• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 23 August 2021

  • Chandan Shishu
  • 3 years ago

ପିଓକେରେ ତାଲିବାନ ସପକ୍ଷରେ ରାଲି

ପିଓକେରେ ତାଲିବାନ ସପକ୍ଷରେ ରାଲି। ଫାଙ୍କା ଗୁଳି ଚାଳନା କରି ଚାଲିଲା ଜୋରଦାର ସେଲିବ୍ରେସନ। ଆଉ ଏହି ଉତ୍ସବ ପାଳୁଥିଲେ ଶହ ଶହ ତାଲିବାନ ସମର୍ଥକ। ଯେଉଁଥିରେ ସାମିଲ ହୋଇଥିଲେ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଓ ଲସ୍କର-ଏ-ତୋଇବାର ସଦସ୍ୟ। ପାକ୍ ଅଧିକୃତ କାଶ୍ମୀରରୁ ସାମ୍ନାକୁ ଆସିଛି ଏଭଳି ଚିତ୍ର। ପାକ୍ ଫେରନ୍ତା ତାଲିବାନୀଙ୍କ ପାଇଁ ପିିଓକେରେ ଆୟୋଜିତ ହୋଇଥିଲା ସ୍ୱାଗତ ଉତ୍ସବ। ଏଥିରେ ତାଲିବାନୀ ସଦସ୍ୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହ ସେମାନଙ୍କ ପାଇଁ ଘଣ୍ଟା ଘଣ୍ଟା ଧରି ଚାଲିଥିଲା ସେଲିବ୍ରେସନ।  

  • Chandan Shishu
  • 3 years ago

ସୁପ୍ରିମକୋର୍ଟ ନିର୍ଦ୍ଦେଶ ମାନି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ପରୀର ପରିବାର

ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ରାଜ୍ୟ ସରକାରଙ୍କ ଆଡଭୋକେଟ୍ ଜେନେରାଲ ଥାଉ ଥାଉ ନିଜେ ନଲଢି, କାହା ସ୍ୱାର୍ଥରେ ଦାମୀ ଓକିଲ ନିଯୁକ୍ତ କରିଥିଲେ, ତାର ଉତ୍ତର ରଖନ୍ତୁ। ଲେଖାଶ୍ରୀଙ୍କ ଅଭିଯୋଗ ନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। More

  • Chandan Shishu
  • 3 years ago

ବସୁନ୍ଧରା ଯୋଜନାରେ ମହାଘୋଟାଲା: ବନ୍ଧାହେଲେ ତହସିଲଦାରଙ୍କ ସମେତ ୫ ସରକାରୀ ବାବୁ

ବସୁନ୍ଧରା ଜମି ଦୁର୍ନୀତି ସମ୍ପର୍କରେ ୬ ମାସ ତଳେ ଓଟିଭିରେ ଖବର ପ୍ରସାରିତ ହୋଇଥିଲା। ସେତେବେଳେ ସରକାରୀ ବାବୁଙ୍କ ଦୁର୍ନୀତିର ପର୍ଦାଫାଶ କରି ଓଟିଭି ସରକାରଙ୍କ ଦୃଷ୍ଟିକୁ ଆଣିଥିଲା। ଗତ ଫେବ୍ରୁଆରୀ ୧୮ରେ ଓଟିଭିରେ ପ୍ରସାରିତ ହୋଇଥିବା ଖବର, ଯେଉଁଥିରେ ଦୁର୍ନୀତିଗ୍ରସ୍ତ ଅଫିସର ଓ ଜମି ମାଫିଆଙ୍କ ସଲାସୁତୁରାରେ କିଭଳି ଏହି ଜମି କେଳେଙ୍କାରୀ ହୋଇଥିଲା।  More

  • Sarbeswar
  • 3 years ago

ଶ୍ରାବଣ ଗଲା ଭାଦ୍ରବରେ ଚାଷୀଙ୍କ ଚିନ୍ତା ବଢାଇଲା ବର୍ଷା

ଧାରା ଶ୍ରାବଣରେ ଲୁଚକାଳି ଖେଳିଲା, ଭାଦ୍ରବ ଆରମ୍ଭରୁ ପୁରା ଉଭାନ ହୋଇଗଲା। ବର୍ଷା ଅଭାବରୁ ଧାନ ଜମିର ଚିତ୍ର ଗମ୍ଭୀର ହେଲାଣି। ନୂଆପଡ଼ା କାଶୀପଲାରେ ଠିଆ ଜଳିଯାଉଛି ଧାନ ଗଛ। ଫାଟି ଆଁ କରିଥିବା ଜମିରେ ଗୋରୁ ଚରୁଛନ୍ତି। ଏପଟେ ବାଲେଶ୍ୱର ସୋରରେ ଫସଲ ବଞ୍ଚାଇବାକୁ ପୋଖରୀରେ ଅହରହ ପମ୍ପ ଲାଗିଛି। ଯେଉଁ ସମୟରେ ରୁଆ-ବେଉଷଣ ସମ୍ପୂର୍ଣ୍ଣ ସରି ଯିବା କଥା ସେତେବେଳେ ଚାଷୀ ଦୋଦୋ ପାଞ୍ଚ ହେଉଛି More

  • Chandan Shishu
  • 3 years ago

ବସୁନ୍ଧରା ଜମି ଜାଲିଆତି ମାମଲାରେ ଜଣେ ତହସିଲଦାର ଗିରଫ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବସୁନ୍ଧରା ଜମି ଜାଲିଆତି ମାମଲାରେ ଜଣେ ତହସିଲଦାର ଓ ୪ ଜଣ ଆରଆଇ ଗିରଫ ହୋଇଛନ୍ତି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ କୁଜଙ୍ଗର ପୂର୍ବତନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଅଛନ୍ତି। ଭିଜିଲାନ୍ସ ଏମାନଙ୍କୁ ଗିରଫ କରିଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲରେ ଜାଲିଆତି ହୋଇଥିଲା। ଆଜି ସକାଳେ ମୋଟ ୬ ଜଣ ଅଧିକାରୀଙ୍କ ୯ଟି ଘରେ ଏକକାଳୀନ କଟକ ଭିଜିଲାନ୍ସ ଟିମ୍ ରେଡ୍ କରିଥିଲା। ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରରେ ଚଢ଼ାଉ ହୋଇଥିଲା। 

  • Chandan Shishu
  • 3 years ago

ନଦୀରୁ ମିଳିଲା ପୋଲିସ୍ ଠାରୁ ଲୁଟ୍ ହୋଇଥିବା ତିନିଟି ଇନସାସ୍ ରାଇଫଲ୍

ନଦୀରୁ ମିଳିଲା ମେଘାଳୟ ପୋଲିସ୍ ଠାରୁ ଲୁଟ୍ ହୋଇଥିବା ତିନିଟି ଇନସାସ୍ ରାଇଫଲ୍। ସିଲଂ ଉମଖାର୍ ନଦୀରୁ ତିନିଟି ଇନସାସ୍ ରାଇଫଲ୍‌କୁ ଉଦ୍ଧାର କରିଛନ୍ତି ରାଜ୍ୟ ଅଗ୍ନିଶମବାହିନୀ ଓ ରେସ୍କ୍ୟୁ ଟିମ୍। ବେଶ କିଛି ସମୟ ଧରି ରେସ୍କ୍ୟୁ ଅପରେସନ୍ ପରେ ଏହାକୁ ଉଦ୍ଧାର କରାଯାଇଛି। ନଦୀରେ ପାଣିର ସୁଅ ଅଧିକ ଥିବାରୁ ଉଦ୍ଧାରକାରୀ ଟିମ୍‌କୁ ଅଧିକ ସମୟ ଲାଗିଥିଲା। ନଦୀ ଗର୍ଭରେ ଥିବା ପଥର ମଧ୍ୟରେ ଏହି ତିନିଟି ରାଇଫଲ୍ ଥିଲା। ଗତ ୧୫ ତାରିଖ ଦିନ କିଛି ଦୁବୃର୍ତ୍ତ ଉମ୍ସିଂ ପୋଲିସ୍ ଷ୍ଟେସନରୁ ଏହି ରାଇଫଲ୍‌କୁ ଲୁଟ୍ କରିଥିଲେ। ତେବେ ମିଳିଥିବା ସୂଚନା ମୁତାବକ କେହି ଅଜଣା ବ୍ୟକ୍ତି ଏସମ୍ପର୍କରେ ପୋଲିସ୍‌କୁ ଫୋନ୍ ଯୋଗେ ସୂଚନା ଦେବା ପରେ ନଦୀରୁ ରାଇଫଲ୍କୁ ଉଦ୍ଧାର କରାଯାଇଛି।

  • Sarbeswar
  • 3 years ago

ଟ୍ରେନକୁ ଅପେକ୍ଷା କରିଥିବା ସମୟରେ ସାଧାରଣ ୱେଟିଂ ହଲ୍‌ରେ ବସିଲେ ରେଳମନ୍ତ୍ରୀ, ପଚାରି ବୁଝିଲେ ଯାତ୍ରୀଙ୍କର ଅସୁବିଧା

ରେଳକୁ ଅପେକ୍ଷା କଲେ ରେଳ ମନ୍ତ୍ରୀ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ଓଡିଶାର ଏକ ରେଳ ଷ୍ଟେସନରେ ବସି ଟ୍ରେନକୁ ଅପେକ୍ଷା କରିଥିବା ଜଣାପଡ଼ିଛି । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରେଳମନ୍ତ୍ରୀଙ୍କ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ହାଇକ୍ଲାସ୍‌ ୱେଟିଂ ହଲ୍‌ରେ ନ ବସି ସାଧାରଣ ଯାତ୍ରୀଙ୍କ ସହ ଟ୍ରେନକୁ ଅପେକ୍ଷା କରିଥିଲେ ଅଶ୍ୱିନୀ। ଏମିତିକି ବିନା ଗଦି ବାଲା କାଠ ବେଂଚ୍‌ରେ ବସିଥିଲେ ରେଳମନ୍ତ୍ରୀ। More

  • Sarbeswar
  • 3 years ago

“ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀଙ୍କୁ ହଇରାଣ କରୁଛି”

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀଙ୍କୁ ହଇରାଣ ହରକତ କରୁଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ବୀମା କମ୍ପାନୀ ମାନେ ଅଧିକ ଟଙ୍କା ବୀମା ବାବଦକୁ ନେଉଥିବା ବେଳେ କମ୍ ଟଙ୍କା ଦେଉଛନ୍ତି। ଓଡ଼ିଶାରେ ୨୦୨୦ ମସିହାରେ ଚାଷୀ ମାନେ ୬ ହଜାର ୧୬୩ କୋଟି ଟଙ୍କା ବୀମା ପାଇଁ ଦେଇଥିବା ବେଳେ ପାଇଛନ୍ତି ମାତ୍ର ୫ ହଜାର କୋଟି। ବାକି ହଜାରେ କୋଟି ଟଙ୍କା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ More

  • Sarbeswar
  • 3 years ago

ପଂଚାୟତ ନିର୍ବାଚନ ପାଇଁ ଅଂଚା ଭିଡ଼ିଲାଣି କଂଗ୍ରେସ

ପଂଚାୟତ ନିର୍ବାଚନକୁ ନେଇ କଂଗ୍ରେସ ପ୍ରସ୍ତୁତି ବୈଠକ କରିଛି। ଜିଲ୍ଲା ସଭାପତି, କଂଗ୍ରେସ ନେତୃବୃନ୍ଦଙ୍କ ସହ ଏହି ବୈଠକରେ ଆଲୋଚନା ହୋଇଛି । କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲାକୁମାର ଆସିବା ପୂର୍ବରୁ ଆଜି କଂଗ୍ରେସ ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପିସିସି ସଭାପତି, ପର୍ଯ୍ୟବେକ୍ଷକ ଓ ୩୩ଟି ସାଂଗଠନିକ ଜିଲ୍ଲାର ସଭାପତି ଯୋଗ ଦେଇଥିଲେ। ଆସନ୍ତା ୩୧ ତାରିଖରେ ଆସିବେ ଚେଲା କୁମାର। More

  • Sarbeswar
  • 3 years ago

ନୟାଗଡ଼ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲା । ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ

ତେବେ ଏହାରି ମଧ୍ୟରେ ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ଅପହରଣ ହତ୍ୟା ଘଟଣାକୁ ବର୍ଷେ ପୁରିସାରିଛି। ଗତ ବର୍ଷ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଅପହରଣ ହୋଇଥିଲା ଏବଂ ଅପହରଣର ୭ ଦିନ ପରେ ପରୀର ମୃତଦେହ ମିଳିଥିଲା। More

  • Satyendu Shekher Mishra
  • 3 years ago

କାବୁଲ ବିମାନବନ୍ଦରରେ ଗୁଳିକାଣ୍ଡ, ଜଣେ ଆଫଗାନ ସୁରକ୍ଷାକର୍ମୀଙ୍କର ଜୀବନ ଯାଇଛି

କାବୁଲ ବିମାନବନ୍ଦରରେ ଗୁଳିକାଣ୍ଡ । ଏୟାରପୋର୍ଟର ଉତ୍ତର ଗେଟ୍‌ରେ ହୋଇଥିବା ଏହି ଗୁଳିକାଣ୍ଡରେ ଜଣେ ଆଫଗାନ ସୁରକ୍ଷାକର୍ମୀଙ୍କର ଜୀବନ ଯାଇଛି । ଆଉ ୩ ଜଣ କ୍ଷତାକ୍ତ ହୋଇଛନ୍ତି । ତାଲିବାନୀ ଶାସନରୁ ମୁକ୍ତି ପାଇଁ ହଜାର ହଜାର ଆଫଗାନ କାବୁଲ ଏୟାରପୋର୍ଟ ପରିସରରେ ରୁଣ୍ଡ ହୋଇଥିଲେ । ସେମାନଙ୍କ ଭିତରେ ଆମେରିକା ଓ ଜର୍ମାନୀର ଫୋର୍ସ ମଧ୍ୟ ସାମିଲ ଥିବା ଜର୍ମାନୀର ସେନା ପକ୍ଷରୁ ଟ୍ୱିଟରରେ ସୂଚନା ଦିଆଯାଇଛି । ଏହି ସମୟରେ ଏୟାରପୋର୍ଟ ବାହାରେ ତାଲିବାନୀ ମାନେ ଆତଙ୍କବାଦୀଙ୍କୁ ମଧ୍ୟ ମୁତୟନ କରିଛନ୍ତି । ତେବେ ହଜାର ହଜାର ଆଫଗାନୀ ଏକାଠି ଥିବା ବେଳେ ଏୟାରପୋର୍ଟ ବାହାରୁ କେହି ଅଜଣା ଆତତାୟୀ ଗୁଳିମାଡ଼ କରିଥିଲା । ଅନ୍ୟପଟେ ଆଫଗାନିସ୍ତାନର ପଂଜସିର ଅଂଚଳରେ ତାଲିବାନୀ । ଆତଙ୍କବାଦୀଙ୍କୁ ମୁକାବିଲା କରିଛନ୍ତି ସ୍ଥାନୀୟ ଲୋକେ । ଏଥିରେ ୩ଶହ ତାଲିବାନୀ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

  • Satyendu Shekher Mishra
  • 3 years ago

ପଂଚାୟତ ନିର୍ବାଚନକୁ ନେଇ କଂଗ୍ରେସର ପ୍ରସ୍ତୁତି ବୈଠକ

ପଂଚାୟତ ନିର୍ବାଚନକୁ ନେଇ କଂଗ୍ରେସର ପ୍ରସ୍ତୁତି ବୈଠକ । ଜିଲ୍ଲା ସଭାପତି, କଂଗ୍ରେସ ନେତୃବୃନ୍ଦଙ୍କ ସହ ଏହି ବୈଠକରେ ଆଲୋଚନା ହୋଇଛି ।କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲାକୁମାର ଆସିବା ପୂର୍ବରୁ ଆଜି କଂଗ୍ରେସ ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପିସିସି ସଭାପତି, ପର୍ଯ୍ୟବେକ୍ଷକ ଓ ୩୩ଟି ସାଂଗଠନିକ ଜିଲ୍ଲାର ସଭାପତି ଯୋଗ ଦେଇଥିଲେ । ଆସନ୍ତା ୩୧ ତାରିଖରେ ଆସିବେ ଚେଲା କୁମାର ।ତେବେ କଂଗ୍ରେସର ବିଭିନ୍ନ ନେତାଙ୍କ ମଧ୍ୟରେ ଥିବା ମତଭେଦ ଓ ବୟାନ ବାଜିରୁ ର୍ନିବୃତ୍ତ ରହିବା ପାଇଁ ବୈଠକରେ ଅନୁରୋଧ କରିଥିଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ । ତେବେ ପଂଚାୟତ ନିର୍ବାଚନ ପାଇଁ କଂଗ୍ରେସ ଅଂଟା ଭିଡ଼ିଛି । ପଂଚୟତ ସ୍ତର ପର୍ଯ୍ୟନ୍ତ ଦଳକୁ ସୁଦୃଢ଼ କରିବା ପାଇଁ ଯୋଜନା ଚାଲିଥିବା ଦଳ ପକ୍ଷରୁ କୁହାଯାଇଛି ।

  • Satyendu Shekher Mishra
  • 3 years ago

ନୟାଗଡ଼ ବହୁଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ମାମଲାରେ ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ

ନୟାଗଡ଼ ବହୁଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ମାମଲାରେ ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ । ହାଇକୋର୍ଟରେ ଆବେଦନ କରିବାକୁ ପରୀର ମା’ଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ପରି ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ପରୀମା । ପ୍ରଥମେ ରିଟ୍ ଓ ପରେ ସ୍ପେଶାଲ ଲିଭ୍ ପିଟିସନ ଜରିଅାରେ ଏନେଇ ଅାବେଦନ କରାଯାଇଥିଲା ।

  • Satyendu Shekher Mishra
  • 3 years ago

ଧଳସାମନ୍ତ ଭ୍ରାତାଦ୍ୱୟଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଓରଫ ପ୍ରଦୀପ କୁମାର ସାହୁ ଗିରଫ

କୁଖ୍ୟାତ ଅପରାଧୀ ଧଳସାମନ୍ତ ଭ୍ରାତାଦ୍ୱୟଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଓରଫ ପ୍ରଦୀପ କୁମାର ସାହୁକୁ ଗିରଫ କରାଯାଇଛି । କଟକ ଅର୍ବାନ ପୋଲିସ୍ ତାକୁ ଗିରଫ କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଟ୍ୱିନ୍ ସିଟି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଦୀଲୁ ହେଉଛି ୨୦୧୬ ମସିହାର ବହୁ ଚର୍ଚ୍ଚିତ ଦୀପୁ ଓ ଓମ୍‌ ହତ୍ୟାକାଣ୍ଡର ଅଭିଯୁକ୍ତ । ତା’ପରଠୁ ୫ ବର୍ଷ ହେଲା ସେ ଫେରାର ଥିଲା । କଟକ ଡିସିପିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏକ ସ୍ପେଶାଲ୍ ଟିମ୍‌ ଦୀଲୁକୁ ରାୟଗଡ଼ାରୁ ଗିରଫ କରିବାରେ ସଫଳ ହୋଇଛି ।

  • Satyendu Shekher Mishra
  • 3 years ago

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭୁର୍ଷଗୁଡା ପଞ୍ଚlୟତରେ ନୂଆ ପଞ୍ଚlୟତ ଘର ନିର୍ମାଣକୁ ନେଇ ବିବାଦ

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭୁର୍ଷଗୁଡା ପଞ୍ଚlୟତରେ ନୂଆ ପଞ୍ଚlୟତ ଘର ନିର୍ମାଣକୁ ନେଇ ବିବାଦ । ଟିଟିସିଲେଟ, ଗଞ୍ଜାପଡା ଓ ଭୁର୍ଷଗୁଡା, ଏହି ତିନିଟି ଗାଁର ମଧ୍ୟବର୍ତ୍ତି ସ୍ଥାନରେ ପଞ୍ଚlୟତ ଘର ତିଆରି ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଭୁର୍ଷଗୁଡା ଗାଁରେ ପଞ୍ଚlୟତ ଘର ନିର୍ମାଣ ହେଉଥିବାରୁ ଏହାକୁ ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି । ପାରମ୍ପରିକ ଅସ୍ତ୍ରଶସ୍ତ୍ର, ବାଦ୍ୟ ବଜାଇ ଚାନ୍ଦୋତରାର ମୁଖ୍ୟ ଛକରେ ରାସ୍ତାକୁ ଅବରୋଧ କରାଯାଇଛି । ରାସ୍ତା ଅବରୋଧ ଯୋଗୁଁ ନୂଆପଡା, କଳାହାଣ୍ଡି ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଓ କଣ୍ଟାବାଞ୍ଜିକୁ ଯାତାୟତ ପ୍ରଭାବିତ ହୋଇଛି । ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ଅଣଦେଖା କରିଥିବାରୁ ରାସ୍ତା ଅବରୋଧ କରିଥିବା କହିଛନ୍ତି ଆନ୍ଦୋଳନକାରୀ ।ଦାବି ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି । ଘଟଣା ସ୍ଥଳରେ ପୋଲିସ ଓ ବଙ୍ଗୋମୁଣ୍ଡା ତହସିଲଦାର ପହଞ୍ଚି ବୁଝାସୁଝା କରୁଛନ୍ତି । 

  • Satyendu Shekher Mishra
  • 3 years ago

ରାଜଧାନୀର ଦୂରବସ୍ଥା ନେଇ ରାଜରାସ୍ତାକୁ ଓହ୍ଲାଇଛି ଭୁବନେଶ୍ୱର ଜିଲ୍ଲା ବିଜେପି

ରାଜଧାନୀର ଦୂରବସ୍ଥା ନେଇ ରାଜରାସ୍ତାକୁ ଓହ୍ଲାଇଛି ଭୁବନେଶ୍ୱର ଜିଲ୍ଲା ବିଜେପି । ଦେଶର ଏକ ନମ୍ବର ସ୍ମାର୍ଟସିଟି ଭୁବନେଶ୍ୱରର ଗଳିକନ୍ଦି ।ରାସ୍ତାର ଶୋଚନୀୟ ଅବସ୍ଥା ଓ ଡ୍ରେନେଜ ସମସ୍ୟାର ସମାଧାନ ଦାବିରେ ବିକ୍ଷୋଭ କରିଛି ଦଳ । ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଶହ ଶହ ବିଜେପି କର୍ମୀ ଜୟଦେବ ବିହାର ଛକରୁ ଶୋଭାଯାତ୍ରାରେ ବାହାରି ମେ ଫେୟାର ଛକ ଯାଏ ଚାଲି ଚାଲି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏପରିକି ରାସ୍ତାରେ ଟାୟାର ଜାଳି ପ୍ରତିବାଦ ଜଣାଇଛନ୍ତି । ସେମାନଙ୍କ କହିବା କଥା, ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ଡ୍ରେନେଜ ସମସ୍ୟା ଯୋଗୁ ରାଜଧାନୀରେ ଡେଙ୍ଗୁ ଆତଙ୍କ ବଢିଚାଲିଛି । ଏହାର ପ୍ରତିକାର ଲାଗି ଜଣାଇଲେ, ବିଏମସି କିମ୍ବା ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି । ତୁରନ୍ତ ଏ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବିଜେପି ଗଳିକନ୍ଦିରେ ବିକ୍ଷୋଭ କରିବ ।

  • Satyendu Shekher Mishra
  • 3 years ago

କଟକ ଗୁରୁଡ଼ିଝାଟିଆ ସମବାୟ ସମିତିରେ ଜାଲିଆତି ଅଭିଯୋଗରେ ୬ ଜଣ ଗିରଫ

ଋଣ ଜାଲିଆତି ମାମଲାରେ ୬ ଗିରଫ । କଟକ ଗୁରୁଡ଼ିଝାଟିଆ ସମବାୟ ସମିତିରେ ଜାଲିଆତି ଅଭିଯୋଗରେ ୬ ଜଣ ଗିରଫ । ସୋସାଇଟିର ପିଅନ, ସେକ୍ରେଟାରୀ, ଆସିଷ୍ଟାଣ୍ଟ ସେକ୍ରେଟାରୀ, କେନ୍ଦ୍ର ସମବାୟ ବ୍ୟାଙ୍କର କ୍ୟାସିଅର, କ୍ଲର୍କ, ସୁପରଭାଇଜରଙ୍କୁ ଗିରଫ କରିଛି ଗୁରୁଡିଝାଟିଆ ପୋଲିସ । ଚାଷୀଙ୍କ ନାଁରେ କୋଟିଏରୁ ଅଧିକ ଋଣ କରି ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଛି । ସମବାୟ ସମିତିରେ ଋଣ ଜାଲିଆତି ନେଇ ଦୀର୍ଘ ଦିନ ଧରି ଲୋକେ ଆନ୍ଦୋଳନ କରି ଆସୁଥିଲେ । ଶତାଧିକ ଚାଷଙ୍କ ନାଁରେ ଟଙ୍କା ଠକିଥିବା ନେଇ ଗୁରୁଡିଝାଟିଆ ଥାନାରେ ଏତଲା ହୋଇଥିଲା ।

  • Satyendu Shekher Mishra
  • 3 years ago

ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଆଇନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ପରେ VC ଅଫିସ ଆଗରେ ବିକ୍ଷୋଭ । ୬ ମାସରେ ୪ଟି ସେମିଷ୍ଟର ଅଫଲାଇନ କରାଇବା ନିଷ୍ପତ୍ତି ବିରୋଧରେ ବିକ୍ଷୋଭ । ୟୁନିଭର୍ସିଟି ଲ’ କଲେଜ, କ୍ୟାପିଟାଲ ଲ’ କଲେଜ, ଦି ଲ’ କଲେଜ ପିଲାଙ୍କ ବିକ୍ଷୋଭ ।

  • Satyendu Shekher Mishra
  • 3 years ago

ପିକ୍ ପିରିୟଡରେ ୧୦୦ରେ ୨୩ ପିଲା ହସ୍ପିଟାଲାରେ ଭର୍ତ୍ତି ହେବେ

୩ୟ ଲହର ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ସେପ୍ଟେମ୍ବରରେ ୩ୟ ଲହର ଆସିଲେ ଅକ୍ଟୋବରରେ ପିକ୍ ଧରିବ । ପିକ୍ ପିରିୟଡରେ ୧୦୦ରେ ୨୩ ପିଲା ହସ୍ପିଟାଲାରେ ଭର୍ତ୍ତି ହେବେ । ବର୍ତ୍ତମାନ ଆମର ହସ୍ପିଟାଲାଇଜେସନ୍ ଅଧିକ ନାହିଁ । ବର୍ତ୍ତମାନ ୧୨ରୁ ୧୩ ପ୍ରତିଶତ ରହିଛି ଶିଶୁ ସଂକ୍ରମଣ ହାର । ୬୪ ଦିନରେ ୨ୟ ଲହର ପିକ୍‌କୁ ଆସିଥିଲା, ଏବେ ୩ୟ ଲହର ଆସୁଛି । ସବୁ କୋଭିଡ ହସ୍ପିଟାଲରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବୁ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଶିଶୁ ଭବନରେ ସେଣ୍ଟ୍ରାଲ ଅଫ୍ ଏକ୍ସିଲେନ୍ସି କରାଯାଉଛି । ତେଣୁ ସ୍କ୍ରିନିଂ ଚାଲୁ ରଖିବୁ । ଦୈନିକ ସଂକ୍ରମଣ ହାରକୁ ଆନାଲିସିସ୍ କରୁଛୁ । ୩ ଦିନରେ କେହି ଭେଣ୍ଟିଲେଟର ଯାଇନାହାନ୍ତି, କମ୍ ଶିଶୁଙ୍କୁ ଅକ୍ସିଜେନ୍ ଦରକାର ଥିଲା ।

  • Prangyan Parimita
  • 3 years ago

ଖଟିଆରେ ପଡ଼ି ପଡ଼ି ଦୁର୍ବିସହ ଜୀବନ କଟାଉଛନ୍ତି ଘରର ମୁରବୀ : ଖାଇବାକୁ ଦାନା ମୁଠେ ନାହିଁ, ଚିନ୍ତାରେ ପରିବାର

ପରିବାର ଚଳାଇବା ପାଇଁ ସେ ଶ୍ରମିକ ଭାବେ କାମ କରୁଥିଲେ । ଯାହାଯେତିକି ରୋଜଗାର ହେଉଥିଲା ଦୁଃଖେ ସୁଖେ ପରିବାର ଚଳୁଥିଲା । ହେଲେ ରାଇସ ମିଲରେ ତାଙ୍କ ଉପରେ ଧାନବସ୍ତା ପଡିଯିବା ପରେ ଏବେ ଯନ୍ତ୍ରଣାରେ ଛଡପଟ ହୋଇ ବିଛଣାରେ ପଡି ଦୁର୍ବିସହ ଜୀବନ କାଟୁଛନ୍ତି । More

  • Prangyan Parimita
  • 3 years ago

ଜରାଜୀର୍ଣ୍ଣ ଅବସ୍ଥାରେ ଏମପିସି କଲେଜ କୋଠା : ରକ୍ଷଣାବେକ୍ଷଣ ଅଭାବରୁ ଶିଉଳି ଲାଗି ନଷ୍ଟ ହେବାକୁ ବସିଲାଣି

ସାମନାକୁ ଚକଚକ୍ ଦେଖାଯାଉଥିବା ମୟୂରଭଞ୍ଜ ରାଜପ୍ରାସାଦ ଭିତରୁ ନଷ୍ଟ ହେବାକୁ ବସିଲାଣି । ଲଣ୍ଡନର ବକିଂହାମ ପାଲେସ ଭଳି ଦେଖାଯାଉଥିବା ରାଜବାଡ଼ି ୧୮୦୪ରେ ମୟୂରଭଞ୍ଜର ମହାରାଣୀ ସୁମିତ୍ରା ଦେବୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଗ୍ରୀକ୍ ଓ ଭୋରିଆ ଇଂଜିନିଅରଙ୍କ ସ୍ଥାପତ୍ୟ କଳାରେ ତିଆରି ଏହି କୋଠାରେ ୧୨୬ଟି କୋଠରୀ ରହିଛି । ମହାରାଜା କୃଷ୍ଣଚନ୍ଦ୍ର ଭଂଜଦେଓ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ଏହି ରାଜପ୍ରାସାଦରୁ ହିଁ ଶାସନ କରୁଥିଲେ More

  • Satyendu Shekher Mishra
  • 3 years ago

ରାଜ୍ୟରେ ପୁଣି ୭୬୧ ଜଣ କରୋନା ସଂକ୍ରମିତ, ୬୮ ମୃତ

ରାଜ୍ୟରେ ଆଜି ପୁଣି ୭୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୧ ଜଣ ରହିଛନ୍ତି । ଏହାସହ ଖୋର୍ଦ୍ଧାରୁ ସର୍ବାଧିକ ୨୮୯ ଏବଂ କଟକରୁ ୧୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । More

  • Prangyan Parimita
  • 3 years ago

ସକ୍ଷମ ସ୍ୱାଭିମାନୀ ଦିବ୍ୟାଙ୍ଗ : ପର ଆଗରେ ହାତ ନପାରି ଘରେ ଜିନିଷ ତିଆରି କରି ଟ୍ରାଇ-ସାଇକେଲରେ ବିକୁଛନ୍ତି ମଧୁସୂଦନ

 ସକ୍ଷମ ଭିନ୍ନକ୍ଷମ । କାହିରି ଉପରେ ବୋଝ ହେବାକୁ ଚାହାନ୍ତିନି । ସ୍ୱାଭିମାନର ସହ ବଞ୍ଚିବାର ଆଶା ବରଗଡ଼ର ଭିନ୍ନକ୍ଷମ ଯୁବକ ମଧୁସୂଦନ ବାଗଙ୍କୁ ବାଟ କଢ଼ାଉ ନେଉଛି । ପୋଲିଓ ଗ୍ରସ୍ତ ହୋଇ ଜନ୍ମରୁ ଭିନ୍ନକ୍ଷମ, ହେଲେ ଦୃଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଆଗରେ ହାର ମାନିଛି ଭିନ୍ନକ୍ଷମତା । ଦିନଥିଲା ସେ ଶିକ୍ଷା ସହାୟକ ଭାବେ ପିଲାଙ୍କୁ ପାଠ ପଢ଼ାଉଥିଲେ । More

  • Satyendu Shekher Mishra
  • 3 years ago

ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଖୋଲିଛି ସମସ୍ତ ଧର୍ମାନୁଷ୍ଠାନ

ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଖୋଲିଛି ସମସ୍ତ ଧର୍ମାନୁଷ୍ଠାନ । କୋଭିଡ୍ ନିୟମ ମାନି ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ବିଏମ୍‌ସି ଅନୁମତି ଦେଇଛି । ତେବେ କୌଣସି ଶ୍ରଦ୍ଧାଳୁଙ୍କୁ ମନ୍ଦିରର ଗର୍ଭଗୃହ ଭିତରକୁ ଛଡ଼ାଯିବ ନାହିଁ । ନିରାପଦ ଦୂରତାରେ ରହି ଶ୍ରଦ୍ଧାଳୁ ମାନେ ଦର୍ଶନ କରିପାରିବେ ।ମସିଜିଦ୍, ଚର୍ଚ୍ଚ ଓ ଅନ୍ୟ ଧର୍ମାନୁଷ୍ଠାନରେ ମଧ୍ୟ କୋଭିଡ୍ କଟକଣାରେ ଶ୍ରଦ୍ଧାଳୁ ମାନେ ଭିତରକୁ ଯାଇ ପ୍ରାର୍ଥନା ଓ ନମାଜ କରିପାରିବେ ।

ତେବେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଯେମିତି ସାମାଜିକ ଦୂରତା ରହିବ ସେ ଦାୟିତ୍ୱ ସଂପୃକ୍ତ ଧର୍ମାନୁଷ୍ଠାନର କର୍ତ୍ତୃପକ୍ଷ ନେବେ । ଧର୍ମାନୁଷ୍ଠାନରେ ଏକା ସଙ୍ଗରେ ୨୫ ଜଣରୁ ଅଧିକ ଏକାଠି ହେବା ମନା । ଧର୍ମାନୁଷ୍ଠାନର ସେବାୟତ RTPCR ନେଗେଟିଭ ବା ଦୁଇ ଡୋଜ୍ କୋଭିଡ୍ ଭ୍ୟାକ୍ସିନ ନେଇଥିବା ଜରୁରୀ । ସମସ୍ତ ସେବାୟତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଶ୍ରଦ୍ଧାଳୁମାନେ ଧର୍ମାନୁଷ୍ଠାନରେ ପ୍ରବେଶ ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ଗାଇଡ୍ଲାଇନ୍‌ରେ କୁହାଯାଇଛି । ବିଏମ୍‌ସି ଅଞ୍ଚଳରେ ଆଜି ସମସ୍ତ ଧର୍ମାନୁଷ୍ଠାନ ଖୋଲୁଥିଲେ ବି ଲିଙ୍ଗରାଜ ମନ୍ଦିର ସେପ୍ଟେମ୍ବର ୧ରୁ ଖୋଲିବ ବୋଲି ନିଷ୍ପତ୍ତି ହୋଇଛି ।

  • Satyendu Shekher Mishra
  • 3 years ago

ପଇଡ଼ ବୋଝେଇ ଟ୍ରକ୍‌ରେ ବିପୁଳ ଗଞ୍ଜେଇ ଚୋରା ଚାଲାଣ

 ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । ପଇଡ଼ ବୋଝେଇ ଟ୍ରକ୍‌ରେ ବିପୁଳ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ସେସବୁକୁ ଜବତ କରିଛି କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସ । ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୋଗର ଅଂଚଳରୁ ଏକ ପଇଡ ବୋଝେଇ ଟ୍ରକ୍‌ରେ ଲମତାପୁଟ ଓ ଜୟପୁର ରାସ୍ତା ଦେଇ ବିହାରକୁ ଚାଲାଣ ବେଳେ କଞ୍ଚଣା ଛକ ନିକଟରୁ ଗାଡି ସହ ଗଞ୍ଜେଇ ଜବତ କରିଛି ପୋଲିସ ।

କୋରାପୁଟ SPଙ୍କ ନିର୍ଦ୍ଦେଶକ୍ରମେ ମାଛକୁଣ୍ଡ ଥାନା ଅଧିକାରୀଙ୍କ ନେତୃତ୍ୱରେ ଲମତାପୁଟ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ସହଯୋଗରେ କଞ୍ଚଣା ଗାଁ ଛକ ନିକଟରେ ନାକାବନ୍ଦି କରାଯାଇ ଗାଡି ମୋଟର ଯାଞ୍ଚ କରାଯାଇଥିଲା । ଏହି ସମୟରେ ଗଞ୍ଜେଇ ସହ ପଇଡ ବୋଝେଇ କରି ଟ୍ରକ୍‌ଟି ଆସୁଥିବା ବେଳେ ପୋଲିସ ତାକୁ ଅଟକାଇଥିଲା । ଗଞ୍ଜେଇ ଜବତ ସହ ବିହାର ଅଞ୍ଚଳର ଜଗେନ୍ଦ୍ର ତିୱାରୀ ଓ ଶିବ ଶଙ୍କର ଚୌଧରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଟଙ୍କା, ମୋବାଇଲ ଫୋନ ଓ କିଛି ପରିଚୟ ପତ୍ର ଜବତ କରିଛି ପୋଲିସ ।

  • Satyendu Shekher Mishra
  • 3 years ago

ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା

ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା । ୭ ଦିନ ଧରି ଚାଲିବ ପକ୍ଷୀ ଗଣନା । ୨ଟି ଟିମ୍ ଗଣନା କାର୍ଯ୍ୟ କରିବେ । ପ୍ରତି ଟିମ୍‌ରେ ୭ ଜଣ ଲେଖାଏଁ ସଦସ୍ୟ ଦେଶୀୟ ପକ୍ଷୀ ଗଣନା କରିବେ ।

  • Satyendu Shekher Mishra
  • 3 years ago

ଆଫଗାନିସ୍ତାନ ଘଟଣାକୁ ନେଇ CAA ସପକ୍ଷରେ ହରଦୀପ ସିଂ ପୁରୀଙ୍କ ଯୁକ୍ତି

ଆଫଗାନିସ୍ତାନ ଘଟଣାକୁ ନେଇ CAA ସପକ୍ଷରେ ହରଦୀପ ସିଂ ପୁରୀଙ୍କ ଯୁକ୍ତି । ଆଫଗାନିସ୍ତାନରେ ହିନ୍ଦୁ ଓ ଶିଖ୍‌ଙ୍କ ଅବସ୍ଥା ଦୁର୍ବିସହ ହୋଇପଡ଼ିଛି ।ଏମାନଙ୍କ ପାଇଁ ସିଟିଜେନସିପ ଆମେଣ୍ଡମେଣ୍ଟ ଆକ୍ଟର ଆବଶ୍ୟକତା ରହିଛି ।

  • Satyendu Shekher Mishra
  • 3 years ago

ଲମତାପୁଟ: ପଇଡ଼ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲା

ଲମତାପୁଟ: ପଇଡ଼ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲା । ସୋଗରରୁ ବିହାର ଚାଲାଣ ବେଳେ କଞ୍ଚଣା ଛକରେ ଧରାପଡ଼ିଲା । ଯାଞ୍ଚ ବେଳେ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ; ବିହାରର ୨ ଜଣ ଗିରଫ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ।

  • Prangyan Parimita
  • 3 years ago

ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ଶ୍ରୀମନ୍ଦିର : ଦୀର୍ଘ ୪ ମାସ ପରେ ରତ୍ନ ସିଂହାସନରେ ଶ୍ରୀଜିଉଙ୍କୁ ଦେଖିବେ ଶ୍ରଦ୍ଧାଳୁ

୪ ମାସ ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦେଖିବାର ସୁଯୋଗ ପାଇଛନ୍ତି ସର୍ବସାଧାରଣ । କରୋନାର ଦ୍ୱିତୀୟ ଲହର କମିବା ପରେ ସେବାୟତ, ତାଙ୍କ ପରିବାର ଓ ପୁରୀବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି । ତେବେ ଆଜିଠାରୁ ରାଜ୍ୟ ଓ ରାଜ୍ୟ ବାହାରର ସମସ୍ତ ଭକ୍ତ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିପାରିବେ More

  • Satyendu Shekher Mishra
  • 3 years ago

ATM ଭ୍ୟାନ୍ ଅପହରଣ ସହ ୨୪ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌, ଜାଣନ୍ତି କଣ ଥିଲା ପୁରା କାହାଣୀ !

ATM ଭ୍ୟାନ୍ ଅପହରଣ ଓ ୨୪ ଲକ୍ଷ ଟଙ୍କା ଲୁଟ୍‌ର ହୋଇଛି ଖୁଲାସା । ଘଟଣା ପଛରେ ଭ୍ୟାନ୍‌ର ଡ୍ରାଇଭର ହିଁ ମାଷ୍ଟରମାଇଣ୍ଡ । ନିଜେ କେମିକାଲ୍ ସ୍ପ୍ରେ କରି ଅଚେତ ହୋଇଥିଲା ଡ୍ରାଇଭର୍ । More

  • Sarbeswar
  • 3 years ago

ଚିନ୍ତାରେ ବାଇଗଣ ଚାଷୀ : କିଲୋକୁ ୩ ରୁ ୪ ଟଙ୍କାରେ ହେଉଛି ବିକ୍ରି

ଶହ ଶହ ଏକର ଚାଷ ଜମିରେ ବାଇଗଣ ଚାଷ କରିଥିଲେ ଚାଷୀ। ହେଲେ ଚଳିତବର୍ଷ ବର୍ଷାର ଲୁଚକାଳି ଖେଳ ଭିତରେ ବହୁ ସମସ୍ୟା ମଧ୍ୟରେ ଉତ୍ପାଦନ କରିଥିଲେ ଫସଲ। ପ୍ରତିବର୍ଷ ବାଇଗଣ ଚାଷରୁ ଲାଭବାନ ହେଉଥିବା ଚାଷୀ ଏଥର କିନ୍ତୁ ବାଇଗଣ ଅଭାବୀ ବିକ୍ରିକୁ ନେଇ ଚିନ୍ତାରେ ଅଛନ୍ତି। More

  • Satyendu Shekher Mishra
  • 3 years ago

ବିଜେଡି ଖେଳିଲାଣି SHG କାର୍ଡ, ମହିଳା ଭୋଟ ଖସିବା ନେଇ ରହିଛି କି ଭୟ ?

SHG ସଦସ୍ୟାମାନଙ୍କୁ ରୋଜଗାର ଯୋଗାଇ ଦେବାକୁ କଡ଼ା ତାଗିଦ୍ । କାମ ଯୋଗାଇବାରେ ପଛରେ ପଡ଼ିଥିବା ବିଭାଗଗୁଡ଼ିକ ଉପରେ ଅସନ୍ତୋଷ ଝା଼ଡିଲେ ସରକାର । More

  • Satyendu Shekher Mishra
  • 3 years ago

ରାଜ୍ୟରେ ମରୁଡ଼ି ସ୍ଥିତି, ୨୭ ଜିଲ୍ଲାରେ କମ୍‌ ବର୍ଷା

ବର୍ଷା ଅଭାବରୁ ପୁଣି ଏକ ପ୍ରାକୃତିକ ଦୁର୍ବିପାକର ସାମ୍ନା କରିବାକୁ ଯାଉଛି ଓଡ଼ିଶା । ୩୦ ଜିଲ୍ଲାରୁ ୨୭ ଜିଲ୍ଲାରେ ଆସନ୍ନ ମରୁଡ଼ିର ପଦଧ୍ୱନି । ରାଜ୍ୟରେ ସ୍ୱାଭାବିକଠାରୁ ୩୦ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଯାଜପୁର, ଭଦ୍ରକ, ଅନୁଗୁଳ, ବଲାଙ୍ଗୀରର ଓ କେନ୍ଦୁଝରରେ ସାଙ୍ଘାତିକ ସ୍ଥିତି ।  More

  • Satyendu Shekher Mishra
  • 3 years ago

ଖୁବଶୀଘ୍ର ସଂପୂର୍ଣ୍ଣ ହେବ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ: ଅଶ୍ୱିନୀ ବୈଷ୍ଣବ

ଦୀର୍ଘ ଦିନ ଧରି ପଡ଼ି ରହିଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନକୁ ଖୁବଶୀଘ୍ର ସଂପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଜୁନାଗଡ଼-ନବରଙ୍ଗପୁର, ଧର୍ମଗଡ଼କୁ ସଂପ୍ରସାରଣ ସହିତ ବିଭିନ୍ନ ଷ୍ଟେସନର ମଧ୍ୟ ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି । More