ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍ଡେଟ୍ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍ର ମଜାଦାର ତଥ୍ୟ ।
ବୌଦ୍ଧ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଥିବା ବେଆଇନ ଓ ହେରାଫେରି କାର୍ଯ୍ୟକଳାପର ଖୁଲାସା ହୋଇଛି । ବଡବିଲର ୧୧୭ଟି ଗାଡିକୁ ବେଆଇନ ଭାବେ ଫିଟନେସ୍ ସାର୍ଟିଫିକେଟ୍ ଦେଇ ବୌଦ୍ଧ ଆଞ୍ଚଳିକ ପରିବହନ ଅଧିକାରୀ କାର୍ଯ୍ୟାଳୟର ସହକାରୀ ପ୍ରୋଗ୍ରାମର ରଂଜନ ଦାସ ପୋଲିସ ହାବୁଡରେ ପଡିଛନ୍ତି । ବାହନ ପୋର୍ଟାଲର ୟୁଜର ଆଇଡି ଓ ପାସଓ୍ବାର୍ଡ ଅପବ୍ୟବହାର କରି ବଡବିଲର ୧୧୭ଟି ଗାଡିକୁ ବୌଦ୍ଧରେ ଥିବା ଦର୍ଶାଇଥିଲେ ରଂଜନ । ଘଟଣା ସଂପର୍କରେ ଖବର ପାଇ ପରିବହନ କମିଶନର ଅରୁଣ ବୋଥ୍ରା ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶାଲଖୁ ମୁର୍ମୁ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବାପରେ ପୋଲିସ ରଂଜନ ଦାସଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି । ତେବେ ଏହି ବେଆଇନ କାମରେ ଆଉ କିଏ ସଂପୃକ୍ତ ଅଛନ୍ତି ତାର ତଦନ୍ତ ମଧ୍ୟ ଚାଲିଛି ।
ମମିତା ମେହେର ହତ୍ୟା ମାମଲାରେ ଆଜି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁହଁ ଖୋଲିଥିବା ବେଳେ ତାଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଦଳର ମୁଖପାତ୍ର ପଦ୍ମାକର ଗୁରୁ ପ୍ରଶ୍ନ କରିଛନ୍ତି ଯେ, ଏତେ ଦିନ ପରେ କାହିଁକି ମୁହଁ ଖୋଲିଛନ୍ତି ମନ୍ତ୍ରୀ । ଅକ୍ଟୋବର ୮ ରୁ ଆଜି ପର୍ଯ୍ୟନ୍ତ କାହିଁକି ଚୁପ୍ ଥିଲେ ଦିବ୍ୟଶଙ୍କର । ତା ଛଡ଼ା ଭିଡିଓ ମାଧ୍ୟମରେ କାହିଁକି ସ୍ପଷ୍ଟୀକରଣ ଦେଉଛନ୍ତି, ସାମ୍ନାକୁ ଆସୁ ନାହାନ୍ତି । ମମିତାଙ୍କ ବାପା ମାଆ ଏବେ କୋର୍ଟ ଯାଇଥିବାରୁ ନିଜକୁ ସ୍ବଚ୍ଛ ଦେଖାଇବାକୁ ଦିବ୍ୟଶଙ୍କର ଏପରି କରୁଥିବା ଅଭିଯୋଗ କରିଛନ୍ତି ପଦ୍ମାକର । ଏବେ ସାକ୍ଷ୍ୟପ୍ରମାଣ ନଷ୍ଟ ପାଇଁ ଚେଷ୍ଟା କରୁଥିବାର ସଂଗୀନ ଅଭିଯୋଗ ମଧ୍ୟ କରିଛନ୍ତି । କଂଗ୍ରେସର ଅଭିଯୋଗ ନେଇ ମନ୍ତ୍ରୀଙ୍କ କିଛି ପ୍ରତିକ୍ରିୟା ମିଳି ନାହିଁ ।
ନୀଳଗିରି: ଘରେ ଅବକାରୀ ରେଡ୍ ବେଳେ କୁକୁର ଛାଡ଼ିଦେଲା ନିଶା ମାଫିଆ । ନୀଳଗିରି ଘୋଟଘରସାହିରେ ରେଡ୍ ବେଳେ ଅଧିକାରୀଙ୍କ ଉପରକୁ କୁକୁର ଛାଡ଼ିଦେଲା ମାଫିଆ । ସଂପୃକ୍ତ ମାଫିଆ ଘରୁ ୭୦ କେଜି ଗଂଜେଇ ଜବତ ସହ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରଯାଇଛି ।
ବ୍ରହ୍ମପୁର: ପୂର୍ବତନ ସରପଞ୍ଚ ପ୍ରଦୀପ ବିଶୋୟୀ ହତ୍ୟା ମାମଲା । ବନ୍ଥପଲ୍ଲୀର ୨ ଭାଇଙ୍କୁ ଗିରଫ କଲା ବଡ଼ବଜାର ଥାନା ପୋଲିସ । ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଏହି ଦୁଇ ଭାଇଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି । ପୂର୍ବରୁ ଏନେଇ ୬ ଜଣ ଗିରଫ ହୋଇଥିଲେ ।
ରନ୍ଧନ ଗ୍ୟାସ୍ ଦାମ୍ ବୃଦ୍ଧି ପ୍ରତିବାଦରେ RDC ଅଫିସ୍ ଘେରିବ ବିଜେଡି । ପ୍ରେସମିଟ୍ରେ ସୂଚନା ଦେଲେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ୍ । ୨୨ରେ କଟକ, ୨୩ରେ ସମ୍ବଲପୁର, ୨୪ରେ ବ୍ରହ୍ମପୁର RDC ଅଫିସ୍ ଘେରାଯିବ ବୋଲି ସେ କହିଛନ୍ତି । ମହିଳା, ଯୁବ ଓ ଛାତ୍ର ବିଜେଡି କର୍ମୀ RDC ଅଫିସ୍ ଆଗରେ ପ୍ରତିବାଦ କରିବେ ।
ଚିଲିକା ପ୍ରାକୃତିକ ସଂରକ୍ଷଣ ନେଇ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ । ବାରମ୍ବାର ଘେରି ଉଚ୍ଛେଦ ପରେ ବି ପୁଣି ତିଆରି ହେଉଥିବା କଥା କହିଲେ କୋର୍ଟ । ଦିନ ୨ଟା ଭିତରେ କୃଷ୍ଣପ୍ରସାଦରୁ ଘେରି ଉଚ୍ଛେଦ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ନିର୍ଦ୍ଦେଶ ଅନୁସାରେ ଉଚ୍ଛେଦ ସହ କୋର୍ଟରେ ଭିଡିଓ ଦାଖଲ କଲେ ଜିଲ୍ଲାପାଳ । ପୂର୍ବ ନିର୍ଦ୍ଦେଶ ଅନୁସାରେ ଭର୍ଚୁଆଲ ମୋଡରେ ହାଜର ହେଲେ ୨ ଜିଲ୍ଲାପାଳ । ୨୨ରେ ପୁରୀ, ଖୋର୍ଦ୍ଧା, ଗଂଜାମ, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ହାଜର ନିର୍ଦ୍ଦେଶ ଦିଆଯାଇଛି ।
ଚଳିତ ଶିକ୍ଷା ବର୍ଷରେ ଏକାଦଶ ଶ୍ରେଣୀ ନାମଲେଖା ପାଇଁ ପୁଣିି ସୁଯୋଗ । ଯେଉଁମାନେ କୌଣସି କାରଣରୁ ନାମ ଲେଖାଇ ନାହାନ୍ତି ସେମାନଙ୍କୁ ସୁଯୋଗ ଦିଆଯିବ । ଏହି ୩ୟ ପର୍ଯ୍ୟାୟ ନାମଲେଖା ବେଳେ ସଂରକ୍ଷଣ ନିୟମ ଲାଗୁ ହେବ ନାହିଁ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଫି ଦେଇ ଆବେଦନ କରିଥିଲେ କିନ୍ତୁ ଏଥର ଦେବାକୁ ପଡ଼ିବନି ଫି । ସେହିପରି ସ୍ଲାଇଡଅପ୍ ସୁଯୋଗରୁ ବଞ୍ଚିତ ହୋଇଥିଲେ ବିନା ଦେୟର ଆବେଦନ କରିପାରିବେ । ନଭେମ୍ବର ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନଲଇନରେ ଆବେଦନ କରିପାରିବେ । ୨୪ରେ ମେରିଟ୍ ଲିଷ୍ଟ; ୨୫ ଓ ୨୬ ତାରିଖରେ ନାମ ଲେଖାଇବାକୁ ନିର୍ଦ୍ଦେଶ
ବିଜେପି ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଆରମ୍ଭ ହୋଇଛି, ଦସ୍ତଖତ ଅଭିଯାନ । ଯାହାକୁ ଦେଖିବା ପରେ ଏବେ ସ୍ପଷ୍ଟ ହେଉଛି ଯେ, ମନ୍ତ୍ରୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରରେ ଲାଗିଛି । More
ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଦେଇ ସେ ପୂର୍ବ ଭଳି କେବଳ ନିଜ ପକ୍ଷ ରଖିଛନ୍ତି । ସେ କହିଛନ୍ତି ହତ୍ୟା ଘଟଣାରେ ତାଙ୍କର କୌଣସି ସଂପୃକ୍ତି ପାହିଁ । କାରଣ ସେ ଭାରତୀୟ ବାୟୁସେନାର ଜଣେ ପାଇଲଟ୍, ଦେଶ ପାଇଁ ଲଢ଼ିଛନ୍ତି । More
କେନ୍ଦ୍ରୀୟ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରକାଶିତ ଭୋଟର ତାଲିକାରେ କୌଣସି ତ୍ରୁଟି ଥିଲେ ସଂଶୋଧନ ପାଇଁ ଆବେଦନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। More
ଦଳରେ ଅସନ୍ତୁଷ୍ଟ ଅଛନ୍ତି କି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ? ଦଳୀୟ କାର୍ଯ୍ୟକଳାପରେ ସେ ଅସନ୍ତୁଷ୍ଟ ନେଇ ଆଭାସ ମିଳିଛି। More
ଭୁବନେଶ୍ୱର ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ମିନତୀ ବାରିକଙ୍କ ଗାଡ଼ି ଉପରକୁ ପେଟ୍ରୋଲ ବୋମା ପକାଇ କିଛି ଦୁର୍ବୃତ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି। More
OCAC ସିଇଓଙ୍କ ହ୍ୱାଟ୍ସଆପ୍ ହ୍ୟାକ୍ କରି ଟଙ୍କା ଲୁଟିବା ଘଟଣା଼ ପଛରେ ନାଇଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ସ୍ପଷ୍ଟ ହୋଇଛି। ଗ୍ୟାଙ୍ଗର ସଦସ୍ୟ ବେଙ୍ଗାଲୁରୁରେ ରହି ଏହି ଅପରାଧ ଘଟାଇଛନ୍ତି। More
ଆମ ଓଡ଼ିଆ ଘରେ ବିଭିନ୍ନ ମିଠାର ରେସିପି ପ୍ରସ୍ତୁତ କରାଯାଏ । ଆଜି ଆମେ ଆପଣଙ୍କ ପାଇଁ ଅମୃତଭଣ୍ଡାରେ ଏକ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ଅମୃତଭଣ୍ଡା ହାଲ୍ୱା’ । More
୨୦୨୧ ମସିହା, ନଭେମ୍ବର ମାସ ୧୭ ତାରିଖ, ବୁଧବାର, ବିଛା ୨ ଦିନ, ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More
ହଜାର ହଜାର ଟଙ୍କା ଧାର କରଜ କରି ଚାଷୀ କରିଥିଲା ଚାଷ ହେଲେ ଅମଳ ପୂର୍ବରୁ ସବୁ ଧାନ ନଷ୍ଟ ହୋଇଗଲା । କେଉଁଠି ଧାନ ଖେତରେ ଆଣ୍ଠୁଏ ଆଣ୍ଠୁଏ ପାଣି ତ ଆଉ କେଉଁଠି କଟାଯାଇଥିବା ଧାନ ଉପରେ ପାଣି ଜମି ରହିଛି । More
ବବଲୁ ଭିନ୍ନକ୍ଷମ ହେଲେ ସୁଦ୍ଧା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । କେବେ ସାହାଯ୍ୟ ଆଶା କରିନାହାନ୍ତି, ବରଂ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । More
ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ ହୋଇଛି। ଭୁବନେଶ୍ୱର ସ୍ଥିତ ବାସଭବନରେ ହୃଦ୍ଘାତରେ ଉମେଶଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। More
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ପୁଣି ଥରେ ନିଜ ଉପରେ ଆସିଥିବା ସମସ୍ତ ଅଭିଯୋଗକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଖଣ୍ଡନ କରିଛନ୍ତି। More
ନଦୀ ଗର୍ଭରେ ପ୍ରଭୂଙ୍କ ପୀଠ। କେହି ଗଢ଼ି ନାହାନ୍ତି, ଲୋକେ କହୁଛନ୍ତି ନଦୀ ବାଲିରେ ଆପେ ଆପେ ତିଆରି ହୋଇଛି। ଶହ ଶହ ବର୍ଷ ତଳର ଏ ମୂର୍ତ୍ତି ସେମିତି ରହିଛି। ଏ ସରକାର ନା ଦାୟିତ୍ୱ ନେଉଛି ନା ଏ ପୀଠକୁ ବିକଶିତ କରୁଛି? More
ମହାଲିଙ୍ଗ ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁଙ୍କ ପ୍ରେମ କାହାଣୀ ଜାଣିଥିଲେ ସନ୍ସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର । ସେଥିପାଇଁ ତାଙ୍କୁ ଅନେକ ସମୟରେ ଧମକଚମକ ଦେଉଥିବା ଅଭିଯୋଗ ହୋଇଥିଲା । More
ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଏହି ଘଟଣାର ସଠିକ ତଦନ୍ତ କରାଯିବା ସହ ଜିଲ୍ଲାପାଳ ଏହାକୁ ଗୁରୁତର ସହ ନେବାକୁ ଦାବି ହୋଇଛି । More
ଝାରସୁଗୁଡ଼ା ଜିଲ୍ଲାର ଦୁଇ ହଜାର ହୀରାକୁଦ ବିସ୍ଥାପିତଙ୍କ ପରିବାରକୁ ଘରଡିହ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ହୁଏତ ସେହି ତାଲିକାରେ ସ୍ଥାନ ପାଇପାରନ୍ତି ଲଖନପୁର ବ୍ଲକ ଲମ୍ଫାଲୁଗା ଗାଁର ଜମିହରା । More
ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିରେ ଆଉ ପାଦେ ବଢ଼ିଲେ ରାଜ୍ୟ ନିର୍ବାଚନ ଆୟୋଗ । ଚୂଡ଼ାନ୍ତ ହେଲା ପଞ୍ଚାୟତ ତାଲିକା । ଏହି ଅନୁଯାୟୀ, ୬ ହଜାର ୭୯୪ ପଂଚାୟତରେ ହେବ ଭୋଟ୍ ଯେଉଁଥିରେ ରହିଛି ମୋଟ୍ ୯୧ ହଜାର ୯୧୬ଟି ଓ୍ୱାର୍ଡ । More
ଯୌନ ରାକ୍ଷାସଙ୍କ ମାୟାକୁ ବୁଝିବା ଆଗରୁ ସଙ୍କଟରେ ପଡ଼ିଯାଉଛନ୍ତି ଅବୋଧ ଶିଶୁ । କାରଣ ମାତିଛନ୍ତି ଯୌନ ପିପାସୁ । ଛାଇ ଭଳି ଘୁରିବୁଲୁଛନ୍ତି ଭର୍ଚୁଆଲ୍ ମୋଡ୍ରେ । More