• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 30 August 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 3 years ago

କାଲିଠୁ ମୌସୁମୀ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ଅନେକ ଅସ୍ତ୍ର

ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ । ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିଜେପି ଓ କଂଗ୍ରେସ ତାର ଷ୍ଟ୍ରାଟେଜୀ ପ୍ରସ୍ତୁତ କରୁଛନ୍ତି । ତେବେ ସ୍ପଳ୍ପକାଳୀନ ଅଧିବେଶନ ହୋଇଥିଲେ ମଧ୍ୟ ବିରୋଧୀଙ୍କ ହାତରେ ପ୍ରସଙ୍ଗର ଲମ୍ବାତାଲିକା । More
  • Satyendu Shekher Mishra
  • 3 years ago

ଡେମୋ ଦେଖାଇଲେ ଲୁଟେରା, କେମିତି କରୁଥିଲେ ATM ଲୁଟ୍ !

ଏଟିଏମ୍‌ରୁ ଆଖି ପିଛୁଳାକେ ଗାଏବ ହେଉଥିଲା ଟଙ୍କା । ସାମାନ୍ୟ ଖଣ୍ଡେ ଲୁହା ପାତରେ ଚାଲୁଥିଲା କାରସାଦି । ୪୮ ଘଣ୍ଟାରେ ୧୧ ଏଟିଏମ୍‌ରେ ଲଗାଇଛନ୍ତି ଚୂନ । ଖୋଦ୍ କମିଶନରେଟ୍ ପୋଲିସ ଆଗରେ ଲୁଟ୍ ଲାଇଭ୍ ଡେମୋ ଦେଖାଇଛନ୍ତି ଆନ୍ତରାଜ୍ୟ ଏଟିଏମ୍ ଲୁଟେରା । More
  • Pramod Behera
  • 3 years ago

କ’ଣ ହେବ ସେପ୍ଟେମ୍ବର ଗାଇଡ୍‌ଲାଇନ୍

ସେପ୍ଟେମ୍ବରରେ ସରକାର ସଂପୂର୍ଣ୍ଣ ଅନ୍‌ଲକ୍‌କୁ ଯିବେ ନା କଟକଣାକୁ ଆଉ ଟିକେ କୋହଳ କରିବେ ସେନେଇ ଲୋକେ ଚାହିଁ ବସିଛନ୍ତି। ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ନୂଆ ଗାଇଡ୍‌ଲାଇନ ଆସିବାକୁ ଥିବାବେଳେ ସରକାରଙ୍କ ନିଷ୍ପତ୍ତି ଉପରେ ନଜର ରହିଛି। ରାଜ୍ୟରେ କରୋନା ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ ପାଇବା ସହ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବି କମିଛି । ତେବେ ପିଲାଙ୍କ ସଂକ୍ରମଣ ବଢିବା ଓ ତୃତୀୟ ଲହର ଆଶଙ୍କା ସରକାରଙ୍କ ନିଷ୍ପତ୍ତିର ମାନଦଣ୍ଡ ହେବ ବୋଲି ଆଶା କରାଯାଉଛି। More
  • Pramod Behera
  • 3 years ago

ଫିଟୁଛି ଗୁରୁଜୀଙ୍କ ନକଲି ମାନବବାଦର ଅସଲି ଗୁମର

ତଥାକଥିତ ମାନବବାଦ ସଂଗଠନର ଗୁମର ସାମ୍ନାକୁ ଆସୁଛି । କେଉଁଠି ଚାନ୍ଦା ନ ଦେଲେ ମାଡ଼ ତ କେଉଁଠି ସଂଗଠନକୁ ବିରୋଧ କଲେ ହତ୍ୟା ଅଭିଯୋଗ। ପୂର୍ବରୁ ଶାସକ ଦଳ ସହ ସଂପୃକ୍ତିର ନିଚ୍ଛକ ଚିତ୍ର ସାମ୍ନାକୁ ଆସିଥିବା ବେଳେ ଏବେ ସଂଗଠନର ଜାତି ଆଉ ଧର୍ମ ବିରୋଧୀ ଆଭିମୁଖ୍ୟ ପଦାକୁ ଆସିଛି। ସଂଗଠନ ସଧବାଙ୍କୁ ଶଙ୍ଖା ଆଉ ସିନ୍ଦୂର ନ ପିନ୍ଧିବାକୁ ତାଗିଦ୍ କରୁଛି, କାହାର ବିୟୋଗ ହେଲେ ଗୃହକର୍ତ୍ତାଙ୍କୁ ଶୁଦ୍ଧିକ୍ରିୟା ପାଇଁ ବାରଣ କରୁଛି। ଖିଲାପ କଲେ ଗାଁରୁ ମାଡ଼ଖାଇ ବିଦା ହେବା ଥୟ। More
  • Satyendu Shekher Mishra
  • 3 years ago

