• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 13 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sarbeswar
  • 3 years ago

ଆଜିଠୁ ଆରମ୍ଭ ହେଲା ଯୁକ୍ତ ତିନି ଆଡମିଶନ୍: ସେପଟେ ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇର ପ୍ରଥମ କଟ୍ ଅଫ୍ ମାର୍କ

କୋଭିଡ୍ ଓ ଲଘୁଚାପ ଜନିତ ବର୍ଷା ଭିତରେ ଯୁକ୍ତ ତିନି ଆଡମିଶନ୍ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ କ୍ୟାମ୍ପସକୁ ଯାଇ ମନ ପସନ୍ଦର କଲେଜରେ ନେଲେ ଆଡମିଶନ। ଆବଶ୍ୟକ ଡକୁମେଣ୍ଟ ଦାଖଲ କରି ନାମ ଲେଖାଉଛନ୍ତି ଛାତ୍ରଛାତ୍ରୀ More
  • Sarbeswar
  • 3 years ago

ମୂର୍ତ୍ତି ଉଚ୍ଚତାକୁ ନେଇ ବଢୁଛି ଅସନ୍ତୋଷ: ୧୨ ଘଂଟିଆ କଟକ ବନ୍ଦ ପାଳନ କଲା ବିଜେପି

ମାଆ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କଟକଣାର ଜୋରଦାର ପ୍ରତିବାଦ। ଆଜି ରାଜରାସ୍ତାକୁ ଓହ୍ଲାଇଛି କଟକ ବିଜେପି। କ଼ଟକ ନଗର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଲଗାଣ ବର୍ଷାକୁ ଖାତିର ନକରି ରାସ୍ତାରେ ପ୍ରତିବାଦ କରିଥିଲେ ଶତାଧିକ ବିଜେପି କର୍ମୀ More
  • Sarbeswar
  • 3 years ago

ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ: ୪ ଜୀବନ ନେଲା ଲଘୁଚାପ

ଅବିଶ୍ରାନ୍ତ ବର୍ଷା। ଅସ୍ତବ୍ୟସ୍ତ ଜନଜୀବନ। ଦୁଇ ଦିନର ଲଗାଣ ବର୍ଷା ପରେ ବେହାଲ ଉପକୂଳ ଓଡ଼ିଶା। ପାଣିପାଗ ବିଭାଗର ସୂଚନା ଅନୁସାରେ ଚଳିତ ଲଘୁଚାପ ବର୍ଷା ସବୁଠୁ ଅଧିକ ବର୍ଷିଛି। ଅସ୍ତରଙ୍ଗରେ ସର୍ବାଧିକ ୫୩୦ ଓ କାକଟପୁରରେ ୫୨୫ ମିଲିମିଟର ରେକର୍ଡ ବର୍ଷା ପରେ ଏ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। More
  • Pramod Behera
  • 3 years ago

ବନ ବିଭାଗର ନୂଆ ନୀତି; ହାତୀକୁ ତଡିବ ମହୁମାଛି

ସ୍ଥଳଭାଗର ସବୁଠାରୁ ବଡ଼ ଜୀବ ହାତୀକୁ ଜଗିବ ଏହା ତୁଳନାରେ ଅତି ଛୋଟ ମହୁମାଛି। ହାତୀ ଉପଦ୍ରବରେ ଅଙ୍କୁଶ ଲଗାଇବାକୁ ମହୁମାଛିଙ୍କୁ ଉପଯୋଗ କରିବ ବନ ବିଭାଗ। ଯେଉଁ ଅଞ୍ଚଳରେ ହାତୀ ଉପଦ୍ରବ ଅଧିକ ରହୁଛି, ସେସବୁ ଜାଗାରେ ରହିବ ମହୁମାଛି ବକ୍ସ। ବକ୍ସଗୁଡ଼ିକ ତାରରେ ସଂଯୋଗ କରାଯିବ। ଯେତେବେଳେ ହାତୀ ସେହି ଅଞ୍ଚଳକୁ ପ୍ରବେଶ କରିବାକୁ ଉଦ୍ୟମ କରିବ, ସେତେବେଳେ ତାର ସଂସ୍ପର୍ଶରେ ଆସିବ। ଆଉ ତାର ଦ୍ୱାରା ବକ୍ସ ଟାଣିହେଲେ ତା’ ଭିତରୁ ମହୁମାଛି ବାହାରିବେ। ମହୁମାଛିଙ୍କୁ ଆକଟ କରିବାରେ ଅକ୍ଷମ ହାତୀ ଏହାଦ୍ୱାରା ସଂପୃକ୍ତ ଅଞ୍ଚଳ ଛାଡ଼ି ଚାଲିଯିବ ବୋଲି ଆଶା ବାନ୍ଧିଛି ବନ ବିଭାଗ। More
  • Sarbeswar
  • 3 years ago

ଆବାସ ଟଙ୍କା ହେର ଫେର ଅଭିଯୋଗରେ କିରାଣି ଗିରଫ

ଟଙ୍କା ଖାଇ ନିଲମ୍ବନ ହୋଇଥିଲେ ଏବେ ଗିରଫ ହେଲେ। କିରାଣୀ ଖାଇଯାଇଥିଲେ ୩୪ ଇନ୍ଦିରା ଆାବାସ ଟଙ୍କା। ୩୪ ଜଣ ଇନ୍ଦିରା ଆବାସ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବାକୁ ଥିବା ୨୦ ଲକ୍ଷ ୨୫ ହଜାର ଟଙ୍କାକୁ ନିଜ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ପଠାଇ ଭିଜିଲାନ୍ସ ରେଡରେ ସାମ୍ନା କରିଛନ୍ତି ଭଦ୍ରକ ବାସୁଦେବପୁର ବ୍ଲକର ମୁଖ୍ୟ କିରାଣୀ ପ୍ରଭାକର ପ୍ରଧାନ More
  • Prangyan Parimita
  • 3 years ago

ଲଗାଣ ବର୍ଷା ଯୋଗୁଁ ବେହାଲ ପୁରୀ ସହର : ରାସ୍ତାରେ ଚାରିଫୁଟର ପାଣି

ଲଗାଣ ବର୍ଷା ଯୋଗୁଁ ପୁରୀ ସହରରେ ଜୀବନଯାତ୍ରା ବ୍ୟାହତ । ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ପାଣି ପଶିବା ସହ ରାସ୍ତାରେ ଚାରିଫୁଟର ପାଣି ଲହଡ଼ି ମାରୁଛି । ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ମାର୍କଣ୍ଡେଶ୍ୱର ସାହିର ଜଗନ୍ନାଥ ବସ୍ତିର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । More
  • Prangyan Parimita
  • 3 years ago

ସରକାରୀ ପ୍ରୋତ୍ସାହନ ଅଭାବରୁ ବୁଡ଼ିବାକୁ ବସିଲାଣି କୁଟୀରଶିଳ୍ପ : ହାତବାନ୍ଧି ବସିଛନ୍ତି କାରିଗର

ବିଭିନ୍ନ ପ୍ରକାର ପୋଷାକ ତିଆରି କରି ସାରା ରାଜ୍ୟରେ ନାଁ କମେଇ ଥିଲେ କଟକ ଜିଲ୍ଲା ଗୋବିନ୍ଦପୁର ପଂଚାୟତର କାରିଗର ମାନେ । ପ୍ରତିଟି ପରିବାର କୁଟୀରଶିଳ୍ପ ମାଧ୍ୟମରେ ପୋଷାକ ତିଆରି କରି ସ୍ୱାବଲମ୍ବୀ ହୋଇପାରିଥିଲେ । ହେଲେ ଏବେ ହାତବାନ୍ଧି ବସିଲେଣି କାରିଗର,ଯାହା କିଛି କାମ ଚାଲୁଥିଲା ୨ବର୍ଷ ହେବ ଲକଡାଉନରେ ବେପାର ବନ୍ଦ ହୋଇଥିବାରୁ ବହୁ ସମସ୍ୟା ଦେଇ ଗତି କରୁଛନ୍ତି କାରିଗରଙ୍କ ପରିବାର । More
  • Sarbeswar
  • 3 years ago

ସବୁ ଭାଗବାଣ୍ଟ କରି ଖାଇଦେଲେ। ସାମ୍ନାକୁ ଆସିଲା ମନରେଗା ଦୁର୍ନୀତିର ଚିତ୍ର

ମନରେଗା ଏବଂ ପଞ୍ଚାୟତିରାଜ୍ ଓ ପାନୀୟଜଳ ବିଭାଗ ପକ୍ଷରୁ ପୋଖରୀ ଖୋଳା ଏବଂ ପଥର ପ୍ୟାକିଙ୍ଗରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଆସିଛି ଅଭିଯୋଗ ।ଆଉ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ସାଦକପୁର ପଞ୍ଚାୟତରୁ More
  • Sarbeswar
  • 3 years ago

ପ୍ରବଳ ବର୍ଷା ଯୋଗୁଁ ଭୁଷୁଡ଼ି ପଡ଼ିଲା କାନ୍ଥ: ୨ ମୃତ

ଲଗାଣ ବର୍ଷା ଯୋଗୁ କେନ୍ଦ୍ରାପଡ଼ାରେ କାନ୍ଥ ପଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପାଟକୁରା ଥାନା ଅଞ୍ଚଳ ବଡ଼ବେତର ଗାଁରେ ରାତିରେ ଶୋଇଥିବା ବେଳେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା More
  • Prangyan Parimita
  • 3 years ago

ଗୁଜରାଟର ରାଜକୋଟ ସହରରେ ଲଗାଣ ବର୍ଷା, ପାଣି ସୁଅରେ ଭାସିଗଲା କାର

ରାଜକୋଟ ସହରର ରାସ୍ତା ଉପରେ ଅଣ୍ଟାଏ ଉଚ୍ଚର ପାଣି ଜମି ରହିଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘର ଭିତରେ ପାଣି ଜମି ରହିଥିବାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡିଛି । More
  • Sarbeswar
  • 3 years ago

ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଲାଗି ବନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି

ଲଗାଣ ବର୍ଷା ପାଇଁ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଲାଗି ବନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ବର୍ଷା ଯୋଗୁଁ ବନ୍ୟ ଜନ୍ତୁଙ୍କର ଯେପରି କ୍ଷତି ନ ହୁଏ, ସେଥିଲାଗି ପ୍ରସ୍ତୁତ ରହିବା ପାଇଁ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଡିଏଫ୍ଓଙ୍କୁ କୁହାଯାଇଛି More
  • Sarbeswar
  • 3 years ago

ବସ୍ତିରେ ବୁଲିଲେ, ଘରେ କେମିତି ପାଣି ପସିଛି ଦେଖିଲେ....ରାଜ୍ୟ ସରକାରଙ୍କୁ ପ୍ରଶ୍ନ ଉପରେ ପ୍ରଶ୍ନ କଲେ ଅପରାଜିତା

ଲଗାଣ ବର୍ଷାରେ ଭୁବନେଶ୍ୱର ଜଳବନ୍ଦୀ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷ଼ଡଙ୍ଗୀ । ୨୧ ବର୍ଷର ଶାସନ ପରେ ରାଜଧାନୀର ସମସ୍ୟା ସମାଧାନ ହେଉନି। ଏନେଇ କଂପ୍ରେହେନସିଭ୍ ମାଷ୍ଟର ପ୍ଲାନ ପାଇଁ ସଂସଦୀୟ ଷ୍ଟାଣ୍ଡିଂ କମିଟି କହିଥିଲା। ଏମିତିକି ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଗତବର୍ଷ ଅପରାଜିତା ଚିଠି କରିଥିବା କହିଛନ୍ତି । More
  • Sarbeswar
  • 3 years ago

୭ ଜିଲ୍ଲାକୁ ରେଡ଼୍‌ ୱାର୍ଣ୍ଣିଂ ଜାରି, ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷିବ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇ ପଶ୍ଚିମ - ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତର ଛତିଶଗଡ ଓ ମଧ୍ୟପ୍ରଦେଶ ଆଡକୁ ମୁହାଁଇବ ବୋଲି ଜଣାପଡ଼ିଛି More
  • Prangyan Parimita
  • 3 years ago

ଅଣ୍ଡା ଆଉ କ୍ଷୀରରେ ଭାସୁଛି ଘର : କୁକୁଡା ଓ ଗାଈ ରଖି ସ୍ୱାବଲମ୍ୱୀ ସନ୍ଧ୍ୟାରାଣୀ

ନିପଟ ମଫସଲରେ ଘର । ସ୍ୱାମୀ ଅଟୋ ଚଲାନ୍ତି । । ଘରେ ଗାଈ-କୁକୁଡା ରଖି ସ୍ତ୍ରୀ ସନ୍ଧ୍ୟାରାଣୀ ସ୍ୱାବଲମ୍ୱୀ ହୋଇପାରିଛନ୍ତି । ଗୋପାଲନ ଓ କୁକୁଡ଼ା ଚାଷ ଦେଖାଇଛି ବଞ୍ଚିବାର ରାହା । କେବଳ ସରକାରୀ ଚାକିରୀ କିମ୍ବା ବଡ ବ୍ୟବସାୟ ଯେ ଜଣକର ଜୀବନଶୈଳୀ ବଦଳାଇ ପାରେ ତା ନୁହେଁ ଗୋପାଳନ ଓ କୁକୁଡ଼ା ଚାଷରୁ ମଧ୍ୟ ଲକ୍ଷାଧିକ ଟଙ୍କା More
  • Chandan Shishu
  • 3 years ago

ବର୍ଷା ଯୋଗୁଁ ଆସିବ କି ବନ୍ୟା?

ଏସବୁ ଭିତରେ ଚିନ୍ତା ବଢାଇଛି ଆଇଏମଡି ଡିଜିଙ୍କ ପୂର୍ବାନୁମାନ। ତାଙ୍କର ଆକଳନ ଅନୁସାରେ, ୧୭ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ୧୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଓଡ଼ିଶା ନିକଟରେ ପହଞ୍ଚିପାରେ। ଏହାର ପ୍ରଭାବରେ ୧୭ରୁ ଉପକୂଳ ଓଡ଼ିଶାରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି। More
  • Chandan Shishu
  • 3 years ago

ଜଳ ନିଷ୍କାସନ ପାଇଁ ସିଏମ୍‌ସି ପକ୍ଷରୁ ୨୦୦ଟି ପମ୍ପସେଟ୍‌

କଟକ: ଲଗାଣ ବର୍ଷାରେ ବେହାଲ୍ କଟକ। ସହରରୁ ଜଳ ନିଷ୍କାସନ ପାଇଁ ଲାଗିପଡିଛି କଟକ ମହାନଗର ନିଗମ। କାଲି ରାତିରୁ ଅବିରତ ବର୍ଷା ଲାଗି ରହିଥିବା ବେଳେ ଜଳ ନିଷ୍କାସନ ପାଇଁ ସିଏମ୍‌ସି ପକ୍ଷରୁ ୨୦୦ଟି ପମ୍ପ ବିଭିନ୍ନ ସ୍ଥାନରେ ମହଜୁଦ ରଖାଯାଇଛି। ସିଏମ୍‌ସି ପକ୍ଷରୁ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ପ୍ରସ୍ତୁତ କରାଯାଇଛି। ବର୍ଷା ଜଳ ନିଷ୍କାସନ ପାଇଁ ଖାନ୍ ନଗର ପମ୍ପିଙ୍ଗ ଷ୍ଟେସନକୁ କାର୍ଯ୍ୟକ୍ଷମ କରାଯାଇଛି। ଏସସିବି ମେଡ଼ିକାଲ ପରିସରରୁ ଜଳ ନିଷ୍କାସନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇ ପମ୍ପ ଲଗାଯାଇଛି। ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରୁ ମଧ୍ୟ ଜଳ ନିଷ୍କାସନ ଚାଲିଛି। ତଳିଆ ଅଞ୍ଚଳରେ ପାଣି ଘେରରେ ଥିବା ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ସିଏମ୍‌ସି କମିଶନର ଅନନ୍ୟା ଦାସ। 

  • Chandan Shishu
  • 3 years ago

କେନାଲରେ ଭାସିଗଲେ ନବବିବାହିତ ଚାଷୀ

କେନାଲରୁ ବାହାରିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ପାଣି ସୁଅରେ ସେ ଭାସି ଯାଇଥିଲେ। କମ୍ବେଶ୍ୱର ୬ମାସ ପୂର୍ବରୁ ବିବାହ କରିଥିଲେ। ତାଙ୍କ ଅକାଳ ମୃତ୍ୟୁରେ ଗାଁ ରେ ଶୋକର ଛାୟା ଖେଳିଯାଇଛି। କମ୍ବେଶ୍ୱରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ କସିଛନ୍ତି। More

  • Minati Mishra
  • 3 years ago

ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା; ୧୭ରୁ ଉପକୂଳରେ ପୁଣି ବର୍ଷିବ

୭ ତାରିଖ ଠାରୁ ରାଜ୍ୟରେ ପୁଣି ଲାଗି ରହିବ ବର୍ଷା।  ବର୍ଷା ସଂପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇ କହିଛନ୍ତି, ୧୭ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ୧୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଓଡ଼ିଶା ନିକଟରେ ପହଞ୍ଚିପାରେ। ଏହାର ପ୍ରଭାବରେ ୧୭ରୁ ଉପକୂଳ ଓଡ଼ିଶାରେ ପୁଣି  ବର୍ଷା ହେବ। More

  • Chandan Shishu
  • 3 years ago

ପ୍ରକାଶ ପାଇଲା +୨ ପ୍ରଥମ କଟ୍ ଅଫ୍ ମାର୍କ

ଏବର୍ଷ ପରୀକ୍ଷା ନଦେଇ ପିଲାମାନଙ୍କ ରେଜଲ୍‌ଟ ପ୍ରକାଶ ପାଇଥିଲା। ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇଥିଲା ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ। ଚଳିତବର୍ଷ ବିଜ୍ଞାନରେ ବିଜ୍ଞାନରେ ୮୯ ହଜାର ୯୫୧ ପିଲା ପାସ୍ କରିଥିଲେ। ସେଥିରୁ  ୫୫୪୬୮ ପିଲା ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୧୬୯୪୩ ଓ ତୃତୀୟ ଶ୍ରେଣୀରେ ୧୪୬୩୧ ଉତ୍ତୀର୍ଣ୍ଣ ହୋଇଥିଲେ।  More

  • Chandan Shishu
  • 3 years ago

ଗତ ୫ ବର୍ଷ ମଧ୍ୟରେ ଏଭଳି ବର୍ଷା ହୋଇନି: ପାଣିପାଗ ବିଜ୍ଞାନୀ

ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳ ସ୍ତର ବଢ଼ୁଛି। ମହାନଦୀର କେତେକ ଶାଖା ନଦୀର ଜଳ ସ୍ତର ବଢ଼ୁଛି। ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଜଳକା, ବୁଢ଼ାବଳଙ୍ଗ, ବଂଶଧରା, ରୁଷିକୁଲ୍ୟାରେ ଜଳସ୍ତର ବଢୁଛି। ଜଳ ସ୍ତର ବଢ଼ୁଥିଲେ ବି ବିପଦ ସଂକେତ ତଳେ ପ୍ରବାହିତ ହେଉଛି। More

  • Minati Mishra
  • 3 years ago

Daily Horoscope, 13 Sept 2021: ଜାଣନ୍ତୁ ଆଜିର ରାଶିଫଳ

କ’ଣ ରହିଛି ଆପଣଙ୍କର ଆଜିର ଭାଗ୍ୟଫଳ ? କେଉଁ ରାଶି ପାଇଁ କ’ଣ ଶୁଭ ରହିଛି ଆସନ୍ତୁ ଜାଣିବା।  More

  • Prangyan Parimita
  • 3 years ago

ବିବାହ ଭାଙ୍ଗି ଦେବ ୱର୍କ ଫ୍ରମ୍ ହୋମ୍ : ସ୍ୱାମୀଙ୍କ ବସ୍‌ଙ୍କୁ ଚିଠି ଲେଖି ଅଫିସ୍ ଆରମ୍ଭ କରିବାକୁ ନିବେଦନ କଲେ ସ୍ତ୍ରୀ

ହାମାରୀ କରୋନା ଲୋକଙ୍କ ଜୀବନଶୈଳୀ, ​କାର୍ଯ୍ୟ ପ୍ରଣାଳୀକୁ ଅଧିକ ପ୍ରଭାବିତ କରୁଛି । ଅନଲାଇନ୍ ଶିକ୍ଷା ଏବଂ ୱର୍କ ଫ୍ରମ୍ ହୋମ୍ ଏକ ଟ୍ରେଣ୍ଡରେ ପରିଣତ ହୋଇସାରିଲାଣି । ହେଲେ ବର୍ତ୍ତମାନ କିଛି ଲୋକ ଏପରି ଅଛନ୍ତି, ଯେଉଁମାନଙ୍କୁ ପାଇଁ ୱର୍କ ଫ୍ରମ୍ ହୋମ୍ ଟ୍ରେଣ୍ଡ ବିରକ୍ତ ଲାଗିଲାଣି । ସୋସିଆଲ ମିଡିଆରେ ଏପରି ଏକ ମଜାଦାର ଚିଠି ଭାଇରାଲ ହେବାରେ ଲାଗିଛି । More

  • Minati Mishra
  • 3 years ago

ତଳମୁହାଁ କରୋନା ଗ୍ରାଫ; ଦୈନିକ ଆକ୍ରାନ୍ତଙ୍କ ସଖ୍ୟା ୫୦୦ ତଳକୁ ଖସିଲା

ରାଜ୍ୟରେ ଦୀର୍ଘ ଦିନ ପରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆହୁରି ଆଶ୍ୱସ୍ତିର ଖବର ଯେ, ୧୮ ବର୍ଷରୁ କମ୍‌ ବୟସର ୫୭ ଜଣ ଚିହ୍ନଟ ହୋଇଛନ୍ତି। More

  • Chandan Shishu
  • 3 years ago

୨ ଦିନ ପାଇଁ ସ୍କୁଲ ଛୁଟି

ଗଭୀର ଅବପାତ ଯୋଗୁ ଦିନ ତମାମ ବର୍ଷିବ। ୭ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଲାଗି ରହିବ। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ନୟାଗଡ଼ ବର୍ଷା ଲାଗି ରହିବ। ଗଭୀର ଅବପାତ ପ୍ରଭାବରେ ପଶ୍ଚିମ ଓଡ଼ିଶା ବି ପ୍ରଭାବିତ ହେବ। ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବରଗଡ଼ରେ ପ୍ରବଳ ବର୍ଷିବ। ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ଅବପାତ ସ୍ଥିତିକୁ ଆସିବ। More

  • Chandan Shishu
  • 3 years ago

୮୭ ବର୍ଷର ରେକର୍ଡ ଭାଙ୍ଗିଲା ପୁରୀ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେଇସାରିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ଅବପାତରେ ପରିଣତ ହେବା ପରେ ଏହା ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା, ଉତ୍ତର ଛତିଶଗଡ଼ ଏବଂ ମଧ୍ୟ ପ୍ରଦେଶ ଆଡ଼କୁ ଯିବା ସମ୍ଭାବନା ରହିଛି। More

  • Chandan Shishu
  • 3 years ago

ଡିପ୍‌ ଡିପ୍ରେସନ୍‌ ରୂପ ନେଲା ଲଘୁଚାପ, ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଏହି ସମୟରେ ଓଡ଼ିଶାର ୫ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ପାଇଁ ୫ ଜିଲ୍ଲାକୁ ଜାରି ହୋଇଛି ରେଡ୍ ଓ୍ୱାର୍ଣ୍ଣିଂ। ଏହା ବାଦ୍ ୧୧ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା, ଉତ୍ତର ଛତିଶଗଡ଼ ଏବଂ ମଧ୍ୟ ପ୍ରଦେଶ ଆଡ଼କୁ ଯିବା ସମ୍ଭାବନା ରହିଛି। More

  • Chandan Shishu
  • 3 years ago

ଟ୍ୱିନ୍‌ ସିଟିରେ ପ୍ରବଳ ବର୍ଷିବ !

ବର୍ଷା ଯୋଗୁଁ କିଛି ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି। ଗତକାଲି ମଧ୍ୟ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଅଣ୍ଟାଏ ପାଣି ଚାଲିବା ବେଳେ ଘର, ଆପାର୍ଟମେଣ୍ଟ ଭିତରେ ବି ପାଣି ପଶିଯାଇଥିଲା। ସେହିପରି ପୁରୀ, କଟକ, ଜଗତସିଂହପୁର ଭଳି ବିଭିନ୍ନ ଜିଲ୍ଲାରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। More

  • Chandan Shishu
  • 3 years ago

ମିଛ ସାର୍ଟିଫିକେଟ୍‌ରେ କରିଥିଲେ ସରକାରୀ ଚାକିରି, ବାନ୍ଧିଲା ପୋଲିସ

ବର୍ଷ ବର୍ଷ ଧରି ଜାଲ କାଗଜପତ୍ର ଶିକ୍ଷକତା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ପର୍କରେ ବାରମ୍ବାର ତଥ୍ୟ ପ୍ରଦାନ କରିବା ପାଇଁ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଇଓ ମାନଙ୍କୁ ତାଗିଦ କରି ଦରମା ବନ୍ଦ କରିବା ଭୟ ଦେଖାଇବା ପରେ ୪ଜଣ ନକଲି କନିଷ୍ଠ ଶିକ୍ଷକଙ୍କ ନାମରେ ମୁରିବାହାଲ ଥାନାରେ ଏତଲା ଦିଆଯାଇଛି।  More

  • Chandan Shishu
  • 3 years ago

ଅବପାତର ରୂପ ନେଲା ଲଘୁଚାପ, ୫ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କତ ଜାରି କରାଯାଇଛି। ଯେହେତୁ ଅବପାତର ରୂପ ନେଇଛି, ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୫୫ ଓ ଝଟ୍‌କା ପବନ ୬୫ କିମି ରହିବ। ଆସନ୍ତାକାଲି ୫ ଆଭ୍ୟନ୍ତରୀଣ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। More

  • Chandan Shishu
  • 3 years ago

୬୩ ବର୍ଷ ତଳର ପୁରୁଣା ରେକର୍ଡ ଭାଙ୍ଗିପାରେ ଭୁବନେଶ୍ୱର

ଭୁବନେଶ୍ୱର ଓ କଟକ ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ସହ ଟ୍ୱିନ ସିଟିରେ ଘଣ୍ଟାକୁ ୩ରୁ ୫ ସେମି ପର୍ଯ୍ୟନ୍ତ ବର୍ଷା ଆଶଙ୍କା କରିଥଲା ପାଣିପାଗ ବିଭାଗ। ଏହାଦ୍ୱାରା ରାସ୍ତାରେ ପାଣି ଜମିବା, ଟ୍ରାଫିକ ଜାମ୍ ସହ ଦୃଶ୍ୟମାନ ସ୍ଥିତି କମିପାରେ ବୋଲି ସୂଚନା ଦିଆଯାଇଥିଲା। ରାତି ୧୦ଟା ପର୍ଯ୍ୟନ୍ତ ସତର୍କ ରହିବା ସହ ଯଥା ସମ୍ଭବ ଘରୁ ନ ବାହାରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଥିଲା।  More

  • Chandan Shishu
  • 3 years ago

ଫୁଲୁଛି ନଦୀର ଜଳ ସ୍ତର, ୧୨ ଜିଲ୍ଲାକୁ ଆଲର୍ଟ

ଲଘୁଚାପ ବର୍ଷାରେ ଉପକୂଳ ଓ ଉତ୍ତର ଓଡ଼ିଶାର ଅନେକ ସ୍ଥାନ ଜଳବନ୍ଦୀ। କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କୋଣାର୍କରେ ଗତକାଲିଠାରୁ ଜାରି ରହିଛି ବର୍ଷା।  ଜଗତସିଂହପୁରରେ ପ୍ରବଳ ବର୍ଷା ଯୋଗୁଁ ଘର ଭିତରେ ଅଣ୍ଟାଏ ପାଣି ଜମିଛି। ପାରାଦୀପ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ଭାଙ୍ଗୁଛି।  More

  • Chandan Shishu
  • 3 years ago

୫୫ କିମି ବେଗରେ ବହିବ ପବନ ! ସବୁ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ। ଯେହେତୁ ଅବପାତର ସମ୍ଭାବନା ରହିଛି, ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୫୫ ଓ ଝଟ୍‌କା ପବନ ୬୫ କିମି ରହିବ। ଆସନ୍ତାକାଲି ୫ ଆଭ୍ୟନ୍ତରୀଣ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। More