Advertisment

ପୁରୀରେ BJP ହେଭିୱେଟ୍‌ ନେତା; ଶ୍ରୀଜିଉଙ୍କ ଦର୍ଶନ କରିବେ ଗଡ଼କରୀ

ପୁରୀରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ସ୍ବତନ୍ତ୍ର ହେଲିକପ୍ଟରରେ ପୁରୀରେ ପହଞ୍ଚିଲେ। ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଗଡ଼କରୀ।

author-image
Manoranjan Behera
ଅଦ୍ୟତନ ହୋଇଛି
Nitin Gadkari In Puri Srimandir

Nitin Gadkari

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। ପୁରୀ ଯାଇ ଶ୍ରୀଜଗନ୍ନାଥ ମନ୍ଦିର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଗଡକରୀ। ଆଜି ଅପରାହ୍ଣରେ ଭୁବନେଶ୍ବରରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ। ଏହାପରେ ମହାପ୍ରଭୁଙ୍କୁ ମନ୍ଦିର ଭିତରେ ଯାଇ ଦର୍ଶନ କରିଛନ୍ତି ନିତିନ୍। ମହାପ୍ରଭୁଙ୍କୁ ଦର୍ଶନ କରି ବାହାରିବା ପରେ ସେ କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ ପାଇ ସେ ନିଜକୁ ଭାଗ୍ୟବାନ ମଣୁଛନ୍ତି। ଏହାସହ ଠାକୁରଙ୍କ ପାଖେ ଦେଶ ସମୃଦ୍ଧ ହେଉ ଏବଂ ସମସ୍ତଙ୍କ କଲ୍ୟାଣ ହେଉ ବୋଲି ପ୍ରାର୍ଥନା କରିଥିବା ସେ କହିଛନ୍ତି। ସେପଟେ କୃଷ୍ଣପ୍ରସାଦରେ ଆଉ କିଛି ସମୟ ପରେ ଏକ ବିରାଟ ଜନସଭାରେ ଯୋଗଦେବେ ଗଡକରୀ।

Advertisment

ସେହିପରି ପ୍ରଚାର ପାଇଁ ଓଡିଶାରେ ପହଂଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ପ୍ରଥମେ ସେ ମାଲକାମନଗିରିରେ ପହଂଚିଥିଲେ। କାଲିମେଳାରେ ସେ ଜନସଭାକୁ ସମ୍ବୋଧିତ କରିଛନ୍ତି। ଆଜି ୩ଟି ସ୍ଥାନରେ ନିର୍ବାଚନୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ମାଲକାନଗିରି ପରେ ଚିତ୍ରକୋଣ୍ଡା ଯାଇ ମାଥିଲି ମିନିଷ୍ଟାଡିୟମରେ ମଧ୍ୟ ଜନସଭାରେ ଉଦବୋଧନ ଦେବେ। ପରେ ଅପରାହ୍ନରେ ଖଲ୍ଲିକୋଟରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ଅଧିକ ପଢ଼ନ୍ତୁ: ‘ଆମ୍ବାନୀ-ଆଡାନୀଙ୍କ ସହ କେତେ ଟଙ୍କାର ଡିଲ୍‌, ଆଉ ପାଟି ଖୋଲୁ ନାହାନ୍ତି ରାହୁଲ’

Advertisment

କାଲିମେଳା ସଭାରେ ନବୀନଙ୍କୁ କାଉଣ୍ଟର କରିଛନ୍ତି ହିମନ୍ତ ବିଶ୍ୱଶର୍ମା। ନବୀନ କେବଳ ଓକେ ଓକେ କହନ୍ତି, ଆଉ କିଛି କହନ୍ତିନି। ନବୀନ ବାବୁ ଯାହା ଦେବାକଥା, କେବଳ ପାଣ୍ଡିଆନଙ୍କୁ ଦେଉଛନ୍ତି। ଏଭଳି କହି ବର୍ଷିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଦିଲ୍ଲୀରେ ମୋଦିଙ୍କ ସରକାର ଅଛି, ପୁଣି ମୋଦିଙ୍କ ସରକାର ହେବ। ମୋଦି ଯାହା କହନ୍ତି, ତାକୁ କରିକି ଦେଖାନ୍ତି ବୋଲି ସମସ୍ତେ ଜାଣନ୍ତି। ଆସାମର ଲକ୍ଷେ ଲୋକଙ୍କୁ ସରକାରୀ ଖର୍ଚ୍ଚରେ ରାମ ମନ୍ଦିର ଦେଖାଇବାକୁ ନେବି। ଏଠି ବି ବିଜେପି ସରକାର ଆସିଲେ ୫ ଲକ୍ଷ ଲୋକଙ୍କୁ ଦର୍ଶନ ପାଇଁ ନେବ।

ଜଣକ ପରେ ଜଣେ BJP ର ହେଭିୱେଟ୍‌ ନେତା ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗତକାଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସି ଭବାନୀପାଟଣା ଏବଂ ତା ପରେ ରାୟଗଡ଼ାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ କରିଥିଲେ। କଳାହାଣ୍ଡି ଗରିବୀ ଓ ଦାରିଦ୍ର ପାଇଁ ପରିଚିତ ଥିବା କହିଥିଲେ ରାଜନାଥ। ଗରିବୀ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ। କିନ୍ତୁ କଂଗ୍ରେସ ଦ୍ୱାରା ଏହା ସମ୍ଭବ ହେଲାନି ବୋଲି କହିଥିଲେ ରାଜନାଥ।

ଗରିବୀକୁ ନେଇ କଂଗ୍ରେସକୁ ନିଶାନା କରିଥିଲେ ରାଜନାଥ ସିଂହ। ଅନେକ NGO ଗରିବୀ ପର୍ଯ୍ୟଟନ ପାଇଁ ଏଠାକୁ ଆସୁଥିଲେ। ଏଠୁ ଯାଇ ଏଠାକାର ଦାରିଦ୍ର୍ୟ ବାବଦରେ ଖବରକାଗଜରେ ଲେଖୁଥିଲେ। ମୋଦିଙ୍କ ନେତୃତ୍ୱରେ ଅନେକ ସାମାଜିକ କଲ୍ୟାଣ କାମ ହୋଇଛି। ଆଗାମୀ ୫-୮ ବର୍ଷରେ କଳାହାଣ୍ଡି ବାବଦରେ ଏ ଧାରଣା ବଦଳିଯିବ ବୋଲି କହିଛନ୍ତି ରାଜନାଥ।

ଅଧିକ ପଢ଼ନ୍ତୁ: କାହା ସମର୍ଥନରେ ଯିବ କେନ୍ଦୁଝର ସଦର ଜନମତ ? ମଇଦାନରେ ପ୍ରଚାରକୁ ଜୋର କରିଛନ୍ତି ପ୍ରାର୍ଥୀ

BJP Nitin Gadkari Odisha Politics General Elections 2024
Advertisment
Advertisment