ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ UGC ମାନ୍ୟତା । ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆବଶ୍ୟକ ତଥ୍ୟ ଦେଲେ ଖୁବଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବେ । କିଛି ଦିନ ତଳେ ୟୁଜିସି ତାଲିକାରୁ ବାଦ୍ ପଡ଼ିଥିଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ । ଏହାକୁ ନେଇ ବିଭିନ୍ନ ଜିଲ୍ଲାରେ ଛାତ୍ର ଆନ୍ଦୋଳନ ଦେଖା ଦେଇଥିଲା ।
OSSC ସଦସ୍ୟଙ୍କ ପିଏସ୍ଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣା । ଘର ରେଡ୍ ବେଳେ ମିଳିଲା ୩ କୋଟି ୭୯ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସମ୍ପତ୍ତି । ପିଏସ୍ଙ୍କ ୨ଟି ଦୁଇ ମହଲା କୋଠା, ୧୪ଟି ପ୍ଲଟ ଠାବ । ନଗଦ ୨୫ ଲକ୍ଷ ଟଙ୍କା ସହ ଦେଢ କେଜି ସୁନା ଜବତ ହୋଇଥିବା ସୂଚନା । ଜବତ ସୁନାର ମୂଲ୍ୟ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ହେବା ନେଇ ଭିଜିଲାନ୍ସର ସୂଚନା । ଏବେ ମଧ୍ୟ ପିଏସ୍ଙ୍କ ଘରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।
୧୮୫ ଜୁନିଅର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିଯୁକ୍ତି ଦେଲେ ସରକାର । ସମସ୍ତ ୧୮୫ ଜୁନିଅର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗୃହ ବିଭାଗରେ ନିଯୁକ୍ତି
ନବନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇ ନିଷ୍ଠାର ସହ କାମ କରିବାକୁ କହିଲେ ମୁଖ୍ୟମନ୍ତ୍ରୀ ।
ଦାରିଙ୍ଗବାଡ଼ିର ପୂର୍ବତନ ସହକାରୀ JEଙ୍କୁ ୩ ବର୍ଷ କାରାଦଣ୍ଡାଦେଶ । ଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ୨୦୧୮ରେ ଲାଞ୍ଚ ନେଇ ଗିରଫ ହୋଇଥିଲେ JE ଚିତ୍ତରଞ୍ଜନ ବଳିଆରସିଂହ ।
ଅଗଷ୍ଟ ୨୭ରେ ହେବ ମାଧ୍ୟମିକ ସ୍କୁଲ ଶିକ୍ଷକ ଚୟନ ପରୀକ୍ଷା OSSTET । ଅଗଷ୍ଟ ୨୭ରେ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ।
କୌଣସି ବ୍ୟକ୍ତି ଜ୍ୱର ହୋଇ ହସ୍ପିଟାଲ ଆସିଲେ ୨ଟି ଟେଷ୍ଟ କରାଯିବ । ଉଭୟ କୋଭିଡ୍ ଓ ଡେଙ୍ଗୁ ଟେଷ୍ଟ କରାଯିବ କହିଲେ ଡିଏମ୍ଇଟି । ଡେଙ୍ଗୁ ଷ୍ଟ୍ରେନ୍ ୪ ପ୍ରକାର, ଭୁବନେଶ୍ୱରରେ D1 ଷ୍ଟ୍ରେନ, ରାୟଗଡ଼ାରେ D2 । ୨୦୧୫ରୁ ଡେଙ୍ଗୁ ଓଡ଼ିଶାରେ ଦେଖାଯାଉଛି, ତା ପାଇଁ ପଲିସି ବି ରହିଛି । ଡେଙ୍ଗୁ ମଶା ସକାଳେ ଓ ସଂଧ୍ୟାରେ କାମୁଡ଼ନ୍ତି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ବସ୍ତି ନୁହେଁ, ସଂଭ୍ରାନ୍ତ ଅଞ୍ଚଳର ଲୋକ ବେଶି ଆକ୍ରାନ୍ତ ହେଉଥିବା ଦେଖାଯାଉଛି । ଏଥିପାଇଁ ସବୁ ସୋସାଇଟିମାନଙ୍କୁ ସଚେତନ ପାଇଁ କୁହାଯାଇଛି ବୋଲି କହିଛନ୍ତି ନିର୍ଦ୍ଦେଶକ । ସବୁ ସରକାରୀ ହସ୍ପିଟାଲରେ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲିବ କହିଲେ ନିର୍ଦ୍ଦେଶକ ।
ସୁନ୍ଦରଗଡ଼: ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍ ସହ ୫ ହଜାର ଜରିମାନା । ୨୦୧୩ରେ ରଘୁନାଥପାଲି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିଲା । ମାମଲାର ବିଚାର କରି ଦଣ୍ଡାଦେଶ କଲେ ସୁନ୍ଦରଗଡ଼ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ।
ଇ-ଉପସ୍ଥାନ ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସ୍କୁଲରେ ଶିକ୍ଷକ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଏହି ଆପ୍ରେ ଗ୍ରହଣ କରାଯିବ
ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ଅଭିନବ ପଦକ୍ଷେପ କହିଲେ ମନ୍ତ୍ରୀ ।
ଟିକା ପାଇଁ ଠେଲା ପେଲା ହେବାରୁ ଲୋଙ୍କୁ ପିଟିଲା ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା କୃତିବାସ ଭବନ ଟିକାକରଣ କେନ୍ଦ୍ରରେ । More
ଗୁଣପୁର: ୪ କ୍ୱିଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ; ୫ ଗିରଫ । ପାଟ୍ରୋଲିଂ ବେଳେ କେନ୍ଦୁଗୁଡ଼ା ନିକଟରୁ ଜବତ କଲା ପଦ୍ମପୁର ପୋଲିସ । ଗଞ୍ଜେଇ ସହ ନଗଦ ଏକ ଲକ୍ଷ ଏକ ହଜାର ଟଙ୍କା ମଧ୍ୟ ଜବତ । ପଦ୍ମପୁର ଅଞ୍ଚଳରୁ ଗୋଟିଏ ଟ୍ରକ୍ରେ ଝାଡଖଣ୍ଡକୁ ଚାଲାଣ ହେଉଥିଊଲା । ଟ୍ରକ୍କୁ ଏସକର୍ଟ କରି ନେଉଥିବା ଗୋଟିଏ କାର ମଧ୍ୟ ଜବତ କଲା ପୋଲିସ ।
ସୁନ୍ଦରଗଡ଼: ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍ ସହ ୫ ହଜାର ଜରିମାନା । ୨୦୧୩ରେ ରଘୁନାଥପାଲି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିଲା । ମାମଲାର ବିଚାର କରି ଦଣ୍ଡାଦେଶ କଲେ ସୁନ୍ଦରଗଡ଼ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ
ହାଇକୋର୍ଟରେ ମାମଲାର ଶୁଣାଣି ବେଳେ ସିଧା ପ୍ରସାରଣ ବ୍ୟବସ୍ଥାକୁ ସ୍ଥଗିତ ରଖିବାକୁ ମୁଖ୍ୟ ବିଚାରପତିଙ୍କୁ ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଚିଠି । More
ଟୋକିଓ ଅଲିମ୍ପିକ୍ସ: ପୁରୁଷ ହକିରେ ଭାରତର ଦମଦାର ବିଜୟ । ଆୟୋଜକ ଜାପାନକୁ ୫-୩ ଗୋଲରେ ହରାଇଲା ଭାରତ ।
OSSC ସଦସ୍ୟଙ୍କ ପିଏସ୍ଙ୍କ ଘରେ ଭିଜିଲାନ୍ସ ଚଢ଼ଉ ପରେ ମିଳିଲା ନଗଦ ୨୫ ଲକ୍ଷ ଟଙ୍କା । ପିଏସ୍ ବିରଞ୍ଚି ସାହୁଙ୍କ ଘରୁ ମିଳିଲା ନଗଦ ୧୨ ଲକ୍ଷ ଟଙ୍କା । ସକାଳେ ବିରଞ୍ଚିଙ୍କ ଶଳାଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ମିଳିଥିଲା । ବିରଞ୍ଚଙ୍କ ଘରୁ ନଗଦ ୧୨ ଲକ୍ଷ ଟଙ୍କା ସହ ସୁନା ଗହଣା ଜବତ କଲା ଭିଜିଲାନ୍ସ । ଘଟଣା ନେଇ ମୁହଁ ଖୋଲିଲେନି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ । କହିଲେ ‘ମ୍ୟାଟର ଅଣ୍ଡର ଇନ୍କ୍ୱାରୀ, ମୁଁ କିଛି କହିପାରିବିନି’ ।
OSSC ସଦସ୍ୟଙ୍କ ପିଏସ୍ଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣା । ଘଟଣାକୁ ନେଇ OSSC ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ପ୍ରତିକ୍ରିୟା । ଘଟଣାର ଇଣ୍ଟରନାଲ୍ ଇନ୍କ୍ୱାରୀ କରାଯିବ । ଦୃଢ ପଦକ୍ଷେପ ନିଆଯିବ । ଏତେ ଗୁଡ଼ିଏ ଟଙ୍କା ସେ କେଉଁଠୁ, କେମିତି ଆଣିଲେ ତଦନ୍ତ କରାଯିବ । OSSCର ସମସ୍ତ ପରୀକ୍ଷାଠାରୁ ବିରଞ୍ଚି ଦୂରରେ ରହନ୍ତି । ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ତଦନ୍ତ ପରେ ଜଣାପଡ଼ିବ ।
ନିଜ ପିଏସ୍ଙ୍କ ସଂପତ୍ତି ନେଇ OSSC ସଦସ୍ୟ ଜଗନ୍ନାଥ ଲେଙ୍କାଙ୍କ ପ୍ରତିକ୍ରିୟା । ମୋର ଏ ଘଟଣାରେ କୌଣସି ନେଣଦେଣ ନାହିଁ । ମୁଁ ଏସବୁ ବିଷୟରେ କିଛି ଜାଣିନି, ଏତେ ଟଙ୍କା କେଉଁଠୁ ଆସିଲା କହିପାରିବିନି । ଘଟଣାର ଭିଜିଲାନ୍ସ ତଦନ୍ତ କରୁଛି, ସତ୍ୟାସତ୍ୟ ପଦାକୁ ନିଶ୍ଚିତ ଆସିବ ।
ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ। ଗତକାଲି ବିଳମ୍ବିତ ରାତିରେ ବର୍ଷା ଯୋଗୁ ଗଜପତି ଜିଲ୍ଲା ମୋହନା ବ୍ଲକ୍ ବାଲିପଙ୍କ ଗାଁ ନିକଟରେ ଥିବା ଅସ୍ଥାୟୀ ପୋଲ ଭାସି ଯାଇଛି। ଏଥିଯାଗୁ ୬ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଧାଡିଆମ୍ବ, ବାଘମାରି, ବଡସିନ୍ଧବା ପଞ୍ଚାୟତର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ତିତିଲି ବାତ୍ୟା ସମୟରେ ତିଆରି ହୋଇଥିବା ପୋଲଟି ଧୋଇଯିବା ପରେ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା।
କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ନାବାଳିକାର ଅଶ୍ଲୀଳ ଭିଡିଓ ଭାଇରାଲ ଅଭିଯୋଗ ଘଟଣାରେ ୩ ଜଣଙ୍କୁ ଗିରଫ କଲା ସଦର ଥାନା ପୋଲିସ। ପଶ୍ଚିମବଙ୍ଗ ନଦିଆ ଜିଲ୍ଲାରୁ ଦୁଇଜଣ ରାଜମିସ୍ତ୍ରୀ ଓ ସାଲେପୁରରୁ ସେମାନଙ୍କ ସହଯୋଗୀକୁ ଗିରଫ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ମିଲନ, ମୁଲାୟମ, ଦେବଦତ୍ତ ବୋଲି ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୋଗ ଅନୁସାରେ, ନାବାଳିକାଙ୍କ ପରିବାର ପକ୍ଷରୁ ନୂତନ ଭାବେ ଏକ ଗୃହ ର୍ନିମାଣ କରାଯାଉଛି। ଏହି ଗୃହ ର୍ନିମାଣର ଦାୟିତ୍ୱରେ ଥିବା ଜଣେ ବଙ୍ଗାଳି ମିସ୍ତ୍ରୀ ନାବାଳିକା ସହିତ ବିଭିନ୍ନ ସମୟରେ ଭିଡିଓ କଲ ମାଧ୍ୟରେ କଥା ହୋଇଥାନ୍ତି। ଆଉ ସମ୍ପର୍କ ନିବିଡ଼ ହେବା ପରେ ଏହାର ଫାଇଦା ନେଇ ନାବାଳିକାର ଅଶ୍ଲୀଳ ଭିଡିଓ ଉତ୍ତୋଳନ କରି ସ୍କ୍ରିନ୍ ସଟ୍ କରି ଫଟୋ ଉଠାଇ ରଖିଥିଲେ। ହେଲେ ନାବାଳିକାଙ୍କ ପରିବାର ସହ ପଡୋଶୀ ସହ ବିବାଦ ହୋଇଥିଲା। ଏହି ବିବାଦକୁ ନେଇ ବଙ୍ଗାଳି ମିସ୍ତ୍ରୀ ଓ ପଡୋଶୀ ମିଶି ନାବାଳିକାଙ୍କ ଅଶ୍ଲୀଳ ଫଟୋକୁ ବିଭିନ୍ନ ହ୍ୱାଟ୍ସଆପ୍ ଏବଂ ଇନଷ୍ଟାଗ୍ରାମ ଗ୍ରୁପରେ ଭାଇରଲ କରିଥିଲେ।
‘ଗୋଟିଏ ଦେଶ ଗୋଟିଏ ରାସନ’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନା ଦ୍ୱାରା ରାଜ୍ୟ ବାହାର ଲୋକ ମଧ୍ୟ ଓଡ଼ିଶାରେ ରାସନ ପାଇପାରିବେ। ବାହାର ରାଜ୍ୟରେ ରହୁଥିବା ଓଡ଼ିଶା ଲୋକ ବି ସେଠାରୁ ରାସନ ପାଇ ପାରିବେ। ‘ଗୋଟିଏ ଦେଶ ଗୋଟିଏ ରାସନ ଯୋଜନା’ ଦ୍ୱାରା ରାଜ୍ୟର ୧୦, ୫୭୮ ସୁଲଭ ମୂଲ୍ୟ ଦୋକାନରୁ ହିତାଧିକାରୀ ସୁବିଧା ପାଇପାରିବେ। ଏହାବ୍ୟତୀତ ମାଲକାନଗିରି ଜିଲ୍ଲାରେ ଭିଟାମିନ ଯୁକ୍ତ ଚାଉଳ ପ୍ରଦାନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ ହୋଇଛି। ଭିଟାମିନ୍ ଯୁକ୍ତ ଚାଉଳରେ ଭିଟାମିନ୍ ବି-୧୨ ଏବଂ ଫୋଲିକ୍ ଏସିଡ୍ ଥିବାରୁ ଏହା ଗରିବ ଲୋକଙ୍କ ସମେତ ବିଶେଷ କରି ବାଳିକା ଓ ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବରୁ ଭୁବନେଶ୍ୱର ସହରରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ୱାନ୍ ନେସନ୍, ୱାନ୍ ରେସନ୍ ଯୋଜନା କାର୍ଯ୍ୟକାରୀ ହୋଇଛି।
ରାଜ୍ୟରେ ଅନଲକ୍ ସମ୍ଭାବନା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର। ସେ କହିଛନ୍ତି, ଆମେ ବର୍ତ୍ତମାନ ଅନ୍ଲକ୍ ଟ୍ରାକରେ ଅଛୁ। କେସ୍ ଲୋଡ଼ କମିଛି। ମଲ୍ ଖୋଲିବାକୁ ଅନୁମତି ଦେବା ପୂର୍ବରୁ ଡବଲ୍ ଡୋଜ ଟୀକା ନେଇଥିବା ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉ। ମଲ୍ ଭିତରେ ଥିବା ଫୁଡ଼ କୋର୍ଟକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଉ।
ଅଗଷ୍ଟ ୧ ପରେ କ’ଣ ହେବ ? କରୋନା କଟକଣା କୋହଳ ହେବ କି ? ଯଦି ହେବ କେତେ ମାତ୍ରାରେ କୋହଳ ହେବ ? ଏନେଇ ଡିଏମ୍ଇଟି ମୁଖ୍ୟ କହିଛନ୍ତି, ସଂପୂର୍ଣ୍ଣ ଅନ୍ଲକ୍ ହେବା ଭଳି ସ୍ଥିତି ରାଜ୍ୟରେ ଏଯାଏ ସୃଷ୍ଟି ହୋଇ ନାହିଁ। ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ନୂଆ ଗାଇଡ୍ ଲାଇନ୍ ଘୋଷଣା କରାଯିବ। କଟକ ଭୁବନେଶ୍ୱରରେ କରୋନା ସ୍ଥିତି ସ୍ଥିର ରହିଛି।
ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ମିଳିବ। ଏହାସହ ଉଚ୍ଚ ପ୍ରାଥମିକ ସ୍ତରରେ ବିଭିନ୍ନ ବିଷୟପାଇଁ ଶିକ୍ଷକ ପଦବୀ ପୂରଣ ହେବ ଏବଂ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ପ୍ରଧାନ ଶିକ୍ଷକ ପଦବୀ ଗୁଡିକ ମଧ୍ୟ ପୂରଣ ହୋଇପାରିବ। More
ତେବେ ପୂର୍ବରୁ ପୁରୀ ବେଳାଭୂମିରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା OTDC ପକ୍ଷରୁ ମଦ୍ୟ ପାନ ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଥିଲା । ବିଚ୍ ସ୍ନାକ୍ସ ନାଁରେ ଖୋଲିବାର ଯୋଜନା ଥିବା ବେଳେ ଗୋଆ ଭଳି ପୁରୀ ବେଳାଭୂମୀରେ ଏହି ବ୍ୟବସ୍ଥା ପାଇଁ ଓଟିଡିସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପର୍ଯ୍ୟଟକଙ୍କ ପାଇଁ ମଦ୍ୟପାନ ବ୍ୟବସ୍ଥା ମଧ୍ୟ କରାଯିବା ପାଇଁ ସ୍ଥିର ହୋଇଥିଲା। ଏଥିପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଥିଲା। More
ବିଭିନ୍ନ କାରଣରୁ ମାଟ୍ରିକ ପରୀକ୍ଷା ଦେଇ ପାରିନଥିବା ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଆଜି ମାଟ୍ରିକ ପରୀକ୍ଷା ଦେଉଛନ୍ତି। ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଗଞ୍ଜାମ ଜିଲ୍ଲା ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। More
ଖୋର୍ଦ୍ଧା ବାଘମାରୀ ବଜାରରେ ଗୁଳିମାଡ଼। ଗତକାଲି ରାତିରେ ସ୍ଥାନୀୟ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ କରିବା ସହ ତାଙ୍କ ନିକଟରୁ ଟଙ୍କା ଲୁଟ୍ କରି ନେଇଛନ୍ତି ଦୁର୍ବୃତ୍ତ। ଗୁରୁତର ବ୍ୟବସାୟୀଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ଲୁଟ୍ ପାଇଁ ଏହି ଗୁଳିମାଡ଼ ହୋଇଛି, ନାଁ ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେନେଇ କିଛି ବି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଖବର ଅନୁସାରେ. ବାଘମାରୀ ବଜାରରେ ଦୋକାନ ବନ୍ଦ କରି ବ୍ୟବସାୟୀ ଜଣଙ୍କ ଘରକୁ ଯାଉଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ପଲସରରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ।
ପଥରରେ ଛେଚି ଜଣକୁ ହତ୍ୟା। କୋରାପୁଟ ଜୟପୁର ସହର ଲକ୍ଷ୍ମୀ ପଣ୍ଡା ଛକରେ ଜଣେ ବ୍ୟକ୍ତିଙ୍କୁ କେହି ପଥରରେ ଛେତି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକଙ୍କ ପରିଚୟ ମିଳିନି। କିଏ ଓ କାହିଁକି ହତ୍ୟା କଲା, ସେନେଇ କାରଣ ଅସ୍ପଷ୍ଟ ରହିଛି। ଏକ କୁଡ଼ିଆରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ଜୟପୁର ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ଅବସରରେ ମାଓ ମେଳି। ପୋଲିସ ଗୁଳିରେ ନିହତ ହୋଇଥିବା ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଲାଗି ଏହି ମାଓମେଳିର ଆୟୋଜନ କରାଯାଇଛି। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଘଞ୍ଚ ଜଙ୍ଗଲରେ ଏହି ସଭାର ଆୟୋଜନ କରାଯାଇଥିଲା। ଏହି ମାଓମେଳିରେ ହଜାର ହଜାର ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ। ମାଓ ସଂଗଠନକୁ ସୁଦୃଢ କରିବାକୁ ଏହି ମାଓ ମେଳିର ଆୟୋଜନ କରାଯାଇଥିଲା। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଚାଲିବ ମାଓବାଦୀଙ୍କ ସହିଦ ସପ୍ତାହ।
ଦେଖିବାକୁ ଅସଲି, ହେଲେ ଜିନିଷ ନକଲି। ବାହାରୁ ଶସ୍ତାରେ ଘଣ୍ଟା ଆଣି ତା’ଉପରେ ନାମୀଦାମୀ ବ୍ରାଣ୍ଡ୍ର ଲୋଗୋ ଓ ଷ୍ଟିକର ଲଗାଇ ଅଧିକ ଦାମ୍ରେ ଚାଲିଥିଲା ବିକ୍ରି। ଶେଷରେ ଏହି ଠକାମୀ ପୋଲିସ୍ ହାତରେ ଧରାପଡ଼ି ଯାଇଥିଲା। More
ରାଜ୍ୟରେ ୧୫୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇ ଥିବାବେଳେ ଖୋର୍ଦ୍ଧାରୁ ସର୍ବାଧିକ ୪୭୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୯୦୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୬୫୪ ରହିଛି। More
ବାଂଲାଦେଶ ଉପକୂଳ ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ୱେଲ୍ ମାର୍କଡ୍ ଲୋ’ ପ୍ରେସର ଏରିଆ ସକ୍ରିୟ ରହିଛି। ଏହା ପଶ୍ଚିମ ଦିନଗରେ ଗତି କରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାର ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। More
ଅସନ୍ତୁଷ୍ଟଙ୍କ ପାଇଁ ଶେଷ ସୁଯୋଗ । କାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା । ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ କାଲିଠାରୁ ରାଜ୍ୟର ୧୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । More
ଛୋଟ ପିଲା ସିନା, ମୁଣ୍ଡରେ କିନ୍ତୁ ବଡ଼ ଚିନ୍ତା । ପ୍ରଶାସନିକ ସ୍ତରରେ ଯାହା ହୋଇପାରିଲାନି, ମେଳି ବାନ୍ଧି କରି ଦେଖାଇଲେ । କାଦୁଅ, ଖାଲଖମା ଭର୍ତ୍ତି ରାସ୍ତାର ମରାମତି କଲେ । More
ସେପଟେ ସୁନାବେଡ଼ା ଜଙ୍ଗଲ ହେବ ବାଘ ଅଭୟାରଣ୍ୟ। ଶିମିଳିପାଳ, ସାତକୋଶିଆ ପରେ ସୁନାବେଡ଼ାକୁ ବାଘ ଅଭୟାରଣ୍ୟ ମାନ୍ୟତା ପାଇଁ ଏନଟିସିଏ ମାନକ ପୂରଣ କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ଦେଶରେ ବାଘ ସଂଖ୍ୟା ବଢୁଥିବା ବେଳେ ରାଜ୍ୟରେ ସଂଖ୍ୟା କମି କମି ଯାଉଛି। ଏହା ପୂର୍ବରୁ ୨୦୧୮ ଓ ୨୦୧୪ରେ ହୋଇଥିବା ଗଣନାରେ ବାଘଙ୍କ ସଂଖ୍ୟା ଥିଲା ମାତ୍ର ୨୮। ଏଥିପାଇଁ ଏଥର ବାଘ ଗଣନାରେ ପୂର୍ବଥର ଭଳି ୧୫ ବଦଳରେ ଅଧିକ ବନଖଣ୍ଡକୁ ସାମିଲ କରାଯିବ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି। More
ତେବେ ନଭେମ୍ବର ୯ ତାରିଖରେ ଯାଇଥିବା ଏହି ଭାଇରଲ ଇମେଲରେ ଲେଖାଯାଇଛି ଯେ, ଯଦି ମାସିକିଆ ଚାନ୍ଦା ଦିଆନଯାଏ ତେବେ ସ୍ଥାନୀୟ ପ୍ରଶାସନ, ସ୍ଥାନୀୟ ପୋଲିସ, ଲୋକାଲ ୟୁନିଅନ, ଆଞ୍ଚଳିକ ପ୍ରଦୂଷଣ ବିଭାଗ ଅଫିସରଙ୍କର ଆଦୌ ସହଯୋଗ ମିଳିବ ନାହିଁ। ତେଣୁ ଯଥାଶୀଘ୍ର ସେମାନଙ୍କର ମାସିକ ଚାନ୍ଦା ରିଲିଜ କରାଯାଉ।ଏପରିକି କାଳିଆପାଣି IIC ମଧ୍ୟ ଫୋନ କରି କାଳୀପୂଜା ଭେଟି ପାଇଁ ତାଗିଦ କରିଲେଣି ବୋଲି ଏଥିରେ ଉଲ୍ଲେଖ ରହିଛି। More
ଅଗଷ୍ଟ ୨୩ରୁ କମନ PG ଏଣ୍ଟ୍ରାନ୍ସ । କମନ PG ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୨ରୁ ୧୪ ତାରିଖ ମଧ୍ୟରେ ଅନଲାଇନ୍ରେ ଆବେଦନ କରିପାରିବେ ପରୀକ୍ଷାର୍ଥୀ । More