• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 21 July 2021

  • Satyendu Shekher Mishra
  • 3 years ago

ଅନନ୍ୟ ସୌଭାଗ୍ୟ ପାଇ ଧନ୍ୟ ମଣୁଥିଲେ ନିଜକୁ, ଭଜୁ ଥିଲେ ଜଗା ନାମକୁ

ରଥ ରଜ୍ଜୁ କାନ୍ଧରେ ଯେତେବେଳେ ଆନନ୍ଦ ଲାଗିବନି । ସେଇଥି ପାଇଁ ତ ଖାତିର ନଥିଲା ଡହ ଡହ ଖରାକୁ କି ଡର ନଥିଲା ମୂଷଳ ଧାରାର ବର୍ଷାକୁ । ରଜ୍ଜୁ ଟାଣୁଥିଲେ, ରଥ ଗଡୁଥିଲା । More
  • Satyendu Shekher Mishra
  • 3 years ago

ରାଜ୍ୟରେ କମୁଛି, ହେଲେ ଭୁବନେଶ୍ୱର ଓ କଟକରେ ଚିନ୍ତାଜନକ ସ୍ଥିତିରେ କରୋନା

ରାଜ୍ୟରେ କମୁଛି, ହେଲେ ଭୁବନେଶ୍ୱର ଓ କଟକରେ ଚିନ୍ତାଜନକ ସ୍ଥିତିରେ କରୋନା । ବିଶେଷ କରି ଆଇସିୟୁ ଓ ଭେଣ୍ଟିଲେଟରରେ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି । More
  • Satyendu Shekher Mishra
  • 3 years ago

ICMR ଡିଜିଙ୍କ ପରାମର୍ଶ ପରେ, ପ୍ରାଥମିକ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେବେ କି ସରକାର ?

ଆଇସିଏମ୍‌ର୍ ଡିଜିଙ୍କ ପରାମର୍ଶ ପରେ, ପ୍ରାଥମିକ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେବେ କି ସରକାର ? ଚତୁର୍ଥ ସେରୋ ସର୍ଭେ ରିପୋର୍ଟ ଅନୁସାରେ, ବୟସ୍କଙ୍କଠାରୁ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ । More
  • Satyendu Shekher Mishra
  • 3 years ago

‘ବାହା ହେବାକୁ ପ୍ରସ୍ତାବ ଦେଲି ହେଲେ ସେ ମାନିଳାନି, ତେଣୁ ତଣ୍ଟି କାଟିଦେଲି’

ସ୍ୱାମୀକୁ ଛାଡ଼ି ମୋତେ ବାହା ହେବାକୁ ପ୍ରସ୍ତାବ ଦେଲି । ମୁଣ୍ଡରେ ସିନ୍ଦୂର ଦେଲି । ରାଜି ନହେବାରୁ ଜୀବନ ନେଲି । ଭୁବନେଶ୍ୱର ଭୀମଟାଙ୍ଗି ପ୍ରିୟଙ୍କା ପ୍ରିୟଦର୍ଶିନୀ ହତ୍ୟା ମାମଲାରେ ପୋଲିସ ଆଗରେ ଏଭଳି ଚାଞ୍ଚଲ୍ୟକର ବୟାନ ରଖିଛି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । More
  • Satyendu Shekher Mishra
  • 3 years ago

ଖୋଲି ଗୁମର, ବଢ଼ୁଛି ସସ୍‌ପେନ୍ସ.. ଏବେ ବି ଜଣାପଡ଼ିନି କେମିତି ହେଲା ମୃତ୍ୟୁ

ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଯେତେ ଖୋଳିଲେ ସେତେ ବାହାରୁଛି । ଯେତିକି ବାହାରିଲେ ସେତିକି ସସ୍‌ପେନ୍ସ ବଢୁଛି । ଆଜି ପୁଣି ସାମ୍ନାକୁ ଆସିଛି ଆଉ ଏକ ହାତଲେଖା । More
  • Satyendu Shekher Mishra
  • 3 years ago

ଭୁବନେଶ୍ୱରରେ ଅବସରପ୍ରାପ୍ତ ବିଚାରପତିଙ୍କ ବେକରୁ ଝିଙ୍କିନେଲେ ସୁନା ଚେନ୍

ଭୁବନେଶ୍ୱରରେ ଅବସରପ୍ରାପ୍ତ ବିଚାରପତିଙ୍କ ବେକରୁ ଝିଙ୍କିନେଲେ ସୁନା ଚେନ୍ । ଖାରବେଳ ନଗର ଥାନା ମାଳିସାହି ନିକଟରୁ ଝିଙ୍କିନେଲେ ଲୁଟେରା । ୩ ଲୁଟେରାଙ୍କୁ କାବୁ କଲେ ଲୋକେ, ଜଣେ ଖସି ଯାଇଥିବା ସୂଚନା । ୩ ଲୁଟେରାଙ୍କୁ ଖାରବେଳ ନଗର ଥାନାରେ ଅଟକ ରଖି ପଚରାଉଚରା

  • Satyendu Shekher Mishra
  • 3 years ago

SIଙ୍କ ଗାଡ଼ି ଡିକିରୁ ୨ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ ଟିମ୍

କଳାହାଣ୍ଡି ଗୋଲାମୁଣ୍ଡା ଥାନାର ଜଣେ SIଙ୍କ ଗାଡ଼ିରୁ ଟଙ୍କା ଜବତ । SIଙ୍କ ଗାଡ଼ି ଡିକିରୁ ୨ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ ଟିମ୍ । SI ଉଗ୍ରସେନ ପଟେଲ ଥାନାରେ ଅଟକ, ଟଙ୍କା ନେଇ ତନାଘନା ଜାରି । SIଙ୍କ ବଲାଙ୍ଗିର ସଇଁତଳା ପୈତୃକ ଘରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ

  • Satyendu Shekher Mishra
  • 3 years ago

୨୬ରୁ ସ୍କୁଲ ସହ ହଷ୍ଟେଲ ଖୋଲିବାକୁ ରାଜ୍ୟ ସରକାରଙ୍କ ନିଷ୍ପତି

୨୬ରୁ ସ୍କୁଲ ସହ ହଷ୍ଟେଲ ଖୋଲିବାକୁ ରାଜ୍ୟ ସରକାରଙ୍କ ଘୋଷଣା । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି । More

  • Satyendu Shekher Mishra
  • 3 years ago

୨୬ରୁ ସ୍କୁଲ ସହ ହଷ୍ଟେଲ ଖୋଲିବାକୁ ରାଜ୍ୟ ସରକାରଙ୍କ ଘୋଷଣା

୨୬ରୁ ସ୍କୁଲ ସହ ହଷ୍ଟେଲ ଖୋଲିବାକୁ ରାଜ୍ୟ ସରକାରଙ୍କ ଘୋଷଣା । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି । ଗଣଶିକ୍ଷା, SC/ST ଓ ସଂଖ୍ୟାଲଘୁ ବିଭାଗ ପରିଚାଳିତ ହଷ୍ଟେଲ ଖୋଲିବ । ଘରୋଇ ସଂସ୍ଥା ପରିଚାଳିତ ଇଂଲିଶ ମିଡିୟମ ସ୍କୁଲ ହଷ୍ଟେଲ ଖୋଲିବ । ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ SOP ଜାରି ।

  • Satyendu Shekher Mishra
  • 3 years ago

୮ ଦିନ ହେବ ମୃତ୍ୟୁ ହେଲାଣି, ହେଲେ ଆମ୍ବୁଲାନ୍ସରେ ପଡ଼ି ରହିଛି ଶବ

୮ ଦିନ ହେବ ମୃତ୍ୟୁ ହେଲାଣି । ହେଲେ ଆଜି ଯାଏ ଆମ୍ବୁଲାନ୍ସରେ ପଡ଼ି ରହିଛି ଶବ । ତାମିଲନାଡୁରୁ ଶବ ଆମ୍ବୁଲାନ୍ସ ଯୋଗେ ଗାଁକୁ ଆସିବାର ତିନି ଦିନ ବିତିଲାଣି ହେଲେ ଏଯାଏ ସତ୍କାର ହୋଇପାରିନାହିଁ । More

  • Satyendu Shekher Mishra
  • 3 years ago

‘ଅପରିଣାମଦର୍ଶୀ ଚିଠି ଲେଖିବାରେ ଓଡ଼ିଶା ସରକାରଙ୍କ କୌଣସି ପଟାନ୍ତର ନାହିଁ’

ଜାତିଭିତ୍ତିକ ଜନଗଣନା ନେଇ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ଚିଠି ପ୍ରସଙ୍ଗରେ ବିଜେଡି ଜାତି ରାଜନୀତି ଚାହୁଁଛି ବୋଲି କହିଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ।  More

  • Satyendu Shekher Mishra
  • 3 years ago

ଭୁବନେଶ୍ୱରରେ ଗର୍ଭାବତୀଙ୍କୁ ଟୀକାକରଣ, ସେଣ୍ଟରରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା

ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଗର୍ଭାବତୀଙ୍କ ଟୀକାକରଣ । ବିଏମ୍‌ସିର ସମସ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ସରକାରୀ ହସ୍ପିଟାଲରେ ଗର୍ଭବତୀଙ୍କ ଟିକାକରଣ କରାଯାଉଛି । ଆଜିଠାରୁ ଏହି ଅଭିଯାନକୁ ବ୍ୟାପକ କରାଯାଇଛି । More

  • Satyendu Shekher Mishra
  • 3 years ago

ବିଦ୍ୟାଭାରତୀ ଲେଖିଥିଲେ, ‘ତାଙ୍କ ନାଁ ସହ ନାଁ ଯୋଡ଼ିବାକୁ ବି ମୁଁ ଘୃଣା କରେ, ଗୋଟିଏ ଭୁଲ ନିଷ୍ପତି ଯୋଗୁଁ ଲାଇଫ୍ ସ୍ପଏଲ’

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ଘରୁ ମିଳିଥିବା କାଗଜ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଭାରତୀ । କାହାକୁ ଆକ୍ଷେପ କରି ଏମିତି ଲେଖିନାହାନ୍ତି ବୋଲି ସେ କହିଛନ୍ତି । More

  • Satyendu Shekher Mishra
  • 3 years ago

ଖସି ପଳାଇବାକୁ ଉଦ୍ୟମ ବେଳେ ଛାତରୁ ଡେଇଁ ଅଭିଯୁକ୍ତ ଆହତ

ଖସି ପଳାଇବାକୁ ଉଦ୍ୟମ ବେଳେ ଛାତରୁ ଡେଇଁ ଅଭିଯୁକ୍ତ ଆହତ । ଖସିବାକୁ ଛାତରୁ ଡେଇଁ ଗୋଡ଼ ଭାଙ୍ଗିଲା, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ୫୩ ଲକ୍ଷ ଠକେଇ ମାମଲାରେ ଫେରାର ଥିଲା ଅଭିଯୁକ୍ତ । ଅଭିଯୁକ୍ତକୁ ଧରିବାକୁ କଟକ ସଦର ଉଷୁମା ଗାଁରେ ଚଢ଼ାଉ କରିଥିଲା ପୋଲିସ । ନୟାପଲ୍ଲୀ ପୋଲିସକୁ ଦେଖି ଖସି ପଳାଇବାକୁ ଉଦ୍ୟମ ବେଳେ ଆହତ ।

  • Satyendu Shekher Mishra
  • 3 years ago

ଆକାଶ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ୱର: ଆକାଶ କ୍ଷେପଣାସ୍ତ୍ରର ପରୀକ୍ଷଣ । ୩ ନମ୍ବର ଲଞ୍ଚପ୍ୟାଡରୁ ଅପରାହ୍ନ ସାଢ଼େ ୧୨ରୁ ୧ଟା ମଧ୍ୟରେ ପରୀକ୍ଷଣ । ଭୂପୃଷ୍ଠରୁ ଆକାଶକୁ ଟାର୍ଗେଟ କରୁଥିବା ଆକାଶର ଲକ୍ଷ୍ୟଭେଦୀ କ୍ଷମତା ୪୦ କିମି । ୬୦ କେଜି ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖିଛି କ୍ଷେପଣାସ୍ତ୍ର ଆକାଶ

  • Satyendu Shekher Mishra
  • 3 years ago

ଆରମ୍ଭ ହେଲା ମହାପ୍ରଭୁଙ୍କ ସୁନାବେଶ ନୀତିକାନ୍ତି ।

ଆରମ୍ଭ ହେଲା ମହାପ୍ରଭୁଙ୍କ ସୁନାବେଶ ନୀତିକାନ୍ତି । ଶ୍ରୀକ୍ଷେତ୍ରରେ ରଥ ଉପରେ  ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । ମହଣ ମହଣ ସୁନାରେ ସଜେଇ ହେବେ ତିନି ଠାକୁର । ଅପରାହ୍ନରେ ସାରା ଜଗତ ଦେଖିବ ଚକାଆଖିର ସୁନାବେଶ । ଶ୍ରୀଜିଉଙ୍କ ଏହି ଅପରୂପ ବେଶ ଦେଖିବାକୁ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି ।  More

  • Minati Mishra
  • 3 years ago

ପ୍ରିୟଙ୍କା ହତ୍ୟା ମାମଲା: ଦହିବରା ପାଇଁ ବଞ୍ଚିଗଲା କୁନି ପୁଅ

ବହୁ ଚର୍ଚ୍ଚିତ ଭୁବନେଶ୍ୱର ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ନିଜ ଅପରାଧ  ସ୍ୱୀକାର କରିଛି । ଏ ନେଇ ଆଜି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ପ୍ରିୟଙ୍କାଙ୍କୁ ହତ୍ୟା ପରେ ଜଗନ୍ନାଥ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।  More

  • Prangyan Parimita
  • 3 years ago

ACF ସୌମ୍ୟଙ୍କ ମୃତ୍ୟୁ ରହସ୍ୟରୁ ଉଠିବ ପରଦା ? DFOଙ୍କୁ ଜେରା କରାଯିବ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓଙ୍କୁ ପଚରାଉଚରା କରାଯିବ କହିଛନ୍ତି ଗଜପତି ଏସପି । More

  • Minati Mishra
  • 3 years ago

ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା; ଶାଶୂଙ୍କୁ ଟାର୍ଗେଟ କଲେ ବିଦ୍ୟାଭାରତୀ

ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ନୂଆ ଟ୍ୱିଷ୍ଟ। ମୁହାଁମୁହିଁ ହେଲେ ଶାଶୂ-ବୋହୂ। ସୌମ୍ୟଙ୍କ ମୃତ୍ୟୁ ପାଇଁ ମା’ ବୋହୂକୁ ଦୋଷ ଦେଉଥିବାବେଳେ ଜବାବ ଦେଲେ ବୋହୂ ବିଦ୍ୟାଭାରତୀ। More

  • Minati Mishra
  • 3 years ago

କେନାଲରେ ୬୦ ଫୁଟ ଚଉଡାର ଘାଇ

 ଢେଙ୍କାନାଳ: କାମାକ୍ଷାନଗର ବ୍ଲକ ସାନ୍ତାରାପୁରଠାରେ ରେଙ୍ଗାଳି ଦକ୍ଷିଣପାର୍ଶ୍ୱ କେନାଲରେ ଘାଇ ହୋଇଛି।   ପ୍ରାୟ ୬୦ ଫୁଟ ଚଉଡାର ଘାଇ ଯୋଗୁଁ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଯାଇଛି  । କେନାଳ ନିକଟରେ ଥିବା ଚାଷ ଜମି ଓ ଗାଁ ଗୁଡିକରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସକାଳୁ ଅନ୍ତଗାଡିଆ ନିକଟରେ ଘାଇ ସୃଷ୍ଟି ହୋଇଥିଲା । କାମାକ୍ଷାନଗର ରେଙ୍ଗାଳି  ବାମପାର୍ଶ୍ୱ  ଓ ଦକ୍ଷିଣ ପାର୍ଶ୍ୱ କେନାଲର ବିଭିନ୍ନ ସ୍ଥାନରେ ବାରମ୍ବାର ଘାଇ ହେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

  • Minati Mishra
  • 3 years ago

କରୋନା ଟିକା ନ ମିଳିବାରୁ ରାସ୍ତା ଅବରୋଧ

ବୌଦ୍ଧ: କରୋନା ଟିକା ନ ମିଳିବାରୁ ବୌଦ୍ଧ ଜିଲ୍ଲା ଅଡେଣିଗଡ଼ ଟିକାକରଣ କେନ୍ଦ୍ରରେ ଅସନ୍ତୋଷ ଦେଖା ଦେଇଛି । ଅସନ୍ତୁଷ୍ଟ ବ୍ୟକ୍ତିମାନେ  ଜାତୀୟ ରାଜପଥ  ୫୭ ଅବରୋଧ କରିଥିଲେ ।  ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ୱରେ ଅଟକି ରହିଲା ଶହ ଶହ ଗାଡି ମୋଟର।  ସୂଚନା ଅନୁସାରେ, ଆଜି ବୌଦ୍ଧ ଜିଲ୍ଲାର ୧୧ଟି କେନ୍ଦ୍ରରେ ୩ ହଜାର ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।  ସେଥି ମଧ୍ୟରୁ ଅଡେଣିଗଡ଼ ଟିକାକରଣ କେନ୍ଦ୍ରରେ ୨୦୦ ଡୋଜ ଟିକା ଦେବାର ବନ୍ଦୋବସ୍ତ କରାଯାଇଥିଲା । ହେଲେ ଟିକାକରଣ କେନ୍ଦ୍ରରେ ଶହ ଶହ ଟିକା ଆଶାୟୀ ଆସିଯିବାରୁ କେନ୍ଦ୍ରରେ ଅବ୍ୟବସ୍ଥା ଦେଖା ଦେଇଛି । ପୋଲିସ ବୁଝା ସୁଝା କରିବାର ରାସ୍ତା ରୋକ ହଟିଛି। ବର୍ତ୍ତମାନ ଟିକାକରଣ କେନ୍ଦ୍ରରେ ପ୍ରବଳ ଗହଳି ହୋଇଥିବା ଦେଖାଯାଇଛି।  ଟିକା ପାଇଁ ସମସ୍ତେ ସାମାଜିକ ଦୂରତା ଭୁଲିଯାଇଛନ୍ତି।  

  • Minati Mishra
  • 3 years ago

ନାବାଳିକାକୁ ପିଟିପିଟି ହତ୍ୟା

କେନ୍ଦୁଝର: କେନ୍ଦୁଝର ଚମ୍ପୁଆ ଥାନା ରଘୁଆଳସାହିରେ ଅଭାବନୀୟ ଘଟଣା।  ଜଣେ ନାବାଳିକାକୁ ହତ୍ୟା କରାଯାଇଛି। ଗତକାଲି ରାତିରେ ନାବାଳିକାକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହତ୍ୟା ପରେ ଅଭିଯୁକ୍ତ ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା  । ଗୁରୁତର ଅବସ୍ଥାରେ ତାଙ୍କୁ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି ।  ପୋଲିସ ଘଟଣାର ତଦନ୍ତ କରୁଛି 

  • Minati Mishra
  • 3 years ago

ନଦୀରେ ବୁଡି ୨ ଭାଇଙ୍କ ମୃତ୍ୟୁ

ଯାଜପୁର: ନଦୀରେ ବୁଡି ୨ ନାବାଳକ  ଭାଇଙ୍କ ମୃତ୍ୟୁ ଘଟିଛି। ବ୍ରାହ୍ମଣୀ ନଦୀରୁ ଦୁଇଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ତାନା କୋଠିଢିହ ଗାଁରେ ।  ମୃତ ଦୁଇ ଭାଇ ହେଲେ ଗାଁର ହାପିଜ ଅବଦୁଲଙ୍କ ଦୁଇ ପୁଅ ୧୧ ବର୍ଷୀୟ ସାହିଲ ଏବଂ ୧୦ ବର୍ଷୀୟ ସାହିଦ ।

ଦୁଇ ଭାଇ ଗତକାଲି ଅପରାହ୍ନରେ ଖେଳିବାକୁ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଉ ଫେରି ନ ଥିଲେ ।  ପରେ ପରିବାର ଲୋକ ଗ୍ରାମବାସୀଙ୍କ ସହ ମିଶି ଖୋଜାଖୋଜି କରିବା ପରେ କୋଠିଢିହ ନାୟକ ସାହି ଛନ୍ଦାରେ ଦୁଇ ଭାଇଙ୍କ ପୋଷାକପତ୍ର ଓ ଚପଲ ପଡିଥିବା ଦେଖିବାକୁ ମିଳିଥିଲା।  ପରେ ନଦୀରେ ଖୋଜାଖୋଜି କରିବା ପରେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

  • Minati Mishra
  • 3 years ago

ଦେଶରେ ପୁଣି ବଢିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ମୃତ୍ୟୁ ସଂଖ୍ୟା ରେକର୍ଡ ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟାରେ ୩ ହଜାର ୯୯୮ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।  ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୮ ହଜାର ୪୮୦କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମୁଛି।  ଦିନକରେ ଆଉ ୪୨ ହଜାର ୧୫ ସଂକ୍ରମିତ ଚିହ୍ନଟ ହୋଇଛି  । ମୋଟ୍ ଆକ୍ରାନ୍ତ ସଂଖ୍ୟା ୩ କୋଟି ୧୨ ଲକ୍ଷ ୧୬ ହଜାର ୩୩୭କୁ ବୃଦ୍ଧି ପାଇଛି । ଦେଶରେ ବର୍ତ୍ତମାନ ୪ ଲକ୍ଷ ୭ ହଜାର ୧୭୦ ଆକ୍ଟିଭ୍ କେସ ଥିବା ବେଳେ ୩ କୋଟି ୩ ଲକ୍ଷ ୯୦ ହଜାରରୁ ଅଧିକ ଆରୋଗ୍ୟ ହୋଇଛନ୍ତି।  ଏ ପର୍ଯ୍ୟନ୍ତ  ୪୧ କୋଟି ୫୪ ଲକ୍ଷ ୭୨ ହଜାର ୪୫୫ ଡୋଜ୍ ଟିକାକରଣ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

  • Minati Mishra
  • 3 years ago

ତାଂଜାନିଆ ହାଇକମିଶନର ହେଲେ ଓଡ଼ିଆ ପୁଅ

ଦକ୍ଷିଣ ଆଫ୍ରିକାର ତାଂଜାନିଆର ହାଇକମିଶନର ଭାବେ ନିଯୁକ୍ତ ହେଲେ ଓଡ଼ିଆ ଆଇ.ଏଫ୍.ଏସ୍. ଅଫିସର ବିନୟ ଶ୍ରୀକାନ୍ତ ପ୍ରଧାନ । ତାଙ୍କୁ ଭାରତ ସରକାର ଏହି ପଦବୀରେ ନିଯୁକ୍ତ କରିଛନ୍ତି। More

  • Minati Mishra
  • 3 years ago

ପିତୃପକ୍ଷରେ ତୀର୍ଥଯାତ୍ରୀଙ୍କ ପାଇଁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍

ସେପ୍ଟେମ୍ବରରେ ଚାଲିବ ସ୍ୱତନ୍ତ୍ର ଟ୍ରେନ। ସ୍ୱତନ୍ତ୍ର ଭାବେ ତୀର୍ଥଯାତ୍ରୀଙ୍କ ପାଇଁ ଏହି ଟ୍ରେନ ଗଡ଼ିବ।  ପିତୃପକ୍ଷ ସମୟରେ ତୀର୍ଥ ଯାତ୍ରୀଙ୍କ ଯାତାୟାତ ସୁବିଧା ଯୋଗାଇ ଦେବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି।  ଏହି ପିଲଗ୍ରୀମ ସ୍ପେଶାଲ ଟୁରିଷ୍ଟ ଟ୍ରେନ ସେପ୍ଟେମ୍ବର ୨୫ରୁ ସିକନ୍ଦରାବାଦରୁ ଛାଡିବ। More

  • Prangyan Parimita
  • 3 years ago

୩୭ ସେକେଣ୍ଡରେ ୯ଫୁଟର ୩ଟି ଖମ୍ବକୁ ଚଢି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ୫ ବର୍ଷର ସ୍ୱୟଂଶିବ

କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ଏକ ଛୋଟ ଗାଁ ଚିଲଗୁଡା । ବାପା ସମୀର ଯୋଶୀ ଏବଂ ମା ସାଗରିକା ଯୋଶୀଙ୍କ ଏକମାତ୍ର ପୁଅ ସ୍ୱୟଂଶିବ । ତେବେ ବର୍ତ୍ତମାନ ସ୍ୱୟଂଶିବକୁ ନେଇଁ ଚାରିଆଡେ ଚର୍ଚ୍ଚା । More

  • Minati Mishra
  • 3 years ago

ଚିହ୍ନଟ ହେଲେ  ୧,୯୨୭ କରୋନା ରୋଗୀ, ଆଖି ବୁଜିଲେ ୬୯

ଆଜି ରାଜ୍ୟରୁ ୧,୯୨୭ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ପୁଣି ୬୯ ଜଣ ଆଖି ବୁଜିଥିବା କୁହାଯାଇଛି। ମୃତ ଓ ଆକ୍ରାନ୍ତଙ୍କ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ଉପରେ ରହିଛି। ଏଠାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସର୍ବାଧିକ ରୋଗୀ ଆଖି ବୁଜିଛନ୍ତି। More

  • Minati Mishra
  • 3 years ago

ଆଜି ଏଇସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଗତକାଲି ଟ୍ୱିନ ସିଟିରେ ପ୍ରବଳ ବର୍ଷା ହୋଇଯାଇଛି। କାଲିର ବର୍ଷା ପ୍ରବଳ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ଦେଇଥିବାବେଳେ ଆଜି ମଧ୍ୟ ଅନେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। More

  • Prangyan Parimita
  • 3 years ago

ବିଧାୟକଙ୍କ ନିରାଡମ୍ବର ଜୀବନ : ଚାଳଘରେ ରହୁଛନ୍ତି, ସାଇକେଲ ଚଢୁଛନ୍ତି

ନିରାଡମ୍ବର ଜୀବନ ବିତାଉଛନ୍ତି ପୂର୍ବତନ ବିଧାୟକ । ନିଜର ସରଳ, ଅମାୟିକ, ନିଷ୍କପଟ ଓ ସରଳ ଜୀବନ ଶୈଳୀ ପାଇଁ ସେ ଚର୍ଚ୍ଚାରେ । ସାଇକେଲରେ ଯିବାଆସିବା କରିବା ସହ ବୟସର ଅପରାହ୍ନରେ ନିଜ ଗାଁରେ ଚାଳଛପର ଘରେ ଜୀବନ ଅତିବାହିତ କରୁଛନ୍ତି । More

  • Minati Mishra
  • 3 years ago

ପଞ୍ଚାୟତ ଦୁର୍ନୀତି; ୩୩ ଲକ୍ଷ ଟଙ୍କା ହରିଲୁଟ ଅଭିଯୋଗ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କଳମା ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ।  ଚଞ୍ଚକତା କରି ପଞ୍ଚାୟତର ଟଙ୍କା ହରିଲୁଟ କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ  । ସାମ୍ବାଦିକ ସମ୍ମିଳନୀ କରି ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, କଳମା ସରପଞ୍ଚ ରୀତାଞ୍ଜଳୀ ବେହେରାଙ୍କ ସ୍ୱାମୀଙ୍କୁ ହାତବାରିସୀ କରି ୨୦୧୭ ନଭେମ୍ବର ମାସରୁ ଏଯାଏ ୩୩ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରାଯାଇଛି। ବ୍ୟାଙ୍କ ପାସବୁକ୍ ଓ ପଞ୍ଚାୟତର କ୍ୟାସ ବୁକ୍‌ରେ ଚତୁରତାର ସହିତ ପଞ୍ଚାୟତର ଟଙ୍କା ହରିଲୁଟ ହୋଇଛି । ସେ ଦୁଇଜଣଙ୍କ ମଧ୍ୟରୁ ଜଣେ ହେଲେ ସରପଞ୍ଚଙ୍କ ସ୍ୱାମୀ ଲକ୍ଷ୍ମୀ ନାରାୟଣ ବେହେରା ଓ ଅନ୍ୟଜଣେ ବରଡ଼ିହା ପଞ୍ଚାୟତର ପିଅନ ଗୌର ଚରଣ ହୁଈ । କେବଳ ସେତିକି ନୁହେଁ ବିଭିନ୍ନ ପ୍ରକଳ୍ପ ନାଁରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ଏହାର ନିରପେକ୍ଷ ତଦନ୍ତ କରିବାକୁ କଂଗ୍ରେସ ଦାବି କରିଛି। ସେପଟେ କଂଗ୍ରେସର ଅଭିଯୋଗ ନେଇ ସରପଞ୍ଚ କିମ୍ବା ତାଙ୍କ ସ୍ୱାମୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ  ।

  • Minati Mishra
  • 3 years ago

ବକ୍ରି ଇଦ୍ ପାଇଁ ଭଦ୍ରକରେ ପୋଲିସ ଫ୍ଲାଗ ମାର୍ଚ୍ଚ

ଭଦ୍ରକ: ବକ୍ରି ଇଦ୍ ପାଇଁ ଭଦ୍ରକରେ ପୋଲିସ ଫ୍ଲାଗ ମାର୍ଚ୍ଚ କରୁଛି। ଶାନ୍ତି ଓ ଶୃଙ୍ଖଳତାର ସହ ଇଦ ପାଳିବାକୁ ସହରରେ ପୋଲିସ ପକ୍ଷରୁ ଏପରି ଫ୍ଲାଗ ମାର୍ଚ୍ଚ କରାଯାଇଛି  । ଭଦ୍ରକ ପୁରୁଣାବଜାରଠାରୁ ଏହି ଫ୍ଲାଗ ମାର୍ଚ୍ଚ ବାହାରି ପୁରା ସହର ପରିକ୍ରମା କରିଥିଲ।  ଏଥିରେ ଥାନା ଅଧିକାରୀଙ୍କ ସମେତ ୫ ପ୍ଲାଟୁନ ଫୋର୍ସ ସାମିଲ ହୋଇଥିଲେ। ଆଜି ଇଦ ପର୍ବ ଥିବାରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

  • Prangyan Parimita
  • 3 years ago

ଶ୍ରୀକ୍ଷେତ୍ରରେ ଜି ଶ୍ରୀଜିଉଙ୍କ ସୁନାବେଶ : ରଥ ଉପରେ ମହଣ ମହଣ ସୁନାରେ ସଜେଇ ହେବେ ତିନି ଠାକୁର

ଶ୍ରୀକ୍ଷେତ୍ରରେ ଆଜି ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେବେ ତିନି ଠାକୁର । ଶ୍ରୀଜିଉଙ୍କ ଏହି ଅପରୂପ ବେଶ ଦେଖିବାକୁ ଶ୍ରଦ୍ଧାଳୁ ଅପେକ୍ଷା କରିଛନ୍ତି । More

  • Pramod Behera
  • 3 years ago

ହାଇକୋର୍ଟର ଦ୍ୱାରସ୍ତ ହେଲେ ଅନୁଭବ ମହାନ୍ତି

ବର୍ଷା-ଅନୁଭବ ବିବାଦ ସମାଧାନର ନା ଧରୁନି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଆଜି ହାଇକୋର୍ଟ ଯାଇଛନ୍ତି ଅନୁଭବ ମହାନ୍ତି । More

  • Satyendu Shekher Mishra
  • 3 years ago

ସୁରୁଖୁରୁରେ ବାହୁଡ଼ା ଯାତ୍ରା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ଅଗ୍ନିଶମ ସେବା, ପୁରୀ ମ୍ୟୁନିସିପାଲଟିକୁ ସମନ୍ୱୟ ନେଇ ପ୍ରଶଂସା । ପୁରୀର ଜନସାଧାରଣଙ୍କ ସହଯୋଗ ଓ ସଂଯମତା ଅତୁଳନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । More

  • Satyendu Shekher Mishra
  • 3 years ago

ଗରମ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଥିଲେ ସେବାୟତ, ଆକାଶରୁ ଝରିଲା ଉଶ୍ୱାସର ବର୍ଷା

ଭକ୍ତଶୂନ୍ୟ ଘୋଷଯାତ୍ରା ଭଳି କ୍ରମାଗତ ଦ୍ୱିତୀୟ ଥର ପାଇଁ ସୁରୁଖୁରୁରେ ସରିଲା ବିନା ଭକ୍ତରେ ବାହୁଡ଼ାଯାତ୍ରା । ଜନ୍ମବେଦୀରେ ସବୁ ଲୀଳାଖେଳା ସାରି ଆଜି ନୀଳକନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ମହାବାହୁ । More

  • Satyendu Shekher Mishra
  • 3 years ago

ଦୁଇ ବର୍ଷ ପରେ ଶୁଭିଲା BJDର କେନ୍ଦ୍ର ଅବହେଳା ନାରା; ନିର୍ବାଚନ ପାଖେଇଲା ଆନ୍ଦୋଳନ ଆରମ୍ଭ ହେଲା

ପ୍ରାୟ ଦୁଇ ବର୍ଷ ପରେ ବିଜେଡିର ପ୍ରତିବାଦ ପଲିଟିକ୍ସ । କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତକୁ ଓହ୍ଲାଇଲା ଦଳ । ଆଜି ରାଜ୍ୟତମାମ ଏଫ୍‌ସିଆଇ ଦପ୍ତର ଓ ଗୋଦାମ ଆଗରେ ବିଜେଡି ଧାରଣା ଦେବା ସହ ଦିଲ୍ଲୀରେ ମଧ୍ୟ ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । More

  • Satyendu Shekher Mishra
  • 3 years ago

‘ମୋ ସାଇକେଲ’ ପାଇଁ ୨୫ ହଜାର ନୁହେଁ ୫୦ ହଜାରର ହୋଇଥିଲା ଚୁକ୍ତି

ରାଜଧାନୀରେ ଖତ ଖାଉଥିବା ବିଏମ୍‌ସିର ମୋ’ ସାଇକେଲ ଯୋଜନାରେ ସାମ୍ନାକୁ ଆସିଛି ଆହୁରି ସାଂଘାତିକ ତଥ୍ୟ । କବାଡ଼ି ବାଲାକୁ ମାତ୍ର ୫୦୦ ଟଙ୍କାରେ ବିକ୍ରି ହୋଇଥିବା ସାଇକେଲ୍ ପିଛା ସରକାର ୨୫ ହଜାର ନୁହେଁ, ମୋଟ ୫୦ ହଜାରର ଚୁକ୍ତି କରିଥିଲେ । More