/odishatv-khabar/media/post_attachments/uploadimage/library/16_9/16_9_0/IMAGE_1718550520.jpg)
Tomato Rate
ପାକିସ୍ତାନରେ ୨୦୦ ପାର୍ କରିଛି ଟମାଟୋ ଦର । ଆସନ୍ତାକାଲି ମୁସଲମାନ ସମ୍ପ୍ରଦାୟର ଇଦ୍-ଅଲ-ଅଦା ରହିଛି । ଏହି ଅବସରରେ ପାକିସ୍ତାନରେ ଟମାଟୋ କିଲୋ ୨୦୦ ଟଙ୍କା ପାର୍ କରିଛି । ମାତ୍ର ଗୋଟିଏ ଦିନରେ ଟମାଟୋ କିଲୋ ପିଛା ୧୦୦ ଟଙ୍କା ବଢ଼ିଛି ।
ପାକିସ୍ତାନରେ ଏହାର ଦାମ୍ ୧୦୦ ଟଙ୍କା ପର୍ଯ୍ୟନ୍ତ ରଖିବାକୁ ନିର୍ଦ୍ଦେଶ ରହିଥିବା ବେଳେ ବର୍ତ୍ତମାନ ଇଦ୍ ଉପଲକ୍ଷେ ଏହା ୨୦୦ ଛୁଇଁଛି । ତେବେ ଏପରି ପରିସ୍ଥିତିକୁ ନେଇ ପେଶୱାର ଡେପୁଟି କମିଶନର ଜିଲ୍ଲା ଟମାଟୋ ପରିବହନ ଉପରେ କଟକଣା ଲଗାଇଛନ୍ତି ।
ବିନା ଅନୁମତିରେ ଟମାଟୋ ରପ୍ତାନୀ କରା ଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ଇଦ୍ ଅଲ-ଅଦାକୁ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ ସ୍ଥାନୀୟ ଖୁଚୁରା ବଜାରରେ ଟମାଟୋ ମୂଲ୍ୟ ଦ୍ୱିଗୁଣିତ ହୋଇଛି । ଫଳରେ ପୂର୍ବ ବର୍ଷମାନଙ୍କ ପରି ପୁଣି ଥରେ ଟମାଟୋ ଓ ପିଆଜ ବର୍ଦ୍ଧିତ ଦର ସହ ବିକ୍ରି ହେଉଛି ।
ତେବେ ଗୋଟିଏ ଦିନରେ କିଲୋଗ୍ରାମ ପିଛା ୧୦୦ ଟଙ୍କା ବୃଦ୍ଧି ପାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜିଲ୍ଲା ପ୍ରଶାସନ କେବଳ କାଗଜ କଲମରେ ସୀମିତ ରହିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଫଳରେ ଟମାଟୋ ଦରରେ ଅହେତୁକ ବୃଦ୍ଧି ଘଟିଛି ।
ସୂଚନାଯୋଗ୍ୟ, ବଜେଟ୍ ଉପସ୍ଥାପନା ବେଳେ, ମୁଦ୍ରାସ୍ଫୀତି ୧୨% ବଜାୟ ରଖିବା ପାଇଁ ସରକାର ପ୍ରତିବଦ୍ଧ ଥିଲେ । ଏଥିପାଇଁ ବିଭିନ୍ନ ପଦକ୍ଷେପ ମଧ୍ୟ ନେଇଥିଲେ । ତଥାପି ଟମାଟୋର ଏପରି ବଢ଼ୁଥିବା ଦର ସରକାରଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି ।
ସେପଟେ ପାକିସ୍ତାନର ଏପରି ଦେବାଳିଆ ଅବସ୍ଥାରେ କେବେ ସୁଧାର ହେବ ତାହା ବର୍ତ୍ତମାନ ସୁଦ୍ଧା ଅନୁମାନ କରା ଯାଇପାରୁନାହିଁ । ବର୍ଦ୍ଧିତ ଇନ୍ଧନ ଖର୍ଚ୍ଚ ଏବଂ ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡିକରେ ଜିଏସଟି ହାର ବୃଦ୍ଧି ହେତୁ ଆଶା କରାଯାଇପାରେ ଯେ, ମୁଦ୍ରାସ୍ଫୀତି ଆହୁରି ଅଧିକ ହେବ । ଫଳରେ ପାକିସ୍ତାନରେ ଜୀବନଧାରଣର ମାନ ଆହୁରି ମହଙ୍ଗା ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)