• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନରେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ । ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ଅଭିଜ୍ଞ ସାମ୍ବାଦିକ ତଥା ଫିଲ୍ମ ମେକର୍ ବ୍ରେଣ୍ଟ୍ ରିନୋଡ । ଗୁଳିମାଡ଼ରେ ଆଉ ଜଣେ ଆମେରିକୀୟ ସାମ୍ବାଦିକ ଏବଂ ଜଣେ ୟୁକ୍ରେନୀୟ ନାଗରିକ ମଧ୍ୟ ଆହତ ହୋଇଛନ୍ତି । ୟୁକ୍ରେନ୍ ରାଜଧାନୀ କିଭ୍ ନିକଟବର୍ତ୍ତୀ ଇରପିନରେ ବ୍ରେଣ୍ଟ୍ ରିନୋଡଙ୍କ କାର୍ ଉପରକୁ ଗୁଳିମାଡ଼ ହୋଇଥିଲା ।

ଋଷୀୟ ସୈନ୍ୟଙ୍କ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିବା ୟୁକ୍ରେନ୍ ଅଭିଯୋଗ କରିଥିବା ବେଳେ ପ୍ରକୃତରେ ଘଟଣାସ୍ଥଳରେ କଣ ହୋଇଥିଲା ତାହା ଏବେବି ଅସ୍ପଷ୍ଟ ରହିଛି । ୫୦ ବର୍ଷୀୟ ବ୍ରେଣ୍ଟଙ୍କ ପାଖରୁ ନିୟୁୟର୍କ ଟାଇମ୍ସର ଏକ ପ୍ରେସ୍ ପରିଚୟ ପତ୍ର ମିଳିଥିବା ବେଳେ ତାଙ୍କୁ ସଂସ୍ଥା ପକ୍ଷରୁ ୟୁକ୍ରେନ୍ ପଠାଯାଇନଥିଲା । ସେ ସଂସ୍ଥା ସହ ୨୦୧୫ ଯାଏଁ ସହ ଜଡ଼ିତ ଥିଲେ ବୋଲି ନିୟୁୟର୍କ ଟାଇମ୍ସ ଟୁଇଟ୍ କରିଛି ।

ତେବେ ବ୍ରେଣ୍ଟଙ୍କ ମୃତ୍ୟୁ ପରେ ‘ଦି ନ୍ୟୁୟର୍କ ଟାଇମ୍ସ’ପକ୍ଷରୁ ଏକ ବିବୃତି ଜାରି କରାଯାଇଛି । ବ୍ରେଣ୍ଟ ରିନୋଡଙ୍କ ମୃତ୍ୟୁରେ ଆମେ ଦୁଃଖିତ। ସେ ଜଣେ ଦକ୍ଷ ଫିଲ୍ମ ନିର୍ମାତା ଥିଲେ । ‘ଦି ନ୍ୟୁୟର୍କ ଟାଇମ୍ସ’ପାଇଁ ଲେଖାଲେଖି ମଧ୍ୟ କରୁଥିଲେ। ବହୁ ବର୍ଷ ଧରି ସେ ଆମ ସହିତ ଜଡ଼ିତ ଥିଲେ । ଆମେ ତାଙ୍କୁ କୌଣସି ଦାୟିତ୍ୱ ଦେଇ ୟୁକ୍ରେନ୍ ପଠାଇ ନଥିଲୁ ।