• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 31 July 2021

  • Chandan Shishu
  • 3 years ago

କ୍ଷୁଦ୍ର ମାନବର କ୍ଷୁଧା

ମାନବ କିନ୍ତୁ ଦେବତା ପକ୍ଷରେ ରହି ଦାନବର ପ୍ରତିପକ୍ଷ ପାଲଟିଲା - ଯେତେବେଳେ ଜନ୍ମ ହୋଇନଥିଲା ଇତିହାସ। ପୁରାଣ ସୂଚନା ଦେଇଛି ଯେ, ଶେଷଯୁଦ୍ଧରେ ଦେବ-ମାନବ ମିଳିତ ପକ୍ଷ ନିକଟରେ ପରାଜୟପ୍ରାପ୍ତ ଦାନବ ଯାଇ ଆଶ୍ରୟ ନେଇଛି ଅତଳ ପାତାଳରେ! More
  • Chandan Shishu
  • 3 years ago

ମା'ର କଳାରାତିର କାହାଣୀ ବଖାଣିଲେ ଭାଇ ଭଉଣୀ

ବାପା ଜେଲରେ ରହିବା ପରଠାରୁ ଉଭୟେ ଭାଇ ଭଉଣୀ ଚଳିବା ସମସ୍ୟା ହେଉଛି। ହେଲେ ବାହାର ଲୋକ ଘରକୁ ଆସି ମଦ୍ୟପାନ କରି ଯାବତୀୟ ଅନୈତିକ କାମ କରୁଛନ୍ତି। ଏଥିରେ ବିରୋଧ କଲେ ମା ଆମକୁ ପିଟୁଛନ୍ତି। More
  • Chandan Shishu
  • 3 years ago

କୋଭିଡ୍ ଭୟ ଦୂର ନହେଉଣୁ, ଘାରିଲାଣି ଡେଙ୍ଗୁ ଡର

ଭୁବନେଶ୍ୱର ଭଳି କଟକରେ ବଢିଲାଣି ଡେଙ୍ଗୁ ଭୟ। ସହରରେ ୮ ଜଣ ରୋଗୀ ଚିହ୍ନଟ ହୋଇସାରିଥିବାରୁ ଏବେଠୁ ସତର୍କ ନହେଲେ ଆଗକୁ ସ୍ଥିତି ଜଟିଳ ହେବା ଆଶଙ୍କା ବଢିଯାଇଛି। ସମ୍ଭାବ୍ୟ ସ୍ଥିତିରୁ ରକ୍ଷା ପାଇବାକୁ ହେଲେ ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ପ୍ରଥମେ ସଜାଡିବାର ଆବଶ୍ୟକତା ରହିଛି। ସିଏମସି ସହରର ନିୟମିତ ସଫେଇ ସାଙ୍ଗକୁ ମଶା ତେଲ ସିଞ୍ଚନ କରୁନଥିବା ଅଭିଯୋଗ ଉଠିଛି। More
  • Chandan Shishu
  • 3 years ago

କୁବେର ବିରଞ୍ଚିଙ୍କ କେଳେଙ୍କାରୀ ପଛରେ ବଡ଼ମୁଣ୍ଡ କିଏ ?

ଭିଜିଲାନ୍ସ ରେଡ୍ ବେଳେ ବିରଞ୍ଚିଙ୍କ ଘରୁ ନିଯୁକ୍ତି ସମ୍ପର୍କିତ ପରୀକ୍ଷାର ବହୁ ସଂଖ୍ୟକ ଆଡମିଟ କାର୍ଡ ମିଳିବା ପଛର ସମ୍ଭାବ୍ୟ କାରଣ ବି ଦର୍ଶାଇଛନ୍ତି। ଆବେଦନକାରୀ ହିଁ କେବଳ ଆଡ୍‌ମିଟ୍ କାର୍ଡ ଡାଉନଲୋଡ଼ କରିପାରିବେ। ତାହେଲେ ନିଯୁକ୍ତି ଆଳରେ ଆଶାୟୀଙ୍କ ସହ ମିଶି ବଡ଼ଧରଣର ରାକେଟ୍ ଚଳାଇଥିଲେ କି ବିରଞ୍ଚି ? More
  • Chandan Shishu
  • 3 years ago

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଜୁଲାଇ ୩୧ ସୁଦ୍ଧା +୨ ରେଜଲ୍ଟ ପ୍ରକାଶ ପାଇଁ ପୂର୍ବରୁ ସବୁ ରାଜ୍ୟ ସରକାରଙ୍କୁ କହିଥିଲେ ସୁପ୍ରିମକୋର୍ଟ । ଚଳିତ ବର୍ଷ କରୋନା କଟକଣା ପାଇଁ ଯୁକ୍ତଦୁଇ ପରୀକ୍ଷା ଅନୁଷ୍ଠିତ ହୋଇନଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯାଇଛି । More
  • Chandan Shishu
  • 3 years ago

ରାଜ୍ୟରେ ପୌର ନିର୍ବାଚନ ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି

ରାଜ୍ୟର ପୌର ନିର୍ବାଚନ ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛି ବିଜେପି। ଦଳର ବରିଷ୍ଠ ନେତା ପୀତାମ୍ବର ଆଚାର୍ଯ୍ୟ ଟ୍ୱିଟ କରି କହିଛନ୍ତି, ପୌର ନିର୍ବାଚନ ନ କରିବା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଙ୍ଘନ। ନିର୍ବାଚନ ନ କରି ଅମଲାତନ୍ତ୍ର ଦ୍ୱାରା କାର୍ଯ୍ୟ ପରିଚାଳନା କରିବା ହେଉଛି ସମ୍ବିଧାନ ବିରୋଧୀ। ସାମ୍ବିଧାନିକ ମୂଲ୍ୟବୋଧ ବଜାୟ ରଖିବା ହେଉଛି ରାଜ୍ୟ ନିର୍ବାଚନ କମିଶନଙ୍କ ଦାୟିତ୍ୱ। ଏହି ସଂସ୍ଥା କୌଣସି ଷ୍ଟାଚୁଟାରୀ ବଡି କିମ୍ବା ସରକାରଙ୍କ ଅଧୀନ ନୁହନ୍ତି। ରାଜ୍ୟ ନିର୍ବାଚନ କମିଶନ ସାମ୍ବିଧାନିକ ବ୍ୟବସ୍ଥାରେ ସ୍ୱାଧୀନ ଭାବେ କାମ କରିବା ଦରକାର। ପୌର ନିର୍ବାଚନ କରାନଯିବା ପ୍ରସଙ୍ଗରେ ରାଜ୍ୟପାଳ ହସ୍ତକ୍ଷେପ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ସମନ କରିପାରିବେ ବୋଲି ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ଟ୍ୱିଟ୍ କରିଛନ୍ତି। ପୂର୍ବରୁ ଗତ ୨୭ ତାରିଖ ଦିନ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପୌର ନିର୍ବାଚନ ବିଳମ୍ବକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଥିଲା।

  • Chandan Shishu
  • 3 years ago

ଐତିହ୍ୟ କରିଡର ପରିକଳ୍ପନାକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଓବିସିସିକୁ ଦାୟିତ୍ୱ

ଐତିହ୍ୟ କରିଡର ପରିକଳ୍ପନାକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓବିସିସିକୁ ଦାୟିତ୍ୱ ଦିଆଯାଇଛି। ଯେଉଁ ଅନୁସାରେ କରିଡର ଭିତରେ ଥିବା ସମସ୍ତ ମଠକୁ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ପୁନଃସ୍ଥାପନ କରାଯିବ। ପ୍ରଥମେ ଲଙ୍ଗୁଳି ମଠ, ବଡ ଛତା ମଠ ଓ ଛାଉଣୀ ମଠକୁ ସୌନ୍ଦର୍ଯ୍ୟକରଣ କରାଯିବ। ଏହାର ଢାଞ୍ଚାର ସୌନ୍ଦଯର୍ୟକରଣ ସହ ମଠର ଗାଦୀଗୃହ, ମନ୍ଦିର ଓ ଧ୍ୟାନ ମଣ୍ଡପ ଆଦିକୁ ନୂତନ ରୂପ ଦିଆଯିବ।ଓବିସିସିର ମ୍ୟାନେଜିଂ ଡାଇରେକ୍ଟର, କିଛି ଅଧିକାରୀ ଓ ପ୍ରଖ୍ୟାତ ପଥର ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁ କରିଡରର ସମୀକ୍ଷା କରିଛନ୍ତି। ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ଶିଳ୍ପୀ ସୁଦର୍ଶନ ସାହୁ କହିଛନ୍ତି। ସେପଟେ ବିଶ୍ୱ ଐତିହ୍ୟ ସହର ପରିକଳ୍ପନା ପାଇଁ ୩ ହଜାର ୫୦୦ କୋଟି ଆର୍ଥିକ ଅଟକଳ କରାଯାଇଛି। ସେହି ଅନୁପାତରେ ଐତିହ୍ୟ କରିଡର ର୍ନିମାଣ କରାଯିବ ବୋଲି ଓବିସିସିର ଏମ୍‌ଡି ସୂଚନା ଦେଇଛନ୍ତି।

  • Chandan Shishu
  • 3 years ago

ପୂର୍ବ ଶତ୍ରୁତାରୁ ୫ ବର୍ଷର ଶିଶୁ ପୁତ୍ରକୁ ହତ୍ୟା !

ମାଲକାନଗିରି ଏମ୍‌ଭି-୧୯ରେ ପୂର୍ବ ଶତ୍ରୁତାରୁ ୫ ବର୍ଷର ଶିଶୁ ପୁତ୍ରକୁ ହତ୍ୟା କରାଯାଇଛି। ପଡ଼ୋଶୀ ଘରୁ ପୋଲିସ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରିଛି। ଶିଶୁ ନିଖୋଜ ନେଇ ଥାନାରେ ଏତଲା ହୋଇଥିଲା। ଅଭିଯୋଗ ପରେ ପୋଲିସ୍ ତନାଘନାରୁ ଘଟଣା ପଦାକୁ ଆସିଥିଲା। ପୋଲିସ ତନାଘନା ପରେ ଥାନାକୁ ଯାଇ ପଡ଼ୋଶୀ ଆତ୍ମସମର୍ପଣ କରିଛନ୍ତି। ପଡ଼ୋଶୀ ଘରୁ କମ୍ବଳ ଘୋଡ଼ା ଅବସ୍ଥାରେ ଶିଶୁର ମୃତଦେହ ଉଦ୍ଧାର ହୋଇଛି।

  • Chandan Shishu
  • 3 years ago

ଅଗଷ୍ଟରେ କଣ ରହିବ ଖୋଲା, କଣ ହେବ ବନ୍ଦ; ଜାଣନ୍ତୁ

ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ।  ଏଣିକି ରାସ୍ତା କଡ଼ ଦୋକାନରେ ଲୋକେ  ଖାଇ ପାରିବେ। ରାଜ୍ୟରେ ସାପ୍ତାହିକ ହାଟ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି। ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଖୋଲାଯାଇ ପାରିବ। ମ୍ୟୁଜିୟମ, ପର୍ଯ୍ୟଟନ ସ୍ଥାନ ଖୋଲାଯାଇ ପାରିବ ବୋଲି SRC କହିଛନ୍ତି। More

  • Chandan Shishu
  • 3 years ago

ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା

ରାଜ୍ୟ ସରକାର ଜାରି କରିଥିବା କରୋନା କଟକଣା ଆଜି ସରୁଥିବାରୁ ଅଗଷ୍ଟ ପାଇଁ ଆଜି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ସରକାର।  ମେ ୫ ରୁ ଲକ୍‌ଡାଉନ୍ ଘୋଷଣା କରାଯାଇଥିଲା। ଏହାର ୨ ମାସ ପରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିଲା।  More

  • Minati Mishra
  • 3 years ago

ବଂଶୀଧର ଓ ଇଲା ଫାଉଣ୍ଡେସନ ପକ୍ଷରୁ ୬ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି

ଇମ୍ଫାର ବଂଶୀଧର ଓ ଇଲା ଫାଉଣ୍ଡେସନ ପକ୍ଷରୁ ୬ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ଦିଆଯାଇଛି । ଉଚ୍ଚତର ଶିକ୍ଷାପାଇଁ ପ୍ରଫେସର ଘନଶ୍ୟାମ ଦାଶ ମେଧାବୃତ୍ତି ନାମରେ ନାମିତ ଏହି ଛାତ୍ରବୃତ୍ତିକୁ ଭର୍ଚୁଆଲ ମୋଡରେ ପ୍ରଦାନ କରାଯାଇଥିଲା  । More

  • Minati Mishra
  • 3 years ago

5T ସଚିବଙ୍କ କଳାହାଣ୍ଡି ଗସ୍ତ

ଓଡ଼ିଶା ସରକାରଙ୍କ 5T ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ ଆଜି କଳାହାଣ୍ଡି ଗସ୍ତ କରିଥିଲେ।  କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ। 5T ସଚିବ ଭି କେ ପଣ୍ଡିଆନଙ୍କ ସମେତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏନ ଏଚ ଏମ୍ ନିର୍ଦ୍ଦେଶକ ସାଲିନୀ ପଣ୍ଡିତ, ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ  ଜିଲ୍ଲାର ଭଙ୍ଗାବାରିରେ ନବ ନିର୍ମିତ ମେଡ଼ିକାଲ କଲେଜ, ଟାଉନ ହାଇସ୍କୁଲ ଓ ବିଏମ ହାଇସ୍କୁଲ ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ। ଏହି ଅବସରରେ ଜିଲ୍ଲାପାଳ, ସିଡିଏମଓଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
 

  • Minati Mishra
  • 3 years ago

 ରେଳମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା ଷଡ଼ଙ୍ଗୀ

 ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।  ଅପରାଜିତା ଷଡ଼ଙ୍ଗୀ ଓ ରେଳମନ୍ତ୍ରୀ ଭାରତୀୟ ପ୍ରଶାସନିକ ସେବା ସମୟରେ ବ୍ୟାଚମେଟ ଥିଲେ।  ଓଡିଶା କ୍ୟାଡର ମେଟ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଉଭୟ ସଂସଦୀୟ କ୍ଷେତ୍ର ଏବଂ ଓଡିଶାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ପୁରାତନ ସ୍ମୃତିକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।  ଅପରାଜିତା ଶୁଭେଚ୍ଛା ଓ ସହଯୋଗ କାମନା କରିବା ସହ ଆଗାମୀ ଦିନରେ ଅଶ୍ୱିନୀ ବୈଷ୍ଣବଙ୍କୁ ସମସ୍ତ ସହଯୋଗ ପ୍ରଦାନ କରିବେ ବୋଲି କହିଥିଲେ ।

  • Minati Mishra
  • 3 years ago

ଭୁବନେଶ୍ୱରରେ ଟିକାକରଣ ଟାର୍ଗେଟ ପୂରଣ କଲା ବିଏମ୍‌ସି

କରୋନା ଭାଇରସ ଠାରୁ ରକ୍ଷା ପାଇବାକୁ ହେଲେ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ । ଏଇ ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରରେ ଟିକାକରଣ କେତେଦୂର ସଫଳ ହୋଇଛି ତାର ହିସାବ ଦେଖଇଛନ୍ତି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ।  More

  • Prangyan Parimita
  • 3 years ago

ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରୁଛି ବାଲିଡିହା ଡ୍ୟାମ୍ : ଆକାଶରେ ବର୍ଷା ଘୋଟିଲେ ମୁକୁଟ ପିନ୍ଧି ସଜେଇ ଦିଏ ପ୍ରକୃତି ରାଣୀ

ଚାରିଆଡ଼େ ସୁନ୍ଦର ସବୁଜ ବନାନୀ । ଲାଗୁଛି ଯେମିତି ଏଇଠି ମିଶିଛନ୍ତି ଆକାଶ ଏବଂ ପୃଥିବୀ । ଆକାଶ ମାର୍ଗରୁ ଦେଖିଲେ ବି ପ୍ରକୃତିର ଏହି ସୁନ୍ଦର ପରିବେଶକୁ ଉପଭୋଗ ନ କରି ରହି ପାରିବେନି । ଡ୍ରୋନ୍ କେମେରାରେ ଉଠା ଯାଇଥିବା ବାରିପଦା ବାଲିଡିହା ଡ୍ୟାମର ସୌନ୍ଦର୍ଯ୍ୟ ସତରେ ବିମୋହିତ କରୁଛି । More

  • Minati Mishra
  • 3 years ago

ଗିରଫ ହେଲେ କୋଟିପତି ପିଏସ୍‌

 ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ କୁବେର ପିଏସ୍  ବିରଞ୍ଚି ନାରାୟଣ ସାହୁଙ୍କୁ ପୋଲିସ ଗିରଫ କରିଛି।  ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ରେଡ୍ କରିଥିବା ବେଳେ କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା  । More

  • Minati Mishra
  • 3 years ago

ସମଲେଇ ମନ୍ଦିରର ବିକାଶ ପାଇଁ ଆରମ୍ଭ ହେଲା ଉଚ୍ଛେଦ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇଙ୍କ ମନ୍ଦିରର ବିକାଶ ପାଇଁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ମନ୍ଦିର ପାର୍ଶ୍ୱବର୍ତ୍ତୀ କମଲି ବଜାର ଅଞ୍ଚଳରେ ଉଚ୍ଛେଦ ଆରମ୍ଭ ହୋଇଛି। ସେଠାରେ ଥିବା କେତେକ ସରକାରୀ କ୍ୱାର୍ଟର ଓ  ଅଫିସ୍ ଘର ଭଙ୍ଗାଯିବାର ଯୋଜନା ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଆଖପାଖ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କରାଯିବ। ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ଓ ପ୍ରାସାଶନିକ ଅଧିକାରୀ ଉପସ୍ଥିତ ଅଛନ୍ତି।

  • Minati Mishra
  • 3 years ago

ରାଜଧାନୀରେ ବଢୁଛି ଡେଙ୍ଗୁ, ନିୟନ୍ତ୍ରଣ ପାଇଁ ବିଏମସିର  ପଦକ୍ଷେପ

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ  ସଂଖ୍ୟା ବଢ଼ି ଚାଲିଥିବା ବେଳେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଏମସିର  ପଦକ୍ଷେପ । ରାଜଧାନୀର ବିଭିନ୍ ବସ୍ତି ଆପାର୍ଟମେଣ୍ଟରେ ବିଏମସି ପକ୍ଷରୁ ସଚେତନତା କରାଯାଉଛି । ମଶା ତେଲ ସ୍ପ୍ରେ କରାଯିବା ସହ ଜମି ରହିଥିବା ପାଣି ନିଷ୍କାସନ କରାଯାଉଛି । ଭୁବନେଶ୍ୱରର ଶ୍ରୀୟା ଛକ, କୁଲି ବସ୍ତି, ବୁଦ୍ଧେଶ୍ୱରୀ କଲୋନୀ, ସହିଦନଗର, ଡମଣା, ତାରିଣୀ ବସ୍ତି, ଡମଣା ହାଟ ବସ୍ତି, ନୀଳାଦ୍ରି ବିହାର, ଇନ୍ଦ୍ରଧନୁ ମାର୍କେଟ ଗାନ୍ଧୀ ବସ୍ତି, ରେଣ୍ଟାଲ କଲୋନୀ ବସ୍ତିରେ ବିଏମ୍‌ସି ପକ୍ଷରୁ ସଚେତନତା କରାଯାଉଛି । ଏଥିସହ ମଶା ତେଲ ମଧ୍ୟ ସ୍ପ୍ରେ କରାଯାଉଛି । ବର୍ତ୍ତମାନ ରାଜ୍ୟରେ ୬୧୪ ଡେଙ୍ଗୁ ରୋଗୀ ଥିବା ବେଳେ କେବଳ ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ସର୍ବାଧିକ ୪୮୨ ଏବଂ କଟକରୁ ୩୧ ଟି କେସ ବାହାରିଛି । ଭୁବନେଶ୍ୱରର ୩ଟି ସ୍ଥାନରେ ମାଗଣା ଡେଙ୍ଗୁ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି 
 

  • Prangyan Parimita
  • 3 years ago

ନୟାଗଡ଼ର ମାଉଣ୍ଟେନ ମ୍ୟାନ : ୩୦ ବର୍ଷ ଶ୍ରମଦାନ କରି ଗାଁରେ ସଡ଼କ ତିଆରି କରିଛନ୍ତି ହରିହର

ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବାଣ୍ଠପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅପହଞ୍ଚ ଗାଁ ହେଉଛି ତୁଲୁବି । ପାହାଡ଼ି ଇଲାକାରେ ଥିବା ତୁଲୁବି ଗାଁକୁ ବିଗତ ଦିନରେ ଗମନାଗମନ ଓ ପରିବହନ ପାଇଁ କୌଣସି ସୁବିଧା ନଥିଲା । ଗାଁ ରାସ୍ତାର ଏଭଳି ଦୂରାବସ୍ଥା ଗଭୀର ଭାବରେ ଆଘାତ ଦେଇଥିଲା ତୁଲୁବି ଗାଁର ଦୁଇ ଭାଇ କୃଷ୍ଣ ବେହେରା ଓ ହରି ବେହରାଙ୍କୁ । More

  • Prangyan Parimita
  • 3 years ago

ନଦୀ ଉପରେ ବିପଜ୍ଜନକ ଯାତ୍ରା : ଜୀବନକୁ ପାଣି ଛଡ଼ାଇ ଯାଆସ କରୁଛନ୍ତି ଲୋକେ

ପୋଲ ଉପରେ ଗାଡି ନେଇ ଖୁବ୍ ବିପଜ୍ଜନକ ଭାବେ ଯିବାଆସିବା କରିବାକୁ ପଡ଼ୁଛି । ଯାତ୍ରା ନୁହେଁ ତ, ସତେକି ବାଜିରେ ଲାଗିଛି ଜୀବନ । ସାମାନ୍ୟ ଅନ୍ୟମନସ୍କ ହେଲେ, କିଛି ବି ଘଟିପାରେ । More

  • Minati Mishra
  • 3 years ago

 ଗୁଣଗାରେଡି ସନ୍ଦେହରେ ଭଙ୍ଗାରୁଜା, ଘରେ ପଶି ଆକ୍ରମଣ

ପାରଳାଖେମୁଣ୍ଡି: ଆଜି ବି ସଭ୍ୟ ସମାଜରେ ବଞ୍ଚି ରହିଛି ଅନ୍ଧବିଶ୍ୱାସ।  ଗୁଣଗାରେଡି ପରି କୁପ୍ରଥା ଭିତରୁ ମଣିଷ ବାହାରି ଆସିପାରୁ ନାହିଁ। ରୋଗ ହେଲେ ଡାକ୍ତର ଅପେକ୍ଷା ଗୁଣିଗାରେଡ଼ି ଉପରେ ଭରସା କରୁଛନ୍ତି।  ଗୁଣିଗାରେଡି ସନ୍ଦେହରେ ଘରେ ପଶି ଆକ୍ରମଣ ଏବଂ ଭଙ୍ଗାରୁଜା ପରି ଏକ ଅଭାବବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି  ପାରଳାଖେମୁଣ୍ଡିର ସୁବାସ ନଗରରେ ।
ସୁବାସ ନଗରର ଜଣେ ୧୫ ବର୍ଷିୟା ନାବାଳିକା ଅସୁସ୍ଥ ହୋଇପଡିଥିଲେ। ଗତକାଲି ସଂଧ୍ୟାରେ ରାଜାରାଓ ନାଗବଂଶଙ୍କ ଘର ସମ୍ମୁଖକୁ ଯାଇ ଚିତ୍କାର କରିଥିଲା  ଫଳରେ ଲୋକେ ରାଜାରାଓଙ୍କ ପରିବାର ଗୁଣିଆ କରି ନାବାଳିକାକୁ ହଇରାଣ କରୁଥିବା ସନ୍ଦେହ କରିଥିଲେ।  ଏହାପରେ ବିଳମ୍ବିତ ରାତିରେ ସୁବାସ ନଗରର ଲୋକେ ରାଜାରାଓଙ୍କ ଘରେ ପଶି ଆକ୍ରମଣ କରିବା ସହ ଘରର ସମସ୍ତ ଆସବାବପତ୍ର ଭଙ୍ଗାରୁଜା କରିଥିଲେ । ଘଟଣା ସ୍ଥଳରେ ପୁଲିସ ପହଂଚି ସେମାନଙ୍କୁ ଉଦ୍ଧାର କରିବା ସହ ଉତ୍ୟକ୍ତ ଲୋକଙ୍କୁ ଘଉଡାଇଥିଲା । ସେପଟେ ନାବାଳିକାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି ।

  • Minati Mishra
  • 3 years ago

ଚିହ୍ନଟ ହେଲେ ୧,୫୭୮ କରୋନା ଆକ୍ରାନ୍ତ; ଆଖି ବୁଜିଲେ ୬୮

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଢ ହଜାର ତଳକୁ ଖସୁନି।  ଆଜି ପୁଣି ୧,୫୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। More

  • Minati Mishra
  • 3 years ago

କାର୍ଯ୍ୟକ୍ଷମ ହେଉ ହେଉ ଭାଙ୍ଗିଗଲା ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧ; ଉଜୁଡ଼ିଗଲା ଚାଷୀ ସ୍ୱପ୍ନ

ଦୀର୍ଘ ପ୍ରତୀକ୍ଷା ପରେ ଏବେ କାର୍ଯ୍ୟକ୍ଷମ ହୋଇଥିଲା ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ। ହେଲେ ଚାଷୀଙ୍କ ସ୍ୱପ୍ନ ପୂରଣ ହେବା ପରିବର୍ତ୍ତେ ଭାସି ଯାଇଛି ସେଇ ପାଣିସୁଅରେ। ଶହ ଶହ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି।  More

  • Minati Mishra
  • 3 years ago

ବେକରି ଫ୍ୟାକ୍ଟ୍ରି ଉପରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢଉ

ଅନୁଗୁଳ: ଅନୁଗୁଳ ସହର ଓ ଏହାର ଉପକଣ୍ଠରେ ଥିବା ବିଭିନ୍ନ ବେକରି ଫ୍ୟାକ୍ଟ୍ରି ଉପରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢଉ କରାଯାଇଛି। ଖାଦ୍ୟ ସାମଗ୍ରୀ ପ୍ୟାକେଟ ଉପରେ କୌଣସି ଅବଧି ନଥିବା ଏବଂ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ଖାଦ୍ୟ ସାମଗ୍ରୀ ତିଆରି କରାଯାଉଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଛି।

ଅନୁଗୁଳ ସହରର ବିଭିନ୍ନ ଦୋକାନ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ବେଳେ ଏକ କମ୍ପାନୀର ବେକରି ପ୍ରଡକ୍ଟଗୁଡିକର ପ୍ୟାକେଟରେ ମାନୁଫାକ୍ଚରିଙ୍ଗ କିମ୍ବା ଏକ୍ସପାରି ତାରିଖ ନଥିବା ଦେଖିବାକୁ ମିଳିଥିଲା । ଏହା ଦେଖିବା ପରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହର ଓ ସହର ଉପକଣ୍ଠରେ ଥିବା ବିଭିନ୍ନ ପାଉଁରୁଟି ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରାଯାଇଥିଲା । ଫ୍ୟାକ୍ଟ୍ରିରେ କର୍ମଚାରୀମାନେ ମାସ୍କ ଏବଂ ହ୍ୟାଣ୍ଡ ଗ୍ଲୋବ୍ସ ବ୍ୟବହାର କରି ନଥିବା ଦେଖିବାକୁ ମିଳିଥିଲା। ପରିସ୍ଥିତିରେ ସୁଧାର ଆଣିବାକୁ  ଫ୍ୟାକ୍ଟ୍ରି ମାଲିକ ମାନଙ୍କୁ ତାଗିଦ କରା ଯାଇଛି 

  • Minati Mishra
  • 3 years ago

ବଢୁଛି ବାଲି ଚୋରି

କେନ୍ଦୁଝର: ଆନନ୍ଦପୁର ଦେଇ ପ୍ରବାହିତ ବୈତରଣୀ ନଦୀ ଏବେ ବାଲି ମାଫିଆଙ୍କ ପାଇଁ ପାଲଟିଛି ସ୍ୱର୍ଗ । ବେଆଇନ୍ ଭାବେ ନଦୀ ମଝିରୁ ବାଲି ଉଠାଉଛନ୍ତି ମାଫିଆ।  ଡଙ୍ଗାରେ ମୋଟର ଲଗାଇ ପାଣି ମଧ୍ୟରୁ ବାଲି ଛାଣି ନେଉଛନ୍ତି ଚୋରା ଚାଲାଣକାରୀ । ଫଳରେ ନଦୀକୂଳିଆ ଗାଁ ପାଇଁ ସୃଷ୍ଟି ହେଲାଣି ବିପଦ । ମାଫିଆ ବାଲି ଚୋରା ଚାଲାଣ କରୁଥିବା ବେଳେ ପ୍ରଶାସନ ଏହାକୁ ରୋକିବାରେ ବିଫଳ ହୋଇଛି । କେବଳ ବାଲି ଚୋରା ଚାଲାଣ ନୁହେଁ, ନିଲାମଧାରୀମାନେ ବାଲିକୁ ବାହାର ଜିଲ୍ଲାରେ ଚଢା ଦାମରେ ବିକ୍ରି କରୁଥିବାରୁ ଆବାସ ଯୋଜନା ଭଳି ସରକାରଙ୍କ ବିଭିନ୍ନ ଯୋଜନାରେ ଘର ପାଉଥିବା ଗରିବ ଗୁରୁବା ଘର ଖଣ୍ଡିଏ କରିପାରୁନଥିବା କୁହାଯାଉଛି  

  • Minati Mishra
  • 3 years ago

ଭାରତ-ଚୀନ କମାଣ୍ଡର ସ୍ତରୀୟ ବୈଠକ ଆଜି

ନୂଆଦିଲ୍ଲୀ: ଆଜି ଭାରତ-ଚୀନ ମଧ୍ୟରେ ଦ୍ୱାଦଶ କୋର କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହେବ।  LACର ଚୀନ ପଟେ ମଲଡୋରେ ସକାଳ ୧୦ଟା ୩୦ ମିନିଟରେ ଏହି ବୈଠକ ବସିବ।  ପୂର୍ବ ଲଦାଖର ଗୋଗ୍ରା ଏବଂ ହଟ୍ ସ୍ପ୍ରିଂ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ହେବ ସମ୍ଭାବନା ରହିଛି । ଉଭୟ ଦେଶ ସମାନ ସଂଖ୍ୟକ ସୈନ୍ୟ ପ୍ରତ୍ୟାହାର ସପକ୍ଷରେ ଭାରତ ରହିଥିବା ସୂଚନା ମିଳିଛି । ବୁଝାମଣା ମାଧ୍ୟରେ ସମସ୍ୟାର ସମାଧାନ ସପକ୍ଷରେ ଭାରତ ରହିଛି  ଲଦାଖ ଅଞ୍ଚଳରେ ଦୁଇ ଦେଶ ପ୍ରାୟ ବର୍ଷେ ହେଲା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି 

  • Prangyan Parimita
  • 3 years ago

ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ; ନିର୍ଦ୍ଧାରଣ ହେବ ସାଢେ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭାଗ୍ୟ

ସଂଧ୍ୟାରେ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ପୂର୍ବରୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । More

  • Satyendu Shekher Mishra
  • 3 years ago

ସ୍ମାର୍ଟ ଫୋନ୍‌ ପ୍ରତି ଅଭିଭାବକ ସାବଧାନ ! ୟୁଟ୍ୟୁବ୍ ନଦେଖିଲେ ପିଲାଙ୍କୁ ନିଦ ହେଉନି, ଦେଖନ୍ତୁ ପୁରା ରିପୋର୍ଟ..

ସ୍ମାର୍ଟଫୋନ ଓ ସୋସିଆଲ ମିଡିଆ ଆପ୍ ପ୍ରତି ବଢୁଛି କୋମଳମତି ଶିଶୁଙ୍କ ଆସକ୍ତି । ଫେସ୍‌ବୁକ୍ ଓ ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଆପ୍ ବ୍ୟବହାର କରିବାକୁ ୮ରୁ ୧୮ ବର୍ଷ ବର୍ଗର ୫୨.୯ ପିଲା ସ୍ମାର୍ଟଫୋନ ରଖିଥିବା ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ କରିଥିବା ସର୍ଭେରୁ ଜଣାପଡିଛି । More

  • Pramod Behera
  • 3 years ago

କରୋନାରେ ୬, ୫୬୨ ପିଲା ବାପା-ମାଆ ଛେଉଣ୍ଡ

କରୋନାରେ ସାରା ଦେଶରେ ଯେତିକି ପିଲା ବାପା ମାଆ ଛେଉଣ୍ଡ ହୋଇଛନ୍ତି, ସେଥି ମଧ୍ୟରୁ ଦ୍ୱିତୀୟ ସର୍ବାଧିକ ପିଲା ଓଡ଼ିଶାର। ଦେଶରେ ସର୍ବମୋଟ ୭୫ ହଜାର ୩୨୦ ପିଲା ବାପା, ମାଆଙ୍କୁ ହରାଇଥିବା ବେଳେ ଓଡ଼ିଶାରେ ସେଭଳି ପିଲାଙ୍କ ସଂଖ୍ୟା ୬ ହଜାର ୫୬୨ ବୋଲି ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ଦର୍ଶାଇଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ NCPCR। More

  • Pramod Behera
  • 3 years ago

ଓଏସ୍‌ଏସ୍‌ସି ପିଏସ୍‌ଙ୍କ ଘରେ ଚଢଉ : ଦେଢ କେଜି ସୁନା, ସାଢେ ୩ କୋଟି ସଂପତ୍ତି ଠାବ

ଦେଢ଼ କେଜି ସୁନା, ନଗଦ ୨୫ ଲକ୍ଷ ଟଙ୍କା, ପାଖାପାଖି ସାଢ଼େ ୩ କୋଟିର ସଂପତ୍ତି ତା’ ସାଙ୍ଗକୁ ଆହୁରି କେତେ କଣ ଏଭଳି ବିପୁଳ ପରିମାଣର ଆୟବହିର୍ଭୁତ ସଂପତ୍ତି ଭିଜିଲାନ୍ସ ରେଡ୍‌ରୁ ଜଣେ ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ ପିଏସ୍‌ଙ୍କ ଘରୁ ଠାବ ହୋଇଛି। ଏହାକୁ ନେଇ ହଇଚଇ ସୃଷ୍ଟି ହୋ‍ଇଛି। More

  • Sarbeswar
  • 3 years ago

କେମିତି ପୋଡ଼ି ହୋଇଗଲେ ୬ ଓଡ଼ିଆ ଶ୍ରମିକ?

ଭୟଙ୍କର..ବୀଭତ୍ସ...ଘଟଣା। ନା ବର୍ଣ୍ଣନା କରିହେଉଛି, ନା ସେ ଚିତ୍ରକୁ ସ୍ପଷ୍ଟ ଦେଖିହେଉଛି। ମଣିଷଙ୍କ ଶବ ପଡ଼ିଛି ଜାକୁ ଜୁକି ହୋଇ। ଆଉ ତାହାରି ଭିତରେ ସାଇଣ୍ଟିଫିକ୍ ଟିମକୁ ଧରି ଚାଲିଛି ଆନ୍ଧ୍ର ପୋଲିସର ତନାଘନା । କାରଣ ଛଅ ଛଅ ଜଣ ଖଟିଖିଆ ମଣିଷଙ୍କ ଶୋଚନୀୟ ଭାବେ ଗୁଣ୍ଟୁର ଜିଲ୍ଲା ରେପାଲ ସ୍ଥିତ ଲଙ୍କେଭାନିଡିବାରେ ମୃତ୍ୟୁ ହୋଇଛି। ଯାହାଙ୍କ ଘର ସୁଦୂର ରାୟଗଡ଼ା ଜିଲ୍ଲା ଗୁଣୁପୁର ଏବଂ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ More

  • Satyendu Shekher Mishra
  • 3 years ago

ପିଏସ୍‌ଙ୍କ ଘରେ ରେଡ୍, ୨୫ ଲକ୍ଷ ଟଙ୍କା ନଗଦ ସହ ଦେଢ଼ କେଜି ସୁନା ଜବତ

OSSC ସଦସ୍ୟଙ୍କ ପିଏସ୍‌ଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣା । ଘର ରେଡ୍ ବେଳେ ମିଳିଲା ୩ କୋଟି ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସମ୍ପତ୍ତି । ନଗଦ ୨୫ ଲକ୍ଷ ଟଙ୍କା ସହ ଦେଢ କେଜି ସୁନା ଜବତ ହୋଇଥିବା ସୂଚନା । More