• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗଞ୍ଜାମ.. ଦିନେ ବିଜେଡିର ଗଡ ଥିବା ଏହି ଜିଲ୍ଲାରୁ ଲଗାତାର ଷଷ୍ଠ ଥର ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ୨୪ ବର୍ଷର ପ୍ରତିନିଧିତ୍ୱ ଭିତରେ ନା କୌଣସି ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଛି ନା ଦୂର ହୋଇଛି ଗ୍ରାମାଂଚଳ ବାସୀଙ୍କ ଦୁଃଖ ।

ଦିଗପହଣ୍ଡି ସ୍ଥିତ ଘୋଡାହାଡ ଡ୍ୟାମ୍ । ସ୍ଥାନୀୟ ଅଂଚଳରେ ଚାଷୀଙ୍କ ପ୍ରମୁଖ ଲାଇଫଲାଇନ୍ । ୧୯୭୮ରେ ତିଆରି ହୋଇଥିବା ଏହି ପ୍ରକଳ୍ପ ଦ୍ୱାରା ହଜାର ହଜାର ହେକ୍ଟର ଚାଷଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ରଖିଥିଲେ ପୂର୍ବ ସରକାର । ଡ୍ୟାମର ଜଳଧାରଣ କ୍ଷମତା ୩ ହଜାର ୫୨ ଘନଫୁଟ୍ ଥିବା ବେଳେ ସେତେବେଳେ ୭ ହଜାର ୮୫୬ ହେକ୍ଟର ଚାଷଜମିକୁ ଜଳ ଯୋଗାଉଥିଲା ।

ହେଲେ ଏବେ ତାହା ଟାଙ୍ଗରା ଭୂଇଁରେ ପରିଣତ ହୋଇଛି । ରକ୍ଷଣାବେକ୍ଷଣ ଅଭାବରୁ ଡ୍ୟାମରେ ଏବେ ମାତ୍ର ୨ ପ୍ରତିଶତ ପାଣି ରହୁଛି । ସେହିପରି ଦିଗପହଣ୍ଡି ଅଂଚଳରେ ପାନୀୟ ଜଳ ଓ ଚାଷ ଜମିକୁ ଜଳସେଚନ ପାଇଁ ଗଜପତି ଜିଲ୍ଲା ମୋହନାରେ ହୋଇଥିଲା ଛେଳିଗଡ଼ ପ୍ରକଳ୍ପ ।

୨୦୦୩ରେ ୫୨ କୋଟିର ଏହି ପ୍ରକଳ୍ପର ଭୂମିପୂଜା ହୋଇଥିବା ବେଳେ ଆଜିଯାଏଁ ତାହା ପୂର୍ଣ୍ଣାଙ୍ଗ ହୋଇପାରିଲାନି । ବ୍ରହ୍ମପୁର ସହରର ଜଳକଷ୍ଟକୁ ଦେଖି ପ୍ରାୟ ୫ଶହ କୋଟି ବ୍ୟୟରେ ତିଆରି ହୋଇଛି ଜାନିବିଲ ପ୍ରକଳ୍ପ । ୩୦ ବର୍ଷର ଏହି ମେଗା ପ୍ରୋଜକେଟ୍ ର ଉଦଘାଟନ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ହୋଇଥିଲେ ମଧ୍ୟ ଏବେବି ଲୋକେ ପିଇବା ପାଣି ପାଇଁ ହଟହଟା ହେଉଛନ୍ତି ।

ସେହିପରି ୧୯୯୬ରେ ବ୍ରହ୍ମପୁର ଉପକଣ୍ଠରେ ଟାଟାକୁ ୩ ହଜାର ୭୦୦ଏକର ଜମି ଦିଆଯାଇଥିଲେ ବି ଏଯାଏଁ ଛୁଞ୍ଚିଟିଏ ନିର୍ମାଣ ହୋଇପାରିଲାନି । ସେପଟେ ପୂର୍ବରୁ ନୌବାଣିଜ୍ୟର ପ୍ରମୁଖ ସ୍ଥଳ ଥିବା ଗୋପାଳପୁର ବନ୍ଦର ଆଜିଯାଏଁ ନିୟମିତ ବନ୍ଦରଟିଏ ହୋଇପାରିଲାନି । ଜିଲ୍ଲାର ଶତାଧିକ ଛୋଟ ବଡ କମ୍ପାନୀରେ ତାଲା ପଡିଛି, ଶିଳ୍ପ କଥା ତ ନକହିଲେ ଭଲ ।

ଯାହାର ବଡ ପ୍ରଭାବ ପଡିଛି ନିଯୁକ୍ତି ଓ ରୋଜଗାର ଉପରେ । ଦାଦନ ଜିଲ୍ଲାର ହୀନ ପରିଚୟ ମୁଣ୍ଡାଇଛି ଗଞ୍ଜାମ । ପ୍ରତି ଗାଁରୁ କିଏ ନା କିଏ ରୋଜଗାର ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି । ଚଳିତ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ଦାଦନ, ପାଣି ଓ ନିଯୁକ୍ତି ଭଳି ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରି କ୍ଷମତାକୁ ଆସିଛି ବିଜେପି ।

ଜିଲ୍ଲାର ବିକାଶ ନେଇ ଦଳ ପୂର୍ବ ବିଜେଡି ସରକାର ଉପରେ ଦୋଷ ଲଦିବା ସହ ଯାହା ପ୍ରତିଶ୍ରୁତି ଦିଆଯାଇଛି, ନିଶ୍ଚିତ ପୂରଣ ହେବ ବୋଲି କହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now