ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍ଡେଟ୍ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍ର ମଜାଦାର ତଥ୍ୟ ।
ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ନିଆରା ଉଦ୍ୟମ। ରାଜ୍ୟର କଳା ସଂସ୍କୃତିର ପ୍ରଚାର ପାଇଁ କୋରାପୁଟ ପଦ୍ମପୁର ଅଞ୍ଚଳରେ ଝୋଟି ଚିତ୍ର ଅଙ୍କନ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏଥିରେ ୧୩୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। କରୋନା ମାହାମାରୀ କଟକଣା ମାନି ପ୍ରତିଯୋଗୀ ଝୋଟି ଚିତ୍ର ଆଙ୍କିଥିଲେ। କୋରାପୁଟ ଜିଲ୍ଲା ପ୍ରଶାସନ ସହାୟତାରେ ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ଏନେଇ ଆୟୋଜନ ହୋଇଥିଲା। ରାଜ୍ୟର କୋଣ ଅନୁକୋଣରେ ଲୁଚି ରହିଥିବା ପ୍ରତିଭା ଓ ଲୋକ କଳାର ଅନ୍ୱେଷଣକରି ତାହାକୁ କିପରି ବିଶ୍ୱ ଦରବାରରେ ପହଞ୍ଚାଇ ହେବ ସେନେଇ ସଂସ୍କୃତି ବିଭାଗ ପ୍ରୟାସ ଜାରି ରଖିଛି।
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଜାତୀୟ ସାମ୍ବାଦିକ ୟୁନିଅନର ମହାସଚିବ ଏବଂ ଓଡିଶା ସାମ୍ବାଦିକ ୟୁନିଅନ ବା ଓୟୁଜେର ସଭାପତି ଅଛନ୍ତି ପ୍ରସନ୍ନ ମହାନ୍ତି। ଦୀର୍ଘ ଦିନ ଧରି ଓଡିଶା ସାମ୍ବାଦିକତା ଜଗତରେ ସେ ସକ୍ରିୟ ଅଛନ୍ତି। ଜଣେ ଆଗଧାଡିର ରାଜନୈତିକ ସମୀକ୍ଷକ ଭାବେ ବେଶ୍ ପରିଚିତ। ଆଗାମୀ ୩ ବର୍ଷ ପାଇଁ ପିସିଆଇ ସଦସ୍ୟ ଭାବେ ସେ ମନୋନୀତ ହୋଇଛନ୍ତି। ଏଭଳି ସମ୍ମାନଜନକ ପଦବୀ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।
ପୁଣି ଧରାପଡିଲେ ୨ ବଜ୍ରକାପ୍ତା ବେପାରୀ। ସେମାନଙ୍କ ନିକଟରୁ ଜୀବନ୍ତ ବଜ୍ରକାପ୍ତା ସହ ଗୋଟିଏ କାର୍ ଜବତ କରାଯାଇଛି। ଖୋର୍ଦ୍ଧା ପିତାପଲ୍ଲୀ-ଗୁରୁଜଙ୍ଗ ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥର ସର୍ଭିସ ରୋଡରେ ବଜ୍ରକାପ୍ତା ଚାଲାଣ ନେଇ ଡିଲ୍ କରୁଥିବା ବେଳେ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ-STF ଚଢଉ କରିଥିଲା ଆଉ ଦୁଇ ବ୍ୟବସାୟୀ କଳାହାଣ୍ଡି ଜିଲ୍ଲାର କୈଳାସ ଖୋସଲା ଏବଂ ନବରଙ୍ଗପୁର ଜିଲ୍ଲାର ଚୈତନ୍ୟ ଭତ୍ରାଙ୍କୁ ଧିରିଥିଲା। ବଜ୍ରକାପ୍ତା ରଖିବା ସମ୍ପର୍କିତ ବୈଧ କାଗଜପତ୍ର ଦେଖାଇ ନ ପାରିବାରୁ STF ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାମ୍ ଗାଁ ଭୁଟୁଭୁଟି ସାହିରୁ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି। ଏହି ଘଟଣାରେ ଜଣକୁ ଗିରଫ କରିଛି ପୋଲିସ। ଏହାସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଛି। ଅଭିଯୋଗ ଅନୁସାରେ, ବହୁ ଦିନ ହେଲା ଅଭିଯୁକ୍ତ ମଙ୍ଗଳୁ ମହାରଣା ଦେଶୀ ବନ୍ଧୁକ ତିଆରି କରୁଥିଲା। ଗତକାଲି ବିଳମ୍ବିତ ରାତିରେ ପରଜଙ୍ଗ ଥାନାର ପୋଲିସ ଓ ମହାବିରୋଡ଼ ଫାଣ୍ଡି ଅଧିକାରୀ ମିଳିତ ଭାବେ ଚଢ଼ାଉ କରିଥିଲେ। କିଛି ବନ୍ଧୁକ ଓ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି ପୋଲିସ। ଏଠାରୁ ବିଭିନ୍ନ ଅଞ୍ଚଳକୁ ଦେଶୀ ବନ୍ଧୁକ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି।
ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥା ନେଇ ଆଜି ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇବ। କେଉଁ ଆସନ କାହା ପାଇଁ ସଂରକ୍ଷଣ ହେବ, ସେନେଇ ଜିଲ୍ଲାସ୍ତରରେ ଚିଠା ତାଲିକା ପ୍ରକାଶ ପାଇବ। More
ନା ବାଜିଲା ସାଇରନ୍, ନା ଥିଲା ପୂର୍ବ ସୂଚନା, ହଠାତ୍ ଖୋଲିଦେଲେ ଟେଟ୍। ବିନା ପୂର୍ବ ସୂଚନାରେ ଖୋଲି ଦେଲେ ବୈତରଣୀ ନଦୀ ସିଙ୍ଗିନାଳି ପାୱାର ପ୍ରୋଜେକ୍ଟ ଗେଟ୍। ଫଳରେ ଗାଧୋଉ ଥିବାବେଳେ ୨ ଜଣ ଯୁବକ ଭାସି ଯାଇଥିଲେ। More
କୁଖ୍ୟାତ ଅପରାଧୀ ଧନେଶ୍ୱର ଝାଙ୍କର ଓରଫ ଟିମା ଗିରଫ। ୨୦୧୮ରେ କେନ୍ଦୁଝର ପୋଲିସ ଟିମାକୁ ରିମାଣ୍ଡରେ ନେବାବେଳେ ପୋଲିସ ହେପାଜତରୁ ସେ ଚମ୍ପଟ ମାରିଥିଲା। More
ସରକାରୀ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟ(GIS)ରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି। କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ସହାୟତା ରାଶି ପରିମାଣ ବୃଦ୍ଧି କରାଯାଇଛି। More
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ଖୋର୍ଦ୍ଧା ଏସ୍ସି/ଏସ୍ଟି ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇଛନ୍ତି। ସେ ଜାମିନ ପାଇଁ ଆବେଦନ କରିବେ। ବିଧାୟକଙ୍କ ବିରୋଧରେ ବିଜେପି ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ନେଇ ଅଭିଯୋଗ ହୋଇଛି। More
ସାଧାରଣତଃ ଚିଙ୍ଗୁଡିରେ ପ୍ରସ୍ତୁତ ରେସିପି ଖାଇବାକୁ ବେଶୀ ସୁଆଦିଆ ଲାଗିଥାଏ । ଘରେ ଆମେ ଚିଙ୍ଗୁଡ଼ିର ଅନେକ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆପଣଙ୍କୁ ଚିଙ୍ଗୁଡ଼ିର ଏକ ଦେଶୀ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ଚିଙ୍ଗୁଡ଼ି ଲାଉ ରାଇ । ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More
ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଜି ଜଷ୍ଟିସ ଯଶୋବନ୍ତ ସିଂହ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଶପଥ ନେଇଛନ୍ତି। ହାଇକୋର୍ଟର ନୂଆ ସମ୍ମିଳନୀ କକ୍ଷରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଦୁଇ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ। More
ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ପୂଜା ଭେଟି। ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା। ଜୁଲାଇ ୨୧ରୁ ମହଙ୍ଗା ଭତ୍ତାରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି। More
୨୪ ଘଣ୍ଟାରେ ରାଜ୍ୟରେ ୫୨୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୫ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୦୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୧୮ ରହିଛି। More
ଘର ଭିତରେ ବିସ୍ଫୋରଣ। ବିସ୍ଫୋରଣରେ ଘରର ଆସବାବପତ୍ର ଛିନ୍ଛତ୍ର ହୋଇ ପଡ଼ିଥିବା ବେଳେ ଘରର କାନ୍ଥ ଫାଟି ଯାଇଥିବା ଦେଖିବାକୁ ମିଳିଛି। More
ପୁରୀ ସମୁଦ୍ରରେ ଗାଧୋଉ ଥିବାବେଳେ ଭାସି ଯାଇ ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର। ଗତକାଲି ଅପରାହ୍ଣରେ ବଡ଼ ଢେଉରେ ୩ ଜଣ ଯୁବକ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସ୍ଥାନୀୟ ଲାଇଫଗାର୍ଡ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଥିଲେ। More
ବ୍ଲ-ୁଫ୍ଲାଗ ବିଚ୍ ମାନ୍ୟତାପ୍ରାପ୍ତ ପୁରୀ ସମୁଦ୍ରବେଳାକୁ ବିଶ୍ୱସ୍ତରୀୟ କରାଯାଇ ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରାଯାଉଛି । ଏହା ଦ୍ୱାରା ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଛି । ଆଜିର ସେବା ଓ ସମର୍ପଣର ଅଭିଯାନର ଅନ୍ତିମ ଦିନରେ ଦେଶବ୍ୟାପୀ ୧୦ ପ୍ରମୁଖ ସମୁଦ୍ର ବେଳାଭୁମିକୁ ସଫେଇ ଅଭିଯାନ ଅନୁଯାୟୀ ଓଡିଶାର ପୁରୀ ବେଳଭୁମିର ସଫେଇ କାର୍ଯ୍ୟରେ ଯୋଗ ଦେଇଥିଲି । More
ପ୍ରତ୍ୟକ୍ଷ ସାକ୍ଷୀ ନଥାଇ ବି ପାରିପାର୍ଶିକ ପ୍ରମାଣକୁ ଆଧାର କରି ଅପରାଧୀକୁ ଦୋଷୀ ସାବ୍ୟସ୍ତ କରିହେବ। ବ୍ରହ୍ମପୁର ଟ୍ରଂକ୍ ହତ୍ୟାକାଣ୍ଡ ଏଭଳି ଏକ ବିରଳ ମାମଲା ହୋଇଥିବାରୁ INDIAN EVIDENCE ACTରେ ଏହା ସ୍ଥାନ ପାଇବା ସହ ଆଇନ୍ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ବି ସାମିଲ କରାଯାଇଛି। More
ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଆଜି ସ୍ମାର୍ଟ କାର୍ଡ ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆୟୋଜିତ ସଭାରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପିନାକୀ ମିଶ୍ର ଯୋଗଦେଇଥିଲେ। More
ଗତ ୩ ତାରିଖରେ କିଛି କଂଗ୍ରେସ କର୍ମୀ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ୍ରେ ଥିବା କାର୍ଯ୍ୟାଳୟକୁ ଆସିଥିଲେ। ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ନାରାବାଜି ଦେଇଥିଲେ। ଗୋଟିଏ ପଟେ ପିପିଲି ଉପନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ, ଅନ୍ୟପଟେ ମୁଖିଆଙ୍କୁ ହଟାଇବା ଦାବିରେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ହୋହଲ୍ଲା କରିଥିଲେ। More
ବାତ୍ୟା ହେବା ନେଇ ବିଭିନ୍ନ ମଡେଲ୍ ସଙ୍କେତ ଦେଉଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ ମଧ୍ୟ କହିଛନ୍ତି ବାତ୍ୟା ଆସିବାର ସମ୍ଭାବନା ରହିଛି। ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା କିମ୍ବା ସିଭିୟର୍ ସାଇକ୍ଲୋନର ରୂପ ନେଇପାରେ। ସମ୍ଭାବ୍ୟ ବାତ୍ୟା ୧୫ରୁ ୧୭ ତାରିଖ ଭିତରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ସେ ଆକଳନ କରିଛନ୍ତି। More