ବଢିଲା ବିପଦ। ଆଉ ଚୁପ ହୋଇ ବସିବନି ଭାରତ। ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଅଭିଯାନ ହେବ ଜୋରଦାର। ଏମିତି ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ‘ଅପରେସନ୍ ଗଙ୍ଗା’ରେ ସାମିଲ ହେବ ଭାରତୀୟ ବାୟୁସେନା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାୟୁସେନାକୁ ଏମିତି ନିର୍ଦ୍ଦେଶ ଦେଇଛନ୍ତି। ‘ଅପରେସନ୍ ଗଙ୍ଗା’ ମିଶନରେ ବାୟୁସେନା ସାମିଲ ହେଲେ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ଏହା ସହିତ ଭାରତରୁ ପଠାଯାଉଥିବା ରିଲିଫ୍ ସାମଗ୍ରୀ ଶୀଘ୍ର ପହଞ୍ଚି ପାରିବ। ଭାରତୀୟ ବାୟୁସେନାର ସି -୧୭ ବିମାନ ଅପରେସନ୍ ଗଙ୍ଗା ମିଶନରେ ସାମିଲ ହୋଇଛି ବୋଲି ଜଣାପଡିଛି।
Also Read
ସୂଚନା ଅନୁସାରେ, ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ ସମେତ ୫ଟି ଦେଶର ନାଗରିକମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି। ଏ ପର୍ଯ୍ୟନ୍ତ ୬ଟି ବିମାନ ଭାରତୀୟଙ୍କୁ ଆଣିଥିବା ବେଳେ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବାୟୁସେନାକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଶିଥିବା ଲୋକମାନଙ୍କୁ ସି-୧୭ ଗ୍ଲୋବ ମାଷ୍ଟର ବିମାନ ମାଧ୍ୟମରେ ଭାରତକୁ ଆଣିବାକୁ ଯୋଜନା ହେଉଛି।
ଅନ୍ୟପକ୍ଷେ, ୟୁକ୍ରେନ ଉପରେ ରୁଷର ଆକ୍ରମଣ ବଢି ବଢି ଚାଲିଛି। ଆଗକୁ ଆସୁଥିବା ବଡ଼ ବିପଦ ଆଶଙ୍କା କରିଛି ୟୁକ୍ରେନ। ତୁରନ୍ତ କିଭ ସହର ଛାଡିବାକୁ ଭାରତୀୟ ଦୂତାବାସ ଅପିଲ କରିଛି। ଯେଉଁ ଭାରତୀୟମାନେ କିଭରେ ରହୁଛନ୍ତି, ତୁରନ୍ତ ସହର ଛାଡି ଚାଲି ଯାଆନ୍ତୁ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।