• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହାଯୁଦ୍ଧର ଘନଘନଟା ମଧ୍ୟରେ ୟୁକ୍ରେନ୍‌ ଆକାଶାରେ ପିଶାଚ । ଯୁଦ୍ଧଗ୍ରସ୍ତ ଦେଶରେ ବୁଲୁଛନ୍ତି ଭାମ୍ପାୟାର୍‌ । ହୃଦୟରେ ପ୍ରତିଶୋଧର ନିଆଁ ।  ମୃତ୍ୟୁର ସୌଦାଗର ସାଜିଛନ୍ତି ୟୁକ୍ରେନୀୟ ପାଇଲଟ୍ । ଋଷୀୟ ସୈନ୍ୟଙ୍କୁ ଦେଶ ସାରା ତନ୍ନ ତନ୍ନ କରି ଖୋଜୁଛନ୍ତି । ୟୁକ୍ରେନର ସଶସ୍ତ୍ର ବାହିନୀ (General Staff of the Armed Forces of Ukraine)ର ଭେରିଫାଏଡ୍ ଫେସବୁକ୍ ଆକାଉଣ୍ଟରୁ ଏପରି ଏକ ଫଟୋ ପୋଷ୍ଟ କରାଯାଇଛି । ଏହି ଫଟୋରେ ଜଣେ ଫାଇଟର୍‌ ପାଇଲଟକୁ ଦେଖିବାକୁ ମିଳିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହି ଫଟୋରେ ଥିବା କ୍ୟାପସନ୍ । ଏଥିରେ ଲେଖାହୋଇଛି 'ହ୍ୟାଲୋ ଋଷୀୟ ଭିଲେନ୍, ମୁଁ ତୁମର ଜୀବନ ନେବା ପାଇଁ ଆସୁଛି- କିଭ୍‌ ଭେମ୍ପାୟର୍ ପକ୍ଷରୁ ଶତ୍ରୁଙ୍କ ପାଇଁ ସ୍ୱତନ୍ତ୍ର ମେସେଜ୍ ! ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫଟୋଟିକୁ ଗୋଟିଏ ଦିନରେ ଫେସବୁକ୍ ପେଜରେ ୭୭୦୦ରୁ ଅଧିକ ଥର ସେୟାର କରାଯାଇଛି ।

ଘୋଷ୍ଟ ଅଫ୍ କିଭ୍‌ ବା କିଭ୍‌ର ଭାମ୍ପାୟାର୍‌ ନାମକ ଜଣେ ଫାଇଟର୍‌ ପାଇଲଟ୍ ୧୦ ରୁଷିଆ ଯୁଦ୍ଧ ବିମାନକୁ ଗୁଳି କରି ଖସାଇଥିବା ୟୁକ୍ରେନ୍‌ରେ ଚର୍ଚ୍ଚା ଚାଲିଛି । ତେବେ ଏହାର ସତ୍ୟତା ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ । ଅନେକ ଲୋକ ଏହାକୁ ଏକ କାଳ୍ପନିକ କାହାଣୀ ବୋଲି ମଧ୍ୟ କହୁଛନ୍ତି ।

କିନ୍ତୁ ୟୁକ୍ରେନ ସୁରକ୍ଷା ବଳ ଫଟୋ ପୋଷ୍ଟ କଲାପରେ ପୁଣିଥରେ ୟୁକ୍ରେନର 'ପିଶାଚ’ ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏବେ ଏହି ୟୁକ୍ରେନୀୟ 'ଭାମ୍ପାୟାର' ଦେଶର ସୈନ୍ୟ ଓ ସାଧାରଣ ଲୋକଙ୍କ ପାଇଁ ସାହସର ପ୍ରତୀକ ପାଲଟିଛନ୍ତି ।

ତେବେ ୟୁକ୍ରେନ ସୁରକ୍ଷା ବାହିନୀ ପୋଷ୍ଟ କରିଥିବା ଫଟୋରେ ପାଇଲଟଙ୍କ ନାମ କିମ୍ବା ପରିଚୟ ପ୍ରକାଶ କରାଯାଇ ନାହିଁ। ଏଥିରେ ଜଣେ ପାଇଲଟ୍ ଅକ୍ସିଜେନ୍ ମାସ୍କ ପିନ୍ଧି କକପିଟ୍‌ରେ ନଜର ଆସୁଛନ୍ତି । ସେ ଏକ MiG-29 ଜେଟରେ ବସିଥିବା ଦେଖିବାକୁ ମିଳୁଛି ।

ଯୁଦ୍ଧରେ ଋଷିଆର ଅନେକ ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ଦାବି କରିଛି ୟୁକ୍ରେନ୍‌ । ଏକ ରିପୋର୍ଟ ଅନୁଯାୟୀ ରୁଷୋ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ବେଳକୁ ଋଷିଆ ପାଖରେ ଥିଲା ପ୍ରାୟ ୧୨୦୦ ଯୁଦ୍ଧ ଜାହାଜ । ଅନ୍ୟପଟେ ୟୁକ୍ରେନ ପାଖରେ ଥିଲା କେବଳ ୧୨୪ ଯୁଦ୍ଧ ବିମାନ । ହେଲେ ଏହି ଯୁଦ୍ଧରେ ଋଷିଆ ଅନେକ ସୈନ୍ୟକୁ ହରାଇଥିବା ବେଳେ ଯୁଦ୍ଧ ଜାହାଜ ଧ୍ୱଂସ କରିଥିବା ୟୁକ୍ରେନ୍‌ କହୁଛି ।