• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଟକରେ ଥମୁନି ନକଲି ଜିନିଷ କାରବାର । ପୂର୍ବରୁ ଅନେକ ନକଲି ଦ୍ରବ୍ୟ ଚିହ୍ନଟ କରାଯାଇଥିବା ବେଳେ ବର୍ତ୍ତମାନ ପୁଣି ନକଲି ମେଡିସିନ୍ ଜବତ ହୋଇଛି । ଏ ମାମଲାରେ ଜଣକୁ ଅଟକ ରଖି ପୁରୀଘାଟ ଥାନା ପୋଲିସ ପଚରାଉଚରା କରିଛି ।

କଟକ ପୁରୀଘାଟ ଥାନା ଟାଉନ ହଲ୍ ରୋଡ୍ ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ପାଖରୁ ଏହି ମେଡିସିନ ଜବତ ହୋଇଥିବା ଜଣାପଡ଼ିଛି । ଡିଷ୍ଟ୍ରିବ୍ୟୁଟର ମାଲିକ ବିଜୟ ଅଗ୍ରୱାଲଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଛି । ଡ୍ରଗ୍ସ କଣ୍ଟ୍ରୋଲ ଓ ପୁରୀଘାଟ ପୋଲିସ ପକ୍ଷରୁ ମିଳିତ ଭାବେ ରେଡ୍ ବେଳେ ୨ ଲକ୍ଷ ଟଙ୍କାର ନକଲି ମେଡିସିନ୍ ଜବତ ହୋଇଛି ।

ପେଟ ରୋଗ ପାଇଁ ଉଦ୍ଦିଷ୍ଟ ଏହି ମେଡିସିନ ରାଜ୍ୟ ବାହାରୁ ଆଣି ବିକ୍ରି କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାକୁ ନେଇ ପୁରୀଘାଟ ଥାନା ପୋଲିସ ଜୋରଦାର ତଦନ୍ତ ଆରମ୍ଭ କରିଛି । ଏହି ନକଲି ଔଷଧର ଚେର କେତେବାଟ ଯାଏଁ ଲମ୍ବିଛି ସେନେଇ ଚନାଘନା ଚଳାଛି ପୋଲିସ ।

ପୂର୍ବରୁ ମଧ୍ୟ କଟକ ରେ ନକଲି ଔଷଧ ଜବତ ହୋଇଥିଲା। ନକଲି ଔଷଧ କେଉଁଠି ଆସୁଥିଲା ଓ କେମିତି ଆସୁଥିଲା ସେନେ ତଦନ୍ତ କରିଥିଲା ପୋଲିସ । ହେଲେ ବର୍ତ୍ତମାନ ପୁଣି କଟକରୁ ନକଲି ଔଷଧ ଜବତ ହୋଇଛି । ଯାହାକୁ ନେଇ ପୁଣି ଚିନ୍ତାର କାରଣ ପାଲଟିଛି । ଖାଲି ନକଲି ଔଷଧ ନୁହେଁ, ନକଲି ଘିଅ, ନକଲି ଚା’, ନକଲି ସସ୍‌ ପରି ଅନେକ ଜିନିଷ ନକଲି ଜବତ ହୋଇଛି । ଯାହାକୁ ନେଇ କଟକ ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି।