• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 01 August 2021

  • Chandan Shishu
  • 3 years ago

ଶିକ୍ଷିତ ବେକାରୀଙ୍କ ଆଗରେ ପ୍ରଭାବଶାଳୀ ବ୍ୟକ୍ତି ଥିଲେ ବିରଞ୍ଚି

ନିଯୁକ୍ତି ପ୍ରକ୍ରିୟାରେ ଯଦି ଅନିୟମିତତା ହେଉଥିଲା, ତାପଛରେ ପିଏସ୍ ବିରଞ୍ଚି ନାରାୟଣ ସାହୁ ସାଜିଥିଲେ କି କାର୍ପଟଦାର୍ ? କାରଣ ଚଢ଼ାଉବେଳେ ବିରଞ୍ଚିଙ୍କ ଘରୁ ଏକାଧିକ ଆଡ୍‌ମିଟ୍ କାର୍ଡ ପାଇଛି ଭିଜିଲାନ୍ସ। ବିରଞ୍ଚିଙ୍କ ପଛରେ ଅଛନ୍ତି କି ବଡ଼ମୁଣ୍ଡ? ବର୍ଷ ବର୍ଷ ଧରି ଆଶାୟୀ ଅଭିଯୋଗ କରୁଥିଲେ ବି କାହିଁକି କାହା ବିରୋଧରେ ହୋଇନଥିଲା କାର୍ଯ୍ୟାନୁଷ୍ଠାନ? More
  • Chandan Shishu
  • 3 years ago

କ୍ୟାମେରା ଲେନ୍ସରେ ଧରାପଡିଲା ୧୦୮ ଆମ୍ବୁଲାନ୍ସ କେଳେଙ୍କାରୀ

ଏବେ ପ୍ରଶ୍ନ କାହିଁକି ଏମିତି ବିନା ରୋଗୀରେ ଦୌଡୁଛନ୍ତି ଏ ଆମ୍ବୁଲାନ୍ସ? ଜଣେ ପୂର୍ବତନ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅଭିଯୋଗ ଅନୁସାରେ,ଏମିତି ରାଜ୍ୟର ଅଧିକାଂଶ ଆମ୍ବୁଲାନ୍ସ ଫେକ୍ କଲ୍ କରାନ୍ତି କାରଣ ଗାଡି ଯେତେ ବାଟ ଗଡିବ ସେତେ ଟଙ୍କା ପାଇବ। More
  • Chandan Shishu
  • 3 years ago

ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନ

ନନ୍ଦନକାନନ ଖୋଲିବା ନେଇ ରାଜ୍ୟ ସରକାର ଅଗଷ୍ଟ ଗାଇଡଲାଇନ୍‌ ଅନୁମତି ଦେଇଛନ୍ତି। ଦୀର୍ଘ ଦିନ ପରେ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଅନୁମତି ମିଳିଥିବାରୁ କେଉଁ ଆଧାରରେ ନନ୍ଦନକାନନ ଖୋଲାଯିବ ତାହାର ତର୍ଜମା କରିଥିଲେ ନିର୍ଦ୍ଦେଶକ ମନୋଜ ମହାପାତ୍ର।  More
  • Sarbeswar
  • 3 years ago

ଅନଲକ୍‌ ହେଲା ଓଡ଼ିଶା: କିନ୍ତୁ ପୁଣି ଥରେ ନିରାଶ ହେଲେ ଯାତ୍ରା ପାର୍ଟି ମାଲିକ ଓ କଳାକାର

ରାଜ୍ୟରେ ଏବେ ବି ପ୍ରାୟ ୧୫ ହଜାର ଉପରେ ଆକ୍ଟିଭ୍ କେସ୍ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪, ୫୫୬, କଟକ ଜିଲ୍ଲାରେ ୨, ୦୨୬ ଓ ପୁରୀ ଜିଲ୍ଲାରେ ୯୬୨ ଆକ୍ଟିଭ୍ କେସ ରହିଛି। ସେଥିମଧ୍ୟରୁ କେବଳ ଭୁବନେଶ୍ୱରରେ ୨୪୨୨ ଓ କଟକ ସହରରେ ରହିଛି ୧୧୩୨ ଆକ୍ଟିଭ୍ କେସ୍। ପ୍ରଶାସନିକ ଓ ବ୍ୟାବସାୟିକ କାର୍ଯ୍ୟ ବ୍ୟତୀତ ମେଡିକାଲ ସେବା ଓ ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ଏ ତିନି ସହରରେ ଅଧିକ ପଜିଟିଭ୍ କେସ୍ ଚିହ୍ନଟ ହେଉଛନ୍ତି। ତେଣୁ ଏହା ଉପରେ ଫୋକସ୍ କରିଛନ୍ତି ରାଜ୍ୟ ସରକାର। More
  • Sarbeswar
  • 3 years ago

“ଢିଲା କରନି, କଣ୍ଟେନମେଣ୍ଟ ନିୟମକୁ କଠୋର କର”

ଦେଶରେ ଆରମ୍ଭ ହୋଇଗଲାଣି କି କରୋନା ସଂକ୍ରମଣର ତୃତୀୟ ଲହର ନା ଲମ୍ବୁଛି ଦ୍ୱିତୀୟ ଲହର? ଦୈନିକ ସଂକ୍ରମଣ ପୁଣି ଉପରମୁହାଁ ହେବା ସୃଷ୍ଟି କରିଛି ଏଭଳି ଦ୍ୱନ୍ଦ୍ୱ ଅଧିକାଂଶ ରାଜ୍ୟରେ ଦ୍ୱିତୀୟ ଲହରର ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ କେରଳରେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ନେଇ ବଢିଛି ଚିନ୍ତା More
  • Sarbeswar
  • 3 years ago

ଅନଲକ୍‌: ଯାଜପୁରରେ ଖୋଲିଲା ମଲ୍‌ ଓ ଫିଲ୍ମ ହଲ୍‌

ତେବେ ମଲ, ଦୋକାନ ମାନଙ୍କରେ କୋଭିଡ଼୍ ନିୟମକୁ କଡାକଡି ପାଳନ କରାଯାଉଥିବା ବେଳେ ସରକାର ପୁଣିଥରେ ସେମାନଙ୍କ ପେଟପାଟଣା କଥାକୁ ବୁଝିପାରି ବ୍ୟବସାୟ ପାଇଁ ସୁଯୋଗ ଦେଇଥିବାରୁ ସେମାନେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। More
  • Chandan Shishu
  • 3 years ago

ମଙ୍ଗଳବାର ଖୋଲିପାରେ ନନ୍ଦନକାନନ

ମଙ୍ଗଳବାର ଖୋଲିପାରେ ନନ୍ଦନକାନ। ସ୍ଥିତି ଅନୁଧ୍ୟାନ ପରେ ଏହି ସୂଚନା ଦେଇଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ମହାପାତ୍ର। ଚିଡ଼ିଆଖାନା ଖୋଲିଲେ ବି ଭିତରେ ବ୍ୟାଟେରି ଚାଳିତ ଗାଡ଼ିକୁ ଅନୁମତି ମିଳିବ ନାହିଁ। ଏମିତିକି ବୋଟିଂ ପାଇଁ ମଧ୍ୟ ଅନୁମତି ଦିଆଯିବ ନାହିଁ। ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ନନ୍ଦନକାନନ ଭିତରକୁ ଛଡ଼ାଯିବ। ନନ୍ଦନକାନନ ଖୋଲିବା ନେଇ ରାଜ୍ୟ ସରକାର ଅଗଷ୍ଟ ଗାଇଡଲାଇନ୍‌ରେ ଅନୁମତି ଦେଇଛନ୍ତି। ଦୀର୍ଘ ଦିନ ପରେ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଅନୁମତି ମିଳିଥିବାରୁ କେଉଁ ଆଧାରରେ ନନ୍ଦନକାନନ ଖୋଲାଯିବ ତାହାର ତର୍ଜମା କରିଥିଲେ ନିର୍ଦ୍ଦେଶକ ମନୋଜ ମହାପାତ୍ର। 

  • Chandan Shishu
  • 3 years ago

ଖୋଲିବ କି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ?

ଗତ ଜୁଲାଇ ୨୬ରୁ ରାଜ୍ୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଆସନ୍ତା ୧୬ ତାରିଖରୁ ନବମ ଶ୍ରେଣୀ ମଧ୍ୟ ଖୋଲାଯିବ। ସେପଟେ ଏକାଦଶ ଶ୍ରେଣୀରେ ତ ନାମଲେଖା ହୋଇନାହିଁ। More

  • Chandan Shishu
  • 3 years ago

OSSC ପରୀକ୍ଷାରେ ଦୁର୍ନୀତିର ଗନ୍ଧ ବାରିଲେ ଆଶାୟୀ

ଆବଶ୍ୟକ ପଡ଼ିଲେ ବିରଞ୍ଚିଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ଏସ୍‌ପି ଆର. ପ୍ରକାଶ ସୂଚନା ଦେଇଛନ୍ତି। ଭିଜିଲାନ୍ସ ଚଢାଉ ବେଳେ କଟକ ଓ ଭୁବନେଶ୍ୱରରେ ବିରଞ୍ଚିଙ୍କ କୋଟି କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା। ଦେଢ଼ କିଲୋ ଓଜନର ସୁନା ଅଳଙ୍କାର ସହ ନଗଦ ୨୫ ଲକ୍ଷ ଟଙ୍କା, ୧୪ଟି ପ୍ଲଟ ଏବଂ ୨ଟି ଦୁଇ ତାଲା ଘର ସମେତ ୪ଟି କୋଠା ଠାବ କରିଥିଲା ଭିଜିଲାନ୍ସ More

  • Chandan Shishu
  • 3 years ago

ରସାବଳିକୁ ଜିଆଇ ଟ୍ୟାଗ କରିବା ପାଇଁ ବିଜେଡିର ତିନି ରାଜ୍ୟସଭା ସାଂସଦଙ୍କ ଦାବି

କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳିକୁ ଜିଆଇ ଟ୍ୟାଗ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟି ଦାବି କରିଛନ୍ତି ବିଜେଡିର ତିନି ରାଜ୍ୟସଭା ସାଂସଦ। ସାଂସଦ ସୁବାସ ସିଂହଙ୍କ ନେତୃତ୍ୱରେ ସାଂସଦ ମୁନା ଖାଁ ଓ ସାଂସଦ ମମତା ମହନ୍ତ ଆଜି ସଂସଦରେ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟି କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେବ ଜୀଉଙ୍କ ମୁଖ୍ୟ ପ୍ରସାଦ ରସାବଳିକୁ ଜିଆଇ ଟ୍ୟାଗ କରିବା ପାଇଁ ଦାବି କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। କେନ୍ଦ୍ରାପଡ଼ାର ରସାବଳିକୁ ଜିଆଇ ଟ୍ୟାଗ ମିଳିପାରିଲେ ଏହା ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇବାରିବା ସହ ଦେଶ ବିଦେଶରେ ମଧ୍ୟ ଆଦୃତ ହୋଇପାରିବ ବୋଲି ସାଂସଦ ସୁବାସ ସିଂହ କହିଛନ୍ତି। 

  • Sarbeswar
  • 3 years ago

ରୋଷେୟାଙ୍କ ପୁଅ ହେଲେ ଆଇଏସଏସ ଅଫିସର

ବାପା ପ୍ରଫୁଲ ଦାସ ଓ ମାଆ ଝରଣା ଦାସଙ୍କ ସାନ ପୁଅ ହେଉଛନ୍ତି ପ୍ରଭାତ । ଅଭାବ ଅନଟନ ଭିତରେ ରହି ମଧ୍ୟ ପ୍ରଭାତ କେବେ ହାର ମାନି ନାହାଁନ୍ତି ସେ। ୨୦୦୬ ମସିହାରେ ସାଆନ୍ଦା ଉଚ୍ଚ ବିଦ୍ୟାଳୟରୁ ପାସ କରିବା ପରେ ସାଆନ୍ଦା ଆଞ୍ଚଳିକ ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ନାମ ଲେଖାଇଥିଲେ । ବିଜ୍ଞାନ ପାଠ ପଢିବା ପାଇଁ ଇଚ୍ଛା ଥିଲେ ମଧ୍ୟ ମାର୍କ ଯୋଗୁଁ ଏଥିରୁ ବଂଚିତ ରହିଥିଲେ ପ୍ରଭାତ । ପରେ ୨୦୧୧ ମସିହାରେ ଢେ଼ଙ୍କାନାଳ ସ୍ୱୟଂ ଚାଳିତ ମହାବିଦ୍ୟାଳୟରୁ ରାଜନୈତିକ ବିଜ୍ଞାନରେ ସ୍ନାତକ ଶେଷ ପରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ପରିସଂଖ୍ୟାନ ବିଭାଗରେ ପିଜି ,ଏମ.ଫିଲ ଓ ପି .ଏଚଡି କରି ଡ଼କ୍ଟେରେଟ ଅର୍ଜନ କରିଥିଲେ ପ୍ରଭାତ । More

  • Chandan Shishu
  • 3 years ago

ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ରୋଜଗାର ଦିନକୁ ୧୬ ଟଙ୍କା: କଂଗ୍ରେସ

ରାଜ୍ୟରେ ମହିଳାଙ୍କ ବିକାଶ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। କଂଗ୍ରେସର ବରିଷ୍ଠ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ ଏବଂ ମୁଖପାତ୍ର ପ୍ରଶାନ୍ତ ଶତପଥୀ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ରୋଜଗାର ଦିନକୁ ୧୬ ଟଙ୍କା ରହିଛି। ଏଭଳି ସ୍ଥିତିରେ ମହିଳାଙ୍କ ବିକାଶ ନାଁରେ ସରକାର ଡିଡିମ୍ବ ପିଟୁଥିବା କଂଗ୍ରେସ ଅଭିଯୋଗ କରିଛି। ୨୦୧୯-୨୦ରେ ୧ ହଜାର ୪୧୨ କୋଟି ଟଙ୍କାର ବ୍ୟବସାୟ କରିଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ଏଥିମଧ୍ୟରୁ ଦେଖିଲେ ଜଣେ ମହିଳାଙ୍କ ଆୟ ଦିନକୁ ମାତ୍ର ୧୬ ଟଙ୍କା ପଡୁଛି। ଦୈନିକ ୧୬ ଟଙ୍କା ଆୟରେ ମହିଳାଙ୍କର କି ବିକାଶ ହୋଇଥିବା ପ୍ରଶ୍ନ କରିଛି କଂଗ୍ରେସ। ତେବେ କଂଗ୍ରେସର ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

  • Rajalaxmi Sahoo
  • 3 years ago

ସ୍ତ୍ରୀକୁ ବିଷ ପିଆଇ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ

ସ୍ତ୍ରୀକୁ ବିଷ ପିଆଇ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଂଚଳ ଢୋଲଗଣ୍ଡି ଗାଁରୁ। ମୃତକ ହେଲେ ବାଲିମା ଶୁଣ୍ଡି। ବାଲିମାଙ୍କୁ ତାଙ୍କ ସ୍ୱାମୀ ବିଷ ଦେଇ ମାରିଦେଇଥିବା ଝିଅ ଘର ଲୋକେ ଅଭିଯୋଗ କରିବା ସହ କପ୍ତିପଦା ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।  ଅନ୍ୟପଟେ ବାଲିମାଙ୍କ ସ୍ୱାମୀ ଅଭିଯୋଗକୁ ଖଣ୍ଡନ କରିବା ସହ ସ୍ତ୍ରୀ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲ ନେଇଥିଲେ। ବାରିପଦା ମେଡିକାଲରେ ବାଲିମାଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି। 

  • Rajalaxmi Sahoo
  • 3 years ago

ଟପ୍ କ୍ୟାଡର ମାଓବାଦୀର ଆତ୍ମସମର୍ପଣ

ଟପ୍ କ୍ୟାଡର ମାଓବାଦୀର ଆତ୍ମସମର୍ପଣ। କେକେବିଏନ୍ କ୍ୟାଡର ମାଓବାଦୀ ଆଏତୁ କୋର୍ସାର ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗିର ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆଏତୁ କୋର୍ସାରଙ୍କ ଘର ଛତିଶଗଡ଼ ବିଜାପୁର ଜିଲ୍ଲା ଗାଙ୍ଗଲୋର ଥାନା ମାନକେଲ ଗାଁରେ। ସେ ଓଡ଼ିଶା ଓ ଛତିଶଗଡ଼ରେ ବିଭିନ୍ନ ମାଓ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଥିଲେ। ତେବେ ଆଏତୁ ଆତ୍ମସମର୍ପଣ କରିଥିବା ନେଇ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଏବଂ ବଲାଙ୍ଗିର ଏସ୍‌ପି ନୀତିନ କୁଶଳକର ସୂଚନା ଦେଇଛନ୍ତି।

  • Rajalaxmi Sahoo
  • 3 years ago

ନିଖୋଜର ୩ ଦିନ ପରେ ନଦୀରୁ ମିଳିଲା ମୃତଦେହ

ନିଖୋଜର ୩ ଦିନ ପରେ ମିଳିଲା ମୃତଦେହ। ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ କୁଂଜାମ ଗାଁର ୩ ଜଣ ବ୍ୟକ୍ତି ୩ ଦିନ ପୂର୍ବେ ନିଖୋଜ ହୋଇଯାଇଥିଲେ। More

  • Rajalaxmi Sahoo
  • 3 years ago

ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ପର୍ଯ୍ୟଟକଙ୍କୁ ରାତ୍ରୀଯାପନ ପାଇଁ ଅନୁମତି ନାହିଁ। More

  • Prangyan Parimita
  • 3 years ago

ଟ୍ରକ ଟର୍ମିନାଲ ପାଇଁ ଦୀର୍ଘବର୍ଷର ଦାବି କେବେ ନେବ ବାସ୍ତବ ରୂପ ?

ଜିଲ୍ଳାରେ ଶିଳ୍ପ ଓ ଖଣି ଖାଦାନର ସଂଖ୍ୟା ଅଧିକ ଥିବାବେଳେ ସେହି ଅନୁପାତରେ ବଢିଚାଲୁଛି ଟ୍ରକର ସଂଖ୍ୟା । ସଡ଼କ ପଥରେ କୋଇଲା ପରିବହନ ସହ ଶିଳ୍ପାନୁଷ୍ଠାନ ପାଇଁ ଆବଶ୍ୟକୀୟ କଞ୍ଚାମାଲ ଏବଂ ଶିଳ୍ପାନୁଷ୍ଠାନର ଉତ୍ପାଦିତ ସାମଗ୍ରୀ ତଥା ଅନ୍ୟାନ୍ୟ କାର୍ଯ୍ୟପାଇଁ ଟ୍ରକଗୁଡିକର ବ୍ୟବହାର ହୋଇଥାଏ । More

  • Rajalaxmi Sahoo
  • 3 years ago

କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

କଲେଜରୁ ପାଠ ପଢି ଘରକୁ ଏକୁଟିଆ ଫେରୁଥିବା ବେଳେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଏଭଳି ଅଭିଯୋଗ ଆସିଛି  ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ବଡମାଲ ଫାଣ୍ଡି ଅଞ୍ଚଳରୁ।  ଏହି ଅଞ୍ଚଳର ଜଣେ କଲେଜ ପଢୁଆ ଛାତ୍ରୀ ନିଜ ଘର ବୀରମହାରାଜପୁର ଅଞ୍ଚଳକୁ ସାଇକେଲରେ ଆସୁଥିଲେ। ବାଟରେ ବର୍ଷା ହେବାରୁ ଏକ ନିଛାଟିଆ ଜଙ୍ଗଲ ନିକଟରେ ଅଟକି ଯାଇଥିଲେ।  ସେହି ରାସ୍ତା ଦେଇ ଅଭିଯୁକ୍ତ ସୁରେଶ ମହାକୁଡ ଆସୁଥିବା ବେଳେ ଛାତ୍ରୀକୁ ଏକୁଟିଆ ଦେଖି ଜଙ୍ଗଲ ମଧ୍ୟକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଚାରମାଳ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।  ଅଭିଯୁକ୍ତ ଜଣକ ୬ ମାସ ତଳେ ବିବାହ କରିଥିବା ସୂଚନା ମିଳିଛି।  

  • Rajalaxmi Sahoo
  • 3 years ago

ପାରାଦୀପ ସମୁଦ୍ର ବେଳାଭୂମିରେ ହେବ ଇକୋ ରିଟ୍ରିଟ୍

ପାରାଦୀପ ସମୁଦ୍ର ବେଳାଭୂମିରେ ହେବ ଇକୋ ରିଟ୍ରିଟ୍। ଏଥିପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତାବ ପରେ ସରକାର ସବୁଜ ସଙ୍କେତ ଦେଇଛନ୍ତି। ଜାଗା ଚିହ୍ନଟ ପାଇଁ ପ୍ରକ୍ରିୟା ଆାରମ୍ଭ ହୋଇଛି। ପର୍ଯ୍ୟଟକଙ୍କୁ ଆକର୍ଷିତ ପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ବିଦେଶ ଭଳି ପାରାଦୀପ ବେଳାଭୂମିରେ ମଧ୍ୟ ବୋର୍ଡ ଓ୍ୱାକ୍ ନିର୍ମାଣ କରାଯିବ। ଓଡିଶାରେ କେବଳ ଗୋପାଳପୁର ବେଳାଭୂମିରେ ଏହି ବୋର୍ଡ ଓ୍ୱାକ୍ ବ୍ୟବସ୍ଥା ରହିଛି। ଏନେଇ ସୂଚନା ଦେବା ସହ ପାରାଦୀପ ପୌରନିର୍ବାହୀ ଅଧିକାରୀ ଏବଂ ପାରାଦୀପ ଏଡିଏମଙ୍କ ସହ ସମୀକ୍ଷା କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ। ବେଳାଭୂମି ନିକଟରେ ଥିବା ବିଜ୍ଞାନ ପାର୍କରେ ବି ଅଡିଟୋରିୟମ୍ ନିର୍ମାଣ କରିବାର ପ୍ରସ୍ତାବ ରହିଛି। 

  • Rajalaxmi Sahoo
  • 3 years ago

ନଦୀରେ ବୁଡ଼ି ଯାଉଥିବା ବେଳେ ଯୁବତୀ ଉଦ୍ଧାର

ନଦୀରେ ବୁଡ଼ି ଯାଉଥିବା ବେଳେ ଯୁବତୀ ଉଦ୍ଧାର ସମ୍ବଲପୁର ମହାନଦୀ ସମଲେଇ ଘାଟରେ ଜଣେ ଯୁବତୀ ବୁଡ଼ିଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ଯୁବତୀ ଜଣକ ନଦୀରେ ବୁଡ଼ି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପରେ ଅଗ୍ନିଶଣ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

  • Rajalaxmi Sahoo
  • 3 years ago

ପୋଲ ନଥିବାରୁ ବର୍ଷା ଦିନେ ବାଜିରେ ଲାଗୁଛି ଜୀବନ

ପୋଲ ନଥିବାରୁ ବର୍ଷା ଦିନେ ବାଜିରେ ଲାଗୁଛି ଜୀବନ। କେନ୍ଦୁଝର ଜିଲ୍ଲା ତେଲକୋଇ ସଲେଇକେନା ଗାଁର ଲୋକମାନେ ଅଣ୍ଟାଏ ପାଣିରେ ନାଳ ପାର୍‌ ହେଉଛନ୍ତି। ଦୈନିକ ଏଭଳି ବିପଦପୂର୍ଣ୍ଣ ସ୍ଥିତିରେ ଯାଆସ କରୁଛନ୍ତି ଲୋକେ। ପ୍ରତିବର୍ଷ ବର୍ଷା ଦିନ ଏହି ଗାଁ ଲୋକଙ୍କ ପାଇଁ ବିପଦ ବଢିଯାଏ।  ଦୀର୍ଘ ୪ ମାସ ଏପରି ବିପଦପୂର୍ଣ୍ଣ ଭାବେ ଯାଇଥାନ୍ତି ଗାଁ ଲୋକେ।  ଏହି ସମୟରେ ପିଲାମାନଙ୍କ ପାଠପଢା ଏକ ପ୍ରକାର ଠପ୍ ହୋଇଯାଇଥାଏ। ଏପରିକି ଚାଷବାସ କିମ୍ବା ମେଡିକାଲ ଯିବାକୁ ଉଚ୍ଛୁଳା ନାଳରେ ପାରି ହୋଇଥାନ୍ତି ଲୋକେ। ପୋଲ ନିର୍ମାଣ ପାଇଁ ଗାଁ ଲୋକମାନେ ବାରମ୍ବାର ଦାବି କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ନାହିଁ। ଖୁବଶୀଘ୍ର ପୋଲ ନିର୍ମାଣ ପାଇଁ ଚେଷ୍ଟା କରାଯିବ ବୋଲି ବିଡିଓ କହିଛନ୍ତି। 

  • Rajalaxmi Sahoo
  • 3 years ago

ବିଚାରପତି ଙ୍କୁ ଅଟୋ ଧକ୍କା କରି ହତ୍ୟା ଘଟଣାରେ ସିବିଆଇ ତଦନ୍ତ ପାଇଁ ସୁପାରିଶ

ଧାନବାଦରେ ବିଚାରପତି  ଉତ୍ତମ ଆନନ୍ଦଙ୍କୁ ଅଟୋ ଧକ୍କା କରି ହତ୍ୟା ଘଟଣାରେ ସିବିଆଇ ତଦନ୍ତ ପାଇଁ ସୁପାରିଶ। ଏହି ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ଝାଡଖଣ୍ଡ ସରକାର। ଘଟଣା ପରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି. ରମନ୍ନାଙ୍କ ଖଣ୍ଡପୀଠ ନିଜ ଆଡୁ ମାମଲା ରୁଜୁ କରିଥିଲେ। ଘଟଣା ସମ୍ପର୍କରେ ୭ ଦିନ ଭିତରେ ଷ୍ଟାଟସ ରିପୋର୍ଟ ଦେବାକୁ ଝାଡଖଣ୍ଡ ମୁଖ୍ୟ ଶାସନ ସଚିବଙ୍କ ସହ ପୋଲିସ ଡିଜିଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।  ଗତ ୨୮ ତାରିଖରେ ବିଚାରପତି ଉତ୍ତମ ଆନନ୍ଦ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଏକ ନିଛାଟିଆ ରାସ୍ତାରେ ଅଟୋଟି ଅଚାନକ ମୋଡ ବଦଳାଇ ତାଙ୍କୁ ଧକ୍କା ଦେଇଥିଲା। ମିଳିଥିବା ଭିଡିଓ ଫୁଟେଜ୍‌ରେ ଦେଖିବାକୁ ମିଳିଛି, ଜାଣିଶୁଣି ଗାଡି ମଡାଇ ଜଜ୍‌ଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ଝାଡଖଣ୍ଡ ହାଇକୋର୍ଟ ମଧ୍ୟ ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।  

  • Rajalaxmi Sahoo
  • 3 years ago

ଦିଲ୍ଲୀରେ ପୁଣି ଜଳବନ୍ଦୀ ସ୍ଥିତି

ଦିଲ୍ଲୀରେ ପୁଣି ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି। ଦିଲ୍ଲୀ ଯମୁନା ବଜାର ଅଞ୍ଚଳରେ ରାସ୍ତା ଉପରେ ପାଣି ଜମି ରହିବା ଫଳରେ ଯାତାୟାତରେ ସମସ୍ୟା ସୃଷ୍ଠି ହୋଇଛି। ଫଳରେ ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ସୁଅ ଚାଲୁ ଥିବାରୁ ଛୋଟମୋଟ ଗାଡ଼ି ଯାଆସରେ ସମସ୍ୟା ସୃଷ୍ଟି ହୋଇଛି। ଦିଲ୍ଲୀ ଏନ୍‌ସିଆରରେ ଆଜି ସକାଳୁ ସକାଳୁ ବର୍ଷା ଲାଗି ରହି ଥିବାରୁ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି। ସେପଟେ ଲଗାଣ ବର୍ଷା ଯୋଗୁ ଯମୁନା ନଦୀରେ ଜଳସ୍ତର ବୃଦ୍ଧି ପାଉଛି। 

  • Prangyan Parimita
  • 3 years ago

ଶାଢ଼ୀରେ ବନ୍ଧୁତାର ପରିଭାଷା

ଆଜି ପରି ଏକ ଦୁର୍ଲଭ ଦିନରେ ବନ୍ଧୁଟିଏ ବନ୍ଧୁ ପାଇଁ ବିଭିନ୍ନ କିସମର ଉପହାର ଦିଆନିଆର ପରମ୍ପରା ରହିଛି । ତେବେ ଏହି ମହାର୍ଘ ଦିବସକୁ ଲକ୍ଷ୍ୟରେ ରଖି ଦେଶୀ ମଂଗାରେ ପ୍ରସ୍ତୁତ ହୋଇଛି ଫ୍ରେଣ୍ଡ୍ସ ଶାଢୀ । ବର୍ଷେ ଆଗରୁ ଏହି ନୂଆଁ ଡିଜାଇନର ଶାଢୀ ପ୍ରସ୍ତୁତି ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ହସ୍ତତନ୍ତ କାରିଗର ଉଦ୍ୟମ କରିଥିବାବେଳେ ଏବେ ପ୍ରସ୍ତୁତ ହୋଇସାରିଛି ଏହି କଳାତ୍ମକ ଶାଢୀ । More

  • Prangyan Parimita
  • 3 years ago

ବର୍ଷା ଅଭାବରୁ ଜାଲରେ ପଡୁନି ମାଛ : ଚିନ୍ତାରେ ମତ୍ସ୍ୟଜିବୀ

ଚଳିତ ବର୍ଷ ଆଶାନୁରୂପକ ବର୍ଷା ହେଉନଥିବାରୁ ସମୁଦ୍ରରେ ମାଛ ପଡୁ ନାହାନ୍ତି । ବର୍ଷା ସହ ପୂର୍ବାଳୀ ପବନ ବହିଲେ ମଧୁର ଜଳ ପାଇ ମାଛମାନେ ସମୁଦ୍ରରୁ ଉପର ମୁହାଁ ହୋଇଥାନ୍ତି । ପ୍ରତି ବର୍ଷ ଏହି ସମୟରେ ସମୁଦ୍ରରେ ପ୍ରଚୁର ପରିମାଣରେ ମାଛ ମିଳିଥାନ୍ତି । ଏଥର ଇଲିସ ମାଛ ତ ମିଳିବା ଦୂରର ଅନ୍ୟାନ ଛୋଟ ମାଛ ବି ଆଶାନୁରୂପକ ମିଳୁନାହିଁ More

  • Prangyan Parimita
  • 3 years ago

୫ ହଜାର ଟଙ୍କା ପାଇଁ ଦୁଇ ନାବାଳକ ପୁଅଙ୍କୁ ବନ୍ଧା ପକାଇଛି ବାପା

ଋଣ ଶୁଝିବା ପାଇଁ ମାତ୍ର ୫ ହଜାର ଟଙ୍କା ପାଇଁ ଦୁଇ ନାବାଳକୁ ପୁଅକୁ ବନ୍ଧା ପକାଇଛି ବାପା । କୋମଳମତି ଶିଶୁଙ୍କ ଭବିଷ୍ୟତ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପୁରୀ ଜିଲ୍ଲା କଣାସ ବ୍ଲକରୁ ଏଭଳି ଖବର ଆସିଛି, ଯାହା ପ୍ରଶାସନ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି । More

  • Rajalaxmi Sahoo
  • 3 years ago

ଗାଁକୁ ନାହିଁ ରାସ୍ତା, ବିଜୁଳି ଆଲୁଅ ସାତ ସପନ

ଗ୍ରାମାଞ୍ଚଳର ବିକାଶ ଲାଗି ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ। ହେଲେ ଆଜି ବି ରାଜ୍ୟର ଅନେକ ଦୁର୍ଗମ ଅଞ୍ଚଳ ଅଛି, ଯେଉଁଠି ସରକାରଙ୍କ ଯୋଜନା ଅପହଞ୍ଚ।  More

  • Rajalaxmi Sahoo
  • 3 years ago

ଢାବା ମାଲିକାଣୀଙ୍କୁ ଫାୟାରିଂ

ଢାବା ମାଲିକାଣୀଙ୍କୁ ଫାୟାରିଂ। ଏଥିରେ ଢାବା ମାଲିକାଣୀଙ୍କ ମୃତ୍ୟୁ ଘଟିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗାଁରେ ଥିବା ଏକ ଢାବାରେ ଫାୟାରିଂ ହୋଇଛି। More

  • Prangyan Parimita
  • 3 years ago

ରାଜ୍ୟରେ କମୁଛି କରୋନା ସଂକ୍ରମଣ : ୨୪ ଘଣ୍ଟାରେ ୧୪୩୭ ସଂକ୍ରମିତ ଚିହ୍ନଟ

ଉପକୂଳ ଓଡ଼ିଶାର ଦୁଇରୁ ତିନୋଟି ଜିଲ୍ଲାକୁ ଛାଡ଼ି ଅନ୍ୟ ଜିଲ୍ଲା ଗୁଡ଼ିକରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୧୪୩୭ ନୂତନ ସଂକ୍ରମିତ ଚିହ୍ନଟ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୮ ହଜାର ୭୦୫କୁ ବୃଦ୍ଧି ପାଇଛି । More

  • Rajalaxmi Sahoo
  • 3 years ago

ମୃତ ମା’ଙ୍କୁ ନ୍ୟାୟ ଦେବା ପାଇଁ ୧୦ ବର୍ଷ ଧରି ଏକାକୀ ଲଢ଼ୁଛି ଝିଅ

ମୃତ ମା’ଙ୍କୁ ନ୍ୟାୟ ଦେବା ପାଇଁ ୧୦ ବର୍ଷ ଧରି ଏକା ଏକା ସଂଗ୍ରାମ ଜାରି ରଖିଛି ଝିଅ। ୨୦୧୧ରେ ମହିଳା ଜଣକ ନିଖୋଜ ହୋଇଯାଇଥିବା ବେଳେ ୨୦୧୯ରେ ମାଟି ତଳୁ ତାଙ୍କ ମୃତଦେହର ଖପୁରୀ ମିଳିଥିଲା।  More

  • Prangyan Parimita
  • 3 years ago

ଆଜିଠାରୁ ରାଜ୍ୟରେ ହଲ, ମଲ ଓ ହୋଟେଲ ଖୋଲିବାକୁ ଅନୁମତି: ରାତି୮ଟାରୁ ସକାଳ ୬ଟା ରାଜ୍ୟବ୍ୟାପୀ ନାଇଟ କର୍ଫ୍ୟୁ

ଅଗଷ୍ଟ ମାସରେ ଧାର୍ମିକ ପୀଠ ଖୋଲିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ । ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ପ୍ରଶାସନ ନିଜେ ଏନେଇ ନିଷ୍ପତ୍ତି ନେବେ । ଧାର୍ମିକ ପୀଠକୁ ଭୋଗ ବା ପ୍ରସାଦ ନେଇପାରିବେନି ଶ୍ରଦ୍ଧାଳୁ । More

  • Chandan Shishu
  • 3 years ago

କ୍ଷୁଦ୍ର ମାନବର କ୍ଷୁଧା

ମାନବ କିନ୍ତୁ ଦେବତା ପକ୍ଷରେ ରହି ଦାନବର ପ୍ରତିପକ୍ଷ ପାଲଟିଲା - ଯେତେବେଳେ ଜନ୍ମ ହୋଇନଥିଲା ଇତିହାସ। ପୁରାଣ ସୂଚନା ଦେଇଛି ଯେ, ଶେଷଯୁଦ୍ଧରେ ଦେବ-ମାନବ ମିଳିତ ପକ୍ଷ ନିକଟରେ ପରାଜୟପ୍ରାପ୍ତ ଦାନବ ଯାଇ ଆଶ୍ରୟ ନେଇଛି ଅତଳ ପାତାଳରେ! More

  • Chandan Shishu
  • 3 years ago

ମା'ର ଅନୈତିକ ସମ୍ପର୍କର କାହାଣୀ ବଖାଣିଲେ ଭାଇ ଭଉଣୀ

ବାପା ଜେଲରେ ରହିବା ପରଠାରୁ ଉଭୟେ ଭାଇ ଭଉଣୀ ଚଳିବା ସମସ୍ୟା ହେଉଛି। ହେଲେ ବାହାର ଲୋକ ଘରକୁ ଆସି ମଦ୍ୟପାନ କରି ଯାବତୀୟ ଅନୈତିକ କାମ କରୁଛନ୍ତି। ଏଥିରେ ବିରୋଧ କଲେ ମା ଆମକୁ ପିଟୁଛନ୍ତି। More

  • Chandan Shishu
  • 3 years ago

କୋଭିଡ୍ ଭୟ ଦୂର ନହେଉଣୁ, ଘାରିଲାଣି ଡେଙ୍ଗୁ ଡର

ଭୁବନେଶ୍ୱର ଭଳି କଟକରେ ବଢିଲାଣି ଡେଙ୍ଗୁ ଭୟ। ସହରରେ ୮ ଜଣ ରୋଗୀ ଚିହ୍ନଟ ହୋଇସାରିଥିବାରୁ ଏବେଠୁ ସତର୍କ ନହେଲେ ଆଗକୁ ସ୍ଥିତି ଜଟିଳ ହେବା ଆଶଙ୍କା ବଢିଯାଇଛି। ସମ୍ଭାବ୍ୟ ସ୍ଥିତିରୁ ରକ୍ଷା ପାଇବାକୁ ହେଲେ ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ପ୍ରଥମେ ସଜାଡିବାର ଆବଶ୍ୟକତା ରହିଛି। ସିଏମସି ସହରର ନିୟମିତ ସଫେଇ ସାଙ୍ଗକୁ ମଶା ତେଲ ସିଞ୍ଚନ କରୁନଥିବା ଅଭିଯୋଗ ଉଠିଛି। More

  • Chandan Shishu
  • 3 years ago

କୁବେର ବିରଞ୍ଚିଙ୍କ କେଳେଙ୍କାରୀ ପଛରେ ବଡ଼ମୁଣ୍ଡ କିଏ ?

ଭିଜିଲାନ୍ସ ରେଡ୍ ବେଳେ ବିରଞ୍ଚିଙ୍କ ଘରୁ ନିଯୁକ୍ତି ସମ୍ପର୍କିତ ପରୀକ୍ଷାର ବହୁ ସଂଖ୍ୟକ ଆଡମିଟ କାର୍ଡ ମିଳିବା ପଛର ସମ୍ଭାବ୍ୟ କାରଣ ବି ଦର୍ଶାଇଛନ୍ତି। ଆବେଦନକାରୀ ହିଁ କେବଳ ଆଡ୍‌ମିଟ୍ କାର୍ଡ ଡାଉନଲୋଡ଼ କରିପାରିବେ। ତାହେଲେ ନିଯୁକ୍ତି ଆଳରେ ଆଶାୟୀଙ୍କ ସହ ମିଶି ବଡ଼ଧରଣର ରାକେଟ୍ ଚଳାଇଥିଲେ କି ବିରଞ୍ଚି ? More

  • Chandan Shishu
  • 3 years ago

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଜୁଲାଇ ୩୧ ସୁଦ୍ଧା +୨ ରେଜଲ୍ଟ ପ୍ରକାଶ ପାଇଁ ପୂର୍ବରୁ ସବୁ ରାଜ୍ୟ ସରକାରଙ୍କୁ କହିଥିଲେ ସୁପ୍ରିମକୋର୍ଟ । ଚଳିତ ବର୍ଷ କରୋନା କଟକଣା ପାଇଁ ଯୁକ୍ତଦୁଇ ପରୀକ୍ଷା ଅନୁଷ୍ଠିତ ହୋଇନଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯାଇଛି । More