Advertisment

ଋଷିଆର ରକେଟ୍‌ ମାଡରେ ଟଳି ପଡ଼ିଲେ ଅଭିନେତ୍ରୀ

ରୁଷ୍‌ ସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ୟୁକ୍ରେନର ଖାର୍କିଭରେ ରହୁଥିବା ଅଭିନେତ୍ରୀ ଓକସାନାଙ୍କ ମୃତ୍ୟୁ ହୋଇଛି। ରୁଷ୍‌ର ରକେଟ୍‌ ମାଡରେ ଓକସାନା ଆଖି ବୁଜିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Russia-Ukraine War

Russia-Ukraine War

ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଖବର। ରୁଷ୍‌ ସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ୟୁକ୍ରେନର ଖାର୍କିଭରେ ରହୁଥିବା ଅଭିନେତ୍ରୀ ଓକସାନାଙ୍କ ମୃତ୍ୟୁ ହୋଇଛି। ଗତ ମାସରେ ତାଙ୍କୁ ୟୁକ୍ରେନର ସର୍ବୋଚ୍ଚ କଳା ପୁରସ୍କାରରେ ସମ୍ମାନିତ କରାଯାଇଥିଲା। 

Advertisment

ରୁଷ୍‌ର ରକେଟ୍‌ ମାଡରେ ଓକସାନା ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଏନେଇ The Young Theatre ପକ୍ଷରୁ ସୂଚନା ଦିଆଯାଇଛି। ଓକସାନା ଜଣେ ପ୍ରତିଭାସମ୍ପନ୍ନ ଥିଲେ। 

Actress Oksana Actress Oksana

ପୂର୍ବ ୟୁକ୍ରେନର ଖାର୍କିଭ ସହର ଉପକଣ୍ଠରେ ଥିବା ମେରାଫାର ଏକ ସ୍କୁଲ ଓ ସାଂସ୍କୃତିକ କେନ୍ଦ୍ରରେ ରୁଷ୍‌ ସେନା ପକ୍ଷରୁ ଘନଘନ ବୋମା ମାଡ଼ ହୋଇଛି। ଏଥିରେ ପ୍ରାୟ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ଏହି ଆକ୍ରମଣରେ ୨୫ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

Advertisment

ବୋମା ମାଡ଼ରେ ବହୁତଳ ବିଶିଷ୍ଟ ବିଲ୍ଡିଂ ଧ୍ୱଂସ ହୋଇଯାଇଛି। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ନିଆଁ ଲାଗି ଯିବା ସହ ବିଲ୍ଡିଂର ଉପର ଭାଗ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ବିଲ୍ଡିଂରେ ଲାଗିଥିବା ନିଆଁକୁ ଆୟତ୍ତ କରିବାର ବେଳର ଫଟୋ ସାମ୍ନାକୁ ଆସିଛି।

Russia Ukraine Crisis Ukraine Russia War Actress Oksana Death
Advertisment
Advertisment