• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଋଷିଆ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ଚେତାବନୀ । ଋଷରେ ରହି ଋଷିଆ ବିରୋଧରେ କାମ କରୁଥିବା ବ୍ୟକ୍ତିଙ୍କୁ ଦିଆଯିବ କି ମୃତ୍ୟୁଦଣ୍ଡ ? ମହାଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପରୋକ୍ଷରେ ଏପରି ଚେତାଇ ଦେଇଛନ୍ତି । ତେବେ କାହା ଉଦ୍ଦେଶ୍ୟରେ ପୁଟିନ୍‌ ଏପରି ମନ୍ତବ୍ୟ ଦେଇଛନ୍ତି, ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନି । ହେଲେ ପୁଟିନ୍‌ଙ୍କ ଏପରି ଚେତାବନୀକୁ ନେଇ ଦେଶରେ ହଇଚଇ ଆରମ୍ଭ ହୋଇଯାଇଛି ।

ଯୁଦ୍ଧ ବେଳେ ଯେଉଁମାନେ ଯୁକ୍ତରାଷ୍ଟ୍ର ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରମାନଙ୍କ ପାଇଁ କାମ କରୁଛନ୍ତି, ସେମାନଙ୍କୁ ମସ୍କୋ କେବେ କ୍ଷମା କରିବନି ବୋଲି ପୁଟିନ୍‌ କହିଛନ୍ତି । ଏହାସହ ପୁଟିନ୍‌ କହିଛନ୍ତି ଖୁବଶୀଘ୍ର ରୁଷ୍‌କୁ ବିଶ୍ୱାସଘାତକମୁକ୍ତ କରାଯିବ । ଏମାନେ ରହିଲେ ଦେଶ ପାଇଁ ପରବର୍ତ୍ତୀ ସମୟରେ ବଡ଼ ବିପଦ ହେବ  । କେବଳ ଏତିକି ନୁହେଁ ବରଂ ଋଷିଆରେ ରହି ଯେଉଁମାନେ ଋଷର ପଦକ୍ଷେପକୁ ସମାଲୋଚନା କରୁଛନ୍ତି ସେମାନଙ୍କୁ ମଧ୍ୟ ପୁଟିନ୍‌ କଡ଼ା ଚେତାବନୀ ଦେଇଛନ୍ତି ।

ଦେଶ ପାଇଁ ସରକାର କାମ କରୁଛନ୍ତି । ଯେଉଁମାନେ ବିଶ୍ୱାସରେ ବିଷ ଦେଇଛନ୍ତି, ସେମାନଙ୍କୁ ଛଡ଼ାଯିବ ନାହିଁ । ବର୍ତ୍ତମାନ ସମୟରେ ଯୁଦ୍ଧରେ ହଜାର ହଜାର ସୈନିକଙ୍କ ଜୀବନ ଯାଇଛି । ୟୁକ୍ରେନ ବିରୋଧରେ ଯେଉଁ ପଦକ୍ଷେପ ଋଷିଆ ନେଇଛି ତାହା ସଠିକ୍‌ ବୋଲି ମଧ୍ୟ ଦୋହରାଇଛନ୍ତି ପୁଟିନ୍‌। ଆଉ ପୁଟିନ୍‌ଙ୍କ ଏହି ମନ୍ତବ୍ୟ ପୂରା ବିଶ୍ୱର ନଜରରେ ରହିଛି।

ଏହାରି ମଧ୍ୟରେ ୨୩ଦିନରେ ପହଞ୍ଚିଛି ଋଷିଆ ୟୁକ୍ରେନ ଯୁଦ୍ଧ । ରାଜଧାନୀ କିଭ୍ ଦଖଲ ଲାଗି ଋଷ ସେନାର ପ୍ରୟାସ ଜାରି ରହିଛି । କିଭ୍ ଉପକଣ୍ଠରେ ଋଷ ସେନା ପକ୍ଷରୁ ଜୋରଦାର ଆକ୍ରମଣ କରାଯାଉଛି । ଅଧିକରୁ ଅଧିକ ବେସାମରିକ ବିଲଡିଂକୁ ଋଷ ସେନା ଟାର୍ଗେଟ କରୁଥିବା ଅଭିଯୋଗ ହୋଇଛି । ଖାରକିଭ୍ ଓ ଜାପୋରଜିଆରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଆଉ ଏହାରି ମଧ୍ୟରେ ବିଶ୍ୱାସ ଘାତକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁଟିନ୍‌ ।