• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 27 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 3 years ago

ଓଡ଼ିଆ ବୋହୂ ପିନ୍ଧିଲେ ସୁନ୍ଦରୀ ମୁକୁଟ

ପୂର୍ବରୁ ସେ ଜଣେ ମେକାପ ଆଟିଷ୍ଟ ଭାବେ ବିଭିନ୍ନ ର୍କୋସ କରି ପରିଚିତ ଥିଲେ। ସେ ଇଣ୍ଟରନେଟରୁ ମଡେଲିଂ ବିଷୟରେ ଜାଣିବାକୁ ପାଇ ସେଥିପ୍ରତି ମନ ବଳାଇଥିଲେ। ଦିଲ୍ଲୀର ଏକ ହୋଟେଲରେ ଆୟୋଜିତ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ଭାଗ ନେଇଥିଲେ। More
  • Satyendu Shekher Mishra
  • 3 years ago

ଆକାଶ ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଡମି ଏୟାରକ୍ରାଫ୍ଟକୁ ଧ୍ୱଂସ କଲା

ଚାନ୍ଦିପୁରରୁ ଆକାଶ ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ-ITRରୁ ଏହି ଅତ୍ୟାଧୁନିକ ମିଜାଇଲ୍‌ର ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ପରୀକ୍ଷଣ କରାଯାଇଛି । More
  • Satyendu Shekher Mishra
  • 3 years ago

ମାୟାବିନୀର ଫୋନ୍ ହ୍ୟାକିଂ ଖେଳ, ITR ତଥ୍ୟ ହାସଲ ପାଇଁ ବିଦେଶରୁ ହନିଟ୍ରାପ୍‌

ମାୟାବିନୀର ଫୋନ୍ ହ୍ୟାକିଂ ଖେଳ । ITR ତଥ୍ୟ ହାସଲ ପାଇଁ ବିଦେଶରୁ ପଡୁଥିଲା ହନିଟ୍ରାପ୍‌ର ଫାଶ । ୫ ଅଭିଯୁକ୍ତଙ୍କୁ ରୂପଲାବଣ୍ୟରେ ବଶ କରି କଣ୍ଢେଇ ଭଳି ନଚାଉଥିବା ରହସ୍ୟମୟୀ, ମୋବାଇଲ୍ ହ୍ୟାକିଂରେ ବି ମାହିର ଥିବାର ପ୍ରମାଣ ପାଇଛି ତଦନ୍ତକାରୀ ଟିମ୍ । More
  • Chandan Shishu
  • 3 years ago

କୋଭାକ୍ସିନ ଓ କୋଭିସିଲ୍ଡ ମଧ୍ୟରେ କେଉଁ ଭ୍ୟାକ୍ସିନ୍ ଅଧିକ ପ୍ରଭାବୀ?

ସେରୋ ସର୍ଭେରେ ରାଜ୍ୟର ୧୨ ଜିଲ୍ଲାରୁ ୬ ହଜାର ସାମ୍ପଲ ସଂଗ୍ରହ କରାଯାଇଥିଲା। ଯେଉଁଥିରେ ୭୩ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟକର୍ମୀଙ୍କ ଶରୀରରେ ୯୩. ୫ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ସେହିପରି ୬ରୁ ୧୦ ବର୍ଷ ବୟସର ଶିଶୁଙ୍କ ମଧ୍ୟରେ  ୭୦ ପ୍ରତିଶତ ଏବଂ ୧୧ରୁ ୧୮ ବର୍ଷର ପିଲାଙ୍କ ମଧ୍ୟରେ ସୃଷ୍ଟି ହୋଇଛି ୭୪ ପ୍ରତିଶତ ଆଣ୍ଟିବଡ଼ି।  More
  • Otv Khabar Bureau
  • 3 years ago

ଗୁଲାବ ଗଲା, ହେଲେ ଦକ୍ଷିଣ ଓଡ଼ିଶାରେ ଛାପ ଛାଡ଼ିଦେଇ ଗଲା..

ବାତ୍ୟା ଗୁଲାବ ଗଲା । ହେଲେ ଦକ୍ଷିଣ ଓଡ଼ିଶାରେ ଦେଖାଇଛି ବର୍ଷା ଓ ପବନର କୋପ । ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ସବୁଠି ଗତକାଲିଠୁ ଲାଗି ରହିଛି ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ । More
  • Satyendu Shekher Mishra
  • 3 years ago

ଅସିତ ଭୁବନେଶ୍ୱର କ୍ଲବ୍‌ ସଭାପତି ନିର୍ବାଚିତ

ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବ ସଭାପତି ନିର୍ବାଚିତ । ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟ୍‌ରେ ହରାଇ ନିର୍ବାଚିତ ହୋଇଛନ୍ତି ଅସିତ ତ୍ରିପାଠୀ । ଅସିତଙ୍କୁ ୭୭୬ ଭୋଟ୍ ମିଳିଥିବା ବେଳେ ବିଜୟଙ୍କୁ ୪୯୮ ଭୋଟ୍ ମିଳିଛି । More
  • Chandan Shishu
  • 3 years ago

ଖୋଲିଲା ତୁଷାର ମୃତ୍ୟୁର ଗୁମର: ବନ୍ଧା ହେଲେ ୨ ସାଥୀ

ଗଷ୍ଟ ୩ରେ କଟକ ମହାନଦୀ ସେତୁରୁ ନିଖୋଜ ଛାତ୍ର ତୁଷାରକାନ୍ତ ସାହୁଙ୍କ ଗାଡ଼ି ମିଳିଥିଲା। ଏହାର ୨ ଦିନ ପରେ ଅର୍ଥାତ ଅଗଷ୍ଟ ୫ରେ ଯୋବ୍ରା ଆନିକଟରୁ ଯୁକ୍ତ ଦୁଇ ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତଦେହ ମିଳିଥିଲ। ପରିବାର ଲୋକେ ତୁଷାରକାନ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। More
  • Otv Khabar Bureau
  • 3 years ago

ଆଜି ଶେଷ ପ୍ରଚାର, ମଇଦାନରେ ଜୋରଦାର ଲଢ଼େଇ

ପିପିଲି ଉପନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର । ଏଥିଲାଗି ପ୍ରଚାରରେ ଜି ଜାନ୍ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପିପିଲିରେ ତାଙ୍କର ପ୍ରଚାର ଜୋରଦାର କରିଥିବା ବେଳେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ମଧ୍ୟ ପରିଶ୍ରମ କରୁଥିବା ନଜର ଆସିଛନ୍ତି । More
  • Chandan Shishu
  • 3 years ago

ଯୁବତୀଙ୍କୁ କମେଣ୍ଟ ମାରି ଥାନାରେ ସରପଞ୍ଚ

ସହରର ପ୍ୟାଲେସ ଲାଇନ ଠାରେ ଥିବା ଏସଏଚଜି ଆଉଟଲେଟ ସାମନା ରାସ୍ତା କଡରେ ମଦ୍ୟପାନ କରିଥିଲେ। ଏପରିକି ରାସ୍ତା କଡରେ ଯାଉଥିବା ମହିଳାମାନଙ୍କୁ କମେଣ୍ଟ ମାରିଥିଲେ। More
  • Otv Khabar Bureau
  • 3 years ago

ଗୁଲାବ ପ୍ରଭାବ: ବ୍ରିଜ୍‌ ଉପରେ ଦୁଇ ଫୁଟ୍‌ ପାଣି, ମାଲକାନଗିରି-ମୋଟୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରିରେ ଏବେ ବି ପ୍ରବଳ ବର୍ଷା ଜାରି ରହିଛି । ଏମ୍‌ଭି ୯୬ ବ୍ରିଜ୍ ଉପରେ ୨ ଫୁଟର ପାଣି ଚାଲୁଥିବାରୁ ମାଲକାନଗିରି-ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାରେ ପାଣି ଚାଲୁଥିିବାକୁ ଉଭୟ ପାର୍ଶ୍ୱରେ ଗାଡ଼ିଗୁଡିକ ଅଟକି ରହିଛି । ପୋଲିସ କର୍ମଚାରୀ ଉଭୟ ପାର୍ଶ୍ୱରେ ଜଗିରହିଛନ୍ତି । More
  • Prangyan Parimita
  • 3 years ago

DRDO ତଥ୍ୟ ଚୋରି ଘଟଣା : ଅଭିଯୁକ୍ତଙ୍କ ମୋବାଇଲ୍ ହ୍ୟାକ୍ କରିଥିଲେ ରହସ୍ୟମୟୀ

ମୋବାଇଲ୍ ହ୍ୟାକ୍ କରିଥିଲେ ରହସ୍ୟମୟୀ । DRDO କର୍ମଚାରୀଙ୍କୁ ହନିଟ୍ରାପ୍‌ରେ ପକାଇଥିବା ରହସ୍ୟମୟୀ ସମ୍ପର୍କରେ ମିଳିଲା ଆଉ କିଛି ଚାଞ୍ଚଲ୍ୟକର ତଥ୍ୟ । ରହସ୍ୟମୟୀ ମହିଳା ଜଣକ ଜଣେ ଅଭିଯୁକ୍ତର ମୋବାଇଲ୍ ହ୍ୟାକ୍ କରିଥିବା କଥା ଜଣାପଡ଼ିଛି । More
  • Pallipuspa Samal
  • 3 years ago

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ନଡ଼ିଆ ବେସନ ବର୍ଫି’

ଆଜି ଆମେ ଆପଣଙ୍କ ପାଇଁ ଅତି ସହଜ ଓ ସରଳ ଉପାୟରେ ମିଠାର ଏକ ରେସିପି ବିଯୟରେ କହିବାକୁ ଯାଉଛୁ । ବେସନ ଓ ନଡ଼ିଆରେ ଏକ ମିଠାର ରେସିପି ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି ନଡ଼ିଆ ବେସନ ବର୍ଫି । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More
  • Rajalaxmi Sahoo
  • 3 years ago

ମୁଣ୍ଡଳି ବୋଟ୍ ଟ୍ରାଜେଡି: SCBରୁ ଡିସ୍‌ଚାର୍ଜ ହେଲେ ଓଟିଭି କ୍ୟାମେରାମ୍ୟାନ୍‌ ପ୍ରଭାତ ସିହ୍ନା

କଟକ SCBରୁ ଡିସ୍‌ଚାର୍ଜ ହେଲେ ଓଟିଭି କ୍ୟାମେରାମ୍ୟାନ୍‌ ପ୍ରଭାତ ସିହ୍ନା। ୩ ଦିନ ଚିକିତ୍ସା ପରେ ସୁସ୍ଥ ହୋଇ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ୨୪ ତାରିଖ ଦିନ ହାତୀ ଉଦ୍ଧାର ବେଳେ କଟକ ମୁଣ୍ଡଳି ବ୍ୟାରେଜ ନିକଟରେ ହୋଇଥିବା ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ପ୍ରଭାତ ଆହତ ହୋଇଥିଲେ। More
  • Otv Khabar Bureau
  • 3 years ago

କମ୍ପାନିରୁ ରାସାୟନିକ ପାଣି ଆସି ଚାଷ ଜମିରେ ମିଶୁଛି

କମ୍ପାନିରୁ ରାସାୟନିକ ପାଣି ଆସି ଚାଷ ଜମିରେ ମିଶୁଛି । ଫଳରେ ବହୁ ଏକର ଚାଷ ଜମିର ଫସଲ ନଷ୍ଟ ହୋଇଛି ।ଏଭଳି କିଛି ଅଭିଯୋଗ କରିଛନ୍ତି ଜଗତସିଂହପୁର ଢିଙ୍କିଆ ପଞ୍ଚାୟତର ତ୍ରିଲୋଚନପୁର ଗାଁ ଲୋକେ । ଲଘୁଚାପ ବର୍ଷା ଫଳରେ ଚାଷ ଜମିରେ ପାଣି ଜମିଥିଲା । ଏହାପରେ ଗାଁ ନିକଟରେ ଥିବା IOCL କମ୍ପାନୀର ପାଣି ଚାଷ ଜମିରେ ମିଶି ଯାଇଛି । ଫଳରେ ଜମିର ଫସଲ ପଚିଯିବା ସହ କଳା ଆସ୍ତରଣ ପଡ଼ି ଯାଇଛି । ଏନେଇ ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁନଥିବାର ଲୋକେ ଅଭିଯୋଗ କରିଛନ୍ତି । ଗାଁ ଲୋକେ ଗ୍ରାମସଭା କରି ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।ସେପଟେ ଏରସମା ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।  ତେବେ ଚାଷ ଜମିରେ ଯେଉଁ ପାଣି ମାଡ଼ିଯାଇଛି ତାହା IOCLର ନୁହଁ ବୋଲି IOCL ପକ୍ଷରୁ ସ୍ପଷ୍ଟ କରାଯାଇଛି ।

  • Otv Khabar Bureau
  • 3 years ago

ଦିଲ୍ଲୀରେ ପ୍ରବଳ ଟ୍ରାଫିକ ଜାମ୍

ଦିଲ୍ଲୀରେ ପ୍ରବଳ ଟ୍ରାଫିକ୍ ଜାମ ।  ଦିଲ୍ଲ-ଗୁରୁଗ୍ରାମ ରାଜୋକ୍ରି ସୀମାରେ ଜମିଛି ଗାଡ଼ି । ଦୁଇ କିଲୋମିଟର ଯାଏ ଗୋଟିଏ ପରେ ଗୋଟିଏ ଗାଡ଼ି ଲମ୍ବି ରହିଛି  । ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ଦିଲ୍ଲୀକୁ ପ୍ରବେଶ କରୁଥିବା ସମସ୍ତ ଗାଡ଼ିକୁ ଯାଞ୍ଚ କରାଯାଉଛି । ଯେପରି କୌଣସି ଅପ୍ରିତିକର ପରିସ୍ଥିତି ଗଠିବନି ସେ ନେଇ ନଜର ରଖାଯାଇଛି । ସମସ୍ତ ଗାଡ଼ିକୁ ଯାଞ୍ଚ କରିବା ପରେ ହିଁ ଦିଲ୍ଲୀକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି । ଦିଲ୍ଲୀ ପୋଲିସ୍ ଓ ପାରାମିଲିଟାରୀ ଫୋର୍ସ ସୀମାରେ ମୁତୟନ କରାଯାଇଛି । ବହୁ ସମୟ ଧରି ଲୋକେ ଟ୍ରାଫିକ୍ ଜାମ୍‌ରେ ଫସି ରହିଛନ୍ତି । ଏପରିକି ପ୍ରତିଦିନ ଗୁରୁଗ୍ରାମରୁ ଦିଲ୍ଲୀକୁ ଆସୁଥିବା ଲୋକେ ହନ୍ତସନ୍ତ ହେଉଛନ୍ତି । ସେପଟେ ଦିଲ୍ଲୀ ଲାଲ୍କିଲାରେ ବି ସୁରକ୍ଷା ବଢ଼ିଛି । ସାଧାରଣ ପଯର୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି ॥ ପୁରା ଲାଲକିଲ୍ଲା ଅଞ୍ଚଳକୁ କଡ଼ା ସୁରକ୍ଷାବଳୟ ଭିତରେ ରଖାଯାଇଛି ।

  • Minati Mishra
  • 3 years ago

ଆଉ ୨/୩ ଘଣ୍ଟା ମଧ୍ୟରେ ଓଡ଼ିଶାରୁ ବିଦାୟ ନେବ ‘ଗୁଲାବ’

ଦୁର୍ବଳ ହୋଇଛି ବାତ୍ୟା ‘ଗୁଲାବ’ ।  ଗତ ୬ ଘଣ୍ଟାରେ ଏହା ଘଣ୍ଟାକୁ ୧୪ କି.ମି. ବେଗରେ ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୬ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି। More

  • Minati Mishra
  • 3 years ago

ଓଡ଼ିଶାରେ କରୋନା ତୃତୀୟ ଲହରର ପ୍ରଭାବ ଏତେ ବେଶି ପଡ଼ିନପାରେ-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଓଡ଼ିଶାରେ କରୋନା ତୃତୀୟ ଲହରର ପ୍ରଭାବ ଏତେ ବେଶି ପଡ଼ିନପାରେ । ବର୍ତ୍ତମାନ ଯେଉଁ ରାଜ୍ୟରେ ସଂକ୍ରମଣ ବଢ଼ିଛି ତାହା ସେମିତି ଅଧିକ ନୁହେଁ । ସେହି ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ଆମେ ଭଲ ସ୍ଥିତିରେ ରହିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । More

  • Minati Mishra
  • 3 years ago

ସେରୋ ସର୍ଭେ; ସର୍ବାଧିକ ଆଣ୍ଟିବଡି ସୃଷ୍ଟି ହୋଇଛି ଖୋର୍ଦ୍ଧା ଜିଲ୍ଲାରେ

 ରାଜ୍ୟର ୧୨ଟି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସୃଷ୍ଟି ହୋଇଛି ୭୩ ପ୍ରତିଶତ ଆଣ୍ଟିବଡ଼ି। ଅର୍ଥାତ ଏହି ୧୨ ଜିଲ୍ଲାର ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ କୋଭିଡ୍ ଆଣ୍ଟିବଡ଼ି ସୃଷ୍ଟିକୁ ନେଇ ବିଶେଷ ଫରକ୍ ନାହିଁ। RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ଏହି ସୂଚନା ଦେଇଛନ୍ତି।  More

  • Prangyan Parimita
  • 3 years ago

ଭାରତ ବନ୍ଦ ପାଇଁ ଯାତ୍ରୀ ହନ୍ତସନ୍ତ : ଘରକୁ ଯିବାକୁ ମିଳୁନି ଗାଡ଼ି

ଭାରତ ବନ୍ଦ ଫଳରେ ହନ୍ତସନ୍ତ ଯାତ୍ରୀ । ଭୁବନେଶ୍ୱର, ବାଲେଶ୍ୱର, ରାଉରକେଲା, କଟକ ଭଳି ବିଭିନ୍ନ ସହରରେ ଆଜି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ରେଳ ଷ୍ଟେସନରେ ଯାତ୍ରୀ ଓହ୍ଲାଇବା ପରେ ଘରକୁ ଯିବା ପାଇଁ କୌଣସି ଗାଡ଼ି ମିଳିନି । ଫଳରେ ଲୋଖେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି । More

  • Minati Mishra
  • 3 years ago

ରାଜ୍ୟରେ ୪୪୪ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୯ ଚିହ୍ନଟ

ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ନ କମୁଥିବା ଲକ୍ଷ୍ୟ କରାଯାଉଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। More

  • Otv Khabar Bureau
  • 3 years ago

ନୀଳଗିରି ଗୋପିନାଥପୁର ଗାଁରେ ଭାଲୁ ଆତଙ୍କ 

ବାଲେଶ୍ୱର ଜିଲ୍ଲା ନୀଳଗିରିର ଗୋପିନାଥପୁର ଗାଁରେ ଭାଲୁ ଆତଙ୍କ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।   ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଅନ୍ୟପଟେ ଗାଁ ଦାଣ୍ଡରେ ଭାଲୁ ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗାଁରେ ଜଣଙ୍କ ବାଡିରେ ଥିବା ପାଳଭୂତକୁ ମଣିଷ ଭାବି ଆକ୍ରମଣ କରୁଥିବା ଚିତ୍ର କ୍ୟାମେରାରେ କଏଦ ହୋଇଛି  । 

  • Otv Khabar Bureau
  • 3 years ago

ଯୁବ ସାମ୍ବାଦିକ ସ୍ୱର୍ଗତ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଯୁବ ସାମ୍ବାଦିକ ସ୍ୱର୍ଗତ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି। ଦିଲ୍ଲୀ ହାଉଜଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଓଡ଼ିଶା ମିଡ଼ଇା ଫୋରମ୍ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଆୟୋଜିତ ଶୋକସଭାରେ ଉପସ୍ଥିତ ସାମ୍ବାଦିକ ମାନେ ସ୍ୱର୍ଗତ ଅରିନ୍ଦମଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ୨ ମିନିଟ୍ ନୀରବ ପ୍ରାର୍ଥନା କରି ତାଙ୍କର ଅମର ଆତ୍ମାର ସଦ୍ କାମନା କରିଛନ୍ତି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରୀନୀଳାଚଳ ସେବା ସଂଘ ତଥା ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ପାଦକ ରବୀନ୍ଦ୍ର ପ୍ରଧାନ, ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଯୋଗଦେଇଥିଲେ । 

  • Rajalaxmi Sahoo
  • 3 years ago

ବରଗଡରେ ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାର ହେବ HRPC ଓ ବିଚାର ବିଭାଗୀୟ ତଦନ୍ତ

ବରଗଡରେ ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ହେବ HRPC ଓ ବିଚାରବିଭାଗୀୟ ତଦନ୍ତ।  ଏ ନେଇ ବରଗଡ ଏସ୍‌ପି ରାହୁଲ ଜୈନ ADG HRPCଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। More

  • Rajalaxmi Sahoo
  • 3 years ago

ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ‘ଗୁଲାବ’

ବାତ୍ୟା ‘ଗୁଲାବ’ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଗତ ୬ ଘଣ୍ଟାରେ ଏହା ଘଣ୍ଟାକୁ ୧୪ କି.ମି. ବେଗରେ ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୬ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି। More

  • Chandan Shishu
  • 3 years ago

ସମୁଦ୍ରରେ ଓଲଟିଲା ଡ଼ଙ୍ଗା: ୩ ଫେରିଲେ, ୨ ଚାଲିଗଲେ

ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଥିଲା। ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, ଆନ୍ଧ୍ର ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଗୁଲାବ ଲ୍ୟାଣ୍ଡଫଲ୍ କରିଛି। ଶ୍ରୀକାକୁଲମରେ ବର୍ତ୍ତମାନ ୭୦ କିମି ବେଗରେ ପବନ ବହୁଛି।     More

  • Chandan Shishu
  • 3 years ago

ଟଳିଲା ବାତ୍ୟା ଭୟ: ୫ ଘଣ୍ଟାରେ ଦୁର୍ବଳ ହେବ

ବାତ୍ୟା ଶ୍ରୀକାକୁଲମରୁ କୋରାପୁଟ ଜିଲ୍ଲାକୁ ପଶିବ। ପ୍ରଭାବରେ ରାତିରେ ଗଜପତି, ରାୟଗଡ଼ା, କୋରାପୁଟରେ ବର୍ଷା ବଢ଼ିବ। ଗଜପତି, ରାୟଗଡ଼ା, କୋରାପୁଟରେ ଅତିପ୍ରବଳ ବର୍ଷା ମଧ୍ୟ ହୋଇପାରେ।  More

  • Satyendu Shekher Mishra
  • 3 years ago

ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କଲା ଗୁଲାବ, ଶ୍ରୀକାକୁଲମରୁ କୋରାପୁଟ ଜିଲ୍ଲାକୁ ପଶିବ ବାତ୍ୟା

ବାତ୍ୟା ଗୁଲାବକୁ ନେଇ SRC ପ୍ରଦୀପ ଜେନାଙ୍କ ସୂଚନା । ଆନ୍ଧ୍ର ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କରିଛି ଗୁଲାବ । ଶ୍ରୀକାକୁଲମରେ ବର୍ତ୍ତମାନ ୭୦ କିମି ବେଗରେ ପବନ ବହୁଛି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ବିଶେଷ ପ୍ରଭାବ ପଡ଼ିନି । More

  • Satyendu Shekher Mishra
  • 3 years ago

ଭାରତ ବନ୍ଦ ବେଳେ ଗଡ଼ିବନି OSRTC ବସ୍‌

ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆସନ୍ତାକାଲି ଦିଆଯାଇଛି ଭାରତ ବନ୍ଦ ଡାକରା । ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଦେଶବ୍ୟାପୀ ଆହ୍ୱାନ ଦେଇଛି କିଷାନ ମୋର୍ଚ୍ଚା । More

  • Satyendu Shekher Mishra
  • 3 years ago

ଟଳିଲା ବାତ୍ୟା ଭୟ; ଓଡ଼ିଶାରେ ନାହିଁ ପ୍ରଭାବ, ଉପକୂଳ ଅତିକ୍ରମ କଲା ଗୁଲାବ

ଟଳିଲା ବାତ୍ୟା ଭୟ । ଓଡ଼ିଶାରେ ନାହିଁ ବାତ୍ୟା ପ୍ରଭାବ । ଉପକୂଳ ଅତିକ୍ରମ କଲା ବାତ୍ୟା ଗୁଲାବ । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କଲା ଗୁଲାବ । More