• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 11 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 3 years ago

ଆସ୍କା ଗେଷ୍ଟହାଉସ୍‌ରୁ ଛୁ'ର ୨୪ ଘଣ୍ଟା ପରେ ବି ଲାପତ୍ତା ଡାକ୍ତର ସ୍ୱାମୀ

ଦୀର୍ଘଦିନ ଧରି ନିଜକୁ ବୋହୂ ଦାବି କରି ଶ୍ୱଶୁର ଘର ଆଗରେ ଧାରଣା ଦେଇଥିବା ତପସ୍ୱିନୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ ବ୍ରହ୍ମପୁର SDJM କୋର୍ଟ। କିନ୍ତୁ ତାପରେ... More
  • Chandan Shishu
  • 3 years ago

ମୁଖ୍ୟମନ୍ତ୍ରୀଙ୍କୁ ସଦ୍‌ବୁଦ୍ଧି ଦେବାକୁ ଜଗନ୍ନାଥଙ୍କ ପାଖେ ଶରଣ ପଶିଲେ ବିଜେପି ବିଧାୟକ

ସିଂହଦ୍ୱାର ସମ୍ମୁଖରେ ସମସ୍ତ ବିଧାୟକମାନେ ଶୋଇପଡି ପ୍ରଣିପାତ ଜଣାଇଥିଲେ। ଏପରିକି ବିଧାୟକମାନେ  ଭଜନ ଗାନ କରିବାର ଦୃଶ୍ୟ ସିଂହଦ୍ୱାର ସମ୍ମୁଖରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା। More
  • Chandan Shishu
  • 3 years ago

ବୀର ସ୍ୱାମୀଙ୍କୁ ଶେଷ ସାଲ୍ୟୁଟ୍‌ ମାରି ବିଦାୟ ଦେଲେ ସ୍ତ୍ରୀ

ଶୋକରେ ବୁଡ଼ି ସାରିଥିଲା ସମଗ୍ର ତାଳଚେର ଅଞ୍ଚଳ। ସହିଦଙ୍କ ମରଶରୀର ଭୁବନେଶ୍ୱରରୁ ତାଳଚେରରେ ଛାଡ଼ିବା ପରେ ଏପଟେ ତାଙ୍କ ଶେଷ ଦର୍ଶନ ପାଇଁ ଛୁଆଠୁ ବଢା ଚାତକ ଭଳି ଚାହିଁ ରହିଥିଲେ। More
  • Chandan Shishu
  • 3 years ago

ରାଣାପ୍ରତାପଙ୍କୁ ବିଦାୟ ଦେଲା ଜନ୍ମମାଟି

ବିରାଟ ଶୋଭାଯାତ୍ରା କରି ତାଙ୍କ ପୈତୃକ ଗାଁ କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆଯାଇଥିଲା। ଶୋଭାଯାତ୍ରାରେ ଶେଷ ସମ୍ମାନ ଜଣାଇଥିଲେ ଶୁଭେଚ୍ଛୁ ଓ ସମ୍ପର୍କୀୟ। More
  • Rajalaxmi Sahoo
  • 3 years ago

କ୍ରାଇମ୍‌ବ୍ରାଞ୍ଚ୍‌ ADGଙ୍କ ଠାରୁ ଠକେଇ ଉଦ୍ୟମ

କ୍ରାଇମ୍‌ବ୍ରାଞ୍ଚ୍‌ ADG ସଞ୍ଜୀବ ପଣ୍ଡାଙ୍କ ଠାରୁ ମଧ୍ୟ ଠକେଇ ଉଦ୍ୟମ ହୋଇଥିବା ସୂଚନା ମିଳିଛି। ଦୁଇଟି ବ୍ୟାଙ୍କ୍‌ ଆକାଉଣ୍ଟରେ ଟଙ୍କା ପଠାଇବାକୁ ଅଭିଯୁକ୍ତ ଜଣକ ମେସେଜ ପଠାଇଥିଲା। More
  • Rajalaxmi Sahoo
  • 3 years ago

ଘରୋଇ କଳହକୁ ନେଇ ଝଗଡ଼ା ପରେ ଏସିଡ୍‌ ମାଡ଼

ଘରୋଇ କଳହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ପରେ ଏସିଡ୍ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ୪ ଜଣ ଗୁରୁତର ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। More
  • Rajalaxmi Sahoo
  • 3 years ago

ତପସ୍ୱିନୀ କହିଲେ- ‘ସମ୍ପର୍କ ଠିକ୍‌ ଥିଲା’, ହେଲେ ସୁମିତଙ୍କ....

କେଉଁଠି ଅଛନ୍ତି ଡାକ୍ତର ସୁମିତ ? ସ୍ୱାମୀ ଡାକ୍ତର ସୁମିତ ସାହୁ କେଉଁ ଆଡ଼େ ଚାଲି ଯାଇଥିବା ଖୋଦ୍ ପତ୍ନୀ ତପସ୍ୱିନୀ ଅଭିଯୋଗ କରିଛନ୍ତି। ହେଲେ ଏହା ଉପରେ ସୁମିତଙ୍କ ଓକିଲ ସଫେଇ ରଖିଛନ୍ତି। More
  • Otv Khabar Bureau
  • 3 years ago

  • Otv Khabar Bureau
  • 3 years ago

ଚଳନ୍ତା ଟ୍ରେନରେ ପିଲା ଜନ୍ମ କଲେ ଅନିତା

ଟ୍ରେନରେ ଛୁଆ ଜନ୍ମ ଦେଲେ ମହିଳା। ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି ମହିଳା । ଆଜି ଏହି ଟ୍ରେନରେ ଦିଲ୍ଲୀପ ମଲ୍ଲୀକ ଓ ତାଙ୍କ ପତ୍ନୀ ଅନିତା ଦାସ ଦିଲ୍ଲୀରୁ ଓଡ଼ିଶାକୁ ଆସୁଥିଲେ । ଅନିତା ଟ୍ରେନରେ ଗର୍ଭ ଯନ୍ତ୍ରଣା ଅନୂଭବ କରିଥିଲେ। ଯାତ୍ରା କରୁଥିବା ସମୟରେ ଅନିତାଙ୍କର ହଠାତ ଏହା ବଢ଼ିଥିଲା । ତାଙ୍କ ସ୍ବାମୀ ଦିଲ୍ଲୀପ ଏନେଇ ରେଳ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ  ସେହି ବଗିରେ ଜଣେ ଡ଼ାକ୍ତରୀ ଛାତ୍ର ଥିବା ଜାଣିବା ପରେ ରେଳ କର୍ତ୍ତୃପକ୍ଷ ସାହାଯ୍ୟ ମାଗିଥିଲେ ।   ଶେଷରେ ଅନିତା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ।  
 

  • Otv Khabar Bureau
  • 3 years ago

ବାୟୁସେନାର ହେଲିକପ୍ଟର Mi-17V5 ଦୁର୍ଘଟଣା : ଆଉ ୬ ଜଣଙ୍କ ମୃତ ଦେହ ଚିହ୍ନଟ


ସିଡିଏସ୍ ବିପିନ୍ ରାଓ୍ବତଙ୍କ ହେଲିକପ୍ଟରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଉ ୬ଜଣଙ୍କ ମୃତଦେହ ଚିହ୍ନଟ କରାଯାଇଛି । ଓ୍ବିଙ୍ଗ୍ କମାଣ୍ଡର ପି.ଏସ. ଚୌହ୍ବାନ,  ଜୁନିୟର ଓ୍ବିଙ୍ଗ କମାଣ୍ଡର ପ୍ରଦୀପ ଏ. , ଜୁନିୟର ଓ୍ବିଙ୍ଗ୍ କମାଣ୍ଡର ରାଣା ପ୍ରତାପ ଦାଶ,ସ୍କ୍ବାର୍ଡନ ଲିଡର କୁଲଦୀପ ସିଂ, ଲାନ୍ସ ନାଏକ ବି. ସାଇ ତେଜା ଓ ଲାନ୍ସ ନାଏକ୍ ବିବେକ କୁମାରଙ୍କ ମୃତଦେହ ଚିହ୍ନଟ ହୋଇଛି  । ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିବା ଆଉ ତିନିଜଣଙ୍କୁ ଚିହ୍ନଟ କରାଯାଇଥିଲା । 

 

  • Otv Khabar Bureau
  • 3 years ago

ପଶୁ ଭଳିଆ ପିଟିଲେ, ଏ କେତେ ଯୁକ୍ତିଯୁକ୍ତ??

ପିସିସି ଅଫିସରେ ପଶି ପୋଲିସର ମାଡ଼ ଘଟଣାକୁ କଡ଼ା ଭାଷାରେ ନିନ୍ଦା । ପୁରା ମାମଲାର ନ୍ୟାୟିକ ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ ।ଆଜି ରାଜ୍ୟ କଂଗ୍ରେସ ପ୍ରେସମିଟ୍ କରି ପୋଲିସ୍ର କାର୍ଯ୍ୟକୁ ତ୍ରୀବ ନିନ୍ଦା କରିଛି ।  ପୋଲିସ୍ ମାନବାଧିକାର ଉଲ୍ଲଘଂନ କରିଛି । ଗୋଡ଼ାଇ ଗୋଡ଼ାଇ ପିଟିବା, ପିସିସି ଅଫିସ୍ ଭିତରେ ଆତଙ୍କ ଖେଳାଇବା ଭଳି କାର୍ଯ୍ୟ ପୋଲିସ୍ କରିଛି । ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ବୋଧହୁଏ ଆଇନ ପଢ଼ିନାହାନ୍ତି। ସରକାରଙ୍କ ଚାପରେ ଏପରି କରିଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଶାନ୍ତି ପୂର୍ଣ୍ଣ ଭାବେ ସଭା ଚାଲିଥିଲା, ହେଲେ ପୋଲିସ୍ ସେହି ସମୟରେ କାହିଁକି ଆକ୍ରମଣ କଲା ? ପୋଲିସ ମାଡ଼ରେ ଅନେକ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି । ପୋଲିସ୍ର ଏହି କାର୍ଯ୍ୟ ପାଇଁ କିଏ ନିର୍ଦ୍ଦେଶ ଦେଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । ପୋଲିସ ବିରୋଧରେ ୩୦୭ ଦଫା ଲଗାଯାଇ, ନ୍ୟାୟିକ ତଦନ୍ତ କରାଯାଉ। ଏପରି ଆନ୍ଦୋଳନ ଆହୁରି ହେବ ଏବଂ କଂଗ୍ରେସ ପ୍ରତିବାଦ ଜାରି ରଖିବ ବୋଲି କହିଛନ୍ତି ନରସିଂହ ମିଶ୍ର ।...ଗତକାଲି କଂଗ୍ରେସ ମମିତା ପ୍ରସଙ୍ଗକୁ ନେଇ ଭୁବନେଶ୍ୱର ଲୋୟାର ପିଏମ୍ଜିରେ ସମାବେଶ କରିଥିଲା। ତେବେ ଏହି ବିକ୍ଷୋଭ ବେଳେ ପୋଲିସ୍ କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିବା ସହ ପିସିସି ଅଫିସ୍ ଭିତରେ ପଶି ପିଟିଥିବା ଘଟଣା ସାମ୍ନାକୁ ଆସିଥିଲା ।

  • Otv Khabar Bureau
  • 3 years ago

ହଜି ଯାଇଥିବା ଟଙ୍କା, ସୁନା ଅଳଙ୍କାର ଫେରାଇଲେ ଆମ୍ବୁଲାନ୍ସ ଡ୍ରାଇଭର


କନ୍ଧମାଳ କୋଟଗଡ଼ ବଜାରରୁ ମିଳିଥିବା ବ୍ୟାଗ୍କୁ ତା ମାଲିକଙ୍କ ପାଖରେ ପହଞ୍ଚାଇଛନ୍ତି ଡ୍ରାଇଭର ଶୁଭକାନ୍ତ ନାୟକ । କୋଟଗଡ଼ ବଜାରକୁ କମଳା ବିନ୍ଧାଣି ଆସିଥିବା ବେଳେ ତାଙ୍କ ବ୍ୟାଗ୍ ହଜି ଯାଇଥିଲା । ଏଥିରେ ୧୫ ହଜାର ୫ଶହ ଟଙ୍କା, ସୁନାର କିଛି ଅଳଙ୍କାର, ରାସନ୍ କାର୍ଡ ସମେତ ଅନ୍ୟ ଗୁରତ୍ୱପୂର୍ଣ୍ଣ କାଗଜପତ୍ର ଥିଲା । ଏସବୁକୁ ପାଇ ଶୁଭକାନ୍ତ ଖୋଜାଖୋଜି କରିଥିଲେ। ଗୁଗୁରମାହାର କମଳାଙ୍କୁ ଖୋଜି ପାଇବା ପରେ ତାଙ୍କୁ ଭେଟି ଶୁଭକାନ୍ତ ଏସବୁ ଫେରାଇଥିଲେ ।  ନିଜ ହଜି ଯାଇଥିବା ଜିନିଷ ପାଇ ବେଶ ଖୁସି ବ୍ୟକ୍ତ କରିଥିଲେ କମଳା । ଶୁଭକାନ୍ତଙ୍କ ଏଭଳି ପ୍ରୟାସ ପାଇଁ ତାଙ୍କୁ ବିଭିନ୍ନ ଆଡ଼ୁ ପ୍ରଶଂସା କରାଯାଉଛି । 
 

  • Otv Khabar Bureau
  • 3 years ago

ପୂଜା ସରିଲା, ଗଙ୍ଗାରେ ଅସ୍ଥି ବିସର୍ଜନ କଲେ ଦୁଇ ଝିଅ

 ଦିବଙ୍ଗତ ବୀର ଯୋଦ୍ଧା ଜେନେରାଲ୍ ବିପିନ୍ ରାଓ୍ବତଙ୍କ ଅସ୍ତ୍ରି ଗଙ୍ଗାରେ ବିସର୍ଜନ କରାଯାଇଛି । ହିନ୍ଦୁ ରୀତିନୀତି ଅନୁସାରେ ସିଡିଏସ୍ ଜେନେରାଲ୍ ରାଓ୍ବତ ଓ ପତ୍ନୀ ମଧୁଲିକାଙ୍କ ଅସ୍ତ୍ରିକୁ ବିସର୍ଜନ କରିଛନ୍ତି ଦୁଇ ଝିଅ । ହରିଦ୍ୱାରରେ ପହଞ୍ଚିବା ପରେ ଝିଅ କ୍ରିତିକା ଓ ତାରିଣୀ ବାପା ମାଆଙ୍କ ଅସ୍ତ୍ରୀକୁ ପୂଜା କରିଥିଲେ। ଏହାପରେ ବିଧି ଅନୁସାରେ ଉଭୟଙ୍କ ଅସ୍ଥିକୁ ଗଙ୍ଗାରେ ବିସର୍ଜିତ ହୋଇଛି  । ଆଜି ବି ହରିଦ୍ୱାରରେ ବହୁ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇଥିଲେ । ହରିଦ୍ୱାର ଗଙ୍ଗା ନଦୀ ଘାଟକୁ କଡ଼ା ସୁରକ୍ଷା ଦେବାକୁ ପଡ଼ିଥିଲା ।...ଗତକାଲି ଜେନେରାଲ୍ ରାଓ୍ବତ ଏବଂ ପତ୍ନୀଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା ।
 

  • Otv Khabar Bureau
  • 3 years ago

ଆସିଲା ଏଜି ଅଡ଼ିଟ୍‌ ରିପୋର୍ଟ

୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଉପସ୍ଥାପିତ ହୋଇଛି ଭାରତର ମହାଲେଖା ନିୟନ୍ତ୍ରକଙ୍କ ଅଡିଟ୍ ରିପୋର୍ଟ । ଭୁବନେଶ୍ୱର ସ୍ଥିତ ଆକାଉଣ୍ଟାଣ୍ଟ୍ ଜେନେରାଲଙ୍କ କାର୍ଯ୍ୟାଳୟରେ ଉଭୟ ସାମାଜିକ, ଅର୍ଥନୈତିକ ଓ ରାଜସ୍ବ କ୍ଷେତ୍ର ପାଇଁ ଅଡିଟ୍ ରିପୋର୍ଟ ଉପସ୍ଥାପିତ ହୋଇଛି । ଏଥିରେ ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର କର ଓ ଅଣକର ଆଦାୟ ବେଳେ ୨୭ ହଜାରରୁ ଅଧିକ ମାମଲାରେ ୧୫୯୨ କୋଟି ଟଙ୍କାର ରାଜସ୍ବ ହାନୀ ହୋଇଥିବା କଥା ସାମ୍ନାକୁ ଆସିଛି । ସେହିଭଳି ରାଜ୍ୟରେ ଅନୁମୋଦିତ ପରିମାଣଠାରୁ ଅଧିକ ଲୁହାପଥର ଖନନ ସତ୍ତ୍ୱେ ଲିଜଧାରୀଙ୍କଠାରୁ ୪୫୬ କୋଟି ଟଙ୍କା ଅନାଦେୟ ହୋଇଥିବା ଜଣାପଡ଼ିଛି । ରାଜ୍ୟର ସହରାଞ୍ଚଳରେ ଜଳ ଗୁଣବତ୍ତା ପରିଚାଳନାରେ ତ୍ରୁଟି ସହ ୧୧୫ଟି ଜଳ ପରୀକ୍ଷଣ ଲାବରୋଟରୀ ନିର୍ମାଣ ହେବା କଥା କିନ୍ତୁ ଏ କ୍ଷେତ୍ରରେ ମାତ୍ର ୨୨ଟି ନିର୍ମାଣ କରାଯାଇଛି । ସାଂଘାତିକ ପରିଚାଳନା ଗତ ତ୍ରୁଟି ନଜରକୁ ଆସିଛି ଏହାସହ ମହାଲେଖା ନିୟନ୍ତ୍ରକଙ୍କ ରିପୋର୍ଟରେ ରାଜ୍ୟ ସରକାରଙ୍କ ଆହୁରି ଅନେକ କ୍ଷେତ୍ର ତ୍ରୁଟି ଓ କ୍ଷତିର ହିସାବ ନିକାଶ ଲୋକଲୋଚନକୁ ଆସିଛି ।
 

  • Otv Khabar Bureau
  • 3 years ago

ରାଜଧାନୀରେ ବଢିବ ଶୀତ

ଲଘୁଚାପ ବର୍ଷା ପରେ ତଳମୁହାଁ ପାରଦ । ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରୀ ରେକର୍ଡ ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗକୁ ଆହୁରି ବଢ଼ିବ ଶୀତ । ୩ରୁ ୪ ଦିନ ଭିତରେ ଧୀରେଧୀରେ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ପାରଦ । ଭୁବନେଶ୍ୱରରେ ୧୭ ଡିଗ୍ରୀକୁ ଖସିପାରେ ସର୍ବନିମ୍ନ ତାପମାତ୍ରା । ତେବେ ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ୩ରୁ ୪ ଦିନ ପରେ ପୁଣି ଥରେ ତାପମାତ୍ରା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି  । 
 

  • Otv Khabar Bureau
  • 3 years ago

ମାଷ୍ଟର କ୍ୟାଣ୍ଟିନ୍‌ରେ ଅମର ଆତ୍ମାର ସଦଗଦି ପାଇଁ ଜଳିଲା ଦୀପ

ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତଙ୍କୁ ଶ୍ରଦ୍ଧାଞ୍ଜଳି । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଠାରେ ଦୀପ ଏବଂ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଛି ରାଷ୍ଟ୍ରୀୟ  ସ୍ବୟଂ ସେବକ ସଂଗଠନ । ସିଡିଏସ ଜେନେରାଲ ବିପିନ୍ ରାଓ୍ୱାତ ଓ ଅନ୍ୟ ସେନା ଅଧିକାରୀଙ୍କ ଦୁର୍ଘଟଣାରେ ଅକାଳ ବିୟୋଗରେ ସଂଗଠନ ପକ୍ଷରୁ ଶୋକ ସଭା କରାଯାଇଛି ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ସଂଘର ସଦସ୍ୟମାନେ ଦୀପ ଜାଳିବା ସହ ନୀରବ ପ୍ରାର୍ଥାନା କରିଛନ୍ତି । ଏଥିସହ ଇଣ୍ଡିଆନ୍ ଆର୍ମିକୁ ସମର୍ଥନ ଜଣାଇ ନାରାବାଜି କରିଛନ୍ତି । 
 

  • Otv Khabar Bureau
  • 3 years ago

ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର ସଫଳ

 ଭୁବନେଶ୍ୱର ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର । ଜଣେ ରୋଗୀଙ୍କ ଏକ ବିରଳ ରୋଗର ସଫଳ ଅସ୍ତ୍ରୋପଚାର କରାଯାଇଛି । ୧୫ ବର୍ଷ ଧରି ସେ ବ୍ରେନ ଷ୍ଟ୍ରୋମ୍ କାଭେରୋନାମା ଏବଂ ମାଇକ୍ଲୋନିକ ଏପିଲିପସିର ରୋଗର ପୀଡ଼ିତ ଥିଲେ । ହସ୍ପିଟାଲର ୧୫ ଜଣିଆ ଡାକ୍ତିରୀ ଦଳଙ୍କ ମିଳିତ ଉଦ୍ୟମରେ ଏହି ରୋଗର ସଫଳ ଅସ୍ତ୍ରୋପଚାର କରାଯାଇଛି । ଜଣକ ପୂର୍ବରୁ ଚଲାବୁଲା କିଛି କରି ପାରୁନଥିଲେ । ପରେ ସେ ଚଲା ବୁଲା ସବୁ କରି ପାରୁଛନ୍ତି । ହେବା ପରେ ତାଙ୍କୁ ମେଡ଼ିକାଲ ପକ୍ଷରୁ ଡିସଚାର୍ଜ କରାଯାଇଛି । ବିରଳ ରୋଗରେ ପୀଡ଼ିତ ବିଶ୍ୱର ସପ୍ତମ ରୋଗୀ ହୋଇଥିବା ବେଳେ ଭାରତରେ ପ୍ରଥମ ରୋଗୀ ବୋଲି ମେଡ଼ିକାଲ ପକ୍ଷରୁ ଦାବି କରାଯାଇଛି । 
 

  • Otv Khabar Bureau
  • 3 years ago

ହାତୀ ପଲଙ୍କ ଆତଙ୍କ; ଭାଙ୍ଗିଦେଲେ ଘର

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ । ୨୬ ଟିକିଆ ହାତୀ ପଲ ଏହି ଅଂଚଳରେ ଆତଙ୍କ ଖେଳାଇଛନ୍ତି  ଗତ ୭ ଦିନ ମଧ୍ୟରେ ବ୍ୟାପକ  ଧାନ ଓ ପନିପରିବା ଫସଲ ନଷ୍ଟ କରିବା ସହିତ ଦୁଇଟି ଘର ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ କେନ୍ଦୁଝର ଜିଲ୍ଲା ସାହରପୋଡା ଦେଇ ଠାକୁରମୁଣ୍ଡା ରେଞ୍ଜଅଞ୍ଚଳକୁ ପଶିଆସିଥିବା ଏହି ୨୬  ଟିକିଆ ହାତୀ ପଲ ୪ ଦିନ ମଧ୍ୟରେ ଲୋକଙ୍କ ନିଦ ହଜାଇଛନ୍ତି । ହାତୀପଲ ଠାକୁରମୁଣ୍ଡା ରେଞ୍ଜର ଅନ୍ଧାରିଖମଣ, ଆମ୍ବବେଡା, ବୋରିଂ, ବଗବସା, ପଡ଼ିଆବେଡା, ଗୌରୀଗଦା,ବାଲିପୋଷୀ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି କରିଥିବା ସୂଚନା ମିଳିଛି । ରାତିରେ ଟିକରପଡ଼ା ଏବଂ ତାଳ ପଦାଗ୍ରାମ ନିକଟ  ଜଙ୍ଗଲ ମଧ୍ୟରେ  ହାତୀମାନେ  ରହିଥିବା ନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି । ହାତୀପଲ ରହୁଥିବା ଅଖପାଖ ଗ୍ରାମର ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ହାତୀମାନଙ୍କୁ ତୁରନ୍ତ ଘଉଡ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ  ନେବାକୁ ଦାବି କରିଛନ୍ତି ଲୋକେ ।

  • Otv Khabar Bureau
  • 3 years ago

କଲେଜରେ ତାଲା ପକାଇଲେ ଛାତ୍ରଛାତ୍ରୀ

 ବିଭିନ୍ନ ଦାବି ନେଇ କଲେଜରେ ତାଲା ପକାଇଲେ ଛାତ୍ରଛାତ୍ରୀ । କେନ୍ଦୁଝର ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସରେ ଦେଖାଦେଇଛି ଛାତ୍ର ଅଶାନ୍ତି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଦାବି ନେଇ କ୍ୟାମ୍ପସ ଗେଟ୍ ରେ ତାଲା ପକାଇବା ସହ ଧାରଣା ଦେଇଛନ୍ତି । ଫର୍ମ ଫିଲ୍ଅପ୍ ପାଇଁ ମାତ୍ର ୨ ଦିନ ସମୟ ଦିଆଯାଇଥିବାରୁ ଛାତ୍ରଛାତ୍ରୀ ଏହାକୁ ବିରୋଧ କରିଛନ୍ତି । ସେହିପରି କ୍ୟାମ୍ପସରେ ହଷ୍ଟେଲ ଥାଇ ମଧ୍ୟ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରହିବାକୁ ଦିଆଯାଉନଥିବା ଅଭିଯୋଗ ହୋଇଛି ଲାଇବ୍ରେରୀ, ଲବରୋଟାରୀରେ ମଧ୍ୟ ସମସ୍ୟା ଲାଗି ରହିଛି ସେହିପରି ସମସ୍ତ ବିଭାଗ ପାଇଁ ଆବଶ୍ୟକ ଅଧ୍ୟାପକ, ଅଧ୍ୟାପିକା ନଥିବାରୁ ପାଠପଢାରେ ପିଲାମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଅନ୍ୟପଟେ ଏନେଇ କ୍ୟାମ୍ପସର ଭିସିଙ୍କୁ ଅବଗତ କରିବା ସହ ସମସ୍ୟାର ସମାଧାନ କରାଯିବ ବୋଲି କ୍ୟାମ୍ପସ ନିର୍ଦ୍ଦେଶକ କହିଛନ୍ତି ।

  • Otv Khabar Bureau
  • 3 years ago

ପୁରୀ ସିଦ୍ଧ ମହାବୀର ରେଳ ଓଭରବ୍ରିଜ ର୍ନିମାଣ ପାଇଁ ଆବଶ୍ୟକୀୟ ଜମି ଚିହ୍ନଟ ସରିଛି

 ପୁରୀ ସିଦ୍ଧ ମହାବୀର ରେଳ ଓଭରବ୍ରିଜ ର୍ନିମାଣ ପାଇଁ ଆବଶ୍ୟକୀୟ ଜମି ଚିହ୍ନଟ ସରିଛି ।  ଚୁପ ମଧ୍ୟ ସରିଛି ହେଲେ ଜମି ଅଧିଗ୍ରହଣ ପ୍ରକ୍ରିୟା ଓ କ୍ଷତିପୂରଣକୁ ନେଇ ବିସ୍ଥାପିତମାନେ ଅସନ୍ତୋଷ ବ୍ୟକ୍ତ କରି ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି । ସିଦ୍ଧ ମହାବୀର ରେଳ ଓଭରବ୍ରିଜ ନିର୍ମାଣକୁ ନେଇ ଚାରୋଟି ମୌଜାର ୧୨୯ ପ୍ଲଟର ୨.୬୬ ଏକର ଜମି ଅଧିଗ୍ରହଣ କରାଯିବ ।ଜମି ଅଧିଗ୍ରହଣ ପାଇଁ ନୋଟିସ କରାଯାଇଛି । ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ପ୍ରଶାସନ ଯେଭଳି ଭାବେ ପ୍ୟାକେଜ ବିସ୍ଥାପିତଙ୍କୁ ଦିଆଯାଇଛି ସେଭଳି ସେମାନଙ୍କୁ ମଧ୍ୟ ଦିଆଯାଉ ବୋଲି ଦାବି ଜରିଛନ୍ତି । ସ୍ଥାନରୁ ୫ ଶହ ଦୋକାନ ସହ ୫ ହଜାର ଲୋକେ କ୍ଷତିଗ୍ରସ୍ତ ହେବେ । ମୌଜାର ଦର ସମାନ ନଥିବାରୁ ବିସ୍ଥାପିତମାନେ ଅଭିଯୋଗ କରିଛନ୍ତି । ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷପ ନିଆନଯାଏ ତେବେ ମାଟିଆପଡା ରେଳ ଓଭରବ୍ରିଜ କ୍ଷତିଗ୍ରସ୍ତ କମିଟି ଆଗକୁ ରାଜରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି ।
 

  • Otv Khabar Bureau
  • 3 years ago

ଏଥର ବି ହେବନି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ସ୍ଥଗିତ ରହିଲା ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ। ଡିସେମ୍ବର ଗାଇଡଲାଇନକୁ ନେଇ ସ୍ଥଗିତ ରଖାଯାଇଥିବାବେଳେ ଜାନୁୟାରୀ ମାସର ଗାଇଡଲାଇନ୍ ଆସିଲେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ବରଗଡ଼ ଜିଳ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳ ତଥା ଧନୁଯାତ୍ରା କମିଟି ଅଧ୍ୟକ୍ଷ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡିସେମ୍ବର ଗାଇଡ଼ଲାଇନ ଅନୁସାରେ ଧନୁଯାତ୍ରା ଆୟୋଜନ ସମ୍ଭବ ନୁହେଁ ବୋଲି ନିଷ୍ପତ୍ତି ନିଆଯାଇଛି । ଏଗାର ଦିନ ଧରି ଚାଲୁଥିବା ଏହି ମହୋତ୍ସବରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ।  ତେଣୁୂ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଗଲା ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଜାନୁୟାରୀରେ ରାଜ୍ୟ ସରକାରଙ୍କ ଗାଇଡଲାଇନ ଆସିବା ପରେ ବିଚାର କରାଯିବ ଏବଂ ପୁଣି ବୈଠକ ବସି ନିଷ୍ପତ୍ତି ନିଆଯିବ ବୋଲି ଧନୁଯାତ୍ରା କମିଟିର ଆବାହକ କହିଛନ୍ତି ।
 

  • Otv Khabar Bureau
  • 3 years ago

ଓଭର ଉପରୁ ୫ଟି ହରିଣ ଛାଲ ଉଦ୍ଧାର

 ପୁରୀ ଜିଲ୍ଲା ପିପିଲି ଫ୍ଲାଏ ଓଭର ଉପରୁ ୫ଟି ହରିଣ ଛାଲ ଉଦ୍ଧାର କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ । ଏହାସହ କାରବାରରେ ସଂପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରାଯାଇଛି ଗିରଫ ଦୁହେଁ ହେଲେ ପୁରୀ ବଳଙ୍ଗା ଥାନା କେତକୀ ପାଟଣାର କୃଷ୍ଣ ସ୍ବାଇଁ ଓ ଗୋପ ଥାନା ନେତିଗଡ଼ାର ସୁନିଲ ପଲେଇ କୃଷ୍ଣ ଓ ସୁନିଲ । ଦୁହେଁ ହରିଣ ଛାଲ ବିକ୍ରି କରିବା ଲାଗି ଫ୍ଲାଏଓଭର ଉପରେ ଡିଲ୍ କରୁଥିଲେ । ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ଖୋର୍ଦ୍ଧା ଫରେଷ୍ଟ ଡିଭିଜନ୍ ବାଲିପାଟଣା ରେଞ୍ଜର ବନ ଅଧିକାରୀଙ୍କ ସହାୟତାରେ ଏସ୍ଟିଏଫ୍ ଟିମ୍ ଚଢ଼ଉ କରିଥିଲା । ଚଢ଼ଉ ବେଳେ କୃଷ୍ଣ ଓ ସୁନିଲଙ୍କ ପାଖରୁ ୫ଟି ହରିଣ ଛାଲ, ଗୋଟିଏ ମୋଟର ସାଇକେଲ୍ ଜବତ କରିଛି ଏସ୍ଟିଏଫ୍ ୨୦୨୦ରୁ ଏବେ ସୁଦ୍ଧା ଏସ୍ଟିଏଫ୍ ୨୧ଟି ଚିତାବାଘ ଛାଲ, ୧୨ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ, ୮ଟି ବଜ୍ରକାପ୍ତା ଓ ୧୫ଟି ବଜ୍ରକାପ୍ତା କାତି ଜବତ କରିଛି ଏହାସହ ୫୦ ଜଣ ଅପରାଧୀଙ୍କୁ ପୋଲିସ ଗିରଫ କରି ସାରିଲାଣି ।

 

  • Otv Khabar Bureau
  • 3 years ago

ଟ୍ରକ୍ ଧକ୍କାରେ ପୋଲିସ୍ ପାଟ୍ରୋଲିଂ ଗାଡ଼ିରେ ଥିବା ହୋମଗାର୍ଡ ମୃତ

 ଯାଜପୁରରେ ଟ୍ରକ୍ ଧକ୍କାରେ ପୋଲିସ୍ ପାଟ୍ରୋଲିଂ ଗାଡ଼ିରେ ଥିବା ହୋମଗାର୍ଡ ମୃତ । ୧୬ ନମ୍ବର ଜାତୀୟ ରାଜପଥ ପାଣିକୋଇଲି ଥାନା ଗୋଳେଇପୁର ଟିକର ପୋଲ ନିକଟରେ ପେଟ୍ରୋଲିଂ ଡିଉଟି କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ଦୁର୍ଘଟଣା ଘଟାଇଥିବା ଆନ୍ଧ୍ର ଟ୍ରଲରଟିକୁ ପୋଲିସ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି । ପୋଲିସ କର୍ମଚାରୀଙ୍କ ନାଁ ନାମ ସତ୍ୟ ପଣ୍ଡା ତାଙ୍କ ଘର କୁଆଖିଆ  ଅଞ୍ଚଳରେ ସେ ପାଣିକୋଇଲି ଥାନାରେ ହୋମଗା଼ର୍ଡ ଭାବେ କାର୍ଯ୍ୟ କରୁଥିଲେ ଘଟଣାସ୍ଥଳରେ ଉତ୍ତେଜନା ପରେ ପୋଲିସ ମୁତୟନ ରହିଛି ।
 

  • Otv Khabar Bureau
  • 3 years ago

ବାଲେଶ୍ୱର ସହରରେ ବେଆଇନ ଉଚ୍ଛେଦକୁ ନେଇ ଉତ୍ତେଜନା

ବାଲେଶ୍ୱର ସହରରେ ବେଆଇନ ଉଚ୍ଛେଦକୁ ନେଇ ଉତ୍ତେଜନା । ସହରର ଲାଇଫଲାଇନ କୁହାଯାଉଥିବା ଓଭରବ୍ରିଜ ମରାମତି ପାଇଁ ଦୋକାନ ଉଚ୍ଛେଦ ବେଳେ  ଉତ୍ତେଜନା ପ୍ରକାଶ ପାଇଛି । ଓଭର ବ୍ରିଜ୍ ଓ ରାସ୍ତା ମରାମତି ପାଇଁ ବ୍ରିଜ ତଳ ଦୋକାନୀଙ୍କୁ ଉଚ୍ଛେଦ ଆବଶ୍ୟକ ହୋଇପଡିଥିଲା । ତେଣୁ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ପ୍ରଶାସନ ଏହି ଉଚ୍ଛେଦ ଆରମ୍ଭ କରିଛି । ଏଥିପାଇଁ ଅତିରିକ୍ତ ତହସିଲଦାରଙ୍କ ନେତୃତ୍ୱରେ ପୂର୍ତ୍ତ ବିଭାଗ କର୍ମଚାରୀ ଦୋକାନ ଗୁଡ଼ିକୁ ଉଚ୍ଛେଦ କରିଥିଲେ I ଏହି ଉଚ୍ଛେଦକୁ ଦୋକାନୀ ବିରୋଧ କରିଥିଲେ I ବ୍ରିଜ ତଳ ଦୋକାନୀଙ୍କୁ ଉଚ୍ଛେଦ ପାଇଁ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ ଜିଲ୍ଲା ପ୍ରଶାସନ ଅଦାଲତ ଅବମାନନା ସହ ଉଚ୍ଛେଦ କରୁଥିବା ସେମାନେ ଅଭିଯୋଗ କରିଥିଲେ I ଅନ୍ୟପକ୍ଷରେ ବ୍ରିଜ ମରାମତି ପାଇଁ ଉଚ୍ଛେଦ ଏକାନ୍ତ ଆବଶ୍ୟକ ଥିବାରୁ  ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ଏହି ଉଚ୍ଛେଦ କରାଯାଉଥିବା ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି I
 

  • Prangyan Parimita
  • 3 years ago

ଗୋଡ଼େଇ ପିଟିବା, ମୁଣ୍ଡ ଫଟାଇବା ପାଇଁ ପୋଲିସକୁ ଅଧିକାର ଦିଆଯାଇନି ! ଲୋୟର୍ ପିଏମଜିରେ ଲାଠିମାଡ଼ ଘଟଣାକୁ ତୀବ୍ର ନିନ୍ଦା କଲା କଂଗ୍ରେସ

ସରକାରଙ୍କ ଚାପରେ ପୋଲିସ୍ ବର୍ବରତା କରିଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଶାନ୍ତି ପୂର୍ଣ୍ଣ ଭାବେ ସଭା ଚାଲିଥିଲା, ହେଲେ ପୋଲିସ୍ ସେହି ସମୟରେ କାହିଁକି ଆକ୍ରମଣ କଲା ? ପୋଲିସ ମାଡ଼ରେ ଅନେକ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି । More

  • Satyendu Shekher Mishra
  • 3 years ago

‘ଆମେ ଜଗନ୍ନାଥଙ୍କ ନିକଟରେ ଅଧିଆ ପଡ଼ିବୁ, ମୁଖ୍ୟମନ୍ତ୍ରୀଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ’

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବିକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ଦିଆଯାଉ ନାହିଁ । More

  • Pallipuspa Samal
  • 3 years ago

କଟକରେ ଜମୁଛି ଶୀତ ବଜାର, ମିଳୁଛି ଭଳିକି ଭଳି ଶୀତ ବସ୍ତ୍ର

ସିଲଭର ସିଟିରେ ଧିରେ ଧିରେ ବଢୁଛି ଶୀତ ଆଉ ତା ସାଙ୍ଗକୁ ବଢୁଛି ଶୀତ ବସ୍ତ୍ର ବଜାରରେ ବିକ୍ରିବଟା । ଦୁଇ ବର୍ଷ ହେଲା କରୋନା କଟକଣା କାରଣରୁ ବ୍ୟବସାୟ ଚାଲିନଥିବା ବେଳେ ଏଥର ଭଲ ବ୍ୟବସାୟ ହେବା ଆଶା ନେଇ ସୁଦୂର ଗଜପତି ଚନ୍ଦ୍ରଗିରିରୁ ଆସି ଖାନ୍ ନଗର ପାର୍କ ନିକଟରେ ତିବ୍ଦତ ବ୍ୟବସାୟୀ ମାନେ ଶୀତ ବସ୍ତ୍ରର ଆସର ଜମେଇଛନ୍ତି । ଗ୍ରାହକ ମଧ୍ୟ ଗୋଟିଏ ସ୍ଥାନରୁ ଶସ୍ତା ଓ ଭଲ ପୋଷାକ ପାଉଥିବାରୁ ଭିଡ଼ ଜମାଉଛନ୍ତି ... More

  • Satyendu Shekher Mishra
  • 3 years ago

ଆଉ ୪ ମାସ ମାଗଣା ଚାଉଳ ଦେବେ ସରକାର

ନଭେମ୍ବର ୨୧ ତାରିଖରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅବଧି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଦେଇଥିଲେ ।  More

  • Prangyan Parimita
  • 3 years ago

ଆକାଶରେ ନ ଉଡି ଗଡିଲା ବିମାନ ! ଦମ ଲଗେଇ ଠେଲିଲେ ଯାତ୍ରୀ

ଦୁଇ ଚକିଆ ବା ଚାରି ଚକିଆ ଗାଡ଼ିକୁ ପେଲିବା ଆପଣ ଦେଖିଥିବେ, ହେଲେ ବିମାନକୁ ଲୋକମାନେ ପେଲିବା ଦୃଶ୍ୟ କେବେ ହେଲେ ଦେଖି ନଥିବେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଏୟାରପୋର୍ଟରେ। ଆକାଶରେ ବିମାନ ନ ଉଡି ରାସ୍ତାରେ ଗଡିଲା More

  • Satyendu Shekher Mishra
  • 3 years ago

ମହାନଗର ନିଗମ ନିର୍ବାଚନ ପ୍ରକ୍ରିୟା ଆଉ ପାଦେ ଆଗେଇଛି

ମହାନଗର ନିଗମ ନିର୍ବାଚନ ପ୍ରକ୍ରିୟା ଆଉ ପାଦେ ଆଗେଇଛି । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏହା ଉପରେ ଆସନ୍ତା ୧୦ ଦିନ ଭିତରେ ଜନସାଧାରଣ ପ୍ରସ୍ତାବ ଓ ଅଭିଯୋଗ କରିପାରିବେ । ଏହା ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ୧୦ ଦିନ ପରେ ଆସିଥିବା ଅଭିଯୋଗ ଓ ପ୍ରସ୍ତାବ ଗ୍ରହଣୀୟ ହେବ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ପୌରପାଳିକା ଓ ବିଜ୍ଞାପତି ଅଂଚଳ ପରିଷଦ ପାଇଁ ୱାର୍ଡ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ରାଉରକେଲା ଓ ସମ୍ବଲପୁରରେ ନିର୍ବାଚନ ହେଉ ନଥିବାରୁ ଏହି ଦୁଇ ମହାନଗର ନିଗମକୁ ଛାଡି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ଚିଠା ତାଲିକା ପ୍ରକାଶ ପାଇଛି  ।

  • Satyendu Shekher Mishra
  • 3 years ago

ବିମାନବନ୍ଦରରେ ଶୋକାକୁଳ ପରିବେଶ, ଯବାନଙ୍କୁ ଗାର୍ଡ ଅଫ୍‌ ଅନର୍ ସହ ଶ୍ରଦ୍ଧାଞ୍ଜଳି

କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ରାଣାପ୍ରତାପ । ଦୁର୍ଘଟଣାରେ ସିଡିଏସ୍‌ଙ୍କ ସମେତ ମୋଟ୍ ୧୩ ଜଣ ପ୍ରାଣ ହରାଇଥିଲେ । More

  • Satyendu Shekher Mishra
  • 3 years ago

ମଣିଷ ବଞ୍ଚିଛି ହେଲେ କୋଭିଡ୍‌ ରିପୋର୍ଟରେ ମୃତ !

ଯେଉଁଥିରେ ୯ ଜଣଙ୍କ ନାମ ରହିଛି । ଯେଉଁମାନେ କି କୋଭିଡରେ ଆକ୍ରାନ୍ତ ହୋଇଥିଲେ ଏବଂ ସେମାନଙ୍କର ମୃତ୍ୟୁ ହୋଇଛି । More

  • Satyendu Shekher Mishra
  • 3 years ago

ଭାରତରେ ପ୍ରଥମ ! ଭୁବନେଶ୍ୱର ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର । ଜଣେ ରୋଗୀଙ୍କ ଏକ ବିରଳ ରୋଗର ସଫଳ ଅସ୍ତ୍ରୋପଚାର କରାଯାଇଛି । ୧୫ ବର୍ଷ ଧରି ସେ ବ୍ରେନଷ୍ଟ୍ରେମ କାଭେରୋନାମା ଏବଂ ମାଇକ୍ଲୋନିକ ଏପିଲିପସିର ରୋଗର ପୀଡ଼ିତ ଥିଲେ । ହସ୍ପିଟାଲର ୧୫ ଜଣିଆ ଡାକ୍ତିରୀ ଦଳଙ୍କ ମିଳିତ ଉଦ୍ୟମରେ ଏହି ରୋଗର ସଫଳ ଅସ୍ତ୍ରୋପଚାର କରାଯାଇଛି । ରୋଗୀ ଜଣକ ପୂର୍ବରୁ ଚଲାବୁଲା କିଛି କରି ପାରୁନଥିଲେ । ପରେ ସେ ଚଲା ବୁଲା ସବୁ କରି ପାରୁଛନ୍ତି । ସୁସ୍ଥ ହେବା ପରେ ତାଙ୍କୁ ମେଡ଼ିକାଲ ପକ୍ଷରୁ ଡିସଚାର୍ଜ କରାଯାଇଛି । ଏହି ବ୍ୟକ୍ତି ବିରଳ ରୋଗରେ ପୀଡ଼ିତ ବିଶ୍ୱର ସପ୍ତମ ରୋଗୀ ହୋଇଥିବା ବେଳେ ଭାରତରେ ପ୍ରଥମ ରୋଗୀ ବୋଲି ମେଡ଼ିକାଲ ପକ୍ଷରୁ ଦାବି କୁହାଯାଇଛି ।

  • Satyendu Shekher Mishra
  • 3 years ago

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ଦୀପ ଏବଂ କ୍ୟାଣ୍ଡେଲ ଜାଳି ସିଡିଏସ୍ ବିପିନ ରାଓ୍ୱତଙ୍କୁ ଶ୍ରଦ୍ଧାଞ୍ଜଳି

ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତଙ୍କୁ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଠାରେ ଦୀପ ଏବଂ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଛି ରାଷ୍ଟ୍ରୀୟ  ସ୍ବୟଂ ସେବକ ସଂଗଠନ । ସିଡିଏସ ଜେନେରାଲ ବିପିନ୍ ରାଓ୍ୱାତ ଓ ଅନ୍ୟ ସେନା ଅଧିକାରୀଙ୍କ ଦୁର୍ଘଟଣାରେ ଅକାଳ ବିୟୋଗରେ ସଂଗଠନ ପକ୍ଷରୁ ଶୋକ ସଭା କରାଯାଇଛି । ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ସଂଘର ସଦସ୍ୟମାନେ ଦୀପ ଜାଳିବା ସହ ନୀରବ ପ୍ରାର୍ଥାନା କରିଛନ୍ତି । ଏଥିସହ ଇଣ୍ଡିଆନ୍ ଆର୍ମିକୁ ସମର୍ଥନ ଜଣାଇ ନାରାବାଜି କରିଛନ୍ତି ।

  • Satyendu Shekher Mishra
  • 3 years ago

ଲଘୁଚାପ ବର୍ଷା ପରେ ତଳମୁହାଁ ପାରଦ । ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ରେକର୍ଡ

ଲଘୁଚାପ ବର୍ଷା ପରେ ତଳମୁହାଁ ପାରଦ । ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରୀ ରେକର୍ଡ ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗକୁ ଆହୁରି ବଢ଼ିବ ଶୀତ । ୩ରୁ ୪ ଦିନ ଭିତରେ ଧୀରେଧୀରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ପାରଦ । ଭୁବନେଶ୍ୱରରେ ୧୭ ଡିଗ୍ରୀକୁ ଖସିପାରେ ସର୍ବନିମ୍ନ ତାପମାତ୍ରା । ତେବେ ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ୩ରୁ ୪ ଦିନ ପରେ ପୁଣି ଥରେ ତାପମାତ୍ରା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି  । 

  • Satyendu Shekher Mishra
  • 3 years ago

୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଉପସ୍ଥାପିତ ହୋଇଛି ଭାରତର ମହାଲେଖା ନିୟନ୍ତ୍ରକଙ୍କ ଅଡିଟ୍ ରିପୋର୍ଟ

୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଉପସ୍ଥାପିତ ହୋଇଛି ଭାରତର ମହାଲେଖା ନିୟନ୍ତ୍ରକଙ୍କ ଅଡିଟ୍ ରିପୋର୍ଟ । ଭୁବନେଶ୍ୱରସ୍ଥିତ ଆକାଉଣ୍ଟାଣ୍ଟ୍ ଜେନେରାଲଙ୍କ କାର୍ଯ୍ୟାଳୟରେ ଉଭୟ ସାମାଜିକ, ଅର୍ଥନୈତିକ ଓ ରାଜସ୍ୱ କ୍ଷେତ୍ର ପାଇଁ ଅଡିଟ୍ ରିପୋର୍ଟ ଉପସ୍ଥାପିତ ହୋଇଛି । ଏଥିରେ ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର କର ଓ ଅଣକର ଆଦାୟ ବେଳେ ୨୭ ହଜାରରୁ ଅଧିକ ମାମଲାରେ ୧୫୯୨ କୋଟି ଟଙ୍କାର ରାଜସ୍ୱହାନୀ ହୋଇଥିବା କଥା ସାମ୍ନାକୁ ଆସିଛି । ସେହିଭଳି ରାଜ୍ୟରେ ଅନୁମୋଦିତ ପରିମାଣଠାରୁ ଅଧିକ ଲୁହାପଥର ଖନନ ସତ୍ତ୍ୱେ ଲିଜଧାରୀଙ୍କଠାରୁ ୪୫୬ କୋଟି ଟଙ୍କା ଅନାଦେୟ ହୋଇଥିବା ଜଣାପଡ଼ିଛି । ରାଜ୍ୟର ସହରାଞ୍ଚଳରେ ଜଳ ଗୁଣବତ୍ତା ପରିଚାଳନାରେ ତ୍ରୁଟି ସହ ୧୧୫ଟି ଜଳ ପରୀକ୍ଷଣ ଲାବରୋଟରୀ ନିର୍ମାଣ ହେବା କଥା । କିନ୍ତୁ ଏ କ୍ଷେତ୍ରରେ ମାତ୍ର ୨୨ଟି ନିର୍ମାଣ କରାଯାଇ ସାଂଘାତିକ ପରିଚାଳନା ଗତ ତ୍ରୁଟି ନଜରକୁ ଆସିଛି । ଏହାସହ ମହାଲେଖା ନିୟନ୍ତ୍ରକଙ୍କ ରିପୋର୍ଟରେ ରାଜ୍ୟ ସରକାରଙ୍କ ଆହୁରି ଅନେକ କ୍ଷେତ୍ର ତ୍ରୁଟି ଓ କ୍ଷତିର ହିସାବ ନିକାଶ ଲୋକଲୋଚନକୁ ଆସିଛି ।

  • Satyendu Shekher Mishra
  • 3 years ago

ଋତୁସ୍ରାବ ସମ୍ପର୍କିତ ଭେଦଭାବ ଓ ଲଜ୍ୟାକୁ ଦୂରେଇବା ପାଇଁ ପ୍ରୟାସ

ଋତୁସ୍ରାବ ସମ୍ପର୍କିତ ଭେଦଭାବ ଓ ଲଜ୍ୟାକୁ ଦୂରେଇବା ପାଇଁ ପ୍ରୟାସ । ଚଳଚ୍ଚିତ୍ର ମହୋତ୍ସବ କଲ୍ଲୋଳ-୨୦୨୧ରେ ପ୍ରଦର୍ଶିତ ହୋଇଛି ଏ ସଂପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର । ସ୍ୱେଚ୍ଛାସେବୀ ସଂଗଠନ ଆଇନା ଓ ୟୁନିସେଫ୍ ଓଡ଼ିଶା ସହଭାଗିତାରେ ରାଜଧାନୀ ଭୁବନେଶ୍ୱରରେ ଏହି ମହୋତ୍ସବ ଆୟୋଜିତ ହୋଇଛି ।

ଋତୁସ୍ରାବ ସମ୍ବନ୍ଧୀୟ ପରିଚ୍ଛନ୍ନତା ବିଷୟରେ ଶିଶୁମାନଙ୍କ ଦ୍ୱାରା ପ୍ରସ୍ତୁତ ୬ଟି କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ କରାଯାଇଥିଲା । ଏଥିଲାଗି ଭୁବନେଶ୍ୱରର ତପୋବନ ହାଇସ୍କୁଲ ଏବଂ କଳାହାଣ୍ଡି ମାଣିକେଶ୍ୱରୀ ହାଇସ୍କୁଲରେ ୯ ଦିନିଆ କର୍ମଶାଳା ଆୟୋଜିତ କରାଯାଇଥିଲା । ଉତ୍ସବରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ କଳାକାର ଶାଶ୍ୱତ ଯୋଶୀ, ଅଲିମ୍ପିଆନ୍ ଦୂତି ଚାନ୍ଦ, ୟୁନିସେଫ୍ ଓଡ଼ିଶା ମୁଖ୍ୟ ଡକ୍ଟର ମୋନିକା ନେଲସନ୍ ପ୍ରମୁଖ ସାମିଲ ହୋଇ ନିଜର ବକ୍ତବ୍ୟ ରଖିଥିଲେ । ସେହିପରି ପାର୍ଟନର୍ସ ଭାବେ ଓଡ଼ିିଶା ମେନଷ୍ଟ୍ରୁଆଲ ହେଲ୍ଥ ହାଇଜିନ୍ ଏଲାଏନ୍ସର ସଦସ୍ୟ ବିକାଶ ପତି ଏବଂ ଆଇ.ଆର୍.ସିର କାର୍ଯ୍ୟକର୍ତ୍ତା ସାଇନି ସାହା ପ୍ରମୁଖ ସାମିଲ ହୋଇଥିଲେ । ଫିଲ୍ମଗୁଡିକ ପ୍ରସ୍ତୁତ କରିଥିବା ଦୁଇଟି ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

  • Rajalaxmi Sahoo
  • 3 years ago

ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ ! ଲାଗିଲା ପୋଷ୍ଟର...

ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ ! ନିର୍ବାଚନ ପରଠୁ ସେ ନିଖୋଜ ଅଛନ୍ତି। ରାଉରକେଲାରେ ଏଭଳି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।  More

  • Rajalaxmi Sahoo
  • 3 years ago

ଅସ୍ତ୍ରୋପଚାର ପରେ ମହିଳାଙ୍କୁ ଦିଆଗଲା ଏକ୍ସପାଏରୀ ସାଲାଇନ୍‌ !

ଅସ୍ତ୍ରୋପଚାର ପରେ ମହିଳାଙ୍କୁ ଦିଆଗଲା ଏକ୍ସପାଏରୀ ସାଲାଇନ୍‌ ! ନଭେମ୍ବର ମାସରେ ଏକ୍ସପାଏରୀ ହୋଇଯାଇଥିବା ସାଲାଇନ୍‌କୁ ଦିଆଗଲା ଡିସେମ୍ବରରେ। ବାରିପଦାରୁ ଏଭଳି ଅଭିଯୋଗ ଆସିଛି। More

  • Satyendu Shekher Mishra
  • 3 years ago

ଜନ୍ମ ମାଟିକୁ ଫେରୁଛି ଓଡ଼ିଆ ଯବାନ ରାଣା ପ୍ରତାପଙ୍କ ପାର୍ଥିବ ଶରୀର, ଚାହିଁ ରହିଛି ପୁରା ଗାଁ..

ରାଣାପ୍ରତାପଙ୍କ ବିୟୋଗରେ ତାଙ୍କର ଜନ୍ମ ମାଟି ତାଙ୍କୁ ଝୁରୁଛି । ପରିବାର ଏବଂ ଗାଁ ଲୋକେ ରାଣାପ୍ରତାପଙ୍କ ଶେଷ ଦର୍ଶନ ପାଇଁ ଚାହିଁ ରହିଛନ୍ତି । ଗତ ୮ ତାରିଖରେ ତାମିଲନାଡ଼ୁ କୁନ୍ନୁର ନିକଟରେ ବାୟୁସେନାର ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । More

  • Satyendu Shekher Mishra
  • 3 years ago

ପ୍ରେମିକାର ଜିଦ୍‌, ‘ମୋତେ ବାହା ହୁଅ.. ମୁଁ ବୋହୂ ହେବି.. ଶାଶୁ ଘରକୁ ଯିବି’

ଭୁବନେଶ୍ୱର ଜାଗମରା ଅଞ୍ଚଳର ଯୁବତୀ ମାଧୁରୀ (ଛଦ୍ମନାମ)ଙ୍କୁ କୋରେଇ ଥାନା ରଗଡି ଅଞ୍ଚଳର କୁନା ଆଚାର୍ଯ୍ୟଙ୍କୁ ଭଲ ପାଉଥିଲେ। ମାଧୁରୀ ମଧ୍ୟ ତାଙ୍କୁ ମନ ପ୍ରାଣ ଦେଇ ଭଲ ପାଉଥିଲେ। କୁନା ପ୍ରେମରେ ପାଗଳ ହୋଇଯାଇଥିଲେ ମାଧୁରୀ। More

  • Satyendu Shekher Mishra
  • 3 years ago

ରାଜନୈତିକ ବିଚାରଧାରାକୁ ଧମକାଇ ଚପାଇଦେବାକୁ ଚେଷ୍ଟା ନକରନ୍ତୁ ସରକାର: ସୁପ୍ରିମ୍‌କୋର୍ଟ

ପଶ୍ଚିମବଙ୍ଗର ଏକ ଇଂରାଜୀ ଗଣମାଧ୍ୟମ ସଂସ୍ଥା ଓପି ଇଣ୍ଡିଆ ଡଟ୍ କମ୍‌ର ସଂପାଦକ ଓ ୟୁଟୁବର ଅଜିତ ଭାରତୀଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଦାଏର ହୋଇଥିବା ଏଫଆଇଆର ଖାରଜ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । More

  • Satyendu Shekher Mishra
  • 3 years ago

ଏତେ ନୃଶଂସ କାହିଁକି ? ପ୍ରଥମେ ବିଜେପିକୁ ପରେ କଂଗ୍ରେସକୁ ଗୋଡ଼ାଇ ପିଟିଲେ ପୋଲିସ

ସମୟ ଦିନ ପ୍ରାୟ ଗୋଟାଏ ହେବ । ମମିତାଙ୍କୁ ନ୍ୟାୟ, ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବି କରି ଲୋୟର ପିଏମ୍‌ଜିରେ ଗୋଟିଏ ପଟେ କଂଗ୍ରେସର ଦଳୀୟ ନେତାଙ୍କ ସଭା । More

  • Satyendu Shekher Mishra
  • 3 years ago

ରାଜ୍ୟରେ ଓମିକ୍ରନ୍‌ ପଶିନି, ହେଲେ ସ୍କୁଲ ଗୁଡ଼ିକରେ ମାଡ଼ିଲାଣି କରୋନା

ଗତ ନଭେମ୍ବର ୨୯ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଟେଷ୍ଟିଂ ଲ୍ୟାବ୍‌ରୁ ୨୪୬ଟି ପଜିଟିଭ ନମୁନା ଜିନମ୍ ସିକ୍ୱେନ୍ସିଂ ଲାଗି ଆସିଥିଲା । କୌଣସି ଗୋଟିଏ ବି ନମୁନାରେ ଓମିକ୍ରନ୍ ଭୂତାଣୁ ଠାବ ହୋଇନି । More

  • Satyendu Shekher Mishra
  • 3 years ago

ରାୱତଙ୍କୁ ତିନି ସେନାର ମିଳିତ ବ୍ୟାଣ୍ଡ ଓ ତୋପ ସଲାମୀ ସହ ଅନ୍ତିମ ବିଦାୟ

ତାମିଲନାଡ଼ୁର କୁନୁରରେ ଆକସ୍ମିକ ଚପର କ୍ରାସରେ ପ୍ରାଣ ହରାଇ ଅସମୟରେ ଦେଶବାସୀଙ୍କ ହୃଦ୍ କମ୍ପନ ବଢାଇ ଦେଇଥିବା ଜେନରାଲ ବିପିନ ରାଓ୍ୱତ ଓ ପତ୍ନୀ ମଧୁଲିକା ରାଓ୍ୱତଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ଲୀନ ହୋଇଛି । More