/odishatv-khabar/media/post_attachments/uploadimage/library/16_9/16_9_0/IMAGE_1714652024.jpg)
Run On Treadmill
ସନ୍ତାନ ପାଇଁ ସେ ପଥର, ସେ ଚଟାଣ... ସେ ଶକ୍ତି, ସେ ସାହସ...ସେ ପିତା । ନିଜ ପିଲାଙ୍କୁ ଭଲରେ ରଖିବା ପାଇଁ, ଶାନ୍ତି ଦେବା ପାଇଁ ଯେ ନିଜକୁ ତିଳ ତିଳ କରି ଜାଳିଦିଏ... ସେ ବାପା । ସନ୍ତାନର ସୁଖ ତା’ପାଇଁ ସର୍ବପ୍ରଥମ ହୋଇଥାଏ । ପୁଅ, ଭାଇ, ସ୍ୱାମୀର ପରିଚୟରୁ ଉପରକୁ ଉଠି ସେ ପିତାର ସମ୍ମାନ ଲାଭ କରେ । ନିଜ ଜୀବନର ଚରମ ସୁଖ ସେ ସନ୍ତାନ ଜନ୍ମ ପରେ ପ୍ରାପ୍ତ କରେ । କିନ୍ତୁ ସେହି ପିତା ଯେତେବେଳେ ନିଜ ସନ୍ତାନ ପାଇଁ କାଳ ପାଲଟେ, ସେତେବେଳେ ସ୍ୱଂୟ ଭଗବାନ ମଧ୍ୟ କ୍ଷମା କରନ୍ତି ନାହିଁ ।
ଛୋଟିଆ ପିଲାଟିଏ, ବୟସ ମାତ୍ର ଛଅ ବର୍ଷ । ଟିକେ ଅଧିକ ମୋଟା ଥିଲା ବୋଲି ବାପାର ନଜର ପଡ଼ିଥିଲା । ପୁଅକୁ ପତଳା କରାଇବା ପାଇଁ ଟ୍ରେଡମିଲ୍ ରେ ଦୌଡ଼ାଇଥିଲା । କିନ୍ତୁ ସେ କଷ୍ଟ... ସେ ଯନ୍ତ୍ରଣା ସହିପାରିଲାନି ପୁଅ । ଶେଷରେ ଆଖି ବୁଜିଦେଲା । ସ୍ତବ୍ଦ କଲା ଭଳି ଏପରି ଏକ ଘଟଣା ବର୍ତ୍ତମାନ ହଇଚଇ ସୃଷ୍ଟି କରିଛି ।
ନ୍ୟୁଜର୍ସି ସହରରେ ନିଜ ପୁଅ କୋରୀ ମାଇକିଓଲୋ(୬)କୁ ହତ୍ୟା କରିବା ଅଭିଯୋଗରେ ପିତା ଖ୍ରୀଷ୍ଟୋଫର୍ ଗ୍ରେଗର୍(୩୧) କୋର୍ଟରେ ହାଜର ହୋଇଥିଲେ । ତେବେ କୋର୍ଟରେ ଉପସ୍ଥାପିତ ହୋଇଥିବା ପ୍ରମାଣ ସମସ୍ତଙ୍କୁ ନିସ୍ତବ୍ଦ କରିଦେଇଥିଲା । ଉକ୍ତ ଭିଡ଼ିଓ ପ୍ରମାଣରେ ଦେଖିବାକୁ ମିଳିଛି ଯେ, ପିଲାଟି ଟ୍ରେଡମିଲରେ ଦୌଡ଼ୁଛି । ବାର୍ ବାର୍ ଘୋଷାଡ଼ି ହୋଇପଡ଼ୁଛି । ପୁଣି ଉଠୁଛି ପୁଣି ପଡ଼ୁଛି ।
NEW: Mother breaks down in court as she watches her son’s father abuse her child by making him run on the treadmill because he was “too fat.”
New Jersey father Christopher Gregor is accused of killing his 6-year-old son Corey Micciolo.
New footage shows the boy repeatedly face… pic.twitter.com/aVKknkOGd5
— Collin Rugg (@CollinRugg) May 1, 2024
ଟ୍ରେଡମିଲ୍ ର ବେଗ ଏତେ ଅଧିକ ରହିଛି ଯେ, ପିଲାଟି ଦୌଡ଼ିବାକୁ ଅସମର୍ଥ ରହୁଛି । ତଥାପି ତା’ର ବାପା ତାକୁ ବାର୍ ବାର୍ ଦୌଡ଼ାଉଛି । ଗତ ୨୦୨୧ ମାର୍ଚ୍ଚ ୨୦ର ଏହି ଭିଡିଓ । ବର୍ତ୍ତମାନ ପର୍ଯ୍ୟନ୍ତ କୋର୍ଟରେ ଏହି କେସ୍ ଚାଲିଥିବା ବେଳେ ଖ୍ରୀଷ୍ଟଫର୍ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି । ତେବେ ଦୋଷୀ ପ୍ରମାଣିତ ହେଲେ ସେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବେ ବୋଲି ଜଣା ପଡ଼ିଛି । କୋର୍ଟରେ ଏହି ଭିଡିଓ ଫୁଟେଜ୍ କୁ ଦେଖିବା ପରେ କୋରୀଙ୍କ ମାଆ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିଲେ ।
ସୂଚନା ଅନୁଯାୟୀ, ପୁଅର ଆଘାତ ବିଷୟରେ ତାର ମୃତ୍ୟୁର କିଛି ଦିନ ପୂର୍ବରୁ ହିଁ ମାଆ ଆମେରିକାର ଚାଇଲ୍ଡ ପ୍ରୋଟେକ୍ଟିଭ୍ ସର୍ଭିସ୍ ରେ ଜଣାଇଥିଲେ । ପୁଅର ଚିକିତ୍ସା ଚାଲିଥିବା ବେଳେ ମାଆ ଏହି ଘଟଣା ବିଷୟରେ ଡାକ୍ତରଙ୍କୁ ଜଣାଇଥିଲେ । ସେ କହିଥିଲେ, ପୁଅର ଓଜନ ଅଧିକ ଥିବାରୁ ତାଙ୍କ ସ୍ୱାମୀ ଟ୍ରେଡମିଲ୍ ରେ ଦୌଡ଼ାଉଛନ୍ତି । ପୁଅର ଓଜନକୁ ନେଇ ଖ୍ରୀଷ୍ଟୋଫର୍ ସବୁବେଳେ ଚିନ୍ତାରେ ରହୁଥିଲେ ।
ଏପ୍ରିଲରେ ୧ ରେ ଏହି ଘଟଣା ଘଟିଥିବା ବେଳେ ପର ଦିନ ହିଁ କୋରୀ ଅସୁସ୍ଥ ହୋଇପଡ଼ିଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଥିଲା ଯେ, ହୃତପିଣ୍ତ ସହ ଯକୃତରେ ଭୀଷଣ ଆଘାତ ପାଇଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ପରେ ଜୁଲାଇ ୨୦୨୧ ସିସିଟିଭି ଫୁଟେଜ୍ ଦେଖିବା ପରେ ଖ୍ରୀଷ୍ଟୋଫର୍ ଙ୍କୁ ଗିରଫ କରାଯାଇଥିଲା । ଫୁଟେଜରେ ଦେଖିବାକୁ ମିଳିଥିଲା କି କୋରୀ, ଅଧିକ ବେଗରେ ଟ୍ରେଡମିଲ୍ ଉପରେ ଦୌଡ଼ୁଥିଲେ, ବାରମ୍ବାର ତଳେ ପଡ଼ୁଥିଲେ, ଘୋଷାଡ଼ି ହେବା ସହ ମୁଣ୍ତ ମଧ୍ୟ ବାରମ୍ବାର ପିଟି ହୋଇଯାଉଥିଲା ।
ଏହା ପରେ ଫୋରେନସିକ୍ ପାଥୋଲୋଜିଷ୍ଟ କୋରିଙ୍କ ମୃତ୍ୟୁକୁ ଏକ ହତ୍ୟାକାଣ୍ଡ ବୋଲି ସ୍ଥିର କରିଥିଲେ । କାରଣ ଦୀର୍ଘ ସମୟ ଧରି ତାଙ୍କ ଛାତି ଓ ପେଟରେ ଗଭୀର ଆଘାତ ଲାଗିବା ସହ ଫୁସଫୁସ ସଂକ୍ରମଣ, ଯକୃତ କ୍ଷତରେ ସେ ପୀଡିତ ହୋଇଥିଲେ । ପୁଅର ମୃତ୍ୟୁ ପାଇଁ ଅଭିଯୁକ୍ତକୁ ମାର୍ଚ୍ଚ ୯, ୨୦୨୨ ରେ ଗିରଫ କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)