• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 19 August 2021

  • Satyendu Shekher Mishra
  • 3 years ago

ରେଳରେ ଯାତ୍ରା କରି ଯାତ୍ରୀଙ୍କଠାରୁ ଫିଡ୍‌ବ୍ୟାକ୍ ନେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ରେଳରେ ଯାତ୍ରା କରି ଯାତ୍ରୀଙ୍କଠାରୁ ଫିଡ୍‌ବ୍ୟାକ୍ ନେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୪ ଦିନିଆ ଓଡ଼ିଶା ଗସ୍ତରେ ଥିବା ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର-ରାୟଗଡ଼ା ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ଯାତ୍ରା କରିଥିଲେ । ଏହି ସମୟରେ ସେ ଯାତ୍ରୀଙ୍କ ସହିତ କଥାବାର୍ତ୍ତା ହୋଇ ଟ୍ରେନ୍ ସେବା ସଂପର୍କରେ ଯାତ୍ରୀଙ୍କ ମତାମତ ନେଇଥିଲେ । ରାୟଗଡ଼ା ଯିବା ବାଟରେ ସେ କିଛି ସମୟ ବ୍ରହ୍ମପୁର ଷ୍ଟେସନ, ଭୁବନେଶ୍ୱର ଷ୍ଟେସନ ମଧ୍ୟ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ଏହି ଷ୍ଟେସନର ବିକାଶ ନେଇ ଅନେକ ସ୍ମାରକ ପତ୍ର ମିଳିଛି । ଖୁବ ଶୀଘ୍ର ଏହାକୁ ବିକଶିତ କରାଯିବ ବୋଲି ସୂଚନା ଦେଇଛନ୍ତି । ରେଳମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶା ମୋର କର୍ମଭୂମି  ଆଗାମୀ ଦିନରେ ରାଜ୍ୟର ବିକାଶ ପାଇଁ ରେଳେଓ୍ୱ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ।

  • Satyendu Shekher Mishra
  • 3 years ago

ଆତଙ୍କବାଦକୁ ନେଇ ଜାତିସଂଘ ସୁରକ୍ଷା ପରିଷଦର ବୈଠକ, ଅଧ୍ୟକ୍ଷତା କଲେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର

ଆତଙ୍କବାଦକୁ ନେଇ ଜାତିସଂଘ ସୁରକ୍ଷା ପରିଷଦର ବୈଠକ । ଶୀର୍ଷକ-ଆତଙ୍କବାଦ କାରଣରୁ ବିଶ୍ୱ ଶାନ୍ତି ଓ ସୁରକ୍ଷା ବିପଦର ସମ୍ମୁଖୀନ । ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଅଧ୍ୟକ୍ଷତା । ଆତଙ୍କବାଦର କୌଣସି ଜାତି ନାହିଁ, ଆତଙ୍କବାଦକୁ ବରଦାସ୍ତ କରାଯିବନି । ଭାରତ ସମ୍ମୁଖୀନ ହୋଇଥିବା ଆତଙ୍କୀ ହମ୍‌ଲାର ଉଦାହରଣ ଦେଲେ ଜୟଶଙ୍କର । ଆତଙ୍କବାଦୀଙ୍କ ଆକ୍ରମଣ ଲାଗି ପରୋକ୍ଷରେ ପାକିସ୍ତାନକୁ ଦାୟୀ କଲେ । ଆତଙ୍କବାଦ ଯୋଗୁଁ ଭାରତ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି କହିଲେ ଜୟଶଙ୍କର ।

  • Satyendu Shekher Mishra
  • 3 years ago

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ରାଜ୍ୟ ରାଜନୀତି, ଗାଁ ଭୋଟରଙ୍କୁ ହାତେଇବାକୁ ନେତାଙ୍କ ଯୋଜନା

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ରାଜ୍ୟ ରାଜନୀତି । ଗାଁ ଭୋଟରଙ୍କୁ ଆକର୍ଷିତ କରିବାକୁ ଗାଁ ମୁହାଁ ନେତା । ବିଜେପି ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଜିଠୁ ରାଜ୍ୟରେ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛି । More

  • Satyendu Shekher Mishra
  • 3 years ago

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ୧୧, ୦୦୬ ନର୍ସିଂ ଅଫିସର ପଦବୀ ସୃଷ୍ଟି

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ୧୧, ୦୦୬ ନର୍ସିଂ ଅଫିସର ପଦବୀ ସୃଷ୍ଟି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଦିରେ ନିଯୁକ୍ତି ପାଇବେ । ସମସ୍ତ ପଦବୀ ୨ଟି ପର୍ଯ୍ୟାୟରେ ପୂରଣ କରାଯିବା ନେଇ CMOରୁ ସୂଚନା ।

  • Satyendu Shekher Mishra
  • 3 years ago

ପିହୁ ନିଖୋଜ ମାମଲାରେ ପୋଲିସ ମହାନିର୍ଦ୍ଦେଶକଙ୍କୁ NHRCଙ୍କ ଜବାବ ତଲବ

ବହୁ ଚର୍ଚ୍ଚିତ ପିହୁ ନିଖୋଜ ମାମଲାରେ ପୋଲିସ ମହାନିର୍ଦ୍ଦେଶକଙ୍କୁ NHRC ଙ୍କ ଜବାବ ତଲବ । ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିବା ପାଇଁ ଡିଜିପିଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ । More

  • Satyendu Shekher Mishra
  • 3 years ago

ବୋହୂର ଅଭିଯୋଗ ନେଇ ଭର୍ତ୍ତୃହରିଙ୍କ ପ୍ରତିକ୍ରିୟା, କହିଲେ ନବୀନ ସବୁ ଜାଣିଛନ୍ତି

ବୋହୂର ଅଭିଯୋଗ ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା । ମୋ ଜୀବନ ଏକ ଖୋଲାବହି ବୋଲି କହିଲେ ଭର୍ତ୍ତୃହରି ମହତାବ । ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ଜାଣିଥିଲେ କହିଲେ ଭର୍ତ୍ତୃହରି । ନିର୍ବନ୍ଧ ବେଳେ ନବୀନ ଥିଲେ, ରିସେପ୍‌ସନ୍‌ରେ ବି ସେ ଥିଲେ । ପରିବାରର ବଡ଼ ଭାଇ ଭାବେ ସେ ଏସବୁ କଥା ଜାଣିଥିଲେ । ନିର୍ବାଚନ ହେଲା ୨୦୧୯ରେ, ୨୦୧୮ ଶେଷ ଆଡକୁ ସେ ଜାଣିଥିଲେ । ଯୌତୁକ ଅଭିଯୋଗ କଣ ୪/୫ ବର୍ଷ ପରେ କରାଯାଏ କି ? ଜଣେ ବାପା ହିସାବରେ ମୁଁ ଚାହୁଁଥିଲି ସେମାନେ ଏକାଠି ରହନ୍ତୁ । କୌଣସି କାରଣରୁ ସେମାନେ ୪/୫ ଦିନ ଏକାଠି ରହିପାରିଲେନି କହିଛନ୍ତି ଭର୍ତ୍ତୃହରି

  • Satyendu Shekher Mishra
  • 3 years ago

କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ, ପଞ୍ଚାୟତ ଭବନ ଓ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

ସୀମାନ୍ତବର୍ତ୍ତୀ କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ପୁଣି ପ୍ରବେଶ । ସୀମାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଭିତ୍ତିଭୂମି ପ୍ରସ୍ତର ସ୍ଥାପନ । ଫାଟୁସିନେରୀରେ ପଞ୍ଚାୟତ ଭବନ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଙ୍ଗନବାଡି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ More

  • Satyendu Shekher Mishra
  • 3 years ago

ନଅତାଲାରେ BPEd ଛାତ୍ରଛାତ୍ରୀଙ୍କ ହଙ୍ଗାମା, ପୋଲିସ ଟେକି ନେଇ ବାହାରେ ଛାଡ଼ିଲା

ମାଧ୍ୟମିକ ଶିକ୍ଷା ନିର୍ଦେଶଳାୟ କାର୍ଯ୍ୟାଳୟ ଘେରିଲେ ବ୍ୟାଚଲର ଅଫ୍ ଫିଜିକାଲ ଏଜୁକେଶନ ବା BPEd ଛାତ୍ରଛାତ୍ରୀ । ଶତାଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ନତାଲାର ଷଷ୍ଠ ମହଲାରେ ଥିବା ମାଧ୍ୟମିକ ଶିକ୍ଷା ନିର୍ଦେଶଳାୟ ସମ୍ମୁଖରେ ଧାରଣାରେ ବସିଲେ । More

  • Satyendu Shekher Mishra
  • 3 years ago

ରାଜ୍ୟରେ ୧୪ଟି ହାତୀ କରିଡର ପାଇଁ ଗ୍ରୀନ୍‌ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ରାଜ୍ୟରେ ରହିଥିବା ହାତୀଙ୍କ ସୁରକ୍ଷା ଲାଗି ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ, ହାତୀଙ୍କ ଚଲାପଥ ସୁରକ୍ଷିତ କରିବାକୁ ଖୁବଶୀଘ୍ର ୧୪ଟି ହାତୀ କରିଡର ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗ୍ରୀନ ଟ୍ରିବ୍ୟୁନାଲ । ୨ ମାସ ମଧ୍ୟରେ ଏନେଇ ବିଜ୍ଞପ୍ତି ଜାରି କରିବାକୁ କୁହାଯାଇଛି । More

  • Satyendu Shekher Mishra
  • 3 years ago

  • Satyendu Shekher Mishra
  • 3 years ago

ବିଧାନସଭା ଅଧିବେଶନ ପୂର୍ବରୁ ହେବ କୋଭିଡ଼ ଟେଷ୍ଟ, ଟିକା ନେଇନଥିଲେ ପ୍ରବେଶ ଅନୁମତି ନାହିଁ

ବିଧାନସଭା ଅଧିବେଶନ ପୂର୍ବରୁ ହେବ କୋଭିଡ଼ ଟେଷ୍ଟ । ସମସ୍ତ ବିଧାୟକ, ସେମାନଙ୍କ ଡ୍ରାଇଭର, କର୍ମଚାରୀଙ୍କର ହେବ ଟେଷ୍ଟ ।ବିଧାନସଭାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ମଧ୍ୟ ହେବ ଟେଷ୍ଟ । ୨୯, ୩୦ ଏବଂ ୩୧ ତାରିଖ ଦିନ ଟେଷ୍ଟ କରାଯିବାକୁ ନିଷ୍ପତ୍ତି। ନେଗେଟିଭ ଥିବା ବିଧାୟକ ଓ କର୍ମଚାରୀଙ୍କୁ ମିଳିବ ବିଧାନସଭା ପ୍ରବେଶ ଅନୁମତି । ଥରେ ହେଲେ କୋଭିଡ୍‌ ଟିକା ନେଇନଥିବା ସଦସ୍ୟଙ୍କୁ ପ୍ରବେଶ ମନା । ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଛି ନିଷ୍ପତ୍ତି

  • Satyendu Shekher Mishra
  • 3 years ago

ପିହୁ ନିଖୋଜ ମାମଲା, ପୋଲିସ ଡିଜିଙ୍କୁ ଜବାବ ତଲବ କଲେ NHRC

ଯାଜପୁରର ବହୁ ଚର୍ଚ୍ଚିତ ଶିଶୁକନ୍ୟା ପିହୁ ନିଖୋଜ ମାମଲା । ରାଜ୍ୟ ପୋଲିସ ଡିଜିଙ୍କୁ ଜବାବ ତଲବ କଲେ NHRC । ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ ନିର୍ଦ୍ଦେଶ । ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା ପିହୁ । ଗତବର୍ଷ ଅଗଷ୍ଟ ୯ ତାରିଖ ଦିନ ପିହୁକୁ ଅପହରଣ ଅଭିଯୋଗ ହୋଇଥିଲା।

  • Satyendu Shekher Mishra
  • 3 years ago

ପରୀ ହତ୍ୟା ମାମଲା, ନୟାଗଡ଼ ଚିଲ୍‌ଡ୍ରେନ୍‌ସ କୋର୍ଟରେ ମାମଲାର ଚାର୍ଜଫ୍ରେମ୍

ବହୁ ଚର୍ଚ୍ଚିତ ନୟାଗଡ଼ ଶିଶୁକନ୍ୟା ପରୀ ହତ୍ୟା ମାମଲା । ନୟାଗଡ଼ ଚିଲ୍‌ଡ୍ରେନ୍‌ସ କୋର୍ଟରେ ମାମଲାର ଚାର୍ଜଫ୍ରେମ୍ । ଦଫା ୩୦୨, ୩୭୬ କ ଓ ଖ, ୩୬୩, ୩୬୪, ୨୦୧ ଦଫାରେ ଚାର୍ଜଫ୍ରେମ୍ । ୬ ପକ୍ସୋ ଆକ୍ଟରେ ମଧ୍ୟ ମାମଲାର ଚାର୍ଜଫ୍ରେମ୍ କଲେ କୋର୍ଟ ।

  • Prangyan Parimita
  • 3 years ago

ପେଶାରେ ମେକାନିକାଲ ଇଞ୍ଜିନିଅର, ନିଶା ହେଉଛି ଚାଷ : ଭଦ୍ରକ ବସନ୍ତିଆ ଅଞ୍ଚଳର ଯୁବ ସଫଳ ଚାଷୀ ଭାବେ ଜଣାଶୁଣା ଉଦୟନାଥ

ଭଦ୍ରକ ବନ୍ତ ବ୍ଳକ ଅଧିନସ୍ତ ବସନ୍ତିଆ ପଞ୍ଚାୟତ ସିଲନ୍ଦୀ ଗାଁର ଉଦୟନାଥ କର । ପେଶାରେ ମେକାନିକାଲ ଇଞ୍ଜିନିଅର, ନିଶା ଚାଷ । ତାହା ପୁଣି ଭଳିକି ଭଳି ଚାଷ । ଜମିରେ ଗଛ ତ ଲଗାଇଛନ୍ତି । ତାସହ ମାଛଚାଷ, କୁକୁଡ଼ା ଚାଷ, ଜିଆ ଚାଷ, ଧଳା ଘୁଷୁରୀ, ଠେକୁଆ ଚାଷ କରିଛନ୍ତି । ଏପରିକି ଗୋପାଳନ ସହ ଦୁଗ୍ଧ ଚାଷ କରି ବେଶ୍ ଦୁଇ ପଇସା ଉପାର୍ଜନ କରୁଛନ୍ତି ଉଦୟନାଥ More

  • Prangyan Parimita
  • 3 years ago

ରାକ୍ଷୀ ତିଆରିରେ ବ୍ୟସ୍ତ କଟକର ଅନେକ କାରିଗର : ତିଆରି କରୁଛନ୍ତି କୋଭିଡ୍ ସହ ଅକ୍ସିଜେନ ରାକ୍ଷୀ କିଟ୍

ରାକ୍ଷୀ ପୂର୍ଣ୍ଣମୀ ସ୍ନେହ ଓ ବନ୍ଧନର ପର୍ବ ପାଳନ ପାଇଁ ମଝିରେ ଆଉ ମାତ୍ର କେତେ ଦିନ । ଏଥିପାଇଁ କଟକର କାରିଗରମାନେ ଏବେ ରାକ୍ଷୀ ତିଆରିରେ ବ୍ୟସ୍ତ । ଏଥର ମହାମାରୀ କରୋନାକୁ ଦୃଷ୍ଟିରେ ରଖି କାରିଗରମାନେ ପ୍ରସ୍ତୁତ କରୁଛନ୍ତି ଭିନ୍ନ ଧରଣର ରାକ୍ଷୀ । More

  • Chandan Shishu
  • 3 years ago

ବଲାଙ୍ଗିର ଧୂମାମରା ଡବଲ ମର୍ଡର ମାମଲାରେ ଫେରାର ୩ ଅଭିଯୁକ୍ତ ଗିରଫ

୨୦୧୫  ବଲାଙ୍ଗିର ଧୂମାମରା ଡବଲ ମର୍ଡର ମାମଲାରେ ଫେରାର ଥିବା ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ୨୦୧୫ ଫେବ୍ରୁଆରି ମାସରେ ଧୁମାମରାରେ ସୁରେଶ ସାହୁ ଏବଂ ଲିଫାନ ନାଗଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏଥିରେ ଘଟଣାସ୍ଥଳରେ ସୁରେଶ ସାହୁଙ୍କର ମୃତ୍ୟୁ ହୋଇଥିବାବେଳେ ଲିଫାନ ନାଗ ଚିକିତ୍ସାଧିନ ଅଭସ୍ଥାରେ ପ୍ରାଣ ହରାଇଥିଲେ। ସେତେବେଳେ ଘଟଣାରେ ସଂପୃକ୍ତ ୬ ଜଣଙ୍କ ଭିତରୁ ଦୁଇଜଣ ମହିଳା ସମେତ ଦୁଇଜଣ ପୁରୁଷଙ୍କୁ ଗିରଫ କରାଯାଇଥିଲା। ତେବେ ଅନ୍ୟ ଦୁଇଜଣ ଫେରାର ଥିଲେ ପରେ ଜେଲ୍‌ରୁ ଆଉ ଜଣେ ପରୋଲରେ ଆସି ଆଉ ଫେରିନଥିଲା। ବଲାଙ୍ଗିର ଥାନାରେ ନୂଆ ଆଇଆଇସି ଯୋଗଦେବା ପରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।  

  • Chandan Shishu
  • 3 years ago

ଅଭିଯୁକ୍ତକୁ ପୋଲିସ ସହାୟତା କରିଥିବା ଅଭିଯୋଗରେ ଥାନା ଆଗରେ ବିକ୍ଷୋଭ

ଅଭିଯୁକ୍ତକୁ ପୋଲିସ ସହାୟତା କରିଥିବା ଅଭିଯୋଗରେ ଥାନା ଆଗରେ ବିକ୍ଷୋଭ। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ତରପଦା ପଂଚାୟତର ଗୋପକୁଳ ଗ୍ରାମବାସୀ ଥାନା ଆଗରେ ବିକ୍ଷୋଭ କରିଛନ୍ତି। ଏପରିକି ଥାନା ଭିତରକୁ ପଶି ହୋ ହଲ୍ଲା ମଧ୍ୟ କରିଛନ୍ତି। ସୂଚନା ଅନୁସାରେ ଗତ ୬ ତାରିଖରେ ଜମି ଜମାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। କିନ୍ତୁ ଯେଉଁ ମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ସେମାନଙ୍କ ବିରୋଧରେ କୋହଳ ଦଫା ଲାଗିଥିବାରୁ ଅଭିଯୁକ୍ତ ମାନେ କୋର୍ଟରୁ ଜାମିନ୍ ପାଇ ଗାଁରେ ବୁଲୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।  

  • Prangyan Parimita
  • 3 years ago

ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ

ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ । ମଧ୍ୟପ୍ରଦେଶର ଭୋପାଳ ସହର ବାସିନ୍ଦା ସାକ୍ଷୀ ତାଙ୍କ ଶ୍ୱଶୁର ତଥା ବିଜୁ ଜନତା ଦଳ ସାଂସଦଙ୍କ ବିରୋଧରେ ନିର୍ଯାତନା ମାମଲା ଦାୟର କରିଛନ୍ତି । ଭର୍ତ୍ତୃହରିଙ୍କ ନାଁରେ ଅଭିଯୋଗ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । More

  • Chandan Shishu
  • 3 years ago

ଓଡ଼ିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ: ୪୧୯ କିଲୋମିଟର ଜନ ଆଶୀର୍ବାଦ ଯାତ୍ରାରେ ହେବେ ସାମିଲ

ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାରୁ ଦୁଇ ମନ୍ତ୍ରୀ ପୁରୀ ଅଭିମୁଖେ ଯାଇଛନ୍ତି। ବାଟରେ ବିଭିନ୍ନ ସ୍ଥାନରେ ଉଭୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଜଗନ୍ନାଥ ଦର୍ଶନ ପରେ ଦୁଇ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ଫେରିବେ। More

  • Prangyan Parimita
  • 3 years ago

ପିଲାଙ୍କ ପାଇଁ ଶିକ୍ଷାସେତୁ ବ୍ୟବସ୍ଥା : ମହାମାରୀ ଭୟ ଭିତରେ ଘରକୁ ଘର ଯାଇଁ ଡାଉଡ୍ କ୍ଲିୟର କରୁଛନ୍ତି ଶିକ୍ଷକ

କୋଭିଡ ମହାମାରୀ ପାଇଁ କ୍ଲାସ ବନ୍ଦ । ପ୍ରଥମରୁ ଅଷ୍ଟମ ଯାଏଁ ସ୍କୁଲ ଖୋଲିନି । ଆରମ୍ଭ ହୋଇନି ପିଲାଙ୍କ ପାଠପଠା । ଅନେକ ପିଲାଙ୍କ ପାଖରେ ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ ନଥିବାରୁ ପାଠଶାଳା, ୟୁଟ୍ୟୁବ ଓ ଅନଲାଇନ୍ କ୍ଲାସରୁ ବଂଚିତ ହେଉଛନ୍ତି । ସମସ୍ତଙ୍କୁ ଶିକ୍ଷା ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଛି ଶିକ୍ଷା ସେତୁ । ଏଇ ଶିକ୍ଷାସେତୁରେ ବିନିକା ସହରର ମନହରୀପଡା ଏବଂ ନୂଆପାଲିରେ ପିଲାଙ୍କ ଘରକୁ ଘର ଯାଇ ପାଠ ପଢାଉଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । More

  • Chandan Shishu
  • 3 years ago

ପୁରୀ ହାଜତ ମୃତ୍ୟୁ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ

ପୁରୀ ହାଜତ ମୃତ୍ୟୁ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ। ହାଜତ ମୃତ୍ୟୁ ହୋଇନଥିବା ନେଇ JMFCଙ୍କ ରିପୋର୍ଟ ଗ୍ରହଣ କଲେ ହାଇକୋର୍ଟ।  ଉକ୍ତ ତଦନ୍ତ ରିପୋର୍ଟକୁ ମୃତକଙ୍କ ପରିବାରକୁ ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟରେ ଅସନ୍ତୁଷ୍ଟ ଥିଲେ ଆଇନର ଆଶ୍ରୟ ନେଇପାରିବେ ପରିବାର ବୋଲି କହିଛନ୍ତି କୋର୍ଟ। କେ. ରମେଶ ନାମକ ବ୍ୟକ୍ତିଙ୍କର ହାଜତ ମୃତ୍ୟୁର ତଦନ୍ତ କରିଥିଲେ ପୁରୀ JMFC।

  • Prangyan Parimita
  • 3 years ago

ଅଧୁରା ରହିଗଲା ପାଠପଢ଼ା ସ୍ୱପ୍ନ : ମେଧାବୀ ତୃଷ୍ଣାରାଣୀଙ୍କ ଆଖିକୁ ଦେଖାଯାଉନି କି କାନକୁ ଶୁଭୁନି

ମେଧାବୀ ଛାତ୍ରୀଙ୍କ ଉପରେ ଦାଉ ସାଜିଲା ଦଇବ । ପାଠପଢ଼ି ଚାକିରି କରିବାର ସ୍ୱପ୍ନ ସବୁଦିନ ପାଇଁ ହଜିଗଲା । ସମସ୍ତଙ୍କ ଭଳି ପାଠ ପଢିବାକୁ ମନରେ ତାଙ୍କର ପ୍ରବଳ ଆଗ୍ରହ ଥିଲା । ସେଥିପାଇଁ କଠିନ ପରିଶ୍ରମ ମଧ୍ୟ କରୁଥିଲେ । ହେଲେ ବିଧିର ବିଧାନ ଥିଲା ଭିନ୍ନ । ହଠାତ ଆଖିକୁ ଆଉ ଦେଖାଗଲା ନାହିଁ କି କାନକୁ ବି ଶୁଣାଗଲା ନାହିଁ More

  • Chandan Shishu
  • 3 years ago

ଶିଶୁ ସଂକ୍ରମଣକୁ ନେଇ ଆତଙ୍କିତ ହୁଅନି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ ସମ୍ଭାବ୍ୟ ଶିଶୁ ସଂକ୍ରମଣ ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ଆବଶ୍ୟକୀୟ ବେଡ୍, ଆଇସିୟୁ ଚିହ୍ନଟ କରି ରଖାଯାଇଛି। ଯେଉଁମାନଙ୍କର ଆବଶ୍ୟକ ପଡ଼ୁଛି ସେମାନଙ୍କୁ ଆଡମିଶନ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଶିଶୁଙ୍କ ଲାଗି ୩ ହଜାର ବେଡ୍ ବ୍ୟବସ୍ଥା କରାଯାଇଛି। More

  • Chandan Shishu
  • 3 years ago

କରୋନାରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ

ସେ ଅନେକ ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଇକ୍‌ମୋ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯାଇଥିଲା। ସେ ୮୪ ଦିନ ହେବ ଇକ୍‌ମୋ ଚିକିତ୍ସାରେ ଚିକିତ୍ସିତ ହେଉଥିଲେ।  More

  • Minati Mishra
  • 3 years ago

ରୋଷେଇବେଳେ ଫାଟିଗଲା ଗ୍ୟାସ ଟାଙ୍କି

ଖୋର୍ଦ୍ଧା ବାଣପୁର ଥାନା ଗମ୍ଭାରୀମୁଣ୍ଡା ଗାଁରେ ଏକ ଅଘଟଣ ଘଟି ଯାଇଛି। ରୋଷେଇ ଗ୍ୟାସ ଟାଙ୍କି ଫାଟି ପୋଡ଼ିହୋଇ ୭ ଆହତ  ହୋଇଛନ୍ତି। More

  • Chandan Shishu
  • 3 years ago

ପିଇଓଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ଖାଳିଆମେଣ୍ଟ ସରପଞ୍ଚଙ୍କ ସ୍ୱାମୀ

ପଞ୍ଚାୟତ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ନାୟକଙ୍କ ଅଭିଯୋଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରକୁ କଚ୍ଚା ଘର ଦର୍ଶାଇ ନିଜ ଇଚ୍ଛା ମୁତାବକ ଲୋକଙ୍କୁ ବାଣ୍ଟିବାକୁ ଚାପ ପକାଉଥିଲେ ସ୍ଥାନୀୟ ସରପଞ୍ଚ ସ୍ବାମୀ ସୁର ଭୂୟାଁ। ଏମିତିକି ଗତକାଲି ବ୍ଲକ ଅଫିସ୍ ପରିସରରେ ସୁର ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଛନ୍ତି। More

  • Chandan Shishu
  • 3 years ago

ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର। କୋଭିଡ୍ କଟକଣା ମଧ୍ୟରେ ମନ୍ଦିର ଖୋଲିବା ନେଇ ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି।  ନିଷ୍ପତ୍ତି ଅନୁଯାୟୀ, ମନ୍ଦିର ଗର୍ଭଗୃହକୁ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ। ସମସ୍ତ ଶ୍ରଦ୍ଧାଳୁ ବାହାର କାଠ ନିକଟରୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ। ମନ୍ଦିର ଖୋଲିବା ନେଇ ସର୍କିଟ ହାଉସରେ ବୈଠକ ବସିଥିବା ବେଳେ ଏଥିରେ ଖୋର୍ଦ୍ଧା ଜିଲ୍ଲାପାଳ, ମନ୍ଦିର କାର୍ଯ୍ୟକାରୀ ଅଧିକାରୀ, ଏଡିଏମ, ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ  ଓ ୩ ନିଯୋଗ ସମ୍ପାଦକ ଉପସ୍ଥିତ ଥିଲେ। ବ୍ରାହ୍ମଣ ନିଯୋଗ ସମ୍ପାଦକଙ୍କ ସୂଚନା ଅନୁସାରେ, କୋଭିଡ ଗାଇଡଲାଇନ୍ ପାଳନ ସହ ସେବାୟତ ଏବଂ ଶ୍ରଦ୍ଧାଳୁଙ୍କ ଡବଲ୍ ଡୋଜ୍ ଟିକାକରଣ ବାଧ୍ୟତାମୂଳକ କରାଯାଇଛି। ଏଥିସହ ସମସ୍ତେ ମାସ୍କ ପିନ୍ଧିବା, ହାତ ସାନିଟାଇଜ୍ କରିବା ଏବଂ ସାମାଜିକ ଦୂରତା ଉପରେ ପ୍ରାଧାନ୍ୟ ଦିଆଯିବ।  

  • Chandan Shishu
  • 3 years ago

ବ୍ୟାସକବିଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ରୋକ୍ ଲଗାଇଲେ କୋର୍ଟ

ବ୍ୟାସକବିଙ୍କ ପ୍ରତିଟି ଲେଖା କାଳଜୟୀ ଓ ପ୍ରାସଙ୍ଗିକ। ଏବେ ବି ଅନେକ କିଛି ତାଙ୍କ ହାତ ଲେଖା ଅପ୍ରକାଶିତ ଅବସ୍ଥାରେ ରହିଛି। ଯାହା ପ୍ରକାଶନ ପାଇଁ ୨୦୧୯ ମସିହାରେ ତାଙ୍କ ଅଣନାତୁଣୀ ପ୍ରଫେସର ମୀନାକ୍ଷୀ ଦତ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ। More

  • Satyendu Shekher Mishra
  • 3 years ago

ଲୋକଙ୍କ ପ୍ରତିନିଧି ନୁହେଁ ବରଂ ମାଫିଆ ଭଳି ଆଚରଣ କରୁଛନ୍ତି ରାଜ୍ୟ ସରକାର: ବୈଜୟନ୍ତ ପଣ୍ଡା

ଭାରିଗଦାଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ନେଇ ବଡ଼ ବୟାନ ଦେଲେ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । More

  • Satyendu Shekher Mishra
  • 3 years ago

ଖସୁଛି ସଂକ୍ରମଣ ହେଲେ ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ବଢ଼ୁଛି ବିପଦ

ରାଜ୍ୟରେ ଖସୁଛି ଦୈନିକ କୋଭିଡ୍ ସଂକ୍ରମଣ ହେଲେ କମିବାର ନାଁ ଧରୁନି ୧୮ ବର୍ଷରୁ କମ୍ ବୟସ୍କ ବର୍ଗଙ୍କ ପଜିଟିଭ୍ ସଂଖ୍ୟା । ଅଗଷ୍ଟ ୧୫ ତାରିଖରେ ୧୩୮ ଜଣ, ୧୬ରେ ୧୦୪, ୧୭ରେ ୯୬, ଆଉ ଆଜି ମୋଟ୍ ୯୯୩ ପଜିଟିଭ୍‌ଙ୍କ ମଧ୍ୟରୁ ଏହି ବର୍ଗରୁ ୧୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । More

  • Satyendu Shekher Mishra
  • 3 years ago

ସୌମ୍ୟଙ୍କୁ ଚିକିତ୍ସା କରିଥିବା ୨ ଜଣ ଡାକ୍ତର ପରେ ତହସିଲଦାରଙ୍କୁ ପଚରାଉଚରା !

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଜେରାର ତୃତୀୟ ଦିନରେ ଆଜି CDMO କାର୍ଯ୍ୟାଳୟ ପରିସରରେ କ୍ରାଇମବ୍ରାଞ୍ଚ ଟିମ୍ । More

  • Satyendu Shekher Mishra
  • 3 years ago

ଏଠାରେ କୁଟୀର ଶିଳ୍ପ ପାଲଟିଲାଣି ଧଳା ଜହର କାରବାର, ମହିଳା ଓ ଶିଶୁ ସାଜିଛନ୍ତି ମାଫିଆଙ୍କ ଢ଼ାଲ..

କେତେବେଳେ ଚା ପ୍ୟାକେଟ୍‌ରେ ତ କେତେବେଳେ ପରିବା ଟ୍ରକ୍‌ରେ ା ବେଙ୍ଗଲ୍ ମୁର୍ଶିଦାବାଦ୍‌ରୁ ଖଡ଼ଗପୁର ଦେଇ ବାଲେଶ୍ୱର ଓ ଜଳେଶ୍ୱର । ଆଉ ସେଠୁ ଭୁବନେଶ୍ୱର । ଏଭଳି ଚାଲିଛି ଧଳାଜହର ବ୍ରାଉନସୁଗରର ବଡ଼ କାରବାର । More

  • Satyendu Shekher Mishra
  • 3 years ago

ପକ୍କା ଘର ବାଲାଙ୍କୁ ଆବାସ ନଦେବାରୁ ପିଇଓଙ୍କୁ ମାଡ଼, ବଦ୍ରି ପାତ୍ରଙ୍କ ପୁଅ ନାଁରେ ଅଭିଯୋଗ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେମିତି ବାଟବଣା, ଯେତେ ବଖାଣିଲେ ସରୁନି । ଫନି ବାତ୍ୟାର ଦୁଇବର୍ଷ ପରେ ବି ପୁରୀ ଜିଲ୍ଲାର ଶହ ଶହ ବିପନ୍ନ କଚ୍ଚା ଓ ଜରିପାଲ ଘରେ ଦୁର୍ଦ୍ଦିନରେ ଥାଇ ସରକାରୀ ଘର ଖଣ୍ଡେ ପାଇଁ ଚାହିଁ ଚାହିଁ ଆଖିରୁ ପାଣି ମଲାଣି । More