• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 25 August 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 3 years ago

ଶିକ୍ଷୟିତ୍ରୀ ମାଡ଼ରେ ଛାତ୍ର ଆହତ ଅଭିଯୋଗ

ବାଲେଶ୍ୱର ଔପଦା ସରକାରୀ ନୋଡାଲ ହାଇସ୍କୁଲର ଶିକ୍ଷୟିତ୍ରୀ ମାଡ଼ରେ ଛାତ୍ର ଆହତ ଅଭିଯୋଗ। ଦଶମ ଶ୍ରେଣୀର ଜଣେ ଛାତ୍ରଙ୍କୁ ଶିକ୍ଷୟିତ୍ରୀ ସଂଯୁକ୍ତା ଦାସ ମାଡ଼ ମାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଔପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ରଙ୍କ ବାପା।  ଅଭିଯୋଗ ଅନୁସାରେ ଛାତ୍ର ଜଣକ ଗତକାଲି ୯ଟା ୩୦ ସମୟରେ ବିଦ୍ୟାଳୟରେ ପହଞ୍ଚିଥିଲେ। ହେଲେ ଖରାରେ ଆସିଥିବାରୁ ଗରମ ଅନୁଭବ ହେବାରୁ ଶ୍ରେଣୀ ଗୃହରେ ଲାଗିଥିବା ଫ୍ୟାନ ତଳେ ବସି ପଡିଥିଲେ। ଏହାଦେଖି ଶିକ୍ଷୟିତ୍ରୀ ମାଡ ମାରିଥିବା ଅଭିଯୋଗ ହୋଇଛି। ଆହତ ଛାତ୍ରଙ୍କୁ ପରିବାର ଲୋକେ ଔପଦା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। 

  • Chandan Shishu
  • 3 years ago

ନୂଆ ITBP ଡିଜି ହେଲେ IPS ଅଧିକାରୀ ସଂଜୟ ଆରୋରା

ନୂଆ ITBP ଡିଜି ହେଲେ IPS ଅଧିକାରୀ ସଂଜୟ ଆରୋରା। ବର୍ତ୍ତମାନ ସେ CRPFର ସ୍ୱତନ୍ତ୍ର ଡିଜି ଅଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନୂଆ ନିଯୁକ୍ତି ଦିଆଯାଇଥିବା ସୂଚନା ଦିଆଯାଇଛି। ITBPର ବର୍ତ୍ତମାନ ଡିଜି ଥିବା ଏସ୍.ଏସ୍. ଦେଶଓ୍ୱାଲ ଆସନ୍ତା ୩୧ ତାରିଖରେ ଅବସର ନେବେ। ତାଙ୍କ ସ୍ଥାନରେ ITBP ଡିଜି ଭାବେ ଦାୟିତ୍ୱ ନେବେ ସଂଜୟ ଆରୋରା। ସେହିପରି IPS ଅଧିକାରୀ ପଙ୍କଜ କୁମାର ସିଂ ବିଏସ୍ଏଫ ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ଏବେ ସେ ବିଏସ୍ଏଫର ସ୍ୱତନ୍ତ୍ର ଡିଜି ଅଛନ୍ତି। ଆସନ୍ତା ୩୧ ତାରିଖରେ ସେ ଦାୟିତ୍ୱ ନେବେ। 

  • Chandan Shishu
  • 3 years ago

୪ ବର୍ଷରେ ୬ ଲକ୍ଷ କୋଟି ଆୟ ଲକ୍ଷ୍ୟରେ କେନ୍ଦ୍ର ସରକାର

ଜାତୀୟ ମନିଟାଇଜେସନ୍ ପାଇପ୍‌ଲାଇନ୍‌ରେ ୧୨ଟି ମନ୍ତ୍ରଣାଳୟର ୨୦ରୁ ଅଧିକ ପ୍ରକାର ସଂପତ୍ତିକୁ ସାମିଲ ପାଇଁ ଯୋଜନା ରଖାଯାଇଛି। ୨୦୨୨ରୁ ୨୦୨୫ ମଧ୍ୟରେ କେନ୍ଦ୍ର ସରକାର ଏହି ସବୁ ପ୍ରକଳ୍ପକୁ PPP ମୋଡ୍‌ରେ ଚଳାଇ ୬ ଲକ୍ଷ କୋଟି ଆୟ ପାଇଁ ଲକ୍ଷ୍ୟ ରଖିଛନ୍ତି। ଯୋଜନାରେ ସଡ଼କ, ରେଳ ଓ ବିଦ୍ୟୁତ୍ ଶକ୍ତି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି। More

