoo
  • 3 years ago

ଦ୍ରୁତ ଗତିରେ ଆସି ଟ୍ରକ୍‌ ପଛରେ ପିଟି ହେଲା ବାଇକ୍‌, ୨ ମୃତ

୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ ପଛରେ ବାଇକ୍‌ ପିଟି ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। More

  • Rajalaxmi Sahoo
  • 3 years ago

ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣା: ଆନ୍ଦୋଳନ କରୁଥିବା ବିଜେପି ନେତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ

ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରି ପରେ ହସ୍ପିଟାଲ୍‌ରେ ମୃତ୍ୟୁବରଣ କରିଥିବା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁକୁ ନେଇ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଛି।  More

  • Chandan Shishu
  • 3 years ago

ଆଧୁନିକ LHB କୋଚ୍ ସହ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ

ଏହି କୋଚ୍‌ରେ ଆରାମଦାୟକ ଯାତ୍ରା ସହ ପ୍ରଶସ୍ତ ଝରକା ଏବଂ ଅତ୍ୟାଧୁନିକ ଆଭ୍ୟନ୍ତରୀଣ ସୁବିଧା ପ୍ରଦାନ କରାଯାଇଛି। ଯାତ୍ରୀଙ୍କୁ ଉନ୍ନତ ତଥା ସୁଖଦ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବା ରେଳମନ୍ତ୍ରାଳୟର ମୂଳ ଉଦ୍ଦେଶ୍ୟ ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି। କିଛି ଦିନ ତଳେ ହୀରାଖଣ୍ଡ ଏକ୍ସପ୍ରେସରେ ଯାତ୍ରା କରିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। More

  • Chandan Shishu
  • 3 years ago

ନେଟ୍‌ୱର୍କ ନଥିବାରୁ ପିଲାଙ୍କ ପଢାରେ ବନ୍ଧା ହେଲାଣି ଡୋରୀ

ରାଜ୍ୟ କଥା ଛାଡ଼ନ୍ତୁ, ଦେଶରେ ବି କରୋନା କାଳରେ ପାଠପଢ଼ା ନେଇ ଉଦବେଗଜନକ ତଥ୍ୟ ଦେଇଛି ଲକ୍‌ଡ୍‌ ଆଉଟ୍। ଏମର୍ଜେନ୍ସି ରିପୋର୍ଟ ଅନ୍ ସ୍କୁଲ ଏଜୁକେସନ୍ ସର୍ଭେ ରିପୋର୍ଟ ସଂଗୃହୀତ ତଥ୍ୟ କହୁଛି, ଗ୍ରାମାଞ୍ଚଳର ୩୭ ପ୍ରତିଶତ ଓ ସହରାଞ୍ଚଳର ୧୯ ପ୍ରତିଶତ ଛାତ୍ରଛାତ୍ରୀ ପାଠ ପଢ଼ା ଛାଡ଼ିଦେଲେଣି।ସାରା ଦେଶରେ ମାତ୍ର ୮ ପ୍ରତିଶତ ଛାତ୍ରଛାତ୍ରୀ ନିୟମିତ ଅନଲାଇନ୍‌ରେ ପଢ଼ୁଛନ୍ତି।  More

  • Chandan Shishu
  • 3 years ago

ମଣ୍ଡପରେ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ବଢ଼ିଲେ କେମିତି ବଢ଼ିବ କରୋନା?: ପ୍ରଭାତ

ବୈଠକରେ ଉପସ୍ଥିତ ଥିବା ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କ ସହ ଆଲୋଚନାରୁ ସେମାନେ ପ୍ରସ୍ତାବରେ ସହମତ ଥିବା ଜଣାପଡୁଥିଲା। ହେଲେ ଆଜି ସରକାର ନେଇଥିବା ନିଷ୍ପତ୍ତିର କାରଣ ସମ୍ପର୍କରେ ଜାଣିବା ସମ୍ଭବ ହେଉନି। ସେପଟେ ବର୍ତ୍ତମାନ ପ୍ରସଙ୍ଗ ଆଉ ପୂଜା ଓ ଶାନ୍ତି କମିଟିରେ ସୀମିତ ରହିନାହିଁ, ଶାନ୍ତି କମିଟିକୁ ପଛରେ ପକାଇ ବହୁ ସଂଗଠନ ଆଗକୁ ଆସିଗଲେଣି। More

  • Chandan Shishu
  • 3 years ago

ମୋ ପୁଅକୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି: ମୃତ ଦୁଷ୍ମନ୍ତ ମା'

ଦୁଷ୍ମନ୍ତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିକୁ ପୁଣି ଦୋହରାଇଛି ବିଜେପି। ଆଜି କେତେକ ଅସମାହିତ ପ୍ରଶ୍ନ ଉଠାଇ ଏହାର ଜବାବ ମାଗିଛନ୍ତି ବରିଷ୍ଠ ନେତା ମନମୋହନ ସାମଲ। ସେ ଅଭିଯୋଗ କରିଛନ୍ତି- ରାତିରେ ଦୁଷ୍ମନ୍ତଙ୍କ ପୋଷ୍ଟମର୍ଟମ କଲେ, ହେଲେ ଗାଁକୁ ଶବ କାହିଁକି ନେଲେ ନାହିଁ। ତାଙ୍କ ଝିଅ ନାଁରେ ୩୦ ଲକ୍ଷ ଓ ପରିବାର ସଦସ୍ୟଙ୍କୁ ୨୦ ଲକ୍ଷ ମିଳୁ। ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରନ୍ତୁ। More

  • Chandan Shishu
  • 3 years ago

ଡେପୁଟି କଲେକ୍ଟର ହେବା ମୋର ଲକ୍ଷ୍ୟ: ପ୍ରମୋଦ ଭଗତ

ଚାକିରି ନେଇ ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ଭଲ ହେବ କହିଛନ୍ତି ପ୍ରମୋଦ। ସେପଟେ ପ୍ରମୋଦ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରମୋଦଙ୍କୁ ବିମାନ ବନ୍ଦରରୁ ଖୋଲା ଜିପରେ ଶୋଭାଯାତ୍ରା କରି କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। More