• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନବୀନ କେବଳ ଓକେ ଓକେ କହନ୍ତି, ଆଉ କିଛି କହନ୍ତିନି । ନବୀନ ବାବୁ ଯାହା ଦେବାକଥା, କେବଳ ପାଣ୍ଡିଆନଙ୍କୁ ଦେଉଛନ୍ତି । କାଲିମେଳାରେ ଜନସଭାରେ ଏଭଳି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଦିଲ୍ଲୀରେ ମୋଦିଙ୍କ ସରକାର ଅଛି, ପୁଣି ମୋଦିଙ୍କ ସରକାର ହେବ । ମୋଦି ଯାହା କହନ୍ତି, ତାକୁ କରିକି ଦେଖାନ୍ତି ବୋଲି ସମସ୍ତେ ଜାଣନ୍ତି ।

ଆସାମର ଲକ୍ଷେ ଲୋକଙ୍କୁ ସରକାରୀ ଖର୍ଚ୍ଚରେ ରାମ ମନ୍ଦିର ଦେଖାଇବାକୁ ନେବି । ଏଠି ବି ବିଜେପି ସରକାର ଆସିଲେ ୫ ଲକ୍ଷ ଲୋକଙ୍କୁ ଦର୍ଶନ ପାଇଁ ନେବ । ସେହିପରି ଓଡ଼ିଶାରେ ବିଜେପି ଆସିଲେ ବେଙ୍ଗଲୀଙ୍କ ପାଇଁ ବେଙ୍ଗଲୀ ଶିକ୍ଷକ ରହିବେ । ଏମ୍ ପିଭି-୮୨ ନାଁକୁ ନେଇ ସମାଲୋଚନା କରିଛନ୍ତି ବିଶ୍ୱଶର୍ମା ।

ଗାଁର ନାଁ ଏଭଳି କାରଣ ଏଠାରେ ନବୀନଙ୍କ ସରକାର ଚାଲିଛି । ବିଜେପି ସରକାର ହେଲେ ଏଠି ରାଜସ୍ୱ ଗ୍ରାମର ମାନ୍ୟତା ମିଳିବ । ବିଜେପି ସରକାର ଆସିଲେ, ନମ୍ବର ନୁହେଁ, ଗାଁର ନାଁ ଦିଆଯିବ । ବିଜେପି ମୁଖ୍ୟମନ୍ତ୍ରୀ ହେଲା ପରେ, ନିଶ୍ଚିତ ଭାବେ ଗାଁ ନାଁ ଦିଆଯିବ । ଛତିଶଗଡ଼ରେ ବିଜେପି ସରକାର ଅଛି, ଧାନ କିଣାଯାଉଛି ୩ ହଜାରରେ ।

ଅଧିକ ପଢ଼ନ୍ତୁ: କେନ୍ଦ୍ରାପଡା ଆଳିରେ ବୈଜୟନ୍ତ ପଣ୍ଡାଙ୍କ ବିଶାଳ ବାଇକ୍‌ ରାଲି

ହେଲେ ଏଠାରେ ବିଜେପି ସରକାର ଆସିଲେ ଧାନ କ୍ୱିଣ୍ଟାଲ ୩୧ଶହ ହେବ । ପ୍ରକୃତରେ ଧାନ ୩୧ଶହରେ କିଣାଯିବା କଥା, ହେଲେ ନବୀନ ବାବୁ ଦେଉଛନ୍ତି ୨୧ଶହ ଟଙ୍କା । ଏଠି କେବଳ ନବୀନ ସବୁ ପାଣ୍ଡିଆନଙ୍କୁ ଦେଉଛନ୍ତି ବୋଲି ଅଭିଯୋଗ ଉଠାଇଛନ୍ତି ବିଶ୍ୱଶର୍ମା । ଆସାମରେ ମହିଳାଙ୍କୁ ମାସିକ ୧୨୫୦ ଟଙ୍କା ମିଳୁଛି ।

ତେଣୁ ଆମ ସରକାର ଏଠି ଆସିଲେ ମହିଳାଙ୍କୁ ୫୦ ହଜାର ମିଳିବ । ବାର୍ଷିକ ୨୫ ହଜାର ଲେଖାଏଁ ୨ ବର୍ଷରେ ୫୦ ହଜାର ମିଳିବ । ଓଡ଼ିଶାରେ ଯୁବବର୍ଗଙ୍କୁ ସରକାରୀ ଚାକିରି ମିଳୁନି, କୋଶ୍ଚିନ୍ ଲିକ୍ ହେଉଛି । ହେଲେ ବିଜେପି ସରକାର ଆସିଲା ପରେ ୩ ଲକ୍ଷ ଯୁବବର୍ଗଙ୍କୁ ଚାକିରି ମିଳିବ ।

ବିଜେଡି ସରକାର ହେବାର କୌଣସି ସମ୍ଭାବନା ନାହିଁ । ଦିଲ୍ଲୀରେ ମୋଦି ସରକାର, ରାଜ୍ୟରେ ବିଜେପି ସରକାର ହେବ । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି । ମାଲକାନଗିରି ପରେ ଚିତ୍ରକୋଣ୍ଡା ଯାଇ ମାଥିଲି ମିନିଷ୍ଟାଡିୟମରେ ମଧ୍ୟ ଜନସଭାରେ ଉଦବୋଧନ ଦେବେ । ପରେ ଅପରାହ୍ନରେ ଖଲ୍ଲିକୋଟରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢ଼ନ୍ତୁ: ‘ଆମ୍ବାନୀ-ଆଡାନୀଙ୍କ ସହ କେତେ ଟଙ୍କାର ଡିଲ୍‌, ଆଉ ପାଟି ଖୋଲୁ ନାହାନ୍ତି ରାହୁଲ’