• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 04 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sarbeswar
  • 3 years ago

ଭଦ୍ରକରେ ମାଆ ଭଦ୍ରକାଳୀଙ୍କୁ ଆଜି ବେଦମାତା ରୂପରେ କରାଯାଉଛି ପୂଜା। ଜାଣନ୍ତୁ ଏହାର ମହତ୍ୱ...

କରୋନା କଟକଣା ମଧ୍ୟରେ ମାଆ କାଳୀଙ୍କର ଚାଲିଛି ପୂଜାର୍ଚ୍ଚନା। ଆଜି ଆଦୀ ମାତା ରୂପରେ ପୂଜା ପାଉଛନ୍ତି ମାଆ ଭଦ୍ରକାଳୀ More
  • Otv Khabar Bureau
  • 3 years ago

ସପ୍ତମ ଶ୍ରେଣୀରେ ପଢୁଛନ୍ତି, ପିଣ୍ତଦାନ କରି ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ ଦେଉଛନ୍ତି

ପ୍ରଦୂଷଣ ବୃଦ୍ଧି, କୋଭିଡ୍ କଟକଣା ଉଲ୍ଲଙ୍ଘନ ଆଶଙ୍କାରେ ସିଂହଦ୍ୱାର ଓ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ୧୪୪ ଧାରା ଲାଗୁ କରାଯାଇଛି । ତେବେ ଏହାରି ମଧ୍ୟରେ ୭ମ ଶ୍ରେଣୀରେ ପଢୁଥିବା ଏକ କୁନି ନନା ବଡ଼ ବଡ଼ ଶ୍ଲୋକ ଅନର୍ଗଳ ବୋଲିଚାଲିଛନ୍ତି । ଲୋକଙ୍କ ପୟା ଶ୍ରାଦ୍ଧ କରାଉଛନ୍ତି ଆଉ ଆଶୀର୍ବାଦ ମଧ୍ୟ ଦେଉଛନ୍ତି । ବଡ଼ ହେଲେ ସେ ଜଣେ ପଣ୍ଡିତ ହେବାକୁ ଚାହାନ୍ତି ବୋଲି କହିଛନ୍ତି । More
  • Sarbeswar
  • 3 years ago

ଦୀପାବଳିରେ ଅଘଟଣ, ବାଣ ନେଲା ୨ ଜୀବନ

ଦୀପାବଳିରେ ଅଘଟଣ ହୋଇଛି। ରାଜ୍ୟର ୨ଟି ସ୍ଥାନରେ ବାଣ ବିସ୍ଫୋରଣ ହେବାରୁ ୨ ଜଣ ପ୍ରାଣ ହରାଇଛନ୍ତି More
  • Sarbeswar
  • 3 years ago

ଶାସନରେ ତଳ ଆଡୁ ୩ ନମ୍ବର ଓଡ଼ିଶା !

ଗୁଡ୍ ଗର୍ଭନାନ୍ସ ବା ସୁଶାସନରେ ଓଡିଶା କେତେ ଦକ୍ଷ? କେତେ ହୋଇଛି ରାଜ୍ୟର ଆର୍ଥିକ ବିକା More
  • Sarbeswar
  • 3 years ago

ନକଲି ଶିକ୍ଷକଙ୍କୁ ଧରିବାକୁ ସମୟ ଗଡାଉଛନ୍ତି ଶିକ୍ଷା ଅଧିକାରୀ

ରାଜ୍ୟରେ ଜାଲ୍‌ ପ୍ରମାଣ ପତ୍ର ଦେଇ ଶିକ୍ଷକତା କରୁଛନ୍ତି ଅନେକ ଶିକ୍ଷକ। ଏହା ଜଣାପଡ଼ିବା ପରେ ଚିନ୍ତାରେ ରାଜ୍ୟବାସୀ, ବିପଦରେ ପିଲାଙ୍କ ଭବିଷ୍ୟତ More
  • Sarbeswar
  • 3 years ago

ଦିନ ବଢୁଛି, ମନ୍ତ୍ରୀ ନାମରେ ଅଭିଯୋଗ ବି ବଢୁଛ... ପ୍ରାଇଭେଟ୍ ସେକ୍ରେଟାରୀଙ୍କୁ ନେଇ ବଢୁଛି ଚର୍ଚ୍ଚା ?

ମମିତା ମେହେର ହତ୍ୟାକାଣ୍ଡଙ୍କୁ ନେଇ ଥମିବାରେ ନା ନେଉନାହିଁ ବିବାଦ। ଗୋଟିଏ ପରେ ଗୋଟିଏ ମନ୍ତ୍ରୀଙ୍କ ବିରୋଧରେ ଆସୁଛି ଅଭିଯୋଗ More
  • Sarbeswar
  • 3 years ago

ବାଧ୍ୟରେ ତେଲ ଉପରୁ ଭାଟ୍‌ ହ୍ରାସ କଲେ କି ରାଜ୍ୟ ସରକାର?

ଏଲପିଜି ଦରକୁ ନେଇ ପାଲଟା ଆକ୍ରମଣ କରିଛି ବିଜେଡି। କେନ୍ଦ୍ର ଗ୍ୟାସ ଉପରୁ ମଧ୍ୟ ଏକ୍ସାଇଜ୍ ଓ ଅନ୍ୟ ଟିକସ ହ୍ରାସ କରୁ ବୋଲି ଦଳ ଦାବି କରିଛି More
  • Prangyan Parimita
  • 3 years ago

ନୂଆ ଦୁନିଆ ଦେଖିବେ ଡଙ୍ଗରିଆ : ମାଗଣାରେ ଚକ୍ଷୁ ପରୀକ୍ଷା କରୁଛନ୍ତି ଆଦିମ ଜନଜାତି

ଡଙ୍ଗରିଆ ଆଦିବାସୀଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଅସ୍ତ୍ରୋପଚାର କରାଯାଉଛି । ଏହାସହ ମାଗଣାରେ ଚଷମା ପ୍ରଦାନ କରାଯାଉଛି । More
  • Sarbeswar
  • 3 years ago

ପିହୁ ନିଖୋଜକୁ ହିତିଲାଣି ୧୪ ବର୍ଷ, ଆଉ ଆଜି ତା’ର ଜନ୍ମଦିନ। ମାଆ କହିଲେ....

"ମୋ ଝିଅକୁ ନିଖୋଜ ହେବାର ୧୪ ମାସ ବିତିଲାଣି, କେବେ ଫେରିବ ମୋ ଝିଅ? ରାଜ୍ୟ ସରକାରଙ୍କୁ ଝିଅକୁ ଫେରାଇ ଦେବା ଲାଗି ଆକୁଳ ନିବେଦନ କରୁଛନ୍ତି ପିହୁର ମାଆ" More
  • Prangyan Parimita
  • 3 years ago

ଆସିଲା ପ୍ରଥମ କରୋନା ବଟିକା: ମଲନୁପିରାଭିରକୁ ବ୍ରିଟେନର ଅନୁମତି

ବିଶ୍ୱବାସୀଙ୍କୁ ମିଳିଛି କରୋନା ବିରୋଧୀ ପ୍ରଥମ ବଟିକା । ମଲନୁପିରାଭିରକୁ ଆଜି ବ୍ରିଟେନ ସରକାର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । More
  • Prangyan Parimita
  • 3 years ago

ଠିକା କର୍ମଚାରୀଙ୍କ ପାରିଶ୍ରମିକ ବଢ଼ାଇଲେ, ହେଲେ କନିଷ୍ଠ ଶିକ୍ଷକଙ୍କୁ ଆଡ଼ ଆଖିରେ ଚାହିଁଲେନି ମୁଖ୍ୟମନ୍ତ୍ରୀ

ଆମେ କେନ୍ଦ୍ରର ନାଁ ରାଜ୍ୟର ? ଅନିଶ୍ଚିତ ଭବିଷ୍ୟତ ଭିତରେ ନିଜକୁ ଏପରି ପ୍ରଶ୍ନ କରୁଛନ୍ତି କନିଷ୍ଠ ଶିକ୍ଷକ । ତେଲ ଦର ବଢ଼ୁଛି, ପରିବା ଦର ଆକାଶ ଛୁଆଁ । ହେଲେ ବଢ଼ୁନି ଦରମା । More
  • Sarbeswar
  • 3 years ago

୯ ହାତ ଦେଉଳରେ ପୂଜା ପାଉଛନ୍ତି ୧୮ କାଳୀ : ଏହା କେମିତି ସମ୍ଭବ?

ଯାଜପୁରର ଏମିତି ଏକ କ୍ଷେତ୍ର ଯେଉଁଠାରେ ମାଆ କାଳୀଙ୍କୁ କରାଯାଏ ସ୍ୱତନ୍ତ୍ର ପୂଜା। ଗୋଟିଏ ସହରର ତିନୋଟି ସ୍ଥାନରେ ମାଆଙ୍କର ଆଦ୍ୟରୂପକୁ କରାଯାଉଛି ପୂଜା More
  • Sarbeswar
  • 3 years ago

ଭଦ୍ରକ ଓ ଯାଜପୁରରେ ଚାଲିଛି ଗଣପର୍ବ କାଳୀପୂଜା : କରୋନା କଟକଣାରେ ପୂଜା ପାଉଛନ୍ତି ମା’

ବିନା ଭକ୍ତରେ ଏଥର ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମାଆ ଶ୍ୟାମାକାଳୀ। ଭକ୍ତଙ୍କର ନାହିଁ କୋଳାହଳ, ପ୍ରଶାସନର ନିୟମ ଅନୁସାରେ ଚାଲିଛି ପୂଜାର୍ଚ୍ଚନା More
  • Prangyan Parimita
  • 3 years ago

ମାଟି ମଣିଷର ମନ କଥା : ଲାଭ ନହେଲେବି ପରମ୍ପରା ପାଇଁ ବଞ୍ଚିଛି କୌଳିକ ବୃତ୍ତି, ଦୀପ ତିଆରି କରୁଛନ୍ତି ବାପପୁଅ

ଲାଭ କଥା ଦୂରେ ଥାଉ କିନ୍ତୁ ବୃତ୍ତି ଓ ପରମ୍ପରା ବଞ୍ଚିରହୁ । ଲାଭ ନହେଲେବି ମାଟି ଦୀପ ତିଆରି କରୁଛନ୍ତି କୁମ୍ଭକାର ବନମାଳୀ । More
  • Rajalaxmi Sahoo
  • 3 years ago

କାହିଁକି ଝିଅ ଡ୍ରେସ୍‌ ପିନ୍ଧି ପଡ଼ୋଶୀଙ୍କ ଘରେ ପଶିଥିଲା ଯୁବକ ? ସ୍ପଷ୍ଟ କଲା ପୋଲିସ୍‌

ମାସେ ପୂର୍ବରୁ ୨ ଅଭିଯୁକ୍ତ ଲୁଟ୍ ପାଇଁ ପ୍ଲାନ୍ କରିଥିଲେ। ଏଥିପାଇଁ ଛୁରୀ, ଖେଳନା ବନ୍ଧୁକ ଓ ଝିଅଙ୍କ ଡ୍ରେସ୍ କିଣିଥିଲେ। ଝିଅ ଡ୍ରେସ୍ ଲୁଟ୍‌ ପାଇଁ ପଡ଼ୋଶୀଙ୍କ ଘରେ ପଶିଥିଲେ ଅଭିଯୁକ୍ତ। More
  • Prangyan Parimita
  • 3 years ago

’ଲଢ଼େଇ ଆହୁରି ତୀବ୍ରତର ହେବ, ଦିବ୍ୟଶଙ୍କର ଯେଉଁଠିକି ଯିବେ ବିରୋଧ ହେବ’

ଲଢ଼େଇକୁ ଆହୁରି ତ୍ରୀବତର କରାଯିବ । ପୋଲିସ୍ ନାଲି ଆଖିକୁ କେହି ଡରିବେନି । ପ୍ରତିବାଦ ଆହୁରି ଜୋରଦାର ହେବ । ସମସ୍ତେ ଲଢ଼େଇ କରିବା । More
  • Satyendu Shekher Mishra
  • 3 years ago

କମିଲା ତୈଳ ଦର: କେନ୍ଦ୍ରକୁ ବିଜେଡିର ଚେତାବନୀ, ଅସନ୍ତୋଷ ରାଜ୍ୟ ବିଜେପି !

ରାଜ୍ୟ ରାଜନୀତି ହାଲକା ଗରମ ହୋଇଛି । ବିଜେଡି ପକ୍ଷରୁ ପୁଣି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦିଆଯାଇଛି । ବିଜେଡି ପକ୍ଷରୁ କୁହାଯାଇଛି ଯେ, ଖାଲି ପେଟ୍ରୋଲ-ଡିଜେଲ ଦର କମାଇଲେ ହେବନାହିଁ । More
  • Prangyan Parimita
  • 3 years ago

ଆଜି ଆଲୋକର ପର୍ବ ଦୀପାବଳି : ଅନ୍ଧାର ଉପରେ ଆଲୋକର ବିଜୟ

ଅଧର୍ମ ଉପରେ ଧର୍ମର ଜୟ । ସାରା ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପାଳନ ହେଉଛି ଦୀପାବଳି । ଲୋକେ ଘରେ ଘରେ ଦୀପ ଜାଳିବା ସହ ଇଷ୍ଟ ଦେବୀଙ୍କୁ ପୂଜା କରିଛନ୍ତି । ଉତ୍ତର ଭାରତରେ ଲକ୍ଷ୍ମୀ-ଗଣେଶଙ୍କୁ ପୂଜା କରାଯାଉଥିବା ବେଳେ ପୂର୍ବ ଭାରତରେ ମାଆ କାଳୀଙ୍କୁ ଆରାଧନା କରାଯାଉଛି । More
  • Satyendu Shekher Mishra
  • 3 years ago

ମଦ ପିଇ ହଙ୍ଗାମା କଲେ ଯୁବତୀ

ମଦ ପିଇ କନେଷ୍ଟବଳଙ୍କୁ ମାଡ଼ ମାରିଲେ ଯୁବତୀ । ଏହି ଅଭିଯୋଗ ଆସିଛି ବଲାଙ୍ଗିରରୁ । କଚେରି ଛକରେ ଡ୍ୟୁଟିରେ ଥିବା ବେଳେ ଯୁବତୀ ଜଣକ କନେଷ୍ଟବଳଙ୍କୁ ଆକ୍ରମଣ କରିଥିଲେ । ପୋଲିସ ଟିମ୍ ଆସି ତାଙ୍କୁ ଟାଉନ୍ ଥାନାକୁ ଆଣିଥିଲା । ଥାନା ସାମ୍ନାରେ ମଧ୍ୟ ସେ ହଙ୍ଗାମା କରିଥିଲେ । ଏପରିକି ଡ୍ରେସ୍ ଖୋଲିବାକୁ ଚେଷ୍ଟା କରି ଗାଲିଗୁଲଜ କରିଥିଲେ । ବହୁ କଷ୍ଟରେ ପୋଲିସ ତାଙ୍କୁ କାବୁ କରିଥିଲା । ଯୁବତୀ ଜଣକ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । ଦେହ ବ୍ୟବସାୟ ପାଇଁ କେହି ତାଙ୍କୁ ଡାକି ମଦ ପିଆଇ ଛାଡ଼ି ଦେଇଥିବା ଅନୁମାନ କରାଯାଉଛି । ଯୁବତୀଟି ଭୁବନେଶ୍ୱର ଯିବାକୁ କହୁଥିବାରୁ ତାକୁ ପଠାଇବାର ବ୍ୟବସ୍ଥା କରୁଛି ପୋଲିସ ।

  • Satyendu Shekher Mishra
  • 3 years ago

କାଳୀ ପୂଜା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଆଜି କାଳୀ ପୂଜା । ଏଥିଲାଗି ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । କାଳୀପୂଜା ପାଇଁ ପ୍ରସିଦ୍ଧ ଭଦ୍ରକରେ ଜୋରଦାର ପ୍ରସ୍ତୁତି ଚାଲିଛି । ଏପଟେ କଟକ ସହରରେ ବିଭିନ୍ନ ପୂଜା ମଣ୍ଡପରେ ମାଆ କାଳୀଙ୍କୁ ଆବାହନ ପାଇଁ ପ୍ରସ୍ତୁତି ଶେଷ ପଯର୍ୟାୟରେ । ସହରର ବିଭିନ୍ନ ପୂଜା ମଣ୍ଡପରେ କାଲି ମଧ୍ୟ ରାତିରୁ ମହାକାଳୀଙ୍କ ପୂଜା ଆରମ୍ଭ ହୋଇଛି । ପ୍ରଥମେ ଘଟ ସ୍ଥାପନ କରି ମାଆଙ୍କୁ ଆବାହନ କରାଯାଇ ପରେ ଚକ୍ଷୁ ଦାନ କରାଯିବ । ସନ୍ଧିପୂଜା ଓ କାଳୀପୂଜା ଶେଷ ପରେ ଘଟ ବିସର୍ଜନ କରାଯିବ । ଚଳିତବର୍ଷ କୋଭିଡ୍ କଟକଣା ଭିତରେ ସମସ୍ତ ପୂଜା ମଣ୍ଡପରେ ପୂଜା ଆୟୋଜନ ହେଉଛି । ଯାଜପୁରରେ ମଧ୍ୟ ଚଳିତ ବର୍ଷ ନିରାଡ଼ମ୍ବର ଭାବେ ବିନା ସାଜସଜ୍ଜାରେ ପାଳନ ହେବ କାଳୀ ପୂଜା ।

  • Satyendu Shekher Mishra
  • 3 years ago

ଦିପାବଳି ଅବସରରେ ଝଲସୁଛି ରାମ ଜନ୍ମଭୂମି ଅଯୋଧ୍ୟା । ଦୀପୋତ୍ସବ ସହ ସରଜୁ ନଦୀ କୂଳରେ ପ୍ରଜ୍ଜ୍ୱଳିତ ହୋଇଛି ୯ ଲକ୍ଷ ଦୀପ, ତାସହିତ ଆକର୍ଷଣୀୟ ଲେଜର ସୋ । ପୁରା ଅଯୋଧ୍ୟାରେ ୧୨ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ କରାଯାଇଛି । ରାମାୟଣ ଗାଥା ଅନୁସାରେ ୧୪ ବର୍ଷ ବନବାସ ଓ ରାବଣକୁ ବଧ ପରେ ଆଜିର ଦିନରେ ଅଯୋଧ୍ୟାକୁ ଫେରିଥିଲେ ପ୍ରଭୁ ଶ୍ରୀରାମ, ମାତା ସୀତା ଏବଂ ଅନୁଜ ଲକ୍ଷ୍ମଣ । ସେମାନଙ୍କୁ ସ୍ୱାଗତ କରିବାକୁ ପୁରା ଅଯୋଧ୍ୟା ପ୍ରଜ୍ଜ୍ୱଳିତ ହୋଇଥିଲା । ସେହି ପରମ୍ପରାର ସ୍ମୃତିରେ ଆଜି ଅଯୋଧ୍ୟାକୁ ଏପରି ସଜ୍ଜିତ କରାଯାଇଛି । ସେଠାରେ ବି ରାମଲୀଳା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାଙ୍କ କ୍ୟାବିନେଟର ଅନେକ ମନ୍ତ୍ରୀ ।

  • Satyendu Shekher Mishra
  • 3 years ago

ରାଜ୍ୟରେ ବାଣ ବଜାର ଏଥର ଖାଁ ଖାଁ

ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧାର ଉପରେ ଆଲୋକର ବିଜୟ । ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ଜୟ । ସାରା ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପାଳନ ହେଉଛି ଦୀପାବଳି । ଲୋକେ ଘରେ ଘରେ ଦୀପ ଜାଳିବା ସହ ଇଷ୍ଟ ଦେବୀଙ୍କୁ ପୂଜା କରିଛନ୍ତି । ଉତ୍ତର ଭାରତରେ ଲକ୍ଷ୍ମୀ-ଗଣେଶଙ୍କୁ ପୂଜା କରାଯାଉଥିବା ବେଳେ ପୂର୍ବ ଭାରତରେ ମାଆ କାଳୀଙ୍କୁ ଆରାଧନା କରାଯାଉଛି । ସେପଟେ ରାଜ୍ୟରେ ବାଣ ବଜାର ଏଥର ଖାଁ ଖାଁ । ଗ୍ରୀନ୍ କ୍ରାକର ଓ ବିଳମ୍ବରେ ଅନୁମତି ମିଳିଥିବାରୁ ଲୋକେ ଓ ଦୋକାନୀ ଦ୍ୱନ୍ଦ୍ୱରେ ରହିଛନ୍ତି । ବଜାରରେ ଚାହିଦା ମୁତାବକ ଗ୍ରୀନ କ୍ରାକର ନାହିଁ । ଲୋକେ ନିଜ ପରିବାର ଓ ପରିଜନ ସହ ଏକାଠି ହୋଇ ଦୀପ ଜାଳି ଦୀପାବଳି ଉତ୍ସବ ପାଳନ କରିବେ । 

  • Satyendu Shekher Mishra
  • 3 years ago

ଭଦ୍ରକରେ ମା’ଙ୍କ ପିଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଚଣ୍ଡିପାଠ

ଭଦ୍ରକରେ କାଳୀପୂଜା ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ଗତକାଲି ମା ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଆଜି ବେଦମାତା ବେଶରେ ଦର୍ଶନ ଦେଉଛନ୍ତି । ଏହି ଅବସରରେ ମାଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଚଣ୍ଡିପାଠ କରାଯାଉଛି । କିନ୍ତୁ କରୋନା କଟକଣା ଯୋଗୁଁ ଚଳିତବର୍ଷ ଫିକା ପଡିଛି ମାଙ୍କ ପୂଜା । କେବଳ ବିଧି ଅନୁଯାୟୀ ମାଙ୍କ ପୂଜା ଅନୁଷ୍ଠିତ ହେଉଛି । ମନ୍ଦିରରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି । 

  • Satyendu Shekher Mishra
  • 3 years ago

ବାଲିଗୁଡା ଆଇଟିଡିଏର ହେଡକ୍ଲର୍କ ବସନ୍ତ କୁମାର ପାଣିଙ୍କ ଘରେ ଭିଜିଲାନ୍ସ ରେଡ୍

କନ୍ଧମାଳ ଜିଲ୍ଲା ବାଲିଗୁଡା ଆଇଟିଡିଏର ହେଡକ୍ଲର୍କ ବସନ୍ତ କୁମାର ପାଣିଙ୍କ ଘରେ ଭିଜିଲାନ୍ସ ରେଡ୍ । ଜଣେ ଠିକାଦାରଙ୍କଠାରୁ ସିକ୍ୟୁରିଟି ବାବଦରେ ଟଙ୍କା ରିଲିଜ ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ବସନ୍ତ । ବସନ୍ତଙ୍କ ଅଫିସ, ବାଲିଗୁଡାସ୍ଥିତ ଘର ଏବଂ ଫୁଲବାଣୀ ଘରେ ଭିଜିଲାନ୍ସ ଟିମ୍ ସର୍ଚ୍ଚ କରିଥିଲେ । ସର୍ଚ୍ଚ ବେଳେ ୧୩ ଲକ୍ଷ ୨୫ ହଜାର ଟଙ୍କା, ବହୁ ମୂଲ୍ୟବାନ ଅଳଙ୍କାର, ବ୍ୟାଙ୍କ୍ ବାଲାନ୍ସ ଏବଂ ବହୁ ମୂଲ୍ୟର ଆସବାବପତ୍ର ଠାବ କରାଯାଇଥିବା ସୂଚନା ମିଳିଛି । ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ରେଡ୍ କରାଯାଉଛି । 

  • Satyendu Shekher Mishra
  • 3 years ago

ଚାନ୍ଦବାଲି ଏବଂ ତିହିଡି ଅଞ୍ଚଳରେ ନକଲି ନୋଟ କାରବାର ବଢ଼ିବାରେ ଲାଗିଛି

ଚାନ୍ଦବାଲି ଏବଂ ତିହିଡି ଅଞ୍ଚଳରେ ନକଲି ନୋଟ କାରବାର ବଢ଼ିବାରେ ଲାଗିଛି । ପିରହାଟ ଥାନା ହଟପୁର ଗାଁର ନିହାର ରଞ୍ଜନ ଜେନା, ଗଦି ବଜାରରେ ଥିବା ହାଡ଼ଓୟାର ଦୋକାନରୁ କିଛି ଇଲେକ୍‌ଟ୍ରି ସାମଗ୍ରୀ କିଣି ନୋଟ ଦେବା ସମୟରେ ଦୋକାନୀ ସେସବୁ ନୋକଲି ନୋଟ ବୋଲି ଜାଣିବାକୁ ପାଇଥିଲା । ପରେ ଯୁବକଙ୍କୁ ଅଟକ ରଖି ପିରାହାଟ ପୋଲିସକୁ ଖବର ଦିଆଯାଇଥିଲା । ଘଟଣାର ସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ଗିରଫ କରିଛି ।

  • Satyendu Shekher Mishra
  • 3 years ago

ଭୁବନେଶ୍ୱର ଉପକଣ୍ଠ ପୁରୀ କେନାଲରେ ଖସି ପଡିଲା କାର୍, ୨ ଯୁବକ ନିଖୋଜ

ଭୁବନେଶ୍ୱର ଉପକଣ୍ଠ ପୁରୀ କେନାଲରେ ଖସି ପଡିଲା କାର୍ । ବୁଡି ଯାଇ ୨ ଯୁବକ ନିଖୋଜ ହୋଇଯାଇଥିବା ସୂଚନା । ଗତକାଲି ମଧ୍ୟରାତ୍ରିରେ ବାଲିଅନ୍ତା ଥାନା ଅଟଳା ନିକଟରେ ଏହି ଘଟଣା ଘଟିଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ମଧ୍ୟରାତିରେ ଏକ କମ୍ପାନୀର ଦୁଇଟି କାର ଶିବଶକ୍ତିନଗରକୁ ଯାଉଥିଲା । ତେବେ ପୁରୀ ମୁଖ୍ୟ କେନାଲରେ ଗୋଟିଏ କାର ଭାରସାମ୍ୟ ହରାଇ ଖସିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ଯୋଗେ କେନାଲରୁ କାରଟିକୁ ଉଠାଇଥିଲା । ହେଲେ ଗାଡିରେ ଥିବା ଦୁଇ ଜଣଙ୍କ କୌଣସି ଖୋଜ୍ ଖବର ମିଳିନାହିଁ । 

  • Satyendu Shekher Mishra
  • 3 years ago

କେନ୍ଦ୍ର ପରେ ରାଜ୍ୟ କମାଇଲା ପେଟ୍ରୋଲ-ଡିଜେଲ ଦର, ୨୪ ଘଣ୍ଟାରେ ୮ ଟଙ୍କା ହ୍ରାସ

କେନ୍ଦ୍ର ପରେ ଓଡ଼ିଶା କମାଇଲା ପେଟ୍ରୋଲ ଡିଜେଲ୍ ରେଟ୍‌ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବାସୀଙ୍କୁ ଦୀପାବଳି ଉପହାର ପରେ ଓଡ଼ିଶା ସରକାରଙ୍କ ଉପହାର । ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କଲେ ରାଜ୍ୟ ସରକାର । More

  • Rajalaxmi Sahoo
  • 3 years ago

ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରର ସମସ୍ତ ୪ ଦ୍ୱାର ଖୋଲା ରଖିବା ପାଇଁ ଦାବି

ଶ୍ରୀମନ୍ଦିରର କେବଳ ପଶ୍ଚିମ ଦ୍ୱାର ନୁହେଁ, ସମସ୍ତ ୪ ଦ୍ୱାର ପୁରୀବାସୀଙ୍କ ପ୍ରବେଶ ଲାଗି ଖୋଲା ରଖିବା ଲାଗି ଦାବି। ଏବେ ଦର୍ଶନ ବ୍ୟବସ୍ଥା ଚାଲୁ ରହିଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ। କେବଳ ପଶ୍ଚିମ ଦ୍ୱାର ଦେଇ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ନଭେମ୍ବର ୧ ତାରିଖରୁ ଚାଲୁ ରହିଛି। More

  • Satyendu Shekher Mishra
  • 3 years ago

କମିଶନରେଟ୍ ପୋଲୁସକୁ ଖାତିର ନାହିଁ ! ଦିନ ଦ୍ୱିପହରେ ଘରେ ପଶି ଆତଙ୍କ ଖେଳାଉଛନ୍ତି ଦୁର୍ବୃତ୍ତ, ଭିଡିଓ ଭାଇରାଲ..

ଦିନକୁ ଦିନ ବଢ଼ୁଛି ଅପରାଧ । ରାଜଧାନୀରେ ଆଉ ପୋଲିସକୁ ନାହିଁ ଭୟ । ଦିନ ହେଉ କି ରାତି, କମିଶନରେଟ୍‌ ପୋଲିସ ୨୪ ଘଣ୍ଟିଆ ପହରା ଦେଉଥିଲେ ବି ଲୋକଙ୍କୁ ଭୟ ନାହିଁ । More

  • Rajalaxmi Sahoo
  • 3 years ago

ପୁରୀର ନାମ ପରିବର୍ତ୍ତନ ନେଇ ଉଠିଲା ଦାବି

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପୁରୀର ନାମ ପରିବର୍ତ୍ତନ ନେଇ ଦାବି ଉଠିଛି। ‘ଶ୍ରୀଜଗନ୍ନାଥ ପୁରୀ’ କିମ୍ବା ‘ଶ୍ରୀଜଗନ୍ନାଥ ଧାମ ପୁରୀ’ କରାଯିବା ପାଇଁ କିଛି ସାମାଜିକ ଅନୁଷ୍ଠାନ ଦାବି କରିଛନ୍ତି। ମଙ୍ଗଳବାର ଏହି ଦାବି ନେଇ ପରିଚାଳନା କମିଟି ସଦସ୍ୟମାନେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉଠାଇଥିଲେ। More

  • Satyendu Shekher Mishra
  • 3 years ago

କନ୍ୟା ରାଶିର ବ୍ୟକ୍ତିମାନେ ସାବଧାନ ! ଆଜି ଭାଇ-ଭାଇ ଭିତରେ ହୋଇପାରେ କଳି..

ଆଜି ଆପଣଙ୍କ ଭାଗ୍ୟ କଣ ରହିଛି ।  More

  • Satyendu Shekher Mishra
  • 3 years ago

ମନରେଗା ମହାଦୁର୍ନୀତି, ଖାଇଗଲେ ଶ୍ରମିକଙ୍କ ଟଙ୍କା

ମନରେଗାରେ ମହାଦୁର୍ନୀତି । ଟଙ୍କାଟିଏ ଖର୍ଚ୍ଚ ନକରି ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଛି । ଜିଲ୍ଲାପାଳଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏହି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତରୁ। More

  • Satyendu Shekher Mishra
  • 3 years ago

ବଦଳିବ ଆଖଡ଼ାର ରୁପରେଖ, ଖାଲି କୁସ୍ତି ନୁହେଁ ବିଭିନ୍ନ ଖେଳରେ ଦିଆଯିବ ପ୍ରଶିକ୍ଷଣ ! ଅଣ୍ଟା ଭିଡ଼ିଛି ପ୍ରଶାସନ

ସଜେଇ ହେଉଛି ପୁରୀର ବିଭିନ୍ନ କ୍ଲବ୍ । କ୍ରୀଡ଼ାର ବିକାଶ ପାଇଁ ହେଉଛି ବୃହତ ଯୋଜନା । ବିଭିନ୍ନ ଆଖଡ଼ାକୁ ନୂଆ ରୂପ ଦିଆଯାଉଛି । ଆନୁସଙ୍ଗିକ ବ୍ୟବସ୍ଥାକୁ ବଢ଼ାଇବା ସହ ଭିିତ୍ତିଭୂମିକୁ ଉନ୍ନତ କରାଯାଉଛି । More

  • Rajalaxmi Sahoo
  • 3 years ago

ରାଜ୍ୟ ସରକାରଙ୍କ ଦୀପାବଳି ଉପହାର: ବଢ଼ିଲା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା

ଚୁକ୍ତିଭିତ୍ତିରେ ନିୟୋଜିତ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଦୀପାବଳି ଉପହାର। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ତଥା ଆଉଟସୋର୍ସିଂ ଜରିଆରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଦରମା ୨୫% ବୃଦ୍ଧି କରାଯାଇଛି। More

  • Satyendu Shekher Mishra
  • 3 years ago

ସ୍ତ୍ରୀ-ପୁଅକୁ ହତ୍ୟା ପଛରେ ଋଣ ଭାର, ଘରେ ପଶି ମା’ ଝଅକୁ ଛୁରାମାଡ଼ ପଛରେ ବି ସେଇ ଋଣ ବୋଝ

ମୁଣ୍ଡ ଉପରେ ଲକ୍ଷାଧିକ ଟଙ୍କାର ଋଣ ଭାର । ପ୍ରତିଦିନ ଧାର ଟଙ୍କା ମାଗିବାକୁ ଲୋକେ ଘରକୁ ଆସୁଥିଲେ । ମାନସିକ ଦୁଶ୍ଚିନ୍ତା ଏତେ ହୋଇଥିଲା ଯେ, ଶେଷରେ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଥିଲେ ସ୍ୱାମୀ । More

  • Satyendu Shekher Mishra
  • 3 years ago

କୋଭିଡ୍‌ ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କା; ଆରମ୍ଭ ହେଲା ପ୍ରକ୍ରିୟା, ଜାଣନ୍ତୁ କ’ଣ ରହିଛି କ୍ରାଇଟେରିଆ

କୋଭିଡ୍ ଅନୁକମ୍ପା ରାଶି ଦେବା ନେଇ ପ୍ରକ୍ରିୟା ଆରମ୍ଭ । ସୁପ୍ରିମକୋର୍ଟଙ୍କ ରାୟ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଦେଇଥିଲେ । ଆଉ ଏହିକ୍ରମରେ ରାଜ୍ୟରେ ଆରମ୍ଭ ହୋଇଛି କୋଭିଡ୍ ଅନୁକମ୍ପା ସହାୟତା ରାଶି ପ୍ରଦାନ ପ୍ରକ୍ରିୟା । More

  • Satyendu Shekher Mishra
  • 3 years ago

ସବୁଜ ବାଣ ପୁଟାଇବାକୁ ଅନୁମତି ଅଛି, ହେଲେ ବ୍ୟବସାୟୀ ବିକ୍ରି କରିପାରୁ ନାହାନ୍ତି ! ଦୋକାନ ସବୁ ଉଭାନ୍‌..

ଦୀପାବଳି ଘଡ଼ିରେ ଅଦୃଶ୍ୟ ବାଣ ବଜାର । ଉତ୍ସବର ଠିକ୍ ଦିନକ ପୂର୍ବରୁ ମାର୍କେଟ୍‌ରୁ ବାଣ ଦୋକାନ ଗାଏବ । ନିକଟରେ ସରକାର କେବଳ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ପରେ ଏହାକୁ ଫୁଟାଇ ଉତ୍ସବ ମନାଇବାକୁ ମନସ୍ଥ କରିଥିଲେ ଲୋକେ । More

  • Satyendu Shekher Mishra
  • 3 years ago

ଚିନ୍ତା ବଢ଼ାଇଲାଣି ମମିତା ହତ୍ୟା ମାମଲା, ଧୂଳିସାତ୍‌ ହୋଇଯିବ କି BJDର ପଶ୍ଚିମ ଓଡ଼ିଶା ଦଖଲ ସ୍ୱପ୍ନ ?

ମମିତା ମେହେର ମାମଲା, ବିଜେଡିର ପଶ୍ଚିମ ଓଡ଼ିଶା ଗଣିତକୁ ଓଲଟପାଲଟ କରିବ କି ?  ୨୦୧୭ ପଂଚାୟତ ନିର୍ବାଚନ ହେଉ କି ୧୯ ସାଧାରଣ ନିର୍ବାଚନର ଲୋକସଭା ଭୋଟ୍, ସବୁଠି ବିଜେଡିକୁ ଝଟ୍‌କା ଲାଗିଥିଲା । More

  • Satyendu Shekher Mishra
  • 3 years ago

ମମିତା ହତ୍ୟା ଘଟଣା: ବିଜେଡିର ବଢ଼ୁଛି ଅଡ଼ୁଆ, ରାସ୍ତା ଘାଟରେ ମନ୍ତ୍ରୀ ହେଉଛନ୍ତି ହଟହଟା

ମହାଲିଙ୍ଗ୍ ସନ୍‌ସାଇନ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାରେ ବଢୁଛି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ । ସାରା ରାଜ୍ୟ ସହ ମନ୍ତ୍ରୀଙ୍କ ହୋମ୍‌ଗ୍ରାଉଣ୍ଡରେ ବିରୋଧୀଙ୍କ ଜାରି ରହିଛି ଘନ ଘନ ହମ୍‌ଲା । More

  • Satyendu Shekher Mishra
  • 3 years ago

‘ସବୁ ବିରୋଧୀ ମିଶିକି ଯେତିକି, ଏକା ବିଜେପି ସେତିକି’

ଦେଶରେ ସଦ୍ୟ ଅନୁଷ୍ଠିତ ବିଭିନ୍ନ ରାଜ୍ୟ ଉପନିର୍ବାଚନରେ ସବୁ ବିରୋଧୀ ମିଶି ଯେତିକି, ବିଜେପି ତାଠୁ ବେଶି । ଉପନିର୍ବାଚନ ଫଳାଫଳ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଏଭଳି ପ୍ରତିକ୍ରିୟା । More

  • Satyendu Shekher Mishra
  • 3 years ago

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ । ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେଡିରୁ ଇସ୍ତଫା ଦେଇଛନ୍ତି ।ନିଜ ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇଛନ୍ତି । More