• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 27 August 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 3 years ago

ଦାନା ବାନ୍ଧୁଛି ଲଘୁଚାପ, ୩ ଦିନ ବର୍ଷିବ

ବିଶେଷ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, ନୟାଗଡ଼, କଟକ, ଅନୁଗୁଳ, ଦେବଗଡ଼, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷାର ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।  More
  • Chandan Shishu
  • 3 years ago

ଭିଆଇପି ରାସ୍ତାରେ ଆମ୍ବୁଲାନ୍ସ ଯିବା ମନା କି?

ଭିଆଇପି ଲାଇନରେ ଆମ୍ବୁଲାନ୍ସ କାହିଁକି ଆଣିଲ ବୋଲି ସଂପୃକ୍ତ ଅଣଓଡ଼ିଆ କର୍ମଚାରୀ ତାଙ୍କ ଯୁକ୍ତିତର୍କ କରିବା ସାଙ୍ଗକୁ ଆମ୍ବୁଲାନ୍ସକୁ ୭ରୁ ୮ମିନିଟ ଯାଏଁ ଅଟକାଇ ରଖିଥିବା ଡ୍ରାଇଭର ଅଭିଯୋଗ କରିଛନ୍ତି। More
  • Chandan Shishu
  • 3 years ago

ଏକାସଙ୍ଗେ ଇସ୍ତଫା ଦେଲେ ବିଜେପିର ୧୫ ଜିଲ୍ଲା ପରିଷଦ ସଦସ୍ୟ

ମୟୁରଭଞ୍ଜ ଜିଲ୍ଲାର ୧୧ ତମ ଜିଲ୍ଲା ପରିଷଦ ବୈଠକ ବସିଥିଲା। ଏଥିରେ ବିଭିନ୍ନ ବିଭାଗର ଆଲୋଚନାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଠକକୁ ଅଧାରୁ ସ୍ଥଗିତ ରଖିଥିଲେ। ଏହାକୁ ନେଇ ଆରମ୍ଭ ହୋଇଥିଲା ହଟ୍ଟଗୋଳ। More
  • Chandan Shishu
  • 3 years ago

ବିପଦ ଡାକିବ ପାର୍ବଣ ଋତୁ ! ୨ ମାସ ସତର୍କ ରହିବାକୁ କେନ୍ଦ୍ରର ପରାମର୍ଶ

ରାଜ୍ୟରେ ଦୈନିକ ସଂକ୍ରମଣ କିଛିଦିନ ହେଲା ଏକ ହଜାର ତଳେ ରହୁଛି କିନ୍ତୁ ସେଥିମଧ୍ୟରୁ ୧୮ ବର୍ଷରୁ କମ୍ ବୟସ୍କ କିଶୋର ଓ ଶିଶୁଙ୍କ ସଂଖ୍ୟା ୧୦୦ ଉପରେ ରହୁଛି। ତେଣେ ଅଡିଟ୍ ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆଉ ୬୯ ଜଣଙ୍କ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ଦର୍ଶାଇଛି, ଯେଉଁଥିରେ ୨ ଜଣ ଶିଶୁ ଅଛନ୍ତି। More
  • Satyendu Shekher Mishra
  • 3 years ago

ବୟସ ବଢ଼ିବାରୁ ହାର୍ଡଖୋର ମାଓ ନେତା ସୀତାରାମ ରେଡ୍ଡୀଙ୍କ ଆତ୍ମ ସମର୍ପଣ

ତେଲେଙ୍ଗାନା ପୋଲିସକୁ ମିଳିଲା ବଡ଼ ସଫଳତା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ହାର୍ଡଖୋର ମାଓ ନେତା ସୀତାରାମ ରେଡ୍ଡୀ କରିଛି ଆତ୍ମ ସମର୍ପଣ ।  More
  • Satyendu Shekher Mishra
  • 3 years ago

ଆଇନର ଶାସନ ଓ ଦଳୟ ଅମଲାତନ୍ତ୍ର

୨୦୨୧ ଅଗଷ୍ଟ ୨୬ ତାରିଖରେ ଗୋଟିଏ ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଓଡ଼ିଶା ସମେତ ଭାରତର ଅନ୍ୟ ସମସ୍ତ ପ୍ରଦେଶ ତଥା କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ବର୍ଗର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ପ୍ରଣିଧାନଯୋଗ୍ୟ। More
  • Chandan Shishu
  • 3 years ago

ଇ-ଯାନ ପଲିସି ଉପରେ ବାଜିଲା କ୍ୟାବିନେଟ ମୋହର

ବୈଦୁତିକ ଯାନର ନବୀକରଣ ଓ ଗବେଷଣାକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ସେହିଭଳି ଉତ୍ପାଦନକାରୀ କମ୍ପାନୀ ଓ ଯାନ ବ୍ୟବହାରକାରୀ ସାଧାରଣ ଲୋକଙ୍କୁ ଆର୍ଥିକ ରିହାତି ସହ ଗାଡ଼ି ପଞ୍ଜିକରଣ ଦେୟ, ରୋଡ୍  ଟ୍ୟାକ୍ସ ଆଦି ଛାଡ଼ କରାଯିବାର ପ୍ରାବଧାନ ରହିଛି। More
  • Chandan Shishu
  • 3 years ago

ସୁଟିଂ ସମୟରେ ଆସିଲା ଛାତିଥରା ଖବର, ଲୁହକୁ ଚାପି ଦାୟିତ୍ୱକୁ ଆଗ ଦେଖିଲେ ଯୋଶୀ ଦାଦା

ଆଖିରେ ଲୁହ, ଛାତିରେ କୋହ ତଥାପି ନିଜକୁ ସମ୍ଭାଳି ନେଇଥିଲେ ମନୋରଞ୍ଜନ। ଏମିତିକି ଏ ଦୁଃଖଦ ଖବର ଶୁଣି ସେତେବେଳେ ଖୋଲାକଥାର ହଟ୍‌ସିଟ୍‌ରେ ବସିଥିବା ଅତିଥି ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କାର୍ଯ୍ୟକ୍ରମ ଅନ୍ୟ କେଉଁ ଦିନ କରିବାକୁ ଅନୁରୋଧ କରିଥିଲେ। More
  • Chandan Shishu
  • 3 years ago

ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ଲାଗିବ ରୂପା କବାଟ

ମନ୍ଦିରରେ କଣ ସୁବିଧା ଅସୁବିଧା ଅଛି, ତାର ଅନୁଧ୍ୟାନ କରିଥିଲେ। ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର କାମର ଅଗ୍ରଗତି ନେଇ ଆଲୋଚନା କରାଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି। ସେ ସୂଚନା ଦେଇଛନ୍ତି, ମନ୍ଦିର ଓ ପ୍ରଭୁ ଲିଙ୍ଗରାଜଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ। ନାଟ ମଣ୍ଡପରେ ପାଣି ଗଳିବା ନେଇ ଚିନ୍ତାଜନକ ସ୍ଥିତି ନାହିଁ, କିନ୍ତୁ ମରାମତି ପାଇଁ ଅନୁମତି ମିଳିଛି। More
  • Pramod Behera
  • 3 years ago

କୃଷ୍ଣ କାହିଁକି ଜନ୍ମ ନେଲେ ଅନ୍ଧାର ରାତିରେ

ଦ୍ୱାପର ଯୁଗରେ ଭଗାବାନ କୃଷ୍ଣ ବୁଧବାର ରୋହିଣୀ ନକ୍ଷତ୍ରରେ ଦେବକୀଙ୍କ ଗର୍ଭରୁ ଜନ୍ମଲାଭ କରିଥିଲେ। ତିଥି ଥିଲା ଅଷ୍ଟମୀ ଓ ସମୟ ଥିଲା ରାତ୍ରି। ଏହା ପଛର କାରଣ ଥିଲା ଯେ ଶ୍ରୀକୃଷ୍ଣ ଚନ୍ଦ୍ରବଂଶୀ ହେବାକୁ ଚାହୁଥିଲେ। ଚନ୍ଦ୍ରଦେବ ତାଙ୍କ ପୂର୍ବଜ ଏବଂ ବୁଧ ଚନ୍ଦ୍ରମାଙ୍କ ପୁତ୍ର। ଏନେଇ ଚନ୍ଦ୍ରବଂଶରେ ପୁତ୍ରବତ ଜନ୍ମ ନେବା ପାଇଁ କୃଷ୍ଣ ବୁଧବାରକୁ ଚିହ୍ନଟ କରିଥିଲେ। ସେହିପରି ରୋହିଣୀ ହେଉଛନ୍ତି ଚନ୍ଦ୍ରଙ୍କ ପ୍ରିୟ ପତ୍ନୀ, ଅଷ୍ଟମୀ ତିଥି ଶକ୍ତିର ପ୍ରତୀକ। ତେଣୁ ଭଗବାନ ଶ୍ରୀକୃଷ୍ଣ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରକୁ ବାଛିଥିଲେ। More
  • Chandan Shishu
  • 3 years ago

ମହାପ୍ରଭୁଙ୍କ ପାଇଁ ସମର୍ପିତ ହେଲା 'ଶ୍ରୀମନ୍ଦିର'

ଆସନ୍ତା ୩୦ ତାରିଖ ସୋମବାରଠାରୁ ତରଙ୍ଗରେ ପ୍ରସାରଣ ହେବ ଧାରାବାହିକ ଶ୍ରୀମନ୍ଦିର। ଶ୍ରୀମନ୍ଦିର ଧାରାବାହିକ ସମ୍ପର୍କରେ ବିସ୍ତୁତ ଭାବେ ଜଗଦଗୁରୁଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ପୂର୍ବରୁ ପ୍ରସାରିତ ଶ୍ରୀଜଗନ୍ନାଥ ଧାରାବାହିକ ସମ୍ପର୍କରେ ବି ବିସ୍ତୁତ ଆଲୋଚନା କରିଥିଲେ। More
  • Pramod Behera
  • 3 years ago

ଅଗଷ୍ଟ ୩୦ରୁ ଶ୍ରୀମନ୍ଦିର

ତେବେ ଓଡିଶାର ଜଗନ୍ନାଥ ପ୍ରେମୀ ତଥା ଶ୍ରୀମନ୍ଦିର ସହ ଜଡିତ ଥିବା ବ୍ୟକ୍ତିଙ୍କ ପାଇଁ ଖୁସିର କଥା ଯେ ଶ୍ରୀମନ୍ଦିର ସାକ୍ଷୀ ଥିବା କିଛି ତ୍ୟାଗ ଓ ଗୌରବମୟ କାହାଣୀକୁ ନେଇ ତରଙ୍ଗ ଟିଭି ପ୍ରସ୍ତୁତ କରିଛି ନୂଆ ଧାରାବାହିକ – ଶ୍ରୀମନ୍ଦିର। ଶ୍ରୀମନ୍ଦିର ଧାରାବାହିକର ଭିନ୍ନ ଭିନ୍ନ ସିରିଜ୍‌ରେ ଭିନ୍ନ ଭିନ୍ନ କାହାଣୀ ପ୍ରଦର୍ଶିତ କରିବାକୁ ସ୍ଥିର ହୋଇଥିବାବେଳେ ପ୍ରଥମ ସିରିଜ୍‌ରେ କାଞ୍ଚି ବିଜୟ ବା ପଦ୍ମାବତୀ ପରିଣୟ କାହାଣୀଟି ସ୍ଥାନ ପାଇଛି। More
  • Prangyan Parimita
  • 3 years ago

ମାନବ ସଂଗଠନରେ ସାମିଲ ନହେବାରୁ ବାପ ଓ ପୁଅଙ୍କୁ ନିସ୍ତୁକ ମାଡ, ଭିଡିଓ ଭାଇରାଲ୍

ଖୋର୍ଦ୍ଧା ବୋଲଗଡ ବ୍ଲକର କଡବ ଗାଁରେ ନୀରିହ ଆଦିବାସୀଙ୍କୁ ମାନବ ସଂଗଠନରେ ସାମିଲ କରିବା ପାଇଁ ଏଭଳି ମାଡମରା ଯାଉଥିବା ଅଭିଯୋଗ ହୋଇଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି କିପରି ନୃଶଂସ ଭାବେ ଦୁଇ ଜଣଙ୍କୁ ମାଡ ମରା ହେଉଛି । ତେବେ ଏନେଇ କିନ୍ତୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । More
  • Prangyan Parimita
  • 3 years ago

 ଏସସିବିରେ କରୋନା ସଂକ୍ରମିତଙ୍କୁ ମିଳିବ ମାଗଣା ଇକମୋ ଚିକିତ୍ସା

କଟକ ଏସସିବିରେ ଉଦଘାଟିତ ହୋଇଛି ଇକମୋ ଚିକିତ୍ସା ବ୍ୟବସ୍ଥା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି ଏବଂ ଇକମୋ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ତୃତୀୟ ଲହର ପାଇଁ ଅଧିକ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା ବେଳେ କୋଭିଡ ନିୟମ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି, ତା ସହିତ ନିଜକୁ ଓ ପିଲାଙ୍କୁ ସୁରକ୍ଷିତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି । କଟକ SCB ପୂର୍ବ ଭାରତର ଇକ୍‌ମୋ ହବ୍ । More
  • Rajalaxmi Sahoo
  • 3 years ago

କମର୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭାବନୀୟ ଦୃଶ୍ୟ

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର କମର୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି କରୋନା ଟିକା ନେବେ ବୋଲି ଗତକାଲି ସଂଧ୍ୟାରୁ ଭିଡ଼ ଜମାଇଛନ୍ତି।  କେବଳ ଭିଡ଼ ନୁହେଁ, ନିଜ ଉପସ୍ଥିତି ଜାହିର କରିବାକୁ କିଏ ଇଟା ରଖିଛି ତ କିଏ ଆଧାର କାର୍ଡ ରଖିଛି। ଖାଇବା, ପିଇବା ସାମଗ୍ରୀ, ପାଣି ବୋତଲ ସହ ଚଟାଣରେ ଶୋଇଛନ୍ତି ଲୋକେ।  ଆଜି ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦେବା ପାଇଁ ୧୪୦ ଡୋଜ୍ ଆସିଛି। ଜିଲ୍ଲା ପ୍ରଶାସନ ଏହା ଘୋଷଣା କରିବା ପରେ ଲୋକଙ୍କ ଭିଡ଼ ହୋଇଥିବା ଦେଖିବାକୁ ମିଳିଥିଲା। 

  • Rajalaxmi Sahoo
  • 3 years ago

ଦୈନିକ ୫ ଘଣ୍ଟା ବିଧାନସଭା ଅଧିବେଶନ ଚାଲିବ

ସର୍ବଦଳୀୟ ବୈଠକ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସୂଚନା ଦେଇ କହିଛନ୍ତି, ସମସ୍ତଙ୍କର RTPCR ଟେଷ୍ଟ; ସବୁ ବିଧାୟକ, ମନ୍ତ୍ରୀଙ୍କ ଆଣ୍ଟିବଡ଼ି ଟେଷ୍ଟ ହେବ। ଦୈନିକ ୫ ଘଣ୍ଟା ବିଧାନସଭା ଅଧିବେଶନ ଚାଲିବ। ସକାଳ ସାଢ଼େ ୧୦ଟାରୁ ସାଢ଼େ ୧ଟା ଓ ଅପରାହ୍ନ ୪ଟାରୁ ୬ଟା ଯାଏ ଅଧିବେଶନ ଚାଲିବ। ଷ୍ଟାର ପ୍ରଶ୍ନ ରହିବ। ମୁଲତବି ଆଲୋଚନା ହେବ। ଶନିବାର ବି ଅଧିବେଶନ ଚାଲିବ। ବିଜେପି ୪ଟି ଓ କଂଗ୍ରେସ ୨ଟି ମୁଲତବି ପ୍ରସ୍ତାବ ଆଣିପାରିବେ। 

  • Rajalaxmi Sahoo
  • 3 years ago

ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ

ବିଧାନସଭା ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ହୋଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା  ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ଥିଲେ। ସେପ୍ଟେମ୍ବର ୧ରୁ ବିଧାନସଭା ଅଧିବେଶନ ଥିବାରୁ ଏହା ପୂର୍ବରୁ ବୈଠକ ଡକା ଯାଇଥିଲା। କୋଭିଡ କଟକଣା ମଧ୍ୟରେ ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ପାଇଁ ବୈଠକରେ ଆଲୋଚନା ହୋଇଥିଲା। 

  • Rajalaxmi Sahoo
  • 3 years ago

ସମୁଦ୍ରରେ ଡଙ୍ଗା ଓଲଟି ମତ୍ସଜୀବୀ ନିଖୋଜ

କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ଡଙ୍ଗା ଓଲଟି ଜଣେ ମତ୍ସଜୀବୀ ନିଖୋଜ ଅଛନ୍ତି। ସୌଭାଗ୍ୟଶତଃ, ୫ଜଣ ମତ୍ସଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଚନ୍ଦ୍ରଭାଗା ନୋଳିଆ ସାହିରୁ ଏକ ମୋଟର ଚାଳିତ ଡଙ୍ଗାରେ ୬ଜଣ ମତ୍ସଜୀବୀ ସମୁଦ୍ର ଭିତରକୁ ମାଛ ମାରିବାକୁ ଯାଇଥିଲେ। ସମୁଦ୍ର କୂଳରୁ ମାତ୍ର ୧୦୦ ମିଟର ଦୂରରେ ଏକ ବଡ଼ ଢେଉରେ ଡଙ୍ଗାଟି ଓଲଟି ପଡିବାରୁ ପି.କେ. ଆପଲାରାଜୁ ନାମକ ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇ ଯାଇଛନ୍ତି। ଘଟଣାସ୍ଥଳରେ ଚନ୍ଦ୍ରଭାଗା ପୋଲିସ ପହଞ୍ଚି ତହନ୍ତ ଚଳାଇଛି। ଡଙ୍ଗା ଧରି ଅନ୍ୟ ମତ୍ସଜୀବୀମାନେ ଖୋଜା ଖୋଜି କରିଥିଲେ ବି ନିଖୋଜଙ୍କ ପତ୍ତା ମିଳିନାହିଁ। କୂଳକୁ ପହଁରି ପହଁରି ଫେରିଥିବା ମତ୍ସଜୀବୀମାନେ ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରିଛନ୍ତି।

  • Rajalaxmi Sahoo
  • 3 years ago

୧୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ

ଜଳେଶ୍ୱରରୁ ପୁଣି ବ୍ରାଉନ୍‌ସୁଗର ଜବତ। ଜଳେଶ୍ୱର ଅବକାରୀ ବିଭାଗ ଚଢଉ କରି NH-୧୬ର ଚଳନ୍ତି ଛକରୁ ୧୫୦ ଗ୍ରାମ ବ୍ରାଉନ୍‌ସୁଗର ଜବତ କରିଛି। ଏହାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ।  ଗୋଟିଏ କାର୍‌ରେ ବ୍ରାଉନ୍‌ସୁଗର ଚାଲାଣ ହେଉଥିବା ଖବର ପାଇବା ପରେ ଅବକାରୀ ବିଭାଗର ୧୦ ଜଣିଆ ଟିମ୍ ଚଢଉ କରିଥିଲା। ଆଉ ଏକ ଘଟଣାରେ ଜଳେଶ୍ୱର ରାଜପୁର ବସ୍ତିରେ ଡ୍ରଗ୍ସ କାରବାର ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଏହି ଘଟଣାରେ ୫ ମହିଳାଙ୍କ ସମେତ ୬ ଜଣଙ୍କୁ ଅଟକ ରଖ ତଦନ୍ତ କରୁଛି ପୋଲିସ। ୧୦ ଦିନ ମଧ୍ୟରେ ଜଳେଶ୍ୱରରୁ ପ୍ରାୟ ୨ କେଜି ବ୍ରାଉନ୍‌ସୁଗର ଜବତ ହେବା ସହ ୨ ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।  

  • Rajalaxmi Sahoo
  • 3 years ago

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ

ବଲାଙ୍ଗିର ତୁଷୁରାଥାନା ଡୁଙ୍ଗୁରିପାଲି ଗାଁରେ ଅଘଟଣ। ଟ୍ରକରେ ବିଦ୍ୟୁତ୍‌ ତାର ଲାଗି ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଡୁଙ୍ଗୁରିପାଲି ଗାଁରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଅନଲୋଡ୍ କରିବା ପାଇଁ ଡ୍ରାଇଭର ଟ୍ରକ ଉପରେ ଚଢିଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଏହି ସମୟରେ ଟ୍ରକରେ ନିଆଁ ଲାଗି ଯାଇଥିଲା। ଫଳରେ ଡ୍ରାଇଭର ଜଣଙ୍କ ଜଳି ଯାଇଥିଲେ। ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ। 

  • Rajalaxmi Sahoo
  • 3 years ago

କୋଟିଆକୁ ନିଜ ପକ୍ଷକୁ ନେବାକୁ ଚକ୍ରାନ୍ତ ପରେ ଚକ୍ରାନ୍ତ କରୁଛି ପଡ଼ୋଶୀ ଆନ୍ଧ୍ର

କୋଟିଆକୁ ନିଜ ପକ୍ଷକୁ ନେବାକୁ ଚକ୍ରାନ୍ତ ପରେ ଚକ୍ରାନ୍ତ କରୁଛି ପଡ଼ୋଶୀ ଆନ୍ଧ୍ର। ୨୧ ଟି ଗ୍ରାମକୁ ଆନ୍ଧ୍ର ଅଧିକାରୀମାନେ ଗସ୍ତ କରି  କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଆନ୍ଧ୍ର ଅଧିକାରୀମାନେ ଯେଉଁଭଳି ଭାବେ ପ୍ରବେଶ କରିପାରିବେ ନାହିଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ହୋଲି କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି ଦାବି କରିଛନ୍ତି। ଆନ୍ଧ୍ର ଅଧିକାରୀଙ୍କୁ କୋଟିଆରେ ପ୍ରବେଶ କରାଇ ନ ଦେବା ପାଇଁ ପଦକ୍ଷେପ ନିଆଯିବ ଓ ଏଥିପ୍ରତି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି। ବହୁ ପୂର୍ବରୁ ଓଡିଶା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ହେଁ ସମସ୍ୟାର ସମାଧାନ ହୋଇପାରିନଥିବା ବେଳେ ଆାଗକୁ କୋଟିଆ ସ୍ଥିତି କେଉଁ ଆଡକୁ ଯାଉଛି ତାହା ଦେଖିବାର କଥା ବୋଲି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କହିଛନ୍ତି।  

  • Rajalaxmi Sahoo
  • 3 years ago

ଦେଶୀ ମଦରେ ବିଦେଶୀ ତଡ଼କା, ମହୁଲ ପୋଚରେ ମିଶୁଛି ଦାମୀ ଫଳ

ଦେଶୀ ମଦରେ ବିଦେଶୀ ତଡ଼କା। ମଦ ପ୍ରସ୍ତୁୁତ ପାଇଁ ମହୁଲ ପୋଚରେ ମିଶୁଛି ଦାମୀ ଫଳ। ମହୁଲର ପୋଚରେ ସେଓ, ଅଙ୍ଗୁର, ଡାଳିମ୍ବ, ବେଦନା, ପିଜୁଳି ଭଳି ଫଳ ମିଶାଇ ମାଫିଆମାନେ ପ୍ରସ୍ତୁତ କରୁଛନ୍ତି ମଦ।  More

  • Rajalaxmi Sahoo
  • 3 years ago

କରୋନାରେ ଚାଲିଗଲା ୨ ଶିଶୁକନ୍ୟାଙ୍କ ଜୀବନ

କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟରେ ୨ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲାର ଜଣେ ୫ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମୃତ ଶିଶୁ କନ୍ୟା କଟକ ଜିଲ୍ଲାର ବୋଲି ଜଣାପଡ଼ିଛି। ୨ ଶିଶୁଙ୍କ ମୃତ୍ୟୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ରୁ ସୂଚନା ଦିଆଯାଇଛି। More

  • Prangyan Parimita
  • 3 years ago

ଆସାମରେ ୭ଟି ଟ୍ରକରେ ନିଆଁ ଲଗାଇଦେଲେ ଉଗ୍ରବାଦୀ : ପାଞ୍ଚ ଡ୍ରାଇଭର ମୃତ

ଆସାମର ଦିମା ହାସାଓ ଜିଲ୍ଲାର ଉମରଙ୍ଗସୋ ଲଙ୍କା ରାସ୍ତାରେ ସାତୋଟି ଟ୍ରକକୁ ଜାଳି ଦେଇଥିଲେ ଉଗ୍ରବାଦୀ । ଏହି ଘଟଣାରେ ୫ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ସନ୍ଦିଗ୍ଧ ଉଗ୍ରବାଦୀମାନେ ଟ୍ରକ ଜାଳିବା ପୂର୍ବରୁ ଅନେକ ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ। More

  • Rajalaxmi Sahoo
  • 3 years ago

୧୧ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଆସନ୍ତା ୩୦ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇଛି।  More

  • Rajalaxmi Sahoo
  • 3 years ago

ମହଙ୍ଗା ପଡ଼ିଲା ରାତିରେ ଘରେ ପଶି ମହିଳାଙ୍କୁ ଦୁର୍ବ୍ୟବହାର, ଗିରଫ ହେଲେ ପୋଲିସ୍‌ ବାବୁ

ପୋଲିସ୍‌ ବାବୁଙ୍କୁ ମହଙ୍ଗା ପଡ଼ିଲା ରାତିରେ ଘରେ ପଶି ମହିଳାଙ୍କୁ ଦୁର୍ବ୍ୟବହାର କରିବା। ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ତାଳଚେର ପୋଲିସ୍‌ ଜଣେ ସବ୍‌-ଇନ୍ସପେକ୍ଟରଙ୍କୁ ଗିରଫ କରିଛି। ଗିରଫ ପୋଲିସ୍‌ ବାବୁ ଜଣକ ହେଲେ ବଅଁରପାଳ ଥାନାର ସବ୍-ଇନସପେକ୍ଟର ନୀଳମଣି ମହାନ୍ତି। More

  • Prangyan Parimita
  • 3 years ago

ଛତିଶଗଡ଼ରେ ନେତୃତ୍ୱ କନ୍ଦଳ : ଆଜି କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍

ନେତୃତ୍ୱ ବଦଳାଇବା ପାଇଁ ଗୋଷ୍ଠୀ ବିବାଦ ଚରମରେ । ଛତିଶଗଡରେ ଅଢ଼େଇ ଅଢ଼େଇ ବର୍ଷର ମୁଖ୍ୟମନ୍ତ୍ରୀ ପଦ ବିବାଦ ପୁଣି ସାମ୍ନାକୁ ଆସିଛି । ଭୂପେଶ ବଘେଲ, ଦଳର ୨୦ରୁ ଅଧିକ ବିଧାୟକଙ୍କୁ ଧରି ଦିଲ୍ଲୀରେ ଡେରା ପକାଇଛନ୍ତି । ଦଳର ୨ ବରିଷ୍ଠ ନେତାଙ୍କ ମଧ୍ୟରେ ବିବାଦ ବଢ଼ୁଥିବାରୁ ଏହାର ସମାଧାନ ପାଇଁ ରାହୁଲ ଗାନ୍ଧି ନିକଟରେ ଏକ ବୈଠକ କରିଥିଲେ, ହେଲେ ସେଥିରେ କୌଣସି ସମାଧାନର ବାଟ ବାହାରି ପାରିଲା ନାହିଁ । More

  • Prangyan Parimita
  • 3 years ago

ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ୮୧୬ ନୂତନ ସଂକ୍ରମିତ ଚିହ୍ନଟ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୧୬ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪ ହଜାର ୮୭୫କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୬ ଜଣ ଆକ୍ରାନ୍ତ ଅଛନ୍ତି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ୪୭୫ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୩୪୧ଜଣ ଅଛନ୍ତି ।   More

  • Rajalaxmi Sahoo
  • 3 years ago

ଭୁଲ୍‌ରେ ଏହି ଆପ୍‌ର ଲିଙ୍କ୍‌ ଶେଆର କରନ୍ତୁ ନାହିଁ, ଖାଲି ହୋଇଯିବ ଆକାଉଣ୍ଟ

ଅନ୍‌ଲାଇନ୍‌ ଆପ୍‌ରେ ଟ୍ରେଡିଂ ନାଁରେ କୋଟି କୋଟି ଟଙ୍କା ଠକେଇ। କମ୍ ଟଙ୍କା ବ୍ୟୟରେ ପ୍ରତିଦିନ ଇନ୍‌କମ୍‌ର ପ୍ରତିଶ୍ରୁତି, ଆଉ ଏଥିରେ ଯିଏ ବିଶ୍ୱାସ କରିଗଲା ସେ ଠକାମୀର ଶିକାର ହେଲେ। ଏଭଳି ଅଭିନବ ଉପାୟରେ ଆପ୍ ମାଧ୍ୟମରେ ଟଙ୍କା ଅର୍ଜନ କରିବାର ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକି ନେଇଛି ଏକ କମ୍ପାନୀ। More

  • Rajalaxmi Sahoo
  • 3 years ago

ଚାଲିଥିଲା ବିଜେଡି ନେତାଙ୍କ ରାତ୍ରୀଭୋଜନ; ଧସେଇ ପଶିବାକୁ ଉଦ୍ୟମ କଲେ ବିଜେପି କର୍ମୀ, ତା’ପରେ...

ବିଜେଡି ନେତାଙ୍କ ରାତ୍ରୀଭୋଜନ ଚାଲି ଥିବାବେଳେ ବିଜେପି କର୍ମୀ ଧସେଇ ପଶିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଏହି ସମୟରେ ପୋଲିସ୍‌ ସହ ଧସ୍ତାଧସ୍ତି ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। More

  • Satyendu Shekher Mishra
  • 3 years ago

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନେଇ ବିଧାନସଭାରେ ଆସିବ ଆମେଣ୍ଡମେଣ୍ଟ

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନେଇ ବିଧାନସଭାରେ ଆସିବ ଆମେଣ୍ଡମେଣ୍ଟ । ଏନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । More

  • Satyendu Shekher Mishra
  • 3 years ago

ଓଡ଼ିଶାରେ ଆସନ୍ନ ମରୁଡ଼ି ସହ ଘୋର ବିଦ୍ୟୁତ ସଙ୍କଟ ଆଶଙ୍କା !

ଆଷାଢ଼ ଗଲା, ଶ୍ରାବଣ ଗଲା, ଭାଦ୍ରବ ବି ଆରମ୍ଭ ହେଲାଣି । ତଥାପି ମୂଷଳଧାରା ବର୍ଷା ନାହିଁ । ଇନ୍ଦ୍ରଦେବଙ୍କ କୋପରେ ଜମି କଥା ଛାଡ଼ନ୍ତୁ, ଜଳଭଣ୍ଡାରରେ ଜଳଜଳ ଦେଖାଯାଉଛି ଜଳସଙ୍କଟର ଉତ୍କଟ ଚିତ୍ର । More

  • Satyendu Shekher Mishra
  • 3 years ago

କେରଳ ଆଡୁ ମାଡି ଆସୁଛି ତୃତୀୟ ଲହର, ଓଡ଼ିଶାରେ ଦେଢ଼ଗୁଣା ଅଧିକ ସଂକ୍ରମଣ !

କେରଳ ଆଡୁ ମାଡି ଆସୁଛି କି କରୋନାର ତୃତୀୟ ଲହର ? ଗଲା ୨୪ ଘଣ୍ଟାରେ ଦେଶରେ ଯେତେ କରୋନା କେସ୍ ଚିହ୍ନଟ ହୋଇଛନ୍ତି, ତାର ୬୮ ପ୍ରତିଶତ କେବଳ ଏହି ରାଜ୍ୟରୁ ଆସିଛି । More

  • Sarbeswar
  • 3 years ago

ବିଜୟ ପାଇଁ କୋଟି କୋଟି ଟଙ୍କା ରାଜସ୍ୱ ଖର୍ଚ୍ଚ କରୁଛି ବିଜେଡ଼ି !

ନିର୍ବାଚନ ବର୍ଷର ବିଜ୍ଞାପନ ଖର୍ଚ୍ଚରେ ଦେଶରେ ଏକ୍ ନମ୍ବର କେଜ୍ରିଓ୍ୱାଲ୍ ସରକାର, ଦୁଇ ନମ୍ବର ବିଜେଡି ସରକାର। ପୂର୍ବ ବର୍ଷ ତୁଳନାରେ ୨୦୧୯ରେ ବିଜ୍ଞାପନ ଓ ପ୍ରଚାର ପ୍ରସାର ବାବଦରେ ବିଜେଡି ସରକାରର ବ୍ୟୟ ବଢ଼ିଥିଲା ୨୪୯ ପ୍ରତିଶତ। ଏସ୍ବିଆଇ ଇକୋରାପ୍ ରିପୋର୍ଟର ତଥ୍ୟରେ ଏହା ସାମ୍ନାକୁ ଆସିବାପରେ ତେଜିଛି ରାଜନୀତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ More

  • Sarbeswar
  • 3 years ago

ଶ୍ରୀକ୍ଷେତ୍ରରେ ୪ ଶହ ସେବାୟତଙ୍କୁ ମିଳିବ ଘର

ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ପାଇଁ ଏକ ୫ ବର୍ଷିଆ ଯୋଜନା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଏଏସ୍ଆଇକୁ ଅନୁରୋଧ କରିବ। ଏଥିପାଇଁ ଅଧିକ ଅର୍ଥ ଆବଶ୍ୟକ ହେଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ତାହା ଯୋଗାଇ ଦେବେ। More