• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାର୍ଚ୍ଚ ଦ୍ୱିତୀୟ କି ତୃତୀୟ ସପ୍ତାହରେ ଦେଶକୁ ଆସିପାରେ କୋଭିଡ୍‌ର ଚତୁର୍ଥ ଲହର । ବାହାର ଦେଶରୁ ଆସିବାକୁ ଥିବା ଖେଳାଳି ଓ ଦର୍ଶକଙ୍କଠୁ ଆମ ରାଜ୍ୟକୁ ସଂକ୍ରମଣ ଆସିବାର ସମ୍ଭାବନା ରହିଛି । ଗତକାଲିର ସ୍ୱତନ୍ତ୍ର କୋଭିଡ୍ ବୁଲେଟିନ୍‌ରେ ରାଜ୍ୟ ସରକାରଙ୍କ ଏଭଳି ଚିନ୍ତାଜନକ ତଥ୍ୟ ପରେ ଖେଳିଗଲାଣି ଛାନିଆ । ଆମ ଦେଶରେ ଏବେ ଚିହ୍ନଟ ହୋଇଛି ନୂଆ କୋଭିଡ୍ ଭାରିଆଣ୍ଟ XBB 1.5 । ଏହାସହ ଚୀନରେ ଆତଙ୍କ ଖେଳାଇଥିବା BF.7 ଓମିକ୍ରନ୍ ସବ୍ ଭାରିଆଣ୍ଟ ବି ଦେଶ ତଥା ରାଜ୍ୟରେ ସଂକ୍ରମଣକୁ ଉପରମୁହାଁ କରିପାରେ ।

ଏମିତିରେ ବି ଏବେ ଦେଶର ସକ୍ରିୟ କୋଭିଡ୍ ରୋଗୀ ସଂଖ୍ୟାରେ ପଞ୍ଚମ ସ୍ଥାନରେ ଅଛି ଓଡ଼ିଶା । କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡ଼ୁ ପରେ ଓଡ଼ିଶାରେ ସର୍ବାଧିକ ୮୬ ଜଣ ସକ୍ରିୟ ରୋଗୀ ଅଛନ୍ତି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଅନ୍ୟ ଦେଶରେ ସଂକ୍ରମଣ ବଢ଼ୁଛି, ଆମ ଦେଶରେ ବି ବଢ଼ିବାର ସମ୍ଭାବନା ଅଛି । ତେଣୁ ମୁକାବିଲା ପାଇଁ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ହେବ ।

ଗତ କିଛି ଦିନ ହେଲାଣି ରାଜ୍ୟରେ ଦୈନିକ ମାତ୍ର ଗୋଟିଏ ଦୁଇଟି ନୂଆ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ତେବେ ଗୋଟିଏ ନୂଆ ଅତ୍ୟଧିକ ସଂକ୍ରାମକ ମ୍ୟୁଟାଣ୍ଟ ବି ବିପଦ ଆଣିପାରେ । ଏପଟେ ହକି ବିଶ୍ୱକପ୍ ଯୋଗୁଁ ଚଳିତ ମାସରେ ରାଜ୍ୟକୁ ଅନେକ ବିଦେଶୀ ଖେଳାଳି ଓ ଦର୍ଶକ ଆସିବାର ସମ୍ଭାବନା ରହିଛି । ତେଣୁ କୋଭିଡ୍ କଟକଣାରେ ସାମାନ୍ୟ ଢିଲା, ରାଜ୍ୟରେ ଜାନୁଆରୀ ମାସରେ ବି ଚତୁର୍ଥ ଲହର ଆଣିଦେବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନି ବୋଲି କହିଛନ୍ତି ବିଶେଷଜ୍ଞ ।

ମାର୍ଚ୍ଚରେ ଚତୁର୍ଥ ଲହରର ଆଶଙ୍କା ଭିତରେ ହକି ବିଶ୍ୱକପ ଲାଗି ରାଜ୍ୟକୁ ବିଦେଶୀ ଖେଳାଳିଙ୍କ ଆସିବା ଆରମ୍ଭ ହୋଇଗଲାଣି । ଏଭଳି ସ୍ଥିତିରେ ସମ୍ଭାବ୍ୟ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସରକାର କିଭଳି ସମର୍ଥ ହେଉଛନ୍ତି, ତା ଉପରେ ନଜର ।