• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 25 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 3 years ago

ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ସରକାର, ନଭେମ୍ବର ୨୯ରେ ପୌର ନିର୍ବାଚନର ଚୂଡ଼ାନ୍ତ ବିଜ୍ଞପ୍ତି

ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ସରକାର । ୱାର୍ଡ ପୁନର୍ଗଠନ ଏବଂ ସଂରକ୍ଷଣ କାର୍ଯ୍ୟ ସାରିବାକୁ ପଦକ୍ଷେପ ଆରମ୍ଭ ହୋଇଛି । ଏନେଇ ସବୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ । More
  • Sarbeswar
  • 3 years ago

ପ୍ରଦୀପ କଂଗ୍ରେସ ଦଳ ଛାଡ଼ିବା ପରେ ମାଲକାନଗିରି ପ୍ରଜାମେଳି କଲେ ତାରା

ପ୍ରଦୀପ ମାଝି ଦଳ ଛାଡିବା ପରେ ମାଲକାନଗିରିରେ କଂଗ୍ରେସର ମେଳି। ମାଲକାନଗିରି କଂଗ୍ରେସ କାର୍ଯ୍ୟାଳୟରେ ହୋଇଛି ଏହି ମହା ମେଳି। ପ୍ରଦୀପ ମାଝି ଦଳ ଛାଡିଥିଲେ ମଧ୍ୟ କଂଗ୍ରେସ ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ More
  • Sarbeswar
  • 3 years ago

ମନ୍ତ୍ରୀଙ୍କ ମୁହଁରେ ତାଲା, ଆଇନ୍‌କାନୁନ୍‌ର ଧଜିଆ ଉଡ଼ୁଛି ଖୁଲମଖୁଲା

ମମିତା ହତ୍ୟା ମାମଲାକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହେଉଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଘନିଷ୍ଠ କୁହାଯାଉଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କିନ୍ତୁ ପୁରା ଚୁପ୍। ଘଟଣା ପ୍ରଘଟର ସପ୍ତାହେ ବିତି ଗଲାଣି, ତଥାପି ଅସମ୍ଭବ ନିରବତା ଅବଲମ୍ବଲନ କରୁଛନ୍ତି ମନ୍ତ୍ରୀ । ଦିବ୍ୟଶଙ୍କରଙ୍କ କ୍ୟାବିନେଟ୍ ସହଯୋଗୀ କିମ୍ବା ବିଜେଡିର କୌଣସି ବରିଷ୍ଠ ନେତା ବି ମୁହଁ ଖୋଲୁନାହାନ୍ତି । More
  • Satyendu Shekher Mishra
  • 3 years ago

ଏନପିଏର ଗମ୍ଭୀର ସ୍ଥିତିକୁ ନେଇ ରାଜ୍ୟର ବଢୁଛି ଚିନ୍ତା, ହତାଶ ହୋଇଛନ୍ତି ଯୁବୋଦ୍ୟୋଗି

ଅଚଳ ସଂପତ୍ତି ବା ଏନପିଏର ଗମ୍ଭୀର ସ୍ଥିତିକୁ ନେଇ ରାଜ୍ୟରେ ବଢୁଛି ଚିନ୍ତା । ଗଲା ୩ ମାସରେ ଏନପିଏ ହାର ୬.୨୨ ପ୍ରତିଶତରୁ ବଢି ୭.୨୦ ପ୍ରତିଶତରେ ପହଞ୍ଚିଲାଣି । ଷ୍ଟେଟ୍ ଲେବୁଲ୍ ବ୍ୟାଙ୍କର୍ସ କମିଟି ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ହଠାତ୍ ବଢିଯାଇଛି ବ୍ୟାଙ୍କଗୁଡ଼ିକର ଚିନ୍ତା । More
  • Satyendu Shekher Mishra
  • 3 years ago

ଶାହଙ୍କ କାଶ୍ମୀର ଗସ୍ତ ନେଇ ବୈଜୟନ୍ତଙ୍କ ପ୍ରତିକ୍ରିୟା, କହିଲେ ବିନା ବୁଲେଟ୍‌ ପ୍ରୁଫ୍‌ରେ ବୁଲିରେ ଗୃହମନ୍ତ୍ରୀ

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜମ୍ମୁ ଓ କାଶ୍ମୀର ଗସ୍ତକୁ ନେଇ ବିଜେପିର ପ୍ରତିକ୍ରିୟା । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଧାରା ୩୭୦ ଉଠିବାର ୨ ବର୍ଷ ପରେ କାଶ୍ମୀର ଗସ୍ତ କରିଛନ୍ତି ଅମିତ ଶାହା । More
  • Satyendu Shekher Mishra
  • 3 years ago

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜମ୍ମୁ ଓ କାଶ୍ମୀର ଗସ୍ତକୁ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜମ୍ମୁ ଓ କାଶ୍ମୀର ଗସ୍ତକୁ ନେଇ ବିଜେପିର ପ୍ରତିକ୍ରିୟା । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା । ଧାରା ୩୭୦ ଉଠିବାର ୨ ବର୍ଷ ପରେ କାଶ୍ମୀର ଗସ୍ତ କରିଛନ୍ତି ଅମିତ ଶାହା । ବିନା ବୁଲେଟ ପ୍ରୁଫ୍‌ରେ କାଶ୍ମୀରର ଯୁବକଙ୍କ ସହ ଆଲୋଚନା କଲେ ଶାହା । ଅମିତ ଶାହାଙ୍କ ଏଭଳି ସାହସକୁ ପ୍ରଶଂସା କରିଛନ୍ତି ବୈଜୟନ୍ତ । କାଶ୍ମୀରର ପୁରୁଣା ନେତାମାନେ ପାକିସ୍ତାନ ସହ ଆଲୋଚନା ଲାଗି କହୁଛନ୍ତି । ପୁରୁଣା ନେତାମାନଙ୍କର ଏଭଳି ପରାମର୍ଶକୁ ନାପସନ୍ଦ କରିଛନ୍ତି ବୈଜୟନ୍ତ । ପୁରୁଣା ନେତାଙ୍କ ନୀତି ଆଦର୍ଶ ଯୋଗୁଁ ହଜାର ହଜାର ଯୁବକଙ୍କ ପ୍ରାଣ ଯାଇଛି । ବର୍ତ୍ତମାନର ଭାରତ, ସେତେବେଳର ଭାରତ ହୋଇନାହିଁ । ଆମକୁ କିଏ ବନ୍ଧୁକ ଦେଖାଇ କହିବ କଥା ହୁଅ, ତାହା ଚଳିବନି । କାଶ୍ମୀର ପ୍ରସଙ୍ଗରେ ଅମିତ ଶାହା ଯଥାର୍ଥ କଥା କହିଛନ୍ତି । ଶାହା କହିଛନ୍ତି LOC ସେପଟୁ ଯିଏ ଆତଙ୍କବାଦୀ ପଠାଉଛି ତା ସହ କଥା ହେବୁନି । ଆମେ ଆମ ଦେଶର କାଶ୍ମୀରର ଯୁବକଙ୍କ ସହ କଥାହେବୁ କହିଛିନ୍ତି ଶାହା । କେନ୍ଦ୍ରର ଏଭଳି ପଦକ୍ଷେପ ପରେ କାଶ୍ମୀର ଅନେକ ବଦଳି ଯାଇଛି । ପୂର୍ବରୁ ସେନାବାହିନୀ ଉପରକୁ ହେଉଥିବା ଢେଲାପଥର ମାଡ଼ କମିଛି । କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଯଥେଷ୍ଟ ମାତ୍ରାରେ କମିଛି । କେନ୍ଦ୍ରର ନୂଆନୀତି ଏସବୁ ସଫଳତା ଆଣି ଦେଇଛି ବୋଲି କହିଛନ୍ତି ବୈଜୟନ୍ତ ।

  • Sarbeswar
  • 3 years ago

ଜେଲ୍‌ ଚାରିକାନ୍ଥ ଭିତରେ ଗୋବିନ୍ଦ, ପୋଲିସ୍‌ ଓ ମେଡ଼ିକାଲ କର୍ମଚାରୀଙ୍କ ଭୂମିକାକୁ ନେଇ ବଢିଲା ସନ୍ଦେହ

୫ ଦିନିଆ ରିମାଣ୍ଡ ଶେଷ ପରେ ଜେଲ ହାଜତକୁ ଗଲା ଶିକ୍ଷୟିତ୍ରୀ ମମିତା ହତ୍ୟା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ। ବଲାଙ୍ଗିର ପୋଲିସ ଆଜି ସକାଳେ ଗୋବିନ୍ଦକୁ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରିବା ପରେ କୋର୍ଟ ତାକୁ ବିଚାର ବିଭାଗୀୟ ହଜାତକୁ ଯିବାକୁ ନିର୍ଦ୍ଦେଶ ଦେବାରୁ କଣ୍ଟାବାଂଜି ଜେଲକୁ ଯାଇଛି ଗୋବିନ୍ଦ More

  • Sarbeswar
  • 3 years ago

ଭୀମସେନଙ୍କ ନିହାଣ ମୁନରେ ଜୀବନ୍ତ ହୋଇ ଉଠୁଛି କାଠ ଓ ପଥର ମୂର୍ତ୍ତି

କାଠରେ ନିଖୁଣ କାରିଗରୀର ପ୍ରତିଛବି ଦେଇ ଚର୍ଚ୍ଚାରେ ନୟାଗଡ଼ ଭାପୁରର ଭୀମସେନ ଖୁଣ୍ଟିଆ l ନିଜର କାଉଁରୀ ଛୁଆଁରେ ନିର୍ଜୀବ କାଠରେ ଏମିତି ରୂପ ଆଙ୍କୁଛନ୍ତି, ଯାହାକୁ ଦେଖିଲେ ପୂରାପୂରି ଜୀବନ୍ତ ଲାଗୁଛି। ଦିନେ ନିଜର କାମ ପାଇଁ ରାଜ୍ୟ ସରକାର ପ୍ରଶଂସା ମଧ୍ୟ କରିଥିଲେ। More

  • Satyendu Shekher Mishra
  • 3 years ago

ମମିତାଙ୍କ ପରିବାରକୁ ଭେଟିବେ ପୂର୍ବତନ ପୋଳିସ ଡିଜି ପ୍ରକାଶ ମିଶ୍ର ଓ ବରିଷ୍ଠ ଆଇନ୍‌ଜୀବୀ ପିତାମ୍ବର ଆଚର୍ଯ୍ୟ

ମଙ୍ଗଳବାର ବଲାଙ୍ଗିର ଯିବ ବିଜେପିର ସ୍ୱତନ୍ତ୍ର ୧୫ ଜଣିଆ ଟିମ୍‌ । ମମିତି ମେହେର ହତ୍ୟା ମାମଲା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ବିଜେପିର ଏହି ଟିମ୍‌ ମମିତାଙ୍କୁ ପାରିବାରାକୁ ଭେଟିବାକୁ ଯିବ । More

  • Satyendu Shekher Mishra
  • 3 years ago

ମମିତା ହତ୍ୟା ମାମଲାରେ ନୂଆ ଫର୍ଦ୍ଦ ! ଡିଆଇଜି କହିଲେ ବ୍ୟାଗ୍‌ଟି ମମିତାଙ୍କର, ଆଉ..

ମମିତା ମେହେର ହତ୍ୟା ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ଡିଆଇଜି କହିଲେ ପୋତା ଯାଇଥିବା ସ୍ଥାନରୁ ମିଳିଲା ମମିତାଙ୍କ ବ୍ୟାଗ୍ ।ଯାହାକୁ  ଚିହ୍ନଟ କରିଛନ୍ତି ମମିତାଙ୍କ ପରିବାର ଲୋକ । More

  • Satyendu Shekher Mishra
  • 3 years ago

ଜେଏମ୍ଏମ୍‌ କର୍ମୀଙ୍କୁ ବିଜେଡି କର୍ମୀଙ୍କ ମାଡ଼ ବିରୋଧରେ ଜୋରଦାର ବିକ୍ଷୋଭ

ଜେଏମ୍ଏମ୍ ପକ୍ଷରୁ ଆଜି ବାରିପଦାରେ ଜୋରଦାର ବିକ୍ଷୋଭ । ଆକ୍ରମଣକାରୀଙ୍କ ଗିରଫ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜେଏମ୍‌ଏମ୍‌ କର୍ମୀ ।  More

  • Satyendu Shekher Mishra
  • 3 years ago

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନୀରବ ପ୍ରତିବାଦ

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନୀରବ ପ୍ରତିବାଦ । ମାଷ୍ଟର କ୍ୟାଣ୍ଟିନ ଛକରେ ନୀରବ ପ୍ରତିବାଦ କରୁଛନ୍ତି ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟ । ମୁହଁରେ କଳା ପଟି ବାନ୍ଧି ନିରବ ପ୍ରତିବାଦ କରୁଛି ବିଜେପି ମହିଳା ମୋର୍ଚ୍ଚା । ମମିତା ହତ୍ୟା ଘଟଣାର CBI ତଦନ୍ତ ଦାବି କରିଛନ୍ତି । ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ସହ ଗିରଫ ଦାବିରେ ପ୍ରତିବାଦ କରୁଛି ବିଜେପି ମହିଳା ମୋର୍ଚ୍ଚା ।

  • Chandan Shishu
  • 3 years ago

ଫେରାର ହୋଇଯିବା ପରେ ଗୋବିନ୍ଦର କେମିତି ହେଲା କୋଭିଡ୍ ଟେଷ୍ଟ?

ଟିଟିଲାଗଡ଼ ଏସଡିଏମ୍ଓ ଏବଂ ଟେଷ୍ଟ କରିଥିବା କର୍ମଚାରୀ କହୁଛନ୍ତି ୧୭ ତାରିଖରେ ଗୋବିନ୍ଦର କୋଭିଡ୍ ଟେଷ୍ଟ ହୋଇଛି, ତେବେ ମେଡିକାଲ୍ ରେଜିଷ୍ଟରରେ ସ୍ପଷ୍ଟ ଭାବେ ୧୮ ତାରିଖରେ ଟେଷ୍ଟ କରାଯାଇଥିବା ଉଲ୍ଲେଖ ରହିଛି। More

  • Sarbeswar
  • 3 years ago

ସ୍କୁଲ ପିଲାଙ୍କ ଚାଉଳ ଖାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ !

ଧାମନଗର ବ୍ଲକ ରଇପୁର ପଞ୍ଚାୟତ ଅଧୀନ କାଠମୁଣ୍ଡା ନୋଡାଲ ଉପ୍ରା ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ରାଉତ ବିଦ୍ୟାଳୟ ଚାଉଳ ବଂଟନରେ ହେରଫେର କରିବା ସହ ବିଦ୍ୟାଳୟରେ ଶିକ୍ଷା ପରିଚାଳନା କମିଟି ଗଠନ ନକରି କାର୍ଯ୍ୟରତ ସିଆରସିସିଙ୍କ ସହ ମିଶି ଏପର୍ଯ୍ୟନ୍ତ ପିଲାମାନଙ୍କ ପୋଷାକ ବଣ୍ଟନ କରିନାହାଁନ୍ତି। More

  • Pallipuspa Samal
  • 3 years ago

ଘରେ ବନାନ୍ତୁ ସ୍ୱାଦିଷ୍ଟ ‘କଞ୍ଚା କଦଳୀ କୋଫ୍‌ତା କରି’

ଘରେ ଆମେ କଞ୍ଚା କଦଳୀରେ ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆପଣଙ୍କ ପାଇଁ କଞ୍ଚା କଦଳୀରେ ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘କଞ୍ଚା କଦଳୀ କୋଫ୍‌ତା କରି’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । More

  • Sarbeswar
  • 3 years ago

କାର୍ତ୍ତିକ ମାସର ପ୍ରଥମ ସୋମବାର, ସନ୍ଧ୍ୟାରେ ଆୟୋଜନ ହେବ ଭଜନକୀର୍ତ୍ତନ

ଆଜି ପବିତ୍ର ମାସ କାର୍ତ୍ତିକର ପ୍ରଥମ ସୋମବାର ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।ମହାଦେବଙ୍କ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ। ସେହିପରି ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। More

  • Rajalaxmi Sahoo
  • 3 years ago

ଦିଲ୍ଲୀରେ କୋରାପୁଟର ସ୍ୱତନ୍ତ୍ର ଧାନ ‘କଳାଜିରା’, GI ଟ୍ୟାଗ୍‌ ମାନ୍ୟତା ପାଇଁ ଉଦ୍ୟମ

ଧାନ କଳା କିନ୍ତୁ ଚାଉଳ ଧଳା। ଏହି ଧାନ କଳା ଜିରା ଭଳି ଦେଖିବାକୁ। ଏଥିପାଇଁ ଏହାର ନାଁ ‘କଳାଜିରା’ ରଖାଯାଇଛି। କୋରାପୁଟର ଏହି ବିରଳ କଳାଜିରା ଧାନକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପଲ୍ଲୀରୁ ଯାଇ ଦିଲ୍ଲୀ ବଜାରରେ ଏବେ କୋରାପୁଟ ଅଞ୍ଚଳର ଏହି ସ୍ୱତନ୍ତ୍ର ଓ ବିରଳ କଳାଜିରା ଧାନ ସ୍ଥାନ ପାଇଛି। More

  • Pallipuspa Samal
  • 3 years ago

ମାଆ ଆଖିରେ ଶୁଖିଲା ଲୁହ,ଗୋବର୍ଦ୍ଧନଙ୍କୁ ମିଳିଲା ସାହାୟତାର ହାତ

ଯେଉଁ ବୟସରେ ଉଚ୍ଚଶିକ୍ଷା ପାଇବା କଥା କିମ୍ବା ଚାକିରୀ କରି ରୋଜଗାର କରି ବାପା ମାଙ୍କ ସେବା କରିବା କଥା ସେଇ ବୟସରେ କିନ୍ତୁ ସେ ନିର୍ଭର କରୁଛି ବାପା ମାଙ୍କ ଉପରେ । ଆଉ ପୁଅର ଏ ଅବସ୍ଥା ଦେଖି ମାଆ ଆଖିରେ ଲୁହ ଶୁଖୁନଥିଲା। ଆଜି ଆମେ ସୁନ୍ଦରଗଡ ବଣାଇର ବନେଇକଲା ପଞ୍ଚାୟତରୁ ଅସହାୟ ଗୋବର୍ଦ୍ଧନଙ୍କ ଏହି କାହାଣୀ ଆପଣଙ୍କୁ ଜଣେଇବୁ। More

  • Chandan Shishu
  • 3 years ago

କନ୍ସଲଟାନ୍ସି ନାଁରେ ଚାଲୁଥିଲା ସେକ୍ସ ରାକେଟ

କନସଲଟାନ୍ସି ନାଁରେ ସେକ୍ସ ରାକେଟ ଚାଲୁଥିବା ଜଣାପଡ଼ିଛି। ସାମନାରେ କନସଲଟାନ୍ସି ନାଁରେ ଅଫିସ ଆଉ ଭିତରେ ଚାଲୁଥିଲା ସେକ୍ସ ରାକେଟ। ଝିଅଙ୍କୁ ଚାକିରୀ କରାଇଦେବା ନାଁରେ ସେକ୍ସ କାରବାରରେ ନିୟୋଜିତ କରାଯାଉଥିଲା। More

  • Chandan Shishu
  • 3 years ago

କରୋନାର ନୂଆ ଭ୍ୟାରିଏଣ୍ଟକୁ କଣ କହିଲେ ଡିଏମ୍‌ଇଟି, ଜାଣନ୍ତୁ

ବୁଷ୍ଟର ଡୋଜର ଆଶ୍ୟକତା ଅଛି, କିନ୍ତୁ ଟେକ୍ନିକାଲ ଟିମର ଷ୍ଟଡି ରିପୋର୍ଟ ଆସିନି ବୋଲି କହିଛନ୍ତି ବିଜୟ ମହାପାତ୍ର। ତାସହ ଦୀପାବଳିରେ ବାଣ ଫୁଟିଲେ ଫୁସଫୁସ୍ ଆକ୍ରାନ୍ତ ହେବ ବୋଲି ସେ ଚେତାଇ ଦେଇଛନ୍ତି। More

  • Chandan Shishu
  • 3 years ago

ରୁମ୍‌ ନମ୍ବର ୨୦ ଖୋଲିବ ମମିତା ହତ୍ୟା ପଛର ଗୁମର !

ପୂର୍ବରୁ ଏହି ରୁମ୍‌ରେ ରହୁଥିବା ଦୁଇ ଅନ୍ତେବାସିନୀଙ୍କୁ ଡାକି ପୋଲିସ ଜେରା କରିଥିବା ବେଳେ, ଶନିବାର ଦିନ ଲେଡିଜ୍ ହଷ୍ଟେଲ୍‌ରେ ପଶି ତଦନ୍ତ କରିଛି। ଉଭୟ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ଏସପି ହଷ୍ଟେଲ ଭିତରେ ପଶି ତଦନ୍ତ କରିଥିଲେ। More

  • Chandan Shishu
  • 3 years ago

ଆଜିଠୁ ଖୋଲିଲା ବହୁଚର୍ଚ୍ଚିତ ମହାଲିଙ୍ଗ କଲେଜ

କଲେଜ ସଭାପତି ଗିରଫ ହେବା ପରଠୁ ସେହି କଲେଜ ପଢୁଥିବା ଛାତ୍ରଛାତ୍ରୀମାନେ ଓ ଅଭିଭାବକମାନେ ଭିଡ଼ ଜମାଇଥିଲେ। ଅନେକ ଛାତ୍ରଛାତ୍ରୀ ଟ୍ରାନ୍ସଫର ସାର୍ଟିଫିକେଟ୍‌ ପାଇଁ ଆବେଦନ କରୁଥିବା ଦେଖିବାକୁ ମିଳିଥିଲା।  More

  • Chandan Shishu
  • 3 years ago

ଅଷ୍ଟମ ଶ୍ରେଣୀ ଅଫଲାଇନ୍‌ କ୍ଲାସ ଆରମ୍ଭ

ଯେହେତୁ ପିଲା ମାନେ ଟିକା ନେଇନାହାନ୍ତି ତେଣୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ସେ ଦୃଷ୍ଟିକୋଣରୁ ସାନିଟାଇଜର ଓ ମାସ୍କକୁ କଡ଼ାକଡ଼ା ପାଳନ କରାଯିବ। ସେପଟେ ଲମ୍ବା ସମୟ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ରହିଛି। More

  • Rajalaxmi Sahoo
  • 3 years ago

ସକାଳୁ ସକାଳୁ ଗଣମାଧ୍ୟମକୁ ଆଢ଼ୁଆଳରେ ରଖି ଗୋବିନ୍ଦକୁ ଜେଲ୍‌କୁ ନେଲା ପୋଲିସ

ମମିତା ମେହେର ହତ୍ୟା ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଜେଲ୍ ପଠାଇ ଦିଆଯାଇଛି। ପୋଲିସ ରିମାଣ୍ଡ ଅବଧି ସରିବା ପରେ ଆଜି ତାକୁ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରାଯାଇଥିଲା। ଗଣମାଧ୍ୟମ ଆଢ଼ୁଆଳରେ ପୋଲିସ୍‌ ଲୁଚାଣି‌ଆ ଭାବେ ଗୋବିନ୍ଦକୁ କୋର୍ଟରେ ହାଜର କରାଇଥିଲା।  More

  • Rajalaxmi Sahoo
  • 3 years ago

ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ଓ କଳାହାଣ୍ଡି ବନ୍ଦ

ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ଓ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ମୟୂରଭଞ୍ଜ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଥିବା ବେଳେ ପଛୁଆ ବର୍ଗ ଜାତି ସମୂହ ପକ୍ଷରୁ କଳାହାଣ୍ଡିରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି । More

  • Chandan Shishu
  • 3 years ago

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ଘଟଣାକ୍ରମ, ସେବେଠୁ ଆଜିଯାଏ

ପୋଲିସର ତଦନ୍ତ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିରୋଧୀ ଦଳ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଧମକ ଦେଇଛନ୍ତି।ନଜର ପକାନ୍ତୁ, ଏବେ ସୁଦ୍ଧା ଘଟିଛି କଣ ? More

  • Chandan Shishu
  • 3 years ago

SCBରେ ବିରଳ ଅସ୍ତ୍ରୋପଚାର: ନୂଆ ଜୀବନ ପାଇଲେ ସିପ୍ରା

ଡାକ୍ତରୀ ପରୀକ୍ଷାରୁ ଜଣାପଡିଲା, ମେରୁଦଣ୍ଡର କିଛି ହାଡ଼ ଯକ୍ଷ୍ମା ଯୋଗୁଁ ନଷ୍ଟ ହୋଇଯାଇଛି। ସିପ୍ରାଙ୍କ ମେରୁଦଣ୍ଡ ଭିତରେ ଥିବା ସୁଷୁମ୍ନା କାଣ୍ଡ ଚାପି ହୋଇ ଯାଉଥିଲା। ଫଳରେ ସେ ଅକର୍ମଣ୍ୟ ହେବାକୁ ବସିଥିଲେ। କଟକ ବଡ଼ ମେଡ଼ିକାଲର ସ୍ନାୟୁଶଲ୍ୟ ବିଭାଗରେ ଭର୍ତ୍ତି ପରେ ଆରମ୍ଭ ହେଲା ଚିକିତ୍ସା।  More

  • Chandan Shishu
  • 3 years ago

ଚାକିରିରୁ ତଡ଼ା ଖାଇଲେ ପ୍ରସନ୍ନ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ପରଠୁ ଚର୍ଚ୍ଚାର ଘେରକୁ ଆସିଥିବା ଏହି ହୋଟେଲ୍ ସାଉଥ୍ ସିଟିରେ ଭାଇ ନାଁରେ ଲାଇସେନ୍ସ ଆଣି ବାର୍ ଅପରେଟ୍ କରୁଥିଲା ପ୍ରସନ୍ନ। କିନ୍ତୁ ବିନା ଲାଇସେନ୍ସରେ ଏବଂ କୋଭିଡ୍ କଟକଣା ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ବାର ଚଳାଉଥିଲା। More

  • Chandan Shishu
  • 3 years ago

ସିଲ୍‌ କଭର୍‌ର ସିକ୍ରେଟ୍‌ ମୁଖ୍ୟମନ୍ତ୍ରୀଙ୍କୁ ଅଜଣା

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଦିନକୁ ଦିନ ତେଜୁଛି ରାଜନୀତି। ଆଗକୁ ବଡ଼ ଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ଉଭୟ ବିଜେପି ଓ କଂଗ୍ରେସ୍। ଜିଲ୍ଲାଓ୍ୱାରୀ ବନ୍ଦ ଡାକରା ଓ ଏସ୍‌ପି ଅଫିସ୍ ଘେରାଓ, ଦସ୍ତଖତ ଅଭିଯାନ, କ୍ୟାଣ୍ଡଲ ଯାତ୍ରା ଭଳି ଅନେକ କାର୍ଯ୍ୟକ୍ରମ ପାଇଁ ଯୋଜନା କରୁଛି ବିଜେପି। More

  • Sarbeswar
  • 3 years ago

ପେଟ ପାଇଁ ମୂଲ ଲାଗୁଛନ୍ତି ଜାତୀୟ ସ୍ତରୀୟ ଭାରୋତ୍ତଳକ

ବଣ ମଲ୍ଲୀ ବଣରେ ମଉଳି ଯାଉଛି । ପାଖରେ ଅନେକ ପ୍ରତିଭା ଅଛନ୍ତି, ହେଲେ କିଏ ଅର୍ଥାଭାବରୁ ହଜିଯାଉଛି ତ ଆଉ କିଏ ଆଗକୁ ବଢିପାରୁନି । ପ୍ରତିଭା ଥିବା ସତ୍ୱେ ଆଗକୁ ବଢିବାରେ ବାଧକ ସାଜିଛି ଅର୍ଥ। More