ତରଙ୍ଗରେ ଆଜିଠାରୁ ପ୍ରସାରିତ ହେବ ବହୁ ପ୍ରତିକ୍ଷିତ ଧାରାବାହିକ ଶ୍ରୀମନ୍ଦିର

ତରଙ୍ଗରେ ଆଜିଠାରୁ ପ୍ରସାରିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଧାରାବାହିକ ଶ୍ରୀମନ୍ଦିର । ଶ୍ରୀମନ୍ଦିର ସାକ୍ଷୀ ଥିବା କିଛି ତ୍ୟାଗ ଓ ଗୌରବମୟ କାହାଣୀକୁ ନେଇ ତରଙ୍ଗ ଟିଭି ପ୍ରସ୍ତୁତ କରିଛି ଏହି ନୂଆ ଧାରାବାହିକ ଶ୍ରୀମନ୍ଦିର । More
  • Satyendu Shekher Mishra
  • 3 years ago

ବଦଳିଗଲା ତାରାଙ୍କ ତେବର, କହିଲେ ନିରଞ୍ଜନ ମୋ ବଡ଼ ଭାଇ..

ନରମିଲେ ତାରା । ବଦଳିଗଲା ତାରାଙ୍କ ତେବର । ପିସିସି ସଭାପତିଙ୍କ ନାଁରେ ବିଷୋଦଗାର କରୁଥିବା କଂଗ୍ରେସ ବିଧାୟକ ତାରା ବାହିନୀପତି ଏବେ ନରମି ଯାଇଛନ୍ତି । ଦିନେ ଅଯୋଗ୍ୟ କହୁଥିବା ନିରଞ୍ଜନଙ୍କୁ ଏବେ ସେ ବଡ଼ ଭାଇ ବୋଲି କହିଛନ୍ତି । More
  • Satyendu Shekher Mishra
  • 3 years ago

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଟଙ୍କା ଠକେଇ ଉଦ୍ୟମ ମାମଲାରେ ଜଣେ ଘରୋଇ ହସ୍ପିଟାଲର ରେକର୍ଡ କିପର ଗିରଫ

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଟଙ୍କା ଠକେଇ ଉଦ୍ୟମ ମାମଲାରେ ଜଣେ ଘରୋଇ ହସ୍ପିଟାଲର ରେକର୍ଡ କିପର ଗିରଫ । ଅଭିଯୁକ୍ତ ଜଣକ ହେଲେ ଦିଲୀପ ବେହେରା । ସ୍ୱାସ୍ଥ୍ୟ ବିଭାଗର ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଭୁବନେଶ୍ୱରର ଭରତପୁର ଥାନା ପୋଲିସ ନକଲି ରୋଗୀ, ଜାଲ୍ କାଗଜପତ୍ର ଓ ମେଡିକାଲ ବିଲ୍ ଦେଖାଇ ଠକେଇ ଉଦ୍ୟମ କରାଯାଇଥିଲା । ୫ ଲକ୍ଷ ଟଙ୍କାରୁ ଅଧିକ ଠକେଇ କରିବାକୁ ଉଦ୍ୟମ କରି ଅଭିଯୁକ୍ତ ଦିଲୀପ ଧରାପଡ଼ିଛି । ଆଉ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା ଚାଲିଥିବା ସୂଚନା ମିଳିଛି । ଏହି ଘଟଣାରେ ଦୁଇରୁ ଅଧିକ ଦଲାଲ ଏବେ ବି ଫେରାର ଅଛନ୍ତି ।

  • Satyendu Shekher Mishra
  • 3 years ago

ତେଲ ଟ୍ୟାଙ୍କରରେ ଗଂଜେଇ ଚାଲାଣ

ତେଲ ଟ୍ୟାଙ୍କରରେ ଗଂଜେଇ ଚାଲାଣ । ସମ୍ବଲପୁର ଅଇଁଠାପାଲିରୁ ଚାଲାଣ ବେଳେ ଧରିଲା ଭୁବନେଶ୍ୱର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଟ୍ୟାଙ୍କରରୁ ୮୫୦ କେଜି ଗଂଜେଇ ଜବତ ହୋଇଛି । ଆନ୍ଧ୍ରରୁ ରାଉରକେଲା ଚାଲାଣ ବେଳେ ଏହି ସବୁ ଗଂଜେଇ ଜବତ ହୋଇଛି । ବିଶେଷ ସୂତ୍ରରୁ ଖବର ପାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଟିମ ରେଡ୍ କରି ଏହି ସବୁ ଗଂଜେଇ ଜବତ କରିଛି । ମାମଲାରେ ଟ୍ୟାଙ୍କର ଡ୍ରାଇଭର ଓ ସହ ଡ୍ରାଇଭରକୁ ଗିରଫ କରିଛି ଏନ୍‌ସିବି । ଉଭୟ ପଶ୍ଚିମବଂଗର ବାସିନ୍ଦା । ଚାଲାଣ ହେଉଥିବା ଏହି ଗଂଜେଇ ଆନ୍ଧ୍ରପ୍ରଦେଶ ସାଲୁରରୁ ରାଉରକେଲାକୁ ଯାଉଥିଲା ।

  • Satyendu Shekher Mishra
  • 3 years ago

ଉଦ୍‌ଘାଟନ ସମାରୋହରେ ମୁହାଁ ମୁହିଁ ହେଲେ ବିଜେଡି-ବିଜେପି, ଠେଲା-ପେଲାରୁ ଧସ୍ତା-ଧସ୍ତି !

ସୁନ୍ଦରଗଡ଼ ଜିଲ୍ଲା ମନୋହରପୁର ଓପିସିଏଲ୍ ଖଣିରୁ କୋଇଲା ପରିବହନର ଉଦ୍‌ଘାଟନ ସମୟରେ ବିଜେଡି-ବିଜେପି ମୁହାଁମୁହିଁ । କିଛି ସମୟ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।  More

  • Satyendu Shekher Mishra
  • 3 years ago

ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଇଡିର ଜେରା

ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଇଡିର ଜେରା । ଜାକଲିନ୍‌ଙ୍କୁ ଦିଲ୍ଲୀରେ ୫ ଘଣ୍ଟା ଧରି ପଚରାଉଚରା । ମନି ଲଣ୍ଡ୍ରିଂ ମାମଲାରେ ଇଡି ଚଳାଇଛି ପଚରାଉଚରା ।

  • Satyendu Shekher Mishra
  • 3 years ago

ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କୁ ନେଇ ବିଜେଡିର ପ୍ରତିକ୍ରିୟା

ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କୁ ନେଇ ବିଜେଡିର ପ୍ରତିକ୍ରିୟା । ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ପ୍ରତିକ୍ରିୟା ରଖିଲେ । କହିଲେ ଆଇନର ଊର୍ଦ୍ଧ୍ୱରେ କେହି ନାହାନ୍ତି, ଆଇନ ତା ବାଟରେ ଯିବ ।

  • Satyendu Shekher Mishra
  • 3 years ago

ATM ଲୁଟ୍ ପାଇଁ କେମିତି ଲଗାଉଥିଲେ ସ୍ୱତନ୍ତ୍ର ଡିଭାଇସ୍, ଡେମୋ ଦେଖାଇଲେ ଲୁଟେରା

ରାଜଧାନୀ ଭୁବନେଶ୍ୱରରେ ATM ଲୁଟ୍‌ର ଡେମୋ ଦେଖାଇଲେ ଗିରଫ ୩ ଅଭିଯୁକ୍ତ । ଗତ ସପ୍ତାହରେ ଲିଙ୍ଗରାଜ ଥାନା ଅଞ୍ଚଳରେ ଏଟିଏମ୍ ଲୁଟ ବେଳ ଧରାପଡ଼ିଥିବା ଅଭିଯୁକ୍ତଙ୍କୁ ଧରି ଘଟଣାର ଡେମୋ କରିଥିଲା କମିଶନରେଟ ପୋଲିସ । More

  • Satyendu Shekher Mishra
  • 3 years ago

  • Satyendu Shekher Mishra
  • 3 years ago

ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ଜାଭେଲିନ୍ ଥ୍ରୋରେ ସୁମିତ ଅନ୍ତିଲଙ୍କୁ ସ୍ୱର୍ଣ୍ଣ ପଦକ । ବିଶ୍ୱ ରେକର୍ଡ ସହ ସୁମିତ ଜିତିଲେ ସ୍ୱର୍ଣ୍ଣ ପଦକ । ୬୮.୫୫ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ଜିତିଲେ ସ୍ୱର୍ଣ୍ଣ । ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି । ୭ ପଦକ ମଧ୍ୟରେ ୨ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୧ ବ୍ରୋଞ୍ଜ ।

  • Satyendu Shekher Mishra
  • 3 years ago

‘ମନିଟାଇଜେସନ୍‌ ନାଁରେ ବିଜେପି ନିର୍ବାଚନ ପାଣ୍ଠି ଗୋଟାଉଛି: ପଞ୍ଚାନନ କାନୁନଗୋ

ବିଭିନ୍ନ ଜାତୀୟ ସଂପତ୍ତିର ମନିଟାଇସେଜନ ପାଇଁ ମୋଦି ସରକାରଙ୍କ ଯୋଜନାକୁ କଂଗ୍ରେସର ଜୋରଦାର ବିରୋଧ । ମୋଦି ସରକାର କାହିଁକି ଘରୋଇକରଣ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ପଞ୍ଚାନନ କାନୁନଗୋ । More

  • Rajalaxmi Sahoo
  • 3 years ago

କୂଅରୁ ମିଳିଲା ଯୁବକଙ୍କ ମୃତଦେହ

ଖୋର୍ଦ୍ଧା ବାଣପୁର ନିମୁନା ଗାଁରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହକୁ ଗାଁର ଏକ କୂଅରୁ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ଅଶୋକ ନାୟକ। ସକାଳେ କୂଅରେ ଚପଲ ଭାସୁଥିବା ଦେଖି ଗାଁ ଲୋକେ ସନ୍ଦେହ କରିଥିଲେ। ପରେ ଅଗ୍ନିଶମ ବାହିନୀକୁ ଡକାଇ କୂଅରୁ ମୃତଦେହ ଉଦ୍ଧାର କରାଯାଇଥିଲା। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।  ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।  

  • Rajalaxmi Sahoo
  • 3 years ago

ନୀଳାଚଳ ଇସ୍ପାତ୍ ନିଗମରୁ ବିଦ୍ୟୁତ୍ ସେବା ବିଚ୍ଛିନ୍ନ

ନୀଳାଚଳ ଇସ୍ପାତ୍ ନିଗମରୁ ବିଦ୍ୟୁତ୍ ସେବା ବିଚ୍ଛିନ୍ନ। ବିଦ୍ୟୁତ୍ ବିଲ୍ ପଇଠ ନହେବାରୁ ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳର ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍ ନିଗମରୁ ବିଦ୍ୟୁତ୍ ସେବା ବିଚ୍ଛିନ୍ନ କରାଯାଇଛି। ମୁଖ୍ୟତଃ କାରଖାନାରେ କୋଇଲା ନଥିବା ଦର୍ଶାଇ ୨୦୨୦ ମାର୍ଚ୍ଚ ୩୦ ତାରିଖରେ ୧୧ ମିଲିୟନ୍ କ୍ଷମତା ସମ୍ପନ୍ନ କୋକୋଭାନ୍ ପ୍ଲାଣ୍ଟ ଏବଂ ସିପିପିକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା। ଫଳରେ ସେଠାରେ କାର୍ଯ୍ୟରତ ୫ ହଜାରରୁ ଅଧିକ କର୍ମଚାରୀ ଏବେ ଆଶା ଓ ଆଶଙ୍କାରେ ଅଛନ୍ତି। କାରଖାନାର ପୁନରୁଦ୍ଧାର ପାଇଁ ଶ୍ରମିକ ଆନ୍ଦୋଳନ ଜାରି ରହିଥିବା ବେଳେ ଏବେ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହେବା, ଶ୍ରମିକଙ୍କ ଚିନ୍ତା ବଢାଇଛି। କାରଖାନାର ପୁନରୁଦ୍ଧାର କରିବା ସହିତ ବିଦ୍ୟୁତ୍ ସେବା ସଂଯୋଗ ପାଇଁ କର୍ମଚାରୀ ମାନେ ଦାବି କରିଛନ୍ତି। 

  • Rajalaxmi Sahoo
  • 3 years ago

‘କିଷାନ ସଭା’ କାର୍ଡ ନାଁରେ ଠକେଇ, ସୁବିଧା ମିଳିବ କହି ଚାଷୀଙ୍କଠୁ ନେଇଗଲେ ଟଙ୍କା

ଚାଷୀଙ୍କୁ ସାଂଘାତିକ ଭାବେ ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ଚାଷୀଙ୍କୁ କିଷାନ ସଭା କାର୍ଡ ଦେଇ ସେଥିରେ ସମସ୍ତ ପ୍ରକାର ସୁବିଧା ମିଳୁଥିବା କହି ଠକେଇ ହୋଇଥିବା ଅଭିଯୋଗ ଆସିଛି। More

  • Rajalaxmi Sahoo
  • 3 years ago

ମାନବବାଦ ସଙ୍ଗଠନ ନାଁରେ ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର, ପୁଣି ଆସିଲା ସାଂଘାତିକ ଅଭିଯୋଗ

ମାନବବାଦ ସଙ୍ଗଠନ ନାଁରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି। ମାନବବାଦ ସଙ୍ଗଠନର ଅତ୍ୟାଚାରରେ ପ୍ରାୟ ୮ ବର୍ଷ ହେଲା ଗାଁ ଛାଡି ୬ ପରିବାର ଜଙ୍ଗଲରେ ରହୁଛନ୍ତି। ଖୋର୍ଦ୍ଧା ସଦର ଥାନା ଡାଳତୋଳା ଆଦିବାସୀ ସାହିରୁ ଏଭଳି ଅଭିଯୋଗ ଆସିଛି। More

  • Prangyan Parimita
  • 3 years ago

’ଟିକାକରଣରେ ଭାରତର ପ୍ରଦର୍ଶନ ବେଶ୍ ଭଲ’

କୋଭିଡ ଟିକାକରଣରେ ଭାରତର ପ୍ରଦର୍ଶନ ବେଶ୍ ଭଲ ରହିଛି । ଟିକାକରଣକୁ ପ୍ରୋତ୍ସାହନ କରାଯିବା ଦରକାର ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଦେଶର ଜନସଂଖ୍ୟାର ଅଧା ଲୋକ ଟିକା ନେଇ ସାରିଲେଣି । ସମୁଦାୟ ଜନସଂଖ୍ୟାର ୫୦ ପ୍ରତିଶତ ଲୋକ ଅତିକମ୍‌ରେ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି More

  • Rajalaxmi Sahoo
  • 3 years ago

ପୁଣି ଚର୍ଚ୍ଚାରେ ୫ବର୍ଷର ଝିଅ ଏସ୍ତେର ହନମତେ

ମିଜୋରାମର ୫ବର୍ଷର କୁନି ଝିଅ ଏସ୍ତେର ହନମତେଙ୍କୁ ନେଇ ପୁଣି ଚର୍ଚ୍ଚା। ନିଜର ସୁଲଳିତ କଣ୍ଠସ୍ୱର ପାଇଁ ସମସ୍ତଙ୍କ ମନ ଜିଣୁଥିବା ଏହି କୁନି ଝିଅଟିର ଜାତୀୟ ସଙ୍ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଆସାମ ରାଇଫଲ୍ସ ପକ୍ଷରୁ ତାଙ୍କର ସ୍ୱର ରେକର୍ଡିଂ କରାଯାଇଛି। ଆର୍ମି ବ୍ୟାଣ୍ଡର ତାଳେ ତାଳେ ଏସ୍ତେର ଜାତୀୟ ସଂଗୀତ ଗାଇ ସମସ୍ତଙ୍କୁ ବିମୋହିତ କରିଛନ୍ତି। ଆସାମ ରାଇଫଲ୍ସ ପକ୍ଷରୁ ଜାରି କରାଯାଇଥିବା ଏହି ଭିଡିଓରେ କୁନି ଝିଅଟି ସେନା ପୋଷାକ ପିନ୍ଧି ଯବାନମାନଙ୍କ ସହ ପାଦକୁ ପାଦ ମିଳାଇ ପରେଡ୍ କରୁଥିବା ଦେଖିବାକୁ ମିଳିଛି।  ଗତବର୍ଷ ମଧ୍ୟ ବନ୍ଦେ ମାତରମ୍ ସଙ୍ଗୀତ ଗାଇ ଏସ୍ତେର ହନମତେ ଚର୍ଚ୍ଚାକୁ ଆସିଥିଲେ।  

  • Rajalaxmi Sahoo
  • 3 years ago

  • Rajalaxmi Sahoo
  • 3 years ago

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ରାଜ୍ୟରେ ସ୍ନାତକ ପରୀକ୍ଷା ଦେଇଥିବା ପିଲାଙ୍କ ରେଜଲଟ୍‌ ତୁରନ୍ତ ପ୍ରକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପିଲାଙ୍କ କଲ୍ୟାଣ ଓ କ୍ୟାରିୟରକୁ ଦେଖି ଶେଷ ସେମିଷ୍ଟରର ଫାଇନାଲ ମାର୍କସିଟ ବା ପ୍ରୋଭିଜିନାଲ ମାର୍କସିଟ ଶୀଘ୍ର ଦେବାକୁ ସେ ଅନୁରୋଧ କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ଅଗଷ୍ଟ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଛାତ୍ରଛାତ୍ରୀମାନେ ସ୍ନାତକ ଷଷ୍ଠ ସେମିଷ୍ଟର ପରୀକ୍ଷା ଦେଇଥିଲେ। ଏହାର ରେଜଲ୍ଟ ପ୍ରକାଶ ପାଇନାହିଁ। ଏବେ ଅନେକ ବିଶ୍ୱବିଦ୍ୟାଳୟର ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ପିଲାଙ୍କ ଚିନ୍ତା ବଢ଼ି ଯାଇଛି। କାରଣ ମାର୍କସିଟ୍ କି ପ୍ରୋଭିଜିନାଲ ସାର୍ଟିଫିକେଟ ନ ହେଲେ ସେମାନେ ନାମ ଲେଖାଇ ପାରିବେ ନାହିଁ। କ୍ୟାରିୟରରେ ପ୍ରଭାବ ପଡ଼ିବ। ରାଜ୍ୟ ବାହାରେ ଅଫ୍‌ଲାଇନ୍‌ରେ ହେଉଥିବା ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଦେଇପାରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଷଷ୍ଠ ସେମିଷ୍ଟରର ରେଜଲ୍ଟ ବାହାର କରିବାକୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାର ସୁଯୋଗ ପାଇବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି।  

  • Rajalaxmi Sahoo
  • 3 years ago

ATM ଲୁଟ୍ ଉଦ୍ୟମର ଡେମୋ ଦେଖାଇଲେ ଅଭିଯୁକ୍ତ

ରାଜଧାନୀ ଭୁବନେଶ୍ୱରରେ ATM ଲୁଟ୍ ଉଦ୍ୟମର ଡେମୋ। ଦୁଇ ଅଭିଯୁକ୍ତଙ୍କୁ ଧରି ଡେମୋ କରିଛି କମିଶନରେଟ ପୋଲିସ। ଗତ ୨୫ ତାରିଖରେ ଲିଙ୍ଗରାଜ ଥାନା ଅନ୍ତର୍ଗତ ପୁରୁଣା ଭୁବନେଶ୍ୱର ବଢ଼େଇବାଙ୍କ ଛକରେ ଥିବା ଏକ ATMକୁ ହ୍ୟାକ୍ କରି ଦୁର୍ବୃତ୍ତମାନେ ଲୁଟ୍ ଉଦ୍ୟମ କରିଥିଲେ। ଏହି ଘଟଣାରେ ଲିଙ୍ଗରାଜ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା। ପ୍ରଥମେ ୨ ଜଣଙ୍କୁ ଧରିଥିବା ବେଳେ ପରେ ତୃତୀୟ ଅଭିଯୁକ୍ତ ଧରା ପଡ଼ିଥିଲା। ସେମାନେ କେମିତି ଲୁଟ୍ ଉଦ୍ୟମ କରିଥିଲେ, ଆଜି ତାର ଡେମୋ ଦେଖାଇଛନ୍ତି ଅଭିଯୁକ୍ତ।

  • Prangyan Parimita
  • 3 years ago

’ଆତଙ୍କବାଦ ମୁକାବିଲା ପାଇଁ ଭାରତ ପ୍ରସ୍ତୁତ’

ପୂର୍ବରୁ ଆଫଗାନିସ୍ତାନରୁ ଯାଇ ଆମେରିକା, ୟୁରୋପ ସହ କାଶ୍ମୀରରେ ଆଙ୍କବାଦୀମାନେ ଆତଙ୍କୀ କାର୍ଯ୍ୟକଳାପ କରିଥିବାର ଅନେକ ନଜିର ରହିଛି । ଆଫଗାନିସ୍ତାନ ପରି ଅନ୍ୟ ଦେଶରେ ଏଭଳି ସ୍ଥିତି ଏବେ ଦେଖାଦେବାର ଆଶଙ୍କା ରହିଛି । ତେବେ ଏହାର ମୁକାବିଲା ଲାଗି ଭାରତ ପୂରା ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ । ଭାରତୀୟ ସେନା ଓ ଏୟାରଫୋର୍ସ ସମସ୍ତ ପ୍ରସ୍ତୁତ ଅଛନ୍ତି । More

  • Rajalaxmi Sahoo
  • 3 years ago

ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ଗାଡ଼ିରେ ଥିଲେ ୩୦ ଯାତ୍ରୀ

ଗତ ୨୪ ଘଣ୍ଟାରେ କୋରାପୁଟରେ ୨ଟି ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ, ଦୁର୍ଘଟଣାରେ କାହାର ମୃତ୍ୟୁ ଘଟି ନାହିଁ। ଭାରସାମ୍ୟ ହରାଇ ରାସ୍ତାକଡ଼କୁ ବସ୍‌ ଓଲଟି ପଡ଼ିବା ଯୋଗୁ ୪ ଜଣ ଆହତ ହୋଇଥିବା ବେଳେ ବୋଲେରୋ ଓଲଟି ୧୫ ଜଣ ଆହତ ହୋଇଛନ୍ତି। More

  • Prangyan Parimita
  • 3 years ago

ସାବାସ ସବ୍ୟସାଚୀ : ଶଢ଼େଇ କଳାରେ ଧୁରନ୍ଧର, ଭିନ୍ନକ୍ଷମ ହୋଇ ବି ସକ୍ଷମ

ବଲାଙ୍ଗିର ଜିଲ୍ଳା ପୁଇଁନ୍ତଲା ଗାଁର ଦିବ୍ୟାଙ୍ଗ ସବ୍ୟସାଚୀ ପଟେଲ । ଭଗବାନ ଜନ୍ମରୁ ଗୋଡକୁ ସିନା ପଂଗୁ କରିଦେଲେ, କିନ୍ତୁ କଥା କହୁଛି ସବ୍ୟସାଚୀଙ୍କ ହାତର ଯାଦୁଗରୀ । ବିନା କୌଣସି ଯନ୍ତ୍ରପାତିରେ ସଢ଼େଇରେ ନିଜେ ସୁନ୍ଦର ସୁନ୍ଦର ସୌଖୀନ ସାମଗ୍ରୀ ତିଆରି କରୁଛନ୍ତି । More

  • Rajalaxmi Sahoo
  • 3 years ago

SCB ଇକ୍‌ମୋ ୟୁନିଟରେ ଭର୍ତ୍ତି ହେଲେ ଆଉ ଜଣେ ରୋଗୀ

କଟକ SCB ମେଡିକାଲ୍‌ରେ ଇକ୍‌ମୋ ଚିକିତ୍ସା ଆରମ୍ଭ ହେବା ପରେ ଆଉ ଜଣେ ରୋଗୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଗତକାଲି ରାତିରେ ବଲାଙ୍ଗିର ଅଞ୍ଚଳର ଜଣେ ମହିଳାଙ୍କ ଇକ୍‌ମୋ ଚିକିତ୍ସା ଆରମ୍ଭ ହୋଇଛି। More

  • Rajalaxmi Sahoo
  • 3 years ago

ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ୩ ଜୀବନ

ହଳଦିଆପଦରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରେନ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଲେଭଲ୍‌ କ୍ରସିଂ ନିକଟରେ ଏହି ଦୁର୍ଘଟଣା ଘଟିଛି। ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ସେମାନଙ୍କୁ ଟ୍ରେନ୍ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି। More

  • Rajalaxmi Sahoo
  • 3 years ago

ଟ୍ୱିନ୍‌ସିଟିରେ ଚାଞ୍ଚଲ୍ୟ: ଗୋଟିଏ ଦିନରେ ଗଡ଼ିଲା ୨ଟି ମୁଣ୍ଡ

ଟ୍ୱିନ୍‌ସିଟିରେ ଚାଞ୍ଚଲ୍ୟ। କଟକରେ ଜଣେ ପୂର୍ବତନ କଲେଜ ଅଧ୍ୟକ୍ଷଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ଗୋଟିଏ ଦିନରେ ଟ୍ୱିନ୍‌ସିଟିରେ ୨ଟି ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।  More

  • Sarbeswar
  • 3 years ago

ଫସଲବୀମା ଅର୍ଥରାଶୀ ଓ ନୂତନ ବୀମା ଲାଗି ପଞ୍ଜିକୃତ କରୁନି ସମବାୟ ସମିତି: ଚିନ୍ତାରେ ଚାଷୀ

ହଳଦିଢିହ ଓ ଆଉଁରୀ ପଂଚାୟତର ସମବାୟ ସମିତି ଗୋଟିଏ ହୋଇଥିବାରୁ ପକ୍ଷପାତିତା କରି ସମବାୟ ସମିତି ସମ୍ପାଦକ ଏଭଳି ହଇରାଣ ହରକତ କରୁଥିବା ଚାଷୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି More

  • Pramod Behera
  • 3 years ago

କ୍ରୀଡ଼ା ଭିତ୍ତିଭୂମି ସଜାଡ଼ିବାରେ କେତେ ସଫଳ ରାଜ୍ୟ ସରକାର?

କ୍ରୀଡ଼ା ଦିବସରେ କ୍ରୀଡ଼ାବିତ୍‌ଙ୍କୁ ସମ୍ମାନ, ନିଶ୍ଚିତ ପକ୍ଷେ ନୂଆ ପିଢ଼ିଙ୍କ ପାଇଁ ଆହ୍ୱାନ। ହେଲେ ଯେଉଁ ହକି ଷ୍ଟାର ଅମିତ୍ ରୋହିଦାସଙ୍କୁ ଆଜି ରାଜ୍ୟ ସରକାର ସମ୍ମାନିତ କରିଛନ୍ତି ତାଙ୍କ ଜନ୍ମମାଟିରେ ଆଷ୍ଟୋଟର୍ଫ ନିର୍ମାଣ ନିଷ୍ପତ୍ତିର ବାସ୍ତବ ଚିତ୍ର କିନ୍ତୁ କ୍ରୀଡ଼ା ଭିତ୍ତିଭୂମି ଦିଗରେ ଆନ୍ତରିକତାର ପୋଲ୍ ଖୋଲି ଦେଇଛି। ସେମିତି ରାଇରଙ୍ଗପୁରରେ ସରକାରଙ୍କ ଷ୍ଟାଡିୟମ୍ ଘୋଷଣା କେମିତି ପାଣି ଗାର ହୋଇଛି। More

  • Sarbeswar
  • 3 years ago

କେବେ ଭାଙ୍ଗିବ ସରକାରଙ୍କ ନିଦ? ମାଲେମାଲ୍‌ ହେଲେଣି ବାଲି ମାଫିଆ

ନବରଙ୍ଗପୁର. ଆନନ୍ଦପୁର ଓ ଜଳେଶ୍ୱର ଆଦି ଅନେକ ଅଂଚଳରେ ସବୁଠି ବେଆଇନ ବାଲି ଚାଲାଣ ଅଭିଯୋଗ ହୋଇଛି। ବିଭିନ୍ନ ଘାଟରୁ ବେଧଡକ ଲୁଟ ହେଉଛି ବାଲି, କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି ସରକାର। କେଉଁଝର ଜିଲ୍ଲାର ଆନନ୍ଦପୂରଠାରେ ଥିବା ବୈତରଣୀ ବାଲିଘାଟର ଦୃଶ୍ୟ ଦେଖିଲେ ଆପଣ ସବୁକିଛି ବୁଝିପାରିବେ। ବେଆଇନ୍ ଭାବେ ଡଙ୍ଗାରେ ମୋଟର ଲଗାଇ ପାଣି ଭିତରୁ ବାଲି ଉଠାଚାଲିଛି More

  • Sarbeswar
  • 3 years ago

ଶାସକ ଦଳର ଛତ୍ରଛାୟା ତଳେ ରହି ଆଇନକୁ ହାତକୁ ନେଉଥିଲେ ମାନସ?

ଭୁବନେଶ୍ୱରର ମାନସ ଦାସ। ପେଶାରେ ଆଇନଜୀବୀ। ଯିଏ ଶାସକ ଦଳର ଛତ୍ରଛାୟାରେ ରହି ବନିଯାଇଛନ୍ତି ପ୍ରଭାବଶାଳୀ। କେଉଁ ଅନୁଗତ ତାଙ୍କୁ ଗୁରୁଜୀ ସମ୍ବୋଧନ କରନ୍ତି ତ ଆଉ କିଏ କୁହନ୍ତି ମାନ୍ୟବର ଭାଇସାହେବ। ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ସଂଗଠନ କରି ଅନୁଗତଙ୍କୁ ପିତାପୁତ୍ରର କଥା କହି ମାନସ ଶୁଣାଉଥିଲେ ଭାଷଣ। ତେବେ କେଉଁଭଳି ମାନବ ମଙ୍ଗଳର କଥା କହୁଛନ୍ତି ମାନସ ? More

  • Prangyan Parimita
  • 3 years ago

ବଂଶୀ ସ୍ୱରରେ ବିଭୋର ଇଞ୍ଜିନିୟର : ନିଜେ ତିଆରି କରିବା ସହ ବଜାଇବାରେ ପାରଙ୍ଗମ ସତ୍ୟବ୍ରତ

ଯେତେବେଳେ ନିଶା ପେଶା ହୋଇଯାଏ, ସେତେବେଳେ ଜୀବନ ଜିଇଁବାର ଆନନ୍ଦ ଆସେ । ଯିଏ ପିଲାଟି ବେଳୁ ବଂଶୀ ପ୍ରତି ଆକର୍ଷିତ ହେଉଥିଲେ ଆଉ ବଂଶୀର ସ୍ୱରରେ ବିଭୋର ହେଉଥିଲେ ସେ ସମୟକ୍ରମେ ପାଲଟିଗଲେ ଇଞ୍ଜିନିୟର । ହେଲେ ତଥାପି ମନ ଭିତରେ ବଂଶୀ ପ୍ରତି ଦୁର୍ବଳତା ତାଙ୍କୁ ବଂଶୀ ଆଡ଼କୁ ପୁଣି ଆକର୍ଷିତ କଲା More