  • Chandan Shishu
  • 3 years ago

ଲୋକଙ୍କ ପାଇଁ ପାର୍କରେ ତାଲା, ବିଜେଡି ନେତାଙ୍କ ପାଇଁ ପୁରା ମେଲା

ସନ୍ଧ୍ୟା ଆରମ୍ଭ ହେଉ ହେଉ ପାର୍କରେ ଡେରା ପକାଉଛନ୍ତି ମାଳ ମାଳ ବିଜେଡି ନେତା, ମନ୍ତ୍ରୀ ଓ ତାଙ୍କ ସମର୍ଥକ। ଏମାନେ ସବୁ କୁଆଡ଼େ ଗଂଜାମ ଜିଲ୍ଲାରେ ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମକୁ କିପରି ନିଜ ଜିଲ୍ଲାରେ କାର୍ଯ୍ୟକାରୀ କରିବେ ତାକୁ ଦେଖିବାକୁ ଆସୁଛନ୍ତି। ୩୦ ତାରିଖ ଭିତରେ ୧୦୮ ବିଧାୟକ ଆସିବା କାର୍ଯ୍ୟକ୍ରମ ରହିଛି। More

  • Chandan Shishu
  • 3 years ago

ଅର୍ଦ୍ଧାଙ୍ଗିନୀର ଜଳନ୍ତା ଜୁଇକୁ ଡେଇଁ ସ୍ୱାମୀ ହାରିଦେଲେ ଜୀବନ

ଗାଁ ମଶାଣୀରେ ରଏବାରୀଙ୍କ ଚିତା ଜଳିବା ପରେ ଅନେକ ଲୋକେ ସ୍ନାନ କରି ଘରକୁ ଫେରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ନୀଳମଣି ଓ ଅନ୍ୟ କିଛି ଲୋକେ ସମସ୍ତଙ୍କ ପଛରେ ସ୍ନାନ କରି ଆସୁଥିଲେ। ଠିକ୍‌ ସେହି ସମୟରେ ନୀଳମଣି ଦୌଡ଼ି ଯାଇ ଜଳୁଥିବା ତାଙ୍କ ସ୍ତ୍ରୀଙ୍କ ଚିତାରେ ଡେଇଁ ପଡ଼ିଥିଲେ । ପ୍ରଖର ନିଆଁ ଜଳୁ ଥିବାରୁ ତାଙ୍କୁ ବଞ୍ଚାଇବାକୁ କେହି ସାହାସ କରି ପାରିନଥିଲେ। More

  • Chandan Shishu
  • 3 years ago

ସାଇକେଲ ପାଇଁ ଦାଦାକୁ ମାରିଦେଲା ପୁତୁରା, ଭଉଣୀ ହାତକୁ କାଟିଦେଲା

ପାଟିତୁଣ୍ଡ ବଢିବା ପରେ ଉତ୍ତ୍ୟକ୍ତ ସୁଶାନ୍ତ ଏକ ଭୁଜାଲି ଆଣି ଦାଦା ରବିନ୍ଦ୍ରକୁ ଆକ୍ରମଣ କରିଥିଲା। ରବିନ୍ଦ୍ରର ସାତ ବର୍ଷର ଝିଅ ସନ୍ଧ୍ୟା ସାମ୍‌ନାକୁ ଆସିବା ପରେ ସୁଶାନ୍ତ ସାତ ବର୍ଷର ଭଉଣୀକୁ ମଧ୍ୟ ହାଣି ଦେଇଥିଲା। ଏଥିରେ ଝିଅର ହାତ କଟିବା ସହ ସେ ମଧ୍ୟ ତଳେ ପଡିଯାଇଥିଲା। More

  • Chandan Shishu
  • 3 years ago

ଖୋଲୁଛି ବାବା ବିଜୟାନନ୍ଦଙ୍କ ଗୁମର: ବାଣୀ ଶୁଣାଇ ଲୋକଙ୍କୁ ଚୂନ ଲଗାଇଥିଲେ !

ବାବା ବିଜୟାନନ୍ଦ ମହାରାଜ ଏକ ଓଡ଼ିଆ ଚଳଚ୍ଚିତ୍ରର ମହୁରତ ବେଳେ ନଜର ଆସିବା ପରେ ସେହି ସିନେମାରେ ସେ ଟଙ୍କା ନିବେଶ କରିଛନ୍ତି ନା ନାହିଁ ତାର ତଦନ୍ତ ମଧ୍ୟ କରିବ ଇଓଡବ୍ଲୁ। ଆବଶ୍ୟକ ପଡ଼ିଲେ ବାବା ବିଜୟାନନ୍ଦ ମହାରାଜଙ୍କୁ ଇଓଡବ୍ଲୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ଜଣାପଡ଼ିଛି। More

  • Rajalaxmi Sahoo
  • 3 years ago

ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ ବୋର୍ଡ ବିବାଦ ପରେ ଏବେ OPSCକୁ ନେଇ ବିବାଦ

ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ ବୋର୍ଡ ବିବାଦ ପରେ ଏବେ ଓପିଏସସି ବା ଓଡିଶା ପବ୍ଲିକ୍‌ ସର୍ଭିସ କମିଶନକୁ ନେଇ ବିବାଦ ଦେଖା ଦେଇଛି। ତ୍ରୁଟିପୂର୍ଣ୍ଣ ପରୀକ୍ଷା ସହ UPSC ପରୀକ୍ଷା ସମୟରେ ଚଳିତ ବର୍ଷ ପୁଣି OPSC ପରୀକ୍ଷା କରିବା ନିଷତ୍ତିକୁ ପରୀକ୍ଷାର୍ଥୀ ବିରୋଧ କରିଛନ୍ତି।   More

  • Satyendu Shekher Mishra
  • 3 years ago

କଡ଼ାକଡ଼ି ହେଲା ଟ୍ରାଫିକ୍‌ ନିୟମ, ଏଣିକି ଟିକିଏ ଏପଟ ସେପଟ ହେଲେ ସିଧା ଡ୍ରାଇଭିଂ ଲାଇସେନ୍ସ ରଦ୍ଦ

କଡ଼ାକଡ଼ି ହେଲା ଟ୍ରାଫିକ୍‌ ନିୟମ । ଏଣିକି ଟିକିଏ ଏପଟ ସେପଟ ହେଲେ ସିଧା ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  More

  • Chandan Shishu
  • 3 years ago

ତାଲିବାନ୍ ବଦଳିନି, ଯେମିତି ଥିଲା ସେମିତି ଅଛି: CDS

ଆଫଗାନିସ୍ତାନ ସ୍ଥିତିକୁ ନେଇ CDS ବିପିନ ରାୱତଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ । ଆଫଗାନ୍‌ରେ ଯାହା ଘଟିବ ବୋଲି ଭାବିଥିଲୁ ତାହା ଘଟିଲା କହିଲେ CDS । କିନ୍ତୁ କିଛି ମାସ ପରେ ଘଟିବ ବୋଲି ଭାବିଥିଲୁ, ମାତ୍ର ଶୀଘ୍ର ଘଟିଗଲା । ୨୦ ବର୍ଷ ତଳେ ଯେଉଁ ତାଲିବାନ ଥିଲା ଏବେ ବି ସେମିତି, କିଛି ବି ପରିବର୍ତ୍ତନ ହୋଇନି। ଆଫଗାନ ପଟୁ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରସଙ୍ଗରେ CDS କହିଛନ୍ତି ଯେ, ଯଦି ସେମିତି କିଛି ଘଟେ ତେବେ ଆମେ ଦୃଢ଼ ପଦକ୍ଷେପ ନେବୁ। ଆତଙ୍କବାଦ ବିରୋଧରେ ଯାହା ପଦକ୍ଷେପ ନେଉ, ସେମିତି ନେବୁ। ଭାରତ ପ୍ରତି କୌଣସି ବିପଦ ଆସିଲେ ଦୃଢ଼ ଜବାବ ଦିଆଯିବ ବୋଲି ସେ କହିଛନ୍ତି। 

  • Minati Mishra
  • 3 years ago

କେନ୍ଦୁପତ୍ର ମାଫିଆଙ୍କ ଆତଙ୍କରାଜ୍; ଏସିଏଫଙ୍କ ଗାଡ଼ିକୁ ଭାଙ୍ଗିଦେଲେ

ରେଢ଼ାଖୋଲରେ କେନ୍ଦୁପତ୍ର ମାଫିଆଙ୍କ ଆତଙ୍କରାଜ୍। କେନ୍ଦୁପତ୍ର ମାଫିଆ ବନବିଭାଗ ଏସିଏଫଙ୍କ ଗାଡ଼ିକୁ ଆକ୍ରମଣ କରିବା ସହ ମାରଣାସ୍ତ୍ର ଦେଖାଇ ଧମକ ଚମକ ଦେଉଥିବା ଅଭିଯୋଗ More

  • Minati Mishra
  • 3 years ago

ଦୁର୍ଘଟଣାରେ ୬ ବର୍ଷର ଶିଶୁ ମୃତ

ରାୟଗଡ଼ା କଲ୍ୟାଣସିଂହପୁର ପୋଙ୍ଗଲି ଗାଁ ନିକଟରେ ଘଟିଛି ଦୁର୍ଘଟଣ॥ ଭାରସାମ୍ୟ ହରାଇ ଏକ ବୋଲେରୋ ଓଲଟି ପଡ଼ିବା ଫଳରେ ୬ ବର୍ଷର ଶିଶୁର ମୃତ୍ୟୁ ଘଟିଛି । ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ରାୟଗଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ଼୍ରାଇଭର ଫେରାର ହୋଇଯାଇଛି। ବିଷମକଟକ ଅଞ୍ଚଳରୁ ଗୋଟିଏ ପରିବାର ବୋଲେରୋ ଯୋଗେ କଲ୍ୟାଣସିଂହପୁର ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

  • Minati Mishra
  • 3 years ago

ବସ୍‌କୁ  ସାଇଡ୍ ମାରିଲା ଟ୍ରକ୍, ହେଲ୍‌ପର ମୃତ

 କଟକ ଟାଙ୍ଗୀ ବଇଞ୍ଚୁଆ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍‌କୁ  ଟ୍ରକ୍ ସାଇଡ୍ ମାରିବା ଫଳରେ ଦୁର୍ଘଟଣା ଘଟିଛି । ବସ୍ ଡୋର୍ ପାଖରେ ଥିବା ହେଲପର ଖସିପଡ଼ି ପ୍ରାଣ ହରାଇଛନ୍ତି । ମୃତକ ହେଲେ ଯାଜପୁର ବନ୍ଦାଳ ଗାଁର ସଦାନନ୍ଦ ଜେନା । ତେବେ ବସରେ ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି । ବସଟି କେନ୍ଦୁଝରରୁ କଟକ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଦୁର୍ଘଟଣା ପରେ ଉଭୟ ବସ୍ ଓ ଟ୍ରକ୍ର ଡ୍ରାଇଭର ଘଟଣାସ୍ଥଳରେ ଫେରାର ହୋଇଯାଇଛନ୍ତି । ପୋଲିସ ଉଭୟ ଗାଡ଼ି ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।

  • Minati Mishra
  • 3 years ago

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

ସମ୍ବଲପୁର-ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବରଗଡ଼ ସାଂସଦ। ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରରେ ଖାଲି ଥିବା ପଦବୀ ପୂରଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ବିସ୍ତୁତ ଭାବେ ଜଣାଇଛନ୍ତି ସୁରେଶ ପୂଜାରୀ। ପଶ୍ଚିମ ଓଡ଼ିଶା ପାଇଁ ଏହି ଦୂରଦର୍ଶନ କେନ୍ଦ୍ର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।୧୯୭୮ରେ ଏହା ପ୍ରତିଷ୍ଠା ହେବା ପରଠୁ ପଶ୍ଚିମ ଓଡ଼ିଶାର ଲୋକ କଳା, ସଂସ୍କୃତିର ପ୍ରଚାର ପ୍ରସାର ହେଉଥିଲା। ତେବେ ପଦବୀ ଖାଲି ପଡ଼ିବା ଯୋଗୁଁ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣରେ ବାଧା ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଏଥିରେ ହସ୍ତକ୍ଷେପ କରି ଏହାର ପୂର୍ବାବସ୍ଥା ଫେରାଇବାକୁ ସହ ଉନ୍ନତୀକରଣ କରିବାକୁ ଚିଠିରେ ନିବେଦନ କରିଛନ୍ତି ବରଗଡ଼ ସାଂସଦ। ଗତକାଲି ଏହି ଦାବି ନେଇ ପଶ୍ଚିମଓଡ଼ିଶାର କିଛି ପ୍ରମୁଖ କଳାକାର ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।

  • Minati Mishra
  • 3 years ago

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ-ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଶ୍ରୀଜିଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେଉଥିବାରୁ ଅପରାହ୍ନ ୪ଟାରୁ ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ସମ୍ପନ୍ନ ହେବା ପରେ ଦତ୍ତ ମହାପାତ୍ର ସେବକ ମାନେ ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭୁଙ୍କ ଶ୍ରୀମୁଖ ଶିଙ୍ଗାର ନୀତି ସମ୍ପାଦନ କରିବେ। ସେପଟେ ଶ୍ରୀମନ୍ଦିରରେ ଆଜି ତୃତୀୟ ଦିନ ପାଇଁ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀ ବାହାରର ଶ୍ରଦ୍ଧାଳୁ  । ୯୬ ଘଣ୍ଟା ପୂର୍ବରୁ କରିଥିବା  RTPCR ନେଗେଟିଭ ରିପୋର୍ଟ କିମ୍ବା କରୋନା ଟିକାର ୨ଟି ଡୋଜ୍ ନେଇଥିବା ସାର୍ଟିଫିକେଟ ଦେଖାଇ ମନ୍ଦିର ଯାଉଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନର ବ୍ୟବସ୍ଥା ହୋଇଛି । 

  • Minati Mishra
  • 3 years ago

ଭୁବନେଶ୍ୱରରେ ପୁଣି ATM ଲୁଟ୍ ଉଦ୍ୟମ

ଭୁବନେଶ୍ୱର-ରାଜଧାନୀ ଭୁବନେଶ୍ୱରରେ ପୁଣି ATM ଲୁଟ୍ ଉଦ୍ୟମ। ଏଟିଏମ୍ ଲୁଟ୍ ଉଦ୍ୟମ ବେଳେ ୨ ଜଣଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ। ପୁରୁଣା ଭୁବନେଶ୍ୱର ବଢ଼େଇବାଙ୍କ ଛକରେ ଥିବା ଏକ ATMକୁ ହ୍ୟାକ୍ କରି ଦୁର୍ବୃତ୍ତମାନେ ଲୁଟ୍ ଉଦ୍ୟମ କରିଥିଲେ ।ତେବେ ଲିଙ୍ଗରାଜ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଦୁର୍ବୃତ୍ତ କାର୍ ସହ ଚମ୍ପଟ୍ ହୋଇଯାଇଥିବା ଜଣାପଡ଼ିଛି। ଏ ନେଇ ଅଧିକ ଖୋଳତାଡ଼ ଜାରି ରଖିଛି ପୋଲିସ।

  • Minati Mishra
  • 3 years ago

ଜନଶୁଣାଣିକୁ ବିରୋଧ କଲେ ସ୍ଥାନୀୟ ବାସିନ୍ଦା

 ସୁନ୍ଦରଗଡ- ସୁନ୍ଦରଗଡ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନଶୁଣାଣିକୁ ବିରୋଧ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଆଜି ରାଜଗାଙ୍ଗପୁରରେ ଏକ କମ୍ପାନୀର ଖଣି ସଂପ୍ରସାରଣ ପାଇଁ ଜନଶୁଣାଣିକୁ ବିରୋଧ  କେଶରମାଲ ଠାରେ ଡାଲମିଆ ଭାରତର ଖଣି ସଂପ୍ରସାରଣ ପାଇଁ ଜନଶୁଣାଣିକୁ ବିରୋଧ ଜାରି ରହିଛି । ଏହାକୁ ବିରୋଧ କରି ୩ ଦିନ ହେଲା ସ୍ଥାନୀୟ ବାସିନ୍ଦା ଚଳାଇଛନ୍ତି ଆନ୍ଦୋଳନ।  ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ କରୁଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଉପଜିଲ୍ଲାପାଳ ଏବଂ ଆଡିଶନାଲ ଏସପିଙ୍କ ସମେତ ବହୁ ଅଧିକାରୀମାନେ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ବୁଝାସୁଝା କରୁଛନ୍ତି ।

  • Minati Mishra
  • 3 years ago

ଆନ୍ଦୋଳନରେ ସାମିଲ ହେଲେ ଜଳ ମାନବ ରାଜେନ୍ଦ୍ର ସିଂ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭାରିଗଦା ଠାରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପକୁ ବିରୋଧ କରି ଚାଲିଥିବା ଆନ୍ଦୋଳନରେ ସାମିଲ ହେଲେ ଜଳ ମାନବ ରାଜେନ୍ଦ୍ର ସିଂ। ପ୍ରକଳ୍ପ କାମକୁ ବିରୋଧ କରି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ଧାରଣା ୧୦ମ ଦିନରେ ପହଂଚିଛି।  ଗତକାଲି ଅପରାହ୍ନରେ ଜଳ ମାନବ ଡର ରାଜେନ୍ଦ୍ର ସିଂ ରାଜକନିକାର ଅଚ୍ୟୁତପୁରଠାରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ସମିତି ପକ୍ଷରୁ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଥିଲେ।

  • Minati Mishra
  • 3 years ago

୨ୟ ଲହର ପରି କୋଭିଡ ୩ୟ ଲହର ଭୟାବହ ହୋଇ ନ ପାରେ-DMET

କୋଭିଡ ୩ୟ ଲହର କେତେ ପ୍ରଭାବ ପକାଇବ ? ୨ୟ ଲହରଠାରୁ ଭୟଙ୍କର ହେବ କି ? ଉତ୍ତର ଦେଲେ ଡିଏମଇଟି। More

  • Minati Mishra
  • 3 years ago

ଲାଇଟ ଆଣ୍ଡ ସାଉଣ୍ଡ ଓ ଶୋଭାଯାତ୍ରାକୁ ଅନୁମତି ଦେବାକୁ ଦାବି

ଭୁବନେଶ୍ୱର: ଅନ୍ୟ କ୍ଷେତ୍ର ଭଳି ଲାଇଟ ଆଣ୍ଡ ସାଉଣ୍ଡ ଓ ଶୋଭାଯାତ୍ରାକୁ ଅନୁମତି ଦେବାକୁ ଦାବି କରିଛି ଓଡ଼ିଶା ସାଉଣ୍ଡ ଓ ଲାଇଟ ଓନର୍ସ ଆସୋସିଏସନ। ସେପ୍ଟେମ୍ବର ପହିଲାରୁ ଜାରି ହେବାକୁ ଥିବା ନୂଆ ନିର୍ଦ୍ଦେଶନାମାରେ ଏହି ବର୍ଗଙ୍କୁ କାମ କରିବାର ଅନୁମତି ଦିଆଯାଉବୋଲି  ଚାହିଁଛି ସଂଘ।  ସେମାନଙ୍କ କହିବା କଥା, ୧୭ ମାସ ହେଲା କରୋନା ମାଡ଼ରେ ପ୍ରଭାବିତ ହୋଇଛନ୍ତି ରାଜ୍ୟର ପ୍ରାୟ 1 ଲକ୍ଷ ସାଉଣ୍ଡ ଓ ଲାଇଟ ବ୍ୟବସାୟୀ।  ତେଣୁ ଅନ୍ୟ କ୍ଷେତ୍ର ଭଳି ୧୦୦ ଲୋକଙ୍କ ଶୋଭାଯାତ୍ରାକୁ ମଧ୍ୟ ଉପଯୁକ୍ତ ଗାଇଡଲାଇନ ଆଧାରରେ ସରକାର ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। ସେହିପରି ଗଣେଶ ପୂଜାରେ ଶୋଭାଯାତ୍ରାକୁ ଅନୁମତି ଦିଆଗଲେ ଏକ୍ଷେତ୍ର ଉପରେ ର୍ନିଭର କରୁଥିବା ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ ବୋଲି କୁହାଯାଇଛି  । ନହେଲେ ସରକାର ଭରଣ ପୋଷଣ ପାଇଁ ମାସିକ ୧୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ  । ନଚେତ ଆଗାମୀ ଦିନରେ 50 ହଜାରରୁ ଅଧିକ ସାଉଣ୍ଡ ଓ ଲାଇଟ ବ୍ୟବସାୟୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ସଂଘ  ।

  • Minati Mishra
  • 3 years ago

ଜାତିଭିତ୍ତିକ ଜନଗଣନା ସପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର: ଜାତିଭିତ୍ତିକ ଜନଗଣନା ସପକ୍ଷରେ ଯୁକ୍ତି ବାଢିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ସେ କହିଛନ୍ତି, ୨୦ ବର୍ଷ ପରେ ବିଜେଡି ସ୍ୱୀକାର କରିଛି ଯେ, ଜାତି ଅଛି । ପ୍ରଥମେ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳରେ ଜାତି ଭିତ୍ତିକ ଅନୁସାରେ ଅଗ୍ରାଧିକାର ଦିଅନ୍ତୁ। ନୀତିଶ କୁମାରଙ୍କ ଉଦାହରଣ ଦେଉଥିବା ବିଜେଡି ଦଳ ନିଜ ଦଳ ଭିତରେ ଜଣେ ଦଳିତଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ।କ୍ୟାବିନେଟରୁ ପ୍ରଥମେ ଜନଗଣନା ଆରମ୍ଭ ହେଉ ବୋଲି କହିଛନ୍ତି ଶ୍ରୀକାନ୍ତ  ।
 

  • Minati Mishra
  • 3 years ago

କୁଜଙ୍ଗ ବ୍ଲକରେ ଭିଜିଲାନ୍ସ ଚଢାଉ

କୁଜଙ୍ଗ ବ୍ଲକରେ ଭିଜିଲାନ୍ସ ଚଢାଉ। କୁଜଙ୍ଗ ତହସିଲର ପୂର୍ବତନ ୫ କର୍ମଚାରୀ ଗତକାଲି ଗିରଫ ହେବା ପରେ ପରେ ଆଜି ବ୍ଲକ୍ କାର୍ଯ୍ୟାଳୟରେ ଭିଜିଲାନ୍ସ ତଦନ୍ତ କରିଛି।  ମହିଳା ମହାସଂଘରେ ଅର୍ଥ ହେରଫେରକୁ ନେଇ ଖୋଳତାଡ ହୋଇଥିବା ସୂଚନା ମିଳିଛି।  ପାଇଖାନା ର୍ନିମାଣରେ ୭୦ଲକ୍ଷରୁ ଊର୍ଦ୍ଧ୍ୱ  ଟଙ୍କାର ଦୁର୍ନୀତି ଏବଂ ମହିଳା ମହାସଂଘର ୨୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର-ଏହିପରି ପାଖାପାଖି କୋଟିଏ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପାଇବା ପରେ ଭିଜିଲାନ୍ସ ତତ୍ପର ହୋଇଛି । ଆଜି ବ୍ଲକ୍ କାର୍ଯ୍ୟାଳୟରୁ ଅନେକ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍  । ହିତାଧିକାରୀ ଟଙ୍କା ପାଇନଥିବାବେଳେ ଆକାଉଣ୍ଟରୁ ହୋଇଛି ଲକ୍ଷ ଲକ୍ଷ ଟଙ୍କା ଗାଏବ।  ଏ ନେଇ ବ୍ଲକ୍ ପ୍ରଶାସନ ଆଇନଗତ ପଦକ୍ଷେପ ନେଉଛି ବୋଲି ବିଡିଓ କହିଛନ୍ତି।  ଅନ୍ୟପଟେ ତଦନ୍ତ ଚାଲିଥିବା କହି କ୍ୟାମେରା ଆଗରେ କିଛି ତଥ୍ୟ ଦେଇନାହାଁନ୍ତି ଭିଜିଲାନ୍ସ ଡିଏସପି ।

  • Minati Mishra
  • 3 years ago

 ୫ ଦିନିଆ ଓଡ଼ିଶା ଗସ୍ତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

 ୫ ଦିନିଆ ଓଡିଶା ଗସ୍ତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସରସଂଘଚାଳକ ମୋହନ ଭାଗବତ ଗତକାଲି ବିଳମ୍ବିତ ରାତ୍ରୀରେ ଭୁବନେଶ୍ୱର ପହଞ୍ଚିଛନ୍ତି । ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଭାଗବତ ଏଠାରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ସଂଘର ବିଭିନ୍ନ ବୈଠକରେ ଯୋଗ ଦେଇ ସାଂଗଠନିକ ବିଷୟ ଉପରେ ଆଲୋଚନା କରିବେ ।  ଏଥିସହିତ କରୋନା ମହାମାରୀରେ ପୀଡିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସଂଘ ଦ୍ୱାରା କରାଯାଇଥିବା ରାଜ୍ୟବ୍ୟାପୀ ସେବା କାର୍ଯ୍ୟର ସମୀକ୍ଷା କରିବେ।  ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ଆବଶ୍ୟକ ପ୍ରଶିକ୍ଷଣ  ଏବଂ ପ୍ରସ୍ତୁତି ଉପରେ ମଧ୍ୟ ବିଚାର କରାଯିବ । ଭାଗବତ ୨୬ ତାରିଖରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହାପରେ ସେ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ  ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିବା କାର୍ଯ୍ୟସୂଚୀ ରହିଛି।

  • Rajalaxmi Sahoo
  • 3 years ago

ସ୍ତ୍ରୀର ଜୁଇକୁ ଡେଇଁ ଜୀବନ ହାରିଲେ ସ୍ୱାମୀ

ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ହାତ ନ ଛାଡ଼ିବାକୁ କଥା ଦେଇଥିଲେ ଓ ସ୍ତ୍ରୀର ମୃତ୍ୟୁ ପରେ ମଧ୍ୟ କଥା ରଖିଲେ ସ୍ୱାମୀ। ପତ୍ନୀଙ୍କ ମୃତ୍ୟୁକୁ ସହ୍ୟ କରି ନ ପାରି ଜଣେ ବୃଦ୍ଧ ଅଚାନକ ପତ୍ନୀଙ୍କ ଚିତାକୁ ଡେଇଁ ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। More

  • Minati Mishra
  • 3 years ago

ଚିନ୍ତା ବଢାଉଛି ପିଲାଙ୍କ ସଂକ୍ରମଣ; ଆଜି ୧୮ବର୍ଷରୁ କମ୍‌ ବର୍ଗର ୧୩୧ ଚିହ୍ନଟ

ଚିନ୍ତା ବଢାଉଛି ପିଲାଙ୍କ ସଂକ୍ରମଣ। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳେ ଥିବାବେଳେ ପିଲାଙ୍କ ସଂଖ୍ୟା ୧୦୦ ଉପରେ ରହିଛି More

  • Rajalaxmi Sahoo
  • 3 years ago

ମଶାଣି, ଯାହାକୁ ଦେଖିଲେ ମନରେ ଭୟ ଆସେନି; ବରଂ ବୁଲିବାକୁ ଇଚ୍ଛା ହୁଏ

ମଶାଣି, ଏମିତି ଏକ ସ୍ଥାନ ଯାହା ନାଁ ଶୁଣିଲେ ମନରେ ଭୟ ଆସେ। ଅନ୍ତିମ ସଂସ୍କାର ପାଇଁ ଯିଏ ଶବ ସହ ମଣାଶିକୁ ଥରେ ଯାଆନ୍ତି, ସେମାନେ ଦ୍ୱିତୀୟ ଥର ସେଠାକୁ ନଯିବାକୁ ଭଗବାନଙ୍କୁ ପ୍ରାର୍ଥନା କରନ୍ତି। ହେଲେ ଆମେ ଆପଣଙ୍କୁ ଏମିତି ଏକ ମଶାଣି କଥା କହିବା, ଯେଉଁଠିକୁ ଥରେ ଗଲେ ଆପଣ ବାରମ୍ବାର ଯିବାକୁ ଇଚ୍ଛା ପ୍ରକାଶ କରିବେ। More

  • Chandan Shishu
  • 3 years ago

ଦିବ୍ୟାଙ୍ଗ ଆଥ୍‌ଲେଟ୍‌ଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ କାହିଁକି?

ସରକାରଙ୍କ ଆଖି ଆଢୁଆଳରେ ରହିଯାଇଛି ଏମାନଙ୍କ ସଫଳତା ୧୨ ଜଣ ପାରା ଆଥଲେଟ୍ ଆନ୍ତର୍ଜାତୀୟ ଓ ୨୧ ଜଣ ଜାତୀୟସ୍ତରରେ ପଦକ ଜିତିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣକି ବି ଏଯାଏଁ ଚାକିରି ଦେଇନାହାନ୍ତି। ରାଜ୍ୟ ସରକାର ପ୍ରତିବାଦ ସ୍ୱରୂପ ଓଡ଼ିଶା ପାରା ପ୍ଲେୟାର୍ସ ଫୋରମ ଜାତୀୟ କ୍ରୀଡା ଦିବସକୁ କଳା ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେବା ସହ  ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛି। More

  • Chandan Shishu
  • 3 years ago

କଂଗ୍ରେସର ବାହାରିଲା ପୁରୁଣା ରୋଗ: ଦଳୀୟ କନ୍ଦଳର ସମାଧାନ ବଦଳରେ ଆରମ୍ଭ ହେଲା କାଦୁଅ ଫିଙ୍ଗା ରାଜନୀତି

କୋରାପୁଟ କଳିର ମଞ୍ଜି କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରେସ୍‌ମିଟ୍‌ରୁ ପଡିଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗସ୍ତକୁ ନେଇ ଗତ ୧୮ ତାରିଖରେ ଉଲାକା ଜିଲ୍ଲାର ପୂର୍ବତନ ବିଧାୟକମାନଙ୍କ ସହ ଏକ ବୈଠକ କରିଥିଲେ। ଯେଉଁଥିରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଡକାଯାଇନଥିଲା କିନ୍ତୁ ତାରାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କୁ ନିମନ୍ତ୍ରଣ ଯାଇଥିଲା। More

  • Chandan Shishu
  • 3 years ago

ବ୍ରେଡ୍, କେକ୍ କିଣିଲାବେଳେ ଭଲକି ଦେଖୁଛନ୍ତି ତ ପ୍ୟାକିଂ ଡେଟ୍?

ଚଢ଼ଉ ସମୟରେ ବିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ସ୍ପଷ୍ଟ ଭାବେ କହିଛନ୍ତି- ଏହା ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଫ୍-୨୦୦୬- ସେକ୍ସନ ୨୩ର ଖୋଲାଖୋଲି ଉଲ୍ଲଂଘନ। ଯେକୌଣସି ଖାଦ୍ୟ ସାମଗ୍ରୀ ୭ ଦିନରୁ ୩ ମାସ ଭିତରେ ବିକ୍ରୀ ପାଇଁ ଉଦ୍ଦିଷ୍ଟ ଥିଲେ, ପ୍ୟାକିଂରେ ମ୍ୟାନୁଫାକ୍ଚରିଂ ଓ ଏକ୍ସପାୟାରୀ ଡେଟ୍ ରହିବା ବାଧ୍ୟତାମୂଳକ। ଏସବୁ ନିୟମ ସଠିକ୍ ପାଳନ ହେଉଛି କି ନାହିଁ, ତାକୁ ଦେଖିବାକୁ ଆଗକୁ ସହର ସାରା ଚଢ଼ଉ ଚାଲିବ। More

  • Chandan Shishu
  • 3 years ago

ପଛୁଆ ବର୍ଗ ଭୋଟ୍ ହାତେଇବା ଲାଗି ପୁଣିଥରେ ବିଜେଡିର ପ୍ରୟାସ

ସାରା ଦେଶରେ ଜାତିଭିତ୍ତିକ ଜନଗଣନାକୁ ବିଜେପି ସହଯୋଗ ଦଳମାନେ ମଧ୍ୟ ସମର୍ଥନ କରୁଛନ୍ତି ମାତ୍ର ଓଡ଼ିଶା ବିଜେପି ନେତାମାନେ ଏ ପ୍ରସଙ୍ଗରେ ଚୁପ୍ ରହିବା ପଛୁଆ ବର୍ଗଙ୍କ ପ୍ରତି ସେମାନଙ୍କ ମନୋଭାବକୁ ପ୍ରଦର୍ଶନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ପଛୁଆ ବର୍ଗଙ୍କୁ ନ୍ୟାୟ ନ ମିଳିବା ଯାଏଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି। More

  • Pallipuspa Samal
  • 3 years ago

ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ୍ ଥୋରାନ୍’

ଘରେ ଘରେ ଚିକେନକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଚିକେନରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ । ଆଜି ଆମେ ଆପଣମାନଙ୍କୁ ଦକ୍ଷିଣ ଭାରତର ଏକ ଚିକେନ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଚିକେନ ଥୋରାନ୍’ । More