Advertisment

Russia-Ukraine War LIVE UPDATE

୨୪ ଦିନରେ ଋଷିଆ-ୟୁକ୍ରେନ୍‌ ମହାଯୁଦ୍ଧ  । ସେନା ପକ୍ଷରୁ କିଭ୍

author-image
Prangyan Parimita
ଅଦ୍ୟତନ ହୋଇଛି
New Update
Russia Ukraine War

Russia Ukraine War

୨୪ ଦିନରେ ଋଷିଆ-ୟୁକ୍ରେନ୍‌ ମହାଯୁଦ୍ଧ  । ସେନା ପକ୍ଷରୁ କିଭ୍ ସହର ଉପରେ ଘନ ଘନ ବୋମା ବର୍ଷଣ କରାଯାଉଛି । ଦେଖନ୍ତୁ LIVE ଅପଡେଟ୍ । 

Advertisment
  • Mar 18, 2022 16:45 IST

    ଯୁଦ୍ଧ ବେଳେ ପୁଟିନଙ୍କ ଚେତାବନୀ : ଦେଶରେ ବେଇମାନ୍‌ ଲୋକଙ୍କ ସ୍ଥାନ ନାହିଁ

    ଋଷିଆ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ଚେତାବନୀ । ଋଷରେ ରହି ଋଷିଆ ବିରୋଧରେ କାମ କରୁଥିବା ବ୍ୟକ୍ତିଙ୍କୁ ଦିଆଯିବ କି ମୃତ୍ୟୁଦଣ୍ଡ ? ମହାଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପରୋକ୍ଷରେ ଏପରି ଚେତାଇ ଦେଇଛନ୍ତି । ତେବେ କାହା ଉଦ୍ଦେଶ୍ୟରେ ପୁଟିନ୍‌ ଏପରି ମନ୍ତବ୍ୟ ଦେଇଛନ୍ତି, ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନି । ହେଲେ ପୁଟିନ୍‌ଙ୍କ ଏପରି ଚେତାବନୀକୁ ନେଇ ଦେଶରେ ହଇଚଇ ଆରମ୍ଭ ହୋଇଯାଇଛି ।



  • Mar 18, 2022 13:54 IST

    ଋଷିଆର ରକେଟ୍‌ ମାଡରେ ଟଳି ପଡ଼ିଲେ ଅଭିନେତ୍ରୀ

    ରୁଷ୍‌ ସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ୟୁକ୍ରେନର ଖାର୍କିଭରେ ରହୁଥିବା ଅଭିନେତ୍ରୀ ଓକସାନାଙ୍କ ମୃତ୍ୟୁ ହୋଇଛି। ରୁଷ୍‌ର ରକେଟ୍‌ ମାଡରେ ଓକସାନା ଆଖି ବୁଜିଛନ୍ତି। ଆହୁରି ପଢ଼ନ୍ତୁ...



  • Mar 17, 2022 12:17 IST

    ଭାରତୀୟଙ୍କ ପାଇଁ ମୋଦି ନେଲେ ବଡ଼ ନିଷ୍ପତ୍ତି... ୟୁକ୍ରେନରୁ ଭାରତୀୟଙ୍କୁ ଆଣିବାକୁ ଯିବ ସି-୧୭ ଗ୍ଲୋବମାଷ୍ଟର

    ୟୁକ୍ରେନରେ ଥିବା ଭାରତୀୟଙ୍କ ପାଇଁ ଏମିତି କହିଛି ଭାରତୀୟ ଦୂତାବାସ। ବଡ଼ ବିପଦ ଆଶଙ୍କାରେ ଯେଉଁମାନେ କିଭରେ ରହୁଛନ୍ତି, ତୁରନ୍ତ ସହର ଛାଡିବାକୁ କୁହାଯାଇଛି। ଏବେ ଭାରତୀୟଙ୍କ ଉଦ୍ଧାର ପାଇଁ ମୋଦିଙ୍କ ନିର୍ଦ୍ଦେଶ ପରେ ୟୁକ୍ରେନ୍ ଯିବାକୁ ତୟାର ହୋଇଛି ବାୟୁସେନା ସି-୧୭ ଗ୍ଲୋବମାଷ୍ଟର ଯୁଦ୍ଧ ବିମାନ...ଆହୁରି ଜାଣନ୍ତୁ...



  • Mar 16, 2022 13:43 IST

    ବଡ଼ ଚାଲେଞ୍ଜ ଥିଲା ଅପରେସନ୍ ଗଙ୍ଗା : ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀଙ୍କ ବିବୃତି

    ବଡ଼ ଚାଲେଞ୍ଜ ଥିଲା ଅପରେସନ୍ ଗଙ୍ଗା । ଏବେ ସୁଦ୍ଧା ଯୁଦ୍ଧଗ୍ରସ୍ତ ଦେଶରେ ରହିଥିବା ୨୨ ହଜାରରୁ ଅଧିକ ଭାରତୀୟଙ୍କୁ ଅପରେସନ୍ ଗଙ୍ଗା ଅଧୀନରେ ଘରକୁ ଫେରାଇ ଅଣାଯାଇଛି । ତେବେ ୟୁକ୍ରେନ୍ ନଛାଡ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ସେଠାକାର ରାଜନେତା ପ୍ରବର୍ତ୍ତାଇଥିବା କଥା ଜଣାପଡ଼ିଛି । ସ୍ଥିତି ଆକଳନ ନକରି ଛାତ୍ରଛାତ୍ରୀଙ୍କୁ ଭ୍ରମାତ୍ମକ ସୂଚନା ଦେଇଥିଲେ ।



  • Mar 16, 2022 13:43 IST

    ଖାଲି ସେନା କି ସରକାରୀ ଭିତ୍ତିଭୂମି ନୁହେଁ : ୟୁକ୍ରେନର ଜନବସତିକୁ ଟାର୍ଗେଟ୍ କରୁଛି ଋଷ,ଧ୍ୱସ୍ତବିଧ୍ୱସ୍ତ ବଡ଼ ବଡ଼ କୋଠା

    ଖାଲି ସେନା କି ସରକାରୀ ଭିତ୍ତିଭୂମି ନୁହେଁ, ବିଭିନ୍ନ ୟୁକ୍ରେନୀୟ ସହରର ଜନବସତି ଓ ଆପାର୍ଟମେଣ୍ଟ ଗୁଡ଼ିକୁ ଟାର୍ଗେଟ୍ କରୁଛି ଋଷ । ଲୋକେ ଯୁଦ୍ଧ ଭୟରେ ବାହାରକୁ ବାହାରିବା ପାଇଁ ଡରୁଥିବା ବେଳେ ଘର ଭିତର ବି ଆଉ ସୁରକ୍ଷିତ ହୋଇ ନାହିଁ । ଆପାର୍ଟମେଣ୍ଟ ଗୁଡ଼ିକ ଆକ୍ରମଣର ଶିକାର ହେବା ଯୋଗୁଁ ବହୁ ଲୋକଙ୍କ ଜୀବନ ବି ଯାଉଛି । ଏପଟେ ୟୁକ୍ରେନ୍ ଆକଳନ ଅନୁସାରେ ଋଷ ସେନା ଆଉ ମାସେ ଦୁଇମାସ ପରେ ଯୁଦ୍ଧ ଜାରି ରଖିପାରିବ ନାହିଁ । ତେଣେ ଋଷରେ ବି ତେଜୁଛି ଯୁଦ୍ଧ ବିରୋଧୀ ପ୍ରତିବାଦ ।



  • Mar 16, 2022 09:18 IST

    ୨୧ ଦିନରେ ଋଷିଆ-ୟୁକ୍ରେନ୍‌ ମହାଯୁଦ୍ଧ

    ରୁଷ୍ ୟୁକ୍ରେନ ରାଜଧାନୀ କିଭ୍ ନିକଟତର ହେଉଛି ରୁଷ । ସେନା ପକ୍ଷରୁ କିଭ୍ ସହର ଉପରେ ଘନ ଘନ ବୋମା ବର୍ଷଣ କରାଯାଉଛି । ମଙ୍ଗଳବାର ଦିନ କିଭ୍ ସହରରେ ଥିବା ବଡ଼ ବଡ଼ କୋଠା, ଆପାର୍ଟମେଣ୍ଟ ଓ ବିମାନବନ୍ଦରକୁ ରୁଷ୍ ଟାର୍ଗେଟ କରିଛି । ଏହି ଆକ୍ରମଣରେ ୧୨ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଇରପିନ ପାଖରେ ଗୋଟିଏ ୧୫ ମହଲା କୋଠାକୁ ବୋମା ବର୍ଷଣ କରି ଉଡ଼ାଇ ଦେଇଛି ରୁଷ୍ । ଏହାପରେ କିଭରେ ଗୁରୁବାର ପର୍ଯ୍ୟନ୍ତ ପୁଣିଥରେ କର୍ଫ୍ୟୁ ଲଗାଯାଇଛି ।



  • Mar 15, 2022 16:05 IST

    ଋଷ ବିରୋଧରେ ଯୁଦ୍ଧ ଲଢ଼ିବେ ବିଶ୍ୱର ସର୍ବଶ୍ରେଷ୍ଠ ସ୍ନାଇପର୍ ଓ୍ୱାଲି

    ରୁଷ ବିରୋଧୀ ଯୁଦ୍ଧରେ ସାମିଲ ହେବାକୁ ୟୁକ୍ରେନକୁ ଆସୁଛନ୍ତି ବିଭିନ୍ନ ଦେଶର ଯୋଦ୍ଧା । ତେବେ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିଛି ବିଶ୍ୱର ସର୍ବଶ୍ରେଷ୍ଠ ସ୍ନାଇପର୍ ଓ୍ୱାଲିଙ୍କୁ ନେଇ । ଓ୍ୱାଲି କାନାଡ଼ା ସେନାର ଜଣେ ପୂର୍ବତନ ସ୍ନାଇପର୍ । ଲୁଚି ରହି ବହୁ ଦୂରରେ ଥିବା ଟାର୍ଗେଟକୁ ରାଇଫଲରେ ଲକ୍ଷ୍ୟଭେଦ କରିବାରେ ତାଙ୍କର ସମକକ୍ଷ ଆଉ କେହି ନାହିଁ । ଯୁଦ୍ଧ ସ୍ଥିତିରେ ସେ ଗୋଟିଏ ଗୋଟିଏ ଦିନରେ ୪୦ ଜଣଙ୍କୁ ଗୁଳିରେ ଉଡ଼ାଇବାର କ୍ଷମତା ରଖନ୍ତି ।



  • Mar 14, 2022 13:45 IST

    ୟୁକ୍ରେନ୍‌ ସହ ଯୁଦ୍ଧରେ ଋଷିଆର ସ୍ଥିତି ଖରାପ ?

    ୟୁକ୍ରେନ୍‌ ସହ ଯୁଦ୍ଧ କରି କରି ଥକି ଗଲା କି ଋଷିଆ ? ଯୁଦ୍ଧରୁ ବିରତ ହେଉନଥିବା ପୁଟିନ୍‌ ସରକାର ଏବେ ଅଡ଼ୁଆରେ । ଗତ ୧୯ ଦିନ ଧରି ୟୁକ୍ରେନ୍‌ ଉପରେ ଘନ ଘନ ଆକ୍ରମଣ କରୁଛି ଋଷିଆ । ରାଜଧାନୀ କିଭ୍‌ ଅକ୍ତିଆର କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ଋଷୀୟ ସୈନିକ । ତେବେ ଏହାର ମଧ୍ୟରେ ଋଷିଆର ସ୍ଥିତି ଦୟନୀୟ ହୋଇପଡ଼ିଲାଣି । ଚୀନ୍ ଠାରୁ ସାମରିକ ସହାୟତା ଲୋଡିଛନ୍ତିଭ୍ଲାଦିମିର୍   ପୁଟିନ୍‌ ।



  • Mar 14, 2022 13:45 IST

    ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା

    କ୍ରେନ୍ ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧରେ ଶହ ଶହ ସଂଖ୍ୟାରେ ସୈନିକ ଓ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି। ଗତକାଲି ୟୁକ୍ରେନ୍‌ର ଡୋନେସ୍କ ସହରର ଜନବସତି ଅଞ୍ଚଳରେ ମିଜାଇଲ ମାଡ଼ କରିଛି ରୁଷ। ଯେଉଁଥିରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଗୁରୁତର ଆହତ ହୋଇଥିବା ରୁଷ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି



  • Mar 14, 2022 09:22 IST

    ୟୁକ୍ରେନ୍‌ରେ ବର୍ଷୁଛି ବୋମା : ୧୩ଶହ ୟୁକ୍ରେନ ସୈନ୍ୟ ନିହତ

    ୧୯ ଦିନ ହେଲାଣି ଜାରି ରହିଛି ୟୁକ୍ରେନ-ରୁଷିଆ ମହାଭାରତ । ରୁଷିଆ ପକ୍ଷରୁ ହେଉଥିବା ଆକ୍ରମଣକୁ ତୀବ୍ର କରାଯାଇଛି । ଏହାର ସୈନ୍ୟମାନେ ରାଜଧାନୀ କିଭକୁ ଚାରିପଟୁ ଘେରାଉ କରି ରହିଛନ୍ତି । ରୁଷିଆର ଆକ୍ରମଣରୁ ବର୍ତ୍ତି ନାହାନ୍ତି ସାଧାରଣ ଲୋକେ କି ହସ୍ପିଟାଲ । କ୍ଷେପଣାସ୍ତ୍ର ମାଡ଼ରେ ୭ଟି ହସ୍ପିଟାଲ ପୁରା ଧ୍ୱଂସ ହୋଇଥିବା ବେଳେ ୧୦୪ ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି ।



  • Mar 14, 2022 09:22 IST

    ଯୁଦ୍ଧଗ୍ରସ୍ତ ଦେଶରେ ୟୁକ୍ରେନରେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ

    ୟୁକ୍ରେନରେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ । ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ଅଭିଜ୍ଞ ସାମ୍ବାଦିକ ତଥା ଫିଲ୍ମ ମେକର୍ ବ୍ରେଣ୍ଟ୍ ରିନୋଡ । ଗୁଳିମାଡ଼ରେ ଆଉ ଜଣେ ଆମେରିକୀୟ ସାମ୍ବାଦିକ ଏବଂ ଜଣେ ୟୁକ୍ରେନୀୟ ନାଗରିକ ମଧ୍ୟ ଆହତ ହୋଇଛନ୍ତି । ୟୁକ୍ରେନ୍ ରାଜଧାନୀ କିଭ୍ ନିକଟକବର୍ତ୍ତୀ ଇରପିନରେ ବ୍ରେଣ୍ଟ୍ ରିନୋଡଙ୍କ କାର୍ ଉପରକୁ ଗୁଳିମାଡ଼ ହୋଇଥିଲା ।



  • Mar 13, 2022 09:21 IST

    ଋଷୀୟ ସୈନ୍ୟଙ୍କୁ ଖୋଜୁଛି ୟୁକ୍ରେନୀୟ ପିଶାଚ

    ମହାଯୁଦ୍ଧର ଘନଘନଟା ମଧ୍ୟରେ ୟୁକ୍ରେନ୍‌ ଆକାଶାରେ ପିଶାଚ । ଯୁଦ୍ଧଗ୍ରସ୍ତ ଦେଶରେ ବୁଲୁଛନ୍ତି ଭାମ୍ପାୟାର୍‌ । ହୃଦୟରେ ପ୍ରତିଶୋଧର ନିଆଁ ।  ମୃତ୍ୟୁର ସୌଦାଗର ସାଜିଛନ୍ତି ୟୁକ୍ରେନୀୟ ପାଇଲଟ୍ । ଋଷୀୟ ସୈନ୍ୟଙ୍କୁ ଦେଶ ସାରା ତନ୍ନ ତନ୍ନ କରି ଖୋଜୁଛନ୍ତି । ୟୁକ୍ରେନର ସଶସ୍ତ୍ର ବାହିନୀ (General Staff of the Armed Forces of Ukraine)ର ଭେରିଫାଏଡ୍ ଫେସବୁକ୍ ଆକାଉଣ୍ଟରୁ ଏପରି ଏକ ଫଟୋ ପୋଷ୍ଟ କରାଯାଇଛି । ଏହି ଫଟୋରେ ଜଣେ ଫାଇଟର୍‌ ପାଇଲଟକୁ ଦେଖିବାକୁ ମିଳିଛି ।



  • Mar 13, 2022 09:21 IST

    ଯୁଦ୍ଧ ରୋକିବାକୁ ରାଜି ନୁହେଁ ଋଷିଆ : ପୁଣି ଥରେ ବିଶ୍ୱ ନେତାଙ୍କ ଶାନ୍ତି ନିବେଦନକୁ ପ୍ରତ୍ୟାଖ୍ୟାନ କଲେ ପୁଟିନ୍‌

    ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୮ ତମ ଦିନରେ ପହଞ୍ଚିଛି । ୟୁକ୍ରେନର ବିଭିନ୍ନ ସହର ଗୁଡ଼ିକରେ ଲଗାତାର ରକେଟ୍‌ ବର୍ଷା ହେଉଛି । ଋଷୀୟ ସୈନିକ ଏବଂ ୟୁକ୍ରେନୀୟମାନଙ୍କ ମଧ୍ୟରେ ଏକ ଗରିଲା ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହି ଯୁଦ୍ଧରେ ଶହ ଶହ ନୀରିହ ଜନତାଙ୍କ ଜୀବନ ଗଲାଣି । ବଡ଼ ବଡ଼ ଅଟ୍ଟାଳିକା ଗୁଡ଼ିକ ଧ୍ୱଂସ ସ୍ତୁପରେ ପରିଣତ ହୋଇଗଲାଣି ।



  • Mar 13, 2022 09:21 IST

    ପୁଟିନ୍‌ଙ୍କୁ ପରାଜିତ କରିବାକୁ ୟୁକ୍ରେନକୁ ସାହାଯ୍ୟ କରିବ ଆମେରିକା

    ଋଷିଆ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ୍‌ ଲଢ଼େଇ ଚାଲିଥିବା ବେଳେ ଆମେରିକା ପୁଣିଥରେ ଜେଲେନସ୍କି ସରକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ଏସମ୍ପର୍କରେ ଘୋଷଣା କରିଛନ୍ତି । ୟୁକ୍ରେନକୁ ପାଖାପାଖି ୨୦୦ ମିଲିୟନ ଆମେରିକି ଡଲାର ପର୍ଯ୍ୟନ୍ତ ଅତିରିକ୍ତ ସହାୟତା ଯୋଗାଇ ଦିଆଯିବ । ଏଥିପାଇଁ ସେମାନେ ବିଦେଶ ବିଭାଗକୁ ଅନୁମତି ଦେଇଛନ୍ତି ।



  • Mar 13, 2022 08:37 IST

    ଋଷ ସୈନ୍ୟଙ୍କୁ ଖାତିର କଲେନି, ନାଲିଆଖି ଦେଖାଇ ଘରୁ ବାହାର କଲେ ଦମ୍ପତି



  • Mar 12, 2022 14:45 IST

    ୩ୟ ବିଶ୍ୱ ଯୁଦ୍ଧ ନହେବା ପାଇଁ ଚେଷ୍ଟା କରୁଛୁ



  • Mar 12, 2022 14:08 IST

    ଜୈବିକ ଅସ୍ତ୍ର କ’ଣ ? ଏହାର ପ୍ରୟୋଗ କେତେ ଭୟଙ୍କର ?

    ଋଷିଆ-ୟୁକ୍ରେନ୍ ମହାଯୁଦ୍ଧ ମଧ୍ୟରେ ଜୈବିକ ଅସ୍ତ୍ର ପ୍ରୟୋଗ ଭୟ । ବାୟୋଲୋଜିକାଲ ଓ୍ୱିପନ ବା ଜୈବିକ ଅସ୍ତ୍ର । କୌଣସି ବି ଦେଶରେ ମୃତ୍ୟୁର ତାଣ୍ଡବ ରଚିପାରେ ବାୟୋ ଓ୍ୱିପନ୍ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଜୈବାସ୍ତ୍ରର ଅର୍ଥ କୌଣସି ଗୋଷ୍ଠୀ ବା ଜନସଂଖ୍ୟାକୁ ଉଦ୍ଦେଶ୍ୟମୂଳକ ଭାବେ ମାରାତ୍ମକ ବ୍ୟାକ୍ଟେରିଆ ଓ ଭାଇରସ୍ ଆଦି ଦ୍ୱାରା ସଂକ୍ରମିତ କରାଇବ 



  • Mar 12, 2022 14:08 IST

    ଫାୟାରିଂକୁ ଭୟ ନଥିଲା, ଖାଲି ହାତରେ ସଶସ୍ତ୍ର ଋଷୀୟ ସୈନ୍ୟଙ୍କୁ ଘଉଡ଼ାଇଲେ ବୃଦ୍ଧ ଦମ୍ପତି

    ଆଖି ସାମ୍ନାରେ ଥିଲା ନିଶ୍ଚିତ ମୃତ୍ୟୁ । ପାନରୁ ଚୁନ ଖସିଲେ ଫୁଟିବ ଗୁଳି । ତଥାପି ବନ୍ଧୁକ ଗୁଳିକୁ ଭୟ କଲେନି । ପରିଣତ ବୟସରେ ବାହାଦୂରୀ ଦେଖାଇଲେ ବୃଦ୍ଧ ଦମ୍ପତି । ଶତ୍ରୁ ସେନା ବିରୋଧରେ ବୃଦ୍ଧ ଦମ୍ପତିଙ୍କ ହଲ୍ଲା ବୋଲ୍ । ଗୋଳାବାରୁଦର କୋଳାହଳ ଭିତରେ ନିଜ ଘର ସାମ୍ନାରେ ଢ଼ାଲ ହୋଇ ଛିଡ଼ା ହୋଇଗଲେ । 



  • Mar 12, 2022 12:19 IST

    କିଏ ମାରିବ ଜୈବିକ-ଅସ୍ତ୍ର ? ଜୈବାସ୍ତ୍ରକୁ ନେଇ ଆମେରିକା-ଋଷ ଦୋଷ ଲଦାଲଦି

    ଋଷିଆ ୟୁକ୍ରେନ ମଧ୍ୟରେ ୧୭ ଦିନର ଯୁଦ୍ଧ ଭୟାବହତା ଭିତରେ ଦେଖାଦେଇଛି ଘାତକ ଜୈବାସ୍ତ୍ର ପ୍ରୟୋଗର ଆଶାଙ୍କା । ୟୁକ୍ରେନ ଏଭଳି କାର୍ଯ୍ୟକ୍ରମ କରୁଥିବା ଏବଂ ଏଥିପାଇଁ ଆମେରିକା ଆର୍ଥିକ ସହାୟତା ଯୋଗାଉଥିବା ଋଷ ଦାବି କରିଥିବାବେଳେ ଏହାକୁ ଉଭୟ ୟୁକ୍ରେନ୍ ଏବଂ ଆମେରିକା ଖଣ୍ଡନ କରିଛନ୍ତି । 



  • Mar 12, 2022 12:19 IST

    ନାଟୋ ରାଷ୍ଟ୍ର-ଋଷିଆ ମଧ୍ୟରେ ଲଢ଼େଇ ହେଲେ ତୃତୀୟ ବିଶ୍ୱଯୁଦ୍ଧ ଥୟ, ଭୟଙ୍କର ହେବ ପରିଣାମ

    ୟୁକ୍ରେନ୍ ଯୁଦ୍ଧରେ ନାଟୋ ରାଷ୍ଟ୍ର ଋଷିଆ ବିରୋଧରେ ଲଢ଼ିବେନି। ଏନେଇ ଖୋଲାଖୋଲି ଭାବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସ୍ପଷ୍ଟ କରିଛନ୍ତି। ଯଦି, ଏପରି ହୁଏ ତେବେ ନିଶ୍ଚିତ ଭାବେ ତୃତୀୟ ବିଶ୍ୱଯୁଦ୍ଧ ହେବ। ‌ପୂରା ଘଟଣା ଜାଣନ୍ତୁ...



  • Mar 12, 2022 11:19 IST

    ପୁଟିନ୍‌ ଦେଲେ ବଡ଼ ନିର୍ଦ୍ଦେଶ, ପ୍ରସ୍ତୁତ ରଖ ଆଣବିକ ଅସ୍ତ୍ର...ଇସାରା ମିଳିବା ମାତ୍ରେ



  • Mar 11, 2022 12:14 IST

    ‘ଅର୍ଡର୍ ଆସିଲା, ୩ ଘଣ୍ଟା ଭିତରେ ଖାର୍ଖିଭ୍ ଛାଡ଼’



  • Mar 11, 2022 12:14 IST

    'ଜଗନ୍ନାଥଙ୍କ ପାଇଁ ମୋ ଝିଅକୁ ମୁଁ ଫେରି ପାଇଲି..'



  • Mar 11, 2022 12:14 IST

    ୟୁକ୍ରେନ ଉପରେ ବୋମା ପକାଇଲା ଋଷିଆ, ପାଣି ପକାଇ ଲିଭାଇ ଦେଲେ ଲୋକେ



  • Mar 11, 2022 11:51 IST

    ୧୬ ଦିନରେ ମଧ୍ୟ ଥମୁନି ଯୁଦ୍ଧ; ବିଭୀଷିକାର ଶିକାର ହେଉଛନ୍ତି ସାଧାରଣ ଜନତା

    ୧୬ ଦିନରେ ପହଞ୍ଚିଲାଣି ଋୁଷ-ୟୁକ୍ରେନ୍ ଯୁଦ୍ଧ । ଯୁଦ୍ଧରେ ଦେଶର ୨୮୦ଟି ଶିକ୍ଷାନୁଷ୍ଠାନ ଧ୍ୱଂସ ହୋଇଥିବାର ୟୁକ୍ରେନ ପକ୍ଷରୁ ସୂଚନା ଦିଆଯାଇଛି । ଏମିତିକି ସୈନ୍ୟଙ୍କ ଅପେକ୍ଷା ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାର ମଧ୍ୟ ୟୁକ୍ରେନ ପକ୍ଷରୁ ସ୍ପଷ୍ଟ କୁହାଯାଇଛି ।ସମ୍ପୂର୍ଣ୍ଣ ଖବର ପଢ଼ନ୍ତୁ...



  • Mar 11, 2022 11:40 IST

    ଗୋଆରେ ବିଜେପି ଉଡାଇଲା ଗେରୁଆ ବାନା



  • Mar 11, 2022 11:40 IST

    ପଞ୍ଜାବରେ ଝାଡୁର ଝଡ



  • Mar 11, 2022 11:40 IST

    ଏହି ୧୦ କାରଣ ପାଇଁ ପଂଜାବରେ ଜିତିଲା ଆପ୍‌



  • Mar 11, 2022 11:40 IST

    ୟୁକ୍ରେନ୍‌ରୁ ଫେରିଲେ ଓଡ଼ିଆ ଛାତ୍ରୀ; ଖୁସିରେ ଗଦଗଦ ପରିବାର

    ୟୁକ୍ରେନ୍‌ରୁ ଫେରିଲେ ଓଡ଼ିଆ ଡାକ୍ତରୀ ଛାତ୍ରୀ । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅଳତି ଗାଁର ଡାକ୍ତରୀ ଛାତ୍ରୀ ଶୁଭଲଷ୍ମୀ ବରାଳ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଘରେ ପହଞ୍ଚିଛନ୍ତି । ସମ୍ପୂର୍ଣ୍ଣ ଖବର ଜାଣନ୍ତୁ...



  • Mar 11, 2022 11:40 IST

    କମେଡ଼ି କିଙ୍ଗ୍‌ ଥିଲେ, ଏବେ ମୁଖ୍ୟମନ୍ତ୍ରୀ ହେବେ !



  • Mar 11, 2022 11:40 IST

    ୟୁକ୍ରେନରୁ ସ୍ୱଦେଶ ଫେରିଲେ ଆଉ ୨୪୨ ଭାରତୀୟ



  • Mar 11, 2022 11:40 IST

    ଯୋଗୀ ମୋଦି ଯୋଡି ପୁଣି ଚମକିଲେ



  • Mar 11, 2022 11:40 IST

    ମଣିପୁରେ ବାଜି ମାତ୍ କରିଛି ବିଜେପି



  • Mar 11, 2022 11:40 IST

    ପଂଜାବର ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀଙ୍କୁ ହରାଇଲେ ମୋବାଇଲ ରିପ୍ୟାରିଂ ଦୋକାନୀ



  • Mar 11, 2022 11:40 IST

    ଏ ଦିନ ଉତ୍ସବର ଦିନ ମୋଦି



  • Mar 11, 2022 11:40 IST

    ରୁଷୀୟ ସୈନ୍ୟ ଦ୍ୱାରା ୟୁକ୍ରେନର ୨୮୦ଟି ଶିକ୍ଷାନୁଷ୍ଠାନ ଧ୍ୱଂସ



  • Mar 10, 2022 06:52 IST

    ୩୦ ବର୍ଷରେ ଯେତିକି କ୍ଷତି ଋଷ ସହିନଥିଲା...ମାତ୍ର ୧୩ ଦିନରେ ସେତିକି କ୍ଷତି ସହିଲାଣି ଋଷ :



  • Mar 09, 2022 16:12 IST

    ଚତୁର୍ଦ୍ଦଶ ଦିନରେ ୟୁକ୍ରେନ୍-ରୁଷ୍ ଯୁଦ୍ଧ

    ଚତୁର୍ଦ୍ଦଶ ଦିନରେ ୟୁକ୍ରେନ୍-ରୁଷ୍ ଯୁଦ୍ଧ : ରାସ୍ତା, ଘାଟ, ବ୍ରିଜ୍ ସବୁକିଛି ଭଗ୍ନ ଅବସ୍ଥାରେ, ଭୟଭୀତ ହୋଇ ଦେଶ ଛାଡୁଛନ୍ତି ହଜାର ହଜାର ନାଗରିକ



  • Mar 09, 2022 13:03 IST

    ଭାରତର ଅପରେସନ ଗଙ୍ଗାରେ ଉଦ୍ଧାର ହେଲେ ପାକିସ୍ତାନୀ ଓ ବାଂଲାଦେଶୀ

    ଭାରତର ଅପରେସନ ଗଙ୍ଗାରେ ଉଦ୍ଧାର ହେଲେ ପାକିସ୍ତାନୀ ଓ ବାଂଲାଦେଶୀ । ଯାହାକୁ ନେଇ ପାକିସ୍ତାନୀ ମହିଳା ଓ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି । ଏହାରି ମଧ୍ୟରେ ୟୁକ୍ରେନରୁ ପ୍ରାୟ ୨୦ ହଜାର ଭାରତୀୟ ଉଦ୍ଧାର ହେଲେଣି...ଆହୁରି ଜାଣନ୍ତୁ...



  • Mar 09, 2022 11:59 IST

    ୟୁକ୍ରେନରେ ତ୍ରିରଙ୍ଗା ଧରି ଚାଲିଲି ସମସ୍ତେ ବାଟ ଛାଡ଼ିଦେଲେ



  • Mar 09, 2022 11:59 IST

    ଜଣା ନାହିଁ ଏ ପଥ କେବେ ସରିବ



  • Mar 09, 2022 09:11 IST

    ନାଟୋ ସଦସ୍ୟତା ପାଇଁ ଆଉ ଆଗ୍ରହ ନାହିଁ : ରୁଷ୍-ୟୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ବଡ଼ ବୟାନ

    ଷ୍-ୟୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ବୁଝାମଣା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ରୁଷ୍ ସେନା ଆଗରେ ଆଉ ଅଧିକ ଦିନ ତିଷ୍ଠି ରହିବା ନେଇ ଆଶା ନଦେଖି ଜେଲେନସ୍କି ବୁଝାମଣା କରିବାକୁ ରାଜି ହୋଇଛନ୍ତି । ସେ କହିଛନ୍ତି ତାଙ୍କର ଆଉ ନାଟୋ ସଦସ୍ୟତା ପାଇଁ ଆଗ୍ରହ ନାହିଁ । 



  • Mar 08, 2022 14:19 IST

    ତୃତୀୟ ପର୍ଯ୍ୟାୟ ବି ବିଫଳ!



  • Mar 08, 2022 14:19 IST

    ପୁଣି ରୁଷିଆର ସାମୟିକ ଯୁଦ୍ଧ ବିରତି



  • Mar 08, 2022 14:19 IST

    ୟୁକ୍ରେନର ୫ ସହରରେ ଆଜି ସାମୟିକ ଯୁଦ୍ଧବିରତି

    ଦ୍ଧ ଘନଘଟା ଭିତରେ ମାନବିକତାକୁ ବଞ୍ଚାଇବାର ପ୍ରୟାସ । ଆଜି ମଧ୍ୟ ଅସ୍ତ୍ରବିରତି ନେଇ ରୁଷ ଘୋଷଣା କରିଛି । ହ୍ୟୁମାନଟାରିଆନ କରିଡର ଜରିଆରେ ଲୋକଙ୍କୁ ଉଦ୍ଧାର ପାଇଁ କିଭ୍ ସମେତ ୫ ସହରରେ ଋଷ୍ ଅସ୍ତ୍ରବିରତି ଘୋଷଣା କରିଛି । ଉଭୟ ପକ୍ଷ ଅସ୍ତ୍ରବିରତି ଉଲ୍ଲଙ୍ଘନ ନେଇ ଅଭିଯୋଗ ମଧ୍ୟରେ ରୁଷ୍ ଏହି ଘୋଷଣା କରିଛି ।



  • Mar 08, 2022 09:49 IST

    ୫ ସହର ପାଇଁ ସାମୟିକ ଯୁଦ୍ଧ ବିରତି ଘୋଷଣା କଲା ରୁଷିଆ

    ତୀୟ ଥର ପାଇଁ ଋଷିଆ ୟୁକ୍ରେନରେ ଅସ୍ତ୍ରବିରତି ଘୋଷଣା କରିଛି । ୟୁକ୍ରେନରେ ପୁଣି ଯୁଦ୍ଧ ବିରତି ଘୋଷଣା କରିଛି ରୁଷିଆ । ୫ ସହର କିଭ୍, ଚେରନିଭ୍, ସୁମି, ମାରିଉପଲ, ଖାରକିଭରେ ସାମୟିକ ଯୁଦ୍ଧ ବିରତି ଘୋଷଣା ହୋଇଛି । ଭାରତୀୟ ସମୟାନୁସାରେ ଆଜି ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଆରମ୍ଭ ହେବ 



  • Mar 08, 2022 09:49 IST

    ୟୁକ୍ରେନ୍‌ ସେନାଙ୍କ ଗୁଳିରେ ଟଳିଲେ ଋଷିଆ ମେଜର୍‌ ଜେନେରାଲ !

    କ୍ରେନ୍-ରୁଷିଆ ଘମାଘୋଟ ଯୁଦ୍ଧ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ୟୁକ୍ରେନ୍ ଆକ୍ରମଣରେ ରୁଷିଆର ମେଜର ଜେନେରାଲଙ୍କ ମୃତ୍ୟୁ ହୋଇଥିବା ସୂଚନା ଆସୁଛି । ୟୁକ୍ରେନର ଖାରକିଭରେ ରୁଷିଆର ମେଜର ଜେନେରାଲ ବିଟାଲି ଗେରାସିମବଙ୍କ ମୃତ୍ୟୁ ହୋଇଛି। ଏହି ଦାବି କରିଛି ୟୁକ୍ରେନ୍ ।



  • Mar 08, 2022 09:49 IST

    ୟୁକ୍ରେନ-ରୁଷିଆ ତୃତୀୟ ପର୍ଯ୍ୟାୟ ଆଲୋଚନା : ବାହାରିଲାନି କୌଣସି ନିଷ୍କର୍ସ

    ତିନି ତିନି ଥର ବୈଠକ ବସିଲାଣି, ହେଲେ ସମାଧାନର ବାଟ ବାହାରିପାରୁନି । ୟୁକ୍ରେନ ଓ ଋଷ ମଧ୍ୟରେ ଗତକାଲି ବସିଥିବା ତୃତୀୟ ପର୍ଯ୍ୟାୟ ବୈଠକରୁ ମଧ୍ୟ ଆାଶାନୁରୂପ ଫଳାଫଳ ମିଳିନଥିବା ଜଣାପଡିଛି । ଗୋଟିଏ ପଟେ ଯୁଦ୍ଧ ଦ୍ୱାଦଶ ଦିନ ପାର୍ କରିଥିବା ବେଳେ ଋ଼ଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଶାନ୍ତି ପ୍ରସ୍ତାବ ନେଇ ତୃତୀୟ ରାଉଣ୍ଡ ଆଲୋଚନା ହୋଇଥିଲା ।



  • Mar 07, 2022 17:22 IST

    ମୋଦି-ପୁଟିନ୍‌ ଆଲୋଚନା: ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରତିଶ୍ରୁତି

    ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରାୟ ୫୦ ମିନିଟ ଧରି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବାର ସୂଚନା ମିଲିଛି। ସାଂପ୍ରତିକ ୟୁକ୍ରେନ ସ୍ଥିତି ନେଇ ଉଭୟ ନେତାଙ୍କ ଆଲୋଚନା ହୋଇଛି । ୟୁକ୍ରେନ ସହ ଚାଲିଥିବା ଦ୍ୱିପାକ୍ଷିକ କଥାବାର୍ତ୍ତା ନେଇ ମୋଦିଙ୍କୁ ଜଣାଇଲେ ପୁଟିନ । ଏହା ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ୟୁକ୍ରେନର ସାଂପ୍ରତିକ ସ୍ଥିତି ନେଇ ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୩୫ ମିନିଟ୍ ଧରି ଫୋନ୍‌ରେ ଆଲୋଚନା ହୋଇଥିଲା। ୟୁକ୍ରେନ ରାଷ୍ଟ୍ରପତି ୟୁକ୍ରେନର ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଥିଲେ।



  • Mar 07, 2022 11:02 IST

    ଯୁଦ୍ଧ ପ୍ରଭାବ : ଅଶୋଧିତ ତୈଳ ଦରରେ ନିଆଁ

    ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ସାରା ବିଶ୍ୱରେ ସଙ୍କଟ ସୃଷ୍ଟି କରିଛି । ବିଶେଷ କରି ଅଶୋଧିତ ତୈଳ ଯୋଗାଣ ଉପରେ ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି, ଯେଉଁଥି ପାଇଁ ଅଶୋଧିତ ତୈଳ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ବିଶ୍ୱ ବଜାରରେ ବର୍ତ୍ତମାନ ଅଶୋଧିତ ତୈଳ ଦରର ମୂଲ୍ୟ ବ୍ୟାରେଲ୍ ପିଛା ୧୩୦ ଡଲାର ଅତିକ୍ରମ କରିଛି । ଦୁଇ ଦିନ ଭିତରେ ଅଶୋଧିତ ତଳ ଦର ୧୦ ପ୍ରତିଶତ ବୃଦ୍ଧି ପାଇ ୧୩୯.୧୩ ଡଲାରରେ ପହଞ୍ଚିଛି ।



Russia-Ukrain War
Advertisment
Advertisment