• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 29 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 3 years ago

ପୁଣି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗାଡ଼ିକୁ ଅଣ୍ଡାମାଡ଼

କଳାହାଣ୍ଡି କେସିଙ୍ଗାରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଅଣ୍ଡାମାଡ଼ କରାଯାଇଛି । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଣ୍ଡାମାଡ଼ କରାଯାଇଛି । More
  • Satyendu Shekher Mishra
  • 3 years ago

IPS ସ୍ତରରେ ଅଦଳବଦଳ, ଏସ୍.ସୁଶ୍ରୀ ଭୁବନେଶ୍ୱରର ନୂଆ ଟ୍ରାଫିକ୍ ଡିସିପି

ରାଜ୍ୟ ସରକାର ଆଜି ବରିଷ୍ଠ ପୋଲିସ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ମାଲକାନଗିରି ଏସପି ପ୍ରହଲ୍ଲାଦ ଏସ୍ ମୀନାଙ୍କୁ ବର୍ଷକ ମଧ୍ୟରେ ୩ଥର ବଦଳି କରାଯାଇଥିବାବେଳେ ଆଇପିଏସ୍ ଏସ୍ ସୁଶ୍ରୀଙ୍କୁ ଭୁବନେଶ୍ୱର ଡିସିପି(ଟ୍ରାଫିକ) ଭାବେ ଅବସ୍ଥାପିତ କରାଯାଇଛି। More
  • Otv Khabar Bureau
  • 3 years ago

ଓଡିଶାକୁ ଘାରିଲାଣି ଓମିକ୍ରନ୍ ଭୟ: ଆଜି ଆଉ ଜଣେ ପଜିଟିଭ୍ ଚିହ୍ନଟ

ରାଜ୍ୟରେ କାୟା ବିସ୍ତାର କରୁଛି ଓମିକ୍ରନ ଭାରିଆଣ୍ଟ । ଆଜି ଆଉ ଜଣଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ଏଭଳି ସଂଖ୍ୟାବୃଦ୍ଧି ପରେ ଭୟ ବଢ଼ିବାରେ ଲାଗିଛି । କେବଳ ଯେ ଓମିକ୍ରନ୍, ତାନୁହେଁ, କରୋନାର ଦୈନିକ ସଂକ୍ରମଣ ମଧ୍ୟ ଚିନ୍ତା ବଢ଼ାଇଛି । More
  • Satyendu Shekher Mishra
  • 3 years ago

ସବୁଠି କାମଚଳା ନୀତି ! ଆସୁଛି ନାକ୍‌ ଟିମ୍‌, ଏପଟେ ଅଧା ଅଧ୍ୟାପକ ପଦବୀ ଖାଲି

ଆଗକୁ ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରେଡିଏସନ କାଉନସିଲ ବା ନାକ୍ ଟିମ୍ ରାଜ୍ୟରେ ଉଚ୍ଚଶିକ୍ଷାର ସ୍ଥିତି ଅନୁଧ୍ୟାନ ଲାଗି ଓଡ଼ିଶା ଆସିବ । More
  • Satyendu Shekher Mishra
  • 3 years ago

ବିଗିଡ଼ୁଛି ସ୍ଥିତି, BJDର ସଂରକ୍ଷଣ ପ୍ଲାନ୍‌ ଫେଲ ! ନୂଆ ତାଲିକା ଆସିବା ପରେ ଅସନ୍ତୋଷ ବଢ଼ିଲା

ପଞ୍ଚାୟତ ନିର୍ବାଚନ ପ୍ରଥମ ସଂରକ୍ଷଣ ତାଲିକା ବାତିଲ ହୋଇ ନୂଆ ଚିଠା ତାଲିକା ଆସିବା ପରେ ବଢିଛି ବିବାଦ । କାରଣ ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ସଂରକ୍ଷଣ ପୂର୍ବ ତାଲିକା ତୁଳନାରେ ନୂଆ ତାଲିକାରେ ଘଟିଛି ଅନେକ ପରବର୍ତ୍ତନ । More
  • Satyendu Shekher Mishra
  • 3 years ago

ପ୍ରବଳ ବର୍ଷିବ ! ୮ ଜିଲ୍ଲାକୁ ସତର୍କ ଘଣ୍ଟି

ଆସନ୍ତାକାଲି ଘନ କୁହୁଡ଼ି ନେଇ ୧୩ ଜିଲ୍ଲାକୁ ସତର୍କ ସୂଚନା । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କଟକ ଜିଲ୍ଲାକୁ ସତର୍କ କରାଯାଇଛି । More
  • Otv Khabar Bureau
  • 3 years ago

ବର୍ଷର ଅନ୍ତିମ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ

ବର୍ଷର ଅନ୍ତିମ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ ବଢିବାରେ ଲାଗିଛି । ନୂଆବର୍ଷ ଯେତିକି ପାଖେଇ ଆସୁଛି ସେତିକି ଭିଡ ଜମୁଛି ପର୍ଯ୍ୟଟନ ସହର ପୁରୀରେ। ଦୂରଦୂରାନ୍ତରୁ ପର୍ଯ୍ୟଟକ ମାନେ ହଲି ଡେ କଟାଇବା ପାଇଁ ପୁରୀକୁ ଛୁଟୁଛନ୍ତି । More
  • Satyendu Shekher Mishra
  • 3 years ago

ଓମିକ୍ରନ୍‌ ଭୟ ! ସଂକ୍ରମଣ ରୋକିବାକୁ ନନ୍ଦନକାନନ ବନ୍ଦ

ଆଗକୁ ନୂଆ ବର୍ଷ ଆସୁଛି । ନୂଆ ‍ବର୍ଷରେ ନନ୍ଦନକାନନରେ ଅହେତୁକ ଭିଡ଼ ଦେଖିବାକୁ ମିଳିବ । ଆଉ ଭିଡ଼ ହେଲେ ସଂକ୍ରମଣ ବୃଦ୍ଧି ପାଇବାର ମଧ୍ୟ ସମ୍ଭାବନା ରହିଛି । More
  • Satyendu Shekher Mishra
  • 3 years ago

ତୀବ୍ର ହେଉଛି ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ, ରୋଗୀ ହନ୍ତସନ୍ତ

ପିଜି ଡାକ୍ତରୀ ଛାତ୍ରଛାତ୍ରୀମାନେ କଳା ବ୍ୟାଜ୍ ପିନ୍ଧି ପ୍ରତୀକାତ୍ମକ ବିରୋଧ କରିବା ସହ ନାରାବାଜି ମଧ୍ୟ କରିଥିଲେ । More
  • Satyendu Shekher Mishra
  • 3 years ago

OBCଙ୍କୁ ସଂରକ୍ଷଣ ଦାବିରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ରାଜ୍ୟରେ ୫୪ ପ୍ରତିଶତ ପଛୁଆବର୍ଗ ଲୋକ ଥିଲେ ବି ସରକାର ସେମାନଙ୍କୁ ନିଜ ପରିବାର ବୋଲି ଭାବୁନାହଁନ୍ତି । ରାଜ୍ୟପାଳଙ୍କ ନିକଟରେ ଏଭଳି ସାଂଘାତିକ ଅଭିଯୋଗ କରିଛି ବିଜେପି । More
  • Otv Khabar Bureau
  • 3 years ago

ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ପାଇଲେ ୧୫୩ ଅଫିସର

ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ପାଇଲେ ୧୫୩ ଅଫିସର । ଲୋକସେବା ଭବନରେ ଆୟୋଜିତ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । More
  • Prangyan Parimita
  • 3 years ago

ପୁଅର କର୍ତ୍ତବ୍ୟ କଲେ ପୋଲିସ୍ ବାବୁ ! ଖାକି ବର୍ଦ୍ଦିରେ ଅଜଣା ଭିକାରୀଙ୍କ ଦାହ ସଂସ୍କାର ଓ ଶୁଦ୍ଧିକ୍ରିୟା

ସବୁବେଳେ ପୋଲିସକୁ ନେଇ ନାନା ରକମର ଚର୍ଚ୍ଚା ହୋଇଥାଏ। ଆଇନ ଶୃଙ୍ଖଳାଠୁ ରାହାଜାନୀ ପାଇଁ ପୋଲିସକୁ ଦାୟୀ କରାଯାଏ। କିନ୍ତୁ ଏଥର ସାବାସୀ ସାଉଁଟିଛି ପୋଲିସ। ନିଜର ମହାନତା ପାଇଁ ଏବେ ସମସ୍ତଙ୍କ ମୁହଁରେ ଖାକି ବର୍ଦ୍ଦିର ପ୍ରଶଂସା। More
  • Rajalaxmi Sahoo
  • 3 years ago

କିଶୋରଙ୍କ ଟିକାକରଣ ପାଇଁ ବିଭିନ୍ନ ଜିଲ୍ଲାରେ ହେବ ସ୍ୱତନ୍ତ୍ର ସେସନ୍ ସାଇଟ୍

କିଶୋରଙ୍କ ଟିକାକରଣ ପାଇଁ ବିଭିନ୍ନ ଜିଲ୍ଲାରେ ହେବ ସ୍ୱତନ୍ତ୍ର ସେସନ୍ ସାଇଟ୍। କିଛି ସ୍ଥାନରେ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯିବ। ସକାଳ ୮ଟାରୁ ଦିନ ୧ଟା ମଧ୍ୟରେ ୧୫ ବର୍ଷରୁ ୧୮ ବର୍ଷର ପିଲାଙ୍କୁ ଟିକା ଦିଆଯିବ। ଆଜି ଏ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଆସନ୍ତା ୧ରୁ କିଶୋରଙ୍କ ଟିକାକରଣ ପାଇଁ ପଞ୍ଜୀକରଣ କରାଯିବ। ଅନ୍ୟ ପରିଚୟ ପତ୍ର ସହ ସ୍କୁଲ ପରିଚୟପତ୍ର ଦେଖାଇ ଟିକା ନେଇ ପାରିବେ ଛାତ୍ରଛାତ୍ରୀ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି।

  • Rajalaxmi Sahoo
  • 3 years ago

୧୧ରେ ପାଳିତ ହେବ ପ୍ରସିଦ୍ଧ ସୁଲିଆ ଯାତ୍ରା

ଆସନ୍ତା ୧୧ ତାରିଖ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁଡାରେ ପାଳିତ ହେବ ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା। ଏଥର ମଧ୍ୟ ପ୍ରଥା ଓ ପରମ୍ପରା ଅନୁଯାୟୀ, ପଶୁବଳି ସହିତ ପୂଜାର୍ଚ୍ଚନା କରିବା ପାଇଁ ନିଷ୍ପତ୍ତି ନେଇଛି ମିଳିତ ସୁଲିଆ ଯାତ୍ରା ପୂଜା କମିଟି। ପ୍ରଶାସନ ପକ୍ଷରୁ କରୋନା କଟକଣାକୁ ନେଇ ଯେଇଁ ନିର୍ଦ୍ଦେଶ ଦିଆଯିବ ତାହା ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛି ମିଳିତ ସୁଲିଆ ଯାତ୍ରା ପୂଜା କମିଟି।

  • Rajalaxmi Sahoo
  • 3 years ago

୩ ଦିନ ବନ୍ଦ ରହିବ ବାବା ଆଖଣ୍ଡଳମଣିଙ୍କ ଦର୍ଶନ

ଭଦ୍ରକର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ୩ ଦିନ ପାଇଁ ବନ୍ଦ ରହିବ। ଡିସେମ୍ବର ୩୧ ସକାଳ ୬ରୁ ଜାନୁଆରୀ ୨ ତାରିଖ ସନ୍ଧ୍ୟା ୮ଟା ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।  More

  • Prangyan Parimita
  • 3 years ago

କୁଲି ଦେଖାଇଲେ ମହାନତା : ବସଷ୍ଟାଣ୍ଡରୁ ମିଳିଥିବା ମୂଲ୍ୟବାନ ଲାପଟପ ଫେରାଇଲେ ରବିନ୍ଦ୍ର

ଦୁନିଆରେ ଏବେ ବି ଭଲ ମଣିଷ ଅଛନ୍ତି । ମାନବିକତା ଅଛି, ସହୃଦୟତା ବଞ୍ଚିଛି । ଲୋଭ ଆଉ ମୋହ ଛାଡ଼ି ଜଣେ କୁଲି ବସଷ୍ଟାଣ୍ଡରୁ ମିଳିଥିବା ମୂଲ୍ୟବାନ ଲାପଟପ ଫେରାଇ ଦେଇଛନ୍ତି । More

  • Rajalaxmi Sahoo
  • 3 years ago

ପୁଅ-ଝିଅ କନ୍‌ଫ୍ୟୁଜନ୍‌: ସୋନପୁର ମେଡିକାଲ୍‌ରେ ଶିଶୁ ଅଦଳବଦଳ ଅଭିଯୋଗ

ଶିଶୁ ଅଦଳବଦଳକୁ ନେଇ ପୁଣି ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଏନେଇ ପରିବାର ଲୋକ ଦ୍ୱନ୍ଦ୍ୱରେ ଥିବାବେଳେ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି। More

  • Rajalaxmi Sahoo
  • 3 years ago

ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ମଣିଷ: ନିମ୍ବ ଗଛରୁ ବାହାରୁଛି କ୍ଷୀର ! ଠାକୁର ଆର୍ବିଭାବ ହୋଇଛନ୍ତି ଭାବି କରୁଛନ୍ତି ପୂଜାର୍ଚ୍ଚନା

ବିଜ୍ଞାନ ଯୁଗରେ ବି ଲୋକମାନେ ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏଭଳି କିଛି କାର୍ଯ୍ୟ କରୁଛନ୍ତି ଯାହା ଆଶ୍ଚର୍ଯ୍ୟଜନକ ବୋଲି କୁହାଯାଉଛି। More

  • Rajalaxmi Sahoo
  • 3 years ago

ବଦଳିବ ସ୍କୁଲ୍‌ ଖୋଲିବା ନିଷ୍ପତ୍ତି !

ପୂର୍ବର ସ୍ଥିତିକୁ ଦେଖି ସରକାର ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି DMET କହିଛନ୍ତି। More

  • Rajalaxmi Sahoo
  • 3 years ago

କରୋନା ଟିକା ଦେବାକୁ ଯାଇ ଅଙ୍ଗନବାଡ଼ି ଦିଦି, ଆଶାକର୍ମୀ ହଟହଟ୍ଟା; ୬ ଘଣ୍ଟା ଅଟକ ରଖିଲେ ଗାଁ ଲୋକେ

କରୋନା ଟିକା ଦେବାକୁ ଯାଇ ହଟହଟ୍ଟା ହେଲେ ଅଙ୍ଗନବାଡ଼ି ଦିଦି ଓ ଆଶାକର୍ମୀ। ଗାଁଲୋକେ ସେମାନଙ୍କୁ ୬ ଘଣ୍ଟା ଅଟକ ରଖିଥିଲେ। More

  • Rajalaxmi Sahoo
  • 3 years ago

ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଜଣେ ଓମିକ୍ରନ୍‌ ଆକ୍ରାନ୍ତ

ରାଜ୍ୟରେ ଆଉ ଜଣେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଓମିକ୍ରନ୍‌ ଆକ୍ରାନ୍ତ ଜଣକ UAE ଫେରନ୍ତା ବୋଲି ସୂଚନା ମିଳିଛି।  More

  • Rajalaxmi Sahoo
  • 3 years ago

OTV Impact: ଖବର ପ୍ରସାରଣ ପରେ ଚେତିଲେ, HIV ପଜିଟିଭ୍‌ ମହିଳାଙ୍କ ଘରେ ପହଞ୍ଚିଲେ ଡାକ୍ତରୀ ଟିମ୍‌

ଜଣେ HIV ପଜିଟିଭ୍‌ ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ନକରାଇ ମେଡିକାଲ୍‌ରୁ ଫେରାଇ ଦେବା ଘଟଣାକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ମେଡିକାଲ୍‌ କର୍ତ୍ତୃପକ୍ଷ ଚେତିଛନ୍ତି। More

  • Rajalaxmi Sahoo
  • 3 years ago

୩ ଦିନ ଯାଏ ବର୍ଷା ! ଆଜି ଏହିସବୁ ଜିଲ୍ଲାରେ ବର୍ଷିପାରେ...

ଗତକାଲି ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ମଧ୍ୟ କିଛି ସ୍ଥାନରେ ବର୍ଷାହେବାର ସମ୍ଭାବନା ରହିଛି। ରାଜ୍ୟରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। More

  • Otv Khabar Bureau
  • 3 years ago

ଏଣିକି ସିଡିଏ, ବିଡିଏ ଅଧିନରେ ଜମି, ଘର କିଣିବା ସହଜ ହେବ

ଆଗକୁ ଲିଜ୍ ହୋଲ୍ଡ ରୁ ଫ୍ରି ହୋଲ୍ଡ ହେବ ସିଡିଏ, ବିଡିଏ ଓ ହାଉସିଂବୋର୍ଡ ଭଳି ରାଜ୍ୟର ପ୍ରାୟ ସବୁ କର୍ତ୍ତୃପକ୍ଷଙ୍କ ଅଧିନରେ ଆସୁଥିବା ସମସ୍ତ ଜମି । ଦୀର୍ଘ ବର୍ଷ ଧରି ଜମି, ଘର କିଣିବା ପରେ ବି ଲିଜ୍‌ରେ ସମ୍ପତ୍ତି ରହୁଥିଲା । ବର୍ତ୍ତମାନ ଏହି ନୂଆ ନିୟମରେ ଲୋକେ ନିଜେ ମାଲିକାନା ପାଇପାରିବେ । More

  • Satyendu Shekher Mishra
  • 3 years ago

ସରକାରଙ୍କ ପୋଲ୍‌ ଖୋଲିଦେଲା ନିତି ଆୟୋଗଙ୍କ ରିପୋର୍ଟ, ଧରାପଡ଼ିଲା ସ୍ୱାସ୍ଥ୍ୟସେବାର ବିକଟାଳ ଚିତ୍ର

ସରକାରଙ୍କୁ ପ୍ରଚାର ସର୍ବସ୍ୱ କହି ବିରୋଧୀ ଟାର୍ଗେଟ କରିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଯୁକ୍ତି ଆମେ ଏକ ନମ୍ବର ଥିଲୁ ଆଉ ଅଛୁ । ନିତି ଆୟୋଗଙ୍କ ରିପୋର୍ଟ ଭୁଲ୍ । ହେଲେ ଗ୍ରାଉଣ୍ଡ ରିୟାଲିଟି କିନ୍ତୁ କହୁଛି କିଛି ଭିନ୍ନ କଥା । More

  • Satyendu Shekher Mishra
  • 3 years ago

OBC ଭୋଟ ଖସିଯିବାର ଭୟ ! ଚାଲ୍ ପରେ ଚାଲ୍‌ ଖେଳୁଛି ବିଜେଡି

ନୂଆ ଚିଠାରେ ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ୍ ଅଧ୍ୟକ୍ଷ ପଦବୀ ଲାଗି ଆସିଛି ରିଜରଭେସନ୍ ଡ୍ରାଫ୍ଟ ଲିଷ୍ଟ । More

  • Satyendu Shekher Mishra
  • 3 years ago

ଓଡ଼ିଶାକୁ ଫେବ୍ରୁଆରୀ ଟେନସନ୍, ମାସ ଶେଷ ଆଡ଼କୁ ଶୀର୍ଷ ଛୁଇଁବ !

ICMR ଅନୁସାରେ ଯଦି ତୃତୀୟ ଲହର ଆସେ ତାହାଲେ ଓଡ଼ିଶାକୁ ଖୁବ୍‌ଶୀଘ୍ର ଆସିବ । ଫେବ୍ରୁଆରୀ ମାସ ଶେଷ ବେଳକୁ ଏହା ଶୀର୍ଷ ଛୁଇଁପାରେ, ତେଣୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଛି । More

  • Otv Khabar Bureau
  • 3 years ago

କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ: ୩ ଗୁରୁତର

କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ସଂସିଧାରେ କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ । ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ଅନୁଦାନରେ କଲ୍ୟାଣ ମଣ୍ଡପ ନିର୍ମାଣ ଚାଲିଛି । More