• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 10 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 3 years ago

ପ୍ରେମିକାର ଜିଦ୍‌, ‘ମୋତେ ବାହା ହୁଅ.. ମୁଁ ବୋହୂ ହେବି.. ଶାଶୁ ଘରକୁ ଯିବି’

ଭୁବନେଶ୍ୱର ଜାଗମରା ଅଞ୍ଚଳର ଯୁବତୀ ମାଧୁରୀ (ଛଦ୍ମନାମ)ଙ୍କୁ କୋରେଇ ଥାନା ରଗଡି ଅଞ୍ଚଳର କୁନା ଆଚାର୍ଯ୍ୟଙ୍କୁ ଭଲ ପାଉଥିଲେ। ମାଧୁରୀ ମଧ୍ୟ ତାଙ୍କୁ ମନ ପ୍ରାଣ ଦେଇ ଭଲ ପାଉଥିଲେ। କୁନା ପ୍ରେମରେ ପାଗଳ ହୋଇଯାଇଥିଲେ ମାଧୁରୀ। More
  • Satyendu Shekher Mishra
  • 3 years ago

ରାଜନୈତିକ ବିଚାରଧାରାକୁ ଧମକାଇ ଚପାଇଦେବାକୁ ଚେଷ୍ଟା ନକରନ୍ତୁ ସରକାର: ସୁପ୍ରିମ୍‌କୋର୍ଟ

ପଶ୍ଚିମବଙ୍ଗର ଏକ ଇଂରାଜୀ ଗଣମାଧ୍ୟମ ସଂସ୍ଥା ଓପି ଇଣ୍ଡିଆ ଡଟ୍ କମ୍‌ର ସଂପାଦକ ଓ ୟୁଟୁବର ଅଜିତ ଭାରତୀଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଦାଏର ହୋଇଥିବା ଏଫଆଇଆର ଖାରଜ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । More
  • Satyendu Shekher Mishra
  • 3 years ago

ଏତେ ନୃଶଂସ କାହିଁକି ? ପ୍ରଥମେ ବିଜେପିକୁ ପରେ କଂଗ୍ରେସକୁ ଗୋଡ଼ାଇ ପିଟିଲେ ପୋଲିସ

ସମୟ ଦିନ ପ୍ରାୟ ଗୋଟାଏ ହେବ । ମମିତାଙ୍କୁ ନ୍ୟାୟ, ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବି କରି ଲୋୟର ପିଏମ୍‌ଜିରେ ଗୋଟିଏ ପଟେ କଂଗ୍ରେସର ଦଳୀୟ ନେତାଙ୍କ ସଭା । More
  • Satyendu Shekher Mishra
  • 3 years ago

ରାଜ୍ୟରେ ଓମିକ୍ରନ୍‌ ପଶିନି, ହେଲେ ସ୍କୁଲ ଗୁଡ଼ିକରେ ମାଡ଼ିଲାଣି କରୋନା

ଗତ ନଭେମ୍ବର ୨୯ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଟେଷ୍ଟିଂ ଲ୍ୟାବ୍‌ରୁ ୨୪୬ଟି ପଜିଟିଭ ନମୁନା ଜିନମ୍ ସିକ୍ୱେନ୍ସିଂ ଲାଗି ଆସିଥିଲା । କୌଣସି ଗୋଟିଏ ବି ନମୁନାରେ ଓମିକ୍ରନ୍ ଭୂତାଣୁ ଠାବ ହୋଇନି । More
  • Satyendu Shekher Mishra
  • 3 years ago

ରାୱତଙ୍କୁ ତିନି ସେନାର ମିଳିତ ବ୍ୟାଣ୍ଡ ଓ ତୋପ ସଲାମୀ ସହ ଅନ୍ତିମ ବିଦାୟ

ତାମିଲନାଡ଼ୁର କୁନୁରରେ ଆକସ୍ମିକ ଚପର କ୍ରାସରେ ପ୍ରାଣ ହରାଇ ଅସମୟରେ ଦେଶବାସୀଙ୍କ ହୃଦ୍ କମ୍ପନ ବଢାଇ ଦେଇଥିବା ଜେନରାଲ ବିପିନ ରାଓ୍ୱତ ଓ ପତ୍ନୀ ମଧୁଲିକା ରାଓ୍ୱତଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ଲୀନ ହୋଇଛି । More
  • Pramod Behera
  • 3 years ago

ରାଜ୍ୟରେ ଭୁଶୁଡ଼ିବାକୁ ଯାଉଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା

ଚିନ୍ତାରେ ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ମହାମାରୀ ଓ ଅନ୍ୟ ଅଭାବ ଅସୁବିଧା ପାଇଁ ଧୀରେ ଧିରେ ପାଠରୁ ଦୂରଉଛନ୍ତି ବିଦ୍ୟାଳୟ ଛାତ୍ରଛାତ୍ରୀ। ପାଠପଢ଼ା ଓ ପିଲାଙ୍କ ମଧ୍ୟରେ ମହାମାରୀ କରୋନା ବିଶାଳ ବ୍ୟବଧାନ ସୃଷ୍ଚି କରିବା ପରେ ସଙ୍କଟରେ ରହିଛି ପ୍ରାଥମିକ ଶିକ୍ଷା। More
  • Pramod Behera
  • 3 years ago

ରାଜେନ୍ଦ୍ର ରାଉଳ ଓ ସୃଷ୍ଟିଶ୍ରୀ ନାଏକଙ୍କୁ ଟାଇମ୍‌ପାସ୍‍ ବୁକର୍‌ ପୁରସ୍କାର

୨୦୨୦ ମସିହା ପାଇଁ ଘୋଷଣା ହୋଇଛି ‘ଟାଇମପାସ୍ ବୁକର୍‌ ପୁରସ୍କାର’। ଏନେଇ ଦୁଇ ସ୍ରଷ୍ଟାଙ୍କୁ ମନୋନୀତ କରାଯାଇଛି। ଏହା ସହିତ ‘ଟାଇମ୍‌ପାସ୍ ବେଷ୍ଟ୍‌ସେଲର୍‌ ପୁରସ୍କାର’ ଓ ‘ଟାଇମ୍‌ପାସ୍ ବହିବନ୍ଧୁ ସମ୍ମାନ’ ମଧ୍ୟ ଘୋଷଣା ହୋଇଛି। ଅଧିକ ଜାଣିବା ପାଇଁ ପଢନ୍ତୁ… More
  • Satyendu Shekher Mishra
  • 3 years ago

ନୂଆ ବର୍ଷରେ ତିନି ଦିନ ପାଇଁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ନୂଆ ବର୍ଷରେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ଏଥର ନୂଆ ବର୍ଷରେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଦର୍ଶନ କରିବାକୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ପ୍ରତି ଥର ନୂଆ ବର୍ଷରେ ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି । More
  • Satyendu Shekher Mishra
  • 3 years ago

୭ ଦିନ ଏକାଠି ରହିଲେ, ତଥାପି ମନ ମିଶିଲାନି ? ଏବେ ସୁମିତ ଗାୟବ !

ସୁମିତ ଓ ତପସ୍ୱିନୀଙ୍କ ଦାମ୍ପତ୍ୟ କଳହକୁ ନେଇ ବିବାଦ ପରେ ଶ୍ୱଶୁର ଘର ଆଗରେ ଧାରଣାରେ ବସି ଚର୍ଚ୍ଚାକୁ ଆସିଥିଲେ ଗଂଜାମ ଛତ୍ରପୁର ଅଞ୍ଚଳର ତପସ୍ୱିନୀ ଦାସ । More
  • Satyendu Shekher Mishra
  • 3 years ago

ଉତ୍ତର ରଖିପାରିଲେନି ସରକାର, ଶେଷରେ ୨୦ ଦିନ ଆଗରୁ ବିଧାନସଭା ବନ୍ଦ

ତେବେ ଶୀତ ଅଧିବେଶନ ଆରମ୍ଭ ହେବା ଦିନରୁ ବିଧାନସଭାରେ ବିରୋଧୀ ହୋ-ହଲ୍ଲା କରିଥିଲେ । ମମିତାଙ୍କୁ ନ୍ୟାୟ ଦାବି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଗୃହରେ ହୋ-ହଲ୍ଲା ଜାରି ରହିଥିଲା । ଗତକାଲି ଅଷ୍ଟମ ଦିନରେ ମଧ୍ୟ ବିରୋଧୀ ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିଲେ ।  More
  • Otv Khabar Bureau
  • 3 years ago

ଶ୍ରୀମନ୍ଦିର ଭିତରେ ନାବାଳକ ସେବାୟତଙ୍କୁ ଯୌନ ନିର୍ଯ୍ୟାତନା

ପୁରୀ ଶ୍ରୀମନ୍ଦିର ଭିତରେ ନାବାଳକ ସେବାୟତଙ୍କୁ ଅନ୍ୟ ଜଣେ ବରିଷ୍ଠ ସେବାୟତ ଯୌନ ନିର୍ଯାତନା ଦେଇଥିବା ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି । କିଛି ଦିନ ହେଲା ବରିଷ୍ଠ ସେବାୟତ ଏମିତି ନିର୍ଯାତନା ଦେଇ ଆସୁଥିବା ନେଇ ନାବାଳକ ସେବାୟତଙ୍କ ବାପା ଅଭିଯୋଗ କରିଛନ୍ତି । More
  • Pramod Behera
  • 3 years ago

ମାହାଙ୍ଗା ଡବଲ ମର୍ଡର ମାମଲା : କୋର୍ଟରେ ହାଜର ହେଲେ IIC

ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟରେ ହାଜର ହୋଇଛନ୍ତି IIC। ପୁନଃତଦନ୍ତ ରିପୋର୍ଟ ସହ ସିଡିଆର୍ ଦାଖଲ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଥିଲା। ତେବେ କୋର୍ଟରେ ଆଜି କ’ଣ ତଥ୍ୟ ରଖୁଛନ୍ତି ଥାନାଧିକାରୀ ତା’ ଉପରେ ନଜର ରହିଛି। More
  • Satyendu Shekher Mishra
  • 3 years ago

କଂଗ୍ରେସରୁ ବିଦା ପରେ BJDରେ ସାମିଲ ହେଲେ ବରିଷ୍ଠ ନେତା ପ୍ରଫୁଲ୍ଲ ମାଝି

ତଲସରା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ହୋଇଛନ୍ତି ପ୍ରଫୁଲ୍ଲ ମାଝି । ବିଜେଡିରେ ଯୋଗଦେବା ପରେ ପ୍ରଫୁଲ୍ଲ କହିଛନ୍ତି, ‘ଆଜିର ଦିନ ମୋ ପାଇଁ ଏକ ସ୍ମୃତିର ଦିନ । More
  • Rajalaxmi Sahoo
  • 3 years ago

ପୋଲିସ୍‌ର ବର୍ବରତା: ଲାଠିମାଡ଼ କଲେ, କଂଗ୍ରେସ ଭବନରେ ପଶି ଗୋଡ଼ାଇ ଗୋଡ଼ାଇ ପିଟିଲେ...

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଆଜି ରାଜଧାନୀ ଭୁବନେଶ୍ୱରରେ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ୍‌ର ବର୍ବରତା ଦେଖିବାକୁ ମିଳିଛି। More
  • Rajalaxmi Sahoo
  • 3 years ago

ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କହିଲେ ଡାକ୍ତର

ବରିଷ୍ଠ ଓଡ଼ିଆ ଅଭିନେତା ମିହିର ଦାସ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି।  More
  • Otv Khabar Bureau
  • 3 years ago

ସମ୍ବଲପୁରର ନୂଆ ଟୁରିଷ୍ଟ ଡେଷ୍ଟିନେସନ; ବୋଟିଂ ସହ ପାରା ସେଲିଂ ମଜା ନେଉଛନ୍ତି ପର୍ଯ୍ୟଟକ

ପର୍ଯ୍ୟଟକଙ୍କ ପାଇଁ ନୂଆ ଟୁରିଷ୍ଟ ଡେଷ୍ଟିନେସନ ପାଲଟିଛି ସମ୍ବଲପୁରର ହୀରାକୁଦ । ଇକୋ ରିଟ୍ରିଟ୍ ସାଙ୍ଗକୁ ହୀରାକୁଦର ଜଳ ଭଣ୍ଡାରରେ ଆରମ୍ଭ ହୋଇଥିବା ଓ୍ୱାଟର ସ୍ପୋଟର୍ସ ଆକ୍ଟିଭିଟି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । ଫଳରେ ରାଜ୍ୟ ଓ ରାଜ୍ୟ ବାହାରର ଶହ ଶହ ପର୍ଯ୍ୟଟକ ଏହାର ମଜା ନେବାକୁ ଆସୁଛନ୍ତି । ଏହି କାରଣରୁ ବୋଟିଂ ଏବଂ ପାରା ସେଲିଂ ପାଇଁ ଏଠାରେ ପ୍ରତିଦିନ ଭି଼ଡ଼ ଜମୁଛି । କେବଳ ଏତିକି ନୁହେଁ ଛୁଟି ଦିନ ଗୁଡ଼ିକରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ୱିଗୁଣିତ ହେଉଛି । More
  • Pallipuspa Samal
  • 3 years ago

ଘରେ ବନାନ୍ତୁ ସ୍ୱାଦିଷ୍ଟ 'କଞ୍ଚା ଲଙ୍କା ମାଂସ'

ଆପଣ କେବେ ଦେଶୀ ଶୈଳିରେ ପ୍ରସ୍ତୁତ ହୋଇଥିବା 'ଛେଚା କଞ୍ଚା ଲଙ୍କା ମାଂସ ଝୋଳ' ରେସିପି ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ସୁଆଦିଆ 'କଞ୍ଚା ଲଙ୍କା ମାଂସ ଝୋଳ' ରେସିପି ପ୍ରସ୍ତୁତ କରିବୁ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More
  • Rajalaxmi Sahoo
  • 3 years ago

‘ରିସ୍କ’ ଦେଶରୁ ଓଡ଼ିଶା ଆସିଥିବା ୨୪୬ ପଜିଟିଭ୍‌ଙ୍କ ଆସିଲା ରିପୋର୍ଟ

‘ରିସ୍କ’(ଓମିକ୍ରନ୍‌ ସଂକ୍ରମଣ ବ୍ୟାପିଥିବା ଦେଶ) ଦେଶରୁ ଓଡ଼ିଶା ଆସିଥିବା ୨୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିନୋମ୍‌ ସିକ୍ୟୁଏନ୍ସିଂ ପାଇଁ ସାମ୍ପଲ ପଠାଯାଇଥିଲା। More
  • Rajalaxmi Sahoo
  • 3 years ago

୬ ବର୍ଷ ହେବ ମୃତ ମହିଳାଙ୍କୁ ଚିହ୍ନଟ କରିପାରୁନି ପୋଲିସ୍‌, ହତ୍ୟା ପରେ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ...

ମହିଳାଙ୍କୁ ହତ୍ୟା ପରେ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ ହତ୍ୟାକାରୀ। ମହିଳାଙ୍କୁ ପୋଡ଼ି ଦିଆଯାଇଥିବାରୁ ତାଙ୍କୁ ଚିହ୍ନିବା ସମ୍ଭବପର ନଥିଲା। ପ୍ରାୟ ୬ ବର୍ଷ ପୂର୍ବେ ଘଟିଥିବା ଏହି ହତ୍ୟାକାଣ୍ଡରେ ମୃତ ମହିଳାଙ୍କୁ ଚିହ୍ନଟ କରିପାରି ନାହିଁ ପୋଲିସ୍‌। More
  • Rajalaxmi Sahoo
  • 3 years ago

Daily Horoscope, 09 Dec 2021: ଜାଣନ୍ତୁ, ଆଜିର ରାଶିଫଳ...

ଆଜି ୨୦୨୧ ମସିହା, ଡିସେମ୍ବର  ୧୦ ରିଖ  ଶୁକ୍ରବାର, ବିଛା ୨୫ ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ, ସପ୍ତମୀ ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More
  • Prangyan Parimita
  • 3 years ago

କୋବି ବିଲରେ ଆଣ୍ଠୁଏ ପାଣି ! ଚାଷୀ ଆଖିରେ ରକ୍ତ, ଦୃଶ୍ୟ ଦେଖି ଛାତି ଫାଟି ଯାଉଛି

କୋବି ଟିକେ ସୁକୁମାରିଆ ପରିବା । ସାମାନ୍ୟ ବର୍ଷା ହେଲେ ବି ଏହା ନଷ୍ଟ ହୋଇଯାଏ । କିଛି ସ୍ଥାନରେ ଫୁଲ ଧରି ଆସିଥିଲା ବେଳେ ବର୍ଷା ମାଡରେ ଏହା ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଏହା ଜାଣି ମଧ୍ୟ ଚାଷୀ ନିଜ ଫସଲକୁ ବଂଚାଇବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ ଚଳାଇଛି। କେବଳ ଗୋଟିଏ ଆଶା କାଳେ କିଛି ଫସଲ ବଂଚିଯିବ। More
  • Rajalaxmi Sahoo
  • 3 years ago

୪୮ ଘଣ୍ଟାରେ ଆହୁରି ବଢ଼ିବ ଶୀତ ! କିଛି ସ୍ଥାନରେ ବର୍ଷା ସମ୍ଭାବନା

ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଆହୁରି ଶୀତ ବଢ଼ିପାରେ। ୪୮ ଘଣ୍ଟାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ପାରଦ। ତେବେ ୩ରୁ ୪ ଦିନ ପରେ ତାପମାତ୍ରା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। More
  • Satyendu Shekher Mishra
  • 3 years ago

ବରିଷ୍ଠ ସିନେ ଅଭିନେତା ମିହିର ଦାସ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି

ମିହିର ଦାସ ଜଣେ ଓଡ଼ିଆ ସିନେମା ଅଭିନେତା । ସେ ଦୀର୍ଘ କାଳ ଧରି ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ଅଭିନୟ କରିସିରିଛନ୍ତି । More
  • Pramod Behera
  • 3 years ago

ମହାପ୍ରଭୁ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ ସିଡିଏସ୍ ବିପିନ ରାଓ୍ୱତ୍

ସିଡିଏସ୍ ଜେନେରାଲ୍ ବିପିନ୍ ରାଓ୍ୱତଙ୍କର ରହିଛି ସ୍ମୃତିଭରା ଓଡ଼ିଶା ଲିଙ୍କ୍। ମହାପ୍ରଭୁ ଜଗନ୍ନାଥଙ୍କର ବି ସେ ଜଣେ ପରମଭକ୍ତ ଥିଲେ ବୋଲି ବଖାଣିଛନ୍ତି। ତାଙ୍କୁ ଦୁଇ ଦୁଇ ଥର ଠାକୁର ଦର୍ଶନ କରାଇଥିବା ଡିଫେନ୍ସ ପଣ୍ଡା ତା ସହ କହିଛନ୍ତି କିଛିଦିନ ତଳେ ଆଉଥରେ ପୁରୀ ଆସିବାକୁ ରାଓ୍ୱତ୍‌ଙ୍କୁ ସେ ନିମନ୍ତ୍ରଣ ଦେଇଥିଲେ, ଯାହା ଅଧୁରା ରହିଗଲା। More
  • Pramod Behera
  • 3 years ago

ରାଜ୍ୟରେ ବଢିଚାଲିଛି ଭିକାରି ସଂଖ୍ୟା

ରୀବ ଓ ଅନାଥଙ୍କ ପାଇଁ ମାଳ ମାଳ ସରକାରୀ ଯୋଜନା । ହେଲେ ସବୁ ବାଟବଣା। ବଢୁଥିବା ଭିକାରିଙ୍କ ସ୍ଥିତିକୁ ଦେଖିଲେ ଏହା ହିଁ କୁହାଯିବ। ରାଜଧାନୀରୁ ରାଜ୍ୟବ୍ୟାପି ସଂଖ୍ୟା ଛୁଇଁବାକୁ ବସିଛି ୭ ହଜାର ପାଖାପାଖି। More
  • Satyendu Shekher Mishra
  • 3 years ago

ରଣକ୍ଷେତ୍ର ଲୋୟର ପିଏମ୍‌ଜି ! ବିଧାନସଭା ସମ୍ମୁଖରେ ବିଜେପି-ପୋଲିସ ମୁହାଁମୁହିଁ

ପୋଲିସ୍ ବନାମ ବିଜେପି ଯୁବ ମୋର୍ଚ୍ଚା ମୁହାଁମୁହିଁ, ଠେଲାପେଲା ଆଉ ହାତାହାତି । ସ୍ଥାନ ଲୋୟର ପିଏମଜି । ସମୟ ଦିନ ଗୋଟାଏ । ପୋଲିସ୍ ଭ୍ୟାନ୍ ଭଙ୍ଗାରୁଜା ସହ ଆକ୍ରମଣର ଜବାବରେ ପୋଲିସ୍ ବି କରିଥିଲା ଲାଠିମାଡ଼ । ବଳପ୍ରୟୋଗ କରି ବିଜେପି କର୍ମୀମାନଙ୍କୁ ଉଠାଇ ନେଇଥିଲେ ପୋଲିସ୍ ଅଧିକାରୀ । More
  • Satyendu Shekher Mishra
  • 3 years ago

ଘଣ୍ଟ ବାଡ଼େଇଲେ ତାରା, ପ୍ରତାପଙ୍କୁ ସୁରକ୍ଷା ଯୋଗାଇଲେ ବିଜେଡି ବିଧାୟକ

ଶୀତ ଅଧିବେଶନ ଆରମ୍ଭ ହେବାର ପ୍ରାୟ ସପ୍ତାହେ ବିତି ଗଲାଣି । ଅଜି ବିଧାନସଭାର ଅଷ୍ଟମ ଦିନ ଥିଲା । ଏହି ୮ ଦିନ ମଧ୍ୟରେ ପବିତ୍ର ଗୃହରେ ଦିନେ ବି ହୋଇପାରିନି ଆଲୋଚନା । More