• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ରାଜ୍ୟରେ ଆହୁରି ଖସିବ ପାରଦ। ଆଗାମୀ ୨୪ ଘଣ୍ଟା ଭିତରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସଂଭାବନା ନଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ପରବର୍ତ୍ତୀ ୪ ଦିନ ଭିତରେ ପାରଦ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଶୀତ ବଢିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଏବେ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରକୋପ ଦେଖିବାକୁ ମିଳୁଛି। କୁହୁଡ଼ି ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି। କଟକଭୁବନେଶ୍ୱର ରେ ଘନ କୁହୁଡ଼ିର ଆସ୍ତରଣ। ଘନ କୁହୁଡ଼ି ଯୋଗୁଁ ୫୦ ମିଟର ଦୂରକୁ ଦେଖି ହେଉନାହିଁ।

ଅଧିକ ପଢ଼ନ୍ତୁ: ଥରୁଛି କନ୍ଧମାଳ, ସାରା ରାଜ୍ୟରେ ପ୍ରବଳ ଜାଡ଼

ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱରରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ବିମାନ ବିଳମ୍ବିତ ହେଉଥିବା ସୂଚନା ମିଳିଛି। ସେହିପରି ଭୁବନେଶ୍ୱରରେ ୪ଟି ବିମାନର ଅବତରଣ ମଧ୍ୟ ବିଳମ୍ବିତ ହୋଇଛି।  

OTV is now on Whatsapp

Join and get latest news update delivered to you via whatsapp

Join Now