• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 15 August 2021

  • Chandan Shishu
  • 3 years ago

ତାଲିବାନ ଆମକୁ ମାରିଦେବ, ସେଠି ଝିଅଙ୍କ ଅଧିକାର କିଛି ନାହିଁ: କାବୁଲ ଫେରନ୍ତା ମହିଳା

ସହରରେ ତାଲିବାନ ସେନା ପଶିବା ପରେ କାବୁଲବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ତାଲିବାନ କ୍ଷମତାକୁ ଆସିବା ପରେ, ସଂଗଠନର ଟପ୍ ନେତା ମୁଲ୍ଲା ବରାଦର୍ ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। More
  • Sarbeswar
  • 3 years ago

ଏମାନେ ସବୁ ଖାଇଦେବେ: ଜଳାଶୟ ସ୍ଥାନରେ ରାସ୍ତା ନିର୍ମାଣ ହୋଇଥିବା ଦେଖାଇ ପଇସା ନେଇଗଲେ...

ରାଜ୍ୟ ସରକାରଙ୍କଠାରୁ ପୌରନିର୍ବାଚନର ଆଭାସ ପାଇବା ପରେ ଏବେ ସକ୍ରିୟ ହୋଇଛନ୍ତି ପୌରପାଳିକର ଆଶାୟୀ ପ୍ରାର୍ଥୀ । ବିଧାୟକ ଓ ପୌରପାଳିକାର ପ୍ରଶାସନକୁ ହାତ ବାରିସି କରି ନିଜ ୱାର୍ଡ଼ରେ ଦିନ ରାତି କରୁଛନ୍ତି ବିଭିନ୍ନ କାମ । ନା ଏମାନଙ୍କ କାମକୁ ତଦାରଖ କରୁଛନ୍ତି ବିଭାଗୀୟ ଅଧିକାରୀ ନା ଯନ୍ତ୍ରୀ । ଯେନତେନ ପ୍ରକାରରେ କାମ ସାରିଦେଇ ବିଲ କରି ନେଇଯାଉଛନ୍ତି ଆଉ କୁଜିନେତା ଓ ବିଭାଗୀୟ ଠିକାଦର ହେଉଛନ୍ତି ମାଲେମାଲ୍‌ More
  • Chandan Shishu
  • 3 years ago

ରାତି ପାହିଲେ ଶ୍ରୀକ୍ଷେତ୍ରବାସୀଙ୍କ ଦର୍ଶନ ପାଇଁ ଖୋଲିବ ଶ୍ରୀମନ୍ଦିର

୮ ପ୍ଲାଟୁନ୍ ଫୋର୍ସ ସହ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସକାଳ ୭ଟାରୁ ଦିନ ୧୦ଟା ୩୦, ପୁଣି ୧୧ଟାରୁ ୨ଟା ୩୦ ଏବଂ ଶେଷରେ ଅପରାହ୍ଣ ୩ଟା ୩୦ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ। ଶ୍ରଦ୍ଧାଳୁମାନେ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ।  More
  • Chandan Shishu
  • 3 years ago

କୋଭିଡ୍ ତଥ୍ୟକୁ ନେଇ ଚିନ୍ତା ପ୍ରକଟ କଲେ ଶିଶୁ ରୋଗ ବିଶେଷଜ୍ଞ

ଆଜିର ଶିଶୁ ସଂକ୍ରମଣ ତଥ୍ୟ ପରେ ଚିନ୍ତା ପ୍ରକାଶ କଲେଣି ଶିଶୁରୋଗ ବିଶେଷଜ୍ଞ। କହିଛନ୍ତି, ତୃତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ଅଧିକ ରହିବ।ତେଣୁ ୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତେ ମାସ୍କ ପିନ୍ଧନ୍ତୁ। More
  • Sarbeswar
  • 3 years ago

ଫେରିଲେ ମାନ୍ୟବର? ସାରଥୀଙ୍କ ଫଟୋରୁ କୁଆଡ଼େ ବାହାରୁଛି ବିଭୂତି ଓ ଗଙ୍ଗାଜଳ, ଫଳମୂଳ ଦେଲେ ହୋଇଯାଉଛି ଉଭାନ୍‌...

ସ୍ଥାନୀୟ ଲୋକ କହୁଛନ୍ତି, କୁଆଡ଼େ ସାରଥୀଙ୍କ ଫଟୋରୁ ଝରୁଛି ବିଭୂତି ଓ ଗଙ୍ଗାଜଳ। ଏମିତି କିଛି ଦୃଶ୍ୟ ଦେଖିବା ପାଇଁ ଆଖ ପାଖ ଅଂଚଳରୁ ଲୋକଙ୍କ ଭିଡ ବି ବେଶ୍‌ ଜମୁଛି। ସ୍ଥାନୀୟ ବାସିନ୍ଦା ନୁହେଁ ବରଂ ଅନୁଗୁଳ ,ଆଠମଲ୍ଲିକ ,ତାଳଚେର ଓ ବାଲେଶ୍ୱର ଆଦି ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ଆଜକୁ ୧୦ ଦିନ ତଳେ ଖଳିବାହାଳ ଗାଁର ସୁକାନ୍ତ କୁମାର ନାଥଶର୍ମାଙ୍କ ଘରେ ଥିବା ସାରଥୀଙ୍କ ଫଟୋରୁ ବିଭୂତି ବାହାରିବା ସହ ଗଙ୍ଗାଜଳର ଏକ ସ୍ରୋତ ବାହାରିଥିଲା ବୋଲି ସୁକାନ୍ତ ନିଜେ ପ୍ରକାଶ କରିଛନ୍ତି। More
  • Chandan Shishu
  • 3 years ago

ଶିଶୁଙ୍କ କ୍ଷେତ୍ରରେ ସଂକ୍ରମଣ ନେଇ କଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ?

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୪୪୨ଟି ଲୋକାଲ୍ କେସ୍ ମଧ୍ୟରୁ ୧୩୮ ଜଣ ହେଉଛନ୍ତି ଶୂନରୁ-୧୮ ବର୍ଷ ବୟସ ବର୍ଗର କରୋନା ପଜିଟିଭ୍। ଅର୍ଥାତ ଏବେ ପିଲାଙ୍କୁ ଘାରିଛି କରୋନା ସଂକ୍ରମଣ ଭୟ। More
  • Chandan Shishu
  • 3 years ago

ସତ ସାମ୍ନାକୁ ଆସିବ: କ୍ରାଇମବ୍ରାଞ୍ଚ ଏଡିଜି

ଗତକାଲିଠାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେବା ପରେ ସୌମ୍ୟଙ୍କ କ୍ୱାର୍ଟରକୁ ଏକ୍ସପର୍ଟ ଟିମ୍ ସହାୟତାରେ ତନ୍ନତନ୍ନ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି। ଡିଏସ୍‌ପି ଜ୍ଞାନରଂଜନ ମିଶ୍ରଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ସୌମ୍ୟଙ୍କ ସରକାରୀ କ୍ୱାର୍ଟରରେ ଯାଞ୍ଚ କରିଛି। More
  • Sarbeswar
  • 3 years ago

ସ୍ୱାଧୀନତା ସଂଗ୍ରାମୀ ଚକରା ବିଷୋୟୀ, ଏବେବି ଝୁରୁଛି ଘୁମୁସର ମାଟି...

ଦାଦା ଦୋହରା ବିଷୋୟୀ ଜଣେ ସଂଗ୍ରାମୀ ହୋଇ ଇଂରେଜ ମାନଙ୍କ ସହ ଲଢୁଥିଲେ। ତାଙ୍କରି ଠାରୁ ଅନୁପ୍ରାଣିତ ହୋଇ ପିଲାଟି ବୟସରୁ ଯୁଦ୍ଧ ବିଦ୍ୟା ପ୍ରତି ଆକୃଷ୍ଟ ହୋଇଥିଲେ ଚକରା । ଧନୁଶର,ଫାର୍ଶା, ଖଣ୍ଡା,ତୀର ଚାଳନା ଭଳି ବହୁ ଯୁଦ୍ଧ ବିଦ୍ୟାରେ ପାରଦର୍ଶିତା ବି ଲାଭ କରିଥିଲେ। More
  • Rajalaxmi Sahoo
  • 3 years ago

ଧିରେ ଧିରେ ଘନେଇବାରେ ଲାଗିଛି ଭାରିଗଦାର ପାନୀୟଜଳ ପ୍ରକଳ୍ପ ବିବାଦ

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଭାରିଗଦାର ପାନୀୟଜଳ ପ୍ରକଳ୍ପ ବିବାଦ ଧିରେ ଧିରେ ଘନେଇବାରେ ଲାଗିଛି। ଗିରଫଦାରୀ ପ୍ରତିବାଦରେ ଏବଂ ପ୍ରସ୍ତାବିତ ପ୍ରକଳ୍ପ କାମ ବନ୍ଦ ସହ ଜାରି ହୋଇଥିବା ୧୪୪ ଧାରା ପ୍ରତ୍ୟାହାର ଦାବିରେ ଆଜି ଧାରଣା ଦେଇଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି।  More
  • Rajalaxmi Sahoo
  • 3 years ago

୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷା ହୋଇପାରେ

ବଙ୍ଗୋପସାଗରର ପଶ୍ଚିମ-କେନ୍ଦ୍ରୀୟ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ଏହାର ପ୍ରଭାବ ପଡ଼ିପାରେ। More
  • Prangyan Parimita
  • 3 years ago

’ଆଇନରେ ସ୍ପଷ୍ଟତାର ଅଭାବ’ : ସଂସଦରେ ଆବଶ୍ୟକ ତର୍କ ବିନା ଆଇନ୍ ପ୍ରଣୟନ ହେବା ନେଇ ଉଦବେଗ ପ୍ରକାଶ କଲେ ମୁଖ୍ୟ ବିଚାରପତି

ସୁପ୍ରିମକୋର୍ଟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଏନ.ଭି ରମଣା ସଂସଦୀୟ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ପ୍ରଧାନ ବିଚାରପତି ତାଙ୍କ ଅଭିଭାଷଣରେ କେବଳ ଗୃହରେ ଚାଲିଥିବା ହଙ୍ଗାମା ସମ୍ପର୍କରେ କାରଣରୁ ଆଲୋଚନା କରିନାହାଁନ୍ତି, ବରଂ ବିଲ୍ ପାସ୍ ପ୍ରକ୍ରିୟା ଚାଲିଥିବା ସଂସଦୀୟ ବିତର୍କ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି More
  • Rajalaxmi Sahoo
  • 3 years ago

ପତାକା ଉତ୍ତୋଳନ ପାଇଁ ଖୁଣ୍ଟ ପୋତିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହୋମଗାର୍ଡ ମୃତ

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ସିକୋ ଫାଣ୍ଡିରେ ପତାକା ଉତ୍ତୋଳନ ପାଇଁ ଖୁଣ୍ଟ ପୋତିବା ବେଳେ ଏହି ଅଘଟଣ ଘଟିଛି। ଖୁଣ୍ଟ ପୋତିବା ବେଳେ ତାହା ଇଲେଭେନ୍ କେଭି ବିଦ୍ୟୁତ ତାରରେ ଲାଗି ଯାଇଥିଲା।  More
  • Prangyan Parimita
  • 3 years ago

’ନୂଆ ରୂପରେ ଲାଗୁ ହେବାକୁ ଯାଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ଉତ୍ସବରେ ପତାକା ଉତ୍ତୋଳନ ହୋଇଛି । ତେବେ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । More
  • Rajalaxmi Sahoo
  • 3 years ago

୨୪ ଘଣ୍ଟାରେ ରାଜ୍ୟରେ ୧୦୫୮ କରୋନା ପଜିଟିଭ୍‌ ଚିହ୍ନଟ, ୬୪ ଆକ୍ରାନ୍ତ ମୃତ

ଗତ କିଛିଦିନ ଧରି ରାଜ୍ୟରେ ୧୧ ଶହ ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହେଉ ଥିବାବେଳେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି।ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୫୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। More
  • Prangyan Parimita
  • 3 years ago

ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ସଂଗ୍ରାମୀ ପୀଠ ପାଣିମୋରା

ଓଡିଶାର ସଂଗ୍ରାମୀ ପୀଠ ଭାବରେ ବେଶ୍ ପରିଚିତ ବରଗଡ ଜିଲ୍ଳାର ପାଣିମୋରା ଗାଁ । ଅହିଂସା ଆନ୍ଦୋଳନରେ ଗାଁର ୩୨ ଜଣ ସଂଗ୍ରାମୀ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢ଼େଇ କରି କାରାବରଣ କରିଥିଲେ । ଏମାନଙ୍କ ମଧ୍ୟରେ ଏବେ ଜଣେ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନ ଜୀବିତ ଥିବା ବେଳେ ପାଣିମୋରା ଗାଁ ସେହି ସଂଗ୍ରାମୀ ମାନଙ୍କୁ ନେଇ ଏବେ ବି ଗର୍ବିତ ମନେ କରୁଛି More
  • Chandan Shishu
  • 3 years ago

ଓ୍ୱାଘାରେ ପାଳିତ ହେଲା ମିଠା ଆଦାନ ପ୍ରଦାନ ପର୍ବ

ସୀମାରେ ଦୁଇ ପକ୍ଷ ମଧ୍ୟରେ ଶାନ୍ତି ଓ ସୌହ୍ୱାର୍ଦ୍ଦ୍ୟ ଲାଗି ଏଭଳି ପରମ୍ପରା ପାଳନ କରାଯାଇ ଆସୁଛି। ଆଜି ପାକିସ୍ତାନ ସ୍ବାଧୀନତା ଦିବସ ଅବସରରେ ପାକିସ୍ତାନୀ ରେଞ୍ଜର ଭାରତୀୟ ସୁରକ୍ଷା ବଳଙ୍କୁ ମିଠା ପ୍ରଦାନ କରିଥିବା ବେଳେ ଆସନ୍ତାକାଲି ଭାରତ ପକ୍ଷରୁ ମଧ୍ୟ ପାକିସ୍ତାନୀ ରେଞ୍ଜରଙ୍କୁ ମିଠା ପ୍ରଦାନ କରାଯିବ ବୋଲି ବିଏସଏଫ୍  କମାଣ୍ଡାଣ୍ଟ୍  ଜସବୀର ସିଂହ ସୂଚନା ଦେଇଛନ୍ତି। More
  • Chandan Shishu
  • 3 years ago

OBCଙ୍କ ସ୍ୱାର୍ଥ ରକ୍ଷାରେ ରାଜ୍ୟ ସରକାର ବିଫଳ: ବିଜେପି

ଏହାର ଜବାବ ରଖିଛି ବିଜେଡି। ପିତାମ୍ବରଙ୍କୁ ପାଲଟା ମିଛୁଆ କହିବା ସହ ବିଜେଡିର ନିଷ୍ପତ୍ତି ଐତିହାସିକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। ଆସନ୍ତା ପଞ୍ଚାୟତ ଓ ପରବର୍ତ୍ତୀ ନିର୍ବାଚନରେ ୨୭ ପ୍ରତିଶତ ପଛୁଆ ବର୍ଗ ପ୍ରାର୍ଥୀ ଦେବା ନେଇ ଗତକାଲି ଘୋଷଣା କରିଥିଲା ବିଜେଡି।  More
  • Pallipuspa Samal
  • 3 years ago

ଘରେ ବନାନ୍ତୁ ‘ବୁଟ ଡାଲି ହାଲୱା

ଅଧିକାଂଶ ଲୋକ ମିଠା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଆମ ଖାଦ୍ୟରେ ମିଠା ନଥିଲେ ଖାଇବା ଅଧୁରା ଲାଗେ । ସାଧାରଣତଃ ଆପଣ ମାନେ ଜାଣିଥିବେ ଛେନାରୁ ବିଭିନ୍ନ ପ୍ରକାରର ମିଠାର ରେସିପି ତିଆରି ହୋଇଥାଏ । କିନ୍ତୁ ଆଗରୁ କେବେ ଡାଲିରେ ମିଠାର ରେସିପି ପ୍ରସ୍ତୁତ କରିଛନ୍ତି କି ? ଆଜି ଆମେ ଆପଣଙ୍କୁ ଏକ ସୁସ୍ୱାଦୁ ମିଠା ରେସିପି ବିଷୟରେ କହିବାକୁ ଯାଉଛୁ । More
  • Chandan Shishu
  • 3 years ago

ଜଗା ପାଖକୁ ଆସିଲେ ସୁଭଦ୍ରା

ଦୁଇ ଦୁଇଟି ଜଟିଳ ଅସ୍ତ୍ରୋପଚାର କରି ଯୋଡାମୁଣ୍ଡ ଶିଶୁ ଜଗା-ବଳିଆକୁ ଅଲଗା କରାଯାଇଥିଲା। ଦୀର୍ଘଦିନ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ରହିବା ପରେ ଉଭୟଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। More
  • Chandan Shishu
  • 3 years ago

ଏସିଏଫ୍ ମୃତ୍ୟୁ ରହସ୍ୟକୁ ଭେଦିପାରିବ କି CB: ୪ଟି ପ୍ରଶ୍ନର ଉତ୍ତର ଦିଅ ବୋଲି କହିଲେ ସୌମ୍ୟଙ୍କ ଭାଇ

ସୌମ୍ୟଙ୍କ ମୃତଦେହ ମିଳିଥିବା କୋଠରୀରେ ତନ୍ନତନ୍ନ ଯାଞ୍ଚ କରି ନମୁନା ସଂଗ୍ରହ କରିଛି। ପ୍ରାୟ ୨ ଘଣ୍ଟା ଧରି ଏକ୍ସପର୍ଟ ଟିମ୍ ସେଠାରେ ଯାଞ୍ଚ କରିଥିଲା। ଯାଞ୍ଚ ପରେ ତଦନ୍ତକାରୀ ଅଧିକାରୀ କହିଛନ୍ତି, ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। More