• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 20 July 2021

  • Pramod Behera
  • 3 years ago

ହାଇକୋର୍ଟର ଦ୍ୱାରସ୍ତ ହେଲେ ଅନୁଭବ ମହାନ୍ତି

ବର୍ଷା-ଅନୁଭବ ବିବାଦ ସମାଧାନର ନା ଧରୁନି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଆଜି ହାଇକୋର୍ଟ ଯାଇଛନ୍ତି ଅନୁଭବ ମହାନ୍ତି । More
  • Satyendu Shekher Mishra
  • 3 years ago

ସୁରୁଖୁରୁରେ ବାହୁଡ଼ା ଯାତ୍ରା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ଅଗ୍ନିଶମ ସେବା, ପୁରୀ ମ୍ୟୁନିସିପାଲଟିକୁ ସମନ୍ୱୟ ନେଇ ପ୍ରଶଂସା । ପୁରୀର ଜନସାଧାରଣଙ୍କ ସହଯୋଗ ଓ ସଂଯମତା ଅତୁଳନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । More
  • Satyendu Shekher Mishra
  • 3 years ago

ଦେଶରେ କେବଳ SC/STଙ୍କ ବ୍ୟତୀତ ଅନ୍ୟ କୌଣସି ଜାତିକୁ ନେଇ ଜାତିଭିତ୍ତିକ ଜନଗଣନା ହେବନି

ଦେଶରେ କେବଳ SC/STଙ୍କ ବ୍ୟତୀତ ଅନ୍ୟ କୌଣସି ଜାତିକୁ ନେଇ ଜାତିଭିତ୍ତିକ ଜନଗଣନା ହେବନି । ଏ ନେଇ ଆଜି ଲୋକସଭାରେ ସ୍ପଷ୍ଟ କରିଛନ୍ତି ସରକାର । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଲୋକସଭାରେ କହିଛନ୍ତି ଯେ, ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଲୋକସଭା ଓ ବିଧାନସଭାରେ ଅନୁସୂଚନିତ ଜାତି ଓ ଜନଜାତି ଲାଗି ସଂଖ୍ୟାନୁପାତରେ ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି । ତେଣୁ ସେମାନଙ୍କ କ୍ଷେତ୍ରରେ ଜାତି ଭିତ୍ତିକ ଗଣନା ଲାଗୁ ହେବାକୁ ଥିବା ବେଳେ ଅନ୍ୟମାନଙ୍କ ଲାଗି ଜାତିଭିତ୍ତିକ ଜନଗଣନା ହେବ ନାହିଁ । ଦେଶରେ ଜାତି ଭିତ୍ତିକ ଜନଗଣନା ଲାଗି ତଥ୍ୟ ସଂଗ୍ରହ ପାଇଁ ଓଡ଼ିଶା ଓ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା । ତେବେ ଏହି ଆଧାରରେ ଦୁଇ ରାଜ୍ୟ ସରକାରଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।

  • Satyendu Shekher Mishra
  • 3 years ago

ଗରମ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଥିଲେ ସେବାୟତ, ଆକାଶରୁ ଝରିଲା ଉଶ୍ୱାସର ବର୍ଷା

ଭକ୍ତଶୂନ୍ୟ ଘୋଷଯାତ୍ରା ଭଳି କ୍ରମାଗତ ଦ୍ୱିତୀୟ ଥର ପାଇଁ ସୁରୁଖୁରୁରେ ସରିଲା ବିନା ଭକ୍ତରେ ବାହୁଡ଼ାଯାତ୍ରା । ଜନ୍ମବେଦୀରେ ସବୁ ଲୀଳାଖେଳା ସାରି ଆଜି ନୀଳକନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ମହାବାହୁ । More

  • Satyendu Shekher Mishra
  • 3 years ago

ଦୁଇ ବର୍ଷ ପରେ ଶୁଭିଲା BJDର କେନ୍ଦ୍ର ଅବହେଳା ନାରା; ନିର୍ବାଚନ ପାଖେଇଲା ଆନ୍ଦୋଳନ ଆରମ୍ଭ ହେଲା

ପ୍ରାୟ ଦୁଇ ବର୍ଷ ପରେ ବିଜେଡିର ପ୍ରତିବାଦ ପଲିଟିକ୍ସ । କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତକୁ ଓହ୍ଲାଇଲା ଦଳ । ଆଜି ରାଜ୍ୟତମାମ ଏଫ୍‌ସିଆଇ ଦପ୍ତର ଓ ଗୋଦାମ ଆଗରେ ବିଜେଡି ଧାରଣା ଦେବା ସହ ଦିଲ୍ଲୀରେ ମଧ୍ୟ ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । More

  • Satyendu Shekher Mishra
  • 3 years ago

ଟାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ହେଲେ ଓଡ଼ିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନ

ଟାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ହେଲେ ଓଡ଼ିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନ । ଦେବଗଡ଼ରେ ଜନ୍ମିତ ବିନୟଙ୍କୁ ନିଯୁକ୍ତ ଦେଲେ ଭାରତ ସରକାର । ୨୦୧୯ରୁ ମସ୍କୋ ସ୍ଥିତ ଦୂତାବାସରେ ଡେପୁଟି ଚିଫ୍ ଅଫ୍ ମିଶନ ଅଛନ୍ତି ।

  • Satyendu Shekher Mishra
  • 3 years ago

ଗଜପତି ମହାରାଜାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗଜପତି ମହାରାଜାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀଜିଉଙ୍କ ଅଦ୍ୟ ସେବକ ଭାବେ ଦୀର୍ଘ ୫୦ ବର୍ଷ ଧରି ସେବା ପାଇଁ ଶୁଭେଚ୍ଛା । ମହାପ୍ରଭୁଙ୍କ ଛେରା ପହଁରା ନୀତି, ସେବା ଓ ସମର୍ପଣର ସର୍ବୋତ୍ତମ ନିଦର୍ଶନ । ମହାପ୍ରଭୁଙ୍କ ସେବାରେ ଗଜପତି ମହାରାଜାଙ୍କ ଜୀବନ ଅାନନ୍ଦମୟ ହେଉ ।

  • Satyendu Shekher Mishra
  • 3 years ago

ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା

ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା । ମନ୍ଦିର, ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ଅଗ୍ନିଶମ ସେବା, ପୁରୀ ମ୍ୟୁନିସିପାଲଟିକୁ ସମନ୍ୱୟ ନେଇ ପ୍ରଶଂସା । ପୁରୀର ଜନସାଧାରଣଙ୍କ ସହଯୋଗ ଓ ସଂଯମତା ଅତୁଳନୀୟ- ମୁଖ୍ୟମନ୍ତ୍ରୀ ।

  • Satyendu Shekher Mishra
  • 3 years ago

‘ମୋ ସାଇକେଲ’ ପାଇଁ ୨୫ ହଜାର ନୁହେଁ ୫୦ ହଜାରର ହୋଇଥିଲା ଚୁକ୍ତି

ରାଜଧାନୀରେ ଖତ ଖାଉଥିବା ବିଏମ୍‌ସିର ମୋ’ ସାଇକେଲ ଯୋଜନାରେ ସାମ୍ନାକୁ ଆସିଛି ଆହୁରି ସାଂଘାତିକ ତଥ୍ୟ । କବାଡ଼ି ବାଲାକୁ ମାତ୍ର ୫୦୦ ଟଙ୍କାରେ ବିକ୍ରି ହୋଇଥିବା ସାଇକେଲ୍ ପିଛା ସରକାର ୨୫ ହଜାର ନୁହେଁ, ମୋଟ ୫୦ ହଜାରର ଚୁକ୍ତି କରିଥିଲେ । More

  • Satyendu Shekher Mishra
  • 3 years ago

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବାପ-ଝିଅଙ୍କ କଥାରେ ନାହିଁ ତାଳମେଳ, କଲ୍‌ ରେକର୍ଡିଂର ଉଦେଶ୍ୟ କ’ଣ ?

ଗତ ମଙ୍ଗଳବାରଠୁ ଏ ମଙ୍ଗଳବାର, ୮ ଦିନ ବିତିଗଲା । ତଥାପି ସାମ୍ନାକୁ ଆସିଲାନି ଯୁବ ACF ସୌମ୍ୟରଜଂନଙ୍କ ମୃତ୍ୟୁ ପଛର ସତ । କିନ୍ତୁ ସୌମ୍ୟଙ୍କ ପରିବାର ଓ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନବାଜି ଭିତରେ ଟ୍ୱିଷ୍ଟ ପରେ ଟ୍ୱିଷ୍ଟ ଆସିଛି । More

  • Satyendu Shekher Mishra
  • 3 years ago

ଭୁବନେଶ୍ୱର ସହରରେ ପ୍ରବଳ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର ସହରରେ ପ୍ରବଳ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ । ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ୪୩.୨ ମିଲିମିଟର ବର୍ଷା ରେକର୍ଡ। 

  • Prangyan Parimita
  • 3 years ago

ଅସରାଏ ବର୍ଷାରେ ଉବୁଟୁବୁ ରାଜଧାନୀ : ଜାତୀୟ ରାଜପଥରେ ଆଣ୍ଠୁଏ ଉଚ୍ଚର ପାଣି

ଭୁବନେଶ୍ୱରରେ ଅବିଶ୍ରାନ୍ତ ବର୍ଷା । ମାତ୍ର କିଛି ସମୟର ବର୍ଷାରେ ଜଳାର୍ଣ୍ଣବ ରାଜଧାନୀ । ଆଜି ଅପରାହ୍ନରେ ହଠାତ ରାଜଧାନୀ ଭୁବନେଶ୍ୱର ‌ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । More

  • Satyendu Shekher Mishra
  • 3 years ago

କୋରାପୁଟ ଜେଲ ପରିସରରେ ଗଛରୁ ଖସି କଏଦୀ ମୃତ

କୋରାପୁଟ ଜେଲ ପରିସରରେ ଗଛରୁ ଖସି କଏଦୀ ମୃତ । ମୃତ ବିଚାରାଧୀନ ବନ୍ଦୀ ଲକ୍ଷ୍ମୀପୁରର କେଶବ ମୁସ୍କା । କୌଣସି କାରଣକୁ ନେଇ ଜେଲ ପରିସରରେ ଥିବା କେଶବ ଆଜି ଗଛରେ ଚଢ଼ିଥିଲେ । ତେବେ ଉଚ୍ଚ ଗଛରୁ ଖସିପଡ଼ି ଗୁରୁତର ହୋଇପଡ଼ିଥିଲେ କେଶବ । କେଶବଙ୍କୁ କୋରାପୁଟ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । କେଶବ ପଣସ ଗଛରେ ଚଢ଼ି ଡେଇଁ ପଡ଼ିଥିବା କହିଲେ ଜେଲ ଅଧୀକ୍ଷକ ।

  • Satyendu Shekher Mishra
  • 3 years ago

ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତିନି ରଥ

ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତିନି ରଥ । ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ସିଂହଦ୍ୱାର ସମ୍ମୁଖରେ ଲାଗିଲା । ତିନି ରଥ ପହଞ୍ଚିବା ପରେ ସେବାୟତଙ୍କ ଗୀତଗୋବିନ୍ଦ ଗାନ । ଶହ ଶହ ସେବାୟତ ଏକସ୍ବରରେ ଗାଇଲେ ଗୀତଗୋବିନ୍ଦ ।

  • Satyendu Shekher Mishra
  • 3 years ago

‘୫ ସୁଦ୍ଧା ଶ୍ରୀମନ୍ଦିର ନ ଖୋଲିଲେ ଅନଶନ’

ଅଗଷ୍ଟ ୫ ତାରିଖ ସୁଦ୍ଧା ଶ୍ରୀମନ୍ଦିର ନ ଖୋଲିଲେ ଅନଶନ କରିବେ ବୋଲି ଚେତାନୀ ଦେଇଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମୋଦର ମହାସୁଆର । More

  • Satyendu Shekher Mishra
  • 3 years ago

ଏବେ ବି ୪୦ କୋଟି ଲୋକ ସମ୍ବେଦନଶୀଳ ଅବସ୍ଥାରେ

ଚତୁର୍ଥ ସେରୋ ସର୍ଭେ ନେଇ ICMR ଡିଜି ବଳରାମ ଭାର୍ଗବଙ୍କ ସୂଚନା । ଏବେ ବି ୪୦ କୋଟି ଲୋକ ସମ୍ବେଦନଶୀଳ ଥିବା କହିଲେ ଭାର୍ଗବ ।ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଲୋକଙ୍କୁ ନେଇ ସର୍ଭେ ହୋଇଥିଲା । ଦେଶର ୭୦ ଜିଲ୍ଲାରେ ୨୮, ୯୭୫ ଲୋକଙ୍କୁ ନେଇ ସର୍ଭେ ହୋଇଥିଲା । ୭୦ ଜିଲ୍ଲା ମଧ୍ୟରେ ପ୍ରତି ଜିଲ୍ଲାରୁ ୧୦ ଗାଁ ଓ ପ୍ରତି ଗାଁରୁ ୪୦ ସାମ୍ପଲ ନେଇ ସର୍ଭେ କରାଯାଇଥିଲା ।

ସର୍ଭେ ଅନୁସାରେ ପ୍ରାୟ ୬୭.୬% ଲୋକଙ୍କ ଠାରେ ସେରୋ ପ୍ରିଭେଲାନ୍ସ । ୬ରୁ ୯ ବର୍ଷ ପିଲାଙ୍କ ଠାରେ ସେରୋ ପ୍ରିଭେଲାନ୍ସ ୫୭.୨ ପ୍ରତିଶତ । ୧୦ରୁ ୧୭ ବର୍ଷ ମଧ୍ୟରେ ୬୧.୬%, ୧୮ରୁ ୪୪ ମଧ୍ୟରେ ୬୬.୭% । ୪୫ରୁ ୬୦ ବର୍ଷ ମଧ୍ୟରେ ୭୭.୬ ପ୍ରତିଶତ ସେରୋ ପ୍ରିଭେଲାନ୍ସ
ସର୍ଭେ ଅନୁସାରେ ଟିକା ନେଇଥିବା ଲୋକଙ୍କ ଠାରେ ସେରୋ ପ୍ରିଭେଲାନ୍ସ ବେଶି ।

ଟିକା ନେଇନଥିବା ଲୋକଙ୍କ ଠାରେ ୬୨.୩ ପ୍ରତିଶତ ସେରୋ ପ୍ରିଭେଲାନ୍ସ । ଗୋଟିଏ ଡୋଜ୍ ଲୋକଙ୍କ ଠାରେ ୮୧% ଓ ୨ଟି ଡୋଜ୍ ପରେ ୮୯.୮% । ସର୍ଭେ ଅନୁସାରେ ଦେଶର ଦୁଇ ତୃତୀୟାଂଶ ଲୋକଙ୍କୁ ଛୁଇଁ ସାରିଛି ଭୂତାଣୁ । ବାକି ୪୦ କୋଟି ଲୋକ ଏବେ ବି ସମ୍ବେଦନଶୀଳ ରହିଥିବା କହିଛନ୍ତି ଭାର୍ଗବ । ଏବେ ବି ବିପଦ ରହିଛି, ଆଦୌ ଢିଲା ଦେବା ଅନୁଚିତ କହିଲେ ଭାର୍ଗବ ।

ସେରୋ ସର୍ଭେ ପରେ ICMR ଡିଜି ବଳରାମ ଭାର୍ଗବଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ । ପ୍ରଥମେ କଲେଜ ନୁହେଁ, ପ୍ରଥମେ ପ୍ରାଥମିକ ସ୍କୁଲ ଖୋଲିବାକୁ କହିଲେ ଭାର୍ଗବ । ବୟସ୍କମାନଙ୍କ ଅପେକ୍ଷା ପିଲାମାନଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ବେଶି । ସର୍ଭେ ଅନୁସାରେ ପିଲାମାନଙ୍କ ଠାରେ ଭାଇରସ ମୁକାବିଲା କ୍ଷମତା ଅଧିକ । ସର୍ଭେ ଅନୁସାରେ ପିଲାମାନଙ୍କ ଠାରେ ଭାଇରସ ମୁକାବିଲା କ୍ଷମତା ଅଧିକ । ସେଥିପାଇଁ ଦେଶରେ ପ୍ରଥମେ ପ୍ରାଥମିକ ସ୍କୁଲ ଓ ପରେ ମାଧ୍ୟମିକ ସ୍କୁଲ ଖୋଲୁ । କିନ୍ତୁ ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ସପୋର୍ଟ ଷ୍ଟାଫ୍‌ଙ୍କ ଟିକାକରଣ ଜରୁରୀ । ସ୍କୁଲ ଖୋଲିବା ପୂର୍ବରୁ ସବୁ ଶିକ୍ଷକ, ଡ୍ରାଇଭରଙ୍କୁ ଟିକାକରଣ କରାଯାଉ ।

  • Prangyan Parimita
  • 3 years ago

ସକ୍ଷମ ଭିନ୍ନକ୍ଷମ : ପରିବାର ଉପରେ ବୋଝ ନହୋଇ ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କ ସାହାରା ସାଜିଛନ୍ତି ଦିବ୍ୟାଙ୍ଗ ହେମନ୍ତ

ଜନ୍ମରୁ ଦୁଇ ହାତ ଓ ଗୋଡ଼ ଠିକରେ କାମ କରୁ ନାହିଁ । ହେଲେ ଦୃଢ଼ ମନୋବଳ ଓ ନିଜର ଇଚ୍ଛା ଶକ୍ତି ବଳରେ ସେ ଅସମ୍ଭବକୁ ସମ୍ଭବ କରିପାରିଛନ୍ତି । More

  • Prangyan Parimita
  • 3 years ago

ପରକୀୟା ପ୍ରୀତି କଥା ମିଛ ! ଖସିଯିବାକୁ ଚାଲ ଖେଳୁଛି ବୋହୂ . . . .

ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି । ସ୍ୱାମୀଙ୍କ ପରକୀୟା ପ୍ରୀତି ଥିବା ନେଇ ବିଦ୍ୟାଭାରତୀ ମୁହଁ ଖୋଲିବା ପରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୌମ୍ୟଙ୍କ ମା‌ଆ । More

  • Chandan Shishu
  • 3 years ago

ଲୋକଙ୍କ ଗହଳି ହିଁ ହେବ ତୃତୀୟ ଲହରର କାରଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କଟକଣା କୋହଳ ଯୋଗୁଁ ଲୋକଙ୍କ ଗହଳି ହିଁ ତୃତୀୟ ଲହରର କାରଣ ହେବ। ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ, ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି। ଫୋକସ, ସର୍ଭେଲାନ୍ସକୁ ଅଗଷ୍ଟ ପରେ ସରକାର ବଢ଼ାଇପାରନ୍ତି। More

  • Chandan Shishu
  • 3 years ago

ରାଜଧାନୀର ଗାନ୍ଧାରୀ: ସ୍ୱାମୀଙ୍କ ପାଇଁ ଅଳିଆ ଗଦାରେ କଟୁଛି ଜୀବନ

ଏ ଗାନ୍ଧାରୀ ନା ଆଖିରେ କଳା ପଟି ବାନ୍ଧିଛନ୍ତି ନା ଶତ ପୁତ୍ରର ବର ପାଇଛନ୍ତି। ଏ ଗାନ୍ଧାରୀ ସ୍ୱାମୀଙ୍କ ପାଇଁ ବଞ୍ଚି ଥାଉ ଥାଉ ନର୍କକୁ ଆଦରି ନେଇଛନ୍ତି।  More

  • Rajalaxmi Sahoo
  • 3 years ago

ଛେରା ପହଁରାରେ ୫୦ ବର୍ଷ ପୂରଣ କଲେ ଗଜପତି ମହାରାଜା

ଚଳିତ ବର୍ଷ ରଥଯାତ୍ରାରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବିରଳ ରେକର୍ଡ କରିଛନ୍ତି। ଚଳିତ ବର୍ଷକୁ ମିଶାଇ ଛେରା ପହଁରାରେ ୫୦ ବର୍ଷ ପୂରଣ କରିଛନ୍ତି ଗଜପତି ମହାରାଜା। More

  • Minati Mishra
  • 3 years ago

ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଲେ ଶ୍ରୀଜିଉ, ଆରମ୍ଭ ହେଲା ରଥଟଣା

ଆରମ୍ଭ ହେଲା ରଥଟଣା। ଶ୍ରୀଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ଶ୍ରୀଜିଉ। ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ନୀତିକାନ୍ତି। More

  • Chandan Shishu
  • 3 years ago

 ପିସି କାରବାର ଘଟଣାରେ ୨ ଜେଇ ସସ୍‌ପେଣ୍ଡ

କମ୍ୟୁନିଟି ସେଣ୍ଟରର ପ୍ରକଳ୍ପ ମୂଲ୍ୟ ରହିଛି ୫ ଲକ୍ଷ ଟଙ୍କା। ସେଥିରୁ କିଏ କେତେ ନେବେ, ଠିକାଦାରଙ୍କୁ ଘରକୁ ଡାକି ତାରି ତାଲିକା ଦେବା ବେଳେ, ସେ ହିଁ ଏହି ଭିଡିଓ ରେକର୍ଡ କରିଥିଲେ।  More

  • Chandan Shishu
  • 3 years ago

ଜ୍ୱାଇଁ ମୋର ଦେବତା: ସୌମ୍ୟଙ୍କ ଶ୍ୱଶୂର

IIC ମମତା ପଣ୍ଡାଙ୍କ ନେଇ ମୁହଁ ଖୋଲିଛନ୍ତି ବିଦ୍ୟାଙ୍କ ବାପା। ମମତାଙ୍କୁ ବ୍ୟକ୍ତିଗତ ଭାବେ ଜାଣନି, କିନ୍ତୁ ସେ ଆମ ଦୂର ସଂପର୍କୀୟ। ଘଟଣାଦିନ ଝିଅକୁ ମାନସିକ ସାନ୍ତ୍ୱନା ଦେବାକୁ ମମତାଙ୍କୁ କହିଥିଲି।  More

  • Rajalaxmi Sahoo
  • 3 years ago

‘ସୌମ୍ୟଙ୍କ ଅନ୍ୟ ଝିଅ ସହ ସମ୍ପର୍କ ଥିଲା, ଥରେ ଫୋନ୍‌ରେ କଥା ହେବାବେଳେ ଧରାପଡ଼ିଥିଲେ’

ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ସ୍ୱାମୀଙ୍କ ପରକୀୟା ପ୍ରୀତି ନେଇ ଅଭିଯୋଗ ଆଣିବା ସହ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ। More

  • Chandan Shishu
  • 3 years ago

ପୁଣି ରାଜ୍ୟରେ ବଢିଲା କରୋନା ସଂକ୍ରମଣ, ମୃତ୍ୟୁରେ ଲାଗୁନି ବ୍ରେକ୍

ରାଜ୍ୟରେ ଆଉ ୫୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଗତକାଲି କରୋନା କରୋନା ସଂକ୍ରମଣ ଗ୍ରାଫ୍ ତଳକୁ ଖସିଥିବା ବେଳେ ଆଜି ୨ ହଜାର ପାର କରିଛି। More

  • Minati Mishra
  • 3 years ago

ଆଜି ଶ୍ରୀମନ୍ଦିର ବାହୁଡ଼ିବେ ଶ୍ରୀଜିଉ; ଶରଧାବାଲିରେ ନାହିଁ ଭକ୍ତଙ୍କ ଭିଡ

ଆଜି ବାହୁଡା ଯାତ୍ରା। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଶ୍ରୀଜୀଉ। ଜନ୍ମବେଦୀରେ ଲୀଳାଖେଳା ସାରି ଏବେ କର୍ମବେଦୀ ଅଭିମୁଖେ ତିନି ଠାକୁର।  ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଅପେକ୍ଷାରତ ତିନି ରଥ।  More

  • Chandan Shishu
  • 3 years ago

୨ ନାବାଳକଙ୍କୁ ୨୦ ବର୍ଷ ଲେଖାଏଁ ଜେଲଦଣ୍ଡ

୨୦୧୭ରେ ଶରଣକୂଳ ଥାନା ଅଞ୍ଚଳରେ ଗଣଦୁଷ୍କର୍ମ ଘଟିଥିଲା। ଏହାର ଏକ ଭିଡ଼ିଓ ଭାଇରାଲ୍ ହେବା ପରେ ପରିବାର ଲୋକେ ଏପ୍ରିଲ ୨ରେ ଶରଣକୂଳଥାନାରେ ଏତଲା ଦେଇଥିଲେ। More

  • Satyendu Shekher Mishra
  • 3 years ago

ଉତ୍କଟ ଦାରିଦ୍ର୍ୟ ଭିତରେ ବଳି ପଡୁଛି ସୁନ୍ଦର ଶୈଶବ, ନିଜ ଭବିଷ୍ୟତ ପାଇଁ ନିଜେ କରୁଛନ୍ତି ସଂଘର୍ଷ

ଉତ୍କଟ ଦାରିଦ୍ର୍ୟ ଭିତରେ ବଳି ପଡୁଛି ସୁନ୍ଦର ଶୈଶବ । ପାଠ ପଢ଼ି ଆଗକୁ ବଢ଼ିବାର ସ୍ୱପ୍ନ ଓ ଅଭିଳାସ ଭିତରେ ପଛକୁ ଗୋଡ଼ ଟାଣୁଛି ଆର୍ଥିକ ଅନଟନ । More

  • Chandan Shishu
  • 3 years ago

ସବୁ କହିଦେଲେ ସୌମ୍ୟଙ୍କ ମା': ବିଦ୍ୟାଭାରତୀ ଓ ଅବିବାହିତ ଡିଏଫ୍‌ଓ ମଧ୍ୟରେ କଣ ଥିଲା ସମ୍ପର୍କ

ପୂଅ-ବୋହୂଙ୍କ ମଧ୍ୟରେ ପତି-ପତ୍ନୀଙ୍କ ଭଳି ସମ୍ପର୍କ ନଥିଲା। ଏପରିକି ବିବାହ ପରେ ବର୍ଷେ ଯାଏଁ କୌଣସି ଶାରିରୀକ ସମ୍ପର୍କ ନରଖିବାକୁ ବି କୁଆଡ଼େ ଚୁକ୍ତି ହୋଇଥିଲା। More

  • Satyendu Shekher Mishra
  • 3 years ago

୩୦୦ ମୋ ସାଇକେଲ୍ ଗାଏବ୍, ହେକ୍ସି କମ୍ପାନୀ ନାଁରେ FIR କଲା BMC

ବିଏମ୍‌ସିରୁ ଗାଏବ୍ ମୋ ସାଇକେଲ୍ । ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୩୦୦ ମୋ ସାଇକେଲ୍‌ର ମିଳୁନି ପତ୍ତା । ଯାହାକୁ ସ୍ୱୀକାର କରିଛନ୍ତି ଖୋଦ୍ ବିଏମ୍‌ସି କମିଶନର ସଞ୍ଜୟ ସିଂ । More

  • Chandan Shishu
  • 3 years ago

ଶ୍ରୀଜିଉଙ୍କୁ ବାହୁଡ଼ାଇ ନେବାକୁ ଗୁଣ୍ଡିଚା ମନ୍ଦିର ଆଗରେ ଅପେକ୍ଷାରତ ତିନି ରଥ

ରଥଯାତ୍ରାରେ ଶ୍ରୀକ୍ଷେତ୍ରକୁ ବାହାର ଲୋକଙ୍କ ପ୍ରବେଶ ଓ ଶରଧାବାଲିରେ ରଥ ଥିବାବେଳେ ବାହାର ଭକ୍ତଙ୍କ ରଥ ଦର୍ଶନ ଘଟଣା ପରେ ବାହୁଡ଼ା ପାଇଁ ଅଧିକ କଡ଼ା ହୋଇଛି ପୁରୀ ପୋଲିସ୍। ଏମିତିକି ବିନା ଭକ୍ତରେ ବାହୁଡାଯାତ୍ରା ଓ ସୁନାବେଶକୁ ସମ୍ପନ୍ନ କରିବା ପାଇଁ ଚ୍ୟାଲେଞ୍ଜ ମୋଡକୁ ଆସିଛି ପୋଲିସ୍। More