• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗାଁରେ ଚାଲିଥିଲା ନାଟକ । ଭାଗବତ କଥାକୁ ନେଇ କୁନି କୁନି ପିଲାମାନେ କରୁଥିଲେ ନାଟକ ପରିବେଶଣ । ହେଲେ ନାଟକରେ ଅଭିନୟ କରୁ କରୁ ସତରେ ଜଣଙ୍କର ଜୀବନ ନେଇଗଲା ଆଉ ଜଣେ କୁନି ପୁଅ । ବୁଧବାର ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ କାନପୁରର ବିଲାହୁର ଅଞ୍ଚଳ ବମ୍ଭିଆନ୍‌ପୁର ଗାଁରେ । ଜଣେ ୧୧ ବର୍ଷର ପୁଅକୁ ନାଟକରେ ହତ୍ୟା କରିଛି ଆଉ ଜଣେ ୧୪ ବର୍ଷିୟ ପୁଅ ।

ମୃତ ବାଳକ ଜଣକ ଭାଗବତ କଥାରେ ଏକ ରାକ୍ଷସର ଅଭିନୟ କରୁଥିଲେ । ଆଉ ତାଙ୍କୁ ହତ୍ୟା କରିଥିବା ୧୪ ବର୍ଷିୟ ବାଳକ ଜଣକ ମାଆ କାଳୀ ଭୂମିକାରେ ନଜର ଆସିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି, ଅଭିଯୁକ୍ତକୁ ଅଟକ ରଖିବା ସହ ପଚରାଉଚରା କରୁଛି । ତେବେ ଏହି ହତ୍ୟା ଘଟଣା ଘଟିବା ପରେ ପରେ ସ୍ଥାନୀୟ ଲୋକେ ଗୁରୁତର ବାଳକକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅଧିକ ପଢ଼ନ୍ତୁ: ଫିଟନେସ୍ ପାଇଁ ପୁଅକୁ ଦୌଡ଼ାଇ ଦୌଡ଼ାଇ ମାରିଲା ବାପା, ଭିଡିଓ ଦେଖି କୋର୍ଟରେ କାନ୍ଦିଲେ ମାଆ

ଗାଁ ଲୋକଙ୍କ କହିବା କଥା ସୁବାଷ ସାଇନିଙ୍କ ଘରେ ଏହି ଭାଗବତ କଥା ନାଟକ ପରିବେଷଣ ଚାଲିଥିଲା । ଏଥିରେ କୁନି କୁନି ପିଲାମାନେ ବିଭିନ୍ନ ପ୍ରକାର ଭୂମିକାରେ ନଜର ଆସିଥିଲେ । ସେଥିମଧ୍ୟରୁ ଜଣେ କାଳୀ ଆଉ ଜଣେ ରାକ୍ଷସ ଭୂମିକାରେ ଥିଲେ । କାଳୀଙ୍କ ଭୂମିକାରେ ଥିବା ନାବାଳକ ଜଣଙ୍କୁ, ଏକ ନକଲି ତ୍ରିଶୁଳ ଆଣି ରାକ୍ଷସକୁ ବଦ୍ଧ କରିବା ପାଇଁ କୁହାଯାଇଥିଲା । ହେଲେ ସେ ନକଲି ତ୍ରିଶୁଳ ପାଇନଥିଲା । ତେଣୁ ଏକ ଧାରୁଆ ଛୁରୀ ଆଣି ଅଭିନୟ କରିଥିଲା । ଆଉ ସେଇଥିରେ ହିଁ ସେ ତାର ଗଳା କାଟିଦେଇଥିଲା ।

ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି । ପୁରା ଘଟଣାର ସତ୍ୟାସତ୍ୟ ଖୁବ ଶୀଘ୍ର ସାମ୍ନାକୁ ଆସିବ ବୋଲି ପୋଲିସ କହିଛି । ଅଚାନକ ତ୍ରିଶୁଳ ବଦଳରେ କାହିଁକି ସେ ଛୁରୀ ଆଣିଲା ? ଛୁରୀ କେଉଁଠି ଥିଲା ? ତ୍ରିଶୁଳ ବଦଳରେ ଛୁରୀ ବ୍ୟବହାର କରିବାର ବୁଦ୍ଧି କିଏ ଦେଲା, ସେଇ ସମସ୍ତ ଦିଗ ଉପରେ ପୋଲିସ ତଦନ୍ତ କରୁଛି ।