• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 12 August 2021

  • Satyendu Shekher Mishra
  • 3 years ago

ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା

ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା ଦାଏର । ୩ ଜଣଙ୍କ ପକ୍ଷରୁ ୩ଟି ପୃଥକ ପୃଥକ ରିଟ୍ ପିଟିସନ୍ ଦାଏର । ଭୁବନେଶ୍ୱର ପାଇଁ ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ରଙ୍କ ପିଟିସନ୍ ଦାଖଲ । More
  • Chandan Shishu
  • 3 years ago

ଜମି ଓଡ଼ିଶାର, କୃଷି ଋଣ ଦେବାକୁ ବାହାରିଲେଣି ଆନ୍ଧ୍ର ସରକାର

ଅଣସର୍ଭେ ଇଲାକା କୁହାଯାଉଥିବା କୋଟିଆ ଗ୍ରାମପୁଞ୍ଜରେ ୨୦୦୮ରେ ଜଙ୍ଗଲ ଜମି ଆଇନ ଅନୁଯାୟୀ, ଓଡ଼ିଶା ସରକାରଙ୍କ ପକ୍ଷରୁ ଦିଆଯାଇଥିଲା ଘର ଏବଂ ଚାଷ ଜମି ପାଇଁ ପଟ୍ଟା। ତାମଧ୍ୟରେ ଥିଲେ ଦୀର୍ଘ ବର୍ଷ ଧରି ଏଠି ବସବାସ କରୁଥିବା ଆନ୍ଧ୍ରର ଦୋରା ସଂପ୍ରଦାୟର ଆଦିବାସୀ। ତେବେ ତାଡ଼ିବାଲସାରେ ସରକାରୀ ସୁବିଧା କହିଲେ କେବଳ ରାସନକାର୍ଡ ଛଡ଼ା, କୌଣସି ପଟ୍ଟା ଖଣ୍ଡେ ଦେଇପାରିନାହାନ୍ତି ଓଡ଼ିଶା ସରକାର। More
  • Chandan Shishu
  • 3 years ago

୩ୟ ଲହର ମୁକାବିଲା: ପ୍ରତି ଜିଲ୍ଲାରେ ଗଠନ ହେବ ଟାସ୍କଫୋର୍ସ

ସ୍ଥିତି ଅନୁଧ୍ୟାନ ଓ ପର୍ଯ୍ୟବେକ୍ଷଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ ହେବ। ଯେଉଁଥିରେ CDMO, PHO, ଜିଲ୍ଲା ସ୍ୱାସ୍ଥ୍ୟ ଅଧତ୍କାରୀ ଓ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ସଦସ୍ୟ ରହିବେ। କମିଟି ନିୟମିତ ଭାବେ ସ୍ଥିତି ଅନୁଧ୍ୟାନ କରିବ ଓ ସପ୍ତାହକରେ ଜିଲ୍ଲାପାଳ ସମୀକ୍ଷା କରିବେ। More
  • Satyendu Shekher Mishra
  • 3 years ago

ଶ୍ରୀମନ୍ଦିର ପରିଚାଳନା କମିଟିର ପୁନର୍ଗଠନ, ୧୦ ସଦସ୍ୟଙ୍କୁ ମନୋନୀତ କଲେ ସରକାର

ପୁନର୍ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି । ୧୦ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଜ୍ୟ ସରକାର । ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର ହେଲେ ସଦସ୍ୟ । ମୁକ୍ତିମଣ୍ଡପକୁ ପ୍ରତିନିଧତ୍ତ୍ୱ କରିବେ ଅଶୋକ ମହାପାତ୍ର । More
  • Chandan Shishu
  • 3 years ago

 ପୁନର୍ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି

 ପୁନର୍ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି। ୧୦ ଜଣ ସଦସ୍ୟଙ୍କୁ ମନୋନୀତ କଲେ ରାଜ୍ୟ ସରକାର। ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ହୋଇଥିବାବେଳେ ସେ ମୁକ୍ତିମଣ୍ଡପକୁ ପ୍ରତିନିଧତ୍ତ୍ୱ କରିବେ। ସେହିପରି ପୂଜାପଣ୍ଡା ନିଯୋଗ ସେବାୟତ ମାଧବଚନ୍ଦ୍ର ପୂଜାପଣ୍ଡା ସଦସ୍ୟ ହୋଇଛନ୍ତି। ପୁଷ୍ପାଳକ ନିଯୋଗ ସେବାୟତ ଜଗନ୍ନାଥ କର, ପ୍ରତିହାରୀ ନିଯୋଗ ସେବାୟତ ମାଧବଚନ୍ଦ୍ର ମହାପାତ୍ର, ସୁଆର ମହାସୁଆର ନିଯୋଗ ସେବାୟତ ଅନନ୍ତ ତିଆଡ଼ି, ଦଇତାପତି ନିଯୋଗ ସେବାୟତ ଦୁର୍ଗାପ୍ରସାଦ ଦାସମହାପାତ୍ର, ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ପ୍ରମୁଖ ସଦସ୍ୟ ହୋଇଛନ୍ତି। ବିଭିନ୍ନ ଧର୍ମାନୁଷ୍ଠାନ ଓ ମଠର ପ୍ରତିନିଧତ୍ତ୍ୱ କରିବେ ମହନ୍ତ ରାମକୃଷ୍ଣ ଦାସ। ସେହିପରି ଚାଟାର୍ଡ ଆକାଉଣ୍ଟାଣ୍ଟ ଶରତ ଚନ୍ଦ୍ର ଭଦ୍ର, ପଦ୍ମ ଭୁଷଣ ଡାକ୍ତର ରମାକାନ୍ତ ପଣ୍ଡା, ଏବଂ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି।

  • Chandan Shishu
  • 3 years ago

ତୃତୀୟ ଲହର ପାଇଁ ସଜବାଜ: ଶିଶୁଙ୍କ ପାଇଁ ୩ ହଜାର ବେଡ୍ ନିଷ୍ପତ୍ତି

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ ତୃତୀୟ ଲହର ପାଇଁ ରହିଛୁ ପ୍ରସ୍ତୁତ। ଜେନେରାଲ ବେଡ଼ ଯେତିକି ବଢ଼ିବା କଥା ବଢ଼ିଛି। ଯେହେତୁ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି, ତେଣୁ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ପେଡ଼ିଆଟ୍ରିକ ବେଡ଼ ସଂଖ୍ୟା ବଢିବା ନେଇ ପ୍ରସ୍ତୁତି ଚାଲିଛି।  More

  • Sarbeswar
  • 3 years ago

ପାଣି ପାଇଁ ମହାଭାରତ: ମେସିନ୍‌ ଭାଙ୍ଗିଲେ, ଆମ୍ବୁଲାନ୍ସ ଓଲଟାଇ ଦେଲେ....ପୋଲିସକୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କଲେ। ଅସନ୍ତୋଷର ଶିକାର ହେଲା ପ୍ରଶାସନ

ପ୍ରତିବାଦ କରିଥିଲେ ପ୍ରଶାସନ ଶୁଣିଲାନି। ଚେତାବନୀ ଦେଇଥିଲେ ସରକାର ଶୁଣିଲେନି। ଶେଷରେ ଉଗ୍ର ହେଲା ଜନ ଅସନ୍ତୋଷ। ପାଣି ପାଇଁ କେନ୍ଦ୍ରାପଡ଼ା ପାଲଟିଲା ରଣକ୍ଷେତ୍ର। କେନ୍ଦ୍ରାପଡ଼ା ଭାରିଗଦାରେ ଖରସ୍ରୋତା ପାନୀୟ ଜଳପ୍ରକଳ୍ପ ବିରୋଧରେ ଲୋକଙ୍କ ରୋଷ ଭିତରେ ଭିତରେ କେତେ ଭୟଙ୍କର ଭାବେ କୁହୁଳୁଥିଲା, ଆଜି ତାର ଉଗ୍ର ପ୍ରତିଫଳନ ହୋଇଛି। ପୋଲିସ ସହ ମୁହାଁମୁହିଁ, ଧସ୍ତାଧସ୍ତି, ଗୋଡେଇ ଗୋଡେଇ ଆକ୍ରମଣ କରିଛନ୍ତି ଲୋକେ। More

  • Prangyan Parimita
  • 3 years ago

ପେଟର ଭୋକ ଆଗରେ ହାର ମାନିଛି ବୟସ : ଛତିଶଗଡରୁ ଆସି ଓଡିଶାରେ ବାଉଁଶ ରାଣୀ ଖେଳ ଦେଖାଉଛି କୁନି ଝିଅ

ପାପ ପୁଣ୍ୟ, ଭଲ ମନ୍ଦ, ହାନି ଲାଭର ବିଚାର କରେନି ଭୋକ । ପେଟର ଭୋକ ମଣିଷକୁ ସବୁକିଛି କରାଇ ପାରେ । ତିଳ ତିଳ କରି ଜାଳେ, ଶାନ୍ତିରେ ଶୁଆଇ ଦିଏନି । ସୁନ୍ଦରଗଡ ବସଷ୍ଟାଣ୍ଡରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ପେଟର ଭୋକ ଆଗରେ ହାର ମାନିଛି ବୟସ । ବଚିଂବା ପାଇଁ ରାଜ୍ୟ ବାହାରୁ ଆସି ବାଉଁଶରାଣୀ ଖେଳ ଦେଖାଉଛି କୁନି ଝିଅ । More

  • Chandan Shishu
  • 3 years ago

୧୫ ପରେ ଆସିବ ଲଘୁଚାପ !

ତେବେ ଅଗଷ୍ଟ ମାସରେ ସମସ୍ତ ୩୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଅଗଷ୍ଟ ୧୫ ପର୍ଯ୍ୟନ୍ତ ରାଜ୍ୟରେ ଏମିତି ନିଅଣ୍ଟିଆ ସ୍ଥିତି ଲାଗି ରହିବ ବୋଲି କହିଛନ୍ତି।  More

  • Prangyan Parimita
  • 3 years ago

ବିବାଦ ଘେରରେ BMCର ନୂଆ କୋଠା : ଗତ ୪ ବର୍ଷ ଧରି ନିର୍ମାଣ ହେଉଛି ୧୧ ମହଲା କୋଠା

ଭୁବନେଶ୍ୱର ମହାନଗର ନିଗମର ନୂଆ ବିଲ୍ଡିଂକୁ ମିଳିନି କି ଅନୁମତି ? ବିଲ୍ଡିଂ ପ୍ଲାନକୁ ମିଳି ପାରିନି କି ଅନୁମୋଦନ ? ଭୁବନେଶ୍ୱରର ଛାତି ଉପରେ ୨୦୧୭ରୁ ନିର୍ମାଣଧୀନ ଏହି କୋଠା ବିଏମସିର ନୂଆ କାର୍ଯ୍ୟାଳୟ । ହେଲେ ଖୋଦ୍ ବିଡିଏ ନିୟମକୁ ଏଠି ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି । More

  • Rajalaxmi Sahoo
  • 3 years ago

ଷ୍ଟେଟ ଫରେନ୍ସସିକ ସାଇନ୍ସ ଲାବ୍ରୋଟୋରିର ନୂତନ ବିଲ୍ଡିଂକୁ ଉଦ୍‌ଘାଟିତ

ରାଜ୍ୟ ଅପରାଧ ବିଧି ବିଜ୍ଞାନଗାର ବା ଷ୍ଟେଟ ଫରେନ୍ସସିକ ସାଇନ୍ସ ଲାବ୍ରୋଟୋରିର ନୂତନ ବିଲ୍ଡିଂକୁ ଉଦଘାଟନ କରିଛନ୍ତି ପୋଲିସ ଡିଜି ଅଭୟ। ଅପରାଧ କ୍ଷେତ୍ରରେ ଫରେନ୍ସସିକର ଭୂମିକା ବଢ଼ୁ ଥିବାବେଳେ ଏହି ବିଲ୍ଡିଂ ଓ ବ୍ୟବହୃତ ଅତ୍ୟାଧୁନିକ ଜ୍ଞାନକୌଶଳ ବେଶ ସହାୟକ ହେବ ବୋଲି ଆଶା କରିଛନ୍ତି ଡିଜି। ଖୁବଶୀଘ୍ର ଡିଏନଏ ଓ ସାଇବର ଫରେନ୍ସିକ ଲ୍ୟାବ ଗଠନ କରାଯିବ।    ଅନ୍ୟ ରାଜ୍ୟକୁ ଡିଏନଏ ଓ ସାଇବର ଫେରନ୍ସିକ ପାଇଁ ଯିବାକୁ ପଡୁଥିବାବେଳେ, ଏବେ ଆଉ ବାହାର ରାଜ୍ୟ ଉପରେ ର୍ନିଭର ହେବାକୁ ପଡ଼ିବ ନାହିଁ ବୋଲି ଏହି ଅବସରରେ କହିଛନ୍ତି ପୋଲିସ ଡିଜି ଅଭୟ। 

  • Rajalaxmi Sahoo
  • 3 years ago

ରାଜ୍ୟରେ ବିପର୍ଯ୍ୟସ୍ତ ବସ୍ ସେବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ରାଜ୍ୟରେ ବିପର୍ଯ୍ୟସ୍ତ ବସ୍ ସେବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ରାଜ୍ୟର ୯୦ ପ୍ରତିଶତ ଲୋକ ବସ୍ ସେବା ବ୍ୟବହାର କରନ୍ତି। ହେଲେ ୨୦ ବର୍ଷ ଭିତରେ ରାଜ୍ୟ ସରକାର ଗୋଟିଏ ବି ବସ୍ ଷ୍ଟାଣ୍ଡ କରି ନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।  ସମସ୍ତ ୩୦ଟି ଯାକ ଜିଲ୍ଲାରେ ବି ବସ୍ ଷ୍ଟାଣ୍ଡ ନାହିଁ ବୋଲି କହିଛି କଂଗ୍ରେସ। ଆଜି ପର୍ଯ୍ୟନ୍ତ ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲ ଟିଏ ମଧ୍ୟ ନାହିଁ।  ଏହା କେବଳ ନକ୍ସା ମଧ୍ୟରେ ସୀମିତ। ସେପଟେ ୧୧୪ ପୌରାଞ୍ଚଳରେ ମଧ୍ୟ ବସ୍‌ ଟର୍ମିନାଲ ଟିଏ କରିନାହାନ୍ତି ରାଜ୍ୟ ସରକାର ବୋଲି କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ କହିଛନ୍ତି। 

  • Rajalaxmi Sahoo
  • 3 years ago

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦ

ଦିଲ୍ଲୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦ। ରାଜ୍ୟରେ ଅଟକି ରହିଥିବା ବିଭିନ୍ନ ରେଳ ପ୍ରକଳ୍ପ ପ୍ରସଙ୍ଗରେ ଦୀର୍ଘ ସମୟ ଧରି ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଅଟକି ରହିଥିବା ସମସ୍ତ ରେଳବାଇ ପ୍ରକଳ୍ପ ସବୁକୁ ତ୍ୱରାନ୍ୱିତ କରିବା ପାଇଁ ସାଂସଦମାନେ ମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି। ଓଡ଼ିଶାର ରେଳ ପ୍ରକଳ୍ପ ବିଷୟରେ ସାଂସଦମାନଙ୍କ ସହ କଥା ହେବା ସହ ସବୁ ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିବା କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳ କ୍ଷେତ୍ରରେ ଓଡ଼ିଶାର ସାମଗ୍ରିକ ବିକାଶ ହେଉ, ଏହା ଲକ୍ଷ୍ୟ ରହିବ  ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

  • Rajalaxmi Sahoo
  • 3 years ago

ଟ୍ରକ୍‌ ଚୋରି କରି ଏହାର ଯନ୍ତ୍ରାଂଶକୁ ଖଣ୍ଡ ଖଣ୍ଡ କରି କାଟି ଦେଉଥିଲେ, ତା’ପରେ...

ଟିପର୍‌ ଟ୍ରକ୍‌ ଗୁଡ଼ିକୁ ଚୋରି କରି ଏହାର ଯନ୍ତ୍ରାଂଶକୁ ଖଣ୍ଡ ଖଣ୍ଡ କରି କାଟି ଦେଉଥିଲେ। ଏପରିକି ଇଞ୍ଜିନରେ ଲାଗିଥିବା ପାର୍ଟ୍ସ ଗୁଡିକୁ ଅଲଗା କରି ଦିଆଯାଉଥିଲା। ଆଉ ଏସବୁକୁ ନେଇ ବାହାର ରାଜ୍ୟରେ ବିକ୍ରି କରି ଦିଆ ଯାଉଥିଲା। More

  • Rajalaxmi Sahoo
  • 3 years ago

ତଦନ୍ତରେ ଉତ୍କର୍ଷତା ପାଇଁ ଓଡ଼ିଶାର ୪ ପୋଲିସ ଅଧିକାରୀଙ୍କୁ ମିଳିବ ମେଡାଲ୍‌

ତଦନ୍ତରେ ଉତ୍କର୍ଷତା ପାଇଁ ଦେଶର ୧୫୨ ପୋଲିସ ପାଇବେ ମେଡାଲ୍‌। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।ଏହି ତାଲିକାରେ ଓଡ଼ିଶାରୁ ୪ଜଣ ପୋଲିସ ଅଧିକାରୀ ଅଛନ୍ତି।  More

  • Prangyan Parimita
  • 3 years ago

ଅଧତ୍କ ଥିଲେ ଦିଅନ୍ତୁ, ଦରକାର ଥିଲେ ନିଅନ୍ତୁ : ପୁରୁଣା ପୋଷାକକୁ ନୂତନ ରୂପ ଦେଇ ମାଗଣାରେ ବଣ୍ଟା ଯାଉଛି

ଗଂଜାମ ଜିଲ୍ଲା ହିଞ୍ଜିଳି ମ୍ୟୁନସିପାଲଟି ଅଧୀନରେ ଥିବା ତଥା ରେସପନସିବିଲିଟି ହବ୍ ଲେଖାଥିବା ଏକ ଗୃହରେ ସ୍ୱୟଂସହାୟିକା ଗୋଷ୍ଠୀ ମହିଳାମାନେ ପୁରୁଣା ପୋଷାକକୁ ନୂଆ ରୂପ ଦିଅନ୍ତି । ଯେଉଁ ବଦାନ୍ୟ ବ୍ୟକ୍ତିମାନେ ସେମାନଙ୍କ ଅଦରକାରୀ ଲୁଗା, ଡ୍ରେସ୍ ଇତ୍ୟାଦି ଦାନ କରନ୍ତି, ସେଗୁଡିକୁ ନୂତନ ରୂପ ଦେଇଥାନ୍ତି । ସେମାନେ ପୁରୁଣା ଡ୍ରେସ୍ ଗୁଡିକୁ ପ୍ରଥମେ ସଫା କରିଥାଆନ୍ତି । ଆଉ ତା ପରେ ଚିରାଫଟା ପୋଷାକକୁ ମେସିନରେ ସିଲାଇ ଆଇରନ୍ ବି କରନ୍ତି । More

  • Sarbeswar
  • 3 years ago

ତେଜୁଛି ଖରସ୍ରୋତା ପ୍ରକଳ୍ପ ବିବାଦ: ମୁହାଁମୁହିଁ ହେଲେ ପୋଲିସ-ଆନ୍ଦୋଳନକାରୀ

ପ୍ରକଳ୍ପକୁ ବିରୋଧ କରୁତିବା ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଆଜି ବିକ୍ଷୋଭ ପାଇଁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୋଲିସ। ଏହାକୁ ନେଇ ଦୁଇ ପକ୍ଷ ଏକ ପ୍ରକାର ମୁହାଁମୁହିଁ ହୋଇଥିଲେ। କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ପୋଲିସର ବ୍ୟାରିକେଡକୁ ଆନ୍ଦୋଳନକାରୀମାନେ ଭାଙ୍ଗି ଦେଇଥିବା ସୂଚନା ମିଳିଛି। More

  • Rajalaxmi Sahoo
  • 3 years ago

ଶାଶୁକୁ ରାସ୍ତାରୁ ସଫା କରିବା ପାଇଁ ସୁପାରୀ ଦେଲା ଜ୍ୱାଇଁ, ୬ ଲକ୍ଷ ଟଙ୍କା ହୋଇଥିଲା ଡିଲ୍‌

ଶାଶୁ-ଜ୍ୱାଇଁଙ୍କ ମଧ୍ୟରେ ଲାଗି ରହିଥିଲା ଘରୋଇ କଳି ଲାଗି। ଶେଷରେ ଶାଶୁକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ପ୍ଲାନ୍‌ କରିଥିଲା ଜ୍ୱାଇଁ। ଶାଶୁକୁ ହତ୍ୟା କରିବା ପାଇଁ ଜ୍ୱାଇଁ ସୁପାରୀ ଦେଇଥିଲା। More

  • Prangyan Parimita
  • 3 years ago

ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ : www.samsodisha.gov.inରେ ଫର୍ମ ମିଳିବ

ଆଜି ଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ । ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଦିନ ୧୧ଟାରୁ ଖୋଲିବ ସାମସ ପୋର୍ଟାଲ । ତେବେ ଏଥିପାଇଁ www.samsodisha.gov.in ୱେବସାଇଟ୍ ଭିଜିଟ୍ କରିବାକୁ ପଡ଼ିବ More

  • Rajalaxmi Sahoo
  • 3 years ago

ରହସ୍ୟ ଘେରରେ ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ, ପୋଲିସ୍‌ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ

କେମିତି ହେଲା ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ? ହତ୍ୟା ନା ଆତ୍ମହତ୍ୟା ? ଯଦି ହତ୍ୟା କରାଯାଇଛି ତା’ହେଲେ ଅଭିଯୁକ୍ତ କିଏ ?  ଆଉ ଯଦି ସୌମ୍ୟ ଆତ୍ମହତ୍ୟା କରିଛନ୍ତି ତା’ହେଲେ ଏହା ପଛର କାରଣ କ’ଣ ?  More

  • Rajalaxmi Sahoo
  • 3 years ago

କିଛି ଦିନ କମିବା ପରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ରାଜ୍ୟରେ ୧୦୭୮ ନୂଆ ପଜିଟିଭ୍‌ ଚିହ୍ନଟ

ଅଗଷ୍ଟ ୧୧ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୬୪୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୬୧ ରହିଛି। ସେହିପରି ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। More

  • Rajalaxmi Sahoo
  • 3 years ago

ଭୁବନେଶ୍ୱରରେ ଯୁବତୀଙ୍କୁ ଏସିଡ୍‌ ମାଡ

ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଏସିଡ୍‌ ମାଡ଼ କରାଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଧଉଳି ବାଲିଆପଡ଼ାରେ ଜଣେ ଯୁବତୀଙ୍କ ଉପରକୁୁ ଜଣେ ଯୁବକ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ ହୋଇଛି।  More

  • Rajalaxmi Sahoo
  • 3 years ago

ଆଜିଠୁ ମହାପ୍ରଭୁଙ୍କ ଦର୍ଶନ

ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ। ଆଜି ଏବଂ ଆସନ୍ତାକାଲି ୨ ଦିନ ଧରି ସେବକ ପରିବାରକୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଛି।ସେମାନେ ଯେକୌଣସି ଦ୍ୱାର ଦେଇ  ପରିଚୟପତ୍ର କିମ୍ବା ବୀମା କାର୍ଡ ଦେଖାଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ। More

  • Satyendu Shekher Mishra
  • 3 years ago

୧୦୪ କୁ କଲ୍‌ କରି କିଏ ପ୍ରେମଗୀତ ଶୁଣାଉଛି ତ ଆଉ କିଏ I Love You କହୁଛି

କରୋନା କାଳରେ କୋଭିଡ୍ ହେଲ୍ପଲାଇନ୍ ନମ୍ବରର ଧଜ୍ଜିଆ ଉଡାଉଛନ୍ତି ଲୋକେ । ଜରୁରୀକାଳୀନ ସେବା ସହ ଜଡ଼ିତ ୧୦୪ କୁ ଫୋନ୍ କରି କିଏ ପ୍ରେମଗୀତ ଶୁଣାଉଛନ୍ତି ତ ଆଉ କିଏ କହୁଛନ୍ତି ଆଇ ଲଭ୍ ୟୁ । More

  • Satyendu Shekher Mishra
  • 3 years ago

ଏଣିକି CBSE ଢ଼ାଞ୍ଚାରେ ହେବ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା

ନବମ ଓ ଦଶମ ଶ୍ରେଣୀରେ ଲାଗୁ ହେଲା ସଂସ୍କାର ମୂଳକ ପଦକ୍ଷେପ । ଉଭୟ ଶ୍ରେଣୀରେ ୪ଟି ଲେଖାଏଁ ଫର୍ମେଟିଭ ଓ ୨ଟି ଟର୍ମ ଏଣ୍ଡ ପରୀକ୍ଷା ହେବ । ଅର୍ଥାତ ଚଳିତ ଶିକ୍ଷା ବର୍ଷରେ ମାଟ୍ରିକ୍‌ରେ ଅନୁଷ୍ଠିତ ହେବ ଦୁଇଟି ବୋର୍ଡ ପରୀକ୍ଷା । More

  • Satyendu Shekher Mishra
  • 3 years ago

ପଛୁଆ ବର୍ଗଙ୍କୁ କେନ୍ଦ୍ରରୁ ମିଳିବ ସାମ୍ବିଧାନିକ ମାନ୍ୟତା, ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେଡି

ସ୍ୱାଧୀନତାର ୭୫ ବର୍ଷ ପରେ ସମ୍ବିଧାନ ସଂଶୋଧନ କରି ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ମାନ୍ୟତା ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଯାହାଦ୍ୱାରା ରାଜ୍ୟମାନଙ୍କୁ ନିଜସ୍ୱ ଓବିସି ତାଲିକା ପ୍ରସ୍ତୁତ କରିବାର ମିଳିଛି ଅଧିକାର । More

  • Satyendu Shekher Mishra
  • 3 years ago

କୋଟିଆରେ ନୂଆ ବିବାଦ, ଆନ୍ଧ୍ର ସ୍କୁଲରେ ସଂରକ୍ଷଣ ଦେଇ ପ୍ରଲୋଭିତ କରିବାକୁ ପ୍ଲାନ୍‌

କୋଟିଆରେ ସୀମାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଥମିବାର ନାଁ ଧରୁନି । ଏବେ ଆଉ ଏକ ନୂଆ ବିବାଦ ମୁର୍ଡ ଟେକିଛି । ଶିକ୍ଷାରେ ସଂରକ୍ଷଣକୁ ନେଇ ଦେଖାଦେଇଛି ବିବାଦ । More

  • Sarbeswar
  • 3 years ago

୧୭ରେ କଳିଙ୍ଗ ଷ୍ଟାଡ଼ିୟମ୍‌ରେ ହକି ଖେଳାଳିଙ୍କୁ କରାଯିବ ସମ୍ବର୍ଦ୍ଧନା, ଏବେଠୁ ସଜେଇ ହେଲାଣି ରାଜଧାନୀ

ସେହିଭଳି ପଦକ ଜିତି ନଥିଲେ ବି ଦମଦାର ପ୍ରଦର୍ଶନ ବଳରେ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହିଥିବା ମହିଳା ଦଳର ଦୁଇ ସଦସ୍ୟ ଦୀପଗ୍ରେସ ଏକ୍କା ଓ ନମିତା ଟପୋଙ୍କୁ ବି ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସେମାନଙ୍କ ଶ୍ରମ, ନିଷ୍ଠା ଓ ତ୍ୟାଗକୁ ମୁଖ୍ୟମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିଥିଲେ। More