• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 27 July 2021

  • Satyendu Shekher Mishra
  • 3 years ago

କାହିଁକି ନିର୍ବାଚନକୁ ଡରୁଛନ୍ତି ରାଜ୍ୟ ସରକାର ? ଗାଁରେ ସରକାର ବିରୋଧୀ ହାଓ୍ୱା ଆଉ ସହରରେ ବିଜେପି ମୁହାଁ ଭୋଟର !

ପୌର ଓ ପଞ୍ଚାୟତ ନିର୍ବାଚନରେ ବାଧକ ସାଜିଛି ଆସନ ସଂରକ୍ଷଣ । ନିର୍ଦ୍ଧାରିତ ସମୟର ପ୍ରାୟ ୩ ବର୍ଷ ଗଡି ଯାଇଥିଲେ ବି ସରକାର ନିର୍ବାଚନ ନକରାଇବାକୁ ନେଇ ଉଠିଛି ଏଭଳି ପ୍ରଶ୍ନ । More
  • Satyendu Shekher Mishra
  • 3 years ago

କରୋନା ସମୟରେ କାୟା ବିସ୍ତାର କଲାଣି ଡ଼େଙ୍ଗୁ

ନାଳନର୍ଦ୍ଦମା ସଫାଠୁ ଆରମ୍ଭ କରି ଲୋକେ କିଭଳି ଶୁଦ୍ଧ ପିଇବା ପାଣି ପାଇବେ ସେ ନେଇ ପଦକ୍ଷେପ ନେବାକୁ କୁହାଯାଇଛି। କାରଣ ଏହି ସବୁ ରୋଗରେ ଆକ୍ରାନ୍ତ ରୋଗୀ ଯଦି କରୋନା ପଜିଟିଭ୍ ହୁଅନ୍ତି ତେବେ ସ୍ୱାସ୍ଥାବସ୍ଥା ଗୁରୁତର ହେବାର ରହିଛି। More
  • Sarbeswar
  • 3 years ago

କେବେ ପଦୋନ୍ନତି ପାଇବେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟରତ ସହକାରୀ ଯନ୍ତ୍ରୀ?

ସୂଚନା ମୁତାବକ, କ୍ଷୁଦ୍ର ଜଳସେଚନ ବିଭାଗ ୨୦୦୮ ମସିହାରେ କିଛି ସହକାରୀ ଯନ୍ତ୍ରୀଙ୍କୁ ପଦୋନ୍ନତି ଦେଇଥିଲା। ମାତ୍ର ଏହାକୁ ଚ୍ୟାଲେଞ୍ଜ କରି ଜଳସେଚନ ବିଭାଗ କ୍ୟାଡ଼ରରୁ ଆସିଥିବା ସହକାରୀ ଯନ୍ତ୍ରୀମାନେ ଓଡ଼ିଶା ଟ୍ରିବ୍ୟୁନାଲରେ ଏକ ମାମଲା ଦାୟର କରିଥିଲେ। ଯେଉଁଥିରେ କି ସେମାନେ ହାରିଯାଇଥିଲେ More
  • Sarbeswar
  • 3 years ago

ପିଲା ଚୋରିର ହବ୍‌ ପାଲଟିଛି ରାଉରକେଲା

ସମସ୍ତ ଅଭିଯୁକ୍ତ ରାଉରକେଲା ସହରର ଏବଂ ଧନୀକ ଶ୍ରେଣୀର ବୋଲି ସୂଚନା ମିଳିଛି। ଗଲା ଦୁଇ ବର୍ଷ ଭିତରେ ଏ ଗ୍ୟାଙ୍ଗ୍ ପ୍ରାୟ ୪୦ ଜଣ ଶିଶୁଙ୍କୁ ରାଜ୍ୟ ବାହାରେ ବିକି ଦେଇଥିବା କହିଛନ୍ତି ଖୋଦ୍ ରାଉରକେଲା ଏସପି। More
  • Satyendu Shekher Mishra
  • 3 years ago

ଜାଣିଶୁଣି ଫର୍ମ ଫିଲ୍‌ଅପ୍ କରାଇଲେନି ସାର୍‌ ! ସ୍କୁଲ ସମ୍ମୁଖରେ ମା’-ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ

କ୍ୟାପିଟାଲ ହାଇସ୍କୁଲରେ ଅଭାବନୀୟ ଘଟଣା । ଦଶମ ଶ୍ରେଣୀର ଅଫଲାଇନ୍ ପରୀକ୍ଷା ଫର୍ମପୂରଣ ନହୋଇପାରିବାରୁ ମାଆ ଓ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ । ୟୁନିଟ ୯ ଅଞ୍ଚଳର ଛାତ୍ର ଇମ୍ରାନ୍ ଖାନ୍ ଏବଂ ତାଙ୍କ ମା’ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । More
  • Satyendu Shekher Mishra
  • 3 years ago

ଚିଲିକା ପାଣି ଭିତରେ ପଶି ଆନ୍ଦୋଳନ କଲେ ଲୋକେ !

ପାଣି ଭିତରେ ପଶି ଆନ୍ଦୋଳନ କଲେ ଲୋକେ । ବାରମ୍ବାର ସରକାରଙ୍କୁ ତଥା ସ୍ଥାନୀୟ ପ୍ରଶାସନକୁ ନେହୁରା ହେବା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା । ଶେଷରେ ବାଧ୍ୟ ହୋଇ ଏକ ନିଆରା ଆନ୍ଦୋଳନ ପନ୍ଥା ଆପଣାଇଲେ ଗ୍ରାମବାସୀ ।  More
  • Chandan Shishu
  • 3 years ago

ଭାରତୀୟ ଟିମ୍‌ର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ଆକ୍ରାନ୍ତ

ଭାରତୀୟ ଟିମ୍‌ର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ଆକ୍ରାନ୍ତ। ଶ୍ରୀଲଙ୍କା ଗସ୍ତରେ ଥିବା କୃନାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପାଣ୍ଡ୍ୟା ପଜିଟିଭ ଚିହ୍ନଟ ପରେ ଆଜି ହେବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌କୁ ଘୁଞ୍ଚାଯାଇଛି। ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତର ୩୮ ରନ୍‌ରେ ବିଜୟୀ ହୋଇଥିଲା। କୃନାଲଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଉଭୟ ଭାରତ ଓ ଶ୍ରୀଲଙ୍କା ଟିମକୁ ଆଇସୋଲେସନକୁ ପଠାଇ ଦିଆଯାଇଛି। କିଛି ଖେଳାଳିଙ୍କୁ କୃନାଲ୍ ପାଣ୍ଡ୍ୟାଙ୍କ ସହ ଆଇସୋଲେଟ୍ କରିଦିଆଯାଇଛି। ଏହାଛଡ଼ା ଯେଉଁ ଖେଳାଳିମାନେ କୃନାଲଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ମନିଟର୍ କରାଯିବ।

  • Pramod Behera
  • 3 years ago

ଅଗଷ୍ଟ ୨ରୁ ‘ଏତେ ଭଲ ପାଏ ତତେ’

ଆଜିର ବ୍ୟସ୍ତ ବହୁଳ ଦୁନିଆରେ ଦୀର୍ଘ ସିରିଏଲ୍‌ ପ୍ରତି ଲୋକମାନେ ଧିରେ ଧିରେ ଦୂରେଇବାକୁ ବସିଲେଣି। ଏସବୁ ଜାଗାକୁ ପୂରଣ ପାଇଁ ସର୍ଟ ସିରିଜ୍ ପ୍ରସ୍ତୁତି ନେଇ ନିର୍ମାତାମାନେ ଆଗକୁ ଆସିଲେଣି। ଏହି କ୍ରମରେ ତରଙ୍ଗ ସିନେ ପ୍ରଡକ୍ସନ ନିର୍ମାଣ କରିଛି ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ଏମିତି ଏକ ନୂଆ ସର୍ଟ ୱେବ୍ ସିରିଜ୍, ଯାହାର ନାମ ରହିଛି ‘ଏତେ ଭଲ ପାଏ ତତେ’। More

  • Chandan Shishu
  • 3 years ago

ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଚର୍ଚ୍ଚାକୁ ନେଇ କଣ କହିଲା ବିଏମ୍‌ସି

ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ରାଜ୍ୟରେ ୪୨୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ଭୁବନେଶ୍ୱରରୁ ୨୭୬ କେସ୍ ଚିହ୍ନଟ ହୋଇଛି। ଗତ ୩୦ ତାରିଖ ଠାରୁ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଛି। More

  • Chandan Shishu
  • 3 years ago

ଘୋଡ଼ା ଯେଉଁଠି ଥିଲା, ସେଇଠି ରହିବ !

ଗତ ଜୁନ୍‌ରେ ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ମଲ୍ଟିମୋଡାଲ ହବ୍ ନିର୍ମାଣ ଲାଗି ଯୋଜନା କରାଯାଇଥିଲା। ତେବେ ସ୍ମାର୍ଟ ଜନପଥର ବିକାଶ ପାଇଁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ରାଜଭବନ ସାମନାକୁ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। More

  • Chandan Shishu
  • 3 years ago

ସ୍ଥାନାନ୍ତର ହେବନି ମାଷ୍ଟରକ୍ୟାଣ୍ଟିନ ଛକ ଘୋଡ଼ା

ସ୍ଥାନାନ୍ତର ହେବନି ମାଷ୍ଟରକ୍ୟାଣ୍ଟିନ ଛକ ସ୍ଥାପତ୍ୟ ଘୋଡ଼ା। ଘୋଡା ସ୍ଥାନାନ୍ତରକୁ ନେଇ ବହୁ ବିବାଦ ଓ ସମାଲୋଚନା ପରେ ସରକାରୀ ନିଷ୍ପତ୍ତି ବଦଳିଛି। ଏହି ସ୍ମାରକ ଘୋଡ଼ା ସ୍ଥାନାନ୍ତର ହେବନି ବୋଲି କହିଛନ୍ତି ବିଏମ୍‌ସି କମିଶନର ସଞ୍ଜୟ ସିଂ। ଏନେଇ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଥିବା ସେ ସୂଚନା ଦେଇଛନ୍ତି। ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଏହି ଘୋଡ଼ାକୁ  ହଟାଯିବ ବୋଲି ନିଷ୍ପତ୍ତି ହେବା ପରେ ଏହାକୁ ନେଇ ପ୍ରବଳ ବିରୋଧ ହୋଇଥିଲା।  କଂଗ୍ରେସ ସହ ବହୁ ସଂଗଠନ ଘୋଡ଼ା ସ୍ଥାନାନ୍ତରକୁ ବିରୋଧ କରିଥିଲେ।  

  • Prangyan Parimita
  • 3 years ago

ଭଉଣୀର ବିବାହ ପାଇଁ ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଫେରିଲେ

ଆନ୍ଧ୍ରପ୍ରଦେଶରୁ କଦଳିଆପାଳ ଗାଁରେ ପହଞ୍ଚିଛି ୨୫ ବର୍ଷୀୟ ବାପୁନ ନାଏକକ ଶବ । ତାଙ୍କ ମୃତଦେହକୁ ଏକ ସ୍ୱତନ୍ତ୍ର ଗାଡି ଯୋଗେ ଆନ୍ଧ୍ରପ୍ରଦେଶରୁ ଅଣାଯାଇଛି । More

  • Chandan Shishu
  • 3 years ago

କଳିମଞ୍ଜି ପୋତିଥିବା ରାଜାର ୩ ଦୋକାନକୁ ମାଟିରେ ମିଶାଇଲା ପୋଲିସ

ଅଧଘଣ୍ଟାଏରୁ ଅଧିକ ସମୟ ଧରି ସେମାନେ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଆତଙ୍କରାଜ ଚଳାଇଥିଲେ। ଆଉ ତା’ପରେ ସେଠାରୁ ଚମ୍ପଟ ମାରିଲେ। ୨୦ ମିଟର୍ ଦୂରରେ ଆଉଟ୍‌ପୋଷ୍ଟ ଥିବା ସୱେ ପୋଲିସ ଜାଣିପାରିଲାନି କେମିତି। More

  • Prangyan Parimita
  • 3 years ago

କନ୍ଧମାଳ ହଳଦୀକୁ କରୋନା ଛାଟ

କରୋନା କଟକଣା ଯୋଗୁଁ ଦୁର୍ଦ୍ଦିନରେ କନ୍ଧମାଳ ଜିଲ୍ଲାର ହଳଦୀ ଚାଷୀ । ବିକ୍ରି ଉପଯୋଗୀ କୁଇଣ୍ଟାଲ କୁଇଣ୍ଟାଲ ହଳଦୀ ଘରେ ପଡିରହିଛି । କାଳେ ଖରାପ ହୋଇଯିବ, ସେଇ ଭୟରେ ସବୁଦିନ ଖରାରେ ଶୁଖାଇବା ସହ ହାତରେ ମନ୍ଥା ରଗଡା କରୁଛନ୍ତି ଚାଷୀ । ଜିଲ୍ଲାର ପ୍ରାୟ ୬୦ ହଜାର ପରିବାର ଏହି ହଳଦୀ ଚାଷ ସହ ଜଡିତ । More

  • Chandan Shishu
  • 3 years ago

ତରବରିଆ ଅନଲକ୍‌ ନିଷ୍ପତ୍ତି ନେଲେ ବଢିବ ବଢିବ ବିପଦ: ଡିଏମ୍‌ଇଟି

ଦେଶରେ ଯଦି କେଉଁଠି ବଢୁଛି ତେବେ ଏହା ତୃତୀୟ ଲହର ଲକ୍ଷଣ ବୋଲି ଧରାଯିବ । କାରଣ ପ୍ରତି ପାଣ୍ଡେମିକରେ ଏମିତି ଦେଖାଯାଇଛି ।  ଯଦି ସେମିତି ଆବଶ୍ୟକ ନ ହୁଏ ତେବେ ଅନଲକ ହେବ ନାହିଁ ବୋଲି ସେ କହିଛନ୍ତି।  More

  • Chandan Shishu
  • 3 years ago

ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ ପାଳନ

ଆଜି(ମଙ୍ଗଳବାର) ୧୨ ଘଣ୍ଟିଆ ବରଗଡ଼ ବନ୍ଦ ପାଳନ। କରୋନା ସ୍ଥିତିରେ ମୋଟର ଚାଳକଙ୍କୁ ସହାୟତା ଦାବି କରି ବନ୍ଦ ପାଳନ କରୁଛି ଜିଲ୍ଲା ଓଡ଼ିଶା ମୋଟର ଚାଳକ ସଂଘ। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି। ବନ୍ଦରେ ଦୋକାନ ବଜାର ବନ୍ଦ ରହିଛି। ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ପାଖାପାଖି ଦେଢ ବର୍ଷ ହେବ, କରୋନା ସ୍ଥିତିରୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବସ ମାଲିକ ଏବଂ କର୍ମଚାରୀ। ଅନେକ ଦିନ ଧରି ଗାଡି ଚଳାଚଳ ବନ୍ଦ ରହିବାରୁ ଆର୍ଥିକ ଦୂରାବସ୍ଥାରେ ଗତି କରୁଛନ୍ତି। ମୋଟର ଚାଳକଙ୍କ ସ୍ୱାର୍ଥକୁ ନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ମୋଟର ଚାଳକଙ୍କୁ କରୋନା ଯୋଦ୍ଧା ଘୋଷଣା ସହ ନିଯୁକ୍ତି ହରାଇଥିବା କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି।

  • Chandan Shishu
  • 3 years ago

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଗତକାଲି(ସୋମବାର) ହୋଇଥିବା  ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ଏବଂ ପରଦିନ ପାଇଁ ମଧ୍ୟ କିଛି ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। More

  • Chandan Shishu
  • 3 years ago

ପୁରୀ ମଙ୍ଗଳା ନଦୀ ଓ ସମୁଦ୍ରର ସଙ୍ଗମ ସ୍ଥଳରେ ମାଛ ମଡକ

ପୁରୀ ମଙ୍ଗଳା ନଦୀ ଓ ସମୁଦ୍ରର ସଙ୍ଗମ ସ୍ଥଳରେ ମାଛ ମଡକ। ସମୁଦ୍ର ଏବଂ ଘାସ ଉପରେ ମାଛ ମରି ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସମୁଦ୍ରର ଜୁଆରରେ ଭାସି ଆସି ମଲା ମାଛ ତଟରେ ପଡିଛନ୍ତି। ମଙ୍ଗଳା ନଦୀର ପାଣି ପ୍ରଦୂଷିତ ହେବା ବା ପାଣିରେ ଅକ୍ସିଜେନର ଅଭାବ ଯୋଗୁଁ ମାଛ ମଡ଼କ ହୋଇଥିବା ଅନୁମାନ କରାଯାଉଛି। ଗତ ୟାସ ବାତ୍ୟା ପୂର୍ବରୁ ଏହି ଭଳି ଭାବରେ ମାଛ ମଡକ ପେଣ୍ଠକଟାରେ ଦେଖିବାକୁ ମିଳିଥିଲା।ଆଉ ୟାସ୍ ବାତ୍ୟା ଅବ୍ୟବହିତ ପୂର୍ବରୁ ପୁରୀ ବେଳାଭୂମିରେ ଶହ ଶହ ସଂଖ୍ୟାରେ ଜେଲି ଫିସ ମରିପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।ସେପଟେ ଏତେ ସ୍ୱତନ୍ତ୍ର ବୈଜ୍ଞାନିକ ଟିମ୍‌କୁ ପଠାଯାଇ ମାଛ ମଡକ ସମ୍ପର୍କରେ ଅନୁଧ୍ୟାନ କରାଯିବ। ଆଉ ଏହାପରେ ମାଛ ମଡକର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ।  

  • Prangyan Parimita
  • 3 years ago

ଗୁହାରୀ ଶୁଣିଲାନି ପ୍ରଶାସନ, ନିଜସ୍ୱ ଉଦ୍ୟମରେ କଲେ କାଠ ପୋଲ ତିଆରି କଲେ ଗ୍ରାମବାସୀ

କିଏ କାଠ ବୋହିଲା ତ କିଏ କାଠ କାଟିଲା । ଟିଟିଲାଗଡ ବ୍ଲକ ମହୁଲପଡା ପଂଚାୟତର କୁଟରାକେନ୍ଦ ଗ୍ରାମବାସୀଙ୍କ ଉଦ୍ୟମରେ ତିଆରି ହେଲା କାଠପୋଲ । ଗାଁକୁ ରାସ୍ତା ନଥିବାରୁ ୨ ଟି ନାଳ ପାର ହୋଇ ଲୋକେ ଯିବାଆସିବା କରୁଥିଲେ । More

  • Chandan Shishu
  • 3 years ago

ବୁଲେଟ୍ ଦେଇନପାରିବାରୁ ନୂଆବୋହୂକୁ ଝୁଲାଇଦେଲେ !

ବର ପକ୍ଷରୁ ଦାବି ମୁତାବକ ଯାନି ଯୌତୁକ ସହ ଆସବାବପତ୍ର ଦିଆଯାଇଥିଲା। କିନ୍ତୁ ବାକି ରହିଯାଇଥିଲା ବୁଲେଟ। ବୁଲେଟ ଆଣିବା ପାଇଁ ବୋହୂ ଉପରେ ଶାଶୂଘର ଲୋକେ ବାରମ୍ବାର ଚାପ ପକାଉଥିଲେ। More

  • Minati Mishra
  • 3 years ago

  • Minati Mishra
  • 3 years ago

ଦୁଇ ସଂପର୍କୀୟଙ୍କ ମଧ୍ୟରେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ

ସମ୍ବଲପୁର: ସମ୍ବଲପୁର ନୁପାଲି ଥାନାର ଗୋବିନ୍ଦତଳା ଅଂଚଳରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ । ଦୁଇ ସଂପର୍କୀୟଙ୍କ ମଧ୍ୟରେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ପରସ୍ପର ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହେବାରୁ ଦୀପକ ଯାଦବ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।ତେବେ ଏଥିରେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି ।ଏହା ଭିତରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ଆହତ ୨ ଜଣଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।  ପୋଲିସର ସୂଚନା ଅନୁସାରେ ଗୋବିନ୍ଦତଳା ଅଞ୍ଚଳରେ ବିନୀତ ପର୍ଜିଆଙ୍କ ପତ୍ନୀ ରହୁଥିଲେ ତେବେ ଦୀପକ ଯାଦବ ସେଠାକୁ ବାରମ୍ବାର ଆସୁଥିଲେ। ଗତ ରାତିରେ ଦୀପକ ଆସିଥିବାବେଳେ କୌଣସି କାରଣରୁ ବିନୀତଙ୍କ ସହ ଝଗଡ଼ା ହୋଇଥିଲା । ଏହା ତୀବ୍ର ରୂପ ନେବା ସହ ଦୁହେଁ ଦୁହିଁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଏଥିରେ ଦୀପକଙ୍କର ମୃତ୍ୟୁ ହୋଇଥିବାବେଳେ ବିନୀତ ଓ ତାଙ୍କ ପତ୍ନୀ ଆହତ ହୋଇଛନ୍ତି । ତେବେ ବିନୀତଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

  • Minati Mishra
  • 3 years ago

ESI ବୀମାଭୁକ୍ତ କର୍ମଚାରୀଙ୍କ ପରିବାରକୁ କୋଭିଡ ରିଲିଫ ସ୍କିମ୍‌ରେ ମିଳିଲା ପେନସନ

ଭୁବନେଶ୍ୱର: କୋଭିଡରେ ମୃତ୍ୟୁବରଣ କରିଥିବା ESI ବୀମାଭୁକ୍ତ କର୍ମଚାରୀଙ୍କ ପରିବାରକୁ କୋଭିଡ ରିଲିଫ ସ୍କିମ୍‌ରେ ମାସିକିଆ ପେନସନ ପ୍ରଦାନ କରାଯାଇଛି। ଇମ୍ଫାରେ କାର୍ଯ୍ୟରତ କର୍ମଚାରୀ ଭୁଲୁପ ସାହୁ କୋଭିଡରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ସ୍ତ୍ରୀ ଭାନୁମତି ସାହୁଙ୍କୁ ରାଜ୍ୟ କର୍ମଚାରୀ ବୀମା ନିଗମ ଓଡ଼ିଶା ଶାଖା ପକ୍ଷରୁ ପ୍ରତି ମାସରେ ଏବେ ୧୬ ହଜାର ୮୦ ଟଙ୍କା ପେନସନ ଦିଆଯାଇଛି। ESI  କର୍ପୋରେସନ ଓଡ଼ିଶା ଶାଖାକୁ ଏଯାଏ କୋଭିଡରେ ମୃତ୍ୟୁବରଣ କରିଥିବା ୩୯ ଜଣ ESI କର୍ମଚାରୀଙ୍କ ପରିବାର ପକ୍ଷରୁ  କୋଭିଡ ରିଲିଫ୍ ସ୍କିମ ପାଇଁ ଆବେଦନ କରିଥିବାବେଳେ ୬ଜଣଙ୍କୁ ପେନସନ ଦିଆଯାଇଛି।

  • Minati Mishra
  • 3 years ago

ବାତ୍ୟା ପ୍ରଭାବିତଙ୍କ ପାଇଁ ଆସିଥିବା ଚୂଡାକୁ ମାଟିରେ ପୋତିଦେଲେ

କେନ୍ଦ୍ରାପଡ଼ା: ବାତ୍ୟା ୟାସ ପ୍ରଭାବିତଙ୍କ ପାଇଁ ଆସିଥିବା ଚୂଡାକୁ ମାଟିରେ ପୋତିଦେଲେ ପଞ୍ଚାୟତ ଅଧିକାରୀ । କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଅନ୍ତର୍ଗତ ବାଘମାରୀ ପଞ୍ଚାୟତକୁ ଆସିଶିଥିବା ଶୁଖିଲା ଖାଦ୍ୟ ଚୁୁଡାକୁ ମାଟିରେ ପୋତି ଦିଆଯାଇଛି।  ବାତ୍ୟା ୟାସ ପ୍ରଭାବିତଙ୍କ ଲାଗି ଆସିଥିବା ଚୂଡାକୁ ଦୁଇ ମାସ ପରେ ମାଟିରେ ପୋତି ଦିଆଯାଇଛି  । ଚୂଡାକୁ ବାତ୍ୟା ପ୍ରବାବିତଙ୍କୁ ନ ବାଣ୍ଟି ମାଟିରେ ପୋତି ଦେବା ଘଟଣାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ସେପଟେ ଗଛିତ ଚୂଡା ସବୁ ନଷ୍ଟ ହୋଇ ଯାଇଥିବାରୁ ଏସବୁକୁ ସ୍ଥାନୀୟ ସ୍କୁଲ ପରିସରରେ ପୋତା ଯାଇଥିବା ଜଣାପଡିଛି  । ସେପଟେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜନଗର ବିଡିଓ କହିଛନ୍ତି।

  • Minati Mishra
  • 3 years ago

ନିତିନ ଗଡ଼କରୀଙ୍କୁ ଭେଟିଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଜାତୀୟ ରାଜମାର୍ଗ ମନ୍ତ୍ରାଳୟ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ଲାଗି ସମସ୍ତ ଫ୍ଲାଇଓଭର, ଫୁଟ ଓଭର ବ୍ରିଜ୍ ଏବଂ ଭେଇକିଲ ଅଣ୍ଡର ପାସ ଲାଗି ୧୪୫ କୋଟି ୨୮ ଲକ୍ଷ ଟଙ୍କାର ପ୍ରସ୍ତାବକୁ ମଂଜୁରୀ ମିଳିଛି । ଭୁବନେଶ୍ୱରବାସୀଙ୍କ ଅନୁରୋଧ ରକ୍ଷା କରି କେନ୍ଦ୍ରମନ୍ତ୍ରୀ ଏହି ପ୍ରସ୍ତାବକୁ ମଂଜୁରୀ ଦେଇଥିବାରୁ ତାଙ୍କ ଧନ୍ୟବାଦ ଜଣାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ

  • Minati Mishra
  • 3 years ago

କେବେ ଫିିଟିବ ଶ୍ରୀମନ୍ଦିର ଦ୍ୱାର ?

ପୁରୀ: ଆସନ୍ତା ମାସ ପ୍ରଥମ ସପ୍ତାହ ସୁଦ୍ଧା ଭକ୍ତଙ୍କ ପାଇଁ ଫିିଟିବ ଶ୍ରୀମନ୍ଦିର ଦ୍ୱାର ? ଅଗଷ୍ଟ ୪ ତାରିଖରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଥିବା ସୂଚନା ମିଳିଛି। ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ସଂପର୍କରେ ଏହି ବୈଠକରେ ଆଲୋଚନା ହେବ। ଭର୍ଚୁଆଲ୍‌ରେ ହେବାକୁ ଥିବା ଏହି ବୈଠକର ଅଧ୍ୟକ୍ଷତା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପୁରୀ ଜିଲ୍ଲାପାଳ, ଏସ୍ପି, ସିଡିଏମ୍ଓ ରହିବେ । ବୈଠକରେ ସମନ୍ୱୟ କମିଟି ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ବି ରହିବେ ।କରୋନା ଦ୍ୱିତୀୟ ଲହର ପରେ ସଂକ୍ରମଣ ବ୍ୟାପୀବା ଆଶଙ୍କାରେ ପ୍ରାୟ ଅଢ଼େଇ ମାସ ହେଲାଣି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିଛି।

  • Minati Mishra
  • 3 years ago

ଶିଶୁ ଚୋରି ରାକେଟ୍‌ରେ ଧନୀ ମହିଳା: ମା’ କୋଳରୁ ଛୁଆଙ୍କୁ ଚୋରାଇ ବିକି ଦେଉଥିଲେ

ମା’ କୋଳରୁ ଛଡ଼ାଇ ନେଉଥିଲେ ଶିଶୁଙ୍କୁ। ପଇସା ଲୋଭରେ ବିକି ଦେଉଥିଲେ ରାଜ୍ୟ ବାହାରେ। କିଛି ଧନୀଶ୍ରେଣୀର ମହିଳା ଚଳାଉଥିଲେ ଏହି ରାକେଟ। More

  • Chandan Shishu
  • 3 years ago

ଓଡ଼ିଶାରେ ବଢ଼ିଛି ନା କମିଛି ବାଘ ବଂଶ?

୨୦୦୪ ଗଣନାରେ ରାଜ୍ୟରେ ବାଘ ସଂଖ୍ୟା ଥିଲା ୧୯୨। ରାଜ୍ୟରେ ବାଘ ସଂଖ୍ୟା ଜାଣିବାକୁ ପ୍ରତି ୪ ବର୍ଷର ଥରେ ଗଣନା ହେଉଥିବା ବେଳେ ଏହା ପୂର୍ବରୁ ୨୦୧୮ ଓ ୨୦୧୪ରେ ହୋଇଥିବା ଗଣନାରେ ବାଘଙ୍କ ସଂଖ୍ୟା ଥିଲା ମାତ୍ର ୨୮। ଏହି ୧୪ ବର୍ଷ ଭିତରେ ବାଘ ବଂଶ ଦ୍ରୁତ ଗତିରେ ହ୍ରାସ ପାଉଥିବା ପରିସଂଖ୍ୟାନରୁ ଜଣାପଡ଼ିଥିଲା। More

  • Sarbeswar
  • 3 years ago

ରାଜଧାନୀରେ ପୂରା ହୁଗୁଳିଗଲାଣି ଆଇନ ବ୍ୟବସ୍ଥା...

ଜଣେ କି ଦୁଇ ଜଣଙ୍କୁ ନୁହେଁ, ମରଣାନ୍ତକ ଆକ୍ରମଣ ହୋଇଛି ତିନି ତିନି ଜଣଙ୍କୁ। ସମୁଦାୟ ୫ ଜଣଙ୍କୁ ହମଲା ହୋଇଛି। ସମୟ ପ୍ରାୟ ଦିନ ୨ଟା ହେବ, ୧୦ରୁ ୧୨ଜଣ ମାଡ଼ିଆସି ଏଭଳି ହାଣିଚାଲିଥିଲେ ଜଣଙ୍କ ପରେ ଜଣଙ୍କୁ। ଲୋକ ଦେଖୁଛନ୍ତି, ଭୟରେ ଥରୁଛନ୍ତି କିନ୍ତୁ ଛଡ଼ାଇବାକୁ ବୋଧୁହୁଏ ସାହାସ କରିପାରୁନଥିଲେ କେହି। More

  • Sarbeswar
  • 3 years ago

ଚଳଚଂଚଳ ହେଲା ସ୍କୁଲ, ଆରମ୍ଭ ହେଲା ପାଠ ପଢ଼ା

ସେପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ସ୍କୁଲ୍ ଖୋଲିବା ପରେ ଆଇଟିଆଇ ଓ ଡିପ୍ଲୋମା ଶେଷ ବର୍ଷ କ୍ଲାସ୍ ଖୋଲିବାକୁ ଯାଉଛି। ଏନେଇ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନେବାକୁ ଯାଉଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ More

  • Chandan Shishu
  • 3 years ago

କାହା ହାତରେ ମଲା ହାଇଦର୍?

ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ୍ ସମୟରେ ସିମୁଳିଆ ପାଖାପାଖି ଏକ ସ୍ଥାନରେ ପରିସ୍ରା ଯିବାକୁ କହି ଗାଡ଼ି ଅଟକାଇବାକୁ ହାଇଦର କହିଥିଲା। ହେଲେ ସୁରକ୍ଷା ଦୃଷ୍ଟିରୁ ମନା କରାଯାଇଥିଲା କିନ୍ତୁ ସେ ମଧୁମେହ ରୋଗୀ ହୋଇଥିବା ଦର୍ଶାଇ ବିରକ୍ତି ପ୍ରକାଶ କରିବାରୁ ସିମୁଳିଆ ହନୁମାନ ମନ୍ଦିର ନିକଟ ଡାଇଭରସନ୍‌ରେ ଗାଡ଼ି ରଖି ତାକୁ ସୁରକ୍ଷାକର୍ମୀ ପରିସ୍ରା ପାଇଁ ଗାଡ଼ିରୁ ଓହ୍ଲାଇଥିଲେ। More

  • Chandan Shishu
  • 3 years ago

କରୋନା କଟକଣାକୁ ଚଟକଣା ! ଆଇନ୍‌ର ଧଜିଆ ଉଡାଇଲା ବିଧାୟକଙ୍କ ଭୋଜି

ବିଜେଡି ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପା ମହାଦେବ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭୋଜିର ଆୟୋଜନ କରିଥିଲେ। କରୋନା ମହାମାରୀ ସ୍ଥିତିରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କାର୍ଯ୍ୟକ୍ରମର ଆୟୋଜନ ଲାଗି ନିୟମ ଥିବାବେଳେ ଏଠାରେ ଆଇନର ଉଲ୍ଲଂଘନ କରାଯାଇଛି।  More