• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 26 July 2021

  • Chandan Shishu
  • 3 years ago

ରାଉରକେଲାରେ ଛୁଆ ବିକ୍ରି ରାକେଟର ଫର୍ଦ୍ଦାପାସ, ୭ ଗିରଫ

ରାଉରକେଲାରେ ଛୁଆ ବିକ୍ରି ରାକେଟର ଫର୍ଦ୍ଦାପାସ l ଏହି ମାମଲାରେ ପ୍ଲାଣ୍ଟ ସାଇଟ୍ ପୁଲିସ ୫ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ମିଶାଇ ମୋଟ ୭ ଜଣଙ୍କୁ ଗିରଫ କରିଛି I ଏମାନଙ୍କଠାରୁ ମୋବାଇଲ ଜବତ ହୋଇଛି l ମୋବାଇଲରେ ଛୁଆ ବିକ୍ରି ରାକେଟର ତଥ୍ୟ ରହିଥିବା ପୋଲିସ କହିଛିି l ଏଠାରେ କିଛି ଧନୀ ଶ୍ରେଣୀର ମହିଳା ଗଲା କିଛି ମାସ ହେବ ଏହି ରାକେଟ୍ ଚଳାଇ ଆସୁଥିଲେ l ଏମାନେ ରାଉରକେଲା ସହରରୁ ଗରିବ ଶିଶୁଙ୍କୁ ଲକ୍ଷାଧିକ ଟଙ୍କାରେ ଝାରଖଣ୍ଡ ଓ ଛତିଶଗଡରେ ବିକ୍ରି କରିଆସୁଥିଲେ l ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ତେବେ ରାକେଟରେ ଆଉ କିଛି ମହିଳାଙ୍କ ହାତ ଥିବା ପୁଲିସ କହିଛି l ସେପଟେ ରାଉରକେଲା ସହରରେ ଏପରି ଘଟଣାକୁ ନେଇ ଆତଙ୍କ ଖେଳିଯାଇଛି।

  • Chandan Shishu
  • 3 years ago

ଆସନ୍ତା ମାସ ପ୍ରଥମ ସପ୍ତାହ ସୁଦ୍ଧା ଭକ୍ତଙ୍କ ପାଇଁ ଫିିଟିବ ଶ୍ରୀମନ୍ଦିର ଦ୍ୱାର ?

ଆସନ୍ତା ମାସ ପ୍ରଥମ ସପ୍ତାହ ସୁଦ୍ଧା ଭକ୍ତଙ୍କ ପାଇଁ ଫିିଟିବ ଶ୍ରୀମନ୍ଦିର ଦ୍ୱାର ? ଅଗଷ୍ଟ ୪ ତାରିଖରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଥିବା ସୂଚନା ମିଳିଛି। ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ସଂପର୍କରେ ଏହି ବୈଠକରେ ଆଲୋଚନା ହେବ। ଭର୍ଚୁଆଲ୍‌ରେ ହେବାକୁ ଥିବା ଏହି ବୈଠକର ଅଧ୍ୟକ୍ଷତା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପୁରୀ ଜିଲ୍ଲାପାଳ, ଏସ୍‌ପି, ସିଡିଏମ୍ଓ ରହିବେ। ବୈଠକରେ ସମନ୍ୱୟ କମିଟି ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ବି ରହିବେ। କରୋନା ଦ୍ୱିତୀୟ ଲହର ପରେ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ପ୍ରାୟ ଅଢ଼େଇ ମାସ ହେଲାଣି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିଛି।

  • Chandan Shishu
  • 3 years ago

ଯୁକ୍ତ ଦୁଇ କଲେଜରେ ସିଟ୍ ବଢାଇବା ଆବେଦନ ସମୟକୁ ୨ ଦିନ ବୃଦ୍ଧି

ଜୁନିଅର କଲେଜରେ ସିଟ୍ ବୃଦ୍ଧି ପାଇଁ ଦ୍ୱିତୀୟ ସୁଯୋଗ। ଯୁକ୍ତ ଦୁଇ କଲେଜରେ ସିଟ୍ ବଢାଇବା ଆବେଦନ ସମୟକୁ ୨ ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଇଚ୍ଛୁକ ଜୁନିଅର କଲେଜଗୁଡ଼ିକ ଏଥିପାଇଁ ସାମ୍‌ସ ପୋର୍ଟାଲରେ ଆବେଦନ କରିପାରିବେ। ଆସନ୍ତା ୨୭ ଓ ୨୮ରେ ଅନଲାଇନ୍ ଆବେଦନ କରାଯାଇପାରିବ। ଆବେଦନ ୨୭ ତାରିଖ ସକାଳ ୧୦ଟାରୁ ୨୮ ତାରିଖ ରାତି ୧୨ଟା ଯାଏଁ କରାଯାଇପାରିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଏହି ସମୟସୀମା ଜୁଲାଇ ୧୪ରୁ ଜୁଲାଇ ୨୦ ଯାଏଁ ରହିଥିଲା। 

  • Chandan Shishu
  • 3 years ago

ଓଡ଼ିଶାରେ ବଢ଼ିଛି ନା କମିଛି ବାଘ ବଂଶ?

୨୦୦୪ ଗଣନାରେ ରାଜ୍ୟରେ ବାଘ ସଂଖ୍ୟା ଥିଲା ୧୯୨। ରାଜ୍ୟରେ ବାଘ ସଂଖ୍ୟା ଜାଣିବାକୁ ପ୍ରତି ୪ ବର୍ଷର ଥରେ ଗଣନା ହେଉଥିବା ବେଳେ ଏହା ପୂର୍ବରୁ ୨୦୧୮ ଓ ୨୦୧୪ରେ ହୋଇଥିବା ଗଣନାରେ ବାଘଙ୍କ ସଂଖ୍ୟା ଥିଲା ମାତ୍ର ୨୮। ଏହି ୧୪ ବର୍ଷ ଭିତରେ ବାଘ ବଂଶ ଦ୍ରୁତ ଗତିରେ ହ୍ରାସ ପାଉଥିବା ପରିସଂଖ୍ୟାନରୁ ଜଣାପଡ଼ିଥିଲା। More

  • Sarbeswar
  • 3 years ago

ରାଜଧାନୀରେ ପୂରା ହୁଗୁଳିଗଲାଣି ଆଇନ ବ୍ୟବସ୍ଥା...

ଜଣେ କି ଦୁଇ ଜଣଙ୍କୁ ନୁହେଁ, ମରଣାନ୍ତକ ଆକ୍ରମଣ ହୋଇଛି ତିନି ତିନି ଜଣଙ୍କୁ। ସମୁଦାୟ ୫ ଜଣଙ୍କୁ ହମଲା ହୋଇଛି। ସମୟ ପ୍ରାୟ ଦିନ ୨ଟା ହେବ, ୧୦ରୁ ୧୨ଜଣ ମାଡ଼ିଆସି ଏଭଳି ହାଣିଚାଲିଥିଲେ ଜଣଙ୍କ ପରେ ଜଣଙ୍କୁ। ଲୋକ ଦେଖୁଛନ୍ତି, ଭୟରେ ଥରୁଛନ୍ତି କିନ୍ତୁ ଛଡ଼ାଇବାକୁ ବୋଧୁହୁଏ ସାହାସ କରିପାରୁନଥିଲେ କେହି। More

  • Sarbeswar
  • 3 years ago

ଚଳଚଂଚଳ ହେଲା ସ୍କୁଲ, ଆରମ୍ଭ ହେଲା ପାଠ ପଢ଼ା

ସେପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ସ୍କୁଲ୍ ଖୋଲିବା ପରେ ଆଇଟିଆଇ ଓ ଡିପ୍ଲୋମା ଶେଷ ବର୍ଷ କ୍ଲାସ୍ ଖୋଲିବାକୁ ଯାଉଛି। ଏନେଇ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନେବାକୁ ଯାଉଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ More

  • Chandan Shishu
  • 3 years ago

କାହା ହାତରେ ମଲା ହାଇଦର୍?

ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ୍ ସମୟରେ ସିମୁଳିଆ ପାଖାପାଖି ଏକ ସ୍ଥାନରେ ପରିସ୍ରା ଯିବାକୁ କହି ଗାଡ଼ି ଅଟକାଇବାକୁ ହାଇଦର କହିଥିଲା। ହେଲେ ସୁରକ୍ଷା ଦୃଷ୍ଟିରୁ ମନା କରାଯାଇଥିଲା କିନ୍ତୁ ସେ ମଧୁମେହ ରୋଗୀ ହୋଇଥିବା ଦର୍ଶାଇ ବିରକ୍ତି ପ୍ରକାଶ କରିବାରୁ ସିମୁଳିଆ ହନୁମାନ ମନ୍ଦିର ନିକଟ ଡାଇଭରସନ୍‌ରେ ଗାଡ଼ି ରଖି ତାକୁ ସୁରକ୍ଷାକର୍ମୀ ପରିସ୍ରା ପାଇଁ ଗାଡ଼ିରୁ ଓହ୍ଲାଇଥିଲେ। More

  • Chandan Shishu
  • 3 years ago

କରୋନା କଟକଣାକୁ ଚଟକଣା ! ଆଇନ୍‌ର ଧଜିଆ ଉଡାଇଲା ବିଧାୟକଙ୍କ ଭୋଜି

ବିଜେଡି ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପା ମହାଦେବ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭୋଜିର ଆୟୋଜନ କରିଥିଲେ। କରୋନା ମହାମାରୀ ସ୍ଥିତିରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କାର୍ଯ୍ୟକ୍ରମର ଆୟୋଜନ ଲାଗି ନିୟମ ଥିବାବେଳେ ଏଠାରେ ଆଇନର ଉଲ୍ଲଂଘନ କରାଯାଇଛି।  More

  • Chandan Shishu
  • 3 years ago

ଟ୍ୟାପ୍‌ରୁ ବିଶୁଦ୍ଧ ପାଣି ପିଇବାରେ ପୁରୀ ହେଉଛି ଦେଶର ପ୍ରଥମ ସହର: ମୁଖ୍ୟମନ୍ତ୍ରୀ

ଆଜି ଦିନଟି କେବଳ ପୁରୀ ନୁହେଁ, ସାରା ଓଡିଶାର ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡିଛି। ମହାପ୍ରଭୁଙ୍କ ଧାମ ପୁରୀରେ ସବୁ ପରିବାରକୁ ଆଜିଠାରୁ tapରେ ଭଲ ପିଇବା ପାଣି ମିଳିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। More

  • Chandan Shishu
  • 3 years ago

ରାଜଧାନୀରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

କିଛି ଦିନର ବିରତି ପରେ ରାଜଧାନୀ ଭୁବନେଶ୍ୱରରେ ଅପରାଧର ସୀମା ଟପିଛି। କିଛି ମାସ ତଳେ ବାପୁଜୀ ନଗରରେ ଜଣେ ଯୁବକଙ୍କୁ ହତ୍ୟା କରିଥିଲା ଆଉ ଜଣେ ଯୁବକ।  ସେହିପରି ଗତ ବର୍ଷ ଅକ୍ଟୋବରରେ ଭୁବନେଶ୍ୱର ସାମନ୍ତରାପୁରରେ ହୋଇଥିବା ହତ୍ୟାକାଣ୍ଡ ଚର୍ଚ୍ଚାର ବିଷୟ ହୋଇଥିଲା। More

  • Prangyan Parimita
  • 3 years ago

କରୋନାରେ ଚାଲିଗଲେ ସ୍ୱାମୀ, ମୃତ୍ୟୁ ପ୍ରମାଣପତ୍ର ପାଇଁ ଏ ଅଫିସରୁ ସେ ଅଫିସକୁ ଦୌଡ଼ି ଦୌଡ଼ି ସ୍ତ୍ରୀ ନିରାଶ

ରାୟଗଡା ଜିଲ୍ଳା କୁମୁଟାଲପେଟା ଗ୍ରାମର ସୁଶୀଳା ମିଶାଲ । ଗତ କିଛି ମାସ ତଳେ ସ୍ୱାମୀ ପୁର୍ଣ୍ଣଚନ୍ଦ୍ର ମିଶାଲଙ୍କ ଦେହ ଖରାପ ହେବାରୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ କୋରାପୁଟ ସ୍ଥାନାନ୍ତର କରିଥିଲେ । ସେଠାକୁ ଯିବା ପରେ ତାଙ୍କ କରୋନା ଚିହ୍ନଟ ହେବାରୁ ତାଙ୍କୁ ଆଇସୋଲେସନ୍‌ରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା More

  • Sarbeswar
  • 3 years ago

ସେରୋ ସର୍ଭେରୁ ଆସିଛି ଭଲ ଖବର

ରାଜ୍ୟରେ ହୋଇଥିବା ସେରୋ ସର୍ଭେରୁ ଆସିଛି ଭଲ ଖବର । ସେରୋ ସର୍ଭେରେ ଲୋକଙ୍କ ମଧ୍ୟରେ ୬୦ ପ୍ରତିଶତରୁ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଥିବା ସର୍ଭେରୁ ଜଣାପଡିଛି। କୋଭିଡ୍ ବିରୋଧରେ ସଂଗ୍ରାମ ପାଇଁ ଏହା ଶୁଭଙ୍କର ସୂଚନା ବୋଲି କହିଛନ୍ତି କୋରାପୁଟ ସିଡିଏମ୍ଓ ମକରନ୍ଦ ବେଉରା। ଗତ ଜୁନ ଶେଷ ଓ ଜୁଲାଇ ମାସ ପ୍ରଥମାର୍ଦ୍ଧରେ ଆଇସିଏମ୍ଆର ତରଫରୁ ରାଜ୍ୟର ୩ ଜିଲ୍ଲାରେ ସେରୋ ସର୍ଭେ କରାଯାଇଥିଲା More

  • Prangyan Parimita
  • 3 years ago

ପର୍ବତ ଉପରେ ଐତିହାସିକ କିମ୍ବଦନ୍ତୀ : ଗୁମ୍ଫା ଭିତରେ ପୂଜା ପାଉଛନ୍ତି କୋଟେଶ୍ୱର ମହାଦେବ

ପର୍ବତ ଉପରେ ରହିଛି ଅନେକ ଛୋଟ ବଡ଼ ଗୁମ୍ଫା । ଗୁମ୍ଫା ଭିତରେ ଅଛି ଶିବ ଲିଙ୍ଗ, ଯାହାକୁ କୋଟେଶ୍ୱର ମହାଦେବଙ୍କ ନାମରେ ନାମିତ କରାଯାଇଛି । ଏହାସହ ପର୍ବତର ବିଭିନ୍ନ ସ୍ଥାନରେ ରହିଛି ଦେବଦେବୀଙ୍କ ପ୍ରତିମୂର୍ତ୍ତି । କିନ୍ତୁ ଗମନାଗମନର ସୁବିଧା ନଥିବା କାରଣରୁ ମହାଦେବଙ୍କୁ ଦର୍ଶନ କରିବା ତ ଦୂରର କଥା ପ୍ରତିଦିନ ପୂଜା ମଧ୍ୟ ହୋଇପାରୁ ନାହିଁ More

  • Chandan Shishu
  • 3 years ago

ଆସିଲା ମୃତ ACF ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ

ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଷଡ଼ଯନ୍ତ୍ର ରଚାଯାଇଛି ? ମୃତ୍ୟୁ କେମିତି ଓ କାହିଁକି ହେଲା ? ଏହାର ଉଚିତ ତଦନ୍ତ କରିବା ସହ ନ୍ୟାୟ ମିଳୁ ବୋଲି ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି। ମାମଲାରେ ବର୍ତ୍ତମାନ ବି ତଦନ୍ତ ଜାରି ରହିଛି। More

  • Prangyan Parimita
  • 3 years ago

ତିନି ବର୍ଷ ହେଲା ଖଟିଆରେ ପଡ଼ି ରହିଛନ୍ତି ପ୍ରଦୀପ

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ଗାଁର ପ୍ରଦୀପ ପୁରୋହିତ । ପରିବା ପ୍ରତିପୋଷଣ ପାଁଇ ସେ ରାୟପୁରର ଏକ ଦୋକାନରେ କାମ କରୁଥିଲେ । ମାସକରେ ଯେତିକି ଦରମା ମିଳୁଥିଲା, ସେଥିରେ ତାଙ୍କ ପୂରା ପରିବାର ଚଳୁଥିଲା । ତିନି ବର୍ଷ ପୁର୍ବେ ସେ ରାୟପୁରରୁ ଟ୍ରେନ ଯୋଗେ କଣ୍ଟାବାଂଜି ରେଲ ଷ୍ଟେଷନରେ ପହଞ୍ଚି ନିଜ ବାଇକରେ ଘରକୁ ଫେରୁଥିଲେ More

  • Rajalaxmi Sahoo
  • 3 years ago

ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ

ପୁରୀ ବାସେଳିସାହି ଥାନା ବଡ଼ପୋଖରୀ ଜାଗା ନିକଟରେ ଘଟିଥିବା ହତ୍ୟାକାଣ୍ଡକୁ ନେଇ ଆଜି ପ୍ରେସମିଟ୍ କରିଛନ୍ତି ପୁରୀ ଅତିରିକ୍ତ ଏସ୍‌ପି। ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି, ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍‌ପି। ଗତକାଲି ଘରକୁ ଫେରିବା ବାଟରେ ଜିତେନ୍ଦ୍ର ପୁରୋହିତ ନାମକ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ଦେଇଥିଲେ ଦୁର୍ବୃତ୍ତ। ମୃତକ ଜଣେ ଶିଳ୍ପୀ କାରିଗର ଏବଂ ବାସେଳିସାହି ଓଡ଼ିଆ ମଠ ନିକଟରେ ତାଙ୍କ ଘର। 

  • Prangyan Parimita
  • 3 years ago

କ୍ୟାନସରରେ ରୋଗରେ ଛଟପଟ ହେଉଛନ୍ତି ଲକ୍ଷ୍ମୀଧର : ଭୋକ ଉପାସରେ ଦିନ କାଟୁଛି ପୂରା ପରିବାର

ଦିନ ଥିଲା ବେଶ ହସ ଖୁସିରେ ଚାଲିଥିବା ପରିବାର । ଯାହା ରୋଜଗାର କରୁଥିଲେ ଭଲରେ ୪ପ୍ରାଣୀ କୁଟୁମ୍ବ ଚଳି ଯାଉଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା । More

  • Minati Mishra
  • 3 years ago

ହାଇଦର ମୃତ୍ୟୁ ଘଟଣାରେ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ

ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ହାଇଦର ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ। More

  • Rajalaxmi Sahoo
  • 3 years ago

ପିଶାଚ ସାଜିଲା ସ୍ୱାମୀ: ମାଲିକ ସହ ମିଶି ଦୁଷ୍କର୍ମ ପରେ ସ୍ତ୍ରୀର ଚୁଟି କାଟିଦେଲେ

ପିଶାଚ ସାଜିଲା ସ୍ୱାମୀ। ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀକୁ ସବୁବେଳେ ସୁରକ୍ଷା ଦେବା ପାଇଁ ଶପଥ ନେଇଥିବା ସ୍ୱାମୀ, ଶେଷରେ ସଇତାନ ସାଜି ସ୍ତ୍ରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  More

  • Prangyan Parimita
  • 3 years ago

ବିନା ମୁରବୀରେ ଚାଲିଛି ବାଲେଶ୍ୱରର ୩ ଥାନା : ଘର ଅଛି, ହେଲେ ମୁରବି ନାହାନ୍ତି

ଡ୍ରଗ୍ସ ବେପାରର ଆଡ୍ଡାସ୍ଥଳୀ ପାଲଟିଛି ବାଲେଶ୍ୱର । ବିଭିନ୍ନ ସମୟରେ ବ୍ରାଉନସୁଗାର, ଗଞ୍ଜେଇ, ମଦ ଆଦି ଏଠାରୁ ଜବତ ସହ ଅପରାଧୀଙ୍କ ଲିଙ୍କ୍ ବାହାରିଛି । ଏପରି ସ୍ଥଳେ ସହରର ତଥା ଜିଲ୍ଲାର ଏକମାତ୍ରା ଆଦର୍ଶ ଥାନାରେ ମାସେ ହେଲାଣି ନାହାନ୍ତି ଆଇଆଇଓ । ପୂର୍ବରୁ ଥିବା ଆଇଆଇସିଙ୍କ ପଦୋନ୍ନତି ପରେ ଫାଙ୍କା ପଡିଛି ପଦବୀ More

  • Prangyan Parimita
  • 3 years ago

ଚଳଚଞ୍ଚଳ କିନ୍ନର କ୍ୟାମ୍ପ : ସବ୍-ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ ପରେ ଚାଲିଛି ଜୋରଦାର ପ୍ରସ୍ତୁତି

ପୋଲିସ ଚାକିରି ପାଇବା ଆଶାରେ ଉତ୍ସାହିତ ତୃତୀୟଲିଙ୍ଗୀ । କ୍ଲାସ ରୁମରେ ବସି କିଏ GK ପଢୁଛି ତ କିଏ ରିଜୋନିଂ କରୁଛି । ଆଉ କିଏ ପୁଣି କମନ ଇଂଲିସ ଏରର ଦେଖୁଛି । ଓଡିଶା ପୋଲିସର ସବ୍-ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିଥିବା ଏହି କିନ୍ନର ମାନଙ୍କ ସମୟ ଏବେ ଏଭଳି କଟୁଛି More

  • Rajalaxmi Sahoo
  • 3 years ago

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ୨ ଗୁରୁତର

ଟ୍ରକ ସହ କାର ମୁହାଁମୁହିଁ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ୫୫ ନମ୍ବର ଜାତୀୟ ରାଜପଥ କୟାକୁଦ ଠାରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ରାଉରକେଲା ଛେଣ୍ଡ ଅଞ୍ଚଳରୁ ଏକ କାରରେ ୪ ଜଣ ଭୁବନେଶ୍ୱର ଆସୁଥିବା ବେଳେ ଏକ ଟ୍ରକ ସହ କାର୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ କାର୍‌ର ଆଗ ସିଟ୍‌ରେ ବସିଥିବା ୨ ଜଣଙ୍କ ମୃତ୍ୟୁ ହୋଇଛି। ପଛରେ ବସିଥିବା ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ବୁର୍ଲା ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭର ଫେରାର ଅଛନ୍ତି। ଯୁଯୁମୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।  

  • Rajalaxmi Sahoo
  • 3 years ago

ଘର ଭିତରୁ ବାହାରିଲା ୧୨ ଫୁଟିଆ ଅହିରାଜ ସାପ

ଘର ଭିତରୁ ବାହାରିଲା ୧୨ ଫୁଟିଆ ଅହିରାଜ ସାପ। ନୀଳଗିରି ବନ ବିଭାଗ ଅଧିନ ପୋଡ଼ାଶୁଳ ଗାଁର ବୀରଚନ୍ଦ୍ର ଦାସଙ୍କ ଘରକୁ ସାପଟି ଖାଦ୍ୟ ଅନ୍ୱେଷଣରେ ପଶି ଆସିଥିବା ପରିବାର ଲୋକେ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ଆସି ସାପକୁ ଉଦ୍ଧାର କରି ନେଇଥିଲେ। ଏହାକୁ କୁଲଡିହା ଜଙ୍ଗଲରେ ଛଡ଼ାଯିବ ବୋଲି କୁହାଯାଇଛି।  

  • Rajalaxmi Sahoo
  • 3 years ago

ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠୁ ଖୋଲିଲା ସ୍କୁଲ

କରୋନାର ଦ୍ୱିତୀୟ ଲହର ଭିତରେ ଆଜିଠୁ ଖୋଲିଲା ସ୍କୁଲ। କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍‌ ଖୋଲିଛି। ସ୍କୁଲ୍‌ ଖୋଲିବା ପୂର୍ବରୁ ଭଲ ଭାବରେ ଶ୍ରେଣୀଗୃହ ଗୁଡ଼ିକ ସାନିଟାଇଜ୍‌ କରାଯାଇଛି। More

  • Rajalaxmi Sahoo
  • 3 years ago

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ସମସ୍ତ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ରହିବା କଥା ହେଲେ କରୋନା ପାଇଁ ବୋଲ୍‌ବମ୍‌ ଯାତ୍ରା ଉପରେ କଟକଣା ଲାଗିଥିବାରୁ ସମସ୍ତ ଶୈବପୀଠ ଖାଁ ଖାଁ ରହିଛି। ଲିଙ୍ଗରାଜ କୁହନ୍ତୁ କି ଲୋକନାଥ କିମ୍ବା ପଞ୍ଚଲିଙ୍ଗେଶ୍ୱର ସବୁଆଡେ ଶୁନ୍‌ଶାନ୍‌ ରହିଛି। ସବୁଠି ପ୍ରତିବର୍ଷ ହଜାର ହଜାର କାଉଡ଼ିଆଙ୍କ ଗହଳି ଲାଗିଥାଏ। ହେଲେ ଆଜି ସେଠି ନୀରବତା ଦେଖିବାକୁ ମିଳିଛି। ସବୁଠି କେବଳ ନିରାଡ଼ମ୍ବର ଭାବେ ଚାଲିଛି ଭୋଳାବାବାଙ୍କ ପୂଜାର୍ଚ୍ଚନା।  

  • Rajalaxmi Sahoo
  • 3 years ago

ବଜ୍ରକାପ୍ତା ଛାଲି ବିକ୍ରି ଅଭିଯୋଗରେ ୨ ଗିରଫ

ବଜ୍ରକାପ୍ତା ଛାଲି ବିକ୍ରି କରୁଥିବା ଅଭିଯୋଗରେ ଢେଙ୍କାନାଳ ସହରରୁ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦ୍ୱୟ ହେଲେ ରତ୍ନାକର ରାଉତ ଓ ଫିରୋଜ ଖାନ୍। ଏମାନେ କପିଳାସ ବନାଞ୍ଚଳରୁ ବଜ୍ରକାପ୍ତ ଶିକାର କରି ବାହାର ରାଜ୍ୟକୁ ଚାଲାଣ କରୁଥିବା ସନ୍ଦେହ କରାଯାଉଛି। ତେବେ ଦୁହେଁ ବଜ୍ରକାପ୍ତା ଛାଲି ବିକ୍ରି ପାଇଁ ଯୋଜନା କରୁଥିବାର ଖବର ପାଇ ଢେଙ୍କାନାଳ ଫରେଷ୍ଟ ଡିଭିଜନ୍ ଓ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଚଢ଼ଉ କରାଯାଇଥିଲା। ସେମାନଙ୍କ ପାଖରୁ ୧୪ କିଲୋ ୨୦୦ ଗ୍ରାମ ଓଜନର ବଜ୍ରକାପ୍ତ କାତି ଜବତ କରାଯାଇଥିଲା। ଜବତ କାତି ୪ରୁ ୫ଟି ବଜ୍ରକାପ୍ତାର ବୋଲି ଅନୁମାନ କରାଯାଉଛି। 

  • Rajalaxmi Sahoo
  • 3 years ago

ରାଜ୍ୟରେ କମୁଛି କରୋନା ସଂକ୍ରମଣ, ଦିନକରେ ବାହାରିଲେ ୧,୬୩୭ ପଜିଟିଭ୍‌

ଗତ କିଛି ଦିନ ଧରି ରାଜ୍ୟରେ ପାଖାପାଖି ୨ ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୬୩୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। More

  • Rajalaxmi Sahoo
  • 3 years ago

କାହିଁକି ହାଇଦରକୁ କରାଗଲା ଏନ୍‌କାଉଣ୍ଟର ? ଏତଲାରେ ଉଲ୍ଲେଖ କଲା ପୋଲିସ୍‌

କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ହାଇଦରକୁ ଏନ୍‌କାଉଣ୍ଟର ପରେ ଘଟଣା ସମ୍ପର୍କରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ହାଇଦରକୁ ଏସ୍କର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ଶାସେନି ଏତଲା ଦେଇଛନ୍ତି। More

  • Minati Mishra
  • 3 years ago

ଲଢୁଆ ପୁଅ ପାଇଁ କାନ୍ଦୁଛି ମା’, ଝୁରୁଛି ଗାଁ

ସେ ଥିଲେ ଘରର ବଡ ଆଉ ରୋଜଗାରିଆ ପୁଅ। ମାତ୍ର ୨୩ ବର୍ଷ ବୟସରେ ଯେଉଁ ବୀରତ୍ୱ ଦେଖାଇଛନ୍ତ ତାହା ବିରଳ। ଗୋଟିଏ ପରେ ଗୋଟିଏ ଗୁଳି ଭେଦି ଚାଲିଛି ଶରୀରରେ। ହେଲେ ଲକ୍ଷ୍ୟ ହାସଲ ପୂର୍ବରୁ ହାର ମାନି ନାହାନ୍ତି ଏଇ ବୀର ଓଡ଼ିଆ ଯବାନ। More

  • Rajalaxmi Sahoo
  • 3 years ago

୨୮ରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା !

ଆସନ୍ତା ୨୮ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠୁ ୨୯ ତାରିଖ ଯାଏ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। More

  • Chandan Shishu
  • 3 years ago

ECଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ବିଜେପିର ଚେତାବନୀ

ସୁପ୍ରିମକୋର୍ଟର ରାୟକୁ ଉଲ୍ଲେଖ କରି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, କମିଶନ୍ ହାଇକୋର୍ଟକୁ ଯାଇ ପୌର ନିର୍ବାଚନ କରାଇବା ଲାଗି କେସ୍ ଦାୟର କରିପାରିବେ। ତେବେ କମିଶନ୍ ତାହା କରୁନାହାନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବା ଲାଗି ୭ ଦିନ ଭିତରେ କମିଶନ୍ କୋର୍ଟକୁ ଯାଆନ୍ତୁ ବୋଲି ଦଳ ଦାବି କରିଛି। More

  • Chandan Shishu
  • 3 years ago

ରାଜ କୁନ୍ଦ୍ରାଙ୍କ ଲିଙ୍କ୍‌ରେ ଓଡ଼ିଆ ଅଭିନେତା ସେକ୍ସପିୟର ତ୍ରିପାଠୀ

ମାମଲାର ଖୋଳତାଡ଼ ଚାଲିଥିବା ବେଳେ ସାମ୍ନାକୁ ଆସିଛନ୍ତି ଓଡିଆ ଅଭିନେତା ସ୍କେକ୍ସପିୟର ଚ୍ରିପାଠୀ। ୨ ବର୍ଷ ହେବ ସେକ୍ସପିୟର କୁନ୍ଦ୍ରାଙ୍କ ବ୍ୟାନରରେ ସକ୍ରିୟ ଭାବେ କାମ କରୁଥିଲେ। ତେବେ କୁନ୍ଦ୍ରା ଯେଉଁ ମାମଲାରେ ଗିରଫ ହୋଇଛନ୍ତି, ତା ସହ ତାଙ୍କ ଅଭିନୟ କି ଫିଲ୍ମର କୌଣସି ଲିଙ୍କ୍ ନଥିବା କହିଛନ୍ତି ସେକ୍ସପିୟର। More

  • Chandan Shishu
  • 3 years ago

ହାଇଦର ଶରୀରରେ ଗୋଟିଏ ଗୁଳି ଆଗରୁ ଥିଲା: ଏଡିଏମ୍ଓ

ବାଲେଶ୍ୱର ସିମୁଳିଆର ଏନକାଉଣ୍ଟର ସ୍ପଟରେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି। ଏହି ଯାଂଚ ବେଳେ ଘଟଣାସ୍ଥଳରୁ ୨ଟି ଖୋକା ମିଳିଛି। ୧୬ ନମ୍ବର ଜାତୀୟ ରାଜପଥ ଉପରେ ସିମୁଳିଆ କଲେଜ ଡାଇଭର୍ସନ ପାଖରେ ସକାଳୁ ସକାଳୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲା। More

  • Chandan Shishu
  • 3 years ago

ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମ୍‌କୁ ସିଲ୍‌ କଲା ପୋଲିସ

ପୋଲିସ୍ ବିଦ୍ୟାଭାରତୀ ରହୁଥିବା ହଷ୍ଟେଲକୁ ଯାଇଥିଲା। ବିଦ୍ୟାଭାରତୀ ରହୁଥିବା ହଷ୍ଟେଲର ରୁମ୍ ନମ୍ବର-୧କୁ ପୋଲିସ୍ ସିଲ୍ କରିଥିଲା। ହଷ୍ଟେଲର ରୁମ୍ ନମ୍ବର-୧ରେ ତାଲା ପଡ଼ିଥିବାରୁ ରୁମ୍‌କୁ ସିଲ୍ କରାଯାଇଥିଲା ବୋଲି ପାରଳାଖେମୁଣ୍ଡି IIC ସୂଚନା ଦେଇଛନ୍ତି। More

  • Chandan Shishu
  • 3 years ago

ନିର୍ମାଣଧିନ ଆନ୍ତରାଜ୍ୟ ବସ୍ ଟର୍ମିନାଲ ବୁଲି ଦେଖିଲେ ପାଣ୍ଡିଆନ୍

ବିଡିଏ ପକ୍ଷରୁ ଚନ୍ଦ୍ରଶେଖରପୁରରେ ପିପିପି ମୋଡରେ ନିର୍ମାଣ ହେଉଥିବା ହାଉସିଂ ପ୍ରକଳ୍ପ ଆସନ୍ତା ସେପ୍ଟେମ୍ବର ୨୦୨୨ ସୁଦ୍ଧା ଶେଷ କରାଯିବାକୁ ସ୍ଥିର ହୋଇଛି। ସେହିପରି ଇନଫୋସିଟିଠାରେ ଇନକ୍ୟୁବେସନ୍ ଟାଓ୍ବାର ପ୍ରକଳ୍ପ ନେଇ 5T ସଚିବ ଭି.କେ ପାଣ୍ଡିଆନ୍ ସମୀକ୍ଷା କରିଛନ୍ତି।  More