• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର ବିଜେବି କଲେଜ ଛାତ୍ରଙ୍କୁ ମାଡ଼ମାରିବା ଘଟଣାରେ ୪ ଛାତ୍ର ଅଟକ । ଯୁକ୍ତ ୨ କଳା ୨ୟ ବର୍ଷର ୪ ଛାତ୍ର ବଡ଼ଗଡ଼ ଥାନାରେ ଅଟକ । ସଂଘବଦ୍ଧ ଭାବେ କିଛି ଛାତ୍ର ପିଟିବା ଭିଡିଓ ଭାଇରାଲ ହୋଇଥିଲା । ଛାତ୍ରଙ୍କୁ ନିସ୍ତୁକ ମାଡ଼ ଘଟଣାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ସୂଚନା ମୁତାବକ, କିଛି ଛାତ୍ର ମିଶି ଜଣେ ଛାତ୍ରଙ୍କୁ ମାଡ଼ ମାରିଥିଲେ । ତେବେ ପ୍ରେମ ବ୍ୟାପାରକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଥିଲା । ସେପଟେ କଲେଜ ଅଧ୍ୟକ୍ଷ କହିଛନ୍ତି, ପିଲାମାନଙ୍କୁ ବୁଝାଯାଇଛି । ଆଗକୁ ଏଭଳି ଘଟଣା ଯେଭଳି ନଘଟିବ, ସେନେଇ ସେମାନଙ୍କଠାରୁ ଅଣ୍ଡରଟେକିଂ ନିଆଯିବ ।

ଆଜି ସକାଳେ ଏହି ଘଟଣା ଘଟିଥିଲା । କ୍ୟାମ୍ପସରେ ଏହି ସଂଘବନ୍ଧ ଆକ୍ରମଣ ବେଳେ ଅନ୍ୟ ଛାତ୍ରଛାତ୍ରୀମାନେ ଦେଖେଣାହାରି ସାଜିଥିଲେ । ଏହି ସଙ୍ଘବଦ୍ଧ ଆକ୍ରମଣର ଭାଇରାଲ ଭିଡିଓରେ କିଛି ଛାତ୍ର ୟୁନିଫର୍ମରେ ଥିବା ବେଳେ କିଛି ବିନା ୟୁନି‍ଫର୍ମରେ ଥିଲେ । ପ୍ରେମ ବ୍ୟାପାରକୁ ନେଇ ଏହି ରାଗିଂ ମାରପିଟ ହୋଇଥିବା ଜଣାପଡ଼ିଛି ।