• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଋଷିଆ-ୟୁକ୍ରେନ୍ ମହାଯୁଦ୍ଧ ମଧ୍ୟରେ ଜୈବିକ ଅସ୍ତ୍ର ପ୍ରୟୋଗ ଭୟ । ବାୟୋଲୋଜିକାଲ ଓ୍ୱିପନ ବା ଜୈବିକ ଅସ୍ତ୍ର । କୌଣସି ବି ଦେଶରେ ମୃତ୍ୟୁର ତାଣ୍ଡବ ରଚିପାରେ ବାୟୋ ଓ୍ୱିପନ୍ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଜୈବାସ୍ତ୍ରର ଅର୍ଥ କୌଣସି ଗୋଷ୍ଠୀ ବା ଜନସଂଖ୍ୟାକୁ ଉଦ୍ଦେଶ୍ୟମୂଳକ ଭାବେ ମାରାତ୍ମକ ବ୍ୟାକ୍ଟେରିଆ ଓ ଭାଇରସ୍ ଆଦି ଦ୍ୱାରା ସଂକ୍ରମିତ କରାଇବ । ବାୟୁ, ଜଳ ବା ଅନ୍ୟ କୌଣସି ମାଧ୍ୟମରେ ଏହି ଅସ୍ତ୍ରର ପ୍ରୟୋଗ ଦ୍ୱାରା ମଣିଷ ନିଜ ଅଜାଣତରେ ସଂକ୍ରମିତ ହୋଇଥାଏ ଏବଂ ମୃତ୍ୟୁମୁଖରେ ପଡ଼େ । କମ୍ ସମୟରେ ଏହା ବ୍ୟାପକ ଅଞ୍ଚଳରେ ଧ୍ୱଂସଲୀଳା ରଚିପାରେ । ଏହି ଅସ୍ତ୍ରର ପ୍ରୟୋଗରେ ଲୋକେ ପୋକମାଛି ପରି ମରିବାରେ ଲାଗିଥାନ୍ତି ଅଥବା ଦୂରାରୋଗରେ ପୀଡ଼ିତ ହୋଇଥାନ୍ତି ଏବଂ ସବୁଦିନ ପାଇଁ ଶରୀରର ବିଭିନ୍ନ ଅଙ୍ଗ ହରାଇଥାନ୍ତି ।

ବିଶ୍ୱରେ ପ୍ରଥମ ଥର ଲାଗି ଜୈବିକ ଅସ୍ତ୍ରର ପ୍ରୟୋଗ ୧୩୯୭ରେ ମଙ୍ଗୋଲିଆ ସେନା କରିଥିଲା ମଙ୍ଗୋଲିଆ ସେନା । ପ୍ଲେଗରେ ସଂକ୍ରମିତ ଏକ ମୃତଦେହ ବ୍ଲାକ୍ ସି କୂଳରେ ଫିଙ୍ଗିଦେଇଥିଲା ପରେ ସଂକ୍ରମଣ ବଢ଼ିବାରୁ ବ୍ଲାକ୍ ଡେଥ୍ ମହାମାରୀ ବ୍ୟାପିଥିଲା । ଏହାର ପ୍ରଭାବରେ ୪ ବର୍ଷରେ ୟୁରୋପରେ ପ୍ରାୟ ଅଢ଼େଇ କୋଟି ଲୋକଙ୍କର ମୃତ୍ୟୁ ଘଟିଥିଲା । ସେହିପରି ୧୭୧୦ରେ ସ୍ୱିଡେନ୍ ସେନା ସହ ଲଢ଼ୁଥିବା ରୁଷୀୟ ସେନା ଏଣ୍ଟୋନିଆର ତାଲିନରେ ଘେରାବନ୍ଦୀ କରି ସେଠାରେ ପ୍ଲେଗରେ ସଂକ୍ରମିତ ଶବ ଫିଙ୍ଗିଥିଲେ ।

ସେହିପରି ୧୭୬୩ରେ ବ୍ରିଟିସ ସେନା ପିଟସବର୍ଗରେ ଚିକେନପକ୍ସ ଭାଇରସ୍ ଥିବା ଏକ କମ୍ବଳ ଫିଙ୍ଗିଥିଲା ଖାଲି ସେତିକି ନୁହେଁ ବିଶ୍ୱଯୁଦ୍ଧରେ ଜୈବିକ ଅସ୍ତ୍ରର ମଧ୍ୟ ବ୍ୟବହାର ହୋଇସାରିଛି । ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀ ଆନ୍ଥ୍ରାକ୍ସ ଭାଇରସ୍ ଥିବା ଜୈବିକ ଅସ୍ତ୍ରର ପ୍ରୟୋଗ କରିଥିଲା । ଏଥିଲାଗି ଜର୍ମାନୀ ଗୁପ୍ତରେ ଯୋଜନା କରି ଶତ୍ରୁ ପକ୍ଷର ଘୋଡ଼ା ଏବଂ ଗାଈଙ୍କୁ ସଂକ୍ରମିତ କରିଥିଲା । ଜାପାନ ମଧ୍ୟ ସୋଭିଏତ ସଂଗଠନ ବିରୋଧରେ ଜୈବିକ ଅସ୍ତ୍ର ପ୍ରୟୋଗ କରିଥିଲା ।

ସୋଭିଏତର ବିଭିନ୍ନ ଜଳସ୍ରୋତରେ ଜାପାନ ଟାଇଫଏଡ୍ ଭାଇରସ୍ ଛାଡ଼ି ସଂକ୍ରମିତ କରିଥିଲା । ଏଯାଏଁ ଜର୍ମାନୀ, ଆମେରିକା, ରୁଷ୍ ଏବଂ ଚୀନ୍ ସମେତ ୧୭ଟି ଦେଶ ଜୈବିକ ଅସ୍ତ୍ର ପ୍ରସ୍ତୁତ କରିସାରିଛନ୍ତି । ଗତ ଦୁଇ ବର୍ଷ ହେଲା ଚୀନ ଉପରେ ଅଭିଯୋଗ ହୋଇଆସୁଛି ସେ କରୋନା ଭାଇରସକୁ ଜୈବିକ ଅସ୍ତ୍ର ରୂପରେ ବ୍ୟବହାର କରିଛି । ତେବେ ଅଭିଯୋଗକୁ ଚୀନ୍ ଖଣ୍ଡନ କରିଆସୁଛି ।