Advertisment

BSF CAPF Recruitment: ଦ୍ୱାଦଶ ପାଶ୍‌ କରିଥିରେ BSFରେ ଚାକିରି; ମାସକୁ ଦରମା ୯୨ ହଜାର

BSFରେ ଚାକିରି କରିବା ପାଇଁ ପ୍ରାୟ ଯୁବବର୍ଗଙ୍କ ସ୍ୱପ୍ନ ଥାଏ। ଯଦି ଆପଣ ଏଥିରେ ଯୋଗଦେବାକୁ ଆପଣ ବି ସ୍ୱପ୍ନ ଦେଖୁଥାନ୍ତି ତେବେ ଏହା ଏକ ଭଲ ସୁଯୋଗ। ଦ୍ୱାଦଶ ପାଶ୍ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇପାରିବେ।

author-image
Pramod Behera
ଅଦ୍ୟତନ ହୋଇଛି
BSF CAPF Recruitment Apply for 1526 posts

BSF CAPF Recruitment Apply for 1526 posts

ବର୍ଡର ସିକ୍ୟୁରିଟି ଫୋର୍ସ (BSF), ଯାହା ଫାଷ୍ଟ୍ ଲାଇନ୍ ଅଫ୍ ଡିଫେନ୍ସ ଭାବରେ ଜଣାଶୁଣା। ଏଥିରେ ଚାକିରି କରିବା ପାଇଁ ପ୍ରାୟ ଯୁବବର୍ଗଙ୍କ ସ୍ୱପ୍ନ ଥାଏ। ଯଦି CAPF ରେ ଯୋଗଦେବାକୁ ଆପଣ ବି ସ୍ୱପ୍ନ ଦେଖୁଥାନ୍ତି ତେବେ ଏହା ଏକ ଭଲ ସୁଯୋଗ। ଏନେଇ BSF ଏକ ବିଜ୍ଞପ୍ତି ପ୍ରକାଶ କରିଛି। ହେଡ୍ କନଷ୍ଟେବଳ, ହାଭିଲଦାର ଏବଂ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟରଙ୍କ ପାଇଁ ବମ୍ପର ନିଯୁକ୍ତି ଘୋଷଣା ହୋଇଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ ବିଜ୍ଞପ୍ତି ଅନୁଯାୟୀ ହେଡ କନଷ୍ଟେବଲ ଏବଂ ହାଭିଲଡର ପାଇଁ ୧୨୮୩ ଟି ଏବଂ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟରଙ୍କ ପାଇଁ ୨୪୩ଟି ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୧୫୦୦ରୁ ଅଧିକ ପଦବୀ ପୂରଣ ହେବ। ଦ୍ୱାଦଶ ପାଶ୍ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SBIର ଅଫିସିଆଲ୍ ୱେବ୍‌ସାଇଟ୍‌ rectt.bsf.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ BSF CAPF Recruitment Apply for 1526 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ଅଧୀନରେ CRPF, BSF, ITBP ଏବଂ CISF ରେ ନିଯୁକ୍ତି ହେବ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୯ ଜୁନ୍ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୮ ଜୁଲାଇ ୨୦୨୪

ଅଧିକ ପଢ଼ନ୍ତୁ: SBI Recruitment: ବିନା ପରୀକ୍ଷାରେ SBIରେ ଚାକିରି; ମାସକୁ ଦରମା ୬୯ ହଜାରରୁ ଅଧିକ

ଖାଲି ପଦବୀ:

ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଏବଂ ୱାରେଣ୍ଟ ଅଫିସର ପଦବୀ -

  • CRPF – ୨୧ଟି ପୋଷ୍ଟ୍
  • BSF – ୧୭ଟି ପୋଷ୍ଟ୍
  • ITBP – ୫୬ଟି ପୋଷ୍ଟ୍
  • CISF – ୧୪୬ଟି ପୋଷ୍ଟ୍
  • SSAB – ୦୩ଟି ପୋଷ୍ଟ୍

ହେଡ କନଷ୍ଟେବଳ ପଦବୀ -

  • CRPF – ୨୮୨ଟି ପୋଷ୍ଟ୍
  • BSF – ୩୦୨ଟି ପୋଷ୍ଟ୍
  • ITBP – ୧୬୩ଟି ପୋଷ୍ଟ୍
  • CISF – ୪୯୬ଟି ପୋଷ୍ଟ୍
  • SSB – ୦୫ଟି ପୋଷ୍ଟ୍
  • ଆସାମ ରାଇଫଲ୍ସ – ୩୫ଟି ପୋଷ୍ଟ୍

ମୋଟ୍ – ୧୫୨୬ଟି ପୋଷ୍ଟ୍

ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: IBPS RRB Recruitment 2024: ବିଭିନ୍ନ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କରେ ସରକାରୀ ଚାକିରି; ପୂରଣ ହେବ ପାଖାପାଖି ୧୦ ହଜାର ପଦବୀ

ଶିକ୍ଷାଗତ ଯୋଗ୍ୟତା:

  • ହେଡ୍‌ କନଷ୍ଟେବଳ (ମନ୍ତ୍ରଣାଳୟ) ପଦ ପାଇଁ ଦ୍ୱାଦଶ ପାଶ୍‌ ଏବଂ ଟାଇପିଂ ଦକ୍ଷତା
  • ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଷ୍ଟେନୋ ପଦବୀ ପାଇଁ ଦ୍ୱାଦଶ ପାଶ ସହିତ ଷ୍ଟେନୋଗ୍ରାଫି
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୫ ବର୍ଷ

ବୟସ କୋହଳ:

  • SC/ST – 5 ବର୍ଷ
  • OBC/ESM – ୩ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • SC/ST/PwD/ ESM/ମହିଳା – ଦେୟ ମୁକ୍ତ
  • ଅନ୍ୟମାନେ – ୧୦୦ ଟଙ୍କା

ଦରମା:

  • ହେଡ୍‌ କନଷ୍ଟେବଳ (ମନ୍ତ୍ରଣାଳୟ) – ୨୫,୫୦୦ ରୁ ୮୧,୧୦୦ ଟଙ୍କା
  • ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର - ୨୯,୨୦୦ ରୁ ୯୨,୩୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଶାରୀରିକ ଯୋଗ୍ୟତା ପରୀକ୍ଷା
  • ଦକ୍ଷତା ପରୀକ୍ଷା
  • କମ୍ପ୍ୟୁଟର୍‌ ଟେଷ୍ଟ୍
  • ଡାକ୍ତରୀ ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: High Court Recruitment: ଓଡ଼ିଶା ହୋଇକୋର୍ଟରେ ପୂରଣ ହେବ ଜୁନିୟର୍ ଷ୍ଟେନୋଗ୍ରାଫର୍ ପଦବୀ

BSF Jobs Govt Jobs BSF Recruitment BSF
Advertisment
Advertisment