ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍ଡେଟ୍ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍ର ମଜାଦାର ତଥ୍ୟ ।
ବରଫ ଭିତରେ ଭଲିବଲ, କବାଡ଼ି । ତାପୁଣି ଯବାନଙ୍କ ମଧ୍ୟରେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆମେରିକାର ଆଲାସ୍କା ସେନା କ୍ୟାମ୍ପରେ । ଯେଉଁଠି ଆମେରିକା ଓ ଭାରତୀୟ ସେନା ମଧ୍ୟରେ ହୋଇଥିଲା ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ । ଆଲାସ୍କା କ୍ୟାମ୍ପରେ ବରଫ ଆଚ୍ଛାଦିତ ଅଞ୍ଚଳରେ ଆମେରିକାନ୍ ଭଲିବଲ୍ ଖେଳିଥିଲେ ଦୁଇ ଦେଶର ଯବାନ । ଭିନ୍ନ ଭିନ୍ନ ଟିମ୍ ହୋଇ ଦୁଇ ରାଷ୍ଟ୍ରର ଯବାନ ବରଫରେ ଏକ ଭିନ୍ନ ଅନୁଭୂତିର ମଜା ଉଠାଇଛନ୍ତି । ଆମେରିକା ସେନା ପକ୍ଷରୁ ନିଜ ଦେଶର ଫୁଟବଲ ଓ ଭଲିବଲ ଟେକନିକ୍ ଭାରତୀୟ ଯବାନକୁ ସିଖାଇଥିଲେ । ସେହିଭଳି ଭାରତୀୟ ଯବାନ ଆମେରିକୀୟଙ୍କୁ କବାଡ଼ି ଶିଖାଇଥିଲେ । ଭାରତୀୟ ସେନାର କିଛି ଯବାନ ଏବେ ଆମେରିକାରେ ସ୍ୱତନ୍ତ୍ର ତାଲିମ ପାଇଁ ପହଞ୍ଚିଛନ୍ତି ।
ରିମାଣ୍ଡରେ ଯିବେ ଅମ୍ରିତ-ଦିନେଶ-ମୃତ୍ୟୁଞ୍ଜୟ । ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ଇନ୍ଫୋସିଟି ପୋଲିସ । ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଭୁବନେଶ୍ୱର JMFC କୋର୍ଟଙ୍କ ନିକଟରେ ଆବେଦନ କରିଥିଲା ପୋଲିସ । More
ଜଣେ ଦିବ୍ୟାଙ୍ଗ ଓ ଆଉ ଜଣେ ମାନସିକ ଭାରସାମ୍ୟ ହରାଇ ଅସହାୟ। ସମାଜରେ ମଣିଷ ପରି ଜିଇଁବା ପାଇଁ ଚାହୁଁଛନ୍ତି। ହେଲେ ମିଳୁନି ସରକାରୀ ସହୟତା କି ସହଯୋଗ। ଫଳରେ ଭାଗ୍ୟକୁ ଆଦରି ଭଙ୍ଗା କୁଡିଆରେ କାଟୁଛନ୍ତି ଦିନରାତି। More
ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକାକୁ ନେଇ ବିବାଦ ଥମିବାର ନାଁ ଧରୁନି । ଆଜି ପୁଣି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଉଠାଇଛନ୍ତି ପ୍ରଶ୍ନ । More
କେବେ ଦୂର ହେବ ବିଛିନ୍ନାଞ୍ଚଳବାସୀଙ୍କ ଦୁଃଖ? କେବେ ହଟିବ ଗମନାଗମନ ସମସ୍ୟା? ସବୁ ବେଳେ କ’ଣ ଏମିତି ବିପଦ ସଂକୁଳ ଭାବେ ଡଙ୍ଗାରେ ପାର ହେବାକୁ ପଡିବ? ଦୀର୍ଘ ୪ ଦଶନ୍ଧି ପ୍ରତିକ୍ଷାର ଅନ୍ତ କେବେ ହେବ? ଏମିତି ଅନେକ ପ୍ରଶ୍ନ ଭିତରେ ଦିନ କାଟୁଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ଦୁଆରଶୁଣୀ ପଂଚାୟତର ଲୋକେ । More
ବସ୍ ଭଡା ବୃଦ୍ଧି ପରେ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସାଧାରଣ ଓ ଏକ୍ସପ୍ରେସ ବସ ଭଡା ୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା ୬ ପଇସା ଲେଖାଏଁ ବଢିଛି । ସାଧାରଣ ବସ ଭଡା କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି । More
ସୁନ୍ଦରଗଡ଼ କୋଇଡା ରେଞ୍ଜରେ ପୁଣି ହାତୀଙ୍କ ଉପଦ୍ରବ । ଗତକାଲି ରାତିରେ କୋଇଡା ରେଞ୍ଜର କନ୍ତରକୋଇଡା ଗାଁକୁ ଏକ ୧୫ ଟିକିଆ ହାତିପଲ ପଶିଥିଲେ । ଗାଁର ତିନୋଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ । ଫଳରେ ଘରେ ଶୋଇଥିବା ବେଳେ ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏମିତିକି ଘରେ ଥିବା ଚାଉଳ ଖାଇବା ସହିତ ଘରର ଆସବାବପତ୍ର ନଷ୍ଟ କରିଛନ୍ତି ହାତୀପଲ । ଗ୍ରାମବାସୀ ଖବର ଦେବାରୁ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଣ ସାହାଯ୍ୟରେ ହାତୀ ଘଉଡାଇ ଥିବା ଜଣାପଡିଛି । କିଛି ଦିନ ହେବ ହାତୀପଲ ଗାଁ ମୁହାଁ ହେଉଥିବାରୁ ଜଙ୍ଗଲ ନିକଟରେ ବସବାସ କରୁଥିବା ଗ୍ରାମବାସୀ ଭୟବିତ ଅବସ୍ଥାରେ ରହିଛନ୍ତି ।
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଭାରତ ବାହାଲ ଗାଁରେ ଜଘନ୍ୟକାଣ୍ଡ । ଧାରୁଆ ଅସ୍ତ୍ରରେ ହାଣି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ଅଭିଯୁକ୍ତ ପୁରନ୍ଦର ନାୟକ ଫେରାର ହୋଇଯାଇଛି । ସୂଚନା ଅନୁସାରେ ପୁରନ୍ଦର ୫ ବର୍ଷ ତଳେ ଲିପିକୁ ବାହା ହୋଇଥିଲେ । ଉଭୟଙ୍କ ମଧ୍ୟରେ ସେମିତି କିଛି ବଡ଼ ଧରଣର ଝଗଡ଼ା କି ନିୟମିତ ଝଗ଼ଡ଼ା ହେଉନଥିଲା । କିନ୍ତୁ କୌଣସି କାରଣରୁ ଗତକାଲି ହୋଇଥିବା ବଚସା ଉଗ୍ରରୂପ ଧାରଣ କରିଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ପୁରନ୍ଦର ଟାଙ୍ଗିଆରେ ତା’ସ୍ତ୍ରୀ ଲିପିକୁ ହାଣି ଦେଇଥିଲା । ଘଟଣାସ୍ଥଳରେ ହିଁ ଲିପିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସାଇଣ୍ଟିଫିକ୍ ଟିମ୍ ଆସିଲେ ତଦନ୍ତ ଆଗେଇବ ।
ରାଜଧାନୀରେ ବଡ଼ ଧରଣର ଚୋରି । ଘରେ ପଶି ୬୦ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଯାଇଛନ୍ତି ଚୋର । ଏଭଳି ଅଭିଯୋଗ ଆସିଛି ଲକ୍ଷ୍ମୀସାଗର ବୈରାଗୀ ନଗର ଥାନା ଅଞ୍ଚଳରୁ । More
ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ବିଶେଷ କରି ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସଂଭାବନା ରହିଛି । More
୧୯୮୮ ବ୍ୟାଚ୍ ଆଇଏଏସ୍ ତଥା ସ୍ୱାସ୍ଥ୍ୟ ସଚିବ ଶ୍ରୀ ମହାପାତ୍ର ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ କାରଣରୁ ଛୁଟିରେ ଯାଇଥିଲେ । ତାଙ୍କ ପରିବର୍ତ୍ତେ କୃଷି ଉତ୍ପାଦନ କମିଶନର ଶ୍ରୀ ଶର୍ମା ସ୍ୱାସ୍ଥ୍ୟ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। More
ଦୁଇଜଣ ନିଶାସକ୍ତ ଯୁବକ ବାଇକ ଯୋଗେ ଆସି ସେହି ସମୟରେ ମଦ ପିଇବାକୁ ଉକ୍ତ ସ୍ଥାନରେ ଛିଡାହେଲେ। ହେଲେ ତାଙ୍କର ଖରାପ ନଜର ଉକ୍ତ ଯୁବତୀ ଉପରେ ପଡିଥିଲା। ତାପରେ ଯୁବତୀଙ୍କ ସାଥୀଙ୍କୁ ପ୍ରବଳ ମାଡ ମାରି ଗଛରେ ବାନ୍ଧି ଦେଇଥିଲେ। More
ଟ୍ରେନିଂ ନେଉଥିବା କିଛି ବଛା ବଛା ଯୁବକ ଯୁବତୀଙ୍କୁ ନେଇ ଗଠନ ହେବ ବସ୍ତର ଟାଇଗର ଫୋର୍ସ। ଅବିଭକ୍ତ ବସ୍ତରର ୮ଟି ଜିଲ୍ଲାରେ ମୋଟ ୨୮୦୦ ପଦବୀରେ ଏମାନଙ୍କୁ ଭର୍ତ୍ତି କରାଯିବ। ପିଲାଦିନୁ ଏମାନଙ୍କ ସମୟ ବିତିଛି ଘଞ୍ଚ ଜଙ୍ଗଲ ଓ ମାଓବାଦୀଙ୍କ ସଂସ୍ପର୍ଶରେ। More
ବିବାହ, ପର୍ବପର୍ବାଣୀ କିମ୍ବା ଦୀପାବଳି ଆସିଲେ ସେମାନଙ୍କ ମୁହଁରେ ହସ ଫୁଟେ । ଲୋକେ ଖୁସିରେ ବାଣ ଫୁଟାଇଲେ ସେମାନଙ୍କ ପରିବାର ଚଳେ । ହେଲେ କରୋନା ଆସିବା ପରଠୁ ଉତ୍ସବ ଉପରେ ରୋକ୍ । More
ଆଜି ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ବୈଠକରେ ଗାଇଡ ଲାଇନ୍ କଡାକଡି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ୍ ଗୁଡ଼ିକ ଖୋଲିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଅଭିଭାବକଙ୍କ ମନରେ କିନ୍ତୁ ଶଙ୍କା ରହୁଛି। More