• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 24 August 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 3 years ago

ଆଫଗାନିସ୍ତାନ ନାଗରିକଙ୍କୁ ସୁରକ୍ଷା ଦେବାକୁ G-7 ନେତା ଆଗେଇ ଆସନ୍ତୁ: G-7

ଆଫଗାନିସ୍ତାନ ପ୍ରସଙ୍ଗରେ G7 ବୈଠକରେ ହୋଇଛି ଘନଘନ ଆଲୋଚନା। ୩୧ ଅଗଷ୍ଟ ପରେ ବି ଯେଉଁମାନେ ଆଫଗାନିସ୍ତାନ ଛାଡ଼ିବେ ସେମାନଙ୍କ ସୁରକ୍ଷା ଗ୍ୟାରେଣ୍ଟି ଦାୟିତ୍ୱ ତାଲିବାନ ଦେଉ ବୋଲି ଦାବି ଉଠିଥିଲା। କାନାଡ଼ା ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେ ସମ୍ଭବ ଆଫଗାନିସ୍ତାନ ନାଗରିକଙ୍କୁ ସୁରକ୍ଷା ଦେବାକୁ G-7 ନେତା ଆଗେଇ ଆସିବା ଉଚିତ। ତେବେ ଯଦି ସମ୍ଭବ ତେବେ ୩୧ ଅଗଷ୍ଟ ପରେ ବି ଆଫଗାନିସ୍ତାନରେ କାନାଡ଼ା ସେନା ରହିବ ବୋଲି ସେ ସୂଚନା ଦେଇଛନ୍ତି। ଆଫଗାନିସ୍ତାନ ବାସିନ୍ଦାଙ୍କର ସମ୍ମାନ ଓ ସୁରକ୍ଷିତ ଭାବେ ବଞ୍ଚିବା ଅଧିକାର ଅଛି ବୋଲି G7 ବୈଠକରେ ମତ ପ୍ରକାଶ ପାଇଥିଲା। କାବୁଲ ଏୟାରପୋର୍ଟକୁ ଯେତେ ଦିନ ପର୍ଯ୍ୟନ୍ତ ହେବ ଆମେରିକା ସେନା ସୁରକ୍ଷା ଦେଉ ବୋଲି କହିଛି ୟୁରୋପିଆନ ୟୁନିୟନ। ମହିଳାଙ୍କ ସୁରକ୍ଷା ନେଇ ବ୍ରିଟିଶ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଥିଲେ।  

  • Chandan Shishu
  • 3 years ago

ଦିବ୍ୟାଙ୍ଗ ଆଥ୍‌ଲେଟ୍‌ଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ କାହିଁକି?

ସରକାରଙ୍କ ଆଖି ଆଢୁଆଳରେ ରହିଯାଇଛି ଏମାନଙ୍କ ସଫଳତା ୧୨ ଜଣ ପାରା ଆଥଲେଟ୍ ଆନ୍ତର୍ଜାତୀୟ ଓ ୨୧ ଜଣ ଜାତୀୟସ୍ତରରେ ପଦକ ଜିତିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣକି ବି ଏଯାଏଁ ଚାକିରି ଦେଇନାହାନ୍ତି। ରାଜ୍ୟ ସରକାର ପ୍ରତିବାଦ ସ୍ୱରୂପ ଓଡ଼ିଶା ପାରା ପ୍ଲେୟାର୍ସ ଫୋରମ ଜାତୀୟ କ୍ରୀଡା ଦିବସକୁ କଳା ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେବା ସହ  ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛି। More

  • Chandan Shishu
  • 3 years ago

ସଭାପତିଙ୍କ ଚାଟୁକାରମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଉଛି: ତାରା

କୋରାପୁଟ କଳିର ମଞ୍ଜି କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରେସ୍‌ମିଟ୍‌ରୁ ପଡିଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗସ୍ତକୁ ନେଇ ଗତ ୧୮ ତାରିଖରେ ଉଲାକା ଜିଲ୍ଲାର ପୂର୍ବତନ ବିଧାୟକମାନଙ୍କ ସହ ଏକ ବୈଠକ କରିଥିଲେ। ଯେଉଁଥିରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଡକାଯାଇନଥିଲା କିନ୍ତୁ ତାରାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କୁ ନିମନ୍ତ୍ରଣ ଯାଇଥିଲା। More

  • Chandan Shishu
  • 3 years ago

ବ୍ରେଡ୍, କେକ୍ କିଣିଲାବେଳେ ଭଲକି ଦେଖୁଛନ୍ତି ତ ପ୍ୟାକିଂ ଡେଟ୍?

ଚଢ଼ଉ ସମୟରେ ବିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ସ୍ପଷ୍ଟ ଭାବେ କହିଛନ୍ତି- ଏହା ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଫ୍-୨୦୦୬- ସେକ୍ସନ ୨୩ର ଖୋଲାଖୋଲି ଉଲ୍ଲଂଘନ। ଯେକୌଣସି ଖାଦ୍ୟ ସାମଗ୍ରୀ ୭ ଦିନରୁ ୩ ମାସ ଭିତରେ ବିକ୍ରୀ ପାଇଁ ଉଦ୍ଦିଷ୍ଟ ଥିଲେ, ପ୍ୟାକିଂରେ ମ୍ୟାନୁଫାକ୍ଚରିଂ ଓ ଏକ୍ସପାୟାରୀ ଡେଟ୍ ରହିବା ବାଧ୍ୟତାମୂଳକ। ଏସବୁ ନିୟମ ସଠିକ୍ ପାଳନ ହେଉଛି କି ନାହିଁ, ତାକୁ ଦେଖିବାକୁ ଆଗକୁ ସହର ସାରା ଚଢ଼ଉ ଚାଲିବ। More

  • Chandan Shishu
  • 3 years ago

ପଛୁଆ ବର୍ଗ ଭୋଟ୍ ହାତେଇବା ଲାଗି ପୁଣିଥରେ ବିଜେଡିର ପ୍ରୟାସ

ସାରା ଦେଶରେ ଜାତିଭିତ୍ତିକ ଜନଗଣନାକୁ ବିଜେପି ସହଯୋଗ ଦଳମାନେ ମଧ୍ୟ ସମର୍ଥନ କରୁଛନ୍ତି ମାତ୍ର ଓଡ଼ିଶା ବିଜେପି ନେତାମାନେ ଏ ପ୍ରସଙ୍ଗରେ ଚୁପ୍ ରହିବା ପଛୁଆ ବର୍ଗଙ୍କ ପ୍ରତି ସେମାନଙ୍କ ମନୋଭାବକୁ ପ୍ରଦର୍ଶନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ପଛୁଆ ବର୍ଗଙ୍କୁ ନ୍ୟାୟ ନ ମିଳିବା ଯାଏଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି। More

  • Chandan Shishu
  • 3 years ago

ଶିଶୁ ଶ୍ରମିକ ଚାଲାଣ ପଛରେ ଏକ ରାକେଟ୍ ସକ୍ରିୟ !

କରୋନା ବେଳେ ଘରକୁ ଯାଇଥିବା ଛାତ୍ରଙ୍କ ସହ ବିଦ୍ୟାଳୟ କର୍ତ୍ତୃପକ୍ଷ ଯୋଗାଯୋଗ ରଖିବା କଥା ତାସତ୍ତ୍ୱେ ପିଲା ମାନେ ଚିଙ୍ଗୁଡ଼ି ଫାର୍ମରେ କାମ କରିବାକୁ କିପରି ଗଲେ ? ପିଲାଙ୍କ ମୃତ୍ୟୁ ପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ରାଜ୍ୟରେ ଶିଶୁ ଶ୍ରମିକ ଚାଲାଣ ପଛରେ ଏକ ରାକେଟ୍ ସକ୍ରିୟ ରହିଛି, ତାହା ସାମ୍ନାକୁ ଆସିବା ଜରୁରୀ ବୋଲି ପ୍ରଦୀପ ଦୋହରାଇଛନ୍ତି। More

  • Satyendu Shekher Mishra
  • 3 years ago

କେନ୍ଦ୍ରକୁ ଚେତାବନୀ ଦେଲା ବିଜେଡି, ଦାବି ପୁରଣ ନହେଲେ ପଲ୍ଲୀଠୁ ଦିଲ୍ଲୀ ଆନ୍ଦୋଳନ

ଜାତିଭିତ୍ତିକ ଜନଗଣନା ଦାବି ଦୋହରାଇଛି ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ କୁମାର ସାହୁ ଏହାକୁ ପୁଣି ଥରେ ଦୋହରାଇଛନ୍ତି । More

  • Minati Mishra
  • 3 years ago

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ବାଣପୁର:  ଖୋର୍ଦ୍ଧା ବାଣପୁର ଥାନା ଗମ୍ଭାରୀମୁଣ୍ଡା ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ।  ଆଜି ସକାଳୁ ଆଉ ଦୁଇ ଜଣ ଗୁରୁତରଙ୍କ ମୃତ୍ୟୁ ଘଟିଛି।  ଚିକିତ୍ସାଧିନ ଅବସ୍ଥାରେ ଆଜି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ ଗତ ୨୦ ତାରିଖରେ ଅନ୍ୟ ଦୁଇ ଜଣଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

ସୂଚନାଥାଉ କି, ଗତ ୧୯ ତାରିଖରେ ଘଟିଥିଲା ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ  । ରବୀନ୍ଦ୍ର ସାହୁ ନାମକ ବ୍ୟକ୍ତିଙ୍କ ଘରେ ରୋଷେଇ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିଥିଲା ।  ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇ ପଡିଥିଲେ।  ବିସ୍ଫୋରଣ ଘଟଣାରେ ମୋଟ ୭ ଗୁରୁତରଙ୍କୁ କଟକ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ॥

  • Minati Mishra
  • 3 years ago

କଳାହାଣ୍ଡିରୁ ବାଘଛାଲ ଜବତ

କଳାହାଣ୍ଡି କେଗାଁ ରେଂଜ୍ ଅଂଚଳରୁ ବାଘଛାଲ ଜବତ ହୋଇଛି। ଟିଙ୍ଗିରିପଦରରେ ଜଣେ ବ୍ୟକ୍ତିଙ୍କଠାରୁ ବାଘ ଛାଲ ଜବତ କରିଛି ବନବିଭାଗ  ଟିମ୍ । ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ବନବିଭାଗ । ତଦନ୍ତବେଳେ ବ୍ୟକ୍ତି ଜଣକ ମଧ୍ୟପ୍ରଦେଶରେ ବୋଲି ଜଣାପଡିଛି।  ଟିଙ୍ଗିରିପଦରଠାରେ ବାଘଛାଲ ବିକ୍ରି କରୁଥିବା ଖବର ପାଇ ରେଡ୍ କରିଥିଲା ବନବିଭାଗର ଟିମ୍। ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ବାଘ ଛାଲ ଓ ନଖ ଜବତ ହୋଇଛି । ତେବେ ଜବତ ବାଘ ଛାଲ ଅସଲି ନା ନକଲି ଏହାର ଛାନଭିନ କରୁଛି ବନବିଭାଗ  । ସେପଟେ ରାଜ୍ୟର ବାରମ୍ବାର ବାଘ ଛାଲ କାରବାର ଧରାପଡୁଥିବାରୁ ଏହାର ତଦନ୍ତ ଦାୟିତ୍ୱ ଇଡିକୁ ଦିଆଯାଇଛି  । ହାତୀ ଦାନ୍ତ ଓ କଲରାପତରିଆ ବାଘ ଛାଲ ସ୍ମଗଲିଂର ତଦନ୍ତ କରିବ ଇଡି । କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ୨୦୨୧ର ୪ଟି ମାମଲାକୁ ଏହି ସଂସ୍ଥା ଗ୍ରହଣ କରିଛି । ୪ ଅଭିଯୁକ୍ତଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

  • Minati Mishra
  • 3 years ago

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳାକାରଙ୍କ ଧାରଣା

ସମ୍ବଲପୁର: ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ପଶ୍ଚିମ ଓଡ଼ିଶା ଲୋକ କଳାକାର ମହାସଂଘ। ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ୍, ମିତ୍ରଭାନୁ ଗୌନ୍ତିଆ,  ହଳଧର ନାଗଙ୍କ ସମେତ ବରିଷ୍ଠ ଅଭିନେତା, କଳାକାର ଧାରଣାରେ ବସିଛନ୍ତି। ଏହି ଧାରଣାରେ ସାମିଲ ହୋଇଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରରେ ଖାଲି ଥିବା ପଦବୀ ପୂରଣ କରିବା ସହ ଏହାକୁ କଳାକାରଙ୍କ ପାଇଁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କଲେ ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ଏହା ସହାୟ ହେବ। ତେଣୁ ଦାବିକୁ ପୂରଣ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।

  • Minati Mishra
  • 3 years ago

ରାଜଗାଙ୍ଗପୁରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର କୁତ୍ରାରେ ଉତ୍ତେଜନା । ଶିବା ସିମେଣ୍ଟ ଓ ଜେଏସଡବ୍ଲ୍ୟୁ ସିମେଣ୍ଟ ଖଣି ସଂପ୍ରସାରଣ ପାଇଁ ଜନଶୁଣାଣି ବେଳେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏଥିପାଇଁ ଖତକୁଡ଼ ବାହାରରେ ଜିଲ୍ଲା ପ୍ରଶାସନ ତରଫରୁ ଜନଶୁଣାଣି ଚାଲିଥିଲା । ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ସେଠାରେ ଜନ ଶୁଣାଣି କରୁଥିଲେ । ହେଲେ କେତେକ ଲୋକେ ଏହି ସବୁ ପ୍ରକଳ୍ପକୁ ଜୋରଦାର ବିରୋଧ କରୁଥିବା ଜଣାପଡ଼ିଛି । ତେବେ ଆଉ କେତେକ ଲୋକ ଏହାକୁ ସମର୍ଥନ କରୁଥିଲେ  । ଫଳରେ ଉଭୟ ଗୋଷ୍ଠୀରେ ପାଟିତୁଣ୍ଡ ହେବାରୁ ପରିସ୍ଥିତି ଉତ୍ତେଜନାମୂଳକ ରହିଛି   ।

  • Minati Mishra
  • 3 years ago

ବେକରି ୟୁନିଟରେ ଚଢ଼ାଉ

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ବେକରି ୟୁନିଟରେ ବିଏମ୍‌ସି FSSAI ପକ୍ଷରୁ  ଚଢ଼ାଉ । ବେକରି ପ୍ରଡକ୍ଟରେ ମାନୁଫାକଚରିଂ ତାରିଖ ରହୁ ନଥିବା ଅଭିଯୋଗରେ ଚଢ଼ାଉ କରାଯାଇଛି । ରାଜଧାନୀର ବିଭିନ୍ନ ଦୋକାନରେ ଉପଲବ୍ଧ ବେକରୀ ଆଇଟମର ପ୍ରସ୍ତୁତି ତାରିଖ ରହୁ ନ ଥିବା ନେଇ ଗତକାଲି ଅଭିଯୋଗ ହୋଇଥିଲା । ନିର୍ଦ୍ଧିଷ୍ଟ  କମ୍ପାନୀରେ ଏକାଧିକ ପାଉଁରୁଟି ଜାତୀୟ ଖାଦ୍ୟ ପାକେଟରେ କେତେ ତାରିଖ ମଧ୍ୟରେ ବ୍ୟବହାର କରିବ ରହୁଥିବାବେଳେ ମାନ୍ୟୁଫାକଚରିଂ ତାରିଖ ରହୁନଥିବା ଅଭିଯୋଗ ଆଣିଥିଲେ କିଛି ସଂଗଠନ ।

  • Minati Mishra
  • 3 years ago

କରୋନା ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼

ସୋନପୁର: କରୋନା ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ସରକାରୀ ସ୍କୁଲରେ ହୋଇଥିବା ଟିକାକରଣ କେନ୍ଦ୍ରରେ ଦେଖିବାକୁ ମିଳିଛି ଅବ୍ୟବସ୍ଥା  । ଟିକା ନେବାକୁ ଆସିଥିବା ଲୋକଙ୍କ ମଧ୍ୟରେ ନଥିଲା ସାମାଜିକ ଦୂରତା । ଅନେକ ଲୋକ ମୁହଁରେ ଲୋକେ ମାସ୍କ ମଧ୍ୟ ପିନ୍ଧି ନଥିଲ।  ଟିକା ନେବା ପାଇଁ ଲୋକଙ୍କ ପ୍ରବଳ ଗହଳି ଲାଗିଥିଲ॥  ଟିକା କେନ୍ଦ୍ରର ଭିତରେ ଏବଂ ବାହାରେ ମଧ୍ୟ ଅଧିକ ମାତ୍ରାରେ ଲୋକ ଜମି ରହିଥିଲେ।  କିଛି ଲୋକ ସ୍ଲଟ୍ ବୁକିଂ କରି ଟିକା ନେବାକୁ ଆସିଥିବାବେଳେ ଅନେକ ବିନା ସ୍ଲଟରେ ଟିକା ନେବାକୁ ଆସିଥିଲେ। ଏହି କେନ୍ଦ୍ରରେ ମାତ୍ର ୨ଶହ ଜଣ ଲୋକଙ୍କ ପାଇଁ ଟିକାଦାନ ବ୍ୟବସ୍ଥା ହୋଇଥିବାବେଳେ ଆବଶ୍ୟକ ସଂଖ୍ୟା ଠାରୁୂ ଢେର ଅଧିକ ଲୋକ ଲାଇନରେ ଠିଆ ହୋଇଥିଲେ । ଭିଡ଼କୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ କିମ୍ବା ପୋଲିସ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବା ଦେଖିବାକୁ ମିଳିଥିଲା।

  • Minati Mishra
  • 3 years ago

ଜଳେଶ୍ୱରରେ ପୁଣି ବିପୁଳ ପରିମାଣର ବ୍ରାଉନ ସୁଗର ଜବତ

ଜଳେଶ୍ୱର: ଜଳେଶ୍ୱରରେ ପୁଣି ବିପୁଳ ପରିମାଣର ବ୍ରାଉନ ସୁଗର ଜବତ।  ଗତକାଲି ବିଳମ୍ବିତ ରାତିରେ ରାଜପୁର ବସ୍ତିରେ ଚଢ଼ାଉ କରି ୬ ଶହ ଗ୍ରାମର ଡ୍ରଗ୍ସ ଜବତ କରିଛି ପୋଲିସ। ଏହାର ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ଜଣେ ମହିଳାଙ୍କୁ ଅଟକ ରଖାଯାଇଛି  । ସେ ହେଲେ ଜୟିଗୁନ୍ ବିବି । ସେ ହେଉଛନ୍ତି ସେକ୍ ସରିଫଙ୍କ ପତ୍ନୀ। କୌଣସି ସୂତ୍ରରୁ ଖବର ପାଇ ପୋଲିସ ତାଙ୍କ ଘରେ ରେଡ୍ କରିଥିଲା । ଡ୍ରଗ୍ସ ରାକେଟ ନେଇ ଜୟୀଗୁନ ବିବିଙ୍କୁ ଅଧିକ ପଚରା ଉଚରା କରୁଛି ପୋଲିସ  । ଜଳେଶ୍ୱରରୁ ବାରମ୍ବାର ଡ୍ରଗସ୍ ଜବତ ହେଉଥିବାରୁ ପୋଲିସର ଚିନ୍ତା ବଢ଼ିଛି ।  

  • Minati Mishra
  • 3 years ago

ମାଲକାନଗିରି ୪୮ଖଣି ଲିଜ୍ ଟେଣ୍ଡର ବାତିଲ୍

ନିୟମିତତା ଅଭିଯୋଗରେ ୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲ୍ କଲେ ଜିଲ୍ଲାପାଳ More

  • Minati Mishra
  • 3 years ago

ନଗଡ଼ା- ବିକାଶ ଆଢୁଆଳରେ ଚାଲିଛି ବଡ଼ ଧରଣର ଦୁର୍ନୀତି

ପୁଣି ଚର୍ଚ୍ଚାରେ ନଗଡା । ଏଥର କିନ୍ତୁ ଅପପୁଷ୍ଟି ପାଇଁ ନୁହେଁ, ବରଂ ଦୁର୍ନୀତି ପାଇଁ। ଟେଣ୍ଡର ନାଁରେ ଲକ୍ଷଲକ୍ଷ ଟଙ୍କାର ସ୍କାମ ଅଭିଯୋଗ ଏବେ ନଗଡାରେ।   More

  • Minati Mishra
  • 3 years ago

୧ କୋଟିରୁ ଅଧିକ ଟଙ୍କାର କୃଷି ଋଣ ଜାଲିଆତି: ୬ ଗିରଫ

ଆଠଗଡ଼: ଆଠଗଡ଼ ଗୁରୁଡିଝାଟିଆ ସେବା ସମବାୟ ସମିତିରେ ୧ କୋଟିରୁ ଅଧିକ ଟଙ୍କାର କୃଷି ଋଣ ଜାଲିଆତି ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଗିରଫ ବ୍ୟକ୍ତିମାନେ ହେଲେ ଗୁରୁଡ଼ିଝାଟିଆ ସୋସାଇଟିର ସଂପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ସଂଗ୍ରାମ କେଶରୀ ସାହୁ, ପିଅନ ପ୍ରବୋଧ ରଞ୍ଜନ ପରିଡା, ଆଠଗଡ଼ ସେଣ୍ଟ୍ରାଲ କୋଅପରେଟିଭ୍ ବ୍ୟାଙ୍କର କ୍ୟାସିଅର ବାବାଜୀ ଚରଣ ପ୍ରଧାନ, ସୁପରଭାଇଜର ନିରଞ୍ଜନ ପରିଡା ଓ କାଉଣ୍ଟର କ୍ଲର୍କ ଚିତ୍ରାନନ୍ଦ ଜେନା । ଏମାନଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ସହ ଠକେଇ ଓ ସରକାରୀ କାଗଜପତ୍ର ଜାଲିଆତି କରିବା ମାମଲା ରୁଜୁ ହୋଇଛି ବୋଲି ଚୌଦ୍ୱାର ଏସ୍‌ଡିପିଓ କହିଛନ୍ତି । ଗୁରୁଡ଼ିଝାଟିଆ ସେବା ସମବାୟ ସମିତିରେ ୧୨୬ ଜଣ ଚାଷୀଙ୍କ ନାଁରେ ଜାଲିଆତି କରି ଋଣ ଉଠାୟାଇଥିବା ଅଭିଯୋଗ ପରେ ତଦନ୍ତ କରାଯାଇଥିଲା। ଏହାସହ ୨୦୨୦, ଡିସେମ୍ବର ୧୮ରେ ଗୁରୁଡିଝାଟିଆ ଥାନାରେ ମାମଲା ରୁଜୁ ହୋଇଥିଲ॥

  • Minati Mishra
  • 3 years ago

ବଡ଼ ଧରଣର ଗଞ୍ଜେଇ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାସ୍

ପାରଳାଖେମୁଣ୍ଡି: ଗଜପତି ପୋଲିସ୍ ଗତକାଲି ଏକ ବଡ଼ ଧରଣର ଗଞ୍ଜେଇ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାସ୍ କରିଛି। ଗଜପତି ଏସ୍‌ପିଙ୍କ ନେତୃତ୍ୱରେ ଆର୍.ଉଦୟଗିରି ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ଟି ଭ୍ୟାନ୍‌ରେ ଚୋରାଚାଲଣ ହେଉଥିବା ୨୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ପାଖାପାଖି ଦେଢ଼ କୋଟି ଟଙ୍କା ହେବ । ଏଥିସହ ଚୋରାଚାଲାଣରେ ସଂପୃକ୍ତ ୭ ମହିଳାଙ୍କ ସମେତ ୨୬ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ୪ ଗାଡ଼ି ଚାଳକଙ୍କ ଘର ରାୟଗଡ଼ା ଜିଲ୍ଲା ପଦ୍ମପୁର ଅଞ୍ଚଳରେ ହୋଇଥିଲା ବେଳେ ଅନ୍ୟ ସମସ୍ତେ ପଞ୍ଜାବ ଓ ହରିୟାଣା ରାଜ୍ୟର ବୋଲି ଜଣାପଡ଼ିଛି ।  ଏମାନେ ଆର୍.ଉଦୟଗିରି ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି ୪ଟି ପିକଅପ୍ ଭ୍ୟାନ୍ ଯୋଗେ ପଞ୍ଜାବ ଓ ହରିୟାଣାକୁ ଚାଲାଣ କରୁଥିବା ବେଳେ ପୋଲିସ୍ ରେଡ୍ ବେଳେ ଧରାପଡ଼ିଛନ୍ତି।

  • Minati Mishra
  • 3 years ago

ଢେଙ୍କାନାଳ ଜଙ୍ଗଲରେ  କଲରାପତରିଆ ବାଘ

ଢେଙ୍କାନାଳ: ଢେଙ୍କାନାଳ ଜଙ୍ଗଲରେ  କଲରାପତରିଆ ବାଘ । ଜଙ୍ଗଲରେ ବାଘର ଅବସ୍ଥିତି ନେଇ ଟ୍ୱିଟ୍ କରି ଜଣାଇଛି ଢେଙ୍କାନାଳ ବନ ବିଭାଗ। ଜଙ୍ଗଲ ଭିତରେ ଅଣ୍ଡିରା କଲରାପତରିଆ ବାଘ ବୁଲୁଥିବା ଦୃଶ୍ୟ ବନବିଭାଗର କ୍ୟାମେରାରେ କଏଦ ହୋଇଛି  । ଏହି ବାଘକୁ ମିଶାଇ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ୭ଟି ବାଘ ଥିବା ସୂଚନା ଦେଇଛନ୍ତି ଡିଏଫଓ।  ଏଥିସହ ଜଙ୍ଗଲ ମଧ୍ୟରେ ବାଘ ସମେତ ଅନ୍ୟ ପଶୁପକ୍ଷୀ ମଧ୍ୟ କିଭଳି ସୁରକ୍ଷିତ ରହିପାରିବେ ସେନେଇ ରୀତିମତ ମନିଟରିଂ ଚାଲିଥିବା ଡିଏଫଓ କହିଛନ୍ତି। 

  • Chandan Shishu
  • 3 years ago

ସୁପ୍ରିମକୋର୍ଟ ନିର୍ଦ୍ଦେଶ ମାନି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ପରୀର ପରିବାର

ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ରାଜ୍ୟ ସରକାରଙ୍କ ଆଡଭୋକେଟ୍ ଜେନେରାଲ ଥାଉ ଥାଉ ନିଜେ ନଲଢି, କାହା ସ୍ୱାର୍ଥରେ ଦାମୀ ଓକିଲ ନିଯୁକ୍ତ କରିଥିଲେ, ତାର ଉତ୍ତର ରଖନ୍ତୁ। ଲେଖାଶ୍ରୀଙ୍କ ଅଭିଯୋଗ ନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। More

  • Chandan Shishu
  • 3 years ago

ବସୁନ୍ଧରା ଯୋଜନାରେ ମହାଘୋଟାଲା: ବନ୍ଧାହେଲେ ତହସିଲଦାରଙ୍କ ସମେତ ୫ ସରକାରୀ ବାବୁ

ବସୁନ୍ଧରା ଜମି ଦୁର୍ନୀତି ସମ୍ପର୍କରେ ୬ ମାସ ତଳେ ଓଟିଭିରେ ଖବର ପ୍ରସାରିତ ହୋଇଥିଲା। ସେତେବେଳେ ସରକାରୀ ବାବୁଙ୍କ ଦୁର୍ନୀତିର ପର୍ଦାଫାଶ କରି ଓଟିଭି ସରକାରଙ୍କ ଦୃଷ୍ଟିକୁ ଆଣିଥିଲା। ଗତ ଫେବ୍ରୁଆରୀ ୧୮ରେ ଓଟିଭିରେ ପ୍ରସାରିତ ହୋଇଥିବା ଖବର, ଯେଉଁଥିରେ ଦୁର୍ନୀତିଗ୍ରସ୍ତ ଅଫିସର ଓ ଜମି ମାଫିଆଙ୍କ ସଲାସୁତୁରାରେ କିଭଳି ଏହି ଜମି କେଳେଙ୍କାରୀ ହୋଇଥିଲା।  More

  • Sarbeswar
  • 3 years ago

ଶ୍ରାବଣ ଗଲା ଭାଦ୍ରବରେ ଚାଷୀଙ୍କ ଚିନ୍ତା ବଢାଇଲା ବର୍ଷା

ଧାରା ଶ୍ରାବଣରେ ଲୁଚକାଳି ଖେଳିଲା, ଭାଦ୍ରବ ଆରମ୍ଭରୁ ପୁରା ଉଭାନ ହୋଇଗଲା। ବର୍ଷା ଅଭାବରୁ ଧାନ ଜମିର ଚିତ୍ର ଗମ୍ଭୀର ହେଲାଣି। ନୂଆପଡ଼ା କାଶୀପଲାରେ ଠିଆ ଜଳିଯାଉଛି ଧାନ ଗଛ। ଫାଟି ଆଁ କରିଥିବା ଜମିରେ ଗୋରୁ ଚରୁଛନ୍ତି। ଏପଟେ ବାଲେଶ୍ୱର ସୋରରେ ଫସଲ ବଞ୍ଚାଇବାକୁ ପୋଖରୀରେ ଅହରହ ପମ୍ପ ଲାଗିଛି। ଯେଉଁ ସମୟରେ ରୁଆ-ବେଉଷଣ ସମ୍ପୂର୍ଣ୍ଣ ସରି ଯିବା କଥା ସେତେବେଳେ ଚାଷୀ ଦୋଦୋ ପାଞ୍ଚ ହେଉଛି More

  • Sarbeswar
  • 3 years ago

ଟ୍ରେନକୁ ଅପେକ୍ଷା କରିଥିବା ସମୟରେ ସାଧାରଣ ୱେଟିଂ ହଲ୍‌ରେ ବସିଲେ ରେଳମନ୍ତ୍ରୀ, ପଚାରି ବୁଝିଲେ ଯାତ୍ରୀଙ୍କର ଅସୁବିଧା

ରେଳକୁ ଅପେକ୍ଷା କଲେ ରେଳ ମନ୍ତ୍ରୀ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ଓଡିଶାର ଏକ ରେଳ ଷ୍ଟେସନରେ ବସି ଟ୍ରେନକୁ ଅପେକ୍ଷା କରିଥିବା ଜଣାପଡ଼ିଛି । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରେଳମନ୍ତ୍ରୀଙ୍କ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ହାଇକ୍ଲାସ୍‌ ୱେଟିଂ ହଲ୍‌ରେ ନ ବସି ସାଧାରଣ ଯାତ୍ରୀଙ୍କ ସହ ଟ୍ରେନକୁ ଅପେକ୍ଷା କରିଥିଲେ ଅଶ୍ୱିନୀ। ଏମିତିକି ବିନା ଗଦି ବାଲା କାଠ ବେଂଚ୍‌ରେ ବସିଥିଲେ ରେଳମନ୍ତ୍ରୀ। More

  • Pallipuspa Samal
  • 3 years ago

ରକ୍ତଚାପ ନିୟନ୍ତ୍ରଣ କରେ ଭୃସଙ୍ଗ ପତ୍ର

ଭାରତୀୟ ରୋଷେଇରେ ଭୃସଙ୍ଗ ପତ୍ରର ବ୍ୟବହାର ବହୁତ ହୋଇଥାଏ । ଏହା କେବଳ ତରକାରୀର ସ୍ୱାଦକୁ ବଢାଇ ନ ଥାଏ ବରଂ ଅନେକ ରୋଗକୁ ମଧ୍ୟ ଭଲ କରିଥାଏ । ଏହା ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ବହୁତ ଲାଭଦାୟକ ଅଟେ । ଭୃସଙ୍ଗ ପତ୍ରରେ ଅଛି ଅନେକ ଔଷଧୀୟ ଗୁଣ । ଖାଲି ପେଟରେ ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଭୃସଙ୍ଗ ପତ୍ରରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ, ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ତେବେ ଆସନ୍ତୁ ଜାଣିବା ଭୃସଙ୍ଗ ପତ୍ରର ବହୁ ଜଣା ଅଜଣା କଥା। More