• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 17 July 2021

  • Chandan Shishu
  • 3 years ago

ଲାପଟପ୍‌ରୁ ମିଳିଲା ACF ସୌମ୍ୟରଂଜନଙ୍କ ହାତଲେଖା

୧୫ ତାରିଖ ପରେ ମୁକ୍ତ ହୋଇଯିବି ବୋଲି ବି ଲେଖାଯାଇଛି। ଅର୍ଥାତ ଅନ୍ୟତ୍ର ବଦଳି କରିଦିଆଯିବାର ଆଭାସ ପାଇବା ପରେ ଏକଥା ଲେଖିଥିଲେ କି ସୌମ୍ୟ? ଯାହାକୁ ଜବତ କରିଛି ପୋଲିସ।  More
  • Chandan Shishu
  • 3 years ago

ଦାନିଶଙ୍କୁ ଝୁରୁଛି ପେଣ୍ଡାଜାମ, ମନେ ପକାଉଛନ୍ତି ରିନା ଯାନୀ

କରୋନା ଟିକା କେମିତି ଏକ ଅପହଞ୍ଚ ଇଲାକାରେ ଲୋକଙ୍କ ହାତରେ ଲାଗୁଛି, ତାହାର ପୁରା ଘଟଣାକ୍ରମ କ୍ୟାମେରାରେ କଏଦ କରିବାକୁ କୋରାପୁଟ ଆସିଥିଲେ ଦାନିଶ More
  • Sarbeswar
  • 3 years ago

୩ ରୁ ୪ ମାସ ରହିପାରେ ତୃତୀୟ ଲହରର ପ୍ରକୋପ

କୋଭିଡ୍ ଟିକା ନେବା ପରେ ରାଜ୍ୟରେ କେତେଜଣ ସଂକ୍ରମିତ ହୋଇଛନ୍ତି? ପ୍ରଥମ ଡୋଜ୍ ନେବା ପରେ କେତେ ଓ ଦ୍ୱିତୀୟ ଡୋଜ୍ ପରେ କେତେ, ସେ ସଂପର୍କରେ ତର୍ଜମା କରୁଛି ସ୍ୱାସ୍ଥ୍ୟ ବିଭାଗ ଟିମ୍। ସେପଟେ ଟିକା ନେବାପରେ ଯେଉଁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି ସେମାନେ ଗୁରୁତର ହେଉନାହାନ୍ତି କିନ୍ତୁ ଅନ୍ୟମାନଙ୍କୁ ସଂକ୍ରମିତ କରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିବା ପରେ ଏବେ ବ୍ରେକ୍ ଥ୍ରୁ ଇନଫେକସନକୁ ନେଇ ଚିନ୍ତା ବଢ଼ିଛି More
  • Sarbeswar
  • 3 years ago

ରାଜ୍ୟ ପାଇଁ ଗୌରବ ଆଣିଲେ ବାରିପଦାର ଝିଅ

ସୁନ୍ଦରୀ ପ୍ରତିଯୋଗିତା ଯେ ବଡ ବଡ଼ ମେଟ୍ରୋ ସହରର ଯୁବତୀଙ୍କ ହାତରେ ଆଉ ତାହା ନୁହଁ ବରଂ ଭାରତର ସୁନ୍ଦରୀ ଯୁବତୀ ପ୍ରତିଯୋଗିତାରେ ଗ୍ରାମାଞ୍ଚଳ ଏବଂ ଛୋଟ ଛୋଟ ସହରର ଯୁବତୀଙ୍କ ମୁଣ୍ଡରେ ମଧ୍ୟ ମୁକୁଟ ପିନ୍ଧି ବାର ସୌଭାଗ୍ୟ ମିଳିଲାଣି More
  • Chandan Shishu
  • 3 years ago

ଅଗଷ୍ଟ ୨୨ ମଧ୍ୟରେ ମାଟ୍ରିକ ରେଜଲ୍ଟ

ଯେଉଁ ଛାତ୍ରଛାତ୍ରୀମାନେ ଅଫଲାଇନ୍ରେ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଛନ୍ତି, ସେମାନଙ୍କ ପରୀକ୍ଷାଫଳ ଅଗଷ୍ଟ ୨୨ ସୁଦ୍ଧା ବାହାର କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଯୋଜନା କରିଛି। More
  • Chandan Shishu
  • 3 years ago

ରାଜ୍ୟ କ୍ୟାବିନେଟ୍‌ର ୧୫ ପ୍ରସ୍ତାବ ଅନୁମୋଦିତ

ପୁରୀ ଅବଢ଼ା ଯୋଜନା ପାଇଁ ସଂରକ୍ଷିତ ଖଣିରୁ ଆସିବାକୁ ଥିବା ଖଣ୍ଡୋଲାଇଟ୍ ପଥର ଉପରୁ ରୟାଲଟି ଛାଡ଼ କରାଯାଇଛି। ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତା ୨ ଲେନ୍ ବିଶିଷ୍ଟ ହେବ। More
  • Chandan Shishu
  • 3 years ago

ରାଜ୍ୟରେ ସୋମବାର ଠାରୁ ଚାଲିବ ବସ୍

ଘରୋଇ ବସ୍ ମାଲିକ ସଂଘର ଦାବି ଥିଲା- ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେବା ଯାଏଁ ବସ୍ ଗଡ଼ିବନି। ୧ ଲକ୍ଷ ଟଙ୍କା ସହାୟତା ରାଶି, ବୀମା ଅବଧି ବୃଦ୍ଧି, ଇଏମଆଇ ଘୁଞ୍ଚାଇବା ଆଦି ୭ ଦଫା ଦାବି ଉଠାଇ ବସ୍ ନଚଳାଇବାକୁ ନିଷ୍ପତ୍ତି ନେଇଥିଲା ସଂଘ। More
  • Chandan Shishu
  • 3 years ago

ସବୁ ପରୀକ୍ଷାକୁ ଗୁରୁତ୍ୱର ନେବା ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ସଚିବ

ଯଦି ପୁଣି କୋଭିଡ଼ ନେଇ ପରୀକ୍ଷା କରି ନହୁଏ, ଏଇ ଅନୁସାରେ ରେଜଲ୍ଟ ପ୍ରକାଶ ପାଇବ। ଶ୍ରେଣୀ ଶିକ୍ଷକଙ୍କ ଦ୍ୱାରା ଆସେସମେଣ୍ଟ ଟେଷ୍ଟ ପରିଚାଳନା ହେବ। More
  • Prangyan Parimita
  • 3 years ago

ଜଗା ପ୍ରେମରେ ଆଉ ଜଣେ ସାଲବେଗ : ହେରାପଞ୍ଚମୀରେ ମହାପ୍ରଭୁଙ୍କ ଦର୍ଶନ କଲେ, ଭୋଗ ଲଗାଇଲେ

ଭାବ ଭକ୍ତିର ଡୋରରେ ବନ୍ଧା ଭାବ ବିନୋଦିଆ ଠାକୁର । ଜଗା ପ୍ରେମରେ ଆଉ ଜଣେ ସାଲବେଗ । ଅସହାୟ ବୃଦ୍ଧବୃଦ୍ଧାଙ୍କୁ ମାଗଣା ଖାଇବାକୁ ଦେଇ ବହୁ ଚର୍ଚ୍ଚାକୁ ଆସିଥିବା କାସିମ୍ ଚାଚା ଏବେ ପୁଣି ଚର୍ଚ୍ଚାରେ । More
  • Chandan Shishu
  • 3 years ago

୨୬ରୁ ଖୋଲିବ ସ୍କୁଲ

ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଳ ବିଶେଷରେ ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ ରହିବ। ଯଦି କେଉଁଠି କେସ୍ ବଢ଼େ, ଜିଲ୍ଲାପାଳ ସେ ଅନୁସାରେ ସେଠି ସ୍କୁଲ ଖୋଲିବେ। More
  • Prangyan Parimita
  • 3 years ago

ବୃକ୍ଷରୋପଣ ନାଁରେ ଟଙ୍କା ହେରଫେର ଅଭିଯୋଗ : କାମ କରିନଥିବା କିଛି ଶ୍ରମିକଙ୍କ ଆକାଉଣ୍ଟରେ ଟଙ୍କା ଜମା ପରେ ଉଠାଣ

ଝାରସୁଗୁଡ଼ା ଜିଲ୍ଲା ବାଗଡିହି ଫରେଷ୍ଟ ରେଂଜ ଅଧୀନ ତାଲମୁଣ୍ଡା ଗାଁରେ ଭିଏସ୍ଏସ୍ ଆନୁକୂଲ୍ୟରେ ହୋଇଥିବା ବୃକ୍ଷରୋପଣରେ ଟଙ୍କା ହେରଫେର ଅଭିଯୋଗ । More
  • Chandan Shishu
  • 3 years ago

ସାପ କାମୁଡ଼ାରେ ଅସୁସ୍ଥ ଥିବା ମଞ୍ଜୁଳାର ହେଲା ପ୍ଲାଷ୍ଟିକ୍ ସର୍ଜରୀ

ଏବେ ବି ଲୋକଙ୍କ ମଧ୍ୟରେ ରହିଛି ଅନ୍ଧବିଶ୍ୱାସ। ସାପ କାମୁଡ଼ାରୁ ଭଲ କରିବାକୁ ବ୍ୟକ୍ତି ଜଣଙ୍କୁ ମନ୍ଦିର ବେଢ଼ାକୁ ନେଇ ପାଣି ଢାଳୁଛନ୍ତି ଲୋକେ। More
  • Rajalaxmi Sahoo
  • 3 years ago

MSME ପାର୍କ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ବେଳେ ମୁହାଁମୁହିଁ ପରିସ୍ଥିତି

MSME ପାର୍କ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ବେଳେ ପାନପୋଷ ଡିଭିଜନ ରିଓ ଗାଁ ନିକଟରେ ମୁହାଁମୁହିଁ ପରିସ୍ଥିତି, ଜମି ଅଧିଗ୍ରହଣକୁ ବିରୋଧ କରୁଛନ୍ତି ରିଓ ଏବଂ ପାଖ ଗାଁ ଲୋକେ; ଜମି ଅଧିଗ୍ରହଣ ସ୍ଥଳରେ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ।

  • Rajalaxmi Sahoo
  • 3 years ago

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

ଭଦ୍ରକ: ଏନଏଚ-୧୬ ଚରମ୍ପା ନିକଟ ଧାମରା ରେଲ୍‌ୱେ ଓଭରବ୍ରିଜ ନିକଟରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ; ଏକ ଅଟୋରେ ରେଡ୍‌ ସମୟରେ ଜବତ କଲା ଗ୍ରାମାଞ୍ଚଳ ଥାନା ପୋଲିସ, ୪ ଗିରଫ।

  • Rajalaxmi Sahoo
  • 3 years ago

ତୃତୀୟ ଲହର ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି ସ୍ୱାଗତଯୋଗ୍ୟ

ସମ୍ଭାବ୍ୟ ତୃତୀୟ ଲହର ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଲେ- ତୃତୀୟ ଲହର ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି ସ୍ୱାଗତଯୋଗ୍ୟ। ପ୍ରତି ଲହର ୩ରୁ ୪ ମାସ ରହୁଛି। ଏହାକୁ ଦୃଷ୍ଟିରେ ରଖି ସଜାଗ ରହିବାକୁ ପଡ଼ିବ। ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ, ଆମ ସର୍ଭେଲାନ୍ସ ଟିମ୍ ବି ପ୍ରସ୍ତୁତ ଅଛି।

  • Rajalaxmi Sahoo
  • 3 years ago

ଚାକିରି ନାଁରେ ଠକେଇ ପାଇଁ ଅପହରଣ; ୭ ଗିରଫ

ଭୁବନେଶ୍ୱର: ଚାକିରି ନାଁରେ ଠକେଇ ପାଇଁ ଅପହରଣ; ୭ ଗିରଫ, ଅପହରଣକାରୀଙ୍କୁ ଅପହୃତ ଚାକିରି ନାଁରେ ୨୧ ଲକ୍ଷ ଠକିଥିବା ଅଭିଯୋଗ ହୋଇଥିଲା, ଚାକିରି କିମ୍ବା ଟଙ୍କା ନ ମିଳିବାରୁ ଅପହରଣ କରିଥିଲେ ୫ ଯୁବକ।

  • Rajalaxmi Sahoo
  • 3 years ago

ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ

ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍‌। ‌ଆସନ୍ତା ୨୩ରେ ସେ ଓଡିଶାରେ ପହଞ୍ଚିବେ। ଗସ୍ତ ସମୟରେ ସେ ରାଜ୍ୟରେ ଦଳୀୟ ସଂଗଠନର ସ୍ଥିତି ସମୀକ୍ଷା କରିବେ। ଏଥିସହ ବିଭିନ୍ନ ବୁଥ୍‌, ମଣ୍ଡଳ ସ୍ତରୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା କାର୍ଯ୍ୟ ରହିଛି। ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ସମ୍ପାଦକଙ୍କ ଏହି ଗସ୍ତକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହା ନିୟମିତ ଗସ୍ତ ବୋଲି ବିଜେପି କହିଛ।

  • Rajalaxmi Sahoo
  • 3 years ago

ଦୀର୍ଘ ଦିନ ପରେ ସ୍ୱାଭାବିକ ହେଲା ଲଞ୍ଚ ସେବା

ଦୀର୍ଘ ଦିନ ପରେ ସ୍ୱାଭାବିକ ହେଲା ଲଞ୍ଚ ସେବା। ମାଲକାନଗିରି ସ୍ୱାଭିମାନ ଅଂଚଳରେ ପୁଣି ଆରମ୍ଭ ହୋଇଛି ଲଞ୍ଚ ସେବା। ଏହି ସେବା ବନ୍ଦ ହେବା ପରେ ବିଛିନ୍ନାଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। କୌଣସି କାମରେ ମାଲକାନଗିରି କିମ୍ବା ଚିତ୍ରକୋଣ୍ଡା ଆସିବା ପାଇଁ ଡଙ୍ଗା କିମ୍ବା ମୋଟର ଡଙ୍ଗା ବ୍ୟବହାର କରୁଥିଲେ। ଏଥିଲାଗି ବିପଦପୂର୍ଣ ଜଳଯାତ୍ରା ସହ ଅତ୍ୟଧିକ ଖର୍ଚ୍ଚ କରିବାକୁ ପଡୁଥିଲା। ଜନ୍ତ୍ରୀ ପଂଚାୟତକୁ ଯୋଗାଯୋଗ ପାଇଁ କିଛି ସୁବିଧା ନଥିବାରୁ ଲୋକଙ୍କ ପାଇଁ ଏକମାତ୍ର ଭରସା ପାଲଟିଥିଲା ଏହି ଲଞ୍ଚ ସେବା। ପୁଣିଥରେ ଲଞ୍ଚ୍ ସେବା ଆରମ୍ଭ ହେବା ପରେ ୫ଟି ପଞ୍ଚାୟତର ଲୋକେ ଉପକୃତ ହୋଇଛନ୍ତି।

  • Rajalaxmi Sahoo
  • 3 years ago

ଭୀମଟାଙ୍ଗୀ ପ୍ରିୟଙ୍କା ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି

ଭୁବନେଶ୍ୱର ଭୀମଟାଙ୍ଗୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ହତ୍ୟାକାଣ୍ଡ ପରେ ଜଗନ୍ନାଥର ହାତରେ ଗଭୀର ଆଘାତ ଲାଗିଥିଲା। ସେ ଗିରଫ ପରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ ଥିଲା।  ତେବେ ତା’ ହାତର ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।  

  • Prangyan Parimita
  • 3 years ago

କରୋନା ମହାମାରୀ ଛଡାଇ ନେଇଛି ଚିତ୍ରଶିଳ୍ପୀଙ୍କ ମୁହଁରୁ ହସ

ସିମେଣ୍ଟ ଓ ମାଟିରେ ମୂର୍ତ୍ତି ସହ ଗୋବରରେ କଣ୍ଢେଇ ନିର୍ମାଣ କରି ଗୁଜରାଣ ମେଣ୍ଟାଉଥିଲେ । ହେଲେ କରୋନା କଟକଣା ଯୋଗୁଁ ଦୁଇ ବର୍ଷ ହେଲା ମୂର୍ତ୍ତି ବିକ୍ରି ହେଉନି । ବାଧ୍ୟହୋଇ ପୁଣି ଏକ ଅନ୍ୟ ପନ୍ଥାକୁ ଆପଣାଇଲେଣି ଚିତଶିଳ୍ପୀ ।  More

  • Rajalaxmi Sahoo
  • 3 years ago

ମାଗଣାରେ ଗ୍ୟାସ୍‌ ଭର୍ତ୍ତି ସିଲିଣ୍ଡରର ଲୋଭ ଦେଖାଇ ଖାଲି ସିଲିଣ୍ଡର ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ

ସରକାରଙ୍କ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ଗ୍ୟାସ୍‌ ଭର୍ତ୍ତି ସିଲିଣ୍ଡର ଦିଆଯିବ କହି ଆଦିବାସୀଙ୍କ ନିକଟରୁ ଖାଲି ସିଲିଣ୍ଡର ଧରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ।  More

  • Minati Mishra
  • 3 years ago

ଯୋଜନା ବୈଠକରେ ମୁହାଁମୁହିଁ ହେଲେ ବିଧାୟକ ବାପା଼-ଝିଅ

ବାପା-ଝିଅ କଥା କଟାକଟି। ଜିଲ୍ଲା ଯୋଜନା ବୈଠକରେ ମୁହାଁମୁହିଁ ହେଲେ ବିଧାୟକ ବାପା଼-ଝିଅ। More

  • Prangyan Parimita
  • 3 years ago

ଗୁଣି ଗାରେଡ଼ି ସନ୍ଦେହରେ ଗାଁରୁ ବାସନ୍ଦ : ୧୫ ଦିନ ହେଲା ଗଛ ମୂଳେ ଆଶ୍ରୟ ନେଇଛନ୍ତି ପରିବାର ଲୋକ

ହଜି ଯାଉଛି ମାନବିକତା। ଅନ୍ଧବିଶ୍ୱାସର ଅନ୍ଧଗଳିରେ ବାଟବଣା ହୋଇଯାଉଛି ମଣିଷ । ଗାଁ ଗଣ୍ଡାରେ ବର୍ତ୍ତମାନ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷତ୍ୱ ଭୁଲିଯାଉଛନ୍ତି More

  • Rajalaxmi Sahoo
  • 3 years ago

ଶରୀରଠୁ ୨୦୦ ମିଟର ଦୂରରେ ପଡ଼ିଛି ମୁଣ୍ଡ ଓ ହାତ

ବିଲ ମଝିରେ ଗଳିତ ମୃତଦେହ ଉଦ୍ଧାର। ଗୋଟିଏ ସ୍ଥାନରେ ଶରୀରର କିଛି ଅଂଶ ପଡ଼ିଥିବା ବେଳେ ଅନ୍ୟ ସ୍ଥାନରେ ପଡ଼ିଛି ଆଉ କିଛି ଅଂଶ। ଶରୀର ଠାରୁ ପ୍ରାୟ ୨୦୦ ମିଟର ଦୂରରେ ପଡ଼ି ରହିଛି ମୁଣ୍ଡ ଓ ୨ଟି ହାତ।  More

  • Rajalaxmi Sahoo
  • 3 years ago

ସୋମବାର ରାତି ୮ଟାରୁ ପୁରୀ ସହରରେ ଲାଗୁ ହେବ କର୍ଫ୍ୟୁ

ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରା ବେଳେ ବି ପୁରୀ ସହରରେ କର୍ଫ୍ୟୁ ଲାଗୁ କରାଯିବ। ସୋମବାର ରାତି ୮ଟାରୁ କର୍ଫ୍ୟୁ ଲାଗୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। More

  • Rajalaxmi Sahoo
  • 3 years ago

ଏକତରଫା ଭଲ ପାଇବାକୁ ନେଇ ବୋମାମାଡ

ଗତକାଲି ବିଳମ୍ବିତ ରାତିରେ ପୁରୀ ଅଠରନଳାରେ ବୋମାମାଡ ହୋଇଛି। ଏକତରଫା ଭଲ ପାଇବାକୁ ନେଇ ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ ୫ରୁ ୬ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଅଠରନଳାରେ ରହୁଥିବା ନୃସିଂହ ନାୟକ ଓ ତାଙ୍କ ସ୍ତ୍ରୀଙ୍କ ଉପରେ ବୋମାମାଡ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ଉଭୟ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପୁରୀ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।  ଅନ୍ୟପକ୍ଷରେ ପାଲଟା ଆକ୍ରମଣରେ ଆହତ ଯୁବକଙ୍କୁ ପ୍ରଥମେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁରୀ ସଦରଥାନା ପୋଲିସ ଘଟଣାର ତଦନ୍ତ କରୁଛି। 

  • Rajalaxmi Sahoo
  • 3 years ago

୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପ୍ରଥମ ବର୍ଷର ନାମଲେଖା ସେପ୍ଟେମ୍ବର ୩୦ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ

ଦେଶର କୋଭିଡ୍ ସ୍ଥିତିକୁ ଦେଖି ପରୀକ୍ଷା ଓ ନାମଲେଖା ନେଇ ୟୁଜିସ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି।  ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପ୍ରଥମ ବର୍ଷର ନାମଲେଖା ସେପ୍ଟେମ୍ବର ୩୦ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଟୋବର ପହିଲାରୁ ପାଠପଢା ଆରମ୍ଭ କରିବାକୁ ଗାଇଡଲାଇନ ରହିଛି। ଏସମ୍ପର୍କରେ ସବୁ ବିଶ୍ୱବିଦ୍ୟାଳୟ ଓ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି।  

  • Minati Mishra
  • 3 years ago

ରାଜ୍ୟରୁ ବାହାରିଲେ ୨,୧୮୨ କରୋନା ପଜିଟିଭ୍‌, ପୁଣି ଆଖି ବୁଜିଲେ ୬୭ ଆକ୍ରାନ୍ତ

ରାଜ୍ୟରେ କରୋନା ସଂକ୍ରମଣ ୨ ହଜାର ତଳକୁ ଖସୁନି। ସଂକ୍ରମଣ ହାର କମିଥିଲେ ହେଁ ରାଜ୍ୟରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଉପରେ ରହୁଛି। ଆଜି ରାଜ୍ୟରୁ ନୂଆ ୨୧୮୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। More

  • Rajalaxmi Sahoo
  • 3 years ago

ପତି-ପତ୍ନୀଙ୍କ କଳିର ସମାଧାନ କରିବାକୁ ଆସି ହତ୍ୟାର ଶିକାର ହେଲେ ମଧ୍ୟସ୍ଥି

ପତି-ପତ୍ନୀଙ୍କ କଳିର ସମାଧାନ କରିବାକୁ ଆସି ହତ୍ୟାର ଶିକାର ହେଲେ ମଧ୍ୟସ୍ଥି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବାଙ୍କିଘିରଡ଼ି ଆନ୍ଧ୍ରାଡେରାରେ ଏହି ଅଭାବନୀୟ ଘଟଣା ଘଟିଛି। More

  • Minati Mishra
  • 3 years ago

ମିଶନ ଶକ୍ତି ର ମହିଳାଙ୍କ ପାଇଁ ୪୫୩.୫୦ କୋଟିର କୋଭିଡ ସହାୟତା ପ୍ୟାକେଜ୍‌

ମହିଳାଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ମିଶନ ଶକ୍ତି ମହାସଂଘର ନିଜସ୍ୱ ଘର ହେବା ସହ ମହିଳାଙ୍କୁ ମିଳିବ ସହାୟତା। More

  • Rajalaxmi Sahoo
  • 3 years ago

୨ ଛୁଆଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ଉଦ୍ୟମ

୨ ପିଲାଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ଉଦ୍ୟମ। କନ୍ଧମାଳ ଜିଲ୍ଲା ରାଇକିଆରେ ଏହି ଅଭାବନୀୟ ଘଟଣା ଘଟିଛି। ୨ ପିଲାଙ୍କୁ କୂଅକୁ ଠେଲି ଦେବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି। More

  • Rajalaxmi Sahoo
  • 3 years ago

ଏଣିକି ପ୍ରତି ଶନିବାର ବନ୍ଦ ରହିବ ଅଫିସ୍

ଏଣିକି ପୂର୍ଣ୍ଣ କ୍ଷମତାରେ ଚାଲିବ ରାଜ୍ୟରେ ଥିବା ସମସ୍ତ ସରକାରୀ ଅଫିସ୍‌। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଅଫିସ୍‌ ଗୁଡ଼ିକ ମଧ୍ୟ ପୂର୍ଣ୍ଣ କ୍ଷମତାରେ ଚାଲିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି।  More

  • Chandan Shishu
  • 3 years ago

ଆଶ୍ୱସ୍ତି ଆଣିଲା ଆଂଶିକ ଲକଡାଉନ୍, ତଥାପି ରହିଲା ଦୁଃଖ

ପାର୍ଲର ଓ ଜିମ୍ ମାଲିକ କିନ୍ତୁ ଖୁସ୍। କିନ୍ତୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେବା ଯାଏଁ ବସ୍ ଗଡ଼ିବନି। ୧ ଲକ୍ଷ ଟଙ୍କା ସହାୟତା ରାଶି, ବୀମା ଅବଧି ବୃଦ୍ଧି, ଇଏମଆଇ ଘୁଞ୍ଚାଇବା ଆଦି ୭ ଦଫା ଦାବି ଉଠାଇ ବସ୍ ନଚଳାଇବାକୁ ନିଷ୍ପତ୍ତି ନେଇଛି ସଂଘ। More

  • Satyendu Shekher Mishra
  • 3 years ago

କୁଡ଼ିଆ ଘରେ ବିଜୁଛି ଅନେକଙ୍କ ଜୀବନ, କାରଗଜପତ୍ର ଥାଇ ବି ମିଳୁନି ଆବାସ

ଛଣ ଉଡି ବତା ଦେଖାଯାଉଛି । କୁଡିଆ ଘରର ଚାଳ ନାହିଁ କହିଲେ ଚଳେ । ପଲିଥିନ ଘୋଡ଼ାଇ ନୂଆଣିଆ ଭଙ୍ଗା ଦଦରା ଘରେ ବର୍ଷ ବର୍ଷ ଧରି ରହି ଆସୁଛନ୍ତି କୌଶଲ୍ୟା । More

  • Satyendu Shekher Mishra
  • 3 years ago

ପାହାଡ଼ ସାଜିଛି ସ୍କୁଲ ଆଉ ତାର ଚଟ୍ଟାଣ ପାଲଟିଛି କ୍ଲାସ ରୁମ୍

କରୋନା ପାଇଁ ବର୍ଷେ ହେଲା ସ୍କୁଲ ବନ୍ଦ । ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନରେ ପାଠପଢା ବ୍ୟବସ୍ଥା କରିଛନ୍ତି । ହେଲେ ପିଲାଙ୍କ ଶିକ୍ଷାଦାନରେ ସମସ୍ୟା ସାଜିଛି ନେଟୱାର୍କ । More

  • Chandan Shishu
  • 3 years ago

ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ୫ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ୍ !

ରୋଷେୟା ମନ୍ମଥ କୁମ୍ଭଙ୍କୁ ପଚରାଉଚରା କରିଥିଲା ପୋଲିସ। କିନ୍ତୁ ତଦନ୍ତର ସ୍କାନର୍‌ରେ ଥିବା ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଏଯାଏଁ ପଚରାଉଚରା କରିନଥିବା କୁହାଯାଉଛି। More

  • Chandan Shishu
  • 3 years ago

ଓପେରା ମିସ୍ ଇଣ୍ଡିଆର ରନର୍ସଅପ ମୁକୁଟ ପିନ୍ଧିଲେ ମୟୁରଭଞ୍ଜର ଝିଅ

ସର୍ବଭାରତୀୟ ସ୍ତରର ଦୁଇ ଶହରୁ ଅଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ରନର୍ସଅପ୍ ହେବାର ସୈାଭାଗ୍ୟ ପାଇଛନ୍ତି। ସେ ଅପେରା ମିସ୍ ଇଣ୍ଡିଆ ଫାଇନାଲକୁ ମନୋନୀତ ହୋଇଥିଲେ। ସେଥିରୁ ପ୍ରିୟଙ୍କା ଜଣେ ଜାତୀୟ ସୁନ୍ଦରୀ ଭାବେ ପରିଚୟ ପାଇଛନ୍ତି। More