• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ସରକାରୀ ଚାକିରି ଖୋଜୁଥିବା ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସିକ୍ୟୁରିଟି ଆଣ୍ଡ୍‌ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI) A ଗ୍ରେଡ୍ ଅଫିସର ନିଯୁକ୍ତି ଘୋଷଣା କରିଛି। ଏନେଇ ବିଜ୍ଞାପନ ମଧ୍ୟ ଜାରି କରିଛି।

ଏହି ନିଯୁକ୍ତି ମାଧ୍ୟମରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୯୭ଟି ପଦବୀ ପୂରଣ ହେବ। ଗ୍ରାଜୁଏସନ୍ ପାଶ୍ କରିଥିବା ପ୍ରାର୍ଥୀମାନେ ମଧ୍ୟ ଏହାର ସୁଯୋଗ ନେଇପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SEBIର ଅଫିସିଆଲ୍ ୱେବ୍‌ସାଇଟ୍‌ sebi.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ SEBI Grade A Recruitment Apply for 97 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଅଧିକ ପଢ଼ନ୍ତୁ: SBI Recruitment: ବିନା ପରୀକ୍ଷାରେ SBIରେ ଚାକିରି; ମାସକୁ ଦରମା ୬୯ ହଜାରରୁ ଅଧିକ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୧ ଜୁନ୍ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୦ ଜୁନ୍ ୨୦୨୪

ଖାଲି ପଦବୀ:

  • ସାଧାରଣ ଷ୍ଟ୍ରିମ୍‌ – ୬୨ଟି ପୋଷ୍ଟ୍
  • ଲିଗାଲ – ୦୫ଟି ପୋଷ୍ଟ୍
  • ସୂଚନା ପ୍ରଯୁକ୍ତିବିଦ୍ୟା – ୨୪ଟି ପୋଷ୍ଟ୍
  • ରିସର୍ଚ୍ଚ – ୦୨ଟି ପୋଷ୍ଟ୍
  • ସରକାରୀ ଭାଷା – ୨ଟି ପୋଷ୍ଟ୍
  • ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ – ୨ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଶିକ୍ଷାଗତ ଯୋଗ୍ୟତା:

  • ଆସିଷ୍ଟାଣ୍ଟ ମ୍ୟାନେଜର (ଜେନେରାଲ୍ ଷ୍ଟ୍ରିମ୍) - ଯେକୌଣସି ବିଭାଗରେ ପିଜି ଡିପ୍ଲୋମା କିମ୍ବା ଡିପ୍ଲୋମା ସହିତ ସ୍ନାତକ
  • ଆସିଷ୍ଟାଣ୍ଟ ମ୍ୟାନେଜର୍ (ଲିଗାଲ୍) - ଆଇନରେ ସ୍ନାତକ
  • ଆଇଟି - ଇଞ୍ଜିନିୟରିଂର ଯେକୌଣସି ବ୍ରାଞ୍ଚ୍‌ରେ ସ୍ନାତକ ସହ କମ୍ପ୍ୟୁଟର ବିଜ୍ଞାନ କିମ୍ବା ଆପ୍ଲିକେଶନରେ PG
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବାଧିକ ବୟସ – ୩୦ ବର୍ଷ
  • ବୟସ ଗଣନା ୩୧। ମାର୍ଚ୍ଚ । ୨୦୨୪ ଅନୁସାରେ ହେବ

ଅଧିକ ପଢ଼ନ୍ତୁ: BSF CAPF Recruitment: ଦ୍ୱାଦଶ ପାଶ୍‌ କରିଥିରେ BSFରେ ଚାକିରି; ମାସକୁ ଦରମା ୯୨ ହଜାର

ଆବେଦନ ଶୁଳ୍କ:

  • SC/ST/ ଦିବ୍ୟାଙ୍ଗ – ୧୦୦ ଟଙ୍କା
  • ଅନ୍ୟମାନେ – ୧୦୦୦ ଟଙ୍କା

ଦରମା:

  • ସର୍ବନିମ୍ନ ମାସିକ ଦରମା – ୧,୫୪,୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୧,୬୦,୦୦୦ ଟଙ୍କା

OTV is now on Whatsapp

Join and get latest news update delivered to you via whatsapp

Join Now