• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 25 July 2021

  • Chandan Shishu
  • 3 years ago

ପରଦାରେ ଆସୁଛି କାର୍ଗିଲ ବୀର କ୍ୟାପଟେନ୍ ବିଜୟ ବାତ୍ରାଙ୍କ ସାହସିକତାର ଗାଥା

ପରଦାରେ କାର୍ଗିଲ ବୀର କ୍ୟାପଟେନ୍ ବିଜୟ ବାତ୍ରାଙ୍କ ସାହସିକତାର ଗାଥା। ୧୯୯୯ କାର୍ଗିଲ ଯୁଦ୍ଧରେ ଅସୀମ ସାହସର ପରିଚୟ ଦେଇ ଶତ୍ରୁ ସହ ଲଢ଼ି ସହିଦ ହୋଇଥିବା କ୍ୟାପଟେନ ବିଜୟ ବାତ୍ରାଙ୍କ କାହାଣୀକୁ ନେଇ, ଆସୁଛି ଫିଲ୍ମ ଶେର୍ ଶାହ। ମୁଖ୍ୟ ଭୂମିକାରେ ଅର୍ଥାତ୍ କ୍ୟାପ୍ଟେନ୍ ବାତ୍ରାଙ୍କ ଭୂମିକାରେ ଏଥିରେ ନଜର ଆସିବେ ସିଦ୍ଧାର୍ଥ ମାଲହୋତ୍ରା। ଆସନ୍ତା ଅଗଷ୍ଟ ୧୨ ତାରିଖରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ଟ୍ରେଲରକୁ ଆଜି(ରବିବାର) କାର୍ଗିଲ୍ ଦ୍ରାସ୍ ସେକ୍ଟରରେ ଯବାନଙ୍କ ଗହଣରେ ରିଲିଜ କରିଛନ୍ତି ଫିଲ୍ନ ନିର୍ମାତା କରନ୍ ଜୋହର୍।  ଆସନ୍ତାକାଲି କାର୍ଗିଲ ବିଜୟ ଦିବସ ପାଳନ ହେବାକୁ ଥିବା ବେଳେ, ଏହାର ଅବ୍ୟବହିତ ପୂର୍ବରୁ ଫିଲ୍ମ ଶେର୍‌ଶାହର ଟ୍ରେଲର୍ ରିଲିଜ କରାଯାଇଛି।  ହିମାଚଳ ପ୍ରଦେଶର କ୍ୟାପଟେନ୍‌ ବିଜୟ ବାତ୍ରା ମାତ୍ର ୨୪ ବର୍ଷ ବୟସରେ ସହିଦ ହୋଇଥିଲେ। ଏହି ବଳିଦାନ ପାଇଁ ତାଙ୍କୁ ସର୍ବୋଚ୍ଚ ସାମରିକ ସମ୍ମାନ ପରମବୀର ଚକ୍ରରେ ସମ୍ମାନିତ କରାଯାଇଛି। 

  • Chandan Shishu
  • 3 years ago

ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସମ୍ପର୍କୀୟଙ୍କ ଭଙ୍ଗାରୁଜା

ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସମ୍ପର୍କୀୟଙ୍କ ଭଙ୍ଗାରୁଜା। ନର୍ସ, ମେଡିକାଲ ଷ୍ଟାଫଙ୍କୁ ମାଡ଼ପିଟ କରିବା ସହ ଆସବାବପତ୍ର ଭାଙ୍ଗିଲେ। ରକ୍ତହୀନତା ଯୋଗୁଁ ଅସୁସ୍ଥ ମହିଳାଙ୍କୁ ଆଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଭର୍ତ୍ତି ହେବାର କିଛି ଘଣ୍ଟା ପରେ ରୋଗୀଙ୍କୁ ନେବାକୁ ସଂପର୍କୀୟ ଜିଦ୍ ଧରିଥିଲେ। ରେଜିଷ୍ଟରରେ ଦସ୍ତଖତ କରି ରୋଗୀଙ୍କୁ ନେବାକୁ କର୍ତ୍ତୃପକ୍ଷ କହିବାରୁ ଉତ୍ତେଜନା ହୋଇଥିଲା। ବିନା ଦସ୍ତଖତରେ ରୋଗୀଙ୍କୁ ନେବାକୁ ଜିଦ୍ ଧରି ସଂପର୍କୀୟମାନେ ଭଙ୍ଗାରୁଜା କରିଥିଲେ। ଧର୍ମଗଡ଼ ଥାନାରେ ରୋଗୀଙ୍କ ୨ ସମ୍ପର୍କୀୟଙ୍କୁ ପୋଲିସ ଅଟକ ରଖିଛି। 

  • Chandan Shishu
  • 3 years ago

ବିଶ୍ୱ ଐତିହ୍ୟ ମାନଚିିତ୍ରରେ ସ୍ଥାନ ପାଇଲା ତେଲେଙ୍ଗାନାର ପ୍ରସିଦ୍ଧ ରାମପ୍ପା ମନ୍ଦିର

ବିଶ୍ୱ ଐତିହ୍ୟ ମାନଚିିତ୍ରରେ ସ୍ଥାନ ପାଇଲା ତେଲେଙ୍ଗାନାର ପ୍ରସିଦ୍ଧ ରାମପ୍ପା ମନ୍ଦିର। ଏନେଇ ଆଜି ବିଧିବଦ୍ଧ ଘୋଷଣା କରିଛି ୟୁନେସ୍କୋ। ତ୍ରୟୋଦଶ ଶତାବ୍ଦୀରେ  ପ୍ରତିଷ୍ଠିତ ହୋଇଥିଲା ଏହି ମନ୍ଦିର। ଏହି ମନ୍ଦିର ନିର୍ମାଣ ପରେ ମନ୍ଦିର ଶିଳ୍ପୀମାନେ ରାମାପ୍ପା ନାମକରଣ କରିଥିଲେ। ୨୦୧୯ରେ କେନ୍ଦ୍ର ସରକାର ଏହି ମନ୍ଦିରକୁ ବିଶ୍ୱ ଐତିହ୍ୟ ମାନ୍ୟତା ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ ରାମପ୍ପା ମନ୍ଦିର ବର୍ତ୍ତମାନ ବିଶ୍ୱ ଐତିହ୍ୟ ମାନଚିତ୍ରରେ ସ୍ଥାନ ପାଇବା ପରେ ତେଲେଙ୍ଗାନା ବାସୀଙ୍କୁ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

  • Chandan Shishu
  • 3 years ago

ପଞ୍ଚାୟତ ଭୋଟ୍ ପୂର୍ବରୁ ଅର୍ବାନ୍ ଇଲେକ୍ସନ୍ କରାଯାଉ: ବିଜେପି

ସୁପ୍ରିମକୋର୍ଟର ରାୟକୁ ଉଲ୍ଲେଖ କରି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, କମିଶନ୍ ହାଇକୋର୍ଟକୁ ଯାଇ ପୌର ନିର୍ବାଚନ କରାଇବା ଲାଗି କେସ୍ ଦାୟର କରିପାରିବେ। ତେବେ କମିଶନ୍ ତାହା କରୁନାହାନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବା ଲାଗି ୭ ଦିନ ଭିତରେ କମିଶନ୍ କୋର୍ଟକୁ ଯାଆନ୍ତୁ ବୋଲି ଦଳ ଦାବି କରିଛି। More

  • Chandan Shishu
  • 3 years ago

ରାଜ କୁନ୍ଦ୍ରାଙ୍କ ଲିଙ୍କ୍‌ରେ ଓଡ଼ିଆ ଅଭିନେତା ସେକ୍ସପିୟର ତ୍ରିପାଠୀ

ମାମଲାର ଖୋଳତାଡ଼ ଚାଲିଥିବା ବେଳେ ସାମ୍ନାକୁ ଆସିଛନ୍ତି ଓଡିଆ ଅଭିନେତା ସ୍କେକ୍ସପିୟର ଚ୍ରିପାଠୀ। ୨ ବର୍ଷ ହେବ ସେକ୍ସପିୟର କୁନ୍ଦ୍ରାଙ୍କ ବ୍ୟାନରରେ ସକ୍ରିୟ ଭାବେ କାମ କରୁଥିଲେ। ତେବେ କୁନ୍ଦ୍ରା ଯେଉଁ ମାମଲାରେ ଗିରଫ ହୋଇଛନ୍ତି, ତା ସହ ତାଙ୍କ ଅଭିନୟ କି ଫିଲ୍ମର କୌଣସି ଲିଙ୍କ୍ ନଥିବା କହିଛନ୍ତି ସେକ୍ସପିୟର। More

  • Chandan Shishu
  • 3 years ago

ହାଇଦର ଶରୀରରେ ଗୋଟିଏ ଗୁଳି ଆଗରୁ ଥିଲା: ଏଡିଏମ୍ଓ

ବାଲେଶ୍ୱର ସିମୁଳିଆର ଏନକାଉଣ୍ଟର ସ୍ପଟରେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି। ଏହି ଯାଂଚ ବେଳେ ଘଟଣାସ୍ଥଳରୁ ୨ଟି ଖୋକା ମିଳିଛି। ୧୬ ନମ୍ବର ଜାତୀୟ ରାଜପଥ ଉପରେ ସିମୁଳିଆ କଲେଜ ଡାଇଭର୍ସନ ପାଖରେ ସକାଳୁ ସକାଳୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲା। More

  • Chandan Shishu
  • 3 years ago

ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମ୍‌କୁ ସିଲ୍‌ କଲା ପୋଲିସ

ପୋଲିସ୍ ବିଦ୍ୟାଭାରତୀ ରହୁଥିବା ହଷ୍ଟେଲକୁ ଯାଇଥିଲା। ବିଦ୍ୟାଭାରତୀ ରହୁଥିବା ହଷ୍ଟେଲର ରୁମ୍ ନମ୍ବର-୧କୁ ପୋଲିସ୍ ସିଲ୍ କରିଥିଲା। ହଷ୍ଟେଲର ରୁମ୍ ନମ୍ବର-୧ରେ ତାଲା ପଡ଼ିଥିବାରୁ ରୁମ୍‌କୁ ସିଲ୍ କରାଯାଇଥିଲା ବୋଲି ପାରଳାଖେମୁଣ୍ଡି IIC ସୂଚନା ଦେଇଛନ୍ତି। More

  • Chandan Shishu
  • 3 years ago

ନିର୍ମାଣଧିନ ଆନ୍ତରାଜ୍ୟ ବସ୍ ଟର୍ମିନାଲ ବୁଲି ଦେଖିଲେ ପାଣ୍ଡିଆନ୍

ବିଡିଏ ପକ୍ଷରୁ ଚନ୍ଦ୍ରଶେଖରପୁରରେ ପିପିପି ମୋଡରେ ନିର୍ମାଣ ହେଉଥିବା ହାଉସିଂ ପ୍ରକଳ୍ପ ଆସନ୍ତା ସେପ୍ଟେମ୍ବର ୨୦୨୨ ସୁଦ୍ଧା ଶେଷ କରାଯିବାକୁ ସ୍ଥିର ହୋଇଛି। ସେହିପରି ଇନଫୋସିଟିଠାରେ ଇନକ୍ୟୁବେସନ୍ ଟାଓ୍ବାର ପ୍ରକଳ୍ପ ନେଇ 5T ସଚିବ ଭି.କେ ପାଣ୍ଡିଆନ୍ ସମୀକ୍ଷା କରିଛନ୍ତି।  More

  • Rajalaxmi Sahoo
  • 3 years ago

ମୁଖ୍ୟ ଆସାମୀ ବୋହୂ, ତାକୁ ଗିରଫ କରାଯାଉ: ସୌମ୍ୟଙ୍କ ବାପା

‘ପୁଅ-ବୋହୂ ଗୋଟିଏ ରୁମ୍‌ରେ ଥିଲେ। ପୁଅ ପୋଡ଼ିଗଲା, ହେଲେ ବୋହୂ କେମିତି ଜାଣିପାରିଲା ନାହିଁ ? ମୁଖ୍ୟ ଆସାମୀ ବୋହୂ। ବୋହୂକୁ ଗିରଫ କରାଗଲା ନାହିଁ କାହିଁକି ?’ More

  • Rajalaxmi Sahoo
  • 3 years ago

କୁଆଡେ ଗଲେ ସଂସ୍କୃତି ବିଭାଗର ଡେସ୍କ ଅଫିସର ସନ୍ତୋଷ କୁମାର ଦଳବେହେରା ?

କୁଆଡେ ଗଲେ ଲୋକସେବା ଭବନ, ସଂସ୍କୃତି ବିଭାଗର ଡେସ୍କ ଅଫିସର ସନ୍ତୋଷ କୁମାର ଦଳବେହେରା ? ମାସେ ହେଲାଣି ତାଙ୍କର କୌଣସି ପତ୍ତା ମିଳୁନି। More

  • Sarbeswar
  • 3 years ago

ଏକା ସାଙ୍ଗରେ ଆତ୍ମହତ୍ୟା କଲେ ସ୍ୱାମୀ-ସ୍ତ୍ରୀ

ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଗୌରପୁର ପଞ୍ଚାୟତର ଜୁଗଳ ଗ୍ରାମରେ ଅଭାବନୀୟ ଘଟଣା। ସ୍ୱାମୀ ଓ ସ୍ତ୍ରୀ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି। ସ୍ତ୍ରୀ ଘର ଭିତରେ ଆତ୍ମହତ୍ୟା କରିଥିବା ବେଳେ ସ୍ୱାମୀ ଘର ବାହାରେ ଏକ ଗଛରେ ଆତ୍ମହତ୍ୟା କରିଛନ୍ତି। ସ୍ୱାମୀଙ୍କ ନାମ ସାନ୍ତନୁ ଜେନା ହୋଇଥିବା ବେଳେ ସ୍ତ୍ରୀଙ୍କ ନାମ ସବିତା ଜେନା ବୋଲି ଜଣାପଡ଼ିଛି। More

  • Rajalaxmi Sahoo
  • 3 years ago

ମୁଁ ତାଙ୍କୁ ଘୃଣା କରେ। ବହୁତ କଥା ଅଛି ପରେ କହିବି: ବିଦ୍ୟାଭାରତୀ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଚାଲି ଥିବାବେଳେ ଏବେ ବିଦ୍ୟାଭାରତୀଙ୍କ ଆଉ ଏକ ହାତଲେଖା ସାମ୍ନାକୁ ଆସିଛି। More

  • Rajalaxmi Sahoo
  • 3 years ago

ପୋଲିସ୍‌-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲ୍ଲା ଅନ୍ତର୍ଗତ ଚିନ୍ତଗୁମ୍ଫା ଅଞ୍ଚଳରେ ପୋଲିସ୍‌ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆସନ୍ତା ୨୮ରୁ ମାଓବାଦୀଙ୍କ ସହିଦ୍ ସପ୍ତାହ ଆରମ୍ଭ ହେବାକୁ ଥିବା ବେଳେ ପୋଲିସ ଓ ସିଆାରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍ ଜୋରଦାର କରାଯାଇଛି। ଚିନ୍ତାଗୁମ୍ଫା ଅଞ୍ଚଳରେ କମ୍ବିଂ ଅପରେସନ୍‌ ଚାଲୁ ଥିବାବେଳେ ମାଓବାଦୀଙ୍କ ସହ ପୋଲିସ ମୁହାଁମୁହିଁ ହୋଇଥିଲେ।  

  • Rajalaxmi Sahoo
  • 3 years ago

କାଲିଠୁ ଖୋଲିବ ସ୍କୁଲ୍

କରୋନା ଦ୍ୱିତୀୟ ଲହର ପାଇଁ ବନ୍ଦ ଥିବା ସ୍କୁଲ ଆସନ୍ତାକାଲିଠାରୁ ଖୋଲିବ। କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ସ୍କୁଲ ଆସିବେ। ଏଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ନୋଡାଲ୍ ଅଫିସରମାନେ ଜିଲ୍ଲା ଗସ୍ତ କରି ସ୍କୁଲ ଖୋଲିବା କାର୍ଯ୍ୟକ୍ରମର ଅନୁଧ୍ୟାନ କରଛନ୍ତି। ସେପଟେ ସ୍କୁଲ ଗୁଡ଼ିକୁ ସାନିଟାଇଜ୍‌ କରାଯାଇଛି। ଛାତ୍ରଛାତ୍ରୀମାନେ ସ୍କୁଲ ଆସିବାକୁ ନେଇ ପ୍ରଧାନଶିକ୍ଷକମାନେ ଅଭିଭାବକଙ୍କ ଅନୁମତି ମାଗିଛନ୍ତି। ଯେଉଁ ଅଭିଭାବକ ପିଲାଙ୍କୁ ଛାଡ଼ିବା ଲାଗି ସଙ୍କୋଚ କରୁଛନ୍ତି, ସେମାନଙ୍କ ପିଲାଙ୍କ ପାଇଁ ଅନଲାଇନ କ୍ଲାସ ବ୍ୟବସ୍ଥା କରାଯାଇଛି। ଆବଶ୍ୟକସ୍ଥଳେ ସ୍କୁଲ ଗୁଡ଼ିକୁ ସେକ୍ସନରେ ବିଭକ୍ତ କରି ପଢ଼ାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। 

  • Rajalaxmi Sahoo
  • 3 years ago

ଓଟିଭି ଡିଜିଟାଲ ପ୍ଲାଟଫର୍ମ ୟୁଟ୍ୟୁବ୍‌ରେ ୬୦ ଲକ୍ଷ ଛୁଇଁଲା ଦର୍ଶକଙ୍କ ସଂଖ୍ୟା

ପ୍ରଥମ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ୍ ଭାବେ ଓଟିଭି ଡିଜିଟାଲ ପ୍ଲାଟଫର୍ମର ୟୁଟ୍ୟୁବ୍‌ରେ ଦର୍ଶକଙ୍କ ସଂଖ୍ୟା ୬୦ ଲକ୍ଷ ଅତିକ୍ରମ କରିଛି। ରାଜ୍ୟର ୧ ନମ୍ବର ନ୍ୟୁଜ୍‌ ଚ୍ୟାନେଲ ଭାବେ ଓଟିଭି ନିଜ ସ୍ଥାନ ବଜାୟ ରଖିଥିବାବେଳେ ଏବେ ଡିଜିଟାଲ୍ ପ୍ଲାଟଫର୍ମରେ ମଧ୍ୟ ଦର୍ଶକଙ୍କ ଆଦୃତି ଲାଭ କରିଛି। ୟୁଟ୍ୟୁବ୍‌, ଫେସବୁକ୍, ଟ୍ୱିଟର ଓ ଇନଷ୍ଟାଗ୍ରାମରେ ଓଟିଭି ଦର୍ଶକଙ୍କ ପ୍ରିୟ ହୋଇପାରିଛି। ଏହାସହ ଡିଜିଟାଲ୍ ପ୍ଲାଟଫର୍ମରେ ଓଟିଭିର ସ୍ୱତନ୍ତ୍ର କଣ୍ଟେଣ୍ଟ ଦର୍ଶକଙ୍କ ପାଖରେ ପହଞ୍ଚି ପାରିଛି। ଓଟିଭିକୁ ଗ୍ରହଣ କରିଥିବାରୁ ଆମେ ଦର୍ଶକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛୁ। 

  • Rajalaxmi Sahoo
  • 3 years ago

ଅଟୋ ଏବଂ ଟ୍ରାକ୍ଟର ମଧ୍ୟରେ ଧକ୍କା: ୪ ଗୁରୁତର 

ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ଛକରେ ଅଟୋ ଏବଂ ଟ୍ରାକ୍ଟର ମଧ୍ୟରେ ଧକ୍କା ହୋଇଛି। ଏଥିରେ ୪ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ବ୍ରହ୍ମପୁର ଅଭିମୁଖେ ଗୋଟିଏ ମାଛ ବୋଝେଇ ଅଟୋରେ ମହିଳାମାନେ ମାଛ ବିକ୍ରି କରିବାକୁ ଯାଉଥିବା ବେଳେ ହଳଦିଆପଦର ନିକଟରେ ଅଟୋ ଏବଂ ଟ୍ରାକ୍ଟର ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୪ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ପୋଲିସ୍‌ ତଦନ୍ତ କରୁଛି। 

  • Rajalaxmi Sahoo
  • 3 years ago

ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। More

  • Sarbeswar
  • 3 years ago

୨୪ ଘଣ୍ଟାରେ ରାଜ୍ୟରୁ ୧୮୩୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ: ସେପଟେ, ପୁଣି ୬୭ ଜଣଙ୍କ ଜୀବନ ନେଲା ମହାମାରୀ

ଏହାସହ ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୫୧୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। More

  • Rajalaxmi Sahoo
  • 3 years ago

ଇଲେକ୍ଟ୍ରୋନିକ୍ସ ଆବର୍ଜନା ଘର ଘର ବୁଲି ସଂଗ୍ରହ କରାଯିବ

ରାଜଧାନୀ ଭୁବନେଶ୍ୱରରୁ ସମ୍ପୂର୍ଣ୍ଣ ଭାବେ ଇଲେକ୍ଟ୍ରୋନିକ୍ସ ଆବର୍ଜନା ବା E-Waste ସଫା ପାଇଁ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟକ୍ରମ ହାତକୁ ନେଇଛି। ପ୍ରତି ଶନିବାର ସାରା ଭୁବନେଶ୍ୱରର ୨୬ଟି ଓ୍ୱାର୍ଡରୁ ଇଲେକ୍ଟ୍ରୋନିକ୍ସ ଆବର୍ଜନା ଘର ଘର ବୁଲି ସଂଗ୍ରହ କରାଯିବ। ଘରେ ଥିବା ଅବ୍ୟବହୃତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ଏଣେ ତେଣେ ବାହାରେ ନ ଫୋପାଡିବାକୁ ଲୋକଙ୍କୁ ବିଏମ୍‌ସି ପକ୍ଷରୁ ନିବେଦନ କରାଯାଇଛି। ପରବର୍ତ୍ତୀ ସମୟରେ ବିଏମସି ପକ୍ଷରୁ ସେଗୁଡ଼ିକୁ ପରିବେଶ ନିୟନ୍ତ୍ରଣ ବୋର୍ଡ଼ର ନିର୍ଦ୍ଦେଶକ୍ରମେ ବିଭିନ୍ନ ସଂସ୍ଥାକୁ ହସ୍ତାନ୍ତର କରି ସଦୁପଯୋଗ କରାଯିବ ବୋଲି BMC ଡେପୁଟି କମିଶନର କହିଛନ୍ତି। 

  • Rajalaxmi Sahoo
  • 3 years ago

ACF ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ପଛରେ ପୁଣି ସସ୍‌ପେନ୍ସ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ପଛରେ ପୁଣି ସସ୍‌ପେନ୍ସ। ଏହି ଘଟଣାରେ ନା ଡିଏଫ୍ଓ ନା ରୋଷେୟା ନା ଓ‌ଆଇସି କାହାର ବି ଭୂମିକା ନାହିଁ ବୋଲି ଗଜପତି ଏସ୍‌ପି କହିଛନ୍ତି।  More

  • Rajalaxmi Sahoo
  • 3 years ago

ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ ୧୪୪ ଧାରା ଲାଗୁ

ଏନ୍‌କାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ ୧୪୪ ଧାରା ଲାଗୁ ହୋଇଛି। ହାଇଦରର ମୃତ୍ୟ ପରେ ନିରାପତ୍ତାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ସହରରେ ଜିଲ୍ଲାପାଳ ୧୪୪ ଧାରା ଜାରି କରିଛନ୍ତି।  More

  • Chandan Shishu
  • 3 years ago

ଅଶ୍ଲୀଳ ନୁହେଁ, ଉତ୍ତେଜକ କଣ୍ଟେଣ୍ଟ ଥିଲା: ଶିଳ୍ପା

ରାଜଙ୍କ ବିରୋଧରେ ଆସିଥିବା ପର୍ଣ୍ଣ ଫିଲ୍ମ ନିର୍ମାଣ, ପ୍ରସାରଣ ଅଭିଯୋଗ ରାକେଟ୍ ବିଷୟରେ ଶିଳ୍ପା ଅବଗତ ଥିଲେ କି ନାହିଁ, ସେ ସମ୍ପର୍କରେ ତାଙ୍କୁ ଜେରା କରାଯାଇଥିବା ସୂଚନା ମିଳିଛି। ଏପଟେ ଶିଳ୍ପା ରାଜଙ୍କ ଭିଆନ ଇଣ୍ଡଷ୍ଟ୍ରିଜ୍ ନିର୍ଦ୍ଦେଶକ ପଦରୁ କାହିଁକି ଇସ୍ତଫା ଦେଇଥିଲେ ତାର ବି ଯାଞ୍ଚ୍ କରୁଛି। More

  • Chandan Shishu
  • 3 years ago

ରିକ୍ସା ଚାଳକରୁ ଟପ୍ ଗ୍ୟାଙ୍ଗଷ୍ଟର 'ହାଇଦର୍'

୨୦୦୫ରେ ଗ୍ୟାଙ୍ଗଷ୍ଟର ସୁଲେମାନର ଭାଇ ଚୁନାକୁ ହତ୍ୟା କରି ଚର୍ଚ୍ଚାକୁ ଆସିଥିଲା ହାଇଦର। ସେହିବର୍ଷ ତାକୁ ନାଗପୁରରୁ ଗିରଫ କରିଥିଲା ପୋଲିସ। ଏହି ମାମଲାରେ ସେ ଆଜୀବନ ସଜ୍ଜା ପାଇଥିଲା। ହେଲେ ଜେଲରେ ରହି ବି ସବୁ ପ୍ରକାର ଅପରାଧ ଚଳାଇବାରେ ସଫଳ ହେଉଥିଲା ହାଇଦର। More

  • Chandan Shishu
  • 3 years ago

ମୋ ସ୍ୱାମୀକୁ ଉଠାଇ ନେଇ ମାରିଦେଲେ: ହାଇଦର୍‌ର ସ୍ତ୍ରୀ

ପୋଲିସର ଓ୍ୱାର୍ଣ୍ଣିଂ ନମାନି ଖସି ଯିବାକୁ ଚେଷ୍ଟା କରିବାରୁ ହାଇଦରକୁ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ। ଗୁଳି ସିଧା ଯାଇ ହାଇଦରର ପେଟରେ ବାଜିଥିଲା। ହାଇଦରକୁ ଗୋଟିଏ ହିଁ ଗୁଳି କରାଯାଇଥିଲା ବୋଲି କହିଛନ୍ତି ପୋଲିସ କମିଶନର। More

  • Chandan Shishu
  • 3 years ago

ଓଡିଶାର କେଉଁ ଜିଲ୍ଲାରେ ସୃଷ୍ଟି ହୋଇଛି ସର୍ବାଧିକ ଆଣ୍ଟିବଡି ?

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଜାତୀୟ ହାର ତୁଳନାରେ ଆମ ରାଜ୍ୟରେ ସର୍ଭେ ରିପୋର୍ଟ ଭଲ ଅଛି। ବୟସ୍କ ଲୋକଙ୍କ ଶରୀରରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଛି। ଏବେ ରାଜ୍ୟର ସଂକ୍ରମଣ ହାର ୨ ଦଶମିକ ୪ ଥିଲେ ମଧ୍ୟ ଆମେ ବେଶି ଖୁସି ହେବା ଉଚିତ ନୁହେଁ।  More

  • Chandan Shishu
  • 3 years ago

ପୋଲିସ୍‌ ଗୁଳିରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ମୃତ

ପରିସ୍ରା ଯିବା ବାହାନାରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହାସହ ସେ ପୋଲିସ୍ ପାଖରେ ଥିବା ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା। ଏହାପରେ ଜଣେ କନେଷ୍ଟେବଳ ତା ଉପରକୁ ଫାୟାରିଂ କରିଥିଲେ। More