ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍ଡେଟ୍ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍ର ମଜାଦାର ତଥ୍ୟ ।
ବସ୍ରୁ ନିଖୋଜ ୪ ମାସର ଶିଶୁ କନ୍ୟା ବଲାଙ୍ଗିର କଣ୍ଟାବାଞ୍ଜି ରେଳଷ୍ଟେସନରୁ ଉଦ୍ଧାର । ବେଲପଡା ବ୍ଲକ ଡୁଙ୍ଗୁରିପାଲି ଗାଁର ଜୟଶ୍ରୀ ପୁଟେଲ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କ ଚାରି ମାସର ଶିଶୁ କନ୍ୟାକୁ କିଏ ଅନ୍ୟତ୍ର ବସ୍ ଭିତରୁ ନେଇ ଯାଇଛି । ଉକ୍ତ ମହିଳା ନିଜ ବାପା ଘରକୁ ଯାଉଥିଲେ l ବସ୍ ଯୋଗେ ମହଖଣ୍ଡରୁ କଣ୍ଟାବାଞ୍ଜି ଆସୁଥିବା ବେଳେ ରାସ୍ତାରେ ହିଁ ଶିଶୁ କନ୍ୟାକୁ କିଏ ନେଇ ଯାଇଥିବା ମହିଳା କହିଥିଲେ । ଏନେଇ ଅଭିଯୋଗର ୨ ଘଣ୍ଟା ଭିତରେ ହିଁ କଣ୍ଟାବାଞ୍ଜି ପୋଲିସ ଓ ଆରପିଏଫ ରେଳଷ୍ଟେସରରୁ ଶିଶୁକନ୍ୟାକୁ ଉଦ୍ଧାର କରି କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଭଲ ଅଛି । କିଏ ଓ କେମିତି ଶିଶୁ କନ୍ୟାକୁ ବସ୍ରୁ ରେଳଷ୍ଟେସନକୁ ନେଲା l ଏବେ ତାର ତଦନ୍ତ କରୁଛି କଣ୍ଟାବାଞ୍ଜି ପୋଲିସ l ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।
କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ମିଳିଲା ମାନ୍ୟତା । ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍ ୧୯୫୬, ଧାରା 2(F) ଅନୁସାରେ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି । ଆଜି ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । More
ମୋବାଇଲ ଛଡ଼ାଇ ନେବାରୁ ଅଷ୍ଟମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା । ଏପରି ଘଟଣା ଘଟିଛି କୋରାପୁଟ ସହର ଗୌତମ ନଗରରେ । ମୃତକ ହେଲେ ଗୌତମନଗରର ଶ୍ରୀନିବାସ ରାଓଙ୍କ ୧୩ ବର୍ଷ ବୟସର ପୁଅ ବି.ମନୋହର । More
ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା। କୋଭିଡ୍ କଟକଣା ଭିତରେ ମଣ୍ଡପରେ ବିଧି ପାଳନ କରି ମାଆଙ୍କ ଅଷ୍ଟମୀ ପୂଜାର୍ଚ୍ଚନା କରାଯାଉଛି। ବିଭିନ୍ନ ମଣ୍ଡପରେ ପରଦା ଆଢୁଆଳରେ ପୂଜା ପାଉଛନ୍ତି ମା ଜଗତ୍ ଜନନୀ। ମହାଷ୍ଟମୀ ପୂଜାରେ ଚଣ୍ଡୀପାଠରେ କମ୍ପୁଛି ପରିବେଶ। ସକାଳୁ ଆରମ୍ଭ ହୋଇ ଯାଇଥିଲା ଜଗତ୍ ଜନନୀଙ୍କ ମହାଷ୍ଟମୀ ପୂଜା। ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା କରାଯାଇଥିବାରୁ ଫେସବୁକ୍, ୟୁଟ୍ୟୁବ୍ ମାଧ୍ୟମରେ ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ପୂଜା କମିଟି।
ଖୁବ୍ ଶୀଘ୍ର ହେବ ୨ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର ବି ଏନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି। କେନ୍ଦ୍ର ଗାଇଡଲାଇନ୍ ଆସିଲେ ରାଜ୍ୟ ସରକାର ଟିକାକରଣ ନେଇ ରଣନୀତି କରିବେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। More
ପ୍ରଥମେ ସାପ ଚୋଟ ମାରିଲା ଓ ଏହାର ପ୍ରତିଶୋଧ ନେବାକୁ ଯାଇ ସାପକୁ କାମୁଡି ଦେଲେ। ହେଲେ ଶେଷରେ ନିଜେ ସବୁଦିନ ପାଇଁ ଆଖି ବୁଜିଦେଲେ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। More
ସବୁଠି ଏବେ ପୂଜାର ମାହୋଲ । ମାଆଙ୍କ ଆଗମନ ପାଇଁ ଘରେ ଘରେ ପ୍ରସ୍ତୁତ ହୁଏ ବିଭିନ୍ନ ପ୍ରକାରର ମିଠା ଭୋଗ । ଏହି ଦୂର୍ଗାଷ୍ଟମୀ ଅବସରରେ ଘରେ ଏହି ମିଠାର ରେସିପି ବନେଇ ମାଆଙ୍କ ନିକଟରେ ଭୋଗ ଲଗାନ୍ତୁ । ଏହି ରେସିପିର ନାଁ ହେଉଛି ‘ବାଲୁସାହି’ । ଏହି ରେସିପିଟୁକୁ ଆପଣ ଘରେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More
ରାଜ୍ୟ କଂଗ୍ରେସ ଭବନ ବ୍ୟାପକ ଭଙ୍ଗାରୁଜା। ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଅଫିସ୍ ଭିତରେ ଥିବା ଚେୟାର, ଟେବୁଲ, ଆସବାବପତ୍ର ଭାଙ୍ଗି ଦିଆଯାଇଛି। More
ଖୋର୍ଦ୍ଧା ଓ କଟକରେ ଅମାନିଆଙ୍କ ଲାଗି ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି। ଅନେକ ଲୋକ କରୋନା କଟକଣାକୁ ପାଳନ କରୁ ନାହାନ୍ତି। ସାମାଜିକ ଦୂରତା, ମାସ୍କ ବ୍ୟବହାରରେ ଅବହେଳା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। More
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାକୁ ନେଇ ପୋଲିସ୍ ଛାନ୍ଭିନ୍ ଜାରି ରଖିଛି। ଏସବୁ ଭିତରେ ଏବେ ସାମ୍ନାକୁ ଆସିଛି ଅଘଟଣ ପୂର୍ବର ମନୀଷଙ୍କ ଶେଷ ଭିଡ଼ିଓ। More
୨୪ ଘଣ୍ଟାରେ ରାଜ୍ୟରେ ୬୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୮ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୫୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୫୮ ରହିଛି। More
BR ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ। SMS - 2 ର ଦୁଇ ନମ୍ବର ବ୍ଲାଷ୍ଟ୍ ଫର୍ଣ୍ଣେସରେ ହଠାତ୍ ବିସ୍ଫୋରଣ ହେବା ଫଳରେ ୨ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। କିଛିଦିନ ପୂର୍ବେ ଏହି ପ୍ଲାଣ୍ଟରେ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। More
ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୧୩ ତାରିଖ, ବୁଧବାର, କନ୍ୟା ୨୭ ଦିନ, ଆଶ୍ୱିନ ମାସ , ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ପୂର୍ବାଷାଢା ନକ୍ଷତ୍ର, ଧନୁ ଚନ୍ଦ୍ର। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ... More
ଆଜି ଅପରାହ୍ନ ୪ଟା ଯାଏ ଭବାନୀପାଟଣା ସହରରେ ୧୪୪ ଧାରା ଜାରି କରାଯାଇଛି। ଏହାସହ ଭବାନୀପାଟଣାର ସବୁ ପ୍ରବେଶ ପଥକୁ ସିଲ୍ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୧୦ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। More
ଶହ ଶହ ସ୍ଥାନୀୟ ବାସିନ୍ଦା ଏକାଠି ହୋଇ ରେଲ୍ୱେ ଷ୍ଟେସନରେ ପ୍ରବେଶ କରିଥିଲେ ଏବଂ ଆରମ୍ଭ କରି ଦେଇଥିଲେ ଭଙ୍ଗାରୁଜା। ଏପରିକି ଯିଏ ହାବୁଡ଼ରେ ପଡ଼ିଲା, ତାକୁ ପ୍ରବଳ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। More
ହାତରେ ରେଞ୍ଚି ଖଣ୍ଡେ ଧରି ପାଟର୍ସକୁ ପାର୍ଟସ ଯୋଡ଼ି ଅବିଳମ୍ବେ ଚଳନ୍ତା ସାଇକେଲଟିଏ ଛିଡ଼ା କରି ଦେଉଥିବା ଲକ୍ଷ୍ମଣ ଆଜି ଯେ ତାଙ୍କ ସ୍ୱପ୍ନର ମଣିଷକୁ ସଠିକ୍ ବାଟରେ ଛିଡ଼ା କରି ପାରିଛନ୍ତି । ସେଥିରେ ଖୁସି ନହେବେ ବା କେମିତି । More
ବେଦ, ମନ୍ତ୍ର ପାଠରେ କମ୍ପୁଛି ଚତୁର୍ଦ୍ଦିଗ । ଧୂପ, ଦୀପ, ନୈବେଦ୍ୟରେ ମହକି ଉଠୁଛି ପୂଜା ମଣ୍ଡପ । ମହାସପ୍ତମୀରେ ମହାମାୟାଙ୍କୁ ଚକ୍ଷୁଦାନ ସହ ଚାଲିଛି ପୂଜାର୍ଚ୍ଚନା । କୋଭିଡ କଟକଣାରେ ମଣ୍ଡପର ତିନିପଟ ଆବଦ୍ଧ କରାଯାଇ ସୀମିତ ସଂଖ୍ୟକ ପୂଜକ ଓ କର୍ମକର୍ତ୍ତାଙ୍କୁ ନେଇ ଚାଲିଛି ପୂଜାର୍ଚ୍ଚନା । More
ପଞ୍ଚାୟତ ପରେ ପୌର ନିର୍ବାଚନ ପାଇଁ ଫିଟିଲା ବାଟ । ହଟିଲା ସଂରକ୍ଷଣ ନେଇ ଥିବା ପ୍ରତିବନ୍ଧକ । ପ୍ରାୟ ୩ ବର୍ଷ ବିଳମ୍ବରେ ପୌର ନିର୍ବାଚନ ପାଇଁ ଆରମ୍ଭ ହେବାକୁ ଯାଉଛି ପ୍ରକ୍ରିୟା । ବିଧାନସଭାରେ ସଂଶୋଧିତ ପୌର ଆଇନ ପାରିତ ହେବା ପରେ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ଗେଜେଟ୍ ନୋଟିଫିକେସନ୍ । More
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟିପାରୁନି ପରଦା । ହତ୍ୟା ନା ଦୁର୍ଘଟଣା ସସପେନ୍ସ ପରେ ସସପେନ୍ସ ଲାଗିରହୁଛି । ପୋଷ୍ଟମର୍ଟମର ପ୍ରାଥମିକ ତଥ୍ୟ ଅନୁସାରେ ଶ୍ୱାସରୁଦ୍ଧରୁ ତାଙ୍କର ମୃତ୍ୟୁ ହୋଇଛି । ତେବେ ପୋଖରୀରେ ବୁଡ଼ିବା ପରେ ଶ୍ୱାସରୁଦ୍ଧ ନା ଶ୍ୱାସରୁଦ୍ଧ କରି ହତ୍ୟା ପରେ ମନୀଷଙ୍କୁ କିଏ ଫିଙ୍ଗିଦେଇଥିଲା ପୋଖରୀକୁ More
ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ ଦୀର୍ଘ ସ୍ଥାୟୀ ରୋଗ ବୋଲି ଆମେ ସମସ୍ତେ ଜାଣନ୍ତି। ଛୋଟପିଲାଠାରୁ ଆରମ୍ଭ କରି ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଯେ କୌଣସି ବୟସରେ ଏହା ଦେଖାଯାଇପାରେ। ଠିକ୍ ସମୟରେ ଚିକିତ୍ସା ଆରମ୍ଭ ନକଲେ ଏହା ଅଧିକ ଯନ୍ତ୍ରଣାଦାୟକ ହୋଇଥାଏ ଓ ବିକଳାଙ୍ଗତା ବା ଅକର୍ମଣ୍ୟତା ସୃଷ୍ଟିକରେ More