• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 19 July 2021

  • Chandan Shishu
  • 3 years ago

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ଗିରଫ

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ୍ କୁନ୍ଦ୍ରା ଗିରଫ। ପର୍ଣ୍ଣୋଗ୍ରାଫି ମାମଲାରେ ତାଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ। ୨୦୨୧ ଫେବ୍ରୁଆରୀ ମାସରେ ଅଶ୍ଳୀଳ ଫିଲ୍ମ ତିଆରି କରି ତାକୁ କିଛି ଆପ୍‌ରେ ଛାଡ଼ିଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ହୋଇଥିଲା। ଏହି ମାମଲାରେ ସେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କହି ତାଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି। ସେହିଭଳି ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମଧ୍ୟ ରହିଛି ଏବଂ ମାମଲାରେ ଏବେ ତଦନ୍ତ ଜାରି ରହିଥିବା ଥିବା କହିଛି କ୍ରାଇମବ୍ରାଞ୍ଚ୍।  

  • Chandan Shishu
  • 3 years ago

୨ ନାବାଳକଙ୍କୁ ୨୦ ବର୍ଷ ଲେଖାଏଁ ଜେଲଦଣ୍ଡ

୨୦୧୭ରେ ଶରଣକୂଳ ଥାନା ଅଞ୍ଚଳରେ ଗଣଦୁଷ୍କର୍ମ ଘଟିଥିଲା। ଏହାର ଏକ ଭିଡ଼ିଓ ଭାଇରାଲ୍ ହେବା ପରେ ପରିବାର ଲୋକେ ଏପ୍ରିଲ ୨ରେ ଶରଣକୂଳଥାନାରେ ଏତଲା ଦେଇଥିଲେ। More

  • Satyendu Shekher Mishra
  • 3 years ago

ଉତ୍କଟ ଦାରିଦ୍ର୍ୟ ଭିତରେ ବଳି ପଡୁଛି ସୁନ୍ଦର ଶୈଶବ, ନିଜ ଭବିଷ୍ୟତ ପାଇଁ ନିଜେ କରୁଛନ୍ତି ସଂଘର୍ଷ

ଉତ୍କଟ ଦାରିଦ୍ର୍ୟ ଭିତରେ ବଳି ପଡୁଛି ସୁନ୍ଦର ଶୈଶବ । ପାଠ ପଢ଼ି ଆଗକୁ ବଢ଼ିବାର ସ୍ୱପ୍ନ ଓ ଅଭିଳାସ ଭିତରେ ପଛକୁ ଗୋଡ଼ ଟାଣୁଛି ଆର୍ଥିକ ଅନଟନ । More

  • Chandan Shishu
  • 3 years ago

ସବୁ କହିଦେଲେ ସୌମ୍ୟଙ୍କ ମା': ବିଦ୍ୟାଭାରତୀ ଓ ଅବିବାହିତ ଡିଏଫ୍‌ଓ ମଧ୍ୟରେ କଣ ଥିଲା ସମ୍ପର୍କ?

ପୂଅ-ବୋହୂଙ୍କ ମଧ୍ୟରେ ପତି-ପତ୍ନୀଙ୍କ ଭଳି ସମ୍ପର୍କ ନଥିଲା। ଏପରିକି ବିବାହ ପରେ ବର୍ଷେ ଯାଏଁ କୌଣସି ଶାରିରୀକ ସମ୍ପର୍କ ନରଖିବାକୁ ବି କୁଆଡ଼େ ଚୁକ୍ତି ହୋଇଥିଲା। More

  • Satyendu Shekher Mishra
  • 3 years ago

୩୦୦ ମୋ ସାଇକେଲ୍ ଗାଏବ୍, ହେକ୍ସି କମ୍ପାନୀ ନାଁରେ FIR କଲା BMC

ବିଏମ୍‌ସିରୁ ଗାଏବ୍ ମୋ ସାଇକେଲ୍ । ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୩୦୦ ମୋ ସାଇକେଲ୍‌ର ମିଳୁନି ପତ୍ତା । ଯାହାକୁ ସ୍ୱୀକାର କରିଛନ୍ତି ଖୋଦ୍ ବିଏମ୍‌ସି କମିଶନର ସଞ୍ଜୟ ସିଂ । More

  • Chandan Shishu
  • 3 years ago

ଶ୍ରୀଜିଉଙ୍କୁ ବାହୁଡ଼ାଇ ନେବାକୁ ଗୁଣ୍ଡିଚା ମନ୍ଦିର ଆଗରେ ଅପେକ୍ଷାରତ ତିନି ରଥ

ରଥଯାତ୍ରାରେ ଶ୍ରୀକ୍ଷେତ୍ରକୁ ବାହାର ଲୋକଙ୍କ ପ୍ରବେଶ ଓ ଶରଧାବାଲିରେ ରଥ ଥିବାବେଳେ ବାହାର ଭକ୍ତଙ୍କ ରଥ ଦର୍ଶନ ଘଟଣା ପରେ ବାହୁଡ଼ା ପାଇଁ ଅଧିକ କଡ଼ା ହୋଇଛି ପୁରୀ ପୋଲିସ୍। ଏମିତିକି ବିନା ଭକ୍ତରେ ବାହୁଡାଯାତ୍ରା ଓ ସୁନାବେଶକୁ ସମ୍ପନ୍ନ କରିବା ପାଇଁ ଚ୍ୟାଲେଞ୍ଜ ମୋଡକୁ ଆସିଛି ପୋଲିସ୍। More

  • Chandan Shishu
  • 3 years ago

ପିସି ନେବା ଘଟଣାରେ ୨ କନିଷ୍ଠ ଯନ୍ତ୍ରୀ ସସପେଣ୍ଡ୍

ପିସି ନେବା ଘଟଣାରେ ୨ କନିଷ୍ଠ ଯନ୍ତ୍ରୀ ସସପେଣ୍ଡ୍। ସିନାପାଲି ବ୍ଲକ JE ଉପେନ୍ଦ୍ର ତିହାଡ଼ି ଓ ନାରାୟଣ ସାହୁଙ୍କୁ ସସପେଣ୍ଡ୍ କରାଯାଇଛି। ୨ କନିଷ୍ଠ ଯନ୍ତ୍ରୀ ସସପେଣ୍ଡ୍ ନେଇ ପିଡି ଡିଆରଡିଏ ସୂଚନା ଦେଇଛନ୍ତି। ପିସି କାରବାର ନେଇ ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବିଲ୍ ପାସ୍ ପାଇଁ ଟଙ୍କା ନେବା ଭିଡିଓ, ଅଡିଓ ଭାଇରାଲ ହୋଇଥିଲା।

  • Chandan Shishu
  • 3 years ago

ଅଗଷ୍ଟ ୨୭ ତାରିଖରେ ଓଏଏସ୍ ପ୍ରିଲିମ୍ ପରୀକ୍ଷା

ରାଜ୍ୟରେ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ସମ୍ବଲପୁର ଆଦି ୫ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରଥମ ପେପରରେ ୧୦୦ ଅବଜେକ୍ଟିଭ୍ ପ୍ରଶ୍ନ ସହ ମଲ୍ଟିପଲ୍ ଚଏସ୍ ଉତ୍ତର ରହିବ। ସେହିପରି ୨ୟ ପେପର ୮୦ ମାର୍କର ପ୍ରଶ୍ନ ରହିଛି। More

  • Chandan Shishu
  • 3 years ago

କ୍ରାଇମବ୍ରାଞ୍ଚ ତଦନ୍ତ କଲେ ସତ ପଦାକୁ ଆସିବ: ମୃତ ସୌମ୍ୟଙ୍କ ବାପା

ଡିଜିଙ୍କୁ ଭେଟିବା ପରେ ଭୁବନେଶ୍ୱର ଆସି ଅଭିରାମ ମହାପାତ୍ର ପିସିସିଏଫ୍‌ଙ୍କୁ ଭେଟିଛନ୍ତି ଏବଂ ପୁଅର ମୃତ୍ୟୁ ପାଇଁ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଦାୟୀ କରି ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। More

  • Rajalaxmi Sahoo
  • 3 years ago

ଦାଦନ ଶ୍ରମିକଙ୍କ ପାପୁଲି କଟା ଘଟଣାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ

୨୦୧୩ କଳାହାଣ୍ଡି ଦାଦନ ଶ୍ରମିକଙ୍କ ପାପୁଲି କଟା ଘଟଣାରେ ଅଭିଯୁକ୍ତ ପର୍ଶୁରାମ ନାଏକକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ।  ଏହି ଦଣ୍ଡ ଦେଇଛନ୍ତି ଧର୍ମଗଡ଼ ADJ। ୨୦୧୬ରେ ମାମଲାର ଅନ୍ୟ ୮ ଦୋଷୀ ସାବ୍ୟସ୍ତଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା। କଳାହାଣ୍ଡି-ବଲାଙ୍ଗିର ସୀମାର ଏକ ଜଙ୍ଗଲରେ ୨୦୧୩ରେ ଏହି ଲୋମଟାଙ୍କୁରା ଘଟଣା ଘଟିଥିଲା। ଦୁଇ ଜଣ ଦାଦନ ଶ୍ରମିକଙ୍କୁ ଅକଥନୀୟ ନିର୍ଯାତନା ପରେ ସେମାନଙ୍କର ହାତ ପାପୁଲି ଅଭିଯୁକ୍ତମାନେ କାଟି ଦେଇଥିଲେ।

  • Rajalaxmi Sahoo
  • 3 years ago

‘ସଂକ୍ରମଣର ଗ୍ରାଫ୍ ତଳମୁହାଁ ହୋଇଛି’

ରାଜ୍ୟରେ କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା- ସଂକ୍ରମଣର ଗ୍ରାଫ୍ ତଳମୁହାଁ ହୋଇଛି। ଆକଳନ ଅନୁସାରେ ସଂଖ୍ୟା କମୁଛି। କିଛି ଜିଲ୍ଲାରେ ସଂକ୍ରମଣ ପ୍ଲାଟୋ ଷ୍ଟେଜ୍‌ରେ ରହୁଛି, ଆତଙ୍କିତ ହୁଅନ୍ତୁନି। ୩ୟ ଲହର ପାଇଁ ପ୍ରସ୍ତୁତ। ଟେଷ୍ଟିଂ, ଟ୍ରାକିଂ, ଟ୍ରେସିଂ ଓ ଟିକାକୁ ଗୁରୁତ୍ୱ ଦେଉଛୁ।

  • Rajalaxmi Sahoo
  • 3 years ago

କ୍ୟାଡର ମାଓବାଦୀ ଅଟକ

ବଲାଙ୍ଗିର: ବୌଦ୍ଧ-କନ୍ଧମାଳ ସୀମାନ୍ତ ଗୁଡଭେଲାରୁ KKBNର ଜଣେ କ୍ୟାଡର ମାଓବାଦୀକୁ ଅଟକ କଲା ପୋଲିସ୍, ଖପ୍ରାଖୋଲ ଯାଉଥିବା ବେଳେ ପୋଲିସ ଅଟକ ରଖିଥିବା ସୂଚନା; କ୍ୟାଡର ମାଓବାଦୀ ସହ ତାର ଜଣେ ସହଯୋଗୀ ମଧ୍ୟ ଅଟକ।

  • Rajalaxmi Sahoo
  • 3 years ago

ନୟାଗଡ଼ ପଠାଣି ସାମନ୍ତ ସ୍କୁଲ ଅଫ ନର୍ସିଂରେ ଉତ୍ତେଜନା

ନୟାଗଡ଼ ପଠାଣି ସାମନ୍ତ ସ୍କୁଲ ଅଫ ନର୍ସିଂରେ ଉତ୍ତେଜନା। ପରିଚାଳନା କମିଟିର ଆଭ୍ୟନ୍ତରୀଣ ବିବାଦରୁ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଏନେଇ ନୟାଗଡ଼ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ସ୍କୁଲର ପ୍ରତିଷ୍ଠାତାଙ୍କ ମୃତ୍ୟୁ ପରେ ଚେୟାରମ୍ୟାନ ପୁରୁଣା ମ୍ୟାନେଜମେଣ୍ଟକୁ ଭାଙ୍ଗି ନୂଆ ମ୍ୟାନେଜମେଣ୍ଟ ଗଠନ କରିଛନ୍ତି। ତେବେ ନୂଆ ମ୍ୟାନେଜମେଣ୍ଟ କଲେଜକୁ ସଠିକ୍ ଭାବେ ପରିଚାଳନା କରୁନଥିବାରୁ ପିଲାମାନେ କ୍ଲାସ୍ କରିପାରୁନଥିବା ଅଭିଯୋଗ ହୋଇଛି। ଏଥିସହ ଛାତ୍ରଛାତ୍ରୀଙ୍କ ଅରିଜିନାଲ ସାର୍ଟିଫିକେଟ କର୍ତ୍ତୃପକ୍ଷ ଫେରାଉନଥିବା ଅଭିଯୋଗ ହୋଇଛି। ତେବେ ଏନେଇ ତଦନ୍ତ ଚାଲିଥିବା ଟାଉନ ଥାନା ଆଇଆଇସି କହିଛନ୍ତି। 

  • Rajalaxmi Sahoo
  • 3 years ago

ଘର ଭିତରୁ ମା’, ପୁଅର ମୃତଦେହ ଉଦ୍ଧାର

ଘର ଭିତରୁ ମା’, ପୁଅର ମୃତଦେହ ଉଦ୍ଧାର। ଏଭଳି  ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଇଟାମାଟି ଥାନା ଶଙ୍ଖେଇ ଗାଁରେ। ଗାଁର ମିଲ୍ଲି ସାହୁ ଏବଂ ତାଙ୍କର ୩ ବର୍ଷର ପୁଅର ମୃତଦେହ ଘରେ ପଡିଥିବା ଦେଖିବାକୁ ମିଳିଛି। ତେବେ କେଉଁ କାରଣରୁ ସେମାନଙ୍କର ମୃତ୍ୟୁ ହୋଇଛି ସେନେଇ ସଠିକ ତଥ୍ୟ ମିଳିପାରି ନାହିଁ।  ଖବର ପାଇ ଇଟାମାଟି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପ୍ରାଥମିକ ତଦନ୍ତ ପରେ ଯାଇ ପ୍ରକୃତ ସତ୍ୟ ଜଣା ପଡିବ ବୋଲି କୁହାଯାଉଛି।

  • Rajalaxmi Sahoo
  • 3 years ago

ମୋ ସାଇକେଲ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

ମୋ ସାଇକେଲ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି। ଗୋଟିଏ ସାଇକେଲକୁ ୨୫ ହଜାର ଟଙ୍କାରେ କିଣାଯାଇଥିବା ବେଳେ ଏବେ ସାଇକେଲ ଗୁଡ଼ିକ ଖତ ଖାଉଛି। ୨୫ ହଜାରର ସାଇକେଲକୁ ୫ଶହ ଟଙ୍କାରେ ବିକ୍ରି କରାଯାଉଥିବା ବିଜେପି ଅଭିଯୋଗ କରିଛି।  ଏହାକୁ ନେଇ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।  ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ ସହ ମୋ ସାଇକେଲର କୋକେଇ ରାଲି କରାଯାଇଛି। ରାଜ୍ୟ ସରକାର ମୋ ସାଇକେଲ୍ ହରିଲୁଟ୍ କରିଥିବା ବିଜେପି ଅଭିଯୋଗ କରିଛି।  ସେପଟେ ବିଜେପିର ଏହି ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। 

  • Rajalaxmi Sahoo
  • 3 years ago

ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ବୋହୂ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୌମ୍ୟଙ୍କ ବାପା, ମା’

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି। More

  • Prangyan Parimita
  • 3 years ago

ରାଜ୍ୟରେ ପ୍ରଥମ ଗ୍ରାସଆର୍ଟ ପାର୍କ : ଅଦରକାରୀ ଲୁହା ଓ କୃତ୍ରିମ ସବୁଜ ଘାସରେ ତିଆରି ହୋଇଛି ଆକର୍ଷଣୀୟ କଳାକୃତି

କେବଳ ଗ୍ରାସଆର୍ଟ ପାର୍କ ନୁହେଁ, ପୂର୍ବରୁ ଆଇଟିଆଇଟି ପରିସରରେ ଲାଗିଛି ବିରାଟ ବିରାଟ ଲୁହାର କଳାକୃତି ସ୍କ୍ରାପ୍ More

  • Prangyan Parimita
  • 3 years ago

ଚର୍ଚ୍ଚାରେ ସରସ୍ୱତୀ ଚାନ୍ଦ : ଖେଳକୁଦରେ ରୁଚି ରଖୁଥିବା ପିଲାଙ୍କୁ ମାଗଣାରେ ଦେଉଛନ୍ତି ତାଲିମ

ଖେଳକୁଦ ପ୍ରତି ରୁଚି ରଖୁଥିବା ପିଲାମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଇ ଭଲ ଆଥଲେଟ୍ ଭାବେ ଗଢିବାକୁ ପ୍ରୟାସ । ଏଭଳି ନିଆରା ଉଦ୍ୟମ କରୁଛନ୍ତି ଅନ୍ତର୍ଜାତୀୟ ସ୍ତରର ଆଥଲେଟ୍ ତଥା ସ୍ପ୍ରିଂଟ କୁଇନ ଦୂତି ଚାନ୍ଦଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ More

  • Rajalaxmi Sahoo
  • 3 years ago

‘ପୁଅ ସହ ବୋହୂର ସମ୍ପର୍କ ନଥିଲା, ବର୍ଷକ ପାଇଁ ଏଗ୍ରିମେଣ୍ଟ୍‌ ହୋଇଥିଲା’

ସୌମ୍ୟଙ୍କ ମା’ କହିଛନ୍ତି, ‘ବୋହୂର ଖରାପ ଚରିତ୍ର। ମୋ ପୁଅ ସହ ତା’ର ସମ୍ପର୍କ ନଥିଲା। ବର୍ଷକ ପର୍ଯ୍ୟନ୍ତ କୌଣସି ସମ୍ପର୍କ ରହିବ ନାହିଁ ବୋଲି ବାହାଘର ପରେ ଉଭୟଙ୍କ ଏଗ୍ରିମେଣ୍ଟ ହୋଇଥିଲା। More

  • Prangyan Parimita
  • 3 years ago

ରାଜଧାନୀରେ ଗଡ଼ିଲା ମୋ ବସ୍ : ଛିଡ଼ା ହୋଇ ଯାଇ ପାରିବେନି ଯାତ୍ରୀ

ପ୍ରାଥମିକ ପର୍ଯ୍ୟାୟରେ ୮୭ଟି ବସ ଚାଲିବ । ସୋମବାରରୁ ଶୁକ୍ରବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୋ ବସ ଚାଲୁ ରହିବ । More

  • Prangyan Parimita
  • 3 years ago

ସ୍ୱପ୍ନ ଆଗରେ ବାଧକ ସାଜୁଛି ଅର୍ଥ : ପାଠ ପଢ଼ିବା ପାଇଁ ପର ଘରେ ମୂଲ ଲାଗୁଛି ମେଧାବୀ ରାଣୀ

ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକ ସଙ୍ଗମ ଗାଁର ରାଣୀ ହେମ୍ବ୍ରମ । ଅଭାବ ଅନଟନ ଭିତରେ ହଜି ଯାଇଛି ମାଟ୍ରିକ ସଫଳତାର ଖୁସି । ରାତି ପାହିଲେ ଘାରୁଛି ପେଟ ଚିନ୍ତା । More

  • Rajalaxmi Sahoo
  • 3 years ago

ନରକଙ୍କାଳକୁ ନେଇ ହଇଚଇ

ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ପାଟମୁଣ୍ଡା ପଞ୍ଚାୟତର ମୁଣ୍ଡାବସ୍ତିରେ ମିଳିଥିବା ନରକଙ୍କାଳକୁ ନେଇ ହଇଚଇ। ଏକ ଶୌଚାଳୟର ସେଫ୍ଟି ଟାଙ୍କିରୁ ମିଳିଛି ଏହି ନରକଙ୍କାଳ। ତେବେ ନରକଙ୍କାଳଟି ଜଣେ ମହିଳାଙ୍କର ବୋଲି ଅନୁମାନ କରାଯାଉଥିଲେ ବି ଏଯାଏ ପରିଚୟ ମିଳିପାରି ନାହିଁ। ଏପରିକି ଏହା କେଉଁଠୁ ଆସିଲା ? କେମିତି ଆସିଲା ? ତାକୁ ନେଇ ତନାଘନା ଜାରି ରହିଛି। ଆଶଙ୍କା କରାଯାଉଛି, ଜଣେ ମହିଳାଙ୍କୁ କିଏ ହତ୍ୟା କରି ଏଠାରେ ପକାଇ ଦେଇଥାଇପାରନ୍ତି। କୋଇଡା ପୋଲିସ ଏହି କଙ୍କାଳକୁ ଜବତ କରି ତଦନ୍ତ ଜାରି ରଖିଛି।

  • Rajalaxmi Sahoo
  • 3 years ago

ଢାବା ନିକଟରୁ ୫ ବର୍ଷର ନାବାଳିକାକୁ ଉଦ୍ଧାର

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅନ୍ତର୍ଗତ କନ୍ତରକୋଇଡ଼ା ଗାଁ ଢାବା ନିକଟରୁ ଜଣେ ୫ ବର୍ଷର ନାବାଳିକାକୁ ଉଦ୍ଧାର କରାଯାଇଛି।ସ୍ୱେଚ୍ଛାସେବୀମାନେ ଏହି ନାବାଳିକାକୁ ଉଦ୍ଧାର କରିଛନ୍ତି। ଗତାକାଲି ରାତି ୧୧ଟା ବେଳେ ନାବାଳିକାଟି ଏକୁଟିଆ ବୁଲୁଥିବା ବେଳେ ସ୍ୱେଚ୍ଛାସେବୀମାନେ ଉଦ୍ଧାର କରିଥିଲେ। ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ବେଳେ ତା’ ଗାଲରେ ମାଡ଼ ଚିହ୍ନ ରହିଛି। ଉଦ୍ଧାର ନାବାଳିକାକୁ ପୋଲିସକୁ ହସ୍ତାନ୍ତର କରାଯିବ ବୋଲି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କୁହାଯାଇଛି। 

  • Rajalaxmi Sahoo
  • 3 years ago

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ୨ ମୃତ, ୨ ଗୁରୁତର

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଜିଲ୍ଲା ମୁଖ୍ୟ ‌ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ବରଗଡ ସହର ପଥର୍ଲା ନିକଟ ଏନ୍ଏଚ୍‌ରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା।ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକ ଦ୍ୱୟ ହେଲେ ସୁବର୍ଣ୍ଣପୁର ବିନିକାର ଜ୍ୟୋତିରଞ୍ଜନ ସାହୁ ଓ ସୋହେଲା ତୁସୁରା ଗାଁର ହେମାନନ୍ଦ ପ୍ରଧାନ।  

  • Rajalaxmi Sahoo
  • 3 years ago

ଟ୍ରେନ୍ ବଗି ଭଳି ହୋଟେଲ୍‌: ଫାଷ୍ଟ୍‌ କ୍ଲାସ୍‌ AC ସୁବିଧା ସହ ମିଳୁଛି ସୁସ୍ୱାଦୁ ଖାଦ୍ୟ

ରାଉରକେଲାରେ ହୋଇଛି ଏକ ସୁନ୍ଦର ହୋଟେଲ। ଯାହାକି ଟ୍ରେନ୍‌ର ଏସି ବଗି ଭଳି ଦେଖାଯାଉଛି। ଏହାସହ ରହିବା ଓ ଖାଇବା ସୁବିଧା ମଧ୍ୟ ମିଳୁଛି।ଦୁଇଟି ଫ୍ଳୋରରେ ଚାଲିଛି ଏହି ହୋଟେଲ। More

  • Prangyan Parimita
  • 3 years ago

ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ୧୬୪୮ ପଜିଟିଭ୍ ଚିହ୍ନଟ, ଆଉ ୫୮ ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ଖସୁଛି ସଂକ୍ରମଣ । ଲଗାତାର ଚାରିଦିନ କରୋନା ସଂକ୍ରମଣ ବଢ଼ିବା ପରେ ଆଜି ତଳମୁହାଁ ହୋଇଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ୧୬୪୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି More

  • Rajalaxmi Sahoo
  • 3 years ago

ଲାଲ୍ ଶିବିର ପ୍ରତି ଓଡ଼ିଆ କ୍ୟାଡର୍ ମାଓବାଦୀଙ୍କର ମୋହଭଙ୍ଗ ହେଉଛି କି ?

ଲାଲ୍ ଶିବିର ପ୍ରତି ଓଡ଼ିଆ କ୍ୟାଡର୍ ମାଓବାଦୀଙ୍କର ମୋହଭଙ୍ଗ ହେଉଛି କି ? କାରଣ ଗୋଟିଏ ଦିନରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ୩ ଜଣ ଓଡ଼ିଆ କ୍ୟାଡର୍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। More

  • Prangyan Parimita
  • 3 years ago

ସ୍ୱାଭାବିକରୁ ଅଧିକ ବର୍ଷା ପୂର୍ବାନୁମାନ ସତ୍ତ୍ୱେ ମୌସୁମୀର ଲୁଚକାଳି ଖେଳ : ରାଜ୍ୟର ୧୯ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ

ମୌସୁମୀ ଦୁର୍ବଳ, ବର୍ଷା ଅଭାବରୁ ଚାଷୀ କଲବଲ । କେଉଁଠି ପାଣି ଅଭାବରୁ ଚାଷ ଜମି ଫାଟି ଆଁ କଲାଣି, ତ କେଉଁଠି ଧାନ ତଳି ଜଳିଗଲାଣି । ଭଦ୍ର ଜିଲ୍ଲା ବାସୁଦେବପୁର ଅଞ୍ଚଳର ଆକାଶରେ ମେଘ ମାଳ ମାଳ ,ହେଲେ ବର୍ଷା ଅଭାବରୁ ଜମି ଏକଦମ୍ ଶୁଖିଲା More

  • Prangyan Parimita
  • 3 years ago

ଅଢ଼େଇ ମାସର ବିରତି ପରେ ଆଜିଠୁ ସାରା ରାଜ୍ୟରେ ଗଡ଼ିବ ବସ୍

ଅଢ଼େଇ ମାସର ବିରତି ପରେ ଆଜିଠୁ ରାଜ୍ୟବ୍ୟାପୀ ଗଡ଼ିବ ବସ୍ । ଦାବି ପୂରଣ ଲାଗି ସରକାରଙ୍କ ପ୍ରତିଶ୍ରୁତି ପରେ ଘରୋଇ ବସ୍ ମାଲିକ ସଂଘ ଚଳାଚଳ ପାଇଁ ନିଷ୍ପତ୍ତି ନେଇଥିଲା More

  • Chandan Shishu
  • 3 years ago

ସୁରକ୍ଷା ବଳୟ ଭିତରେ ଖୋଲିବ ସ୍କୁଲ୍

ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ସହ  ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ସହ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରସ୍ତୁତ ଏସ୍ଓପି କଡ଼ାକଡ଼ି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି। More

  • Chandan Shishu
  • 3 years ago

କରୋନା ଲକ୍ଷଣକୁ ଲୁଚାଅନି, ଲୁକ୍କାୟିତ କେସ୍ ଯୋଗୁଁ ବଢିପାରେ ସଂକ୍ରମଣ !

ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, କରୋନା ପିକ୍ ସମୟରେ ଅନେକ ଲୋକ ଲକ୍ଷଣ ଥାଇ ବି ପରୀକ୍ଷା କରାଇବାକୁ ଆସିନଥିଲେ। ନିଜେ ନିଜେ ଔଷଧ କିଣି ସେବନ କରୁଥିଲେ ଯାହାଦ୍ୱାରା ପ୍ରକୃତ ପଜିଟିଭ୍ କେସ୍ ସଂଖ୍ୟା ଜଣା ପଡୁନଥିଲା। More

  • Chandan Shishu
  • 3 years ago

ଓଡ଼ିଆ ‌ଅଲମ୍ପିଆନ୍‌ଙ୍କ ଲାଗି ପୁରସ୍କାର ଘୋଷଣା

ଓଡ଼ିଶାରୁ ୬ ଜଣ ଆଥଲେଟ୍ ଟୋକିଓ ଅଲିମ୍ପିକରେ ଭାଗ ନେଇଛନ୍ତି। ସ୍ୱର୍ଣ୍ଣ ବିଜେତା, ରୌପ୍ୟ ବିଜେତା ଏବଂ ବ୍ରୋଞ୍ଜ ଜିତିଲେ କେତେ ଟଙ୍କାର ପୁରସ୍କାର ମିଳିବ ଘୋଷଣା କଲା ଆସୋସିଏସନ  More

  • Prangyan Parimita
  • 3 years ago

ଚିନ୍ତା ବଢ଼ାଉଛି ହିଡେନ୍ କେସ : କରୋନା ଲକ୍ଷଣ ଥିଲେ ବି ଟେଷ୍ଟ କରିବାକୁ ଆସୁନାହାନ୍ତି ଲୋକେ

କରୋନା ଲକ୍ଷଣ ଥିଲେ ବି ଟେଷ୍ଟ କରିବାକୁ ଆସୁନାହାନ୍ତି ଲୋକେ । ତେଣୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହୋଇପାରୁନାହିଁ । ଅନେକ ହିଡେନ୍ କେସ ରହୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । More

  • Prangyan Parimita
  • 3 years ago

କରୋନା ଭୟ : ମାଲକାନଗିରିରେ ୨ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

SPଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଥିବା ୨ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